Projects to provide connectivity, facilitate ease of travelling, minimize logistics cost, reduce oil imports and lower CO2 emissions
Projects will improve logistical efficiency connecting the unconnected areas, increase the existing line capacity and enhancing transportation networks, resulting in streamlined supply chains and accelerated economic growth
The projects will generate direct employment for about 106 lakh human-days

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟର ମୋଟ ଆନୁମାନିକ ମୂଲ୍ୟ ୬୭୯୮ କୋଟି ଟଙ୍କା (ପାଖାପାଖି)ର ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛି ।

 

ଦୁଇଟି ଅନୁମୋଦିତ ପ୍ରକଳ୍ପ ହେଉଛି- (କ) ନରକଟିଆଗଞ୍ଜ-ରକ୍ସଉଲ-ସୀତାମଢୀ-ଦରଭଙ୍ଗା ଏବଂ ସୀତାମଢି-ମୁଜାଫରପୁର ସେକ୍ସନର ୨୫୬ କିଲୋମିଟର ଦୋହରୀକରଣ ଏବଂ (ଖ) ଅମରାବତୀ ଦେଇ ଏରୁପାଲେମ ଏବଂ ନମ୍ବୁରୁ ମଧ୍ୟରେ ୫୭ କିଲୋମିଟର ପରିବ୍ୟାପ୍ତ ନୂତନ ରେଳ ଲାଇନ ନିର୍ମାଣ ।

 

ନରକଟିଆଗଞ୍ଜ-ରକ୍ସଉଲ୍‍-ସୀତାମଢି-ଦରଭଙ୍ଗା ଏବଂ ସୀତାମଢି-ମୁଜାଫରପୁର ସେକ୍ସନର ଦୋହରୀକରଣ ନେପାଳ, ଉତ୍ତର-ପୂର୍ବ ଭାରତ ଏବଂ ସୀମାବର୍ତ୍ତୀ ଅଞ୍ଚଳକୁ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ମାଲବାହୀ ଟ୍ରେନ୍ ସହିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ସହଜ କରିବ ଯାହା ଫଳରେ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ହେବ ।

 

ନୂଆ ରେଳ ଲାଇନ ପ୍ରକଳ୍ପ ଏରୁପାଲେମ-ଅମରାବତୀ-ନମ୍ବୁରୁ ଆନ୍ଧ୍ରପ୍ରଦେଶର ଏନଟିଆର ବିଜୟୱାଡ଼ା ଓ ଗୁଣ୍ଟୁର ଜିଲ୍ଲା ଏବଂ ତେଲେଙ୍ଗାନାର ଖମ୍ମାମ ଜିଲ୍ଲା ଦେଇ ଗତି କରୁଛି।

 

୮ଟି ଜିଲ୍ଲା ଅର୍ନ୍ତଭୁକ୍ତ ଥିବା ୩ଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ବିହାରକୁ ଅନ୍ତର୍ଭୁକ୍ତ କରୁଥିବା ଏହି ଦୁଇଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୧୩ କିଲୋମିଟର ବୃଦ୍ଧି କରିବ ।

ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୬୮ଟି ଗାଁ ଓ ପ୍ରାୟ ୧୨ ଲକ୍ଷ ଜନସଂଖ୍ୟାକୁ ୯ଟି ନୂଆ ଷ୍ଟେସନ ସହିତ ସଂଯୋଗ ଯୋଗାଇ ଦିଆଯିବ। ମଲ୍ଟି ଟ୍ରାକିଂ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୮୮ଟି ଗାଁ ଓ ପ୍ରାୟ ୯ ଲକ୍ଷ ଜନସଂଖ୍ୟାକୁ ଦୁଇ ଆକାଂକ୍ଷୀ ଜିଲ୍ଲା (ସୀତାମଢି ଓ ମୁଜାଫରପୁର) ସହ ଯୋଗାଯୋଗ ବୃଦ୍ଧି ପାଇବ।

 

କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୩୧ ଏମଟିପିଏ (ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବାରେ ସହାୟକ ହେବ, କମ୍ CO2 ନିର୍ଗମନ (168 କୋଟି କିଲୋଗ୍ରାମ) ଯାହା କି 7 କୋଟି ବୃକ୍ଷରୋପଣ ସହିତ ସମାନ ।

 

ଏହି ନୂତନ ଲାଇନ୍ ପ୍ରସ୍ତାବ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ରାଜଧାନୀ "ଅମରାବତୀ"କୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ଏବଂ ଶିଳ୍ପ ଏବଂ ଜନସଂଖ୍ୟା ପାଇଁ ଗତିଶୀଳତାରେ ଉନ୍ନତି ଆଣିବ ଏବଂ ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ । ଏହି ମଲ୍ଟି ଟ୍ରାକିଂ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ପରିଚାଳନାକୁ ସହଜ କରିବା ସହ ଭିଡ଼ ହ୍ରାସ ପାଇବ।

 

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ଭିଜନ ଅନୁଯାୟୀ ଅଟେ ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ "ଆତ୍ମନିର୍ଭରଶୀଳ" କରିବ ଯାହା ସେମାନଙ୍କର ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ ।

 

ଏହି ପ୍ରକଳ୍ପଗୁଡ଼ିକ ମଲ୍ଟି-ମୋଡାଲ୍ ସଂଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional