ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ - ୨ (ଭିଭିପି - ୨)କୁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା (୧୦୦% କେନ୍ଦ୍ର ପାଣ୍ଠି) ଆକାରରେ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା 'ସୁରକ୍ଷିତ, ନିରାପଦ ଏବଂ ଚଳଚଞ୍ଚଳ ସ୍ଥଳ ସୀମା' ପାଇଁ ବିକଶିତ ଭାରତ@2047 ଦୃଷ୍ଟିକୋଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇଥାଏ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଭିଭିପି - ୧ ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ଉତ୍ତର ସୀମା ବ୍ୟତୀତ ଅନ୍ତର୍ଜାତୀୟ ସ୍ଥଳ ସୀମା (ଆଇଏଲବି) ନିକଟବର୍ତ୍ତୀ ବ୍ଲକରେ ଅବସ୍ଥିତ ଗ୍ରାମଗୁଡିକର ବ୍ୟାପକ ବିକାଶରେ ସହାୟକ ହେବ ।

ମୋଟ ୬,୮୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟକ୍ରମ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୁଜରାଟ, ଜାମ୍ମୁ ଓ କାଶ୍ମୀର (କେନ୍ଦ୍ରଶାସିତ ଅଂଚଳ), ଲଦାଖ (କେନ୍ଦ୍ରଶାସିତ ଅଂଚଳ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ୍, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ବଛାବଛା ରଣନୈତିକ ଗ୍ରାମରେ ୨୦୨୮ - ୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସମୃଦ୍ଧ ଏବଂ ସୁରକ୍ଷିତ ସୀମା ସୁନିଶ୍ଚିତ କରିବା ପାଇଁ ଉନ୍ନତମାନର ଜୀବନଶୈଳୀ ଏବଂ ପର୍ଯ୍ୟାପ୍ତ ଆଜୀବିକା ସୁଯୋଗ ସୃଷ୍ଟି କରିବା, ସୀମାପାର ଅପରାଧକୁ ନିୟନ୍ତ୍ରଣ କରିବା ଏବଂ ସୀମାବର୍ତ୍ତୀ ଜନସଂଖ୍ୟାକୁ ଦେଶ ସହିତ ଯୋଡିବା ଏବଂ ସେମାନଙ୍କୁ ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ 'ସୀମା ସୁରକ୍ଷା ବାହିନୀର ଆଖି ଏବଂ କାନ ଭାବରେ' ବିକଶିତ କରିବା, ଯାହା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଗୁରୁତ୍ଵପୂର୍ଣ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ଗାଁ ଭିତରେ ଭିତ୍ତିଭୂମି ବିକାଶ, ମୂଲ୍ୟ ଶୃଙ୍ଖଳ ବିକାଶ (ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ମାଧ୍ୟମରେ), ସୀମା ନିର୍ଦ୍ଦିଷ୍ଟ ପହଞ୍ଚ କାର୍ଯ୍ୟକଳାପ, ସ୍ମାର୍ଟ ଶ୍ରେଣୀ ଭଳି ଶିକ୍ଷା ଭିତ୍ତିଭୂମି, ପର୍ଯ୍ୟଟନ ସର୍କିଟର ବିକାଶ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ବିବିଧ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ କାର୍ଯ୍ୟ/ ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଇ ଦିଆଯିବ ।

ମିଳିତ ଆଭିମୁଖ୍ୟରେ ପ୍ରସ୍ତୁତ ଗ୍ରାମ କାର୍ଯ୍ୟ ଯୋଜନା ଗୁଡିକର ଆଧାରରେ ଏହି ହସ୍ତକ୍ଷେପ ସୀମା ନିର୍ଦ୍ଦିଷ୍ଟ, ରାଜ୍ୟ ନିର୍ଦ୍ଦିଷ୍ଟ ଓ ଗ୍ରାମ ନିର୍ଦ୍ଦିଷ୍ଟ ହେବ।

ଏମଓଆରଡି ଅଧୀନରେ ପୂର୍ବରୁ ଅନୁମୋଦିତ ପିଏମଜିଏସୱାଇ - ୪ ଅଧୀନରେ ଏହି ଗ୍ରାମଗୁଡିକ ପାଇଁ ସର୍ବକାଳୀନ ସଡ଼କ ସଂଯୋଗ କରାଯିବ । କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସୀମାନ୍ତ ଅଞ୍ଚଳରେ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ପାଇଁ ଯୋଜନାବଦ୍ଧ ମାର୍ଗଦର୍ଶିକାରେ ଉପଯୁକ୍ତ ରିହାତି ଉପରେ ବିଚାର କରିବ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି , ଯୋଜନାର ମାନଦଣ୍ଡ ଅନୁଯାୟୀ ସମନ୍ୱିତ ଭାବେ ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକରେ ପ୍ରଚଳିତ ବ୍ୟକ୍ତିଗତ ଏବଂ ଘରୋଇ ସ୍ତରର କଲ୍ୟାଣକାରୀ ଯୋଜନାରେ ସଂତୃପ୍ତି ହାସଲ କରିବା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ୪ଟି ବିଷୟଗତ କ୍ଷେତ୍ର, ଯଥା ସର୍ବକାଳୀନ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ, ଟେଲିଭିଜନ ସଂଯୋଗ ଏବଂ ବିଦ୍ୟୁତୀକରଣ ଭଳି କ୍ଷେତ୍ରରେ ଏଭଳି ବ୍ଲକ୍ ର ସମସ୍ତ ଗାଁକୁ ପ୍ରଚଳିତ ଯୋଜନାର ମାନଦଣ୍ଡ ଅନୁଯାୟୀ ସମନ୍ଵୟ ମାଧ୍ୟମରେ ସଂପୂର୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମେଳା ଓ ପର୍ବପର୍ବାଣୀ, ସଚେତନତା ଶିବିର, ଜାତୀୟ ଦିବସ ପାଳନ, ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ବରିଷ୍ଠ ସରକାରୀ ଅଧିକାରୀଙ୍କ ନିୟମିତ ଗସ୍ତ ଏବଂ ସେହି ଗ୍ରାମଗୁଡ଼ିକରେ ରାତ୍ରିକାଳୀନ ରହଣି ଆଦି କାର୍ଯ୍ୟକ୍ରମ ଆୟୋଜନ କରି ଏହି ଗ୍ରାମରେ ଚଂଚଳତା ବୃଦ୍ଧି ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରିଥାଏ । ଏହା ଦ୍ୱାରା ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି ପାଇବ ଏବଂ ଏହି ଗ୍ରାମଗୁଡ଼ିକର ସ୍ଥାନୀୟ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହନ ମିଳିବ ।

ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ପାଇଁ ଟେକ୍ନୋଲୋଜିର ଉପଯୋଗ କରାଯିବ ଏବଂ ପିଏମ୍ ଗତି ଶକ୍ତି ଭଳି ସୂଚନା ଡାଟାବେସ୍ ବ୍ୟବହାର କରାଯିବ।

ଭିଭିପି - ୨ ସହ ଭିଭିପି - ୧ ସୀମାନ୍ତ ଗ୍ରାମଗୁଡ଼ିକୁ ଆତ୍ମନିର୍ଭରଶୀଳ ଓ ଚଳଚଂଚଳ କରିବା ପାଇଁ ଏହା ଏକ ପରିବର୍ତନମୂଳକ ପଦକ୍ଷେପ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi