ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାର ୧୯ଟି ଜିଲ୍ଲା ହେବେ ଉପକୃତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ୩ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରିଛି । ଏଥିପାଇଁ ପ୍ରାୟ ୨୩,୪୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏସବୁ ପ୍ରକଳ୍ପ ହେଲା:

କ) ନଗଦା - ମଥୁରା ତୃତୀୟ ଓ ଚତୁର୍ଥ ଲାଇନ

ଖ) ଗୁଣ୍ଟକଲ - ୱାଦି ତୃତୀୟ ଓ ଚତୁର୍ଥ ଲାଇନ

ଗ) ବୁଢ଼ୱାଲ - ସୀତାପୁର ତୃତୀୟ ଓ ଚତୁର୍ଥ ଲାଇନ

ବର୍ଦ୍ଧିତ ଲାଇନ କ୍ଷମତା ପରିବହନ ସୁବିଧାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ । ଏହାଫଳରେ ଭାରତୀୟ ରେଳବାଇ ପାଇଁ କାର୍ଯ୍ୟକ୍ଷମ ଦକ୍ଷତା ଓ ସେବା ନିର୍ଭରଯୋଗ୍ୟତା ଉନ୍ନତ ହେବ। ଏହି ଦୋହରୀକରଣ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ସହିତ ସମାନ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ଦ୍ୱାରା ‘ଆତ୍ମନିର୍ଭର’ କରିବ ଯାହା ସେମାନଙ୍କର ନିଯୁକ୍ତି / ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି କରିବ ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ଯୋଜନା କରାଯାଇଛି, ଯାହା ସମନ୍ୱିତ ଯୋଜନା ଓ ଅଂଶୀଦାରଙ୍କ ପରାମର୍ଶ ମାଧ୍ୟମରେ ବହୁ-ମୋଡାଲ୍ ସଂଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଏ । ଏହି ପ୍ରକଳ୍ପଗୁଡ଼ିକ ଲୋକ, ସାମଗ୍ରୀ ଏବଂ ସେବାର ସୁଗମ ପରିବହନ ସୁନିଶ୍ଚିତ କରିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନା ରାଜ୍ୟର ୧୯ଟି ଜିଲ୍ଲା ଦେଇ ଯାଇଥିବା ଏହି ତିନୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କରେ ପ୍ରାୟ ୯୦୧ କିଲୋମିଟର ଯୋଡ଼ିବ ।

ପ୍ରସ୍ତାବିତ ଦୋହରୀକରଣ ପ୍ରକଳ୍ପ ପ୍ରାୟ ୮୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୪,୧୬୧ ଗାଁର ସଂଯୋଗୀକରଣକୁ ଉନ୍ନତ କରିବ ।

ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ମହାକାଳେଶ୍ୱର, ରାନ୍ଥାମ୍ବୋର ଜାତୀୟ ଉଦ୍ୟାନ, କୁନୋ ଜାତୀୟ ଉଦ୍ୟାନ, କେଓଲାଦେଓ ଜାତୀୟ ଉଦ୍ୟାନ, ମଥୁରା, ବୃନ୍ଦାବନ, ମନ୍ତ୍ରଣାଳୟମ୍ (ଶ୍ରୀ ରାଘବେନ୍ଦ୍ର ସ୍ୱାମୀ ମଠ), ନେଟିକାନ୍ତି ଅଞ୍ଜନେୟ ସ୍ୱାମୀବାରୀ ମନ୍ଦିର (କାସାପୁରମ), ଶ୍ୟାମନାଥ ମନ୍ଦିର, ନୈମିଷାରଣ୍ୟ (ନୀମସର) ଆଦି ସମେତ ସାରା ଦେଶରେ ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟନ୍ତ ରେଳ ଯୋଗାଯୋଗରେ ସୁଧାର ହେବ ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଖାଦ୍ୟଶସ୍ୟ, ସିମେଣ୍ଟ, ତେଲ, ଲୁହା ଏବଂ ଇସ୍ପାତ, ଲୁହାପଥର, କଣ୍ଟେନର, ସାର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଦ୍ୱାରା ପ୍ରତିବର୍ଷ ପ୍ରାୟ ୬୦ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ସୃଷ୍ଟି ହେବ। ରେଳବାଇ, ଏକ ପରିବେଶ-ଅନୁକୂଳ ଓ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏଥିସହିତ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ତୈଳ ଆମଦାନୀ (୩୭୦ ନିୟୁତ ଲିଟର) ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୧୮୫ ନିୟୁତ କିଲୋଗ୍ରାମ), ୭୦ ନିୟୁତ ଗଛ ଲଗାଇବା ସହିତ ସମାନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026