ବହୁମୁଖି ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ ପଞ୍ଜିକୃତ ହେବ
ପ୍ୟାକ୍ସରୁ ଏପେକ୍ସ : ପ୍ରାଥମିକ ଠାରୁ ଜାତୀୟ ସ୍ତରର ସମବାୟ ସମିତି, ଯେଉଁଥିରେ ପ୍ରାଥମିକ ସମିତି, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ସଂଘ, ବହୁମୁଖି ସମବାୟ ସମିତି ଏବଂ କୃଷକ ଉତ୍ପାଦକ ସଂଗଠନକ (ଏଫପିଓ) ସାମିଲ ରହିଛି, ଏହାର ସଦସ୍ୟ ହୋଇପାରିବେ। ଏସବୁ ସମବାୟ ସମିତିର ଉପନିୟମ ଅନୁସାରେ ସମିତିର ବୋର୍ଡରେ ନିର୍ବାଚିତ ପ୍ରତିନିଧି ସାମିଲ ହେବେ
ଏହା ପ୍ରାସଙ୍ଗିକ କେନ୍ଦ୍ରୀୟ ମନ୍ତ୍ରଣାଳୟର ସମର୍ଥନରେ ଜୈବିକ ଉତ୍ପାଦର ଏକତ୍ରିକରଣ, କ୍ରୟ, ପ୍ରମାଣୀକରଣ, ଯାଞ୍ଚ, ବ୍ରାଣ୍ଡିଂ ଏବଂ ବିପଣନ ରୂପରେ କାର୍ଯ୍ୟ କରିବ
ସମବାୟ ସମିତିରେ ସମାବେଶୀ ବିକାଶ ମଡେଲ ମାଧ୍ୟମରେ ‘‘ସହକାର-ସେ-ସମୃଦ୍ଧି’’ ଲକ୍ଷ୍ୟକୁ ହାସଲ କରିବାରେ ସହାୟତା ମିଳିବ

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ବହୁମୁଖୀ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ବହୁମୁଖି ସମବାୟ ଜୈବିକ ସମିତି ପ୍ରତିଷ୍ଠା କରାଯିବ। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟର ନୀତି, ଯୋଜନା ଏବଂ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ ସମର୍ଥନ ଯୋଗାଇ ଦିଆଯିବ। ଯାହାଫଳରେ ‘ସମ୍ପୂର୍ଣ୍ଣ ସରକାର ଦୃଷ୍ଟିକୋଣ’ ସାକାର ହୋଇପାରିବ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ସମବାୟ ସମିତିଗୁଡ଼ିକର କ୍ଷମତାର ଲାଭ ଉଠାଇବା ନିମନ୍ତେ ସବୁପ୍ରକାର ପ୍ରୟାସ କରାଯିବା ଉଚିତ ଏବଂ ସେମାନଙ୍କୁ ‘‘ସହକାର ସେ ସମୃଦ୍ଧି’’ (ସମବାୟ ଜରିଆରେ ସମୃଦ୍ଧି) ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ସଫଳ ଓ ପ୍ରେରଣାଦାୟୀ ବ୍ୟବସାୟିକ ଉଦ୍ୟୋଗରେ ବଦଳାଇବା ଆବଶ୍ୟକ। ଏହିପରି ଭାବେ ସମବାୟ ସମିତି ପାଇଁ ବିଶ୍ବସ୍ତରରେ ବିଚାର କରିବା ଏବଂ ଏହାର ତୁଳନାତ୍ମକ ଲାଭ ଉଠାଇବା ପାଇଁ ସ୍ଥାନୀୟ ସ୍ତରରେ କାମ କରିବା ଜରୁରି।

ସେଥିପାଇଁ, ଜୈବିକ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଗତିବିଧିର ପରିଚାଳନା ଲାଗି ଏକ ସଂଗଠନ ଭାବେ କାର୍ଯ୍ୟ କରିବା ଜରିଆରେ ସମବାୟ କ୍ଷେତ୍ରରୁ ଜୈବିକ ଉତ୍ପାଦ ଉପରେ ଜୋର ଦେବା ଲାଗି ଏମଏସସିଏସ ଆଇନ, ୨୦୦୨ର ଦ୍ବିତୀୟ ଅନୁସୂଚୀ ଅନ୍ତର୍ଗତ ପଞ୍ଜୀକୃତ ହେବା ଲାଗି ଜାତୀୟ ସ୍ତରର ସମବାୟ ସମିତିର ଆବଶ୍ୟକତା ଅନୁଭୂତ ହୋଇଥିଲା।

ପ୍ୟାକ୍ସରୁ ଏପେକ୍ସ : ପ୍ରାଥମିକ ଠାରୁ ଜାତୀୟ ସ୍ତରର ସମବାୟ ସମିତି, ଯେଉଁଥିରେ ପ୍ରାଥମିକ ସମିତି, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ସଂଘ, ବହୁମୁଖି ସମବାୟ ସମିତି ଏବଂ କୃଷକ ଉତ୍ପାଦକ ସଂଗଠନକ (ଏଫପିଓ) ସାମିଲ ରହିଛି, ଏହାର ସଦସ୍ୟ ହୋଇପାରିବେ। ଏସବୁ ସମବାୟ ସମିତିର ଉପନିୟମ ଅନୁସାରେ ସମିତିର ବୋର୍ଡରେ ନିର୍ବାଚିତ ପ୍ରତିନିଧି ସାମିଲ ହେବେ।

ସମବାୟ ସମିତି ପ୍ରାମାଣିକ ଓ ଅସଲି ଜୈବିକ ଉତ୍ପାଦ ଯୋଗାଇ ଦେଇ ଜୈବିକ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା କରିବ। ଏହା ମଧ୍ୟ ଘରୋଇ ସହିତ ବିଶ୍ବ ବଜାରରେ ଜୈବିକ ଉତ୍ପାଦର ଚାହିଦା ଓ ଉପଯୋଗ କ୍ଷମତାକୁ ଜାଣିବାରେ ସହାୟତା କରିବ। ଏହି ସୋସାଇଟୀ ସମବାୟ ସମିତି ଏବଂ ଶେଷରେ ଏଗୁଡ଼ିକର କୃଷି ସଦସ୍ୟମାନଙ୍କୁ ଶସ୍ତା ଦରରେ ଯାଞ୍ଚ ଓ ପ୍ରମାଣନ ସୁବିଧା ଦେଇ ବ୍ୟାପକ ସ୍ତରରେ ଏକତ୍ରୀକରଣ ବ୍ରାଣ୍ଡିଂ ଏବଂ ବିପଣନ ମାଧ୍ୟମରେ ଜୈବିକ ଉତ୍ପାଦର ଉଚ୍ଚ ମୂଲ୍ୟ ଲାଭ ହାସଲ କରିବାରେ ସହାୟତା କରିବ।

ସମବାୟ ସମିତି ପ୍ରାଥମିକ କୃଷି ଋଣ ସହିତ ସଦସ୍ୟ ସମବାୟ ସମିତି ମାଧ୍ୟମରେ ଜୈବିକ ଚାଷୀମାନଙ୍କ ଏକତ୍ରୀକରଣ, ପ୍ରମାଣନ, ଯାଞ୍ଚ, କ୍ରୟ, ଭଣ୍ଡାରଣ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଲଜିଷ୍ଟିକ୍ସ ସୁବିଧା, ଜୈବିକ ଉତ୍ପାଦର ବିପଣନ ଏବଂ ଆର୍ଥିକ ସହାୟତା ବ୍ୟବସ୍ଥା ନିମନ୍ତେ ସଂସ୍ଥାଗତ ସହାୟତା ମଧ୍ୟ ପ୍ରଦାନ କରିବ । ଏହା ସୋସାଇଟି/କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଓ ଏଜେନ୍ସି ସହାୟତାରେ ସବୁ ଜୈବିକ ଉତ୍ପାଦର ପ୍ରଚାର ଓ ବିକାଶ ସମ୍ବନ୍ଧୀୟ କାର୍ଯ୍ୟରେ ଭାଗିଦାରୀ ମଧ୍ୟ କରିବ। ଏହା ସେହି ମାନ୍ୟତାପ୍ରାପ୍ତ ଜୈବିକ ପରୀକ୍ଷଣ ପ୍ରୟୋଗଶାଳା ଏବଂ ପ୍ରମାଣନ ୟୁନିଟକୁ ତାଲିକାଭୁକ୍ତ କରିବ, ଯେଉଁମାନେ ପରୀକ୍ଷଣ ଓ ପ୍ରମାଣନ ଖର୍ଚ୍ଚକୁ କମ କରିବା ଲାଗି ସମାଜ ଦ୍ବାରା ନିର୍ଦ୍ଦିଷ୍ଟ ମାପଦଣ୍ଡକୁ ପୂରଣ କରିଥାନ୍ତି।

ଏହି ସମିତି ସମବାୟ ସଂସ୍ଥା ଏବଂ ଏଭଳି ସଂସ୍ଥାମାନଙ୍କ ଦ୍ବାରା ଉତ୍ପାଦିତ ଜୈବିକ ଉତ୍ପାଦର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ସଦସ୍ୟମାନଙ୍କ ଦ୍ବାରା ପରିଚାଳନା କରିବ। ଏହା ଏମଏସସିଏସ ଆଇନ, ୨୦୦୨ ଅଧୀନରେ ଗଠନ କରାଯାଇଥିବା ଜାତୀୟ ସମବାୟ ରପ୍ତାନି ସମିତିର ସେବାକୁ ଉପଯୋଗ କରି ରପ୍ତାନି ବିପଣନ କରିବ । ଯାହାଫଳରେ ବିଶ୍ବ ବଜାରରେ ଜୈବିକ ଉତ୍ପାଦର ପହଞ୍ଚ ଏବଂ ଚାହିଦା ବୃଦ୍ଧି ପାଇବ। ଏହା ମଧ୍ୟ ଜୈବିକ ଉତ୍ପାଦନକାରୀମାନଙ୍କୁ ବୈଷୟିକ ପରାମର୍ଶ, ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ ସୁବିଧା ଯୋଗାଇ ଦେବ। ଜୈବିକ ଉତ୍ପାଦ ପାଇଁ ଏହା ସମର୍ପିତ ବଜାର ଗୁଇନ୍ଦା ପ୍ରଣାଳୀ ବିକଶିତ ଓ ବଜାୟ ରଖିବାରେ ସହାୟକ ହେବ। ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ସହିତ, ନିୟମିତ ଗଣ କୃଷି ଓ ଜୈବିକ କୃଷି ମଧ୍ୟରେ ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi