ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଅନୁମୋଦନ କରିଛି । ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି ।

ଚାଷୀମାନଙ୍କୁ ସେମାନଙ୍କ ଫସଲର ଲାଭକାରୀ ମୂଲ୍ୟ ପ୍ରଦାନ କରିବା ଲାଗି ସରକାର ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜି ଉପରେ କ୍ୱିଣ୍ଟାଲ ପିଛା ୬୨୨ ଟଙ୍କାର ସବୁଠୁ ଅଧିକ ଏମଏସପି ବୃଦ୍ଧି କରାଯାଇଛି । ଏହାପରେ କପା କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା, ଅଳସୀ କ୍ୱିଣ୍ଟାଲ ପିଛା ୫୧୫ ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଧାନ ଏବଂ ଗ୍ରେଡ୍‌ ଏ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି ।

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିମ୍ନରେ ଦିଆଗଲା

(କ୍ୱିଣ୍ଟାଲ ପିଛା ଟଙ୍କା)

 

କ୍ରଂସଂ

 

ଫସଲ

 

ଏମଏସପି ୨୦୨୬-୨୭

 

ଖର୍ଚ୍ଚ ୨୦୨୬-୨୭ ଖରିଫ ଋତୁ

ଖର୍ଚ୍ଚ ତୁଳନାରେ ଲାଭ (%)

 

ଏମଏସପି

୨୦୨୬-୨୭ ଏମଏସପି ବୃଦ୍ଧି

 

 

ଶସ୍ୟ

୨୦୨୫-

୨୬

୨୦୧୩-

୧୪

୨୦୨୫-୨୬ ତୁଳନାରେ ଅଧିକ

୨୦୧୩-୧୪ରୁ ଅଧିକ

 

 

 

 

 

 

 

 

୧.

 

ଧାନ

ସାଧାରଣ

୨୪୪୧

୧୬୨୭

୫୦

୨୩୬୯

୧୩୧୦

୭୨

୧୧୩୧

(୮୬%)

 

ଗ୍ରେଡ୍‌ ଏ

୨୪୬୧

-

-

୨୩୮୯

୧୩୪୫

୭୨

୧୧୧୬

(୮୩%)

୨.

 

ଜୋୱାର

ହାଇବ୍ରିଡ୍‌

୪୦୨୩

୨୬୮୨

୫୦

୩୬୯୯

୧୫୦୦

୩୨୪

୨୫୨୩

(୧୬୮%)

 

ମାଲଦାଣ୍ଡି

^

୪୦୭୩

-

-

୩୭୪୯

୧୫୨୦

୩୨୪

୨୫୫୩

(୧୬୮%)

୩.

ବାଜରା

୨୯୦୦

୧୮୫୮

୫୬

୨୭୭୫

୧୨୫୦

୧୨୫

୧୬୫୦

(୧୩୨%)

୪.

ମାଣ୍ଡିଆ

୫୨୦୫

୩୪୭୦

୫୦

୪୮୮୬

୧୫୦୦

୩୧୯

୩୭୦୫

(୨୪୭%)

୫.

ମକା

୨୪୧୦

୧୫୪୪

୫୬

୨୪୦୦

୧୩୧୦

୧୦

୧୧୦୦

(୮୪%)

 

ଡାଲି

୬.

ତୁର୍‌/ହରଡ଼

୮୪୫୦

୫୪୯୬

୫୪

୮୦୦୦

୪୩୦୦

୪୫୦

୪୧୫୦

(୯୭%)

୭.

ମୁଗ

୮୭୮୦

୫୪୩୮

୬୧

୮୭୬୮

୪୫୦୦

୧୨

୪୨୮୦

(୯୫%)

 

୮.

ବିରି

୮୨୦୦

୫୪୧୮

୫୧

୭୮୦୦

୪୩୦୦

୪୦୦

୩୯୦୦

(୯୧%)

 

ତୈଳବୀଜ

୯.

ଚୀନାବାଦାମ

୭୫୧୭

୫୦୧୧

୫୦

୭୨୬୩

୪୦୦୦

୨୫୪

୩୫୧୭

(୮୮%)

୧୦.

ସୂର୍ଯ୍ୟମୁଖୀ ମଞ୍ଜି

୮୩୪୩

୫୫୬୨

୫୦

୭୭୨୧

୩୭୦୦

୬୨୨

୪୬୪୩

(୧୨୫%)

୧୧.

ସୋୟାବିନ (ହଳଦିଆ)

୫୭୦୮

୩୮୦୫

୫୦

୫୩୨୮

୨୫୬୦

୩୮୦

୩୧୪୮

(୧୨୩%)

୧୨.

ରାଶି

୧୦୩୪୬

୬୮୯୭

୫୦

୯୮୪୬

୪୫୦୦

୫୦୦

୫୮୪୬

(୧୩୦%)

୧୩.

ଅଳସୀ

୧୦୦୫୨

୬୭୦୧

୫୦

୯୫୩୭

୩୫୦୦

୫୧୫

୬୫୫୨

(୧୮୭%)

 

ବାଣିଜ୍ୟିକ

 

 

 

 

 

 

 

୧୪.

କପା

(ମଧ୍ୟମ ଷ୍ଟେପଲ)

୮୨୬୭

୫୫୧୧

୫୦

୭୭୧୦

୩୭୦୦

୫୫୭

୪୫୬୭

(୧୨୩%)

 

(ଲମ୍ବା ଷ୍ଟେପଲ) ^

୮୬୬୭

-

-

୮୧୧୦

୪୦୦୦

୫୫୭

୪୬୬୭

(୧୧୭%)

 

*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମ ପାଇଁ ପ୍ରଯୁଜ୍ୟ ମୂଲ୍ୟ ସାମିଲ ରହିଛି ।

^ ଧାନ (ଗ୍ରେଡ୍ ଏ), ଜୋୱାର୍ (ମାଲଦାଣ୍ଡି) ଏବଂ କପା (ଲମ୍ବା ଷ୍ଟେପଲ) ପାଇଁ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳନ କରାଯାଇ ନାହିଁ ।

୨୦୧୮-୧୯ କେନ୍ଦ୍ର ବଜେଟରେ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ଲାଗି ଘୋଷଣା କରାଯାଇଥିଲା । ଏହାକୁ ଆଧାର କରି ୨୦୨୬-୨୭ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ମୁଗ (୬୧%) ପରେ ବାଜରା (୫୬%), ମକା (୫୬%) ଏବଂ ତୁର/ହରଡ଼ (୫୪%) କ୍ଷେତ୍ରରେ ଚାଷୀଙ୍କ ପାଇଁ ଉତ୍ପାଦନ ଖର୍ଚ୍ଚ ଉପରେ ଆଶା କରାଯାଇଥିବା ଲାଭ ସର୍ବାଧିକ ହେବ ବୋଲି ଆକଳନ କରାଯାଇଛି। ବାକି ଫସଲ ନିମନ୍ତେ ଚାଷୀଙ୍କ ପାଇଁ ଉତ୍ପାଦନ ଖର୍ଚ୍ଚ ଉପରେ ୫୦% ଲାଭ ହେବ ବୋଲି ଆକଳନ କରାଯାଇଛି ।

ଗତ କିଛି ବର୍ଷ ହେବ ସରକାର ଡାଲି ଏବଂ ତୈଳବୀଜ ଭଳି ଶସ୍ୟ ଏବଂ ପୁଷ୍ଟିକର ଶସ୍ୟ/ ଶ୍ରୀଅନ୍ନ ପରି ଶସ୍ୟ ବ୍ୟତୀତ ଅନ୍ୟାନ୍ୟ ଫସଲ ଚାଷକୁ ପ୍ରୋତ୍ସାହିତ କରିଆସୁଛନ୍ତି। ଏହି ଫସଲ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇଛି ।

୨୦୧୪-୧୫ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ୮୪୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା ବେଳେ ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ୪୫୯୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା।

୨୦୧୪-୧୫ ରୁ ୨୦୨୫-୨୬ ଅବଧି ମଧ୍ୟରେ ୧୪ଟି ଖରିଫ ଫସଲର କ୍ରୟ ପରିମାଣ ୮୭୪୬ ଲକ୍ଷ ମେଟ୍ରିକ ଟନ୍ ଥିଲା। ଅନ୍ୟପଟେ ୨୦୦୪-୦୫ ରୁ ୨୦୧୩-୧୪ ଅବଧି ମଧ୍ୟରେ ୪୬୭୯ ଲକ୍ଷ ମେଟ୍ରିକ ଟନ୍ ଫସଲ କ୍ରୟ ହୋଇଥିଲା।

୨୦୧୪-୧୫ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ଧାନ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୬.୦୮ ଲକ୍ଷ କୋଟି ଟଙ୍କା ଥିଲାବେଳେ ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୪.୪୪ ଲକ୍ଷ କୋଟି ଟଙ୍କା ଥିଲା।

୨୦୧୪-୧୫ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ୧୪ଟି ଖରିଫ ଫସଲ ଅମଳ କରୁଥିବା ଚାଷୀଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୮.୯୯ ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପଟେ ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ୪.୭୫ ଲକ୍ଷ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision