ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 2023 ଋତୁ ପାଇଁ ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି । ଏହି ମଞ୍ଜୁରି କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗର ସୁପାରିଶ ଏବଂ ପ୍ରମୁଖ ନଡ଼ିଆ ଉତ୍ପାଦନକାରୀ ରାଜ୍ୟଗୁଡ଼ିକର ମତାମତ ଉପରେ ଆଧାରିତ |

2023 ଋତୁ ପାଇଁ ମିଲିଂ ଶୁଖିଲା ନଡ଼ିଆର ଫେୟାର ଆଭରେଜ୍ କ୍ବାଲିଟି ପାଇଁ ଏମଏସପି କ୍ୱିଣ୍ଟାଲ ପିଛା 10860/- ଟଙ୍କା ଏବଂ ବଲ୍ ଶୁଖିଲା ନଡ଼ିଆ ର ମୂଲ୍ୟ କ୍ୱିଣ୍ଟାଲ ପିଛା 11750/- ଟଙ୍କା ସ୍ଥିର କରାଯାଇଛି । ପୂର୍ବ ଋତୁ ତୁଳନାରେ ମିଲିଂ ଶୁଖିଲା ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା 270/- ଟଙ୍କା ଏବଂ ବଲ୍ ଶୁଖିଲା ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା 750/- ଟଙ୍କାର ବୃଦ୍ଧି କରାଯାଇଛି । ଏହା ସମଗ୍ର ଭାରତର ହାରାହାରି ଉତ୍ପାଦନ ମୂଲ୍ୟ ଉପରେ ମିଲିଂ ଶୁଖିଲା ନଡ଼ିଆ ପାଇଁ 51.82 ପ୍ରତିଶତ ଏବଂ ବଲ୍ ନଡ଼ିଆ ପାଇଁ 64.26 ପ୍ରତିଶତ ମାର୍ଜିନ୍ ସୁନିଶ୍ଚିତ କରିବ। 2023 ଋତୁ ପାଇଁ ଶୁଖିଲା ନଡ଼ିଆର ଘୋଷିତ ଏମଏସପି 2018-19 ବଜେଟରେ ସରକାରଙ୍କ ଘୋଷଣା ଅନୁଯାୟୀ ସମଗ୍ର ଭାରତର ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ 1.5 ଗୁଣ ଏମଏସପି ସ୍ଥିର କରିବାର ନୀତି ସହିତ ସମନ୍ବୟ କରାଯାଇଛି। 

ଶୁଖିଲା ନଡ଼ିଆ ଉତ୍ପାଦକମାନଙ୍କୁ ଉନ୍ନତ ରିଟର୍ଣ୍ଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ କଲ୍ୟାଣରେ ବିକାଶ ସୁନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ। 

ପ୍ରାଇସ୍ ସପୋର୍ଟ ସ୍କିମ୍ (ପିଏସଏସ୍ ) ଅଧୀନରେ ଶୁଖିଲା ନଡ଼ିଆ ଏବଂ ଡି-ହସ୍କଡ୍‌ ନଡ଼ିଆ କ୍ରୟ ପାଇଁ ନ୍ୟାସନାଲ୍‌ ଏଗ୍ରିକଲ୍‌ଚରାଲ୍‌ କୋପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏନଏଫଇଡି) ଏବଂ ନ୍ୟାସନାଲ୍‌ କୋପରେଟିଭ୍ କଞ୍ଜୁମର୍ସ ଫେଡେରେସନ୍ (ଏନସିସିଏଫ୍ ) ସେଣ୍ଟ୍ରାଲ୍‌ ନୋଡାଲ୍ ଏଜେନ୍ସି (ସିଏନଏ) ଭାବେ କାର୍ଯ୍ୟ କରିବେ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Strength of 'janbhagidari' in India: PM Modi on people's support for fuel saving, no-gold-buy appeals

Media Coverage

Strength of 'janbhagidari' in India: PM Modi on people's support for fuel saving, no-gold-buy appeals
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥