ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶରେ ଚିକିତ୍ସା ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାରେ ବ୍ୟାପକ ବିସ୍ତାର ପାଇଁ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛି। ଏହାଦ୍ୱାରା ରାଜ୍ୟ ସରକାରୀ / କେନ୍ଦ୍ର ସରକାରୀ ମେଡିକାଲ କଲେଜ / ସ୍ୱତନ୍ତ୍ର ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନ / ସରକାରୀ ଡାକ୍ତରଖାନାଗୁଡ଼ିକୁ ସୁଦୃଢ଼ ​​ଏବଂ ଉନ୍ନତ କରାଯିବ। ଯୋଜନାର କାର୍ଯ୍ୟକାରୀ ହେବା ଫଳରେ 5,000 ଅତିରିକ୍ତ ଚିକିତ୍ସା ସ୍ନାତକୋତ୍ତର ଆସନ ସଂଖ୍ୟା ବୃଦ୍ଧି କରାଯାଇପାରିବ। ସେହିପରି ବର୍ତ୍ତମାନର ସରକାରୀ ମେଡ଼ିକାଲ କଲେଜରେ ପ୍ରତି ଆସନ ପାଇଁ 1.50 କୋଟି ଟଙ୍କା ବର୍ଦ୍ଧିତ ମୂଲ୍ୟ ସୀମା ସହିତ 5,023 ଡାକ୍ତରୀ ସ୍ନାତକ ବା ଏମବିବିଏସ ଆସନ ବୃଦ୍ଧି କରାଯିବାକୁ ଏହି କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ସମ୍ପ୍ରସାରିତ କରାଯିବ।  ଏହି ପଦକ୍ଷେପ ସ୍ନାତକ ଚିକିତ୍ସା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ; ଅତିରିକ୍ତ ସ୍ନାତକୋତ୍ତର ଆସନ ସୃଷ୍ଟି କରି ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି କରିବ; ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ନୂତନ ଚିକିତ୍ସା ବିଶେଷଜ୍ଞତା ପ୍ରଚଳନକୁ ସହଜ କରିବ। ଏହା ଦେଶରେ ସାମଗ୍ରିକ ଭାବରେ ଡାକ୍ତରଙ୍କ ଉପଲବ୍ଧତାକୁ ବଢ଼ାଇବ।

2025-26ରୁ 2028-29 ଅବଧି ପର୍ଯ୍ୟନ୍ତ ଏହି ଦୁଇଟି ଯୋଜନା (ସିଏସଏସ ଏବଂ ଏହାର ସମ୍ପ୍ରସାରିତ ଯୋଜନା)ର ମୋଟ ଆର୍ଥିକ ବ୍ୟୟବରାଦ 15,034.50 କୋଟି ଟଙ୍କା ରହିବ । 15034.50 କୋଟି ଟଙ୍କା ମଧ୍ୟରୁ, କେନ୍ଦ୍ର ସରକାରଙ୍କ ଦେୟ ପରିମାଣ 10,303.20 ଏବଂ ରାଜ୍ୟ ସରକାରଙ୍କ ଭାଗ 4731.30 କୋଟି ଟଙ୍କା ହେବ।

ଲାଭ:

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରୀ ମେଡିକାଲ କଲେଜ/ପ୍ରତିଷ୍ଠାନଗୁଡ଼ିକରେ ଡାକ୍ତରୀ ଆସନ ବୃଦ୍ଧି ପାଇଁ ଯୋଜନାଗୁଡ଼ିକ ଦେଶରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ଉପଲବ୍ଧତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ବିଶେଷକରି ଅନୁନ୍ନତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଉନ୍ନତି ଆସିବ । ଏହା ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ବର୍ତ୍ତମାନ ଭିତ୍ତିଭୂମି ମଧ୍ୟରେ ତୃତୀୟସ୍ତରୀୟ ସ୍ୱାସ୍ଥ୍ୟସେବାର ମୂଲ୍ୟ-ପ୍ରଭାବୀ ବିସ୍ତାରକୁ ମଧ୍ୟ ପ୍ରୋତ୍ସାହିତ କରିବ କାରଣ ସ୍ନାତକୋତ୍ତର ସିଟ୍ ବୃଦ୍ଧି ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କ୍ୟାଡରରେ ବିଶେଷଜ୍ଞଙ୍କ ନିରନ୍ତର ଯୋଗାଣ ସୁନିଶ୍ଚିତ ହେବ। ଏହି ଯୋଜନାଗୁଡ଼ିକ ସ୍ୱାସ୍ଥ୍ୟସେବା ସମ୍ବଳର ସନ୍ତୁଳିତ ଆଞ୍ଚଳିକ ବଣ୍ଟନକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି । ଏହା ବର୍ତ୍ତମାନର ଭିତ୍ତିଭୂମିକୁ ଉପଯୋଗ କରି ଅଧିକ ଖର୍ଚ୍ଚ-ପ୍ରଭାବୀ ହେବ। ଦୀର୍ଘକାଳୀନ ଭାବରେ, ଏହି ଯୋଜନାଗୁଡ଼ିକ ବର୍ତ୍ତମାନ ଏବଂ ପରିବର୍ତ୍ତିତ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବ ।

ନିଯୁକ୍ତି ସୃଷ୍ଟି ସମେତ ପ୍ରଭାବ:

ଯୋଜନାଗୁଡ଼ିକରୁ ଆଶା କରାଯାଉଥିବା ପ୍ରମୁଖ ପ୍ରଭାବ/ଫଳାଫଳ ନିମ୍ନରେ ଦିଆଗଲା:

  1. ଭାରତରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରାଯାଇପାରିବ।
  2. ବିଶ୍ୱ ମାନଦଣ୍ଡ ପୂରଣ କରିବା ପାଇଁ ଡାକ୍ତରୀ ଶିକ୍ଷା ଏବଂ ତାଲିମର ଗୁଣବତ୍ତା ବୃଦ୍ଧି ହେବ।
  3. ଡାକ୍ତର ଓ ବିଶେଷଜ୍ଞଙ୍କ ପର୍ଯ୍ୟାପ୍ତ ଉପଲବ୍ଧତା ଭାରତକୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ବିଦେଶୀ ମୁଦ୍ରା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ସ୍ଥାନିତ କରିପାରିବ।
  4. ବିଶେଷକରି ଅନୁନ୍ନତ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁଗମତାରେ ରହିଥିବା ବ୍ୟବଧାନ ପୂରଣ ହୋଇପାରିବ।
  5. ଡାକ୍ତର, ଅଧ୍ୟାପକ, ସ୍ୱାସ୍ଥ୍ୟକର୍ମୀ, ଗବେଷକ, ପ୍ରଶାସକ ଏବଂ ସହାୟକ ସେବା କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
  6. ସ୍ୱାସ୍ଥ୍ୟ ପ୍ରଣାଳୀରେ ସ୍ଥାୟିତ୍ୱକୁ ସୁଦୃଢ଼ ​​କରିବା ଏବଂ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେବା ସମ୍ଭବ ହେବ।
  7. ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସମାନ ବଣ୍ଟନକୁ ପ୍ରୋତ୍ସାହନ ମିଳିବ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

 

ଏହି ଯୋଜନାଗୁଡ଼ିକର ଲକ୍ଷ୍ୟ ହେଉଛି 2028-2029 ସୁଦ୍ଧା ସରକାରୀ ପ୍ରତିଷ୍ଠାନରେ 5000 ଡାକ୍ତରୀ ସ୍ନାତକୋତ୍ତର ସିଟ୍ ଏବଂ 5023 ସ୍ନାତକ ସିଟ୍ ବୃଦ୍ଧି କରିବା। ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସେବା ଶିକ୍ଷା ଏବଂ କାର୍ଯ୍ୟବଳ ଭିତ୍ତିଭୂମିରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି । ଭାରତରେ ଏବେ 808 ମେଡ଼ିକାଲ କଲେଜ ଅଛି ଯାହା ବିଶ୍ୱରେ ସର୍ବାଧିକ। ଏସବୁ କଲେଜରେ ମୋଟ୍‌ 1 ଲକ୍ଷ 23 ହଜାର 700 ଏମବିବିଏସ ସିଟ୍‌ ରହିଛି । ଗତ ଦଶନ୍ଧି ମଧ୍ୟରେ, 69,352 ରୁ ଅଧିକ ନୂତନ ଏମବିବିଏସ ସିଟ୍ ଯୋଡାଯାଇଛି, ଯାହା 127 ପ୍ରତିଶତ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ 143 ପ୍ରତିଶତ ବୃଦ୍ଧି ସହିତ ଅତିରିକ୍ତ 43,041 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଯୋଡାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future