ସବୁ କ୍ଷେତ୍ରରେ ଚାକିରି ସୃଷ୍ଟି, ନିଯୁକ୍ତି ଯୋଗ୍ୟତା ଓ ସାମାଜିକ ସୁରକ୍ଷା ବଢ଼ାଇବ ଏହି ଯୋଜନା
ଉତ୍ପାଦନ କ୍ଷେତ୍ର ଉପରେ ଧ୍ୟାନ ଏବଂ ପ୍ରଥମ ଥର କାମ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ
ଦୁଇଟି କିସ୍ତିରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ମାସର ମଜୁରୀ ପାଇବେ ପ୍ରଥମ ଥର କାମ କରୁଥିବା ଲୋକ
ଏକ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ଦୁଇ ବର୍ଷରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ସମର୍ଥନ କରିବ ଏହି ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନାରେ ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସବୁ କ୍ଷେତ୍ରରେ ଚାକିରି ସୃଷ୍ଟି, ନିଯୁକ୍ତି ଯୋଗ୍ୟତା ଏବଂ ସାମାଜିକ ସୁରକ୍ଷା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଇଏଲଆଇ ଯୋଜନା ଅଧୀନରେ, ପ୍ରଥମ ଥର କାମକରୁଥିବା ପାଇଁ କର୍ମଚାରୀମାନେ ଗୋଟିଏ ମାସର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ) ପାଇବେ। ନିଯୁକ୍ତିଦାତାମାନଙ୍କୁ ଦୁଇ ବର୍ଷ ଲାଗି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରୋତ୍ସାହନ ଦିଆଯିବ। ଉତ୍ପାଦନ କ୍ଷେତ୍ର ପାଇଁ ଲାଭକୁ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯିବ। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସହିତ ୨୦୨୪-୨୫ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ଯୋଜନାର ପ୍ୟାକେଜର ଅଂଶ ଭାବରେ ଇଏଲଆଇ ଯୋଜନା ଘୋଷଣା କରାଯାଇଥିଲା।

୯୯,୪୪୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଇଏଲଆଇ ଯୋଜନାର ଲକ୍ଷ୍ୟ ହେଉଛି ୨ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା। ଏଥିମଧ୍ୟରୁ ୧.୯୨ କୋଟି ହିତାଧିକାରୀ ପ୍ରଥମ ଥର ପାଇଁ କର୍ମଶକ୍ତିରେ ପ୍ରବେଶ କରିବେ। ଏହି ଯୋଜନାର ଲାଭ ୧ ଅଗଷ୍ଟ, ୨୦୨୫ ରୁ ୩୧ ଜୁଲାଇ, ୨୦୨୭ ମଧ୍ୟରେ ସୃଷ୍ଟି ହୋଇଥିବା ନିଯୁକ୍ତି ପାଇଁ ପ୍ରଯୁଜ୍ୟ ହେବ।

ଏହି ଯୋଜନାର ଦୁଇଟି ଅଂଶ ଅଛି, ପ୍ରଥମ ଥର ଆବେଦନକାରୀଙ୍କ ଉପରେ ଭାଗ-କ ଏବଂ ନିଯୁକ୍ତିଦାତାଙ୍କ ଉପରେ ଭାଗ-ଖ କେନ୍ଦ୍ରିତ:

ଭାଗ କ: ପ୍ରଥମ ଥର କାମ କରୁଥିବା କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ:

ଇପିଏଫଓରେ ପଞ୍ଜିକୃତ ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ଦୃଷ୍ଟିରେ ରଖି, ଏହି ଭାଗ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର ଇପିଏଫ ଦରମା ପ୍ରଦାନ କରିବ। ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଥିବା କର୍ମଚାରୀମାନେ ଏଥିପାଇଁ ଯୋଗ୍ୟ ହେବେ। ପ୍ରଥମ କିସ୍ତି ୬ ମାସର ସେବା ପରେ ଏବଂ ଦ୍ୱିତୀୟ କିସ୍ତି ୧୨ ମାସର ସେବା ଏବଂ କର୍ମଚାରୀଙ୍କ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପ୍ରଦାନ କରାଯିବ। ସଞ୍ଚୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରୋତ୍ସାହନ ରାଶିର ଏକ ଅଂଶ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜମା ଖାତାର ସଞ୍ଚୟ ଉପକରଣରେ ରଖାଯିବ ଏବଂ ପରବର୍ତ୍ତୀ ସମୟରେ କର୍ମଚାରୀ ଏହାକୁ ଉଠାଇପାରିବେ।

ଭାଗ କ ପ୍ରଥମ ଥର କାମ କରୁଥିବା ପ୍ରାୟ ୧.୯୨ କୋଟି କର୍ମଚାରୀଙ୍କୁ ଲାଭ ଦେବ।

ଭାଗ ଖ: ନିଯୁକ୍ତିଦାତାଙ୍କୁ ସହାୟତା:

ଏହି ଭାଗ ସମସ୍ତ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୃଷ୍ଟିକୁ ଅନ୍ତର୍ଭୂକ୍ତ କରିବ, ବିଶେଷ ଭାବରେ ଉତ୍ପାଦନ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ନିଯୁକ୍ତିଦାତାମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଥିବା କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ପାଇବେ। ସରକାର ଅତି କମରେ ଛଅ ମାସ ପାଇଁ ନିରନ୍ତର ନିଯୁକ୍ତି ସହିତ ପ୍ରତ୍ୟେକ ଅତିରିକ୍ତ କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ପାଇଁ ପ୍ରତି ମାସରେ 3000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ। ଉତ୍ପାଦନ କ୍ଷେତ୍ର ପାଇଁ ତୃତୀୟ ଏବଂ ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନକୁ ବିସ୍ତାର କରାଯିବ।

ଇପିଏଫଓରେ ପଞ୍ଜିକୃତ ପ୍ରତିଷ୍ଠାନଗୁଡ଼ିକୁ ଅତି କମରେ ଛଅ ମାସ ପାଇଁ ନିରନ୍ତର ଭିତ୍ତିରେ ଅତି କମରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ (୫୦ ରୁ କମ୍ କର୍ମଚାରୀ ଥିବା ନିଯୁକ୍ତିଦାତାଙ୍କ ପାଇଁ) କିମ୍ବା ପାଞ୍ଚ ଜଣ ଅତିରିକ୍ତ କର୍ମଚାରୀ (୫୦ କିମ୍ବା ଅଧିକ କର୍ମଚାରୀ ଥିବା ନିଯୁକ୍ତିଦାତାଙ୍କ ପାଇଁ)ଙ୍କୁ ନିଯୁକ୍ତି ଦେବାକୁ ପଡିବ।

ପ୍ରୋତ୍ସାହନ ରାଶି ସଂକ୍ରାନ୍ତ ଢାଞ୍ଚା ନିମ୍ନ ମୁତାବକ ହେବ:

ଅତିରିକ୍ତ କର୍ମଚାରୀଙ୍କ ଇପିଏଫ ବେତନ ସ୍ଲାବ୍‌

ନିଯୁକ୍ତିଦାତାଙ୍କୁ ଲାଭ (ପ୍ରତି ମାସ ପିଛା ଅତିରିକ୍ତ ରୋଜଗାର)

୧୦,୦୦୦ ଟଙ୍କା ପର୍ଯ୍ୟନ୍ତ*

୧୦୦୦ ଟଙ୍କା ପର୍ଯ୍ୟନ୍ତ

୧୦,୦୦୦ ଟଙ୍କାରୁ ଅଧିକ ଏବଂ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ

୨୦୦୦ ଟଙ୍କା

୨୦,୦୦୦ ଟଙ୍କାରୁ ଅଧିକ (୧ ଲକ୍ଷ ଟଙ୍କା ମାସିକ ବେତନ ପର୍ଯ୍ୟନ୍ତ)

୩ ହଜାର ଟଙ୍କା

*ଯେଉଁ କର୍ମଚାରୀମାନଙ୍କର ଇପିଏଫ ଦରମା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ, ସେମାନେ ଆନୁପାତିକ ପ୍ରୋତ୍ସାହନ ରାଶି ପାଇବେ।

ଏହି ଅଂଶ ପ୍ରାୟ ୨.୬୦ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ଲାଗି ନିଯୁକ୍ତିଦାତାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ପ୍ରୋତ୍ସାହନ ରାଶି ପଇଠ ବ୍ୟବସ୍ଥା:

ଯୋଜନାର ଭାଗ କ ଅନ୍ତର୍ଗତ ପ୍ରଥମ ଥର ପାଇଁ କର୍ମଚାରୀମାନଙ୍କୁ ସମସ୍ତ ଦେୟ ଆଧାର ବ୍ରିଜ୍ ପେମେଣ୍ଟ ସିଷ୍ଟମ୍ (ଏବିପିଏସ) ବ୍ୟବହାର କରି ଡିବିଟି (ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର) ମୋଡ୍ ମାଧ୍ୟମରେ କରାଯିବ। ଭାଗ ବି ଅଧୀନରେ ନିଯୁକ୍ତିଦାତାମାନଙ୍କୁ ଦେୟ ସିଧାସଳଖ ସେମାନଙ୍କ ପ୍ୟାନ-ସଂଯୁକ୍ତ ଆକାଉଣ୍ଟରେ ଜମା କରାଯିବ।

ଇଏଲଆଇ ଯୋଜନା ସହିତ, ସରକାର ସମସ୍ତ କ୍ଷେତ୍ରରେ, ବିଶେଷକରି ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା ସହିତ ପ୍ରଥମ ଥର କର୍ମଶକ୍ତିରେ ଯୋଗଦାନ କରୁଥିବା ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି। ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ରୂପେ କୋଟି କୋଟି ଯୁବକ ଏବଂ ଯୁବତୀଙ୍କୁ ସାମାଜିକ ସୁରକ୍ଷା ଲାଭ ପ୍ରଦାନ କରି ଦେଶର କର୍ମଶକ୍ତିର ଆନୁଷ୍ଠାନିକୀକରଣ ମଧ୍ୟ ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India surpasses US to become second fastest growing solar energy market

Media Coverage

India surpasses US to become second fastest growing solar energy market
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026