୨୦୨୮-୨୯ ସୁଦ୍ଧା ୧,୨୬୪ କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ବଲ୍ଲାରୀ - ଗୁଣ୍ଟାକାଲ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନକୁ ମଞ୍ଜୁରୀ ଦେଇଛି ଯାହାର ମୋଟ ମୂଲ୍ୟ ୧୨୬୪ କୋଟି ଟଙ୍କା (ପ୍ରାୟ)।

ଏହି ପ୍ରକଳ୍ପଟି ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ପ୍ରସ୍ତୁତ କରାଯାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମନ୍ୱିତ ଯୋଜନା ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ପରାମର୍ଶ ମାଧ୍ୟମରେ ମଲ୍ଟି-ମୋଡାଲ୍ କନେକ୍ଟିଭିଟି ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା। ଏହି ପ୍ରକଳ୍ପ ଦ୍ୱାରା ଯାତ୍ରୀ, ପଣ୍ୟଦ୍ରବ୍ୟ ଏବଂ ସେବାର ସୁଗମ ଓ ସହଜ ଯାତାୟାତ ସମ୍ଭବ ହୋଇପାରିବ। 

ଏହି ପ୍ରକଳ୍ପ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟର ୦୩ ଟି ଜିଲ୍ଲାକୁ କଭର କରି ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କକୁ ପ୍ରାୟ ୪୬ କିଲୋମିଟର ବୃଦ୍ଧି କରିବ। ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ସାତ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୯୯ ଗ୍ରାମରେ ସଂଯୋଗୀକରଣକୁ ବୃଦ୍ଧି କରିବ। କ୍ଷମତା ବୃଦ୍ଧି ବଲ୍ଲାରୀ ଦୁର୍ଗ, ଶ୍ରୀ କୁମାର ସ୍ୱାମୀ ମନ୍ଦିର ଇତ୍ୟାଦି ସମେତ ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରେଳ ସଂଯୋଗୀକରଣକୁ ଉନ୍ନତ କରିବ।

ପ୍ରସ୍ତାବିତ ପ୍ରକଳ୍ପ ଲୁହା ଖଣିଜ, ଡୋଲୋମାଇଟ୍, ଚୂନପଥର, ଲୁହା ଏବଂ ଇସ୍ପାତ, କୋଇଲା, ସାର, ଖାଦ୍ୟ ଶସ୍ୟ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ୧୬.୨୨ ଏମଟିପିଏ (ପ୍ରତିବର୍ଷ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ଦକ୍ଷ ପଦ୍ଧତି ହୋଇଥିବାରୁ, ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ, ତୈଳ ଆମଦାନୀ (୧.୩୨ କୋଟି ଲିଟର) ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୬.୬୭ କୋଟି କିଲୋଗ୍ରାମ) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା ୦.୨୭ କୋଟି ଗଛ ଲଗାଇବା ସହିତ ସମାନ।

ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଯଥେଷ୍ଟ ବୃଦ୍ଧି କରିବ, ଯାହା ଫଳରେ ଭାରତୀୟ ରେଳବାଇ ପାଇଁ କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ଉନ୍ନତ ହେବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ସହିତ ସଙ୍ଗତ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ଦ୍ୱାରା "ଆତ୍ମନିର୍ଭର" କରିବ ଯାହା ସେମାନଙ୍କର ନିଯୁକ୍ତି / ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi