ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ବିମ୍ସଟେକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଲେ ପ୍ରଧାନମନ୍ତ୍ରୀ

ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି ।

ଯୋଗାଯୋଗ, ଶକ୍ତି, ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ବିଜ୍ଞାନ, ନିରାପତ୍ତା ଏବଂ ନାଗରିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗୋଷ୍ଠୀ ସହିତ ଫଳପ୍ରଦ ଆଲୋଚନା କରିଥିଲେ । ଆର୍ଥିକ ଓ ସାମାଜିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିମ୍ସଟେକ୍ ର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ, ସ୍ଥିର ଓ ସୁରକ୍ଷିତ ବିମ୍ସଟେକ୍ ଅଞ୍ଚଳ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏଥିସହିତ ଭାରତର ପଡ଼ୋଶୀ ପ୍ରଥମ ଓ ଲୁକ୍ ଇଷ୍ଟ ନୀତି ତଥା ଏହି ଅଞ୍ଚଳରେ ସମସ୍ତଙ୍କ ନିରାପତ୍ତା ଓ ଅଭିବୃଦ୍ଧି ପାଇଁ ସାଗର ସଂକଳ୍ପ ଉପରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Bombay, Columbia Univ to set up AI centre for manufacturing innovation

Media Coverage

IIT Bombay, Columbia Univ to set up AI centre for manufacturing innovation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership