ଗଗନଯାନର ପରବର୍ତ୍ତୀ ମିଶନ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠାକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ୍‌: ବିଏଏସ୍‌ ର ପ୍ରଥମ ୟୁନିଟ୍‌ ପ୍ରତିଷ୍ଠା ଏବଂ ତତ୍‌ସଂକ୍ରାନ୍ତ ମିଶନକୁ ସାମିଲ କରିବା ଲାଗି ଗଗନଯାନ-ଭାରତର ମାନବବାହୀ ମହାକାଶଯାନ କାର୍ଯ୍ୟକ୍ରମରେ ସଂଶୋଧନ
ମହାକାଶ କେନ୍ଦ୍ର ଏବଂ ଊର୍ଦ୍ଧ୍ୱକୁ ଅଧିକ ମିଶନ୍‌ ପାଇଁ ମାନବବାହୀ ମହାକାଶ ଯାନ କାର୍ଯ୍ୟକ୍ରମ ଜାରି ରହିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗଗନଯାନ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ୟୁନିଟ୍ ନିର୍ମାଣ କୁ ମଞ୍ଜୁରୀ ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ-୧)ର ପ୍ରଥମ ମଡ୍ୟୁଲର ବିକାଶ ଏବଂ ବିଏଏସ ନିର୍ମାଣ ଓ ପରିଚାଳନା ପାଇଁ ବିଭିନ୍ନ ଜ୍ଞାନକୌଶଳ ପ୍ରଦର୍ଶନ ଓ ପ୍ରମାଣିତ କରିବା ପାଇଁ ମିଶନ ହାତକୁ ନେବା ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି । ଗଗନଯାନ କାର୍ଯ୍ୟକ୍ରମର ପରିସର ଓ ପାଣ୍ଠି ବିନିଯୋଗରେ ସଂଶୋଧନ କରି ବିଏଏସ୍ ଓ ପୂର୍ବଅଭିଯାନ ଅଭିଯାନ ନିମନ୍ତେ ନୂତନ ବିକାଶ ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମ ପୂରଣ ପାଇଁ ଅତିରିକ୍ତ ଆବଶ୍ୟକତା ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି ।

ବିଏଏସ୍ ପାଇଁ ବିକାଶ ଓ ପୂର୍ବ ଅଭିଯାନର ପରିସରଭୁକ୍ତ କରିବା, ଏକ ଅତିରିକ୍ତ ମାନବବିହୀନ ମିଶନ କାର୍ଯ୍ୟକାରୀ କରିବା ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମର ବିକାଶ ପାଇଁ ଅତିରିକ୍ତ ହାର୍ଡୱେର ଆବଶ୍ୟକତାକୁ ପୂରଣ କରିବା ଲାଗି ଗଗନଯାନ କାର୍ଯ୍ୟକ୍ରମରେ ସଂଶୋଧନ କରାଯାଇଛି । ବର୍ତ୍ତମାନ ପ୍ରଯୁକ୍ତି ବିକାଶ ଓ ପ୍ରଦର୍ଶନର ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଆଠଟି ମିଶନ ମାଧ୍ୟମରେ ଡିସେମ୍ବର ୨୦୨୮ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର (ବିଏଏସ୍‌-୧)ର ପ୍ରଥମ ୟୁନିଟ୍‌ ଆରମ୍ଭ କରି ସମ୍ପୂର୍ଣ୍ଣ କରାଯିବ।

ଡିସେମ୍ବର ୨୦୧୮ରେ ଅନୁମୋଦନ କରାଯାଇଥିବା ଗଗନଯାନ କାର୍ଯ୍ୟକ୍ରମରେ ମାନବ ମହାକାଶ ଯାନକୁ ପୃଥିବୀର ନିମ୍ନ କକ୍ଷପଥ ବା ଲୋ ଆର୍ଥ ଅର୍ବିଟ୍ (ଏଲ୍ଇଓ)କୁ ନେବା ଏବଂ ଦୀର୍ଘକାଳୀନ ଭାବେ ଭାରତୀୟ ମାନବ ମହାକାଶ ଅନୁସନ୍ଧାନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଜ୍ଞାନକୌଶଳର ମୂଳଦୁଆ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଅମୃତ କାଳରେ ମହାକାଶ ପାଇଁ ଅନ୍ୟାନ୍ୟ ଜିନିଷ, ୨୦୩୫ ସୁଦ୍ଧା କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରିକ୍ଷ ଷ୍ଟେସନ ଏବଂ ୨୦୪୦ ସୁଦ୍ଧା ଭାରତୀୟ କ୍ରୁଡ ଲୁନାର ମିଶନ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦୀର୍ଘ କାଳୀନ ମାନବ ମହାକାଶ ଅଭିଯାନ ଏବଂ ଚନ୍ଦ୍ର ଏବଂ ଏହା ବାହାରେ ଅଧିକ ଅନୁସନ୍ଧାନ ପାଇଁ ଆବଶ୍ୟକ ଦକ୍ଷତା ବିକାଶ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅଗ୍ରଣୀ ମହାକାଶ ପ୍ରେମୀ ରାଷ୍ଟ୍ର ଯଥେଷ୍ଟ ପ୍ରୟାସ ଏବଂ ପୁଞ୍ଜିନିବେଶ କରୁଛନ୍ତି । ଅମୃତକାଳରେ ମହାକାଶ ପାଇଁ ଅନ୍ୟାନ୍ୟ ଲକ୍ଷ୍ୟ ବ୍ୟତୀତ ୨୦୩୫ ସୁଦ୍ଧା କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଏବଂ ୨୦୪୦ ସୁଦ୍ଧା ଭାରତୀୟଙ୍କୁ ଚନ୍ଦ୍ରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଦୀର୍ଘ କାଳୀନ ମାନବ ମହାକାଶ ଅଭିଯାନ ଏବଂ ଚନ୍ଦ୍ର ଓ ଏହା ଠାରୁ ଊର୍ଦ୍ଧ୍ବରେ ଅଧିକ ଅନୁସନ୍ଧାନ ପାଇଁ ଆବଶ୍ୟକ ସାମର୍ଥ୍ୟ ବିକାଶ ଏବଂ କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ଅଗ୍ରଣୀ ମହାକାଶ ପ୍ରେମୀ ରାଷ୍ଟ୍ର ଯଥେଷ୍ଟ ପ୍ରୟାସ ଓ ଏ ଦିଗରେ ପୁଞ୍ଜିନିବେଶ କରୁଛନ୍ତି ।

ଗଗନଯାନ କାର୍ଯ୍ୟକ୍ରମ ଇସ୍ରୋ ଦ୍ୱାରା ପରିଚାଳିତ ଏକ ଜାତୀୟ ପ୍ରୟାସ ହେବ, ଯେଉଁଥିରେ ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟନ୍ୟ ଜାତୀୟ ସଂସ୍ଥା ଅଂଶୀଦାର ଭାବରେ ସହଯୋଗ କରିବେ । ଇସ୍ରୋ ଭିତରେ ସ୍ଥାପିତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ଜରିଆରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ। ଦୀର୍ଘମିଆଦୀ ମାନବ ମହାକାଶ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳ ର ବିକାଶ ଏବଂ ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଇସ୍ରୋ ୨୦୨୬ ସୁଦ୍ଧା ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମ ଅଧୀନରେ ୪ଟି ଅଭିଯାନ ଆରମ୍ଭ କରିବ ଏବଂ ଡିସେମ୍ବର, ୨୦୨୮ ସୁଦ୍ଧା ବିଏଏସ ପାଇଁ ବିଭିନ୍ନ ଜ୍ଞାନକୌଶଳର ପ୍ରଦର୍ଶନ ଓ ପ୍ରମାଣିକରଣ ନିମନ୍ତେ ବିଏଏସର ପ୍ରଥମ ମଡ୍ୟୁଲ ତଥା ଚାରିଟି ଅଭିଯାନ ଆରମ୍ଭ କରିବ ।

ପୃଥିବୀର ନିମ୍ନ କକ୍ଷପଥକୁ ମାନବ ମହାକାଶ ଅଭିଯାନ ପାଇଁ ଦେଶ ଅତ୍ୟାବଶ୍ୟକ ବୈଷୟିକ କ୍ଷମତା ହାସଲ କରିବ। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଭଳି ଜାତୀୟ ମହାକାଶ ଭିତ୍ତିକ କେନ୍ଦ୍ର ମାଇକ୍ରୋଗ୍ରାଭିଟି ଭିତ୍ତିକ ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ । ଏହା ଦ୍ୱାରା ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ପାଇବ ଏବଂ ଗବେଷଣା ଓ ବିକାଶର ପ୍ରମୁଖ କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ। ମାନବ ମହାକାଶ କାର୍ଯ୍ୟକ୍ରମରେ ଉଦ୍ୟୋଗ କ୍ଷେତ୍ରର ଅଂଶଗ୍ରହଣ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଫଳରେ ବିଶେଷକରି ମହାକାଶ ଓ ଆନୁସଙ୍ଗିକ ଦିଗ ଉପରେ ଆଧାରିତ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବୃଦ୍ଧି ପାଇବ।

ପୂର୍ବରୁ ଅନୁମୋଦିତ କାର୍ଯ୍ୟକ୍ରମରେ ୧୧,୧୭୦ କୋଟି ଟଙ୍କାର ନିଟ୍ ଅତିରିକ୍ତ ପାଣ୍ଠି ସହିତ, ସଂଶୋଧିତ ପରିସରକୁ ନେଇ ଗଗନଯାନ କାର୍ଯ୍ୟକ୍ରମ ପାଇଁ ସମୁଦାୟ ପାଣ୍ଠିକୁ ୨୦,୧୯୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ବିଶେଷ କରି ଦେଶର ଯୁବପିଢ଼ିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ସହ ମାଇକ୍ରୋଗ୍ରାଭିଟି ଭିତ୍ତିକ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ବିକାଶ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଫଳସ୍ୱରୂପ ଉଦ୍ଭାବନ ଏବଂ ବୈଷୟିକ ପରିବର୍ତ୍ତନ ସମାଜକୁ ବ୍ୟାପକ ଭାବେ ଉପକୃତ କରିବ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.