ଆନ୍ଥ୍ରୋପିକର ସିଇଓ ଶ୍ରୀ ଡାରିଓ ଆମୋଦେଇ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ସମୟରେ, ଭାରତରେ ଆନ୍ଥ୍ରୋପିକର ସମ୍ପ୍ରସାରଣ ଏବଂ କ୍ଲାଉଡ କୋଡ ସମେତ ଏହାର ଏଆଇ ଉପକରଣଗୁଡିକର ବର୍ଦ୍ଧିତ ବ୍ୟବହାର ଉପରେ ଆଲୋଚନା ହୋଇଥିଲା । ଜୁନ ମାସରୁ ଦେଶରେ ଏହାର ବ୍ୟବହାର ପାଞ୍ଚ ଗୁଣ ବୃଦ୍ଧି ପାଇଛି ।

ଶ୍ରୀ ମୋଦୀ ଭାରତର ସ୍ପନ୍ଦନଶୀଳ ଟେକ-ଇକୋସିଷ୍ଟମ ଏବଂ ମାନବ କୈନ୍ଦ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଏଆଇ ନବାଚାର ଆଗକୁ ବଢ଼ାଇବାରେ ଏହାର ପ୍ରତିଭାଶାଳୀ ଯୁବପିଢ଼ିଙ୍କ ଅପାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ସେ ଆନ୍ଥ୍ରୋପିକର ପ୍ରସାରକୁ ସ୍ୱାଗତ କରିଥିଲେ ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ସହଭାଗୀତା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତର ଏଆଇ କ୍ଷମତାକୁ ଆହୁରି ସୁଦୃଢ଼ କରିବ।

ଶ୍ରୀ ଆମୋଦେଇ ଏଆଇ ନୀତି ପ୍ରତି ଭାରତର ସକ୍ରିୟ ଆଭିମୁଖ୍ୟ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଗୁରୁତ୍ୱକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆପଣଙ୍କୁ ଭେଟି ଖୁସି ହେଲି । ଭାରତର ସ୍ପନ୍ଦନଶୀଳ ଟେକ୍ନୋଲୋଜି ଇକୋସିଷ୍ଟମ ଏବଂ ପ୍ରତିଭାଶାଳୀ ଯୁବପିଢ଼ି, ମାନବ-କୈନ୍ଦ୍ରିକ ଏବଂ ଦାୟିତ୍ୱପୂର୍ଣ୍ଣ ଏଆଇ ନବାଚାରକୁ ଆଗେଇ ନେଉଛନ୍ତି । ଆମେ ଆନ୍ଥ୍ରୋପିକର ସମ୍ପ୍ରସାରଣକୁ ସ୍ୱାଗତ କରୁଛୁ ଏବଂ ପ୍ରମୁଖ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ନିମନ୍ତେ ଏଆଇକୁ ଉପଯୋଗ କରିବା ପାଇଁ ଏକାଠି କାମ କରିବାକୁ ଉତ୍ସାହୀ ଅଛୁ ।

@DarioAmodei”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi