ପ୍ରଧାନମନ୍ତ୍ରୀ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୬,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରିଛନ୍ତି
ପ୍ରକଳ୍ପରେ ବିଳମ୍ବ କେବଳ ଖର୍ଚ୍ଚ ବୃଦ୍ଧି କରେ ନାହିଁ ବରଂ ଜନସାଧାରଣଙ୍କୁ ପ୍ରକଳ୍ପର ଉଦ୍ଦିଷ୍ଟ ଲାଭରୁ ମଧ୍ୟ ବଞ୍ଚିତ କରେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଏକ ପେଡ୍ ମା କେ ନାମ" ଅଭିଯାନ ପ୍ରକଳ୍ପ ର ବିକାଶ କରିବା ସମୟରେ ପରିବେଶକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ
ପ୍ରଧାନମନ୍ତ୍ରୀ ଅମୃତ ୨.୦ ର ସମୀକ୍ଷା କରିଥିଲେ ଏବଂ ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ଯୋଜନା ଅଧୀନରେ କାର୍ଯ୍ୟଗୁଡ଼ିକର ବ୍ୟକ୍ତିଗତ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ
ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟଗୁଡ଼ିକ ସହରଗୁଡ଼ିକର ଅଭିବୃଦ୍ଧି ସମ୍ଭାବନା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା କରିବା ଉଚିତ
ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ସମ୍ବନ୍ଧୀୟ ଜନସାଧାରଣଙ୍କ ଅଭିଯୋଗର ସମୀକ୍ଷା କରିଥିଲେ ଏବଂ ମିଶନ ଅମୃତ ସରୋବରରେ କାର୍ଯ୍ୟ ଜାରି ରଖିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ପ୍ରଗତିର ୪୪ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ତୃତୀୟ ପାଳିରେ ଏହା ଥିଲା ପ୍ରଥମ ବୈଠକ।

ଏହି ବୈଠକରେ ସଡ଼କ ଯୋଗାଯୋଗ ସମ୍ବନ୍ଧୀୟ ୨ଟି ପ୍ରକଳ୍ପ, ୨ଟି ରେଳ ପ୍ରକଳ୍ପ ଏବଂ କୋଇଲା, ଶକ୍ତି ଓ ଜଳସମ୍ପଦ କ୍ଷେତ୍ରର ଗୋଟିଏ ଲେଖାଏଁ ପ୍ରକଳ୍ପ ସମେତ ୭ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୭୬,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ଏହା ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଓଡ଼ିଶା, ଗୋଆ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଦିଲ୍ଲୀ ସହିତ ଜଡ଼ିତ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର କିମ୍ବା ରାଜ୍ୟ ସ୍ତରରେ ସରକାରଙ୍କ ପ୍ରତ୍ୟେକ ଅଧିକାରୀଙ୍କୁ ସଚେତନ କରାଯିବା ଆବଶ୍ୟକ ଯେ ପ୍ରକଳ୍ପଗୁଡ଼ିକରେ ବିଳମ୍ବ କେବଳ ଖର୍ଚ୍ଚ ବୃଦ୍ଧି କରେ ନାହିଁ ବରଂ ଜନସାଧାରଣଙ୍କୁ ପ୍ରକଳ୍ପର ଉଦ୍ଦିଷ୍ଟ ଲାଭରୁ ମଧ୍ୟ ବଞ୍ଚିତ କରେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଏକ ପେଡ୍ ମା କେ ନାମ" ଅଭିଯାନ ପ୍ରକଳ୍ପ ର ବିକାଶ କରିବା ସମୟରେ ପରିବେଶକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଅମୃତ ୨.୦ ଏବଂ ଜଳ ଜୀବନ ମିଶନ ସମ୍ବନ୍ଧୀୟ ଜନ ଅଭିଯୋଗର ମଧ୍ୟ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମିଳିତ ଭାବେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ସମସ୍ୟାର ସମାଧାନ କରିଥାଏ। ଜଳ ଏକ ମୌଳିକ ମାନବ ଆବଶ୍ୟକତା ଏବଂ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଅଭିଯୋଗର ଗୁଣାତ୍ମକ ସମାଧାନ ରାଜ୍ୟ ସରକାରମାନେ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାର ସଫଳତା ପାଇଁ ଜଳ ଜୀବନ ପ୍ରକଳ୍ପଗୁଡିକର ପର୍ଯ୍ୟାପ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଏବଂ ଅପରେସନ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଯୁବକମାନଙ୍କୁ ଦକ୍ଷ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜିଲ୍ଲାସ୍ତରରେ ଜଳ ସମ୍ପଦ ସର୍ବେକ୍ଷଣ ଆୟୋଜନ କୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ଉତ୍ସ ସ୍ଥାୟୀତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ମୁଖ୍ୟ ଶାସନ ସଚିବମାନଙ୍କୁ ଅମୃତ ୨.୦ ଅଧୀନରେ କାର୍ଯ୍ୟଗୁଡ଼ିକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସହରଗୁଡ଼ିକର ଅଭିବୃଦ୍ଧି ସମ୍ଭାବନା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ଯୋଜନା କରିବା ଉଚିତ୍ । ସହର ପାଇଁ ପାନୀୟ ଜଳ ଯୋଜନା ପ୍ରସ୍ତୁତ କରିବା ସମୟରେ ଅର୍ଦ୍ଧ-ସହରାଞ୍ଚଳକୁ ମଧ୍ୟ ଧ୍ୟାନରେ ରଖାଯିବା ଦରକାର କାରଣ ସମୟ କ୍ରମେ ଏହି ଅଞ୍ଚଳଗୁଡ଼ିକ ମଧ୍ୟ ସହର ସୀମାରେ ଅନ୍ତର୍ଭୁକ୍ତ ହେଉଛି। ଦେଶରେ ଦ୍ରୁତ ସହରୀକରଣକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଶାସନରେ ସଂସ୍କାର, ବ୍ୟାପକ ନଗର ଯୋଜନା, ସହରାଞ୍ଚଳ ପରିବହନ ଯୋଜନା ଏବଂ ପୌର ଆର୍ଥିକ ବ୍ୟବସ୍ଥା ସମୟର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରଗୁଡିକର ବଢୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଭଳି ପଦକ୍ଷେପର ଲାଭ ଉଠାଇବା ଆବଶ୍ୟକ । ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ସହରୀକରଣ ଏବଂ ପାନୀୟ ଜଳର ଅନେକ ଦିଗ ଉପରେ ଆଲୋଚନା ହୋଇଛି ଏବଂ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ନିଜେ ମୁଖ୍ୟ ଶାସନ ସଚିବମାନେ ସମୀକ୍ଷା କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମିଶନ ଅମୃତ ସରୋବର କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ସଚିବମାନଙ୍କୁ କହିଛନ୍ତି । ସେ କହିଥିଲେ ଯେ ଅମୃତ ସରୋବର ଜଳ ଭଣ୍ଡାର ଅଞ୍ଚଳକୁ ପରିଷ୍କାର ରଖିବା ସହ ଗ୍ରାମ ସମିତି ର ସମ୍ପୃକ୍ତିରେ ଆବଶ୍ୟକତା ଅନୁଯାୟୀ ଏହି ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯିବା ଉଚିତ ।

ପ୍ରଗତି ବୈଠକର ୪୪ତମ ସଂସ୍କରଣ ସୁଦ୍ଧା ସମୁଦାୟ ୧୮.୧୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ୩୫୫ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches UPI at department store in France

Media Coverage

India launches UPI at department store in France
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights India's defence transformation over the last decade
June 17, 2026

The Prime Minister, Shri Narendra Modi has highlighted the significant transformation witnessed in India’s defence capabilities over the last decade.

Shri Modi said that India’s defence capabilities have undergone a major transformation, guided by the vision of self-reliance and powered by innovation, technology and indigenous manufacturing.

The Prime Minister noted that the progress made in the defence sector over the last 12 years reflects India’s growing focus on strengthening national security through self-reliance.

The Prime Minister further stated that India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

The Prime Minister wrote on X;

“India’s defence capabilities have witnessed significant transformation over the last decade, guided by the vision of self-reliance and powered by innovation, technology and indigenous manufacturing.

This thread gives a glimpse of the strides India has made in the defence sector over the last 12 years.

#12YearsOfSurakshitBharat”

“This thread explains how India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

#12YearsOfSurakshitBharat”