ବାହାନ ସ୍କ୍ରାପିଂ ନୀତି ଶୁଭାରମ୍ଭ ହୋଇଛି
ଏକ ବ୍ୟବହାର୍ଯ୍ୟ ସାର୍କୁଲାର ଅର୍ଥନୀତି ସୃଷ୍ଟି କରିବା ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ ମୋଦୀ
ବାହାନ ସ୍କ୍ରାପିଂ ପରିବେଶ ଅନୁକୂଳ ପଦ୍ଧତିରେ ଅନୁପଯୁକ୍ତ ଓ ପ୍ରଦୂଷଣ ବଢାଉଥିବା ବାହାନଗୁଡିକୁ ପର୍ଯ୍ୟାୟ କ୍ରମେ ହଟାଇବାରେ ସାହାଯ୍ୟ କରିବ :ପ୍ରଧାନମନ୍ତ୍ରୀ
ସ୍ୱଚ୍ଛ, ଭିଡ଼ ମୁକ୍ତ ଏବଂ ସୁବିଧାଜନକ ଗତିଶୀଳତାର ଲକ୍ଷ୍ୟ ହେଉଛି ଏକବିଂଶ ଶତାବ୍ଦୀର ଭାରତ ପାଇଁ ସମୟର ଆବଶ୍ୟକତା:ପ୍ରଧାନମନ୍ତ୍ରୀ
ଏହି ନୀତି 10 ହଜାର କୋଟିରୁ ଅଧିକ ଟଙ୍କାର ନୂତନ ନିବେଶ ଆଣିବ ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ
ବର୍ଜ୍ୟବସ୍ତୁ-ରୁ-ଧନ ସୃଷ୍ଟିର ଚକ୍ରୀୟ ଅର୍ଥନୀତିରେ ନୂତନ ସ୍କ୍ରାପିଂ ନୀତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍: ପ୍ରଧାନମନ୍ତ୍ରୀ
ପୁରୁଣା ବାହାନରେ ସ୍କ୍ରାପିଂ ସାର୍ଟିଫିକେଟ୍ ଥିବା ଲୋକଙ୍କୁ ନୂତନ ବାହାନ କ୍ରୟ ଉପରେ ପଞ୍ଜୀକରଣ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ଏବଂ ରୋଡ଼ ଟ୍ୟାକ୍ସ ମଧ୍ୟ ଛାଡ କରାଯିବ: ପ୍ରଧାନମନ୍ତ୍ରୀ
ଇଥାନଲ୍, ହାଇଡ୍ରୋଜେନ୍ ଇନ୍ଧନ; ବିଦ୍ୟୁତ୍ ଆଧାରିତ ଗତିଶୀଳତା ; ଗବେଷଣା ଏବଂ ବିକାଶ ଏବଂ ଭିତ୍ତିଭୂମିରେ ଶିଳ୍ପ ଜଗତର ସକ୍ରିୟ ଅଂଶଗ୍ରହଣ ଆବଶ୍ୟକତା ଅଛି : ପ୍ରଧାନମନ୍ତ୍ରୀ

ନମସ୍କାର,

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନିତୀନ ଗଡ଼କରୀ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣୀ ମହାଶୟ, ଅଟୋ ଉଦ୍ୟୋଗ ସହିତ ଜଡିତ ସମସ୍ତ ହିତଧାରକ, ସମସ୍ତ ଓଇଏମ ଆସୋସିଏସନ, ମେଟଲ ଏବଂ ସ୍କ୍ରାପିଂ ଉଦ୍ୟାଗର ସମସ୍ତ ସଦସ୍ୟ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

75 ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜିର ଏହି କାର୍ଯ୍ୟକ୍ରମ, ଆତ୍ମନିର୍ଭର ଭାରତର ବଡ଼ ଲକ୍ଷ୍ୟକୁ ସିଦ୍ଧ କରିବା ଦିଗରେ ହେଉଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଆଜି ଦେଶ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତିର ଶୁଭାରମ୍ଭ କରୁଛି । ଏହି ନୀତି ନୂଆ ଭାରତର ଗତିଶୀଳତାକୁ, ଅଟୋ ସେକ୍ଟରକୁ ନୂତନ ପରିଚୟ ଦେବାକୁ ଯାଉଛି । ଦେଶରେ ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣର ଆଧୁନିକତାକୁ, ଚଳାଚଳ ଅନୁପଯୋଗୀ ଯାନକୁ ଏକ ବୈଜ୍ଞାନିକ ପଦ୍ଧତିରେ ସଡ଼କରୁ ହଟାଇବା ପାଇଁ ଏହି ନୀତି ବହୁତ ବଡ଼ ଭୂମିକା ତୁଲାଇବ। ଦେଶର ପ୍ରାୟତଃ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଶିଳ୍ପ, ପ୍ରତ୍ୟେକ କ୍ଷେତ୍ରରେ ଏହାଦ୍ୱାରା ସକରାତ୍ମକ ପରିବର୍ତନ ଆସିବ।

ସାଥୀଗଣ,

ଆପଣମାନେ ସମସ୍ତେ ଜାଣନ୍ତି ଯେ ଦେଶର ଅର୍ଥବ୍ୟବସ୍ଥା ପାଇଁ ଗତିଶୀଳତା ହେଉଛି କେତେ ବଡ଼ କାରଣ । ଗତିଶୀଳତାରେ ଆସିଥିବା ଆଧୁନିକତା, ଯ।ତ୍ରା ଏବଂ ପରିବହନର ବୋଝକୁ ହ୍ରାସ କରିଥାଏ, ଆର୍ଥିକ ବିକାଶ ପାଇଁ ମଧ୍ୟ ସାହାଯ୍ୟ​‌କାରୀ ପ୍ରମାଣିତ ହୋଇଥାଏ । ଏକବିଂଶ ଶତାବ୍ଦୀର ଭାରତ ସ୍ୱଚ୍ଛ, ଭିଡ଼ମୁକ୍ତ ଏବଂ ସୁବିଧାଜନକ ଗତିଶୀଳତାର ଲକ୍ଷ୍ୟକୁ ନେଇ ଚାଲିବା, ଏହା ହେଉଛି ଆଜିକାର ସମୟର ଆହ୍ବାନ । ଆଉ ଏଥିାଇଁ ସରକାରଙ୍କ ଦ୍ୱାରା ଆଜି ଏହି ପଦକ୍ଷେପ ନିଆଯାଇଛି। ଆଉ ଏଥିରେ ଶିଳ୍ପର ଆପଣ ସମସ୍ତ ମହାନୁଭବଙ୍କର, ହିତଧାରକମାନଙ୍କର ବହୁତ ବଡ଼ ଭୂମିକା ରହିଛି।

ସାଥୀଗଣ,

ନୂତନ ସ୍କ୍ରାପିଂ ନୀତି, ଆବର୍ଜନାରୁ ସମ୍ପଦ - କଚରାରୁ କଞ୍ଚନର ଅଭିଯାନରେ, ବୃତ୍ତାକାର ଅର୍ଥନୀତି (ସର୍କୁଲାର ଇକୋନମୀ)ର ଏକ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳ ରହିଛି । ଏହି ନୀତି, ଦେଶର ସହର ଗୁଡ଼ିକରୁ ପ୍ରଦୂଷଣ କମ୍‍ କରିବା ଏବଂ ପର୍ଯ୍ୟାବରଣର ସୁରକ୍ଷା ସହିତ ଦ୍ରୁତ ବିକାଶର ଆମର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ପୁନଃବ୍ୟବହାର, ପୁନଃଚକ୍ରଣ ଏବଂ ପୁନରୁଦ୍ଧାର ସିଦ୍ଧାନ୍ତ ଉପରେ ଚାଲି ଏହି ନୀତି ଅଟୋ ସେକ୍ଟରରେ, ମେଟାଲ ବା ଧାତୁ କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ମଧ୍ୟ ନୂତନ ଉର୍ଜ୍ଜା ଦେବ । କେବଳ ଏତିକି ହିଁ ନୁହେଁ, ଏହି ନୀତି, ଦେଶରେ 10 ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକର ନୂତନ ନିବେଶ ଆଣିବ ଏବଂ ହଜାର- ହଜାର ରୋଜଗାରର ସୃଷ୍ଟି କରିବ।

ସାଥୀଗଣ,

ଆଜି ଯେଉଁ କାର୍ଯ୍ୟକ୍ରମ ଆମେ ଶୁଭାରମ୍ଭ କରିଛୁ, ତାହାର ସମୟସୀମା ହେଉଛି ନିଜକୁ ନିଜ ମଧ୍ୟରେ ବହୁତ ସ୍ବତନ୍ତ୍ର । ଆମେ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିବାକୁ ଯାଉଛୁ। ଏହିଠାରୁ ଦେଶ ପାଇଁ ଆଗାମୀ 25 ବର୍ଷ ହେଉଛି ବହୁତ ଗୁରୁତ୍ୱୂର୍ଣ୍ଣ । ଆଗାମୀ ଏହି 25 ବର୍ଷରେ ଆମର କାର୍ଯ୍ୟ କରିବାର କୌଶଳମାନ, ଆମର ଦୈନନ୍ଦିନ ଜୀବନ ଆମର ବ୍ୟବସାୟ- କାରବାରରେ ଅନେକ- ଅନେକ ପରିବର୍ତ୍ତନ ହେବାକୁ ଯ।ଉଛି, ହେବ ମଧ୍ୟ । ଯେଉଁଭଳି ଭାବେ ଟେକ୍ନୋଲୋଜିରେ ପରିବର୍ତନ ହେଉଛି, ଆମର ଦିନଚର୍ଯ୍ୟା ହେଉ ଅବା ଆମର ଅର୍ଥନୀତି, ଦୁଇଟି ଯାକରେ ବହୁତ ପରିବର୍ତ୍ତନ ହେବ । ଏହି ପରିବର୍ତ୍ତନ ମଧ୍ୟରେ ଆମର ପରିବେଶ, ଆମର କୃଷିକ୍ଷେତ୍ର, ଆମର ସଂସାଧନ, ଆମର କଞ୍ଚାମାଲ, ଏ ସବୁଗୁଡ଼ିକର ସୁରକ୍ଷା ମଧ୍ୟ ହେଉଛି ସେତିକି ଜରୁରୀ । ଟେକ୍ନୋଲୋଜିକୁ ଗତିଶୀଳ କରିବା ଭଳି ଦୁର୍ଲଭ ଆର୍ଥ ମେଟାଲ ଯେଉଁଗୁଡ଼ିକ ଆଜି ମଧ୍ୟ ଦୁର୍ଲଭ, କିନ୍ତୁ ଯେଉଁ ଧାତୁଗୁଡ଼ିକ ଆଜି ଉପଲବ୍ଧ ରହିଛି, ସେଗୁଡ଼ିକ ମଧ୍ୟ କେତେବେଳେ ଦୁର୍ଲଭ ହେବ, ଏହା ମଧ୍ୟ କହିବା କଷ୍ଟ । ଭବିଷ୍ୟତରେ ଆମେ ଟେକ୍ନୋଲୋଜି ଏବଂ ନବସୃଜନ ଉପରେ କାର୍ଯ୍ୟ ତ କରିବ।, କିନ୍ତୁ ଧରଣୀ ମାଆଠାରୁ ଆମ୍ଭମାନଙ୍କୁ ଯେଉଁ ସମ୍ପଦ ମିଳୁଛି, ତାହା ଆମ ହାତରେ ନାହିଁ । ତେଣୁ, ଆଜି ଗୋଟିଏ ପଟେ ଭାରତ ଗଭୀର ସମୁଦ୍ର ମିଶନ୍‍ ମାଧ୍ୟମରେ ନୂତନ ସମ୍ଭାବନା ଗୁଡ଼ିକୁ ଅନ୍ୱେଷଣ କରୁଛି, ତେବେ ଅନ୍ୟପଟେ ସର୍କୁଲାର ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ଏହା ଚେଷ୍ଟା ରହିଛି ଯେ ବିକାଶକୁ ଆମେ ଚୀରସ୍ଥାୟୀ କରିବା, ପରିବେଶ ଅନୁକୂଳ କରିବା । ଜଳବାୟୁ ପରିବର୍ତ୍ତନର ଆହ୍ୱାନ, ଆମେ ପ୍ରାୟ ପ୍ରତ୍ୟେକ ଦିନ ଅନୁଭବ କରୁଛୁ । ତେଣୁ, ଭାରତକୁ ନିଜର ହିତ, ନିଜ ନାଗରିକମାନଙ୍କ ହିତ ପାଇଁ ବଡ଼ ପଦକ୍ଷେ ଗ୍ରହଣ କରିବା ଜରୁରୀ। ଏହି ଚିନ୍ତାଧାରା ସହିତ ବିଗତ ବର୍ଷମାନଙ୍କରେ ଶକ୍ତି କ୍ଷେତ୍ରରେ ଅଦ୍ଭୂତ ପୂର୍ବ କାର୍ଯ୍ୟ ହୋଇଛି । ସୌର କିମ୍ବା ପବନ ଶକ୍ତି ହେଉ କିମ୍ବା ଜୈବ ଇନ୍ଧନ, ଆଜି ଭାରତ ଦୁନିଆରେ ଅଗ୍ରଣୀ ଦେଶ ମାନଙ୍କରେ ସାମିଲ ହେଉଛି । ଆବର୍ଜନାରୁ ସମ୍ପଦର ଏକ ହୁତ ବଡ଼ ଅଭିଯାନ ଚାଲିଛି । ଏହାକୁ ସ୍ୱଚ୍ଛତା ସହିତ ମଧ୍ୟ ଯୋଡ଼ା ଯ।ଇଛି ଆଉ ଆତ୍ମନିର୍ଭରତା ସହିତ ମଧ୍ୟ ଯୋଡ଼ା ଯ।ଇଛି । ବରଂ ଆଜିକାଲି ତ ଆମେ ସଡ଼କ ନିର୍ମାଣ ପାଇଁ ବହୁତ ବଡ଼ ମାତ୍ରାରେ ଆବର୍ଜନାର ଉପେଯୋଗ କରୁଛୁ। ସରକାରୀ ଅଟ୍ଟାଳିକା, ଗରିବଙ୍କ ପାଇଁ ଘର ନିର୍ମାଣରେ ମଧ୍ୟ ପୁନଃଚକ୍ରଣକୁ ପ୍ରେତ୍ସାହିତ କରାଯାଉଛି।

ସାଥୀଗଣ,

ଏଭଳି ଅନେକଗୁଡ଼ିଏ ପ୍ରୟାସରେ ଆଜି ଆଟୋମୋବାଇଲ କ୍ଷେତ୍ରର ନାମ ମଧ୍ୟ ଯୋଡ଼ି ହୋଇ ଯାଇଛି । ଏହି ନୀତି ଦ୍ୱାରା ସାଧାରଣ ପରିବାରଗୁଡ଼ିକୁ ପ୍ରତ୍ୟେକ ପ୍ରକାରର ବହୁତ ଲାଭ ହେବ। ସର୍ବ ପ୍ରଥମେ ତ ଏହା ଲାଭ ହେବ ଯେ ପୁରୁଣା ଗାଡ଼ିକୁ ସ୍କ୍ରାପ କରାଇବା ଫଳରେ ଗୋଟିଏ ପ୍ରମାଣପତ୍ର ମିଳିବ । ଏହି ପ୍ରମାଣ ପତ୍ର ଯ।ହା ପାଖରେ ରହିଥିବ ସେ ନୂଆ ଗାଡ଼ି କିଣିବା ପରେ ପଞ୍ଜିକରଣ ପାଇଁ ତାଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଏହା ସହିତ ମଧ୍ୟ ତାଙ୍କୁ ସଡ଼କ ଟିକସରେ ମଧ୍ୟ କିଛି ଛାଡ଼ କରାଯିବ । ଦ୍ୱିତୀୟ ଲାଭ ଏହା ହେବ ଯେ ପୁରୁଣା ଗାଡ଼ିର ରକ୍ଷଣା ବେକ୍ଷଣ ଖର୍ଚ୍ଚ, ମରାମତି ଖର୍ଚ୍ଚ, ଇନ୍ଧନ ଦକ୍ଷତା, ଏଥିରେ ମଧ୍ୟ ସଞ୍ଚୟ ହେବ। ତୃତୀୟ ଲାଭ ସିଧାସଳଖ ଜୀବନ ସହିତ ଜଡ଼ିତ ରହିଛି । ପୁରୁଣା ଗାଡି, ପୁରୁଣା ଟେକ୍ନୋଲୋଜି କାରଣରୁ ସଡ଼କ ଦୁର୍ଘଟଣାର ବହୁତ ଅଧିକ ବିପଦ ରହିଥାଏ, ସେଥିରୁ ମୁକ୍ତି ମିଳିବ । ଚତୁର୍ଥ, ଏହାଦ୍ୱାରା ଆମର ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣ କାରଣରୁ ଯେଉଁ ପ୍ରଭାବ ପଡ଼ିଥାଏ, ସେଥିରେ ମଧ୍ୟ ହ୍ରାସ ହେବ। ଆଉ ସବୁଠାରୁ ବଡ଼ କଥା ହେଉଛି ଏହା ଯେ, ଏହି ନୀତି ମାଧ୍ୟମରେ ଗାଡ଼ି କେବଳ ତାହାର ବୟସକୁ ଦେଖି ସ୍କ୍ରାପ କରାଯିବ ନାହିଁ । ଗାଡ଼ିଗୁଡ଼ିକର ବୈଜ୍ଞାନିକ ଉପାୟରେ ଅଧିକୃତ ସ୍ବୟଂଚାଳିତ ପରୀକ୍ଷଣ କେନ୍ଦ୍ରରେ ଫିଟନେସ୍‍ ପରୀକ୍ଷଣ ହେବ । ଯଦି ଗାଡ଼ି ଅଯୋଗ୍ୟ ହେବ ତେବେ ବୈଜ୍ଞାନିକ ଉପାୟରେ ସ୍କ୍ରାପ କରାଯିବ । ଏଥିାଇଁ ସାରା ଦେଶରେ ଯେଉଁ ପଞ୍ଜୀକୃତ ଯାନବାହନ ସ୍କ୍ରାପିଂ ସୁବିଧା ନିର୍ମାଣ କରାଯିବ ତାହା ଟେକ୍ନୋଲୋଜି ଆଧାରିତ ହେଉ, ସ୍ୱଚ୍ଛ ହେଉ, ଏହା ମଧ୍ୟ ସୁନିଶ୍ଚିତ କରାଯିବ।

ସାଥୀଗଣ,

ଫର୍ମାଲ ସ୍କ୍ରାପିଂ ଯୋଗୁଁ କେଉଁ ଲାଭ ହୋଇଥାଏ, ଗୁଜରାଟ ତ ପ୍ରତ୍ୟେକ୍ଷ ଭାବେ ଅନୁଭବ କରିଛି, ଆଉ ଏବେ ନିତୀନ ମହାଶୟ ମଧ୍ୟ ଏହାର ବର୍ଣ୍ଣନା କରିଛନ୍ତି । ଗୁଜରାଟର ଅଲଙ୍ଗ ଜାହାଜ ପୁନଃଚକ୍ରଣ କେନ୍ଦ୍ର ରୂପେ ଜଣାଶୁଣା। ଅଲଙ୍ଗ, ଦୁନିଆର ଜାହାଜ ରିସାଇକ୍ଲିଂ ଶିଳ୍ପରେ ନିଜର ଅଂଶୀଦାରୀକୁ ଦ୍ରୁତ ଗତିରେ ବଢ଼଼ାଉଛି । ଜାହାଜ ରିସାଇକ୍ଲିଂର ଏହି ଭିତିଭୂମି ଏଠାରେ ରୋଜଗାରର ହଜାର- ହଜାର ନୂତନ ସୁଯୋଗ ପ୍ରସ୍ତୁତ କରିଛି । ଏହି ସମଗ୍ର କ୍ଷେତ୍ରରେ ଭିତିଭୂମି ମଧ୍ୟ ରହିଛି ଏବଂ କୁଶଳ ମାନବଶକ୍ତି ମଧ୍ୟ ରହିଛି । ଏଭଳି ସ୍ଥିତିରେ ଜାହାଜ ପରେ ଗାଡ଼ିମାନଙ୍କର ସ୍କ୍ରାପିଂର ମଧ୍ୟ ଏହା ଏକ ବହୁତ ବଡ଼ କେନ୍ଦ୍ର ହୋଇପାରେ।

ସାଥୀଗଣ,

ସ୍କ୍ରାପିଂ ନୀତି ଦ୍ୱାରା ସମଗ୍ର ଦେଶରେ ସ୍କ୍ରାପ ସହିତ ଜଡ଼ିତ କ୍ଷେତ୍ରକୁ ନୂତନ ଉର୍ଜ୍ଜା ମିଳିବ, ନୂତନ ସୁରକ୍ଷା ମିଳିବ । ବିଶେଷ ଭାବେ ସ୍କ୍ରାପିଂ ସହିତ ଜଡ଼ିତ ଆମର ଯେଉଁ ଶ୍ରମିକ ଅଛନ୍ତି, ଯେଉଁ ଛୋଟ ବ୍ୟବସାୟୀ ଅଛନ୍ତି, ସେମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତନ ଆସିବ । ଏହି ଶ୍ରମିକ ମାନଙ୍କୁ ସୁରକ୍ଷିତ ପରିବେଶ ମିଳିପାରିବ, ସଂଗଠିତ କ୍ଷେତ୍ରର ଅନ୍ୟ କର୍ମଚାରୀଙ୍କ ଭଳି ଲାଭ ମଧ୍ୟ ସେମାନଙ୍କୁ ମିଳିପାରିବ। କେବଳ ଏତିକି ନୁହେଁ, ସ୍କ୍ରାପ କାର୍ଯ୍ୟ କରୁଥିବା ଛୋଟ ବ୍ୟବସାୟୀ, ଅଧିକୃତ ସ୍କ୍ରାପିଂ କେନ୍ଦ୍ର  ପାଇଁ କଲେକସନ୍‍ ଏଜେଣ୍ଟଙ୍କ ଭଳି ମଧ୍ୟ କାର୍ଯ୍ୟ କରି ପାରିବେ।

ସାଥୀଗଣ,

ଏହି କାର୍ଯ୍ୟକ୍ରମ ଦ୍ୱାରା ଅଟୋ ଏବଂ ମେଟାଲ୍‍ ଶିଳ୍ପକୁ ବହୁତ ବଡ଼ ଗତି ମିଳିବ। ବିଗତ ବର୍ଷରେ ହିଁ ଆମକୁ ପ୍ରାୟ 23 ହଜାର କୋଟି ଟଙ୍କାର ସ୍କ୍ରାପ ଷ୍ଟିଲ ଆମଦାନୀ କରିବାକୁ ପଡ଼ିଥିଲା । କାରଣ ଭାରତରେ ଏ ପର୍ଯ୍ୟନ୍ତ ଯାହା ସ୍କ୍ରାପିଂ ହୋଇଛି, ତାହା ଉତ୍ପାଦନ କ୍ଷମ ନୁହେଁ । ଶକ୍ତି ପୁନଃ ସଂଗ୍ରହ ପରିମାଣ ହେଉଛି ନା ସହିତ ସମାନ, ଉଚ୍ଚ-ଶକ୍ତିସମ୍ପନ୍ନ ଷ୍ଟିଲ ଆଲଏଜ ଗୁଡ଼ିକର ସମଗ୍ର ମୂଲ୍ୟ ବାହାରି ପାରେ ନାହିଁ ଆଉ ଯେଉଁ ଦାମୀ ମେଟାଲ ରହିଛି ସେଗୁଡ଼ିକର ଉଦ୍ଧାର ମଧ୍ୟ ହୋଇ ପାରେ ନାହିଁ । ଏବେ ଯେତେବେଳେ ଗୋଟିଏ ବୈଜ୍ଞାନିକ, ଟେକ୍ନୋଲୋଜି ଆଧାରିତ ସ୍କ୍ରାପିଂ ହେବ ତେବେ ଆମେ ଦୁର୍ଲଭ ପୃଥିବୀ ଧାତୁଗୁଡ଼ିକୁ ମଧ୍ୟ ଉଦ୍ଧାର କରି ପାରିବା ।

ସାଥୀଗଣ,

ଆତ୍ମନିର୍ଭର ଭାରତକୁ ଗତି ଦେବା ପ।ଇଁ, ଭାରତରେ ଶିଳ୍ପକୁ ଦୀର୍ଘସ୍ଥାୟୀ ଏବଂ ଉତ୍ପାଦନକ୍ଷମ କରିବା ପ।ଇଁ ନିରନ୍ତର ପଦକ୍ଷେପମାନ ଗ୍ରହଣ କରାଯାଉଛି। ଆମର ଏହା ସମ୍ପୂର୍ଣ୍ଣ ଚେଷ୍ଟା ରହିଛି ଯେ ଅଟୋ ବିନିର୍ମାଣ ସହିତ ଜଡ଼ିତ ମୂଲ୍ୟ ଶୃଙ୍ଖଳ ପାଇଁ ଯେତେ ସମ୍ଭବ ହୋଇ ପାରିବ, ସେତେ କମ୍‍ ପରିମାଣରେ ଆମକୁ ଆମଦାନୀ ଉରେ ନିର୍ଭର ରହିବାକୁ ପଡ଼ୁ। କିନ୍ତୁ ଏଥିରେ ଶିଳ୍ପର ମଧ୍ୟ ସାମାନ୍ୟ ଅତିରିକ୍ତ ସହଯୋଗର ଆବଶ୍ୟକତା ରହିଛି। ଆଗାମୀ 25 ବର୍ଷ ପାଇଁ ଆପଣଙ୍କ ପାଖରେ ମଧ୍ୟ ଆତ୍ମନିର୍ଭର ଭାରତର ଏକ ସ୍ପଷ୍ଟ ରୋଡ୍‍ ମ୍ୟାପ୍‍ ରହିବା ଆବଶ୍ୟକ। ଏବେ ଦେଶ ସ୍ୱଚ୍ଛ, ଭିଡ଼ ମୁକ୍ତ ଏବଂ ସୁବିଧାଜନକ ଯାତାୟାତ ଆଡ଼କୁ ବଢ଼଼ୁଛି । ତେଣୁ, ପରୁଣା ଅଭିବ୍ୟକ୍ତି ଏବଂ ପୁରୁଣା ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡ଼ିବ । ଆଜି ଭାରତ, ସୁରକ୍ଷା ଏବଂ ଗୁଣାତ୍ମକ ହିସାବରେ ବୈଶ୍ୱିକ ସ୍ତରର ମାନ ନିଜର ନାଗରିକମାନଙ୍କୁ ଦେବା ପାଇଁ ପ୍ରତିବଦ୍ଧ। ବିଏସ-4 ରୁ ବିଏସ-6 ଆଡ଼କୁ ସିଧା ଅଗ୍ରଗତି ପଛରେ ଏହି ଚିନ୍ତାଧାରା ରହିଛି।

ସାଥୀଗଣ,

 ଦେଶରେ ସବୁଜ ଏବଂ ସ୍ୱଚ୍ଛ ଗତିଶୀଳତା ପାଇଁ  ସରକାର ଗବେଷଣା ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବ୍ୟାପକ କାର୍ଯ୍ୟ କରୁଛନ୍ତି । ଇଥାନଲ ହେଉ, ହାଇଡ୍ରୋଜେନ ଇନ୍ଧନ ହେଉ କିମ୍ବା ବୈଦ୍ୟୁତିକ ଗତିଶୀଳତା, ସରକାରଙ୍କ ଏହି ପ୍ରାଥମିକତା ସହିତ ଉଦ୍ୟୋଗ ଜଗତର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗବେଷଣା ଓ ବିକାଶ ଠାରୁ ଭିତ୍ତିଭୂମି ପର୍ଯ୍ୟନ୍ତ ଉଦ୍ୟୋଗକୁ ଏହାର ଭାଗିଦାରୀ  ବୃଦ୍ଧି କରିବାକୁ ପଡିବ । ଏଥିପାଇଁ ମଧ୍ୟ  ଆପଣମାନଙ୍କୁ ଯାହା ସାହାଯ୍ୟ ଦରକାର, ସରକାର ତାହା ଦେବାକୁ ପ୍ରସ୍ତୁତ। ଏଠାରୁ ଆମେ ଆମର ସହଭାଗିତାକୁ ଏକ ନୂତନ ସ୍ତରକୁ ନେବାକୁ ହେବ। ମୋର ବିଶ୍ବାସ ଯେ ଏହି ନୂତନ କାର୍ଯ୍ୟକ୍ରମ, ଦେଶବାସୀଙ୍କ ମନରେ ତଥା ଅଟୋ କ୍ଷେତ୍ରରେ ମଧ୍ୟ ଏକ ନୂତନ ଶକ୍ତି ଭରିଦେବ, ନୂତନ ଗତି ପ୍ରଦାନ କରିବ ଏବଂ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ। ଆଜିର ଏହି ଗୁରୁତ୍ବପୂର୍ଣ୍ଣ ଅବସରକୁ, ମୁଁ ବିଶ୍ୱାସ କରେ ନାହିଁ ଯେ ଶିଳ୍ପପତିମାନେ ହାତଛଡା କରିଦେବେ। ମୁଁ ବିଶ୍ୱାସ କରେ ନାହିଁ ଯେ ପୁରୁଣା ଯାନବାହାନ ଚଳାଉଥିବା ଲୋକମାନେ ଏହି ସୁଯୋଗକୁ ଯିବାକୁ ଦେବେ ନାହିଁ। ଏହା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପରିବର୍ତ୍ତନର ବିଶ୍ୱାସ ନେଇ ଆସିଥିବା ଏକ ବ୍ୟବସ୍ଥା। ଆଜି ଗୁଜୁରାଟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି, ଏ ସଂପର୍କୀତ ନୀତିର ଶୁଭାରମ୍ଭ କରାଯାଇଛି, ଆଉ ଗୁଜରାଟକୁ ତ, ଏଭଳି, ଏବଂ ଆମ ଦେଶରେ ମଧ୍ୟ ବୃତ୍ତାକାର ଅର୍ଥନୀତି (ସର୍କୁଲାର ଇକୋନୋମି) ଶବ୍ଦ ନିଶ୍ଚିତ ଭାବରେ ନୂଆକରି ଆସିଛି। କିନ୍ତୁ ଆମେମାନେ ଜାଣୁ । ଯଦି ପୋଷାକ ପୁରୁଣା, ତେବେ ଆମ ଘରେ ଜେଜେମା ତାକୁ ନେଇ ଘୋଡାଇବା ହେବା ପାଇଁ ରେଜେଇ ତିଆରି କରି ଦିଅନ୍ତି । ପୁଣି ମଧ୍ୟ ରେଜେଇ ପୁରୁଣା ହୋଇଯାଏ । ତାକୁ ଛିଣ୍ଡାଇ ଘର ଫୋଛିବା ପାଇଁ ବ୍ୟବହାର କରନ୍ତି। ପୁନଃଚକ୍ରଣ କ’ଣ, ବୃତ୍ତାକାର ଅର୍ଥନୀତି କ’ଣ। ତାହା ଭାରତ ଜୀବନରେ ହେଉଛି ନୂଆ କଥା । ଆମକୁ ଏହାକୁ ଏକ ବୈଜ୍ଞାନିକ ଢଙ୍ଗରେ ଆଗକୁ ନେବାକୁ ପଡିବ ଏବଂ ଯଦି ଆମେ ବୈଜ୍ଞାନିକ ଉପାୟରେ ଆଗକୁ ବଢୁ, ତେବେ ମୋର ବିଶ୍ୱାସ ଯେ ବର୍ଜ୍ୟବସ୍ତୁରୁ କାଞ୍ଚନ(ସମ୍ପଦ) ବାହାର କରିବା ପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବେ ଏବଂ ଆମେ ମଧ୍ୟ ଅଧିକ ନୂଆ ନୂଆ ଜିନିଷ ଆବିଷ୍କାରରେ ସଫଳ ହେବୁ।  ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”