ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି 

ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଭୁଟାନର ପ୍ରଧାନମନ୍ତ୍ରୀ ଲିଓନଚେନ୍‍ ତୁମର ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ । ସମସ୍ତ ଭାରତୀୟ ଭୁଟାନ ସହିତ ଭାଗିଦାର କରୁଥିବା ବନ୍ଧୁତ୍ୱର ଅନନ୍ୟ ଏବଂ ବିଶ୍ୱସ୍ତ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି । 

 

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ତୁମର ଶୁଭେଚ୍ଛା ପାଇଁ ଧନ୍ୟବାଦ । ସହଭାଗୀ ମୂଲ୍ୟବୋଧ ଏବଂ ଦୃଢ ଲୋକସମ୍ପର୍କ ଉପରେ ଆଧାର କରି ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ ଅଧିକ ଉତ୍ସାହଜନକ ସହଭାଗିତାକୁ ଭଲପାଏ ।

 

ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ସଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ସଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି । ଭାରତ ଏବଂ ଶ୍ରୀଲଙ୍କା ସହସ୍ର ବର୍ଷର ପୁରୁଣା ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ସଭ୍ୟତା ସହଭାଗୀ ହୋଇଛି, ଯାହା ଆମର ବିଶେଷ ବନ୍ଧୁତ୍ୱର ମୂଳଦୁଆ ଯୋଗାଇଥାଏ । 

 

ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଓବାଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଓବାଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି! ଭାରତ ଏବଂ ନେପାଳର ଲୋକମାନେ ଆମର ସହଭାଗୀ ସାଂସ୍କୃତିକ, ଭାଷାଭିତ୍ତିକ, ଧାର୍ମିକ ଏବଂ ପାରିବାରିକ ସମ୍ପର୍କ ଦ୍ୱାରା ଏକତ୍ରିତ ହୋଇଛନ୍ତି ।

 

ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ରାଷ୍ଟ୍ରପତି  ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଦେଉଛି । ମାଲଦ୍ୱୀପ ଆମର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ତଥା ଏକ ସୁରକ୍ଷିତ, ନିରାପଦ, ତଥା ସମୃଦ୍ଧ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ନେବାରେ ଆମର ସହଯୋଗୀ ।

 

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ତାଙ୍କ ଅଭିନନ୍ଦନ ପାଇଁ ରାଷ୍ଟ୍ରପତି ଗୋଟାବାୟାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସମସ୍ତ କ୍ଷେତ୍ରରେ ଭାରତ - ଶ୍ରୀଲଙ୍କା ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ଅପେକ୍ଷା କରିଛି । 

 

ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଧନ୍ୟବାଦ, ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ! ଭାରତ ଏବଂ ମରିସସ୍ ମଧ୍ୟରେ ଶତାବ୍ଦୀ ଶତାଦ୍ଦୀର ପୁରୁଣା ଲୋକସମ୍ପର୍କ ହେତୁ ଉଭୟ ଦେଶ ସମାନ ମୂଳ ମୂଲ୍ୟବୋଧ ଏବଂ ପରମ୍ପରା ବାଣ୍ଟିଛନ୍ତି । ଏହା ଆମର ବିଶେଷ ବନ୍ଧୁତ୍ୱର ମୂଳଦୁଆ ଯୋଗାଇଥାଏ ।

 

ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ଟଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମାନ୍ୟବର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ ଆମ ସରକାର ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ  କରିବା ଏବଂ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀର ମୂଳଦୁଆକୁ ଦୃଢ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India