ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀ

Published By : Admin | September 7, 2021 | 09:11 IST

୨୦୨୧ରେ ଭାରତ ବ୍ରିକ୍ସର ଅଧ୍ୟକ୍ଷତା ଦାୟିତ୍ୱ ନେଇଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ସେପ୍ଟେମ୍ବର ୯ରେ ଭର୍ଚୁଆଲ ମାଧ୍ୟମରେ ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଶ୍ରୀ ଜୈର ବୋଲସୋନାରୋ, ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ମହାମହିମ ଶ୍ରୀ ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ସାଇରିଲ ରାମାଫୋସା ଯୋଗଦେବେ । ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଶ୍ରୀ ଅଜିତ ଡୋଭଲ, ନୁ୍ୟ ଡେଭଲପମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ମାର୍କୋସ ଟ୍ରୋୟଜୋ, ବ୍ରିକ୍ସ ବିଜନେସ କାଉନସିଲର ଅସ୍ଥାୟୀ ଅଧ୍ୟକ୍ଷ ଶ୍ରୀ ଓଙ୍କାର କୱଁର ଏବଂ ବ୍ରିକ୍ସ ୱିମେନ୍ସ ବିଜନେସ୍ ଆଲାଏନ୍ସର ଅସ୍ଥାୟୀ ଅଧ୍ୟକ୍ଷ ଡା. ସଙ୍ଗୀତା ରେଡ୍ଡୀ ଏହି ଅବସରରେ ଶିଖର ସମ୍ମିଳନୀରେ ଉପସ୍ଥିତ ନେତୃବୃନ୍ଦଙ୍କ ସମ୍ମୁଖରେ ନିଜ ନିଜ ଦାୟିତ୍ୱ କ୍ଷେତ୍ରରେ ଚଳିତ ବର୍ଷ ଯାକରେ କରାଯାଇଥିବା କାର୍ୟ୍ୟର ରିପୋର୍ଟ ଉପସ୍ଥାପନ କରିବେ ।

ଶିଖର ସମ୍ମିଳନୀର ବିଷୟବସ୍ତୁ ‘ବ୍ରିକ୍ସ୧୫: ଅନ୍ତଃ ବି୍ରକ୍ସ ନିରନ୍ତରତା, ଏକଜୁଟତା ଓ ସହମତି ନିମନ୍ତେ ସହଯୋଗ’ ରହିଛି । ନିଜ ଅଧ୍ୟକ୍ଷତାରେ ଭାରତ ୪ଟି ଅଗ୍ରାଧିକାର କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଥିଲା । ସେଗୁଡ଼ିକ ହେଉଛି ବହୁସ୍ତରୀୟ ବ୍ୟବସ୍ଥାର ସଂସ୍କାର, ଆତଙ୍କବାଦ ନିରୋଧ, ଏସଡିଜି ହାସଲ ପାଇଁ ଡିଜିଟାଲ ଓ ପ୍ରଯୁକ୍ତିଗତ ଉପାୟ ବ୍ୟବହାର ଏବଂ ଲୋକଙ୍କ ମଧ୍ୟରେ ମିଳାମିଶା ବୃଦ୍ଧି ସାମିଲ ରହିଛି । ଏହି କ୍ଷେତ୍ର ବ୍ୟତୀତ, ଉପସ୍ଥିତ ରାଷ୍ଟ୍ରନେତାମାନେ କୋଭିଡ-୧୯ ମହାମାରୀର ପ୍ରଭାବ ଓ ସାମ୍ପ୍ରତିକ ଅନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ବିଚାର ଆଦାନ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୨୦୧୬ରେ ସେ ଗୋଆ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଚଳିତବର୍ଷ ଭାରତ ଏଭଳି ସମୟରେ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଛି, ଯେବେ କି ବ୍ରିକ୍ସର ପଞ୍ଚଦଶ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି, ଯାହା କି ଶିଖର ସମ୍ମିଳନୀର ବିଷୟବସ୍ତୁରେ ପ୍ରତିଫଳିତ ହୋଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi