ଯୋଗ ବିଶ୍ୱର ସବୁଠୁ ଶକ୍ତିଶାଳୀ “ଏକତ୍ରୀକରଣ ଶକ୍ତି”ରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି  । ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବନ୍ୟ ଗବେଷଣା ପ୍ରତିଷ୍ଠାନ ପରିସରରେ ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଥିଲେ  । ବନ୍ୟ ଗବେଷଣା ପ୍ରତିଷ୍ଠାନ ପରିସରରେ 50 ହଜାର ଯୋଗ ଉତ୍ସାହୀ ଏବଂ ସ୍ୱେଚ୍ଛାସେବୀଙ୍କ ସହିତ ପ୍ରଧାନମନ୍ତ୍ରୀ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ କରିଥିଲେ  ।

“ଏହା ସମସ୍ତଙ୍କ ପାଇଁ ଗର୍ବ କରିବାର ସମୟ, ଆଜି ସାରା ବିଶ୍ୱରେ ଲୋକମାନେ ସୂର୍ଯ୍ୟଙ୍କ ଆଲୋକ ଏବଂ ଉଷ୍ମତାକୁ ଯୋଗ ସହିତ ଅନୁଭବ କରୁଛନ୍ତି । ଡେରାଡୁନରୁ ଡବଲିନ, ସାଂଘାଇରୁ ଚିକାଗୋ ଏବଂ ଜାକର୍ତ୍ତାରୁ ଜୋହାନ୍ସବର୍ଗ, ଯୋଗ ବର୍ତ୍ତମାନ ଚାରିଆଡ଼େ ବ୍ୟାପ୍ତ ହୋଇଛି”, ପ୍ରଧାନମନ୍ତ୍ରୀ କହିଥିଲେ ।

ସାରା ବିଶ୍ୱରେ ଥିବା ଯୋଗ ଉତ୍ସାହୀମାନଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱ ଆଜି ଯୋଗର ଆଶୀର୍ବାଦ ଲାଭ କରିଛି ଏବଂ ପ୍ରତି ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବାରୁ ଏହା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି  । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଯୋଗ ଦିବସ ଏକ ବିରାଟ ଜନ ଆନ୍ଦୋଳନରେ ପରିଣତ ହୋଇଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱର ସମ୍ମାନ ଲାଭ କରିବାକୁ ହେଲେ ଆମେ ନିଜ ଐତିହ୍ୟ ଏବଂ ପରମ୍ପରାକୁ ସମ୍ମାନ ଜଣାଇବାରେ କାର୍ପଣ୍ୟ ପ୍ରଦର୍ଶନ କରିବା ଅନୁଚିତ  । ସେ କହିଥିଲେ ଯେ ଯୋଗ ସୁନ୍ଦର କାରଣ ଏହା ପ୍ରାଚୀନ ତଥାପି ଆଧୁନିକ, ଏହା ସ୍ଥିର ତଥାପି ପରିବର୍ତ୍ତନଶୀଳ; ଏଥିରେ ଆମ ଅତୀତ ଏବଂ ବର୍ତ୍ତମାନର ଶ୍ରେଷ୍ଠତ୍ୱ ରହିଛି ଏବଂ ଏହା ଆମ ଭବିଷ୍ୟତ ପାଇଁ ଆଶାର କିରଣ  ।

ଯୋଗର ସମ୍ଭାବନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟକ୍ତିଗତ ଏବଂ ସାମାଜିକ ଭାବେ ଲୋକମାନେ ସମ୍ମୁଖୀନ ହେଉଥିବା ଅଧିକାଂଶ ସମସ୍ୟାର ସମାଧାନ ଯୋଗରେ ରହିଛି  । ଅବସାଦ ଏବଂ ଅଯଥା ଚିନ୍ତା ଦୂର କରି ଯୋଗ ଏକ ଶାନ୍ତ, ସୃଜନଶୀଳ ଏବଂ ସାମଗ୍ରୀକ ଜୀବନ ଆଡ଼କୁ ନେଇଯାଇପାରେ  । ବିଭାଜନ ବଦଳରେ, ଯୋଗ ଏକତ୍ର କରିଥାଏ । ଶତ୍ରୁତା ବଢ଼ାଇବା ବଦଳରେ ଯୋଗ ସମସ୍ତଙ୍କୁ ବନ୍ଧୁତାର ବନ୍ଧନରେ ବାନ୍ଧିଥାଏ  । ଯୋଗ ଯନ୍ତ୍ରଣା ବୃଦ୍ଧି କରିବା ବଦଳରେ ଉପଶମ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ  ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Lakshadweep Tourist Numbers Soar After PM Modi’s Appeal, Maldives Sees Sharp Dip In Indian Visitors

Media Coverage

Lakshadweep Tourist Numbers Soar After PM Modi’s Appeal, Maldives Sees Sharp Dip In Indian Visitors
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 20, 2026
May 20, 2026

Strategic Diplomacy Meets Rural Power: PM Modi Forges Indo-Mediterranean Bonds While Empowering Village India