ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଦିନର ପୂର୍ବ ସନ୍ଧ୍ୟାରେ ବିଶ୍ୱ ନେତାମାନଙ୍କଠାରୁ ତାଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିଛି।

ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରମୁଖ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତନକାରୀ ପ୍ରଶାସନ, ଗ୍ଲୋବାଲ୍‌ ସାଉଥ ପାଇଁ ତାଙ୍କର ସମର୍ଥନ ଏବଂ ଏକ ସମାବେଶୀ ତଥା ଆର୍ଥିକ ଭାବରେ ପ୍ରଗତିଶୀଳ ଭାରତ ପାଇଁ ତାଙ୍କ ଦୃଷ୍ଟିକୋଣ ପ୍ରତି ସମ୍ମାନ ଜଣାଇଛନ୍ତି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକ ୮ ଜୁନ୍ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ଶ୍ରୀଲଙ୍କା ସରକାର ଏବଂ ଲୋକଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚିଠିରେ ସେ ଲେଖିଛନ୍ତି: ‘‘ଏହି ମାଇଲଖୁଣ୍ଟ କେବଳ ଆପଣଙ୍କ କାର୍ଯ୍ୟକାଳର ବର୍ଷଗୁଡ଼ିକ ପାଇଁ ନୁହେଁ, ବରଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଲୋକମାନେ ଆପଣଙ୍କ ନେତୃତ୍ୱ ପ୍ରତି ବାରମ୍ବାର ଯେଉଁ ବିଶ୍ୱାସ ଓ ଭରସା ରଖିଛନ୍ତି ତାହାର ମଧ୍ୟ ଏକ ପ୍ରମାଣ।’’ ଶ୍ରୀଲଙ୍କା ରାଷ୍ଟ୍ରପତି ଭାରତର ଉଲ୍ଲେଖନୀୟ ଆର୍ଥିକ ଓ ସାମାଜିକ ପରିବର୍ତ୍ତନ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଭାରତର ସୀମା ବାହାରେ ଅନେକଙ୍କୁ ପ୍ରେରଣା ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ୪ରୁ ୬ ଏପ୍ରିଲ ୨୦୨୫ରେ ଶ୍ରୀଲଙ୍କା ଗସ୍ତ କରିଥିଲେ। ଏହି ଦ୍ୱୀପ ରାଷ୍ଟ୍ରକୁ ଏହା ତାଙ୍କର ଚତୁର୍ଥ ଗସ୍ତ ଥିଲା। ଏହି ସମୟରେ ତାଙ୍କୁ ଜଣେ ବିଦେଶୀ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ମିତ୍ର ବିଭୂଷଣ ପ୍ରଦାନ କରାଯାଇଥିଲା। ଏହି ଗସ୍ତ ଭାରତର ପଡ଼ୋଶୀ ପ୍ରଥମ ନୀତିକୁ ସୁଦୃଢ଼ କରିଥିଲା । ଶ୍ରୀଲଙ୍କା ଭାରତର ଦୃଢ଼ ସହଭାଗିତାରେ ନିକଟତମ ଲାଭାର୍ଥୀଙ୍କ ମଧ୍ୟରେ ସାମିଲ ରହିଥିବା ବେଳେ ସେଠାରେ ଆର୍ଥିକ ସଂକଟ ସମୟରେ ଭାରତ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିଲା ।

ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ବ୍ୟକ୍ତିଗତ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘‘ଜଣେ ଆଦର୍ଶ ବ୍ୟକ୍ତିତ୍ୱ ଏବଂ ଉଦାହରଣ ସୃଷ୍ଟିକାରୀ ନେତା’’ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି – ‘‘ବର୍ତ୍ତମାନର ସମୟରେ ୨୦ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରି ସେମାନଙ୍କ ଜୀବନସ୍ତରରେ ଉନ୍ନତି ଆଣିବା ଏକ ଆଶ୍ଚର୍ଯ୍ୟଜନକ ସଫଳତା।’’ ପ୍ରଧାନମନ୍ତ୍ରୀ ମାରାପେ ପାପୁଆ ନ୍ୟୁଗିନିର ସ୍ନେହପୂର୍ଣ୍ଣ ବନ୍ଧୁତା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ​​କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମେ ୨୦୨୩ରେ ପାପୁଆ ନ୍ୟୁଗିନିକୁ ଐତିହାସିକ ଗସ୍ତ କରିଥିଲେ । ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍ (ଏଫଆଇପିଆଇସି-III) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଏହି ଗସ୍ତ ଗ୍ଲୋବାଲ୍‌ ସାଉଥର ଏକ ପ୍ରତିବଦ୍ଧ ଅଂଶୀଦାର ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରିଥିଲା।

ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ ମହାମହିମ କମଳା ପର୍ସାଦ-ବିସେସାର ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ପ୍ରସଙ୍ଗରେ ଏକ ପ୍ରମୁଖ ସ୍ୱର ଭାବରେ ବିକଶିତ ହୋଇଛି।’’ ସାଧାରଣ ପୃଷ୍ଠଭୂମିରୁ ଆରମ୍ଭ କରି ତିନୋଟି କାର୍ଯ୍ୟକାଳ ମଧ୍ୟରେ ୧୪୦ କୋଟି ଲୋକଙ୍କ ଏକ ରାଷ୍ଟ୍ରର ନେତୃତ୍ୱ ନେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରା ଉପରେ ସେ ଆଲୋକପାତ କରିଛନ୍ତି । ବୈଦେଶିକ ନୀତି, ଆର୍ଥିକ ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ସାମାଜିକ-ଆର୍ଥିକ ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୩-୪ ଜୁଲାଇ ୨୦୨୫ରେ ତ୍ରିନିଦାଦ ଓ ଟୋବାଗୋକୁ ଏକ ଐତିହାସିକ ଗସ୍ତ କରିଥିଲେ। ୨୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଥିଲା। ଏହି ଗସ୍ତ ତ୍ରିନିଦାଦ ଓ ଟୋବାଗୋକୁ ଭାରତୀୟ ପ୍ରବାସୀମାନଙ୍କ ଆଗମନର ୧୮୦ତମ ବାର୍ଷିକୀ ପୂର୍ତ୍ତି ଅବସରରେ ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi