ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ୍ ଜନସନ, ୨୧-୨୨ ଏପ୍ରିଲ ୨୦୨୨ ରୁ ସରକାରୀ ଗସ୍ତରେ ଭାରତ ଆସିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ।

୨. ପ୍ରଧାନମନ୍ତ୍ରୀ ଜନସନଙ୍କୁ ୨୨ ଏପ୍ରିଲ, ୨୦୨୨ ରେ ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଜନସନ ରାଜ ଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

୩. ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦ ଭବନରେ ଭାରତ ଗସ୍ତର ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବିଚାର ଆଲୋଚନା କରିଥିଲେ ଏବଂ ତାଙ୍କ ସମ୍ମାନାର୍ଥେ ଭୋଜି ମଧ୍ୟ ଦେଇଥିଲେ । ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।

୪. ଦ୍ୱିପାକ୍ଷିକ ଆଲୋଚନା କାଳରେ ଦୁଇ ପ୍ରଧାନମନ୍ତ୍ରୀ ମେ ୨୦୨୧ ରେ ଭର୍ଚୁଆଲ୍ ସମ୍ମିଳନୀରେ ଆରମ୍ଭ ହୋଇଥିବା ରୋଡମ୍ୟାପ୍ ୨୦୩୦ ରେ ଅଗ୍ରଗତିକୁ ପ୍ରଶଂସା କରିଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ରଜ୍ଜୁ ମଧ୍ୟରେ ଅଧିକ ଦୃଢ ତଥା କାର୍ଯ୍ୟ ଭିତ୍ତିକ ସହଯୋଗ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଚାଲିଥିବା ଏଫ୍‍ଟିଏ ବୁଝାମଣା ଏବଂ ବର୍ଦ୍ଧିତ ବାଣିଜ୍ୟ ଭାଗିଦାରୀର କାର୍ଯ୍ୟକାରିତାକୁ ସେମାନେ ପ୍ରଶଂସା କରିଥିଲେ ଏବଂ ଅକ୍ଟୋବର ୨୦୨୨ ସୁଦ୍ଧା ଏକ ବ୍ୟାପକ ତଥା ସନ୍ତୁଳିତ ବାଣିଜ୍ୟ ଚୁକ୍ତି କରିବାକୁ ରାଜି ହୋଇଥିଲେ । ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଏଫଟିଏ ପଥ ପରିଷ୍କାର କରିବ ।

୫. ଉଭୟ ନେତା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଭାରତ-ବ୍ରିଟେନ ସାମଗ୍ରିକ ରଣନୈତିକ ଭାଗିଦାରୀର ଏକ ପ୍ରମୁଖ ଉପାଦାନ ଭାବରେ ରୂପାନ୍ତର କରିବାକୁ ସହମତ ହୋଇଥିଲେ ଏବଂ ଉଭୟ ଦେଶର ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ ପାଇଁ ସହ-ବିକାଶ ତଥା ସହ-ଉତ୍ପାଦନ ପାଇଁ ପ୍ରତିରକ୍ଷା ସହଯୋଗର ସୁଯୋଗ ଉପରେ ଆଲୋଚନା କରିଥିଲେ । ବିଶେଷକରି ସାଇବର ପ୍ରଶାସନ, ସାଇବର ନିରାକରଣ ଏବଂ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଭିତ୍ତିଭୂମି ସୁରକ୍ଷା କ୍ଷେତ୍ରରେ ସାଇବର ସୁରକ୍ଷା ଉପରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଉଭୟ ପକ୍ଷ ମିଳିତ ବିବୃତ୍ତି ଜାରି କରିଛନ୍ତି । ଆତଙ୍କବାଦ ତଥା କ୍ରମାଗତ ଉଗ୍ରବାଦକୁ ପ୍ରତିହତ କରିବାରେ ସେମାନେ ମଧ୍ୟ ଘନିଷ୍ଠ ସହଯୋଗ କରିବାକୁ ସହମତ ହୋଇଥିଲେ ।

୬. ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ, ଆଫଗାନିସ୍ତାନ, ୟୁଏନଏସସି, ଜି୨୦ ଏବଂ କମନୱେଲଥରେ ସହଯୋଗ ସମେତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି । ସାମୁଦ୍ରିକ ସୁରକ୍ଷା ଅନ୍ତର୍ଗତ ଭାରତ-ପ୍ରଶାନ୍ତ ମହାସାଗରର ପଦକ୍ଷେପରେ ଯୋଗଦେବାକୁ ଭାରତ ସ୍ୱାଗତ କରିଛି ଏବଂ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଯୋଗଦାନକୁ ବଢାଇବାକୁ ରାଜି ହୋଇଛି ।

୭. ଦୁଇ ନେତା ୟୁକ୍ରେନ-ରୁଷ ବିବାଦ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ବଢୁଥିବା ମାନବିକ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଉଦବେଗ ପ୍ରକାଶ କରିବା ସହ ହିଂସାକୁ ତୁରନ୍ତ ବନ୍ଦ କରିବା ଏବଂ ସିଧାସଳଖ କଥାବାର୍ତ୍ତା ତଥା କୂଟନୈତିକ ସ୍ତରକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି ।

୮. ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ସିଓପି୨୬ ର ସଫଳ ଆୟୋଚଦ ପାଇଁ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ୟାରିସ୍ ଚୁକ୍ତିନାମାର ଲକ୍ଷ୍ୟ ହାସଲ କରିବା ଏବଂ ଗ୍ଲାସ୍କୋ ଜଳବାୟୁ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଉଚ୍ଚାଭିଳାଷୀ ଜଳବାୟୁ କାର୍ଯ୍ୟ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପବନ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ସହିତ ସ୍ୱଚ୍ଛ ଶକ୍ତିର ଶୀଘ୍ର ନିୟୋଜନ ଉପରେ ସହଯୋଗ ବୃଦ୍ଧି କରିବାକୁ ସେମାନେ ସହମତ ହୋଇଥିଲେ ଏବଂ ଆଇଏସଏ ଅଧୀନରେ ଗ୍ଲୋବାଲ୍ ଗ୍ରୀନ୍ ଗ୍ରୀଡ୍‌-ୱାନ୍ ସନ୍ ୱାନ୍ ୱାର୍ଲ୍ଡ ୱାନ୍ ଗ୍ରୀଡ୍ ଇନିସିଏଟିଭ୍ (ଓଏସ୍‍ଓଡବ୍ଲୁୃ୍ୟଓଜି) ର ଶୀଘ୍ର କାର୍ଯ୍ୟକ୍ଷମ ହେବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସେମାନେ ରାଜି ହୋଇଥିଲେ, ଯାହାକି ସିଓପି୨୬ ରେ ଭାରତ ଏବଂ ବ୍ରିଟେନ ଦ୍ୱାରା ମିଳିତ ଭାବରେ ଆରମ୍ଭ ହୋଇଥିଲା । 

୯. ଏହି ଗସ୍ତ ସମୟରେ ଭାରତ-ବ୍ରିଟେନ ଗ୍ଲୋବାଲ୍ ଇନୋଭେସନ୍ ପାର୍ଟନରସିପ୍ ଏବଂ ଗ୍ଲୋବାଲ୍ ସେଣ୍ଟର୍ ଫର୍ ନିଉକ୍ଲିୟର ଏନର୍ଜି ପାର୍ଟନରସିପ୍‍ (ଜିସିଏନଇପି) ଉପରେ ଦୁଇଟି ରାଜିନାମା ହୋଇଛି । ଗ୍ଲୋବାଲ୍ ଇନୋଭେସନ୍ ଭାଗିଦାରୀ ମାଧ୍ୟମରେ ଭାରତ ଏବଂ ବ୍ରିଟେନ ତୃତୀୟ ଦେଶକୁ ଜଳବାୟୁ ସ୍ମାର୍ଟ ସ୍ଥାୟୀ ଉଦ୍ଭାବନକୁ ସହାୟତା କରିବାକୁ ୭୫ ମିଲିୟନ୍ ପର୍ଯ୍ୟନ୍ତ ସହ-ଅର୍ଥ ପ୍ରଦାନ କରିବାକୁ ସହମତ ହୋଇଛନ୍ତି । ଏହି ସହଭାଗୀତା ଅଧୀନରେ ସୃଷ୍ଟି ହୋଇଥିବା ଜିଆଇପି ପାଣ୍ଠି ମଧ୍ୟ ଭାରତୀୟ ଉଦ୍ଭାବନକୁ ସମର୍ଥନ କରିବା ପାଇଁ ବଜାରରୁ ଅତିରିକ୍ତ ୧୦୦ ମିଲିୟନ୍ ଡଲାର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିବ ।

୧୦. ନିମ୍ନଲିଖିତ ଘୋଷଣା ମଧ୍ୟ କରାଯାଇଥିଲା - (୧) ରଣନୀତିକ ପ୍ରଯୁକ୍ତିବିଦ୍ୟା ଆଲୋଚନା- ନୂତନ ତଥା ଉଦୀୟମାନ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଯଥା ୫ଜି, ଏଆଇ ଇତ୍ୟାଦି ଉପରେ ମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇଥିଲା । (୨) ସମନ୍ୱିତ ବିଦ୍ୟୁତ୍‍ ପ୍ରପୋଲସନ ଉପରେ ସହଯୋଗ - ଦୁଇ ନୌବାହିନୀ ମଧ୍ୟରେ ପ୍ରଯୁକ୍ତିବିଦ୍ୟାର ମିଳିତ ବିକାଶ ।

୧୧. ପ୍ରଧାନମନ୍ତ୍ରୀ ଜନସନ ଏପ୍ରିଲ ୨୧ ରେ ଗୁଜୁରାଟର ଅହମ୍ମଦାବାଦରୁ ତାଙ୍କର ଗସ୍ତ ଆରମ୍ଭ କରିଥିଲେ ଯେଉଁଠାରେ ସେ ସାବରମତୀ ଆଶ୍ରମ, ଭଦୋଦରାର ମସୱାଡ ଶିଳ୍ପାଞ୍ଚଳରେ ଥିବା ଜେସିବି କାରଖାନା ଏବଂ ଗାନ୍ଧିନଗରର ଜିଆଇଏଫଟି ସହରରେ ଥିବା ଗୁଜୁରାଟ ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ।

୧୨. ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାରେ ଭାରତର ନେତୃତ୍ୱରେ ହେବାକୁ ଥିବା ଜି -୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ଜନସନ ବ୍ରିଟେନ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ।

ବିନିମୟ ହୋଇଥିବା ରାଜିନାମାର ତାଲିକା 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"