ଉଭୟ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ତଥା ବିବିଧ କ୍ଷେତ୍ରରେ ସଂପର୍କ ଉପରେ ସମୀକ୍ଷା କରିବା ସହ ଭାରତ-ଆଫଗାନିସ୍ତାନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରସଙ୍ଗର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ରାଷ୍ଟ୍ରପତି ଡ଼କ୍ଟର ଘନୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ତାଙ୍କ ସରକାର ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ଦିଗରେ କରାଯାଉଥିବା ପ୍ରୟାସ ସଂପର୍କରେ ଅବଗତ କରାଇଥିଲେ ।

ଆଫଗାନିସ୍ତାନ ଇସଲାମିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଡ଼କ୍ଟର ମହମ୍ମଦ ଅସ୍ରଫ ଘନୀ ଆଜି (ସେପ୍ଟେମ୍ବର 19, 2018) ଭାରତ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଡ଼କ୍ଟର ଘନୀ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଜଣାଯାଏ ।

ରାଷ୍ଟ୍ରପତି ଡ଼କ୍ଟର ଘନୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ତଥା ବିବିଧ କ୍ଷେତ୍ରରେ ସଂପର୍କ ଉପରେ ସମୀକ୍ଷା କରିବା ସହ ଭାରତ-ଆଫଗାନିସ୍ତାନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରସଙ୍ଗର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟ କାରବାର 1 ବିଲିୟନ ଡଲାରରେ ପହଞ୍ଚିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଭାରତ-ଆଫଗାନିସ୍ତାନ ବାଣିଜ୍ୟ ଓ ନିବେଶ ପ୍ରଦର୍ଶନୀମୁମ୍ବାଇଠାରେ ସେପ୍ଟେମ୍ବର 12 ଠାରୁ 15 ତାରିଖ ପର୍ଯ୍ୟନ୍ତ ସଫଳତାର ସହ ଆୟୋଜିତ ହେବାରେ ଉଭୟ ପକ୍ଷ ଖୁସି ପ୍ରକଟ କରିଥିଲେ ।  ଦୁଇ ଦେଶ ମଧ୍ୟରେ ସଂଯୋଗକୁ ଅଧିକ ସୁଦୃଢ କରିବା ଏବଂ ଚାବାହର ବନ୍ଦର ଏବଂ ବିମାନ ପରିବହନ କରିଡ଼ର ମାଧ୍ୟମରେ ଏହାକୁ ବ୍ୟାପକ କରିବା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ । ସେହିଭଳି ଆଫଗାନିସ୍ତାନରେ ଭିତ୍ତିଭୂମି, ମାନବ ସମ୍ବଳ ବିକାଶଏବଂ ଅନ୍ୟାନ୍ୟ ଦକ୍ଷତା ବିକାଶ ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଯେଭଳିପ୍ରଭାବୀ ହୋଇପାରିବ ସେଥିପାଇଁ ନୂତନ ବିକାଶ ସହଭାଗୀତାକୁ ଅଧିକ ନିବିଡ଼ କରିବା ଲାଗି ଦୁଇ ଦେଶ ସହମତ ହୋଇଛନ୍ତି ।

ରାଷ୍ଟ୍ରପତି ଡ଼କ୍ଟର ଘନୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ତାଙ୍କ ସରକାର ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ଦିଗରେ କରାଯାଉଥିବା ପ୍ରୟାସ ସଂପର୍କରେ ଅବଗତ କରାଇଥିଲେ । ଆତଙ୍କବାଦ ଓ ଉଗ୍ରବାଦ ଦମନ ଦ୍ଵାରା ଆଫଗାନିସ୍ତାନରେ କିଭଳି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ ଏବଂ ଦେଶର ଜନସାଧାରଣଙ୍କ ଧନଜୀବନ ପ୍ରତି ଥିବା ବିପଦ ଟଳିପାରିବ ସେଥିପାଇଁ ଭାରତର ସହଯୋଗ ଏବଂ ଆଫଗାନିସ୍ତାନର ସମର୍ଥନକୁ ଡ଼କ୍ଟର ଘନୀ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଫଗାନିସ୍ତାନ ନେତୃତ୍ୱାଧୀନ, ଆଫଗାନିସ୍ତାନ ଦ୍ଵାରା ନିୟନ୍ତ୍ରିତ ଏବଂଆଫଗାନିସ୍ତାନର ଶାନ୍ତି ଓ ସହଯୋଗ ପ୍ରକ୍ରିୟା ପ୍ରତି ଭାରତର ସହଯୋଗକୁ ପୁନଃପ୍ରକଟ କରିବା ସହ ଏହା ଏକକ, ଶାନ୍ତିପୂର୍ଣ୍ଣ, ସମାବେଶୀ ତଥା ଗଣତାନ୍ତ୍ରିକ ଆଫଗାନ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ । ଏହା ଦ୍ଵାରା ସେଠାରେ ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ ହେବ ଏବଂଆର୍ଥିକ ଦୃଷ୍ଟିରୁ ଦେଶ ମଜଭୁତ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଆଫଗାନିସ୍ତାନ ସରକାରଙ୍କ ଏହି କାର୍ଯ୍ୟରେ ଭାରତ ସଦାଦର୍ବଦା ତାର ସହଯୋଗ ଅବ୍ୟାହତ ରଖିବ । ଆଫଗାନିସ୍ତାନର ନିରାପତ୍ତା ତଥା ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ।ଆଫଗାନିସ୍ତାନରେ ବିଭିନ୍ନ ସମୟରେ ଘଟୁଥିବା ଆତଙ୍କବାଦୀ କାଣ୍ଡକୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ସ୍ୱରରେ ନିନ୍ଦା କରିଥିଲେ । ଏହା ସେଠାରେ ଅନେକ ଧନଜୀବନ ହାନି ଘଟାଇଛି । ଆଫଗାନମାନଙ୍କ ଆତଙ୍କବାଦବିରୋଧୀ ସଂଗ୍ରାମରେ ଭାରତ ସେମାନଙ୍କ ସହିତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାରେ ଆଫଗାନିସ୍ତାନ ଭାରତକୁ ସମର୍ଥନ ଓ ଏହାର ପରାମର୍ଶ ଲୋଡ଼ୁଥିବାରୁପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି ଡ଼କ୍ଟର ଘନୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉଭୟପକ୍ଷ ସେମାନଙ୍କ ମଧ୍ୟରେ ଜାରି ଥିବା ଘନିଷ୍ଠ ସହଯୋଗକୁ ଆଗାମୀ ଦିନରେ ଅଧିକ ନିବିଡ଼ କରିବା ତଥା କ୍ଷେତ୍ରୀୟ ତଥା ଆନ୍ତର୍ଜାତିକ ସ୍ତରରେ ସହଯୋଗୀ ଭାବେ ଶାନ୍ତି, ସମୃଦ୍ଧି, ସ୍ଥିରତା ଓ ପ୍ରଗତି ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s Rs 175 crore Diving Support Craft projects strengthen Navy’s underwater capabilities

Media Coverage

How India’s Rs 175 crore Diving Support Craft projects strengthen Navy’s underwater capabilities
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026