Inculcate team spirit, and work towards breaking silos: PM to IAS Officers
The decisions taken should never be counter to national interest: PM to IAS Officers
The decisions should not harm the poorest of the poor: PM to IAS Officers

ସହାୟକ ସଚିବ ଭାବେ ନିଯୁକ୍ତ ୨୦୧୪ ବ୍ୟାଚର ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ସେମାନଙ୍କ ଅନ୍ତିମ କାର୍ଯ୍ୟ ଅଧିବେଶନରେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ନିଜ ନିଜର ଉପସ୍ଥାପନା ଓ ମତାମତ ରଖିଥିଲେ ।

ଅଧିକାରୀମାନଙ୍କ ଦ୍ଵାରା ଡିବିଟି, ସ୍ଵଚ୍ଛ ଭାରତ, ଇ-ନ୍ୟାୟାଳୟ, ପର୍ଯ୍ୟଟନ, ସ୍ଵାସ୍ଥ୍ୟ ଏବଂ ପ୍ରଶାସନରେ ଉପଗ୍ରହ କୌଶଳର ପ୍ରୟୋଗ ଭଳି ୮ଟି ନିର୍ଦ୍ଧାରିତ ବିଷୟ ଉପସ୍ଥାପନ କରାଯାଇଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ଅଧିକାରୀମାନଙ୍କୁ ସେମାନଙ୍କ ଦ୍ଵାରା କରାଯାଇଥିବା ସୁନ୍ଦର ଉପସ୍ଥାପନା ପାଇଁ ଅଭିନନ୍ଦନ ଜଣାଇଥିଲେ ।

ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହିତ ସହାୟକ ସଚିବ ଭାବେ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ଵ ଦେବା ପଛରେ ପୁରୁଣା ଅନୁଭୂତି ଏବଂ ଯୁବ ପ୍ରାଣର ଉତ୍ସାହକୁ ଯୋଡିବାର ଲକ୍ଷ୍ୟ ରଖାଯାଇଥିଲା । ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି ଏବଂ ଏହା ବେଶ୍ ସନ୍ତୋଷଜନକ ।

ଏକ ଟିମ ଭାବନାକୁ ସର୍ବଦା ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମିଳିତ ଭାବେ କାର୍ଯ୍ୟ କଲେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ ।

ସେ କହିଥିଲେ ଯେ, ରାଜନୀତି କୋ÷ଣସି ନୀତି (Principle) ଉପରେ ନୁହେଁ । ରାଷ୍ଟ୍ରହିତ ଏବଂ ଗରିବଙ୍କୁ କ୍ଷତି ନ ପହଂଚାଇବା ଭଳି ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague

Media Coverage

Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 17, 2026
May 17, 2026

Stronger Bonds, Stronger Bharat: PM Modi’s Netherlands Trip Delivers Partnerships, Pride & a Future-Ready India