ନିକଟରେ ରେଳବାଇର ଭିତ୍ତିଭୂମି ବିକାଶ ଦିଗରେ କେତେକ ପରିବର୍ତ୍ତନ ଅଣା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିବର୍ତ୍ତନ ଯୋଗୁ ଭାରତୀୟ ରେଳବାଇର ଆଧୁନିକୀକରଣରେ ଅସ୍ୱାଭାବିକ ପରିବର୍ତ୍ତନ ଆସିଥିବା ଶ୍ରୀ ମୋଦି କହିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରୁ ଗୁଜରାଟର କେଭାଡିଆକୁ ପତାକା ଦେଖାଇ ଆଠଟି ଟ୍ରେନ ଚଳାଚଳର ଆରମ୍ଭ, ଭିଡିଓ କନଫରେନ୍ସି ଜରିଆରେ କେତେକ ରେଳବାଇ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ରହିଥିବା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସୀମିତ ଧ୍ୟାନ ଦିଆଯାଉଥିବା ସହ ଆଧୁନିକ ବୈଷୟିକଜ୍ଞାନ ଓ ନୂତନ ଚିନ୍ତାଧାରାର ଉପଯୋଗ କରାଯାଉ ନଥିଲା । ଏହି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡିଥିଲା । ସେ ଦୃଷ୍ଟିରୁ ଗତ କିଛିବର୍ଷ ତଳେ ସମଗ୍ର ରେଳବାଇ ପଦ୍ଧତିରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି ।  ଏହା  କେବଳ ରେଳବଜେଟ୍ ଓ ନୂଆ ଟ୍ରେନ ଚଳାଚଳ ଘୋଷଣା ମଧ୍ୟରେ  ସୀମାବଦ୍ଧ ହୋଇ ରହିନାହିଁ । ଏହି ପରିବର୍ତ୍ତନ ଅନେକ କ୍ଷେତ୍ରରେ ଅଣାଯାଇଛି । କେଭାଡିଆ ସହ ସଂଯୋଗକାରୀ ପ୍ରକଳ୍ପ କିପରି ରେକର୍ଡ ସମୟ ମଧ୍ୟରେ ସମାପ୍ତ ହୋଇଛି ଶ୍ରୀ ମୋଦି ତାହାର ଉଦାହରଣ ଦେଇଥିଲେ ।

ପୁରୁଣା ଢାଞ୍ଚା ପରିବର୍ତ୍ତନର ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଏକ ମାଲବାହୀ କରିଡର ମଧ୍ୟ ଉତ୍ସର୍ଗ କରାଇଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ପୂର୍ବ ଓ ପଶ୍ଚିମ ମାଲବାହୀ କରିଡରର ମଧ୍ୟ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପ 2006 ରୁ 2014 ମସିହା ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁା ଧାର୍ଯ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟ କେବଳ କାଗଜ-କଲମରେ ସୀମିତ ଥିଲା ଓ ଗୋଟିଏ କିଲୋମିଟର ଟ୍ରାକ ମଧ୍ୟ ବିଛା ଯାଇ ନ ଥିଲା । ଆଉ କିଛିମାସ ମଧ୍ୟରେ ମୋଟ ଏଗାରଶହ କିଲୋମିଟର କାର୍ଯ୍ୟ ଶେଷ ହେବାକୁ ଯାଉଛି । 

.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity