ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପରରାଷ୍ଟ୍ର ସଚିବ ଶ୍ରୀ ବ୍ଲିଙ୍କେନ୍‌ ସେ ଦେଶର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପ ରାଷ୍ଟ୍ରପତି କମଳା ହାରିସଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ସାକ୍ଷାତ ବେଳେ କରିଥିବା ସଫଳ ମତ ବିନିମୟ ସଂପର୍କରେ ଅବଗତ କରାଇଥିଲେ ଏବଂ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା, ବାଣିଜ୍ୟ ଓ ନିବେଶ, ଜଳବାୟୁ ପରିବର୍ତ୍ତନ ତଥା ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ରଣନୀତିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ସକାଶେ ଆମେରିକାର ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନ  ଏବଂ ଉପ ରାଷ୍ଟ୍ରପତି କମଳା ହାରିସଙ୍କ ପ୍ରତି ଅଭିନନ୍ଦନ ଜ୍ଞାପନ କରିବା ସହ ରାଷ୍ଟ୍ରପତି ବାଇଡେନ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେଥି ମଧ୍ୟରେ କ୍ୱାଦ୍‌, କୋଭିଡ଼ ୧୯ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ସାମିଲ ।

ଭାରତ ଓ ଆମେରିକା ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ଅନେକ ପ୍ରସଙ୍ଗ ଉପରେ ସହମତ ପ୍ରକଟ କରୁଥିବା ପ୍ରସଙ୍ଗରେ ପରରାଷ୍ଟ୍ର ସଚିବ ଶ୍ରୀ ବ୍ଲିଙ୍କେନ୍‌ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏଭଳି ସହମତକୁ ଅଧିକ ମଜଭୁତ ତଥା ବାସ୍ତବ ସହଭାଗୀତାରେ ପରିଣତ କରିବା ନିମନ୍ତେ ଉଭୟ ରଣନୀତିକ ସହଭାଗୀ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରିବା ନିମନ୍ତେ ମତ ପୋଷଣ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସାକ୍ଷାତ ଆଲୋଚନା ବେଳେ କହିଲେ ଯେ ଭାରତ ଓ ଆମେରିକୀୟ ସମାଜ ଗଣତାନ୍ତ୍ରିକ ମୂଲ୍ୟବୋଧ, ସ୍ୱାଧୀନତା ଓ ଅଧିକାର ପ୍ରତି ଗଭୀର ଭାବେ ଅନୁରକ୍ତ ଏବଂ ଆମେରିକାରେ ବସବାସ କରୁଥିବା ଭାରତୀୟ ଡାୟାସ୍ପୋରା ଏହି ଦ୍ୱିପାକ୍ଷିକ ସଂପର୍କକୁ ନିବିଡ଼ କରିବା ଦିଗରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ଭାରତ - ଆମେରିକା ରଣନୀତିକ ସହଭାଗୀତାର ଆଗାମୀ ବର୍ଷରେ ବୈଶ୍ୱିକ ପରିପ୍ରେକ୍ଷୀରେ ଅଧିକ ମହତ୍ତ୍ୱ ବହନ କରେ । ବିଶେଷ କରି କୋଭିଡ଼ ପରବର୍ତ୍ତୀ, ବୈଶ୍ୱିକ ଆର୍ଥିକ ରିକଭରୀ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଚାଲେଞ୍ଜ ପରିପ୍ରେକ୍ଷୀରେ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Coconut industry gets a policy boost

Media Coverage

Coconut industry gets a policy boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 17, 2026
February 17, 2026

India’s Tech-focused Revolution under PM Modi’s Leadership Takes Centre Stage at the IndiaAI Impact Summit