ମୋଦୀଙ୍କ ନିୟମ ହେଉଛି ଦ୍ରୁତ ବିକାଶର ନିୟମ: ଶ୍ରୀ ଅଜିତ ମନୋଚା, ସିଇଓ, ସେମି
ଭାରତର ଡିଜିଟାଲ୍ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ: ଟାଟା ଇଲେକ୍ଟ୍ରୋନିକ୍ସର ସଭାପତି ତଥା ସିଇଓ ଡ. ରଣଧୀର ଠାକୁର
ଦୀର୍ଘମିଆଦୀ କାର୍ଯ୍ୟ କରିବା ପାଇଁ ବ୍ୟବସାୟୀଙ୍କ ନିମନ୍ତେ ଆବଶ୍ୟକ ଉଦ୍ଭାବନ, ଗଣତନ୍ତ୍ର ଏବଂ ବିଶ୍ୱାସର ତିନୋଟି ଉପାଦାନକୁ ପ୍ରଧାନମନ୍ତ୍ରୀ ଅନ୍ତର୍ଭୁକ୍ତ କରିଛନ୍ତି: ଏନଏକ୍ସପି ସେମିକଣ୍ଡକ୍ଟରର ସିଇଓ ଶ୍ରୀ କର୍ଟ ସିଭର୍ସ
ଭାରତ ଏବଂ ବିଶ୍ୱ ବଜାର ପାଇଁ ମୂଲ୍ୟ ଯୁକ୍ତ ଉନ୍ନତ ସେମିକଣ୍ଡକ୍ଟର ଡିଜାଇନ୍ କାର୍ଯ୍ୟକଳାପକୁ ସହଯୋଗ କରିବା ନିମନ୍ତେ ଆମେ ଭାରତରେ ଆମର ମାନବ ସମ୍ବଳକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛୁ: ରେନେସାସ୍ ର ସିଇଓ ଶ୍ରୀ ହିଡେଟୋଶୀ ଶିବାଟା
ବିଶ୍ୱର ସର୍ବବୃହତ ଗଣତନ୍ତ୍ରଠାରୁ ଭଲ ବିଶ୍ୱାସଯୋଗ୍ୟ ଅଂଶୀଦାର କିଏ ହୋଇପାରିବ: ଆଇଏମ୍ଇସିର ସିଇଓ ଶ୍ରୀ ଲୁକ୍ ଭାନ୍ ଡେନ୍ ହୋଭ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ସେମିକନ୍ ଇଣ୍ଡିଆ ୨୦୨୪ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ 'ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର' ଶୀର୍ଷକରେ ଆୟୋଜନ କରାଯାଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର କୌଶଳ ଏବଂ ନୀତିକୁ ପ୍ରଦର୍ଶିତ କରାଯାଇଛି ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଗ୍ଲୋବାଲ ସେମିକଣ୍ଡକ୍ଟର ଜାଏଣ୍ଟର ଶୀର୍ଷ ନେତୃତ୍ୱମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଯାହା ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏକାଠି କରିବ । ଏହି ସମ୍ମିଳନୀରେ ୨୫୦ ରୁ ଅଧିକ ପ୍ରଦର୍ଶକ ଓ ୧୫୦ ବକ୍ତା ଅଂଶଗ୍ରହଣ କରୁଛନ୍ତି।

ସେମିର ସିଇଓ ଶ୍ରୀ ଅଜିତ ମନୋଚା ସେମିକନ୍ ଇଣ୍ଡିଆ ୨୦୨୪ରେ ମିଳିଥିବା ସମ୍ବର୍ଦ୍ଧନାକୁ ପ୍ରଶଂସା କରିବା ସହ ଦୁଇଟି ପ୍ରମୁଖ ଶବ୍ଦ - 'ଅଭୂତପୂର୍ବ' ଏବଂ 'ଏକ୍ସପୋନେସିଆଲ୍' ଉପରେ ଆଲୋକପାତ କରିଥିଲେ। ସେ ଏହି କାର୍ଯ୍ୟକ୍ରମର ଅଭୂତପୂର୍ବ ବ୍ୟାପକତା ଏବଂ ସେମିକଣ୍ଡକ୍ଟର ପାଇଁ ମୋଟ ଇଲେକ୍ଟ୍ରୋନିକ୍ ଯୋଗାଣ ଶୃଙ୍ଖଳାକୁ ପ୍ରତିନିଧିତ୍ୱ କରୁଥିବା ସମଗ୍ର ବିଶ୍ୱରୁ ୧୦୦ରୁ ଅଧିକ ସିଇଓ ଏବଂ ସିଏକ୍ସଓ ଏକାଠି ହେବା ବିଷୟରେ ଉଲ୍ଲେଖ କରିଥିଲେ । ଦେଶ, ବିଶ୍ୱ, ଶିଳ୍ପ ଏବଂ ମାନବଜାତିର ହିତ ପାଇଁ ସେମିକଣ୍ଡକ୍ଟର ହବ୍ ନିର୍ମାଣ ଯାତ୍ରାରେ ଭାରତର ବିଶ୍ୱସ୍ତ ଅଂଶୀଦାର ହେବା ପାଇଁ ଶିଳ୍ପର ପ୍ରତିବଦ୍ଧତା ବିଷୟରେ ସେ ଆଶାବାଦୀ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ ଭାବରେ ଭାରତରେ ଅଭିବୃଦ୍ଧିର ଉନ୍ନତ ମଡେଲ ବିଷୟରେ ଉଲ୍ଲେଖ କରି ଶ୍ରୀ ମନୋଚା କହିଥିଲେ ଯେ ସେମିକଣ୍ଡକ୍ଟର ଶିଳ୍ପ ବିଶ୍ୱର ପ୍ରତ୍ୟେକ ଶିଳ୍ପ ପାଇଁ ଭିତ୍ତିଭୂମି, ଏବଂ ଏହା ସହିତ ଅଧିକ ଗୁରୁତ୍ୱପୂର୍ଣ୍ଣ ମାନବତା ପାଇଁ। ସେ ଭାରତର ୧.୪ ବିଲିୟନ ଏବଂ ବିଶ୍ୱର ୮ ବିଲିୟନ ଲୋକଙ୍କ ପାଇଁ କାମ କରିବାକୁ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଟାଟା ଇଲେକ୍ଟ୍ରୋନିକ୍ସର ସଭାପତି ତଥା ସିଇଓ ଡ. ରଣଧୀର ଠାକୁର ଏହି ଐତିହାସିକ ସମାବେଶକୁ ସମ୍ଭବ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେମିକଣ୍ଡକ୍ଟର ଶିଳ୍ପକୁ ଭାରତୀୟ ଉପକୂଳକୁ ଆଣିବା ପାଇଁ ତାଙ୍କର ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ଧୋଲେରାଠାରେ ଭାରତର ପ୍ରଥମ ବାଣିଜ୍ୟିକ ଫାବ୍ ଏବଂ ଆସାମର ଜାଗିରୋଡ଼ରେ ପ୍ରଥମ ସ୍ୱଦେଶୀ ଓସାଟ୍ କାରଖାନାର ଶିଳାନ୍ୟାସ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରି ସେ କହିଥିଲେ ଯେ ଉଭୟ ପ୍ରକଳ୍ପ ରେକର୍ଡ ସମୟ ମଧ୍ୟରେ ସରକାରଙ୍କ ଠାରୁ ମଞ୍ଜୁରୀ ପାଇଛି । ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଦ୍ୱାରା ପ୍ରଦର୍ଶିତ ଉଲ୍ଲେଖନୀୟ ଅନୁପାତ ଏବଂ ସହଯୋଗକୁ ସେ ପ୍ରଧାନମନ୍ତ୍ରୀଙ୍କ ତତ୍ପରତାର ସହ କାର୍ଯ୍ୟ କରିବାର ବାର୍ତ୍ତା ସହିତ ସମାନ ବୋଲି ଶ୍ରେୟ ଦେଇଥିଲେ । ଚିପ୍ ତିଆରି ପାଇଁ ଗୁରୁତ୍ୱପୂର୍ଣ୍ଣ ୧୧ଟି ଇକୋସିଷ୍ଟମ କ୍ଷେତ୍ର ଉପରେ ଆଲୋକପାତ କରି ଡ. ଠାକୁର କହିଥିଲେ ଯେ ସରକାରଙ୍କ ପ୍ରୟାସ ଏହି ସମସ୍ତ ଇକୋସିଷ୍ଟମକୁ ସେମିକନ୍ ୨୦୨୪ ରେ ଏଠାରେ ଗୋଟିଏ ଛାତ ତଳେ ଆଣିଛି। ଆଗକୁ ଅଭିବୃଦ୍ଧି ପାଇଁ ଇକୋସିଷ୍ଟମ୍ ଖେଳାଳିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ସ୍ଥାପନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ପ୍ରଚାର ଏବଂ ଭାରତର ସେମିକଣ୍ଡକ୍ଟର ମିଶନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମିକଣ୍ଡକ୍ଟର ଶିଳ୍ପ ବିକଶିତ ଭାରତ ୨୦୪୭ ର ପରିକଳ୍ପନାର ଆଧାର ପାଲଟିବ ଏବଂ ଏହା ନିଯୁକ୍ତି ସୃଷ୍ଟି ଉପରେ ବହୁଗୁଣିତ ପ୍ରଭାବ ପକାଇବ । ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏହା ହେଉଛି ଉପଯୁକ୍ତ ମୁହୂର୍ତ୍ତ, କାରଣ ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ସେ ଶ୍ରେୟ ଦେଇଛନ୍ତି।

ଏନଏକ୍ସପି ସେମିକଣ୍ଡକ୍ଟରର ସିଇଓ କର୍ଟ ସିଭର୍ସ ସେମିକନ୍ ୨୦୨୪ର ଏକ ଅଂଶ ହେବା ପାଇଁ ନିଜର ଉତ୍ସାହ ଏବଂ ନମ୍ରତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଭାରତ ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା । ସଫଳତାର ତିନୋଟି ଗୁଣ ଯଥା ଆକାଂକ୍ଷା, ବିଶ୍ୱାସ ଏବଂ ସହଯୋଗ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜିର ଭଳି ଏକ କାର୍ଯ୍ୟକ୍ରମ ସହଯୋଗର ଶୁଭାରମ୍ଭ କରିଥାଏ । ସେ ଭାରତରେ ଦେଖାଦେଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି କହିଲେ ଯେ ଏହି କାର୍ଯ୍ୟ କେବଳ ବିଶ୍ୱ ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଭାରତରେ କରାଯାଉଛି । ସେମିକଣ୍ଡକ୍ଟର ଶିଳ୍ପର ଅନ୍ୟାନ୍ୟ କ୍ଷେତ୍ର ଉପରେ ଥିବା ଗୁଣାତ୍ମକ ପ୍ରଭାବ ବିଷୟରେ ମଧ୍ୟ ସେ ସ୍ପର୍ଶ କରିଥିଲେ ଏବଂ କହିଥିଲେ ଯେ ଏହା ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଅର୍ଥନୀତିରେ ପରିଣତ କରିବାରେ ପ୍ରୋତ୍ସାହିତ କରିବ। ଏନଏକ୍ସପି ଦ୍ୱାରା ଗବେଷଣା ଓ ବିକାଶ ପ୍ରୟାସକୁ ଏକ ବିଲିୟନ ଡଲାରରୁ ଅଧିକ କରିବା ବିଷୟରେ ସେ ସୂଚନା ଦେଇଥିଲେ । ଉଦ୍ଭାବନ, ଗଣତନ୍ତ୍ର ଏବଂ ବିଶ୍ୱାସର ତିନୋଟି ଉପାଦାନକୁ ଅନ୍ତର୍ଭୁକ୍ତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇଥିଲେ ଯାହା ଦୀର୍ଘକାଳୀନ କାର୍ଯ୍ୟ କରିବା ପାଇଁ ବ୍ୟବସାୟୀମାନଙ୍କ ପାଇଁ ଆବଶ୍ୟକ ।

ସେମିକନ୍ ଇଣ୍ଡିଆ ୨୦୨୪ ରେ ଏଭଳି ଏକ ସଫଳ ଏବଂ ସ୍ମାରକୀ କାର୍ଯ୍ୟକ୍ରମ ପାଇଁ ରେନେସାସର ସିଇଓ ଶ୍ରୀ ହିଡେଟୋଶୀ ଶିବାତା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ଏକ ପ୍ରସିଦ୍ଧ ଅନୁଷ୍ଠାନ ସହ ଭାଗିଦାରୀ କରି ଗୁଜରାଟରେ ଭାରତର ପ୍ରଥମ ଆସେମ୍ବଲି ଓ ପରୀକ୍ଷା ସୁବିଧା ପ୍ରତିଷ୍ଠା କରିବା ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଏକ ପାଇଲଟ୍ ଲାଇନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ବାଙ୍ଗାଲୋର, ହାଇଦ୍ରାବାଦ ଏବଂ ନୋଏଡାରେ କାର୍ଯ୍ୟକଳାପ ଏବଂ ପରିଚାଳନାଗତ ଉପସ୍ଥିତିକୁ ବିସ୍ତାର କରିବା ବିଷୟରେ ମଧ୍ୟ କହିଥିଲେ। ଆସନ୍ତା ବର୍ଷ ସୁଦ୍ଧା ଭାରତରେ ମାନବ ସମ୍ବଳ ଦ୍ୱିଗୁଣିତ କରି ଭାରତୀୟ ତଥା ବିଶ୍ୱ ବଜାର ପାଇଁ ମୂଲ୍ୟ ଯୁକ୍ତ ଉନ୍ନତ ସେମିକଣ୍ଡକ୍ଟର ଡିଜାଇନ୍ କାର୍ଯ୍ୟକଳାପକୁ ଅଧିକ ସହଯୋଗ କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ପାଇଁ ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ଭାରତକୁ ଆଣିବା ନେଇ ସେ ଉତ୍ସାହ ପ୍ରକାଶ କରିଥିଲେ।

ଆଇଏମଇସିର ସିଇଓ ଶ୍ରୀ ଲୁକ୍ ଭାନ୍ ଡେନ୍ ହୋଭ୍ ସେମିକନ୍ ୨୦୨୪ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଦୂରଦୃଷ୍ଟି ଏବଂ ନେତୃତ୍ୱ ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତକୁ ଏକ ସ୍ପଷ୍ଟ ମାର୍ଗ ପ୍ରଦାନ କରୁଛି। ଦୀର୍ଘମିଆଦୀ ଗବେଷଣା ଓ ବିକାଶ ରଣନୀତି ଗଠନ ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରି ଶ୍ରୀ ହୋଭ କହିଛନ୍ତି ଯେ ଏହା ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନାକୁ ସମର୍ଥନ କରିବା ପାଇଁ ଆଇଏମଇସି ଏକ ଦୃଢ଼ ଏବଂ ରଣନୈତିକ ଭାଗିଦାରୀ ଗଠନ କରିବାକୁ ପ୍ରସ୍ତୁତ ବୋଲି ସେ ଆଶ୍ୱାସନା ଦେଇଥିଲେ । ଏକ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ହୋଭ କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଠାରୁ ଭଲ ବିଶ୍ୱାସଯୋଗ୍ୟ ସହଯୋଗୀ କିଏ ହୋଇପାରେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi