ରାମ ଜନ୍ମଭୂମି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରାଯାଇଛି ଯାହା ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତିର ଅନୁରୂପ ଅଟେ : ପ୍ରଧାନମନ୍ତ୍ରୀ ମୋଦୀ
ଶ୍ରୀ ରାମଙ୍କ ଜନ୍ମଭୂମି ତୀର୍ଥକ୍ଷେତ୍ର ହେବ : ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ
'ସବକା ସାଥ ,ସବକା ବିକାଶ ,ସବକା ବିଶ୍ୱାସ' ର ମନ୍ତ୍ର ଆଧାରରେ ଆମେ ପ୍ରତ୍ୟେକ ନାଗରିକଙ୍କ ପ୍ରଗତି ପାଇଁ କାମ କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ ସରକାର ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଗଠନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱାଧୀନ ଭାବେ ସମସ୍ତ ପ୍ରକାର ନିଷ୍ପତ୍ତି ନେବ।”

ପ୍ରଧାନମନ୍ତ୍ରୀ କହିଛନ୍ତି, ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ପାଞ୍ଚ ଏକର ଜାଗା ସୁନି ୱାକଫ୍ ବୋର୍ଡକୁ ପ୍ରଦାନ କରିବା ଲାଗି ଅନୁରୋଧ କରିଛନ୍ତି ଏବଂ ରାଜ୍ୟ ସରକାର ଏହି ଅନୁରୋଧ ରକ୍ଷା କରିଛନ୍ତି । ଆମ ସମସ୍ତଙ୍କୁ ଜଣା ଯେ, ପ୍ରଭୂ ଶ୍ରୀରାମ ଏବଂ ଅଯୋଧ୍ୟାର ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଆଦର୍ଶ ଉପରେ ଗଭୀର ପ୍ରଭାବ ରହିଛି । ଭବିଷ୍ୟତରେ ବହୁ ଭକ୍ତ ଶ୍ରୀରାମ ଲାଲାଙ୍କୁ ଶ୍ରଦ୍ଧାସୁମନ ଜଣାଇବା ପାଇଁ ଅଯୋଧ୍ୟା ଆଗମନ କରିବେ । ଏହାକୁ ଦୃଷ୍ଟିରେ ରଖି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି । ଏହା ନିଷ୍ପତ୍ତି ହୋଇଛି ଯେ, ସମସ୍ତ 67.703 ଏକର ଜମିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନାମରେ କରିଦିଆଯିବ ।

ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବାସୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରକ୍ରିୟା ଉପରେ ଯେଉଁ ଗଭୀର ଆସ୍ଥା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ 130 କୋଟି ଭାରତୀୟଙ୍କୁ ଅଭିବାଦନ ଜଣାଉଛି । ସମସ୍ତ ଭାରତୀୟ ଗୋଟିଏ ପରିବାର ସଦୃଶ । ଏହାହିଁ ଭାରତର ମହାନ ପରମ୍ପରା । ଆମେ ସମସ୍ତ ଭାରତୀୟଙ୍କ ଖୁସି ଓ ସମୃଦ୍ଧି କାମନା କରୁ । ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ନେଇ ପ୍ରତ୍ୟେକ ନାଗରିକର ବିକାଶ ଦିଗରେ କାର୍ଯ୍ୟରତ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Labour reforms: Govt fully operationalises four new codes by publishing rules

Media Coverage

Labour reforms: Govt fully operationalises four new codes by publishing rules
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets Andhra Pradesh Chief Minister Shri N. Chandrababu Naidu and his family in Hyderabad
May 10, 2026

The Prime Minister, Shri Narendra Modi met the Chief Minister of Andhra Pradesh, Shri N. Chandrababu Naidu, and his family at his residence in Hyderabad today.

The Prime Minister said that it is always a delight to meet Shri Chandrababu Naidu and his family and exchange views on a wide range of subjects and diverse topics.

The Prime Minister wrote on X;

“In Hyderabad, went to Andhra Pradesh Chief Minister Shri Chandrababu Naidu Garu’s residence and met him along with his family. It’s always a delight to meet them and exchange views on so many diverse topics.

@ncbn”