ଗତ ଚାରି ବର୍ଷ ମଧ୍ୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀର ଅଗ୍ରଗତିକୁ ନେଇ କଲେ ଆଲୋଚନା
ରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କର ଏକାଧିକ ବୈଠକକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଆପୋସ ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନକୁ କଲେ ପ୍ରଶଂସା
ଏନଏସଏ ସୁଲିଭାନଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା ରାଷ୍ଟ୍ରପତି ବାଇଡେନଙ୍କ ଚିଠିକୁ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ
ବିଶ୍ୱର ଦୁଇଟି ସର୍ବବୃହତ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନଙ୍କୁ ସଦ୍ଦିଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଜ୍ୟାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ବିଶେଷ କରି ପ୍ରଯୁକ୍ତି, ପ୍ରତିରକ୍ଷା, ମହାକାଶ, ବେସାମରିକ ଆଣବିକ କ୍ଷେତ୍ର, ସ୍ୱଚ୍ଛ ଶକ୍ତି, ସେମିକଣ୍ଡକ୍ଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରମୁଖ କ୍ଷେତ୍ରରେ ଗତ ଚାରି ବର୍ଷ ମଧ୍ୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସକରାତ୍ମକ ଭାବେ ମୂଲ୍ୟାଙ୍କନ କରିଥିଲେ।

ସେପ୍ଟେମ୍ବର ୨୦୨୪ରେ କ୍ୱାଡ୍ ଲିଡର୍ସ ସମ୍ମିଳନୀ ପାଇଁ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ବାଇଡେନ ସହ ତାଙ୍କର ଏକାଧିକ ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିବାରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥିବା ରାଷ୍ଟ୍ରପତି ବାଇଡେନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ।

 

ଏନଏସଏ ସୁଲିଭାନଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା ରାଷ୍ଟ୍ରପତି ବାଇଡେନଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ଗଭୀର ଭାବେ ସ୍ୱୀକାର କରିଥିଲେ ।

ଦୁଇ ଦେଶର ଲୋକମାନଙ୍କ କଲ୍ୟାଣ ତଥା ବିଶ୍ୱର ମଙ୍ଗଳ ପାଇଁ ଦୁଇ ଗଣତନ୍ତ୍ର ମଧ୍ୟରେ ଘନିଷ୍ଠ ସହଯୋଗକୁ ଆହୁରି ଗଭୀର କରିବା ଲାଗି ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନଙ୍କୁ ନିଜର ସଦ୍ଦିଚ୍ଛା ଜଣାଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian seafarers' safety is of utmost importance to us: PM Modi to Trump

Media Coverage

Indian seafarers' safety is of utmost importance to us: PM Modi to Trump
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.