ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ ମନେ ପକାଇ କହିଥିଲେ ଆମର ଏପରି ଲକ୍ଷ୍ୟ ଓ ଶକ୍ତି ରହିବା ଉଚିତ ଯାହା ଆମକୁ ସାହସର ସହିତ ଶାସନ ପରିଚାଳନା କରିବାକୁ ପ୍ରେରଣା ଯୋଗାଇବ । ଆଜିର ଆତ୍ମନିର୍ଭର ଭାରତରେ ଆମ ପାଖରେ ଲକ୍ଷ୍ୟ ଓ ଶକ୍ତି ରହିଛି । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ଆମେ ଆତ୍ମଶକ୍ତି ଓ ଦୃଢ ସଂକଳ୍ପ ମାଧ୍ୟମରେ ହାସଲ କରିପାରିବା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ରକ୍ତ ଓ ସ୍ୱେଦ ବୁହାଇ ଦେଶ ପାଇଁ କିଛି କରିବା ଆମର ଲକ୍ଷ୍ୟ ହେବା ଉଚିତ । କଠିନ ପରିଶ୍ରମ ଓ ନବୋନ୍ମେଷ ମାଧ୍ୟମରେ ଭାରତରୁ ଆତ୍ମନିର୍ଭର କରା ଯାଇପାରିବ । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଭାରତରୁ ପଳାୟନ ପୂର୍ବରୁ ନେତାଜୀ ନିଜ ପୁତୁରା ଶିଶିର ବୋଷଙ୍କୁ ପଚାରିଥିବା ଆବେଗପୂର୍ଣ୍ଣ ପ୍ରଶ୍ନର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯଦି ଆଜି ପ୍ରତି ଭାରତୀୟ ନିଜ ହୃଦୟରେ ହାତ ରଖି ନେତାଜୀଙ୍କ ଉପସ୍ଥିତି ଅନୁଭବ କରନ୍ତି ତେବେ ସେ ଗୋଟିଏ ପ୍ରଶ୍ନ ଶୁଣି ପାରିବେ ମୋ ପାଇଁ ଆପଣ କିଛି କରିପାରିବେ କି? ଆଜିର ପରିପ୍ରେକ୍ଷୀରେ ଏହି କାମ, ଏହି ଦାୟିତ୍ୱ, ଏହି ଲକ୍ଷ୍ୟ ହେଲା ଭାରତକୁ ଆତ୍ମନିର୍ଭର କରିବା । ଦେଶର ଜନସାଧାରଣ, ପ୍ରତି ଅଂଚଳ, ପ୍ରତ୍ୟେକ ବ୍ୟକ୍ତି ଏହାର ଅଂଶ ।

ଏହି ଅବସରରେ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ତ୍ରୁଟିଶୂନ୍ୟ ଓ କୁପ୍ରଭାବହୀନ ଉତ୍ପାଦ ପ୍ରସ୍ତୁତ କରି ବିଶ୍ୱରେ ସର୍ବଶ୍ରେଷ୍ଠ ସାମଗ୍ରୀ ଉତ୍ପାଦନ ପାଇଁ ଆହ୍ୱାନ ଦେଇଥିଲେ । ୀ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିବାରୁ ବିରତ ହେବା ନାହିଁ । ବିଶ୍ୱର କୌଣସି ଶକ୍ତି ଭାରତକୁ ଶୃଙ୍ଖଳରେ ରଖିପାରିବ ନାହିଁ ବୋଲି ନେତାଜୀ କହୁଥିଲେ । ପ୍ରକୃତରେ ୧୩୦ କୋଟି ଭାରତୀୟଙ୍କୁ ଆତ୍ମନିର୍ଭର ହେବାରୁ କେହି ରୋକିପାରିବେ ନାହିଁ ।

ଦାରିଦ୍ର୍ୟ, ନିରକ୍ଷରତା, ରୋଗବ୍ୟାଧିକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶର ଗୁରୁତର ସମସ୍ୟା ଭାବେ ବିବେଚନା କରୁଥିଲେ । ସେ ଦରିଦ୍ରଙ୍କ ପାଇଁ ଚିନ୍ତା କରୁଥିଲେ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେହି କଥାକୁ ଦୋହରାଇ ଦାରିଦ୍ର୍ୟ, ନିରକ୍ଷରତା, ରୋଗବ୍ୟାଧି, ବିଜ୍ଞାନ ସମ୍ମତ ଉତ୍ପାଦନହୀନତାକୁ ଦେଶର ପ୍ରମୁଖ ସମସ୍ୟା ଭାବେ ବିବେଚନା କରିଛନ୍ତି । ଏହି ସମସ୍ୟା ଦୂରେଇବାକୁ ସମାଜକୁ ଏକାଠି ହେବାକୁ ପଡିବ, ଏକାଠି ପ୍ରୟାସ କରିବାକୁ ହେବ ।

ଦୁର୍ବଳ ଓ ନିଷ୍ପେଷିତ ଓ କୃଷକ ଓ ମହିଳା ସଶକ୍ତିକରଣ ପାଇଁ ଦେଶ ନିରବଚ୍ଛିନ୍ନ ଉଦ୍ୟମ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ଦେଶର ପ୍ରତ୍ୟେକ ଗରିବ ବ୍ୟକ୍ତି ମାଗଣା ଚିକିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ସେବା ପାଉଛନ୍ତି, ଚାଷୀଙ୍କୁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସୁବିଧାସୁଯୋଗ ପାଉଛନ୍ତି ଓ ଚାଷ ଖର୍ଚ୍ଚ ହ୍ରାସ ପାଇଛି । ଯୁବପୀଢିଙ୍କୁ ଗୁଣବତା ସମ୍ପନ୍ନ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷା ଭିତିଭୂମି ବିକଶିତ ହେଉଛି । ଏକବିଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ଜାତୀୟ ଶିକ୍ଷା ନୀତି ସାଙ୍ଗକୁ ନୂଆ ଆଇଆଇଟି, ଆଇଆଇଏମ ଓ ଏମ୍ସ ସ୍ଥାପିତ ହୋଇଛି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Apple steps up India push as major suppliers scale operations, investments

Media Coverage

Apple steps up India push as major suppliers scale operations, investments
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 16, 2025
November 16, 2025

Empowering Every Sector: Modi's Leadership Fuels India's Transformation