ଭାରତୀୟ ପ୍ରାଚୀନ ଗୌରବର ପୁନରୁତ୍‌ଥାନ ପାଇଁ ସର୍ଦ୍ଦାର ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଣିପାତ
ବିଶ୍ୱନାଥଠାରୁ ସୋମନାଥ ଓ ଅନ୍ୟାନ୍ୟ ବହୁ ମନ୍ଦିରର ପୁନର୍ବିନ୍ୟାସ ପାଇଁ ସେ ଲୋକମାତା ଅହଲ୍ୟାବାଈ ହୋଲକରଙ୍କୁ କଲେ ସ୍ମରଣ
ତୀର୍ଥଯାତ୍ରା ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରିବା ସହ ଧାର୍ମିକ ପର୍ଯ୍ୟଟନ ଦିଗରେ ନୂତନ ସମ୍ଭାବନାର ଖୋଜ୍ ସବୁ ସମୟରେ ରହି ଆସିଛି: ପ୍ରଧାନମନ୍ତ୍ରୀ
ବିଧ୍ୱଂସକାରୀ ଶକ୍ତି ବା ଆତଙ୍କବଳରେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା ସବୁବେଳେ ଅସ୍ଥାୟୀ, ଏହାର ସ୍ଥିତି କେବେ ବି ସ୍ଥାୟୀ ହୋଇପାରିବ ନାହିଁ ଓ ଅଧିକ ଦିନ ଧରି ମାନବିକତାକୁ ବଳି ଯାଇପାରିବ ନାହିଁ । ଏକ ସତ୍ୟ ପ୍ରମାଣିତ ଯେ ଯେତେବେଳେ କେତେକ ଆକ୍ରମଣକାରୀ ସୋମନାଥ ମନ୍ଦିର ଭାଙ୍ଗି ଦେଇଥିଲେ ତ ଆଜି ମଧ୍ୟ ବିଶ୍ୱ ସେପରି ଚିନ୍ତାଧାରା ଉଦ୍ରେକ ନେଇ ଭୟଭୀତ: ପ୍ରଧାନମନ୍ତ୍ରୀ
ଦେଶ ଅନେକ କଠିନ ସମସ୍ୟାର ସମାଧାନ ନିମନ୍ତେ ଅମାୟିକ ବିଚାରଧାରା ଦ୍ୱାରା ଚାଲିଛି । ଆଧୁନିକ ଭାରତରେ ରାମମନ୍ଦିର ନିର୍ମାଣ ଏହାର ଏକ ଜ୍ୱଳନ୍ତ ପ୍ରମାଣ: ପ୍ରଧାନମନ୍ତ୍ରୀ
ଇତିହାସ ଓ ବିଶ୍ୱାସର ସାରମର୍ମ ହେଲା ସବ୍‌କା ସାଥ, ସବ୍‌କା ବିକାଶ, ସବକା ବିଶ୍ୱାସ ଓ ସବ୍‌କା ପ୍ରୟାସ: ପ୍ରଧାନମନ୍ତ୍ରୀ
ଆମର ଚାରିଧାମ ବ୍ୟବସ୍ଥା, ଶକ୍ତିପୀଠର ପରିକଳ୍ପନା, ଦେଶର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ତୀର୍ଥସ୍ଥଳୀର ସ୍ଥାପନା, ଏହା ମଧ୍ୟରେ ଆମର ‘ଏକ ଭାରତ, ଶ୍ରେଷ୍ଠ ଭା
ଦେଶ ଅନେକ କଠିନ ସମସ୍ୟାର ସମାଧାନ ନିମନ୍ତେ ଅମାୟିକ ବିଚାରଧାରା ଦ୍ୱାରା ଚାଲିଛି । ଆଧୁନିକ ଭାରତରେ ରାମମନ୍ଦିର ନିର୍ମାଣ ଏହାର ଏକ ଜ୍ୱଳନ୍ତ ପ୍ରମାଣ: ପ୍ରଧାନମନ୍ତ୍ରୀ

ଜୟ ସୋମନାଥ ! କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଶ୍ରଧେୟ ଲାଲକୃଷ୍ଣ ଆଡୱାଣୀ ମହାଶୟ, ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ଶ୍ରୀପଦ ନାଇକ ମହାଶୟ, ଅଜୟ ଭଟ୍ଟ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ, ଗୁଜରାଟ ସରକାର ପର୍ଯ୍ୟଟନ ମନ୍ତ୍ରୀ ଜବାହର ମହାଶୟ, ୱାସନ ଭାଇ, ଲୋକସଭାରେ ମୋର ସାଥୀ ରାଜେଶ ଭାଇ, ସୋମନାଥ ମନ୍ଦିରର ଟ୍ରଷ୍ଟର ଷ୍ଟଟ୍ରି ଶ୍ରୀ ପ୍ରବୀଣ ଲାହିରୀ ମହାଶୟ, ସମସ୍ତ ଶ୍ରଦ୍ଧାଳୁ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ମୁଁ ଏହି ପବିତ୍ର ଅବସରରେ ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେଉଛି, କିନ୍ତୁ ମନଭିତରେ ସ୍ୱୟଂକୁ ଭଗବାନ ଶ୍ରୀ ସୋମନାଥଙ୍କ ଚରଣରେ ଅନୁଭବ କରୁଛି । ମୋର ସୌଭାଗ୍ୟ ଯେ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ମୋତେ ଏହି ପୁଣ୍ୟ ସ୍ଥାନର ସେବା କରିବାର ସୁଯୋଗ ମିଳୁଛି। ଆଜି ପୁଣି ଥରେ, ଆମେ ସମସ୍ତେ ଏହି ପବିତ୍ର ତୀର୍ଥର କାୟାକଳ୍ପର ସାକ୍ଷୀ ପାଲଟୁଛେ। ଆଜି ମୋତେ ସମୁଦ୍ର ଦର୍ଶନ ପଥ, ସୋମନାଥ ଦର୍ଶନ ଗ୍ୟାଲେରୀ ଏବଂ ଜୀର୍ଣ୍ଣୋଧାର ପରେ ନୂଆ ସ୍ୱରୂପରେ ଜୂନା ସୋମନାଥ ମନ୍ଦିରର ଲୋକାର୍ପଣର ସୌଭାଗ୍ୟ ମିଳିଛି। ଏହା ସହିତ ଆଜି ପାର୍ବତୀ ମାତା ମନ୍ଦିରର ମଧ୍ୟ ଶିଳାନ୍ୟାସ ହୋଇଛି। ଏତେ ପବିତ୍ର ସଂଯୋଗ, ଆଉ ଏହା ସହିତ ଶ୍ରାବଣ ମାସ, ମୁଁ ମାନୁଛି, ଯେ ଏହା ଆମ ସମସ୍ତଙ୍କ ପାଇଁ ହେଉଛି ଭଗବାନ ସୋମନାଥ ଜୀଙ୍କ ଆଶୀର୍ବାଦର ସିଦ୍ଧି। ମୁଁ ଏହି ଅବସରରେ ଆପଣ ସମସ୍ତଙ୍କୁ, ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ  ଏବଂ ଦେଶ ବିଦେଶରେ ଭଗବାନ ସୋମନାଥ ଜୀଙ୍କ କୋଟି କୋଟି ଭକ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ବିଶେଷ ଭାବେ, ଆଜି ମୁଁ ଲୌହ ପୁରୁଷ ବଲ୍ଲଭ ଭାଇ ପଟେଲଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି, ଯିଏକି ଭାରତର ପ୍ରାଚୀନ ଗୌରବକୁ ପୁନର୍ଜୀବିତ କରିବାର ଇଚ୍ଛାଶକ୍ତି ଦେଖାଇଥିଲେ। ସର୍ଦ୍ଦାର ସାହେବ, ସୋମନାଥ ମନ୍ଦିରକୁ ସ୍ୱତନ୍ତ୍ର ଭାରତର ସ୍ୱତନ୍ତ୍ର ଭାବନା ସହିତ ଯୋଡି ହୋଇଥିବା ମାନୁଥିଲେ। ଏହା ଆମର ସୌଭାଗ୍ୟ ଯେ ଆଜି ସ୍ୱାଧୀନତାର 75 ବର୍ଷରେ ‘ଆଜାଦୀ କା ଅମୃତ ମହୋତ୍ସବ’ରେ ଆମେ ସର୍ଦ୍ଦାର ସାହେବଙ୍କ ପ୍ରୟାସଗୁଡ଼ିକୁ ନେଇ ଆଗକୁ ବଢ଼଼ୁଛୁ, ସୋମନାଥ ମନ୍ଦିରକୁ ନୂତନ ଭବ୍ୟତା ଦେଉଛୁ। ଆଜି ମୁଁ, ଲୋକମାତା ଅହଲ୍ୟାବାଈ ହୋଲକରଙ୍କୁ ମଧ୍ୟ ପ୍ରଣାମ କରୁଛି, ଯିଏ ବିଶ୍ୱନାଥରୁ ନେଇ ସୋମନାଥ ପର୍ଯ୍ୟନ୍ତ, ଅନେକଗୁଡ଼ିଏ ମନ୍ଦିରର ଜୀର୍ଣ୍ଣୋଧାର କରିଥିଲେ। ପ୍ରାଚୀନତା ଏବଂ ଆଧୁନିକତାର ଯେଉଁ ସଙ୍ଗମ ତାଙ୍କ ଜୀବନରେ ଥିଲା, ଆଜି ଦେଶ ତାହାକୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଆଗକୁ ବଢ଼଼ୁଛି।

ସାଥୀଗଣ,

ଷ୍ଟାଚ୍ୟୁ ଅଫ ୟୁନିଟ୍ ବା ଏକତାର ପ୍ରତିମୂର୍ତିଠାରୁ ନେଇ କଚ୍ଛର କାୟାକଳ୍ପ ପର୍ଯ୍ୟନ୍ତ, ପର୍ଯ୍ୟଟନ ସହିତ, ଯେତେବେଳେ ଆଧୁନିକତା ଯୋଡି ହୋଇଥାଏ ସେତେବେଳେ କିଭଳି ପରିଣାମ ଆସିଥାଏ, ଗୁଜରାଟ ତାକୁ ଖୁବ୍ ନିକଟରୁ ଦେଖିଛି। ଏହା ପ୍ରତ୍ୟେକ ସମୟର ଆହ୍ୱାନ ରହିଛି ଯେ, ଆମେ ଧାର୍ମିକ ପର୍ଯ୍ୟଟନ ଦିଗରେ ମଧ୍ୟ ନୂତନ ସମ୍ଭାବନାର ଅନ୍ୱେଷଣଗୁଡ଼ିକ, ସ୍ଥାନୀୟ ଅର୍ଥବ୍ୟବସ୍ଥା ସହିତ ତୀର୍ଥଯାତ୍ରାର ଯେଉଁ ସମ୍ପର୍କ ରହିଛି, ତାହାକୁ ଆହୁରି ସୁଦୃଢ଼ କରିବା। ଯେମିତିକି ସୋମନାଥ ମନ୍ଦିରକୁ ଏ ପର୍ଯ୍ୟନ୍ତ ସମଗ୍ର ଦେଶ ଆଉ ଦୁନିଆରୁ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସୁଥିଲେ। କିନ୍ତୁ ଏବେ ଏଠାରେ ସମୁଦ୍ର ଦର୍ଶନ ପଥ, ପ୍ରଦର୍ଶନୀ, ତୀର୍ଥଯାତ୍ରୀ ପ୍ଲାଜା ଏବଂ ସପିଂ କମ୍ପେ୍ଲକ୍ସ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏବେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଜୂନା ସୋମନାଥ ମନ୍ଦିରକୁ ମଧ୍ୟ ଆକର୍ଷକ ସ୍ୱରୂପରେ ଦର୍ଶନ କରିବେ, ନୂଆ ପାର୍ବତୀ ମନ୍ଦିରର ଦର୍ଶନ କରିବେ। ଏହା ଫଳରେ, ଏଠାରେ ନୂତନ ସୁଯୋଗ ଏବଂ ନୂଆ ରୋଜଗାର ମଧ୍ୟ ସୃଷ୍ଟି ହେବ ଆଉ ଏହି ସ୍ଥାନର ଦିବ୍ୟତା ମଧ୍ୟ ବୃଦ୍ଧି ହେବ। କେବଳ ଏତିକି ନୁହେଁ, ପ୍ରୋମନେଡ଼ ଭଳି ନିର୍ମାଣ ଦ୍ୱାରା ସମୁଦ୍ର କୂଳରେ ଦଣ୍ଡାୟମାନ ଆମର ମନ୍ଦିରର ସୁରକ୍ଷା ମଧ୍ୟ ବୃଦ୍ଧି ହେବ। ଆଜି ଏଠାରେ ସୋମନାଥ ପ୍ରଦର୍ଶନୀ ଗ୍ୟାଲେରୀର ମଧ୍ୟ ଲୋକାର୍ପଣ ହୋଇଛି। ଏହାଦ୍ୱାରା ଆମର ଯୁବକମାନଙ୍କୁ, ଆଗାମୀ ପିଢୀକୁ ଏହି ଇତିହାସ ସହିତ ଯୋଡି ହେବାର, ଆମ ଆସ୍ଥାକୁ ତାହାର ପ୍ରାଚୀନ ସ୍ୱରୂପରେ ଦେଖିବାକୁ, ତାହାକୁ ବୁଝିବାକୁ ଏକ ସୁଯୋଗ ମଧ୍ୟ ମିଳିବ।

ସାଥୀଗଣ,

ସୋମନାଥ ତ ଶତାବ୍ଦୀ ଶତାବ୍ଦୀ ଧରି ସଦାଶିବଙ୍କ ଭୂମି ହୋଇ ରହିଛି। ଆଉ, ଆମର ଶାସ୍ତ୍ରରେ କୁହାଯାଇଛି-

“ଶଂ କରୋତି ସଃ ଶଂକର”।

ଅର୍ଥାତ, ଯିଏ କଲ୍ୟାଣକୁ, ଯିଏ ସିଦ୍ଧିକୁ ପ୍ରଦାନ କରନ୍ତି ସେ ହେଉଛନ୍ତି ଶିବ। ଇଏ  ହିଁ ହେଉଛନ୍ତି ଶିବ, ଯିଏ ବିନାଶରେ ମଧ୍ୟ ବିକାଶର ବୀଜକୁ ଅଙ୍କୁରିତ କରନ୍ତି, ସଂହାରରେ ମଧ୍ୟ ସୃଜନକୁ ଜନ୍ମ ଦିଅନ୍ତି । ତେଣୁ, ଶିବ ହେଉଛନ୍ତି ଅବିନାଶୀ, ହେଉଛନ୍ତି ଅବ୍ୟକ୍ତ, ଆଉ ଶିବ ହେଉଛନ୍ତି ଅନାଦୀ ଆଉ ଏଥିପାଇଁ ତ ଶିବଙ୍କୁ ଅନାଦୀ ଯୋଗୀ କୁହାଯାଇଛି। ଏଥିପାଇଁ ଶିବଙ୍କ ଠାରେ ଆମର ଆସ୍ଥା ଆମକୁ ସମୟର ସୀମାଠାରୁ ମଧ୍ୟ ଆମର ଅସ୍ତିତ୍ୱର ବୋଧ କରାଇଥାଏ, ଆମକୁ ସମୟର ଆହ୍ୱାନ ସହିତ ଲଢ଼େଇ କରିବାକୁ ଶକ୍ତି ଦେଇଥାଏ, ଆଉ ସୋମନାଥଙ୍କ ଏହି ମନ୍ଦିର ହେଉଛି ଆମ୍ଭମାନଙ୍କର ଏହି ଆତ୍ମବିଶ୍ୱାସର ଏକ ପ୍ରେରଣାସ୍ଥଳ।

ସାଥୀଗଣ,

ଆଜି ବିଶ୍ୱରେ କୌଣସି ମଧ୍ୟ ବ୍ୟକ୍ତି ଏହି ଭବ୍ୟ ସଂରଚନାକୁ ଦେଖିଥାଏ, ତେବେ ତାଙ୍କୁ କେବଳ ଏକ ଭବ୍ୟ ମନ୍ଦିର ହିଁ ଦେଖିବାକୁ ମିଳି ନଥାଏ, ତାଙ୍କୁ ଏକ ଏଭଳି ଅସ୍ତିତ୍ୱ ଦେଖିବାକୁ ମିଳିଥାଏ, ଯାହା ଶହ-ଶହ, ହଜାର-ହଜାର ବର୍ଷ ପୂର୍ବରୁ ଆମର ଋଷିମାନଙ୍କର ପ୍ରଭାବ କ୍ଷେତ୍ର, ଅର୍ଥାତ ପ୍ରକାଶର, ଜ୍ଞାନର କ୍ଷେତ୍ର ଭାବେ କୁହାଯାଇଥିଲା, ଆଉ ଯାହା ଆଜି ମଧ୍ୟ ସମଗ୍ର ବିଶ୍ୱ ସମ୍ମୁଖରେ ଏହି ଆହ୍ୱାନ କରି ରହୁଛି- ଯେ ସତ୍ୟକୁ ଅସତ୍ୟ ଦ୍ୱାରା ପରାସ୍ତ କରାଯାଇ ପାରିବ ନାହିଁ। ଏହି ମନ୍ଦିରକୁ ଶହ-ଶହ ବର୍ଷର ଇତିହାସରେ ଭଙ୍ଗା ଯାଇଛି, ଏଠାକାର ମୂର୍ତିଗୁଡ଼ିକୁ ଖଣ୍ଡବିଖଣ୍ଡିତ କରାଯାଇଛି, ଏହାର ଅସ୍ତିତ୍ୱକୁ ନିଶ୍ଚିହ୍ନ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଇଛି। କିନ୍ତୁ ଏହାକୁ ଯେତେଥର ମଧ୍ୟ ଭଙ୍ଗାଯାଇଛି, ତାହା ସେତେଥର ପୁଣି ଦଣ୍ଡାୟମାନ ହୋଇଛି। ଏଥିପାଇଁ ଭଗବାନ ସୋମନାଥ ମନ୍ଦିର ଆଜି କେବଳ ଭାରତରେ ହିଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ହେଉଛି ଏକ ବିଶ୍ୱାସ ଏବଂ ଏକ ଆଶ୍ୱାସନା ମଧ୍ୟ। ଯେଉଁ ସବୁ ଶକ୍ତି ଭାଙ୍ଗିବା ପାଇଁ ଥିଲା, ଯେଉଁମାନେ ଆତଙ୍କର ବଳ ଦ୍ୱାରା ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ଚିନ୍ତାଧାରା ଥିଲା, ତାହା କୌଣସି କାଳଖଣ୍ଡରେ କିଛି ସମୟ ପାଇଁ ଯଦିଓ ପ୍ରଭାବଶାଳୀ ହୋଇ ଯାଇଥିଲା, କିନ୍ତୁ ଏହାର ଅସ୍ତିତ୍ୱ କେବେ ସ୍ଥାୟୀ ହୋଇ ନଥାଏ, ତାହା ଅଧିକ ଦିନ ପର୍ଯ୍ୟନ୍ତ ମାନବତାକୁ ପଦଦଳିତ କରି ରଖିପାରିବ ନାହିଁ। ଏହି କଥା ସେତେବେଳେ ସଠିକ୍ ଥିଲା, ଯେତେବେଳେ କିଛି ଆତଙ୍କବାଦୀମାନେ ସୋମନାଥଙ୍କୁ ଭାଙ୍ଗିବାକୁ ଉଦ୍ୟମ କରୁଥିଲେ, ସେତିକି ମଧ୍ୟ ଆଜି ସଠିକ୍ ଅଛି, ଯେତେବେଳେ ବିଶ୍ୱ ଏଭଳି ବିଚାରଧାରା ସହିତ ଆତଙ୍କିତ ଅବସ୍ଥାରେ ରହିଛି।

ସାଥୀଗଣ,

ଆମେ ସମସ୍ତେ ଜାଣିଛେ ଯେ ସୋମନାଥ ମନ୍ଦିରର ପୁନଃନିର୍ମାଣ ଠାରୁ ନେଇ ଏହି ଭବ୍ୟ ବିକାଶ ଯାତ୍ରା କେବଳ କିଛି ବର୍ଷ ଅବା କିଛି ଦଶକର ପରିଣାମ ନୁହେଁ, ଏହା ଶତାବ୍ଦୀ ଶତାବ୍ଦୀର ଦୃଢ଼ ଇଚ୍ଛାଶକ୍ତି ଏବଂ ବୈଚାରିକ ନିରନ୍ତରତାର ହେଉଛି ପରିଣାମ। ରାଜେନ୍ଦ୍ର ପ୍ରସାଦ ମହାଶୟ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ କେ. ଏମ. ମୁନସୀଙ୍କ ଭଳି ମହାନୁଭବ ଏହି ଅଭିଯାନ ପାଇଁ ସ୍ୱାଧୀନତା ପରେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିଥିଲେ। କିନ୍ତୁ ଶେଷରେ 1950ରେ ସୋମନାଥ ମନ୍ଦିର ଆଧୁନିକ ଭାରତର ଦିବ୍ୟସ୍ତମ୍ଭ ଭାବେ ସ୍ଥାପିତ ହୋଇଗଲା। ସମସ୍ୟାଗୁଡ଼ିକର ସୋହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନର ଏହି ପ୍ରତିବଦ୍ଧତା ସହିତ ଆଜି ଦେଶ ଆହୁରି ଆଗକୁ ଅଗ୍ରସର ହେଉଛି। ଆଜି ରାମ ମନ୍ଦିର ଭାବେ ନୂଆ ଭାରତର ଗୌରବର ଏକ ପ୍ରକାଶିତ ସ୍ତମ୍ଭ ମଧ୍ୟ ଦଣ୍ଡାୟମାନ ହେଉଛି।

ସାଥୀଗଣ,

ଆମର ଚିନ୍ତାଧାରା ଏଭଳି ହେବା ଉଚିତ ଯାହା ଇତିହାସରୁ ଶିକ୍ଷାଲାଭ କରି ବର୍ତମାନକୁ ସୁଧାରିବା ପାଇଁ, ଏକ ନୂତନ ଭବିଷ୍ୟତ ନିର୍ମାଣ କରିବା ପାଇଁ। ଏଥିପାଇଁ, ଯେତେବେଳେ ମୁଁ ‘ଭାରତ ଯୋଡ଼ୋ ଆନ୍ଦୋଳନ’ର କଥା କହୁଛି ସେତେବେଳେ ତାହାର ଭାବ କେବଳ ଭୌଗୋଳିକ ଅବା ବୈଚାରିକ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ଏହା ହେଉଛି ଭବିଷ୍ୟତର ଭାରତ ନିର୍ମାଣ ପାଇଁ ଆମକୁ ଆମର ଅତୀତ ସହିତ ଯୋଡ଼ିବାର ମଧ୍ୟ ସଂକଳ୍ପ। ଏହି ଆତ୍ମବିଶ୍ୱାସରେ ଆମେ ଅତୀତର ଧ୍ୱଂସସ୍ତୁପ ଉପରେ ଆଧୁନିକ ଗୌରବର ନିର୍ମାଣ କରୁଛୁ, ଅତୀତର ପ୍ରେରଣାଗୁଡ଼ିକୁ ସଂଯୋଜିତ କରିଛୁ। ଯେତେବେଳେ ରାଜେନ୍ଦ୍ର ପ୍ରସାଦ ମହାଶୟ ସୋମନାଥ ଆସିଥିଲେ, ତେବେ ସେ ଯାହା କହିଥିଲେ, ତାହା ଆମକୁ ସଦାସର୍ବଦା ମନେ ରଖିବାକୁ ପଡ଼ିବ। ସେ କହିଥିଲେ - ‘ଶତାବ୍ଦୀ ପୂର୍ବେ, ଭାରତ ସୁନା ଏବଂ ରୂପାର ଭଣ୍ଡାର ହୋଇ ରହିଥିଲା। ବିଶ୍ୱରେ ଥିବା ସୁନାର ଏକ ବୃହତ ଅଂଶ ସେତେବେଳେ ଭାରତର ମନ୍ଦିର ଗୁଡ଼ିକରେ ହିଁ ରହିଥିଲା। ମୋ ଦୃଷ୍ଟିରେ ସୋମନାଥର ପୁନଃନିର୍ମାଣ ସେତେବେଳେ ହିଁ ସମ୍ପୂର୍ଣ୍ଣ ହେବ ଯେତେବେଳେ ଏହାର ମୂଳଦୁଆରେ ବିଶାଳ ମନ୍ଦିର ସହିତ ସମୃଦ୍ଧ ଏବଂ ସମ୍ପନ୍ନ ଭାରତର ଭବ୍ୟ ଭବନ ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିବ! ସମୃଦ୍ଧ ଭାରତର ସେହି ଭବନ, ଯାହାର ପ୍ରତୀକ ସୋମନାଥ ମନ୍ଦିର ହେବ।’ ଆମର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ମହାଶୟଙ୍କର ଏହି ସ୍ୱପ୍ନ, ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ବଡ଼ ପ୍ରେରଣା।

ସାଥୀଗଣ,

ଆମ ପାଇଁ ଇତିହାସ ଏବଂ ଆସ୍ଥାର ମୂଳ ଭାବନା ହେଉଛି – ‘ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ’

ଆମର ଏଠାରେ ଯେଉଁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ସ୍ଥାପନା କରାଯାଇଛି, ତାହାର ଶୁଭାରମ୍ଭ, ‘ସୌରାଷ୍ଟ୍ରେ ସୋମନାଥମ୍’ ସହିତ ସୋମନାଥ ମନ୍ଦିରରୁ ହିଁ ହୋଇଥାଏ । ପଶ୍ଚିମରେ ସୋମନାଥ ଏବଂ ନାଗେଶ୍ୱରଙ୍କ ଠାରୁ ନେଇ ପୂର୍ବରେ ବୈଦ୍ୟନାଥ ପର୍ଯ୍ୟନ୍ତ, ଉତରରେ ବାବା କେଦାରନାଥଙ୍କ ଠାରୁ ନେଇ ଦକ୍ଷିଣରେ ଭାରତର ଶେଷ ଭାଗରେ ବିରାଜିତ ଶ୍ରୀ ରାମେଶ୍ୱର ପର୍ଯ୍ୟନ୍ତ, ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପୂର୍ଣ୍ଣ ଭାରତକୁ ପରସ୍ପର ମଧ୍ୟରେ ଧରି ରଖିବାର କାର୍ଯ୍ୟ କରୁଛନ୍ତି। ସେହିଭଳି ଆମର ଚାରିଧାମର ବ୍ୟବସ୍ଥା, ଆମର 56 ଶକ୍ତି ପୀଠଗୁଡ଼ିକର ସଂକଳ୍ପନା, ଆମର ଭିନ୍ନ-ଭିନ୍ନ କୋଣରେ ଭିନ୍ନ-ଭିନ୍ନ ତୀର୍ଥଗୁଡ଼ିକର ସ୍ଥାପନା, ଆମର ଆସ୍ଥାର ଏହି ରୂପରେଖ ବାସ୍ତବରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାର ହିଁ ହେଉଛି ଅଭିବ୍ୟକ୍ତି। ବିଶ୍ୱକୁ ଶତାବ୍ଦୀ-ଶତାବ୍ଦୀ ଧରି ଆଶ୍ଚର୍ଯ୍ୟ କରିଥାଏ ଯେ ଏତେ ବିବିଧତାଗୁଡ଼ିକ ସହ ଭରପୂର ଭାରତ କିଭଳି ଗୋଟିଏ, ଆମେ କିପରି ଏକଜୁଟ ହୋଇ ରହିଛେ ? କିନ୍ତୁ ଯେତେବେଳେ ଆପଣ ପୂର୍ବରେ ହଜାର- ହଜାର କିଲୋମିଟର ଚାଲି ପୂର୍ବରୁ ପଶ୍ଚିମ ସୋମନାଥଙ୍କ ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନଙ୍କୁ ଦେଖିଥାଆନ୍ତି ଅବା ଦକ୍ଷିଣ ଭାରତର ହଜାର-ହଜାର ଭକ୍ତଙ୍କ କାଶୀର ମାଟିକୁ ମୁଣ୍ଡ ଲଗାଇ ପ୍ରଣାମ କରୁଥିବା ଦେଖିଥାଆନ୍ତି, ସେତେବେଳେ ଆପଣମାନଙ୍କୁ ଏହା ଅନୁଭବ ହୋଇଥାଏ ଯେ ଭାରତର ଶକ୍ତି ହେଉଛି କ’ଣ। ଆମେ ଜଣେ ଅନ୍ୟ ଜଣଙ୍କର ଭାଷା ବୁଝିପାରନ୍ତି ନାହିଁ, ବେଶଭୂଷା ମଧ୍ୟ ଭିନ୍ନ ହୋଇଥାଏ, ଖାଦ୍ୟ-ପେୟର ଅଭ୍ୟାସ ମଧ୍ୟ ଭିନ୍ନ ହୋଇଥାଏ, କିନ୍ତୁ ଆମକୁ ଅନୁଭବ ହୋଇଥାଏ ଯେ ଆମେ ହେଉଛୁ ଏକ। ଆମର ଏହି ଆଧ୍ୟାତ୍ମିକତା ଶତାବ୍ଦୀ-ଶତାବ୍ଦୀ ଧରି ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ଆଉ ଆମ ସମସ୍ତଙ୍କର ଦାୟିତ୍ୱ ଯେ, ଏହାକୁ ନିରନ୍ତର ସୁଦୃଢ଼ କରି ରଖିବା।

ସାଥୀଗଣ,

ଆଜି ସମଗ୍ର ବିଶ୍ୱ ଭାରତର ଯୋଗ, ଦର୍ଶନ, ଆଧ୍ୟାତ୍ମ ଏବଂ ସଂସ୍କୃତି ପ୍ରତି ଆକର୍ଷିତ ହେଉଛି। ଆମର ନୂତନ ପିଢ଼ୀରେ ମଧ୍ୟ ଏବେ ନିଜର ମୂଳଦୂଆ ସହିତ ଯୋଡ଼ି ହେବାର ନୂତନ ସଚେତନତା ଆସିଛି। ଏଥିପାଇଁ ଆମର ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆଜି ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସମ୍ଭାବନାମାନ ରହିଛି। ଏହି ସମ୍ଭାବନା ଗୁଡ଼ିକୁ ଆକାର ଦେବାପାଇଁ ଦେଶ ଆଜି ଆଧୁନିକ ଭିତିଭୂମି ନିର୍ମାଣ କରୁଛି, ପ୍ରାଚୀନ ଗୌରବକୁ ପୁନଃର୍ଜୀବିତ କରୁଛି। ରାମାୟଣ ସର୍କିଟର ଉଦାହରଣ ଆମ ସାମ୍ନାରେ ଅଛି, ଆଜି ଦେଶ ବିଦେଶର ଯେତେ ରାମଭକ୍ତଙ୍କୁ ରାମାୟଣ ସର୍କିଟ ମାଧ୍ୟମରେ ଭଗବାନ ଶ୍ରୀରାମଙ୍କ ଜୀବନ ସହିତ ଜଡ଼ିତ ନୂଆ-ନୂଆ ସ୍ଥାନର ସୂଚନା ମିଳୁଛି। ଭଗବାନ ରାମ ହେଉଛନ୍ତି କିଭଳି ସମଗ୍ର ଭାରତର ରାମ, ଏହି ସ୍ଥାନଗୁଡ଼ିକୁ ଯାଇ ଆଜି ଆମକୁ ଏହା ଅନୁଭବ କରିବାର ସୁଯୋଗ ମିଳୁଛି। ସେହିଭଳି ବୁଦ୍ଧ ସର୍କିଟ ସମଗ୍ର ବିଶ୍ୱର ବୁଦ୍ଧ ଅନୁଗାମୀମାନଙ୍କୁ ଭାରତ ଆସିବା ପାଇଁ, ପର୍ଯ୍ୟଟନ କରିବାର ସୁବିଧା ପ୍ରଦାନ କରୁଛି। ଆଜି ଏହି ଦିଗରେ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗକୁ ବଢ଼଼ାଯାଉଛି। ସେହିଭଳି ଆମର ପର୍ଯ୍ୟଟନ ମନ୍ତ୍ରଣାଳୟ ‘ସ୍ୱଦେଶ ଦର୍ଶନ ଯୋଜନା’ ଅଧୀନରେ 15 ଭିନ୍ନ-ଭିନ୍ନ ବିଷୟବସ୍ତୁ ଉପରେ ପର୍ଯ୍ୟଟନ ସର୍କିଟକୁ ବିକଶିତ କରୁଛି। ଏହି ସର୍କିଟ ଦ୍ୱାରା ଦେଶର ଅନେକ ଉପେକ୍ଷିତ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟନ ଏବଂ ବିକାଶର ସୁଯୋଗ ସୃଷ୍ଟି ହେବ।

ସାଥୀଗଣ,

ଆମର ପୂର୍ବପୁରୁଷମାନଙ୍କର ଦୂରଦୃଷ୍ଟି ଏତେ ଅଧିକ ଥିଲା ଯେ ସେମାନେ ଦୂର-ଦୂରାନ୍ତର କ୍ଷେତ୍ରକୁ ମଧ୍ୟ ଆମର ଆସ୍ଥା ସହିତ ଯୋଡ଼ିବା ପାଇଁ କାର୍ଯ୍ୟ କରିଥିଲେ,  ଏହା ସେମାନଙ୍କୁ ନିଜସ୍ୱ ଭାବର ବୋଧ କରାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଯେତେବେଳେ ଆମେ ସକ୍ଷମ ହେଲେ, ଯେତେବେଳେ ଆମ ପାଖରେ ଆଧୁନିକ ଟେକ୍ନୋଲୋଜି ଏବଂ ସଂସାଧନ ଆସିଲା, ସେତେବେଳେ ଆମେ ଏହି ଅଞ୍ଚଳକୁ ଦୁର୍ଗମ ଭାବି ତାକୁ ଛାଡ଼ିଦେଲେ। ଆମର ପାର୍ବତୀୟ ଅଞ୍ଚଳ ହେଉଛି ଏହାର ବହୁତ ବଡ଼ ଉଦାହରଣ। କିନ୍ତୁ ଆଜି ଦେଶ ଏହି ପବିତ୍ର ତୀର୍ଥଗୁଡ଼ିକର ଦୂରତାକୁ ମଧ୍ୟ ହ୍ରାସ କରି ଦେଉଛି। ବୈଷ୍ଣୋଦେବୀ ମନ୍ଦିରର ଆଖପାଖର ବିକାଶ ହେଉ ଅବା ଉତର-ପୂର୍ବାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁଥିବା ହାଇଟେକ୍ ଭିତିଭୂମି ହେଉ, ଆଜି ଦେଶରେ ନିଜର ଲୋକମାନଙ୍କ ଠାରୁ ଦୂରତା ସଙ୍କୁଚିତ ହେବାରେ ଲାଗିଛି। ସେହିଭଳି, 2014ରେ ଦେଶ ଏହିଭଳି ତୀର୍ଥସ୍ଥାନ ଗୁଡ଼ିକର ବିକାଶ ପାଇଁ ‘ପ୍ରସାଦ ଯୋଜନା’ର ମଧ୍ୟ ଘୋଷଣା କରିଥିଲା। ଏହି ଯୋଜନା ଅଧୀନରେ ଦେଶରେ ପାଖାପାଖି 40 ବଡ଼-ବଡ଼ ତୀର୍ଥସ୍ଥାନକୁ ବିକଶିତ କରାଯାଉଛି, ଯେଉଁଥିରେ 15 ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି । ଗୁଜରାଟରେ ମଧ୍ୟ 100 କୋଟିରୁ ଅଧିକ 3ଟି ପ୍ରକଳ୍ପରେ ‘ପ୍ରସାଦ ଯୋଜନା’ ଅଧୀନରେ କାର୍ଯ୍ୟ ଚାଲୁ ରହିଛି। ଗୁଜରାଟରେ ସୋମନାଥ ଏବଂ ଅନ୍ୟ ପର୍ଯ୍ୟଟନ ସ୍ଥଳ ଏବଂ ସହରଗୁଡ଼ିକୁ ମଧ୍ୟ ପରସ୍ପର ମଧ୍ୟରେ ଯୋଡ଼ିବା ପାଇଁ ଯୋଗାଯୋଗ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ଏହି ପ୍ରୟାସ କରାଯାଉଛି ଯେ ଯେତେବେଳେ ପର୍ଯ୍ୟଟକ ଗୋଟିଏ ସ୍ଥାନକୁ ଦର୍ଶନ କରିବାକୁ ଆସିବେ, ସେତେବେଳେ ଅନ୍ୟ ପର୍ଯ୍ୟଟନ ସ୍ଥାନକୁ ମଧ୍ୟ ଯାଆନ୍ତୁ। ଏହିଭଳି ସାରା ଦେଶରେ 19 ଅନନ୍ୟ ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରାଯାଇ ଆଜି ତାହାକୁ ବିକଶିତ କରାଯାଉଛି। ଏହି ସମସ୍ତ ପ୍ରକଳ୍ପ ଆମର ପର୍ଯ୍ୟଟନ ଶିଳ୍ପକୁ ଆଗାମୀ ଦିନରେ ଏକ ନୂତନ ଉର୍ଜ୍ଜା ଦେବ।

ସାଥୀଗଣ,

ପର୍ଯ୍ୟଟନ ମାଧ୍ୟମରେ ଆଜି ଦେଶ ନା କେବଳ ସାମାନ୍ୟ ମାନବକୁ ଯୋଡୁଛି, ବରଂ ନିଜେ ମଧ୍ୟ ଆଗକୁ ବଢ଼଼ୁଛି। ଏହାର ପରିଣାମ ହେଉଛି ଯେ 2013ରେ ଦେଶ ଯାତ୍ରା ଏବଂ ପର୍ଯ୍ୟଟନ ପ୍ରତିଦ୍ୱନ୍ଦତା ସୂଚକାଙ୍କରେ ଯେଉଁଠି 65 ତମ ସ୍ଥାନରେ ଥିଲା, 2019ରେ 34ତମ ସ୍ଥାନକୁ ଆସିଯାଇଛି। ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାପାଇଁ ଦେଶ ଏହି 7 ବର୍ଷରେ ଅନେକ ନୀତିଗତ ନିଷ୍ପତି ମଧ୍ୟ ନେଇଛି ଯାହାର ଲାଭ ଆଜି ଦେଶକୁ ମଧ୍ୟ ହେଉଛି । ଦେଶ ଇ-ଭିସା ନୀତି ଏବଂ ପହଞ୍ଚିବା ପରେ ଭିସା ଯୋଗାଇ ଦେବାଭଳି ବ୍ୟବସ୍ଥାକୁ ଆଗକୁ ବଢ଼଼ାଇଛି, ଆଉ ଭିସାର ଦେୟକୁ ମଧ୍ୟ କମ୍ କରିଛି । ସେହିଭଳି ପର୍ଯ୍ୟଟନ କ୍ଷେତ୍ରରେ ଆତିଥ୍ୟତା ପାଇଁ ଲାଗୁଥିବା ଜିଏସଟିକୁ ମଧ୍ୟ ହ୍ରାସ କରିଛି। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ବହୁତ ବଡ଼ ଲାଭ ମିଳିବ ଏବଂ କୋଭିଡ଼ର ପ୍ରଭାବରୁ ଉପରକୁ ଉଠିବା ପାଇଁ ମଧ୍ୟ ସହାୟତା ମିଳିବ । ଅନେକ ନିଷ୍ପତି ମଧ୍ୟ ପର୍ଯ୍ୟଟକଙ୍କ ଆଗ୍ରହକୁ ଧ୍ୟାନରେ ରଖି ନିଆଯାଇଛି। ଯେପରିକି ଅନେକ ପର୍ଯ୍ୟଟକ ଯେତେବେଳେ ଆସିଥାଆନ୍ତି, ସେତେବେଳେ ଦୁଃସାହାସିକ ଯାତ୍ରାକୁ ନେଇ ତାଙ୍କର ଉତ୍ସାହ ରହିଥାଏ। ଏହାକୁ ଧ୍ୟାନରେ ରଖି 120ଟି ପର୍ବତ ଶୀଖରକୁ ମଧ୍ୟ ଟ୍ରାକିଂ ପାଇଁ ଖୋଲାଯାଇଛି। ପର୍ଯ୍ୟଟକମାନଙ୍କୁ ନୂତନ ସ୍ଥାନରେ ଅସୁବିଧା ନ ହେଉ, ନୂଆ ସ୍ଥାନର ସମ୍ପୂର୍ଣ୍ଣ ସୂଚନା ମିଳୁ, ଏଥିପାଇଁ ମଧ୍ୟ କାର୍ଯ୍ୟକ୍ରମ ଚାଲୁ କରାଯାଇ ଗାଇଡ଼ମାନଙ୍କୁ ତାଲିମ ଦିଆଯାଉଛି। ଏହାଦ୍ୱାରା ବହୁତ ବଡ଼ ସଂଖ୍ୟାରେ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।

ସାଥୀଗଣ,

ଆମ ଦେଶର ପରମ୍ପରା ଆମକୁ କଠିନ ସମୟରୁ ବାହାରି ଅସୁବିଧାକୁ ଭୁଲି ଆଗକୁ ବଢ଼଼ିବାର ପ୍ରେରଣା ଦେଇଥାଏ। ଆମେ ମଧ୍ୟ ଦେଖିଛୁ, କରୋନାର ଏହି ସମୟରେ ପର୍ଯ୍ୟଟନ ଲୋକଙ୍କ ପାଇଁ ଆଶାର କିରଣ ପାଲଟିଛି। ଏଥିପାଇଁ ଆମକୁ ଆମର ପର୍ଯ୍ୟଟନର ସ୍ୱଭାବ ଏବଂ ସଂସ୍କୃତିକୁ କ୍ରମାଗତ ଭାବେ ସମ୍ପ୍ରସାରଣ କରିବାର ଅଛି, ଆଗକୁ ବଢ଼଼ାଇବାର ଅଛି ଏବଂ ନିଜକୁ ମଧ୍ୟ ଆଗକୁ ବଢ଼଼ିବାର ଅଛି। କିନ୍ତୁ ଏହା ସହିତ ଆମକୁ ଏହା ମଧ୍ୟ ଧ୍ୟାନରେ ରଖିବାର ଅଛି ଯେ ଆମକୁ ଜରୁରୀ ସତର୍କତା, ଜରୁରୀ ସୁରକ୍ଷାର ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ରଖିବା। ମୋର ବିଶ୍ୱାସ ଯେ ଏହି ଭାବନା ସହିତ ଦେଶ ଆଗକୁ ବଢ଼଼ି ଚାଲିବ, ଆଉ ଆମର ପରମ୍ପରା, ଆମର ଗୌରବ, ଆଧୁନିକ ଭାରତର ନିର୍ମାଣରେ ଆମକୁ ମାର୍ଗ ପ୍ରଦର୍ଶନ କରି ଚାଲିବ। ଭଗବାନ ସୋମନାଥଙ୍କର ଆମ ଉପରେ ଆଶୀର୍ବାଦ ରହିଥାଉ, ଗରିବରୁ ଗରିବଙ୍କ କଲ୍ୟାଣ କରିବା ପାଇଁ ଆମ ମଧ୍ୟରେ ନୂଆ-ନୂଆ କ୍ଷମତା, ନୂଆ-ନୂଆ ଉର୍ଜ୍ଜା ପ୍ରାପ୍ତ ହେଉଥାଉ, ଫଳରେ ସମସ୍ତଙ୍କର କଲ୍ୟାଣର ମାର୍ଗକୁ ଆମେ ସମର୍ପିତ ଭାବର ସହିତ ସେବା କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରେ ପରିବର୍ତନ ଆଣି ପାରିବା, ଏହି ଶୁଭକାମନା ଗୁଡ଼ିକ ସହିତ, ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ !!

ଜୟ ସୋମନାଥ !        

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post posts Rs 15,296 crore revenue in FY26, up 16%: Scindia

Media Coverage

India Post posts Rs 15,296 crore revenue in FY26, up 16%: Scindia
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."