Jai Jawan, Jai Kisan, Jai Vigyan, Jai Anusandhan: PM Modi at 106th Science Congress
As we boost our discovery science ecosystem, we must also focus on innovation and start-ups: PM Modi
Big data analysis, artificial intelligence, block-chain etc should be utilised in the agricultural sector, especially to help the farmers with relatively small farm-holdings: PM

ମଞ୍ଚ ଉପରେ ବିରାଜମାନ ପଞ୍ଜାବର ରାଜ୍ୟପାଳ ଶ୍ରୀ ବି ପି ସି, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ, ଅନ୍ୟ ଗଣ୍ୟମାନ୍ୟ ଅତିଥିଗଣ, ଏଠାରେ ଉପସ୍ଥିତ ଛାତ୍ରଛାତ୍ରୀଗଣ ଏବଂ ପ୍ରତିନିଧିବୃନ୍ଦ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂତନ ବର୍ଷର ଶୁଭକାମନା ।

ମୁଁ ଆଜି ଏଠାରେ ଭାରତୀୟ ବିଜ୍ଞାନ କଂଗ୍ରେସର 106ତମ ଅଧିବେଶନକୁ ଉଦ୍ଘାଟନ କରି ବେଶ୍‌ ଆନନ୍ଦ ଅନୁଭବ କରୁଛି । ଏଠାରେ ଉପସ୍ଥିତ ଏତେ ସଂଖ୍ୟକ ବିଶିଷ୍ଟ ବୈଜ୍ଞାନିକ, ବିଦ୍ୱାନ ଏବଂ ଛାତ୍ରଛାତ୍ରୀମାନଙ୍କ ଗହଣରେ ନିଜକୁ ପାଇବା ମୋ ପାଇଁ ଏକ ସୌଭାଗ୍ୟର କଥା ।

ଏମିତିରେ ମୁଁ ପ୍ରୟାସ କରୁଥିଲି ଯେ ଆପଣମାନଙ୍କ ନିକଟରେ ଠିକ୍‌ ସମୟରେ ଆସି ପହଞ୍ଚିବି । କିନ୍ତୁ କୁହୁଡ଼ିଆ ପାଗ ଯୋଗୁଁ କିଛି ସମୟ ବିଳମ୍ବ ଘଟିଲା ।

ସାଥୀଗଣ, ମୋତେ ଏହି କଥା ଭାବି ବେଶ୍‌ ଆନନ୍ଦ ଲାଗୁଛି ଯେ ସମୃଦ୍ଧିର ଏହି ଭୂମି ଉପରେ ଏହି ବର୍ଷ ଭାରତୀୟ ବିଜ୍ଞାନ ସଂଗଠନ ଏକ ସଠିକ୍‌ ବିଷୟ ଚୟନ କରିଛି । “ଭାରତର ଭବିଷ୍ୟତ, ବିଜ୍ଞାନ ଏବଂ ପ୍ରଯୁକ୍ତି” । ମୁଁ ଏକଥା ସ୍ପଷ୍ଟ ଭାବେ ସ୍ୱୀକାର କରୁଛି ଯେ ଭାରତର ମହାନତା ଆମର ଜ୍ଞାନ, ବିଜ୍ଞାନରେ ତ ନିଶ୍ଚିତ ରୂପେ ଭରି ରହିଛି । ତେବେ ଏହି ମହାନତାର ଅସଲ ଉଦ୍ଦେଶ୍ୟ ଆମର ବିଜ୍ଞାନ, ପ୍ରଯୁକ୍ତି ଏବଂ ଅଭିନବତ୍ୱକୁ କିଭଳି ଭାବେ ସମାଜ ସହ ଯୋଡ଼ାଯାଇପାରିବ ତାହା ମଧ୍ୟ ଆମର ଦାୟିତ୍ୱ ।

ବନ୍ଧୁଗଣ, ଭାରତୀୟ ବିଜ୍ଞାନ କଂଗ୍ରେସର ଏକ ସୁଦୀର୍ଘ ପରମ୍ପରା ରହିଛି । ଭାରତର ଅନେକ ପ୍ରଖ୍ୟାତ ବୈଜ୍ଞାନିକ ଯଥା ଆଚାର୍ଯ୍ୟ – ଜେ ସି ବୋଷ, ସି ଭି ରମଣ, ମେଘନାଦ ଶାହା ଏବଂ ଏସ ଏନ ବୋଷଙ୍କର ଏହି ସଂଗଠନ ସହ ସଂପୃକ୍ତି ରହିଥିଲା । ସର୍ବନିମ୍ନ ସଂପଦ ଭିତରେ କିଭଳି ସର୍ବାଧିକ ସଂଗ୍ରାମର ଦୌଡ଼ରେ ସେହିସବୁ ବିଶିଷ୍ଟ ବିଜ୍ଞାନୀମାନେ ସେମାନଙ୍କର ବିଚାର ଓ ଆବିଷ୍କାର ମାଧ୍ୟମରେ ଲୋକମାନଙ୍କ ସେବା କରି ଯାଇଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ । ଆଜି ସୁଦ୍ଧା ଆମେମାନେ ସେମାନଙ୍କର ପ୍ରତିବଦ୍ଧତା ଏବଂ ସୃଜନଶୀଳତାରୁ ଢ଼େର୍‌ କିଛି ଶିକ୍ଷାଲାଭ କରୁଛୁ ।

1917 ମସିହାରେ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ଭାରତର ପ୍ରଥମ ସମର୍ପିତ ବୈଜ୍ଞାନିକ ଗବେଷଣାକେନ୍ଦ୍ର ସ୍ଥାପନ କରିଥିଲେ । ତାହା କଲିକତାରେ ବୋଷ ଇନଷ୍ଟିଟ୍ୟୁଟ୍‌ ନାମରେ ପ୍ରତିଷ୍ଠା କରାଯାଇଥିଲା । ତାଙ୍କର ପ୍ରାରମ୍ଭିକ ଅଭିଭାଷଣରୁ ବିଜ୍ଞାନ ସଂପର୍କରେ ତାଙ୍କର ସାମଗ୍ରିକ ଦୃଷ୍ଟିଭଙ୍ଗୀ ସହଜରେ ପ୍ରତିଫଳିତ ହୋଇଥାଏ । ସେ କହିଥିଲେ, “ଆଜି ମୁଁ ଏହି ପ୍ରତିଷ୍ଠାନକୁ ରାଷ୍ଟ୍ରକୁ କେବଳ ଏକ ବିଜ୍ଞାନାଗାର ଭାବେ ନୁହେଁ, ବରଂ ଏକ ମନ୍ଦିର ଭାବେ ଉତ୍ସର୍ଗ କରୁଛି । ଭାରତର ଶହ ଶହ ବୈଜ୍ଞାନିକଙ୍କ ଜୀବନ ଏବଂ କାର୍ଯ୍ୟାବଳୀ ସେମାନଙ୍କର ଗଭୀର ମୌଳିକ ଚିନ୍ତନ ଯାହାକି ପ୍ରଯୁକ୍ତିର ବିକାଶ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଉଦ୍ଦିଷ୍ଟ ତାହା ଏଥିରେ ସନ୍ନିବେଶିତ ହୋଇଛି । ଏହି ଆଧୁନିକ ବିଜ୍ଞାନ ମନ୍ଦିରମାନଙ୍କ ମାଧ୍ୟମରେ ଭାରତ ଏହାର ବର୍ତ୍ତମାନକୁ ବଦଳାଇ ପାରିବ ଏବଂ ଏକ ନିରାପଦ ଭବିଷ୍ୟତ ଦିଗରେ ସୁନିଶ୍ଚିତ ଭାବେ କାର୍ଯ୍ୟ କରିପାରିବ ।”

ବନ୍ଧୁଗଣ,  ଆମର ଭୂତପୂର୍ବ ପ୍ରଧାନମନ୍ତ୍ର ଲାଲ ବାହାଦୂର ଶାସ୍ତ୍ରୀ ଆମକୁ ଏହି ସ୍ଲୋଗାନ ଦେଇ ଯାଇଛନ୍ତି- ଜୟ ଜବାନ, ଜୟ କିଷାନ । ଆଜକୁ 20 ବର୍ଷ ପୂର୍ବେ ପୋଖରାନଠାରେ ଏକ ଐତିହାସିକ ଭାଷଣ ମାଧ୍ୟମରେ  ଆମର ମହାନ ପ୍ରଧାନମନ୍ତ୍ରୀ ଅଟଳଜୀ ଭାରତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ଅବଦାକୁ ସ୍ୱୀକାର କରିଥିଲେ । ସେ ଏହି ସ୍ଲୋଗାନ ସହ ଆଉ କିଛି ଶବ୍ଦ ଯୋଡ଼ିଥିଲେ- “ଜୟ ବିଜ୍ଞାନ” । “ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ” ।

ମୋର ବିଶ୍ୱାସ ଯେ ଏବେ ଅବସର ଆସିଛି ଆମେ ଏହାକୁ ଆଉ ପାଦେ ଆଗକୁ ଆଗେଇ ନେବା । ମୁଁ ଏଥିସହ ଯୋଗ କରିବାକୁ ଚାହେଁ “ଜୟ ଅନୁସନ୍ଧାନ” । ତେରୁ ଏହି ସ୍ଲୋଗାନ ଏବେ ହୋଇଗଲା “ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ” ।

ଏହା ସୁନିଶ୍ଚିତ ଯେ ବିଜ୍ଞାନର ଅନୁସନ୍ଧାନ ଦୁଇଟି ଉଦ୍ଦେଶ୍ୟ ମାଧ୍ୟମରେ ସାକାର କରାଯାଇଥାଏ ।  ସେଥିରୁ ପ୍ରଥମଟି ହେଲା, ପ୍ରଚଣ୍ଡ ଉଦ୍ବେଳିତ ଜ୍ଞାନ ସୃଷ୍ଟି । ଏବଂ ଦ୍ୱିତୀୟଟି ହେଲା ସେହି ଜ୍ଞାନର ଉପଯୋଗ କରି ସାମାଜିକ ଆର୍ଥିକ ଉପକାର ହାସଲ କରିବା । ଆମେ ଯେତେବେଳେ ଆମର ଆବିଷ୍କାରକୁ  ବିଜ୍ଞାନ ପରିବେଶ ଭିତରକୁ ପ୍ରବେଶ କରାଉଛୁ, ସେତେବେଳେ ଆମକୁ ଅଭିନବତ୍ୱ ଏବଂ ଷ୍ଟାର୍ଟ ଅପ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ।

ଆମ ସରକାର ଅଟଳ ଅଭିନବତ୍ୱ ଅଭିଯାନ ଆରମ୍ଭ କରିଛନ୍ତି ଯାହାର ଉଦ୍ଦେଶ୍ୟ ହେଲା ବୈଜ୍ଞାନିକମାନଙ୍କ ମଧ୍ୟରେ ଅଭିନବତ୍ୱକୁ ବୃଦ୍ଧି କରିବା । ଅଧିକରୁ ଅଧିକ ପ୍ରଯୁକ୍ତି ବ୍ୟବସାୟିକ ଇନକୁବେଟର ଗତ ଚାରି ବର୍ଷ ଭିତରେ ପ୍ରତିଷ୍ଠା କରାଯାଇଛି ଯାହାକି ବିଗତ ଚାଳିଶ ବର୍ଷ ଭିତରେ କେବେସୁଦ୍ଧା ହୋଇନଥିଲା । ଏହି ଦିଗରେ ଶିଳ୍ପର ମଧ୍ୟ ଅବଦାନ ରହିବା ଉଚିତ ଯାହାକି ସେମାନେ ସମୟୋଚିତ ଦିଶାନିର୍ଦ୍ଦେଶ, ଦୂରଦୃଷ୍ଟି ଏବଂ ଷ୍ଟାର୍ଟଅପ୍‌ମାନଙ୍କୁ ପୃଷ୍ଠପୋଷକତା ଏବଂ ସହଭାଗୀତା ମାଧ୍ୟମରେ ସେମାନେ ପ୍ରଦାନ କରିପାରିବେ । ଆମର ବୈଜ୍ଞାନିକମାନେ ଏଭଳି ସମସ୍ୟାର ସମାଧାନ ଦିଗରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ଯଦ୍ୱାରା ସୁଲଭ ମୂଲ୍ୟରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିବ । କେବଳ ସ୍ୱାସ୍ଥ୍ୟସେବା ନୁହେଁ, ଏଥିସହ ବାସଗୃହ, ସ୍ୱଚ୍ଛ ବାୟୁ, ଜଳ ଏବଂ ଶକ୍ତି,କୃଷି ଉତ୍ପାଦିକା ଏବଂ ଖାଦ୍ୟ ପ୍ରକ୍ରିୟାକରଣ  ମଧ୍ୟ ସାକାର ହୋଇପାରିବ । ଯଦ୍ୟପି ବିଜ୍ଞାନ ସାର୍ବଜନୀନ, ପ୍ରଯୁକ୍ତିକୁ ଆମକୁ ସ୍ଥାନୀୟ କରିବା ଦରକାର ଯଦ୍ୱାରା ସ୍ଥାନୀୟ ଆବଶ୍ୟକତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସକଳ ପ୍ରକାର ସମସ୍ୟାର ସମାଧାନ କରାଯାଇପାରିବ ।

ସାଥୀଗଣ, ଆଜି ଆମମାନଙ୍କ ସମ୍ମୁଖରେ ଯେଉଁ ସାମାଜିକ, ଆର୍ଥିକ ସମସ୍ୟାମାନ ଦଣ୍ଡାୟମାନ,ସେଥିରୁ ନିସ୍ତାର ପାଇବା ସକାଶେ ଜାତୀୟ ଗବେଷଣା ବିଜ୍ଞାନାଗାର ଏବଂ ବୈଜ୍ଞାନିକ ସଂଗଠନଗୁଡ଼ିକୁ ସୁଲଭ, ସୁଗମ ଏବଂ ଶତତ ସମାଧାନ ଉପାୟ ପ୍ରସ୍ତୁତ କରିବାକୁ ପଡ଼ିବ । ମୁଁ ଆପଣମାନଙ୍କ ନିକଟରେ କେତୋଟି ଉଦାହରଣ ଦେବାକୁ ଚାହେଁ । ଆମ ଦେଶରେ ଏମିତି ତ କୃଷକମାନଙ୍କ ସଂଖ୍ୟ ଢ଼େର୍‌ ବେଶୀ । ପୁଣି ସେମାନଙ୍କ ନିକଟରେ ମାତ୍ର 2 ହେକ୍ଟର ଠାରୁ ସୁଦ୍ଧା କମ୍‌ କ୍ଷେତ ରହିଛି । ସେମାନଙ୍କ ପାଇଁ କମ୍‌ ଶ୍ରମରୁ କିଭଳି ଭାବେ ଅଧିକ ଶସ୍ୟ ଉତ୍ପାଦନ କରାଯାଇପାରିବ ସେଥିରେ ପ୍ରଯୁକ୍ତିର ଏକ ମସ୍ତବଡ଼ ଭୂମିକା ରହିଛି । ତେଣୁ ସେମାନଙ୍କ ପାଇଁ ପ୍ରଯୁକ୍ତି ସବୁଠାରୁ ବେଶୀ ଆବଶ୍ୟକ । ଆମର ଏଠାରେ କୃଷି ଉତ୍ପାଦନ ତ ବୃଦ୍ଧି ପାଇଛି, ଗୁଣବତ୍ତା ବି ସୁନିଶ୍ଚିତ ହୋଇପାରିଛି, କିନ୍ତୁ ନୂତନ ଭାରତର ଆବଶ୍ୟକତାକୁ ପୂରଣ କରିବା ସକାଶେ ସେଥିରେ ଢ଼େର୍‌ କିଛି କରିବାର ଆବଶ୍ୟକତା ତଥାପି ରହିଛି,ନୂତନ ବିସ୍ତାରଣର ଆବଶ୍ୟକତା ରହିଛି ।

ବୃହତ୍‌ ଡ଼ାଟା ଏନାଲିସିସ୍‌, କୃତ୍ରିମ ପ୍ରଜ୍ଞା, ବ୍ଲକ୍‌ ଚେନ୍‌ ଏବଂ ଯୋଗାଯୋଗ ସହ ସଂଶ୍ଳିଷ୍ଟ ତମାମ ପ୍ରଯୁକ୍ତି କିଭଳି କମ୍‌ ମୂଲ୍ୟରେ ସଫଳ ଭାବେ କ୍ଷେତରେ ପ୍ରୟୋଗ କରାଯାଇପାରିବ,  ତାହା ଉପରେ ଆମର ଧ୍ୟାନ କେନ୍ଦ୍ରିତ ହେବା ଜରୁରି । ଆଜିର ସମୟର ଆବଶ୍ୟକତା ହେଲା ଏଇଆ ଯେ ଏସବୁ ଆବିଷ୍କାରଗୁଡ଼ିକ ସହ ସେନସର୍‌ ପ୍ରଯୁକ୍ତି, ଡ଼୍ରୋନ୍‌, ସାଟେଲାଇଟ୍‌ ଇମେଜିଂ ଏବଂ କୃତ୍ରିମ ପ୍ରଜ୍ଞାକୁ ଗୋଟିଏ ପ୍ୟାକେଜରେ ପରିଣତ କରି ଆମ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ । ଏଭଳି ସାହାଯ୍ୟ ଜରିଆରେ ଆମର କୃଷକମାନେ ନିଜର ଫସଲ, ଶସ୍ୟ, ସିଞ୍ଚନ, ସାର, ପରିବହନ ଏବଂ କୀଟନାଶକ ସହ ସଂଶ୍ଳିଷ୍ଟ ସବୁପ୍ରକାର ନିଷ୍ପତ୍ତି ଆଜିକାଲିର ବୈଜ୍ଞାନିକ ପଦ୍ଧତିର ସହାୟତାରେ ନେଇପାରିବେ ।

ସାଥୀଗଣ, ଆମେମାନେ ଯେଉଁଭଳି ଭାବେ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେସ୍‌ କ୍ଷେତ୍ରରେ ଲଗାତାର ଭାବେ ଆଗକୁ ଅଗ୍ରସର ହୋଇଚାଲିଛେ, ସେହିଭଳି ଆମେ 125 କୋଟି ଭାରତୀୟ ଇଜ୍‌ ଅଫ୍‌ ଲିଭିଂ ଉପରେ ମଧ୍ୟ କ୍ଷିପ୍ରତାର ସହ କାର୍ଯ୍ୟ କରିବା ଉଚିତ । ଏହାର ଦିଗ କଣ’, ତାହା ସ୍ପଷ୍ଟ କରିବା ସକାଶେ କେତେଗୋଟି ପ୍ରଶ୍ନ ଉପରେ ଆମମାନକୁ ମନ୍ଥନ କରିବା ଦରକାର । ଆମେମାନେ କ’ଣ ଆମ ଦେଶର ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଉତ୍ତର ଏବଂ ବୈଜ୍ଞାନିକ ଢ଼ଙ୍ଗରେ ମରୁଡ଼ି ପରିଚାଳନା ଉପରେ କାମ କରିପାରିବା? ଆମେମାନେ କ’ଣ ବର୍ଷା, ଝଡ଼ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରକାର ପ୍ରାକୃତିକ ଆପଦା ସଂପର୍କରେ ଭବିଷ୍ୟବାଣୀ ତନ୍ତ୍ରରେ ଆହୁରି ସୁଧାର କରିପାରିବା? ଏହାଦ୍ୱାରା ଆମର କୃଷିକୁ ତ ଫାଇଦା ହେବ ହିଁ ହେବ, ତାହା ସହ ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଯାଇପାରିବ ।

ଆମେମାନେ କ’ଣ ଦେଶରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା କୁପୋଷଣ ଭଳି ସମସ୍ୟାକୁ ସୁଧାରିବା ସକାଶେ କୌଣସି ଉତ୍ତମ ପ୍ରଯୁକ୍ତିଗତ ସମାଧାନ ସୂତ୍ରର ସନ୍ଧାନ କରିପାରିବା ନାହିଁ? ତାହା ଏଭଳି ଉପାୟ ହୋଇଥିବ ଯାହା ଦ୍ୱାରା ଆମର ଶିଶୁମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରାଯାଇପାରିବ? ଆମେମାନେ କ’ଣ ଆମ ଶିଶୁମାନଙ୍କୁ ଚିକୁନଗୁନିଆ ଏବଂ ଏନସେଫାଲାଇଟିସ୍‌ ଭଳି ବେମାରୀରୁ ମୁକ୍ତକରି ଭାରତକୁ ସେସବୁ ବିପଦରୁ ସୁନିଶ୍ଚିତ କରିପାରିବା ନାହିଁ? ଆମେମାନେ କଣ ବର୍ଜ୍ୟରୁ ଶକ୍ତି ଉତ୍ପାଦନ ଏବଂ ସ୍ୱଚ୍ଛତା ପାଇଁ ଶସ୍ତା ଓ ଉପାର୍ଜନକ୍ଷମ ଅଧିକ ପ୍ରଭାବୀ ପ୍ରଯୁକ୍ତିର ବିକାଶ ଘଟାଇପାରିବା ନାହିଁ? ଆମେମାନେ କ’ଣ ପାନୀୟ ଜଳ ସମସ୍ୟାରୁ ମୁକ୍ତି ପାଇବା ସକାଶେ ଏହାର ପୁନଃଚକ୍ରଣ ଏବଂ ସଂରକ୍ଷଣ ସହିତ ଯୋଡ଼ିହୋଇ ରହିଥିବା ସମସ୍ୟାର ସମାଧାନ ସକାଶେ ନୂତନ ପ୍ରଯୁକ୍ତିର ବିକାଶ ଘଟାଇପାରିବା ନାହିଁ? କ’ଣ ଆମେମାନେ ଏଭଳି ଏକ ବ୍ୟବସ୍ଥା ବିକଶିତ କରିପାରିବା ଯଦ୍ୱାରା ଆମର ସଂବେଦନଶୀଳ ସଂସ୍ଥାନଗୁଡ଼ିକୁ ଏଭଳି ସାଇବର ସୁରକ୍ଷା ମିଳିପାରିବ ଯାହାକୁ ଭେଦ କରିବା କାହାରି ପକ୍ଷେ ଅସମ୍ଭବ ହୋଇପାରିବ? ଆମେମାନେ କଣ ସୌର ଶକ୍ତିକୁ ଉପଯୋଗ କରିବା ସକାଶେ ସମାଧାନ ସୂତ୍ର ପ୍ରସ୍ତୁତ କରିପାରିବା ନାହିଁ ଯାହାଦ୍ୱାରା ଅତି କମ୍‌ ମୂଲ୍ୟରେ ଅତି ଦରିଦ୍ର ଲୋକମାନଙ୍କୁ ଶକ୍ତି ଉପଲବ୍ଧ କରାଯାଇପାରିବ? ଆମମାନଙ୍କୁ ଏଭଳି ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାକୁ ପଡ଼ିବ ।

ତେଣୁ ଆମମାନଙ୍କୁ ବିଜ୍ଞାନକୁ ସାଧାରଣ ଲୋକଙ୍କ ଜୀବନ ସହ ଯୋଡ଼ିବାକୁ ପଡ଼ିବ । ଦ୍ରୁତ ଗତିରେ ପରିବର୍ତ୍ତନ ଘଟି ଚାଲିଥିବା ବିଶ୍ୱରେ ଏବେ ଆମକୁ ଏବଂ ବିଶେଷ କରି ଭାରତକୁ କୌଣସି ସ୍ଥାନରେ ଅଟକିଯିବା ଉଚିତ ହେବନାହିଁ । ଏଥିପାଇଁ ଆମକୁ ଅନ୍ୟ କାହାରି କାର୍ଯ୍ୟ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ । କାହାକୁ ଅପେକ୍ଷା କରିବା ମଧ୍ୟ ଉଚିତ ହେବନାହିଁ ।  ଆମକୁ ଏହାର ନେତୃତ୍ୱ ନେବାକୁ ପଡ଼ିବ । ଆମେ କିଛି କରି ବିଶ୍ୱକୁ ଦେଖାଇ ଦେବାକୁ ପଡ଼ିବ । ପୁଣି ସମୟ ଉପଯୋଗୀ ସମାଧାନ ସୂତ୍ର ଆମକୁ ବାହାର କରିବାକୁ ହେବ, ଏବଂ ତାହା ମଧ୍ୟ ନିର୍ଦ୍ଧାରିତ ସମୟ ଭିତରେ ।

ବନ୍ଧୁଗଣ,  ଭାରତୀୟ ବିଜ୍ଞାନ ପାଇଁ 2018 ବେଶ୍‌ ଉତ୍ତମ ବର୍ଷ ଥିଲା । ଏହି ବର୍ଷ ଭାରତ ବିଜ୍ଞାନ କ୍ଷେତ୍ରରେ ଯେଉଁସବୁ ସଫଳତା ହାସଲ କରିଥିଲା ସେଥିମଧ୍ୟରେ ବିମାନସେବା ଗ୍ରେଡ଼ର ଜୈବ ଇନ୍ଧନ ଉତ୍ପାଦନ, ଦିବ୍ୟ ନୟନ ଭଳି ଏକ ମେସିନ୍‌ ଯାହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ମଧ୍ୟ ଦେଖିପାରିବେ,ସର୍ଭିକାଲ୍‌ କ୍ୟାନସର, ଟିବି, ଡ଼େଙ୍ଗୁ ଭଳି ଦୁରାରୋଗ ଚିହ୍ନଟ ସକାଶେ ସୁଲଭ ମୂଲ୍ୟର ଉପକରଣ ଉଦ୍ଭାବନ ଆଦି ଅନ୍ୟତମ । ସିକିମ ଏବଂ ଦାର୍ଜିଲିଂ କ୍ଷେତ୍ରରେ ରିଅଲ୍‌ ଟାଇମ୍‌ ଭିତ୍ତିରେ ଭୂସ୍ଖଳନ ସତର୍କ ସୂଚନା ବ୍ୟବସ୍ଥା ମଧ୍ୟ ଏଥିରେ ସାମିଲ । ତେବେ ଏହା ଯଥେଷ୍ଟ ନୁହେଁ । ଆମକୁ ଆହୁରି ଅନେକ ପଥ ଆଗକୁ ଅଗ୍ରସର ହେବାକୁ  ଅଛି । ଆମକୁ ଏଭଳି ବୈଜ୍ଞାନିକ ସାଧନକୁ ବ୍ୟବସାୟିକ ଭିତ୍ତିରେ ଲୋକପ୍ରିୟ କରିବାର ଅଛି । ଆମର ଗବେଷଣା ଓ ବିକାଶର ସଫଳତାକୁ କିଭଳି ଭାବେ ଶିଳ୍ପ ଉତ୍ପାଦନରେ ପରିବର୍ତ୍ତିତ କରାଯାଇ ପାରିବ ସେ ଦିଗରେ ଚିନ୍ତା କରିବାର ଅଛି । ଭବିଷ୍ୟତ ହେଲା ପରିବର୍ତ୍ତନ ଏବଂ ସଂଯୋଗୀକରଣ ପ୍ରଯୁକ୍ତିର ଯୁଗ । ରାଷ୍ଟ୍ରର ସମୃଦ୍ଧି ପାଇଁ ଆବଶ୍ୟକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା, ଏହାର ଉପାୟ ବାହାର କରିବା ଏବଂ ସେସବୁର ପରିଚାଳନା କରିବା ଆମ ପାଇଁ ଗୁରୁ ଦାୟିତ୍ୱ । ଆମ ନିକଟରେ ଉପଲବ୍ଧ ଡ଼ାଟା ସୂଚୀତ କରେ ଯେ ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଯାହାକି ଗବେଷଣାତ୍ମକ ନିବନ୍ଧ ପ୍ରକାଶନ ଦୃଷ୍ଟିରୁ ଆକଳନ କରାଯାଇଛି । ଏହା କିଛି କମ୍‌ ବଡ଼ ସଫଳତା ନୁହେଁ, ତେଣୁ ସମସ୍ତେ ଏହାକୁ ଭୂୟସୀ ପ୍ରଶଂସା କରିବା ଉଚିତ । ଏହା ଏକ ଉନ୍ନତ ଭାରତ, ଆଧୁନିକ ଭାରତ ଏବଂ ବୈଜ୍ଞାନିକ ଭାରତ ଗଠନ ସକାଶେ ଏକ ସୁଦୃଢ଼ ଭିତ୍ତିଭୂମି ବୋଲି କୁହାଯାଇପାରେ ।

ସାଥୀଗଣ, ଏକ ଉନ୍ନତ ଭାରତ ଗଠନ ନିମନ୍ତେ ଭାରତକୁ ଆଜି ମହତ୍ଵାଙ୍କାକ୍ଷି ହେବାକୁ ପଡ଼ିବ । ଆମକୁ ଏ ଦିଗରେ କେବଳ ପ୍ରତିସ୍ପର୍ଦ୍ଧୀ ହେଲେ ଯଥେଷ୍ଟ ହେବନାହିଁ । ଅପରନ୍ତୁ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ଓ ପ୍ରମାଣିତ କରିବାପୁ ପଡ଼ିବ । ଆମକୁ କେବଳ ଗବେଷଣା କରିବା ଢ଼ଙ୍ଗରେ ଗବେଷଣା କଲେ ଚଳିବ ନାହିଁ,ଅପରନ୍ତୁ ଏଭଳି ଗବେଷଣାର ଉପଲବ୍ଧକୁ କିଭଳି ଭାବେ ସେପରି ସ୍ତରରେ ପହଞ୍ଚାଯିବ ଯାହା ଦ୍ୱାରା ତାହାର ନିଷ୍କର୍ଷ ଜନସାଧାରଣଙ୍କ ଉପକାରରେ ଲାଗିପାରିବ ଏବଂ ସମଗ୍ର ବିଶ୍ୱ ଏହାକୁ ସ୍ୱୀକାର କରିବ ଓ ତାହା ପଛେ ପଛେ ଚାଲିବ ସେକଥା ମଧ୍ୟ ପ୍ରମାଣସିଦ୍ଧ କରିବାକୁ ପଡ଼ିବ ।

ଏଭଳି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆମକୁ ଗବେଷଣାର ଏକ ବିସ୍ତୃତ ପରିବେଶ ସୃଷ୍ଟି କରିବାକୁ ହେବ । ଆଜି ଏଭଳି ଏକ ତନ୍ତ୍ରର ଆବଶ୍ୟକତା ସବୁଠାରୁ ଅଧିକ ମାତ୍ରାରେ ଅନୁଭୂତ ହେଉଛି । ତାହା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ହୋଇଥାଇପାରେ, କିମ୍ବା କୌଣସି କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ହୋଇଥାଇପାରେ ଅଥବା ଜନ ବିସ୍ଫୋରଣ କ୍ଷେତ୍ରରେ, ବା ବାୟୋଟେକ୍ନୋଲଜି, ଡ଼ିଜିଟାଲ ମାର୍କେଟ ପ୍ଲେସ୍‌ କ୍ଷେତ୍ରରେ ହୋଇଥାଇପାରେ । ଆଜି ଏଭଳି ଏକ ଇକୋ ସିଷ୍ଟମ୍‌ ମାଧ୍ୟମରେ ଆମେ ଆମ ରାଷ୍ଟ୍ରକୁ ଜ୍ଞାନର ଭଣ୍ଡାର, ସାମର୍ଥ୍ୟ କେନ୍ଦ୍ରବିନ୍ଦୁରେ ପରିଣତ କରିବାକୁ ପଡ଼ିବ ଯଦ୍ୱାରା ସେଥିରୁ ଆବଶ୍ୟକ ଫାଇଦା ହାସଲ କରିହେବ ।

ଯଦି ଆମକୁ ଆଗାମୀ ଦିନରେ ଜ୍ଞାନ ସମାଜ ଭାବେ ସାରା ବିଶ୍ୱରେ ନେତୃତ୍ୱ ନେଇ ଦଣ୍ଡାୟମାନ ହେବାର ଅଛି ତେବେ ଆମକୁ ଦେଶର ଗବେଷଣା ଦକ୍ଷତା ଓ କ୍ଷମତା ବୃଦ୍ଧି କରିବା ଏକାନ୍ତ କାମ୍ୟ । ସେଥିପାଇଁ ସକଳ ପ୍ରକାର ପ୍ରୟାସ କରାଯିବା ଉଚିତ । ଆମକୁ ଏହି ଲକ୍ଷ୍ୟ ରଖି ଆନ୍ତଃଶୃଙ୍ଖଳାଗବେଷଣା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ ।

ସାଥୀଗଣ,  ଯେକୌଣସି ରାଷ୍ଟ୍ରର ଜ୍ଞାନ ସୃଜନଶୀଳତା ଏବଂ ପରିଚୟ ଏହୋର ଇତିହାସ, କଳା,ଭାଷା ଏବଂ ସଂସ୍କୃତିରୁ ହିଁ ଜନ୍ମ ନେଇଥାଏ । ଏଥିପାଇଁ ଆମକୁ ସକଳ ପ୍ରକାର ବାଧା ବନ୍ଧନରୁ ମୁକ୍ତ ହୋଇ ଗବେଷଣା କାର୍ଯ୍ୟ କରିବାକୁ ପଡ଼ିବ । ଆଜି ଏଭଳି ଗବେଷଣାର ଆବଶ୍ୟକତା ପଡ଼ିଛି ଯେଉଁଥିରେ କଳା ଏବଂ ମାନବଶଙ୍କର, ସାମାଜିକ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସବୁ ପ୍ରକାର ଅଭିନବତ୍ୱର ଏକ ସଫଳ ମିଶ୍ରଣ ଓ ସମନ୍ୱୟର ଆବଶ୍ୟକତା ଅନୁଭୂତ ହେଉଛି । ତାହା କରାଯିବା ଉଚିତ । ଏହା ହିଁ ଆମର ଦେଶର ପରିଚୟକୁ ସଶକ୍ତ ଏବଂ ଗୌରବମୟ କରିପାରିବ ।

ସାଥୀଗଣ, ଆମକୁ ସଦାବେଳେ ସ୍ମରଣ ରଖିବାକୁ ହେବ ଯେ ଆମର ପ୍ରାଚୀନ ଜ୍ଞାନ ଗବେଷଣା ଉପରେ ହିଁ ଆଧାରିତ ଥିଲା । ପ୍ରାଚୀନ ଭାରତୀୟ ବିଦ୍ୱାନମାନେ ଗଣିତ ଠାରୁ ନେଇ ବିଜ୍ଞାନ ପର୍ଯ୍ୟନ୍ତ,କଳା ଠାରୁ ଆରମ୍ଭ କରି ସାହିତ୍ୟ ପର୍ଯ୍ୟନ୍ତ, ଭାଷା ବିଜ୍ଞାନ ଠାରୁ ନେଇ ତର୍କଶାସ୍ତ୍ର ଓ ଚିକିତ୍ସାଠାରୁ ଦର୍ଶନ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ନିଜର ସ୍ଥାନ ପ୍ରତିପାଦିତ କରିପାରିଥିଲେ । ଏହାକୁ ପ୍ରଜ୍ଜ୍ୱଳିତ ଭାବେ ପ୍ରଦର୍ଶନ କରିପାରିଛନ୍ତି । ଏବେ ସମୟ ଉପସ୍ଥିତ ଯେ ଭାରତ ବିଶ୍ୱରେ ପୁଣି ଥରେ ସେହି ସ୍ଥାନ ହାସଲ କରିବା ଉଚି୍‌ତ । ଏବଂ ତାହା ସେତିକିବେଳେ ସମ୍ଭବ ହେବ ଯେତେବେଳେ ବିଶ୍ୱର ତିନି ସର୍ବଶ୍ରେଷ୍ଠ ଅର୍ଥ ବ୍ୟବସ୍ଥା ଭାବେ ଆମେ ବିଶ୍ୱକୁ ଗବେଷଣା ଓ ଅଭିନବତ୍ୱ ଦିଗରେ ଦିଶାନିର୍ଦ୍ଦେଶ କରିବାକୁ ସକ୍ଷମ ହୋଇପାରିବୁ ।

ବନ୍ଧୁଗଣ, ଗବେଷଣା ଓ ବିକାଶ କ୍ଷେତ୍ରରେ ଆମର ସବୁଠାରୁ ବଡ଼ ସାମର୍ଥ୍ୟ ହେଲା ଆମ ଦେଶରେ ଥିବା ବଡ଼ ବଡ଼ ଜାତୀୟ ବିଜ୍ଞାନାଗାର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଆଇଆଇଏସସି,ଟିଆଇଏଫଆର, ଏବଂ ଆଇଜର ଭଳି ଅନୁଷ୍ଠାନ । କିନ୍ତୁ, ଆମର  ପ୍ରାୟ 95 ଭାଗ ଛାତ୍ରଛାତ୍ରୀ ରାଜ୍ୟର ଅନ୍ୟାନ୍ୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ବିଦ୍ୟା ଅଧ୍ୟୟନ ସକାଶେ ଯାଇଥାନ୍ତି ଯେଉଁଠାରେ ଗବେଷଣାର କ୍ଷେତ୍ର ଓ ସୁଯୋଗ ବେଶ୍‌ ସୀମିତ । ତେଣୁ ସେସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ଗବେଷଣାତ୍ମକ ବାତାବରଣ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।  ଏହି ପରିପ୍ରେକ୍ଷୀରେ ମୁଁ ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବତ୍ୱ ପରିଷଦକୁ ଆହ୍ୱାନ କରୁଛି ଯେ ସେମାନେ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରନ୍ତୁ ଏବଂ ଏ ଦିଗରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ । ଏ ଦିଗରେ ସେମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ପରାମର୍ଶ କରନ୍ତୁ ଯେ କିଭଳି ଭାବେ ଆମର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ।

ବନ୍ଧୁଗଣ, ତିରୁପତିଠାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନରେ ମୁଁ ଫାଇବର ଫିଜିକାଲ ସିଷ୍ଟମ କିଭଳି ଭାବେ ବିଶ୍ୱବ୍ୟାପୀ ବୃଦ୍ଧି ପାଇଥିବା ପ୍ରସଙ୍ଗରେ ଆଲୋଚନା କରିଥିଲି । ଆମର ଜନସାଂଖିକ ସଂପଦ ପାଇଁ ଏହା ଅଭାବନୀୟ ଚାଲେଞ୍ଜ ସୃଷ୍ଟି କରିବାର କ୍ଷମତା ରଖିଛି  । ତେଣୁ ରୋବୋଟିକ୍ସ, କୃତ୍ରିମ ପ୍ରଜ୍ଞା, ବିଗ୍‌ ଡ଼ାଟା ଏନାଲିସିସ୍‌ କ୍ଷେତ୍ରରେ ଗବେଷଣା, ତାଲିମ ଏବଂ କୌଶଳ ବିକାଶ ମାଧ୍ୟମରେ ଆମେ ଏଭଳି ଚାଲେଞ୍ଜକୁ କିଭଳି ଭାବେ ସୁଯୋଗରେ ପରିଣତ କରିପାରିବା ସେଥିପାଇଁ ଆମକୁ ଏବେ ଚିନ୍ତା କରିବାକୁ ପଡ଼ିବ । ସରକାର ଏବେ ଜାତୀୟ ସ୍ତରରେ ସାଇବର ଫିଜିକାଲ ସିଷ୍ଟମ୍ସ ଆନ୍ତଶୃଙ୍ଖଳୀୟ ଅଭିଯାନ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ଏବଂ ସେଥିରେ ତିନି ହଜାର ଛଅଶହ କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ନିବେଶ କରିବାକୁ ସ୍ଥିର କରିଛନ୍ତି । ଏହି ଅଭିଯାନ ଗବେଷଣା ଓ ବିକାଶ, ପ୍ରଯୁକ୍ତି ବିକାଶ, ମାନବ ସମ୍ବଳ ଓ କୌଶଳ, ଅଭିନବତ୍ୱ, ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ୍‌ ଏବଂ ଶିଳ୍ପ ଓ ଆନ୍ତର୍ଜାତିକ ସହଯୋଗ ସ୍ଥାପନ ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବା ସକାଶେ ପ୍ରସ୍ତୁତ କରାଯାଇଛି । ଡ଼ାଟା ହେଉଛି ଇଞ୍ଜିନ ଯାହା କୃତ୍ରିମ ପ୍ରଜ୍ଞାକୁ ଆଗକୁ ଆଗେଇ ନେଇଥାଏ । ଆମର ବୈଜ୍ଞାନିକମାନେ ସଂପୃକ୍ତ ମନ୍ତ୍ରଣାଳୟମାନଙ୍କ ସହ ସହଯୋଗ ରକ୍ଷାକରି ଏ ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ସେମାନେ ଏଭଳି ଏକ ସଫଳ ଡ଼ାଟା ନୀତି ଓ କାର୍ଯ୍ୟବ୍ୟବସ୍ଥା ପ୍ରସ୍ତୁତ କରିବା ଆବଶ୍ୟକ ଯଦ୍ୱାରା ସେମାନେ ସାମଗ୍ରିକ ଭାବେ ଡ଼ାଟା ସୃଷ୍ଟିଠାରୁ ଆରମ୍ଭ କରି ଏହାର ପ୍ରବାହ,ସୁରକ୍ଷା ଏବଂ ବଣ୍ଟନ ତଥା ବ୍ୟବହାରକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିପାରିବେ ।

ସାଥୀଗଣ, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଆମର ସାମର୍ଥ୍ୟ, ଆମର କୌଶଳ ଯାହାକି ଆମକୁ ଏବେସୁଦ୍ଧା ମିଳିପାରିଛି ତାହା ଆମର ମହାକାଶ ଅଭିଯାନର ସଫଳତାରୁ ସ୍ପଷ୍ଟ ପ୍ରମାଣିତ । ନିକଟରେ ଆମେମାନେ କାର୍ଟୋସାଟ-2 ସିରିଜ ଉପଗ୍ରହ ସମେତ ପରିକ୍ରମଣ, ଯୋଗାଯୋଗ ଏବଂ ହାଇପର ସ୍ପେକ୍ଟ୍ରାଲ୍‌ ଇମେଜିଂ ସହିତ ସଂଯୁକ୍ତ 30ଟି ଅଧିକ ଉପଗ୍ରହର ସଫଳ ଉତକ୍ଷେପଣ କରିଛୁ । 2020-22 ପର୍ଯ୍ୟନ୍ତ ତିନିଜଣ ଭାରତୀୟ ଆମର ଗଗନଯାନ କାର୍ଯ୍ୟକ୍ରମରେ ହିଁ ଅନ୍ତରୀକ୍ଷକୁ ଯାତ୍ରା କରିବାର ପ୍ରସ୍ତୁତି ଜୋରସୋରରେ କାର୍ଯ୍ୟକାରୀ ହେଉଛି । ଭାରତୀୟ ମହକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏଥିପାଇଁ ବିଶେଷ ପ୍ରଯୁକ୍ତିଯୁକ୍ତ କ୍ରିଉ ଏସକେପ୍‌ ବ୍ୟବସ୍ଥାର ପ୍ରଦର୍ଶନ କରିସାରିଛି । ମୋର ଆମ ବୈଜ୍ଞାନିକମାନଙ୍କ ଉପରେ ସଂପୂର୍ଣ୍ଣ ଭରସା ରହିଛି ଯେ ଗଗନଯାନ ପାଇଁ ଆମମାନଙ୍କ ମନରେ ଥିବା ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହୋଇପାରିବ ।

ସାଥୀଗଣ, ବିଜ୍ଞାନ ଓ ପ୍ରଯୁକ୍ତିର ଅନେକ ଅନେକ ଆବିଷ୍କାର ରହିଛି ଯାହା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରେ ଢ଼େର୍‌ କିଛି ପରିବର୍ତ୍ତନ ଅଣାଯାଇପାରିବ । ଏହା ସମ୍ଭବପର । ଆମେମାନେ ଚାହିଁଲେ କ’ଣ ଆମର ପ୍ରଯୁକ୍ତି ସାମର୍ଥ୍ୟକୁ ନିରବଚ୍ଛିନ୍ନ ଭାବେ ଅପରେଟିଂ ରେଫରେନ୍ସ ଷ୍ଟେସନ୍‌ ନେଟୱାର୍କରେ ପରିଣତ କରିପାରିବା ନାହିଁ? ଏହା ଫଳରେ ହାଇ ରିଜୋଲ୍ୟୁସନ୍‌ ଜିଓ ସ୍ପେସିଆଲ୍‌ ଡ଼ିଜିଟାଲ ଡ଼ାଟା ଆମମାନଙ୍କୁ ଅତି ଦ୍ରୁତ ବେଗରେ ଉପଲବ୍ଧ ହୋଇପାରିବ । ଏହା ଦ୍ୱାରା ଆମେ ଆମର ନାବିକମାନଙ୍କୁ, ବୈଜ୍ଞାନିକମାନଙ୍କୁ , ପ୍ଲାନିଂ ସହ ଯୋଡ଼ିହୋଇ ରହିଥିବା ଲୋକମାନଙ୍କୁ ଉତ୍ତର ଡ଼ାଟା ଉପଲବ୍ଧ କରାଇପାରିବା । ଏଭଳି ଭାବେ ବିକାଶର ଯୋଜନା ଯଥା, ପ୍ଲାନିଂ, ମନିଟରିଂ, ପରିଚାଳନା ଏବଂ ପ୍ରବର୍ତ୍ତନ ପ୍ରଭାବୀ ଢ଼ଙ୍ଗରେ କରାଯାଇପାରିବ ।

ସାଥୀଗଣ, ଗତ ଥର ଯେତେବେଳେ ଇମ୍ଫାଲରେ ଭାରତୀୟ ବିଜ୍ଞାନ କଂଗ୍ରେସର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ସେତେବେଳେ ମୁଁ ଆପଣମାନଙ୍କୁ ସମସ୍ତ ବୈଜ୍ଞାନିକମାନଙ୍କୁ ଏକ ନିବେଦନ କରିଥିଲି ଯେ ବୈଜ୍ଞାନିକମାନେ ସିକଲ ସେଲ୍‌ ଆନେମିଆ ଭଳି ସମସ୍ୟାର ଉପଚାର ପାଇଁ ମାର୍ଗ ବାହାର କରନ୍ତୁ ଏବଂ ତାହା ଶସ୍ତା ଏବଂ ପ୍ରଭାବୀ ହୋଇଥିବା ଆବଶ୍ୟକ । ଏହି ବେମାରୀ ଦ୍ୱାରା ଆମର ଆଦିବାସୀ ସମାଜ ବିଶେଷ ଭାବେ ପ୍ରଭାବିତ । ମୁଁ ଅତି ଖୁସି ଯେ ସିଏସଆଇଆର ଏବଂ ଡ଼ିବିଟି ଏ ଦିଗରେ ସେମାନଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଦୁଇ ସଂସ୍ଥାନର ବୈଜ୍ଞାନିକମାନେ ଏବେ ଏହି ବେମାରୀକୁ ରୋକିବା ଏହାର ଉପଚାର ସକାଶେ ସଠିକ ମାର୍ଗ ପାଇଁ ଜିନ୍‌ ଥେରାପୀର ବିକାଶ କରୁଛନ୍ତି ଯାହା ଫଳରେ ହିମୋଗ୍ଲୋବିନ୍‌ରେ ଥିବା ବିକାର କୁ ଠିକ୍‌ କରାଯାଇପାରିବ ।

ବନ୍ଧୁଗଣ,  ଭାରତ ପାଇଁ ଏକ ଭବିଷ୍ୟତମୁଖୀ ବିଜ୍ଞାନ ଓ ପ୍ରଯୁକ୍ତି ତଥା ଅଭିନବତ୍ୱର ମାର୍ଗଦର୍ଶିକାର ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଆମେ ନିକଟରେ ପ୍ରଧାନମନ୍ତ୍ରୀ ବିଜ୍ଞାନ ପ୍ରଯୁକ୍ତିକୁ ଏକ ଅଭିନବତ୍ଵ ପରାମର୍ଶଦାତା ପରିଷଦରେ ପରିଣତ କରିଛୁ । ଏହି ପରିଷଦ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ହସକ୍ଷେପ, ବିଭିନ୍ନ ହିତଧାରକମାନଙ୍କ ସହ ସହଯୋଗ ପ୍ରଦାନକାରୀ, ବିଭିନ୍ନ ମନ୍ତ୍ରଣାଳୟମାନଙ୍କ ସହ ସହଯୋଗର ସଂପର୍କ ସ୍ଥାପନ ତଥା ବିବିଧ ନୀତି ପ୍ରୟାସକାରୀମାନଙ୍କ ମଧ୍ୟରେ ପ୍ରବର୍ତ୍ତନର ସୁଯୋଗ ସୃଷ୍ଟି ଦିଗରେ କାର୍ଯ୍ୟ କରିବ । ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶେଷ କରି ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି । ଆମେ ଏବେ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ମୁକ୍ତ କରିଛୁ । ୟୁଜିସି- ଅର୍ଥାତ୍‌ ବିଶ୍ୱବିଦ୍ୟାଳୟ ମଂଜୁରୀ ଆୟୋଗ ଏବେ ଗ୍ରେଡ଼େଡ଼୍‌ ସ୍ୱାୟତ୍ତତା ନିୟନ୍ତ୍ରଣ ବ୍ୟବସ୍ଥାର ସୂତ୍ରପାତ ଘଟାଇଛି ଯାହା ଫଳରେ କାର୍ଯ୍ୟଧାରା ଓ ଆର୍ଥିକ ସ୍ୱାୟତ୍ତତା ମିଳିପାରିବ । ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୁବିଧା ହାସଲ କରିପାରିବେ । ଆମେ ଏବେ ଅତି ମହତ୍ତ୍ୱପୂର୍ଣ୍ଣ ପ୍ରତିଷ୍ଠାନମାନ ସ୍ଥାପନ କରିବା ପ୍ରକ୍ରିୟାରେ ରହିଛୁ ଯାହାକି ବିଶ୍ୱର ଅନ୍ୟାନ୍ୟ ଶ୍ରେଷ୍ଠ ଅନୁଷ୍ଠାନମାନଙ୍କ ସହ ପ୍ରତିଯୋଗୀତା କରିପାରିବ । ଏଭଳି ପ୍ରୟାସ ସେହିସବୁ ଅନୁଷ୍ଠାନମାନଙ୍କ ମନରେ ପ୍ରତିଯୋଗୀତା ମନୋଭାବ ଉଦ୍ରେକ କରିବା ସହ ଘରୋଇ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ଗୁଣାତ୍ମକ ମାନ ବୃଦ୍ଧିରେ ସହାୟକ ହେବ । ଆମେ ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋ ବ୍ୟବସ୍ଥା ପ୍ରବର୍ତ୍ତନ କରିଛୁ । ଏହି ଯୋଜନା ଅଧୀନରେ ହଜାର ହଜାର ଉଜ୍ଜ୍ୱଳ ମେଧା ପ୍ରତିଭାଧାରୀ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନମାନଙ୍କରେ ସିଧାସଳଖ ପିଏଚଡ଼ି ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ସେମାନଙ୍କୁ ଆଇଆଇଟି ଏବଂ ଆଇଆଇଏସସିରେ ସିଧାସଳଖ ନାମଲେଖାର ସୁଯୋଗ ମିଳିବ । ଏଭଳି ଯୋଜନା ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହନ ଯୋଗାଇବା ସହ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଆବଶ୍ୟକ ଅଧ୍ୟାପକ ଅଭାବକୁ ପୂରଣ କରିପାରିବ ।

ବନ୍ଧୁଗଣ, ମୁଁ ଏଠାରେ ଆମର ଭୂତପୂର୍ବ ରାଷ୍ଟ୍ରପତି ଡ଼କ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଉକ୍ତିକୁ ସ୍ମରଣ କରାଇ ଦେବାକୁ ଚାହେଁ  । ସେ କହିଥିଲେ- “ଉଜ୍ଜ୍ୱଳ କଳ୍ପନା ଏବଂ ନିରବଚ୍ଛିନ୍ନ ପ୍ରୟାସ ବଳରେ ବିଶ୍ୱର ଶକ୍ତିକୁ କାର୍ଯ୍ୟରେ ଲଗାଯାଇପାରିବ ଯାହାକି କେବଳ ଏକ ପ୍ରଜ୍ୱଳିତ ମସ୍ତିଷ୍କ ଦ୍ୱାରା ହିଁ ସମ୍ଭବ । ଆମେ କିଭଳି ଭାବେ ଭାରତୀୟ ଯୁବ ମାନସକୁ ଏଭଳି ଚିନ୍ତାଧାରାରେ ଉଦବୁଦ୍ଧ କରିପାରିବା ଏବଂ ସେମାନଙ୍କୁ ଅତ୍ୟାଧୁନିକ ଗବେଷଣାର ଆଧାର ଉପରେ ଆଗକୁ ଅଗ୍ରସର କରାଇପାରିବା ଏବଂ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଏକ ନବଉନ୍ମେଷ ସୃଷ୍ଟି କରାଇପାରିବା, ତାହା ଆମର ଧେୟ ହେଉ ।”

ଭାରତ ଏବେ ନୂତନ ପିଢ଼ିର ସୃଜନଶୀଳ, ଶକ୍ତିସମ୍ପନ୍ନ ତଥା ଆତ୍ମବିଶ୍ୱାସ ଭରା ଯୁବ ମାନସରେ ଭରପୂର । ସରକାର ସେମାନଙ୍କୁ ସକଳ ପ୍ରକାର ଅନୁକୂଳ ବାତାବରଣ ଯୋଗାଇ ଦେବା ସକାଶେ ପ୍ରତିବଦ୍ଧ । ତାହା ଦ୍ୱାରା ବିଜ୍ଞାନ ମାଧ୍ୟମରେ ଏକ ନୂତନ ଭାରତ ଗଠନ କରାଯାଇପାରିବ । ତାହା ଏଭଳି ଏକ ଭାରତ ହେବ ଯାହା ବର୍ତ୍ତମାନ ତଥା ଭବିଷ୍ୟତର ସମସ୍ତ ପ୍ରକାର ସମସ୍ୟାକୁ ସୁଯୋଗ ଭାବେ ଗ୍ରହଣ କରି ସେସବୁର ଉପଯୁକ୍ତ ମୁକାବିଲା କରିପାରିବ । ତାହ ସେଭଳି ଏକ ଭାରତ ହେବ ଯେଉଁଠାରେ ନୂତନ ଚିନ୍ତାଧାରା, ଜ୍ଞାନ, ପ୍ରଜ୍ଞା ଏବଂ କାର୍ଯ୍ୟପନ୍ଥା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବ । ସେହି ଭାରତ ଅଧିକ ଶକ୍ତିଶାଳୀ, ଆତ୍ମବିଶ୍ୱାସଭରା, ସମୃଦ୍ଧ ଏବଂ ସୁସ୍ଥ ଭାବେ ବିବେଚିତ ହେବ । ସେହି ଭାରତ ମନରେ ଅନୁକମ୍ପା ଭରି ରହିଥିବ ଏବଂ ତାହା ସବୁ ଦୃଷ୍ଟିରୁ ସମାବେଶୀ ହୋଇଥିବ ।

ମୁଁ ଆପଣମାନଙ୍କୁ ଏକ ସୃଜନଭରା ତଥା ସଫଳତାଭରା ନବବର୍ଷ 2019 କାମନା କରୁଛି ।

ଆପଣମାନଙ୍କୁ ଧନ୍ୟବାଦ । ଅଶେଷ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.