Dahej SEZ has made it to the top 50 industrial areas in the world: PM
OPAL will have a key role to play in intiatives like 'Make In India' and 'Start up India': PM
Petrochemical sector is expanding at a fast rate in the country: PM Modi
After we assumed office, we took measures to control inflation rate: PM Modi
Today India is a bright spot in global economy: PM Modi
Latest GDP data reveals that demonetisation did not affect India's growth: PM Modi

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ,

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀ ନୀତିନ ଗଡକରୀ ଏବଂ ମନସୁଖ ମାଣ୍ଡଭିୟା

ଏହି କ୍ଷେତ୍ରର ଲୋକପ୍ରିୟ ସାଂସଦ ଶ୍ରୀ ମନସୁଖ ଭାଇ ବସାବା

ମଂଚସ୍ଥ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି

ମୋର ସାଥୀମାନେ,

ଆମ ଦହେଜ ଗୋଟିଏ ପ୍ରକାରେ ଛୋଟ ଭାରତ ପାଲଟି ଯାଇଛି । ଦେଶର କୌଣସି ଜିଲ୍ଲା ଏମିତି ନଥିବ ଯେଉଁଠାର ଲୋକ ଏଠାରେ ନ ଥିବେ ଏବଂ ଯେଉଁମାନଙ୍କର ଜୀବନ ଜୀବିକାର ସାଧନ ଏହା ସହିତ ଯୋଡି ହୋଇ ନ ଥିବ ।

ପୁରା ଦେଶରେ ଏବଂ ବିଶ୍ୱରେ ଗୁଜୁରାଟର ବ୍ୟବସାୟିକ ଚିନ୍ତାଧାରା ଏବଂ ସାହସିକତାର ଗୁଂଜରଣ ରହିଛି ।

ଗୁଜୁରାଟର ସେହି ସାହସିକତାକୁ ଉଜାଗର କରିବାରେ ଦହେଜ-ଭାରୁଚ କ୍ଷେତ୍ରର ବଡ଼ ଯୋଗଦାନ ରହିଛି ।

ମୁଁ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ତ ଅନେକ ଥର ଏହି କ୍ଷେତ୍ରର ବିକାଶକୁ ଆଗେଇ ନେବା ପାଇଁ ଏଠାକୁ ଆସୁଥିଲି ଏବଂ ଲଗାତର ଏଥିରେ ଯୋଡି ହୋଇ ରହିଥିଲି ।

ଏହି ଜାଗାକୁ ମୁଁ ଇଟା ସହିତ ଇଟା ଯୋଡି ମଜବୁତ ହେବା ଏବଂ ପାଦ ପରେ ପାଦ ଆଗକୁ ବଢୁଥିବାର ଦେଖିଅଛି ।

ବିଗତ 15 ବର୍ଷରେ ଦହେଜର ବିକାଶ ପାଇଁ ଗୁଜୁରାଟ ସରକାର ଭଗୀରଥ ଭଳି ପ୍ରୟାସ କରିଛନ୍ତି । ଆଜି ତାହାର ପରିଣାମ ସ୍ୱରୂପ ଦହେଜର ପୁରା ଅଂଚଳ ଔଦ୍ୟୋଗିକ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ସ୍ଥାନ ପାଲଟି ଯାଇଛି ।

ବନ୍ଧୁଗଣ, ଏହା ଗୁଜୁରାଟ ସରକାରଙ୍କର ଲଗାତର ପ୍ରୟାସର ପରିଣାମ ଥିଲା କି ଦହେଜ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ଏସ୍ଇଜେଡ୍) ଦୁନିଆର ଶ୍ରେଷ୍ଠ-50 ଔଦ୍ୟୋଗିକ କ୍ଷେତ୍ରରେ ନିଜର ସ୍ଥାନ ସୃଷ୍ଟି କରି ପାରିଛି ।

ଏହା ଭାରତର ଏମିତି ପ୍ରଥମ ଔଦ୍ୟୋଗିକ କ୍ଷେତ୍ର ଥିଲା, ଯାହା ବିଶ୍ୱ ମାନ୍ୟତାରେ ଏତେ ବିସ୍ଫୋରକ ଭାବରେ ପ୍ରବେଶ ଜାହିର କରିଥିଲା ।

2011-12 ରେ ଦହେଜ SEZ ବିଶ୍ୱ ମାନ୍ୟତାରେ 23 ଥିଲା । 

ଆଜି ମଧ୍ୟ ଦହେଜ-ଏସ୍ଇଜେଡ୍ ବିଶ୍ୱର କିଛି ବଛା-ବଛା ଔଦ୍ୟୋଗିକ କ୍ଷେତ୍ରରେ ନିଜର ବିଶେଷ ସ୍ଥାନ ରଖି ପାରିଛି ।

ଦହେଜ ଔଦ୍ୟୋଗିକ କ୍ଷେତ୍ର କେବଳ ଗୁଜୁରାଟର ନୁହେଁ ବରଂ ପୁରା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ଦେବାରେ ବଡ଼ ଭୂମିକା ତୁଲାଉଛି । ଏ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ 40 ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ହୋଇ ସାରିଛି ।

ଦହେଜ-ଏସ୍ଇଜେଡର ଏହି ମର୍ଯ୍ୟାଦା ସଂପନ୍ନ ସଫଳତା ପାଇଁ ଏହା ସହିତ ସମ୍ପୃକ୍ତ ଲୋକଙ୍କୁ ବହୁତ ବହୁତ ପ୍ରଶଂସା ଦେଉଛି ।

ଦହେଜ ଏବଂ ଏହାର ଆଖପାଖ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଗୁଜୁରାଟ ସରକାର ସବୁବେଳେ ଗମ୍ଭୀରତା ଦେଖାଇଛନ୍ତି । ଏହି କାରଣରୁ ଯେବେ ଏହି ଚର୍ଚ୍ଚା ଆରମ୍ଭ ହେଲା ଯେ, ଦେଶରେ ଚାରୋଟି ପେଟ୍ରୋଲିୟମ୍-କେମିକାଲ-ପେଟ୍ରୋ ରସାୟନ ନିବେଶ ଅଂଚଳ ଅର୍ଥାତ ପିସିପିଆଇଆର ପ୍ରତିଷ୍ଠା କରାଯିବ ତ ସେଥିରେ ଗୁଜୁରାଟର ଦହେଜର ମଧ୍ୟ ନାମ ଥିଲା ।

ପିସିପିଆଇଆର କାରଣରୁ ଏକ ଲକ୍ଷ 25 ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଛି ଆଉ ଏଥିରୁ 32 ହଜାର ଲୋକ ଏମିତି ଅଛନ୍ତି ଯେଉଁମାନେ ସିଧା ସଳଖ ଯୋଡି ହୋଇଛନ୍ତି । ଏକ ଅନୁମାନ କରାଯାଇଛି ଯେ, ଯେତେବେଳେ ପିସିପିଆଇଆରର ପୂର୍ଣ୍ଣ କ୍ଷମତା ବିକାଶ ହୋଇଯିବ ତ 8 ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିବ ।

ପିସିପିଆଇଆର କାରଣରୁ ଦହେଜ ଏବଂ ସଂପୂର୍ଣ୍ଣ ଭାରୁଚର ଆଖପାଖର ଭିତ୍ତିଭୂମି ବହୁତ ଭଲ ଭାବରେ ବିକାଶ ହୋଇଛି । ପେଟ୍ରୋଲିୟମ୍-କେମିକାଲ-ପେଟ୍ରୋରସାୟନ ନିବେଶ ଅଂଚଳ କାରଣରୁ ବଡ଼ ଆକାରରେ ଆର୍ଥିକ ଗତିବିଧିରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଆସିଛି ।

ଆଜି ଦହେଜର ଏସ୍ଇଜେଡ୍, ପିସିପିଆଇଆର ଏବଂ ଗୁଜୁରାଟ ଶିଳ୍ପ ବିକାଶ ନିଗମ ବହୁତ ସକ୍ରିୟ ଓ ଚଳଚଞ୍ଚଳ ଔଦ୍ୟୋଗିକ ସ୍ଥାନ ପାଲଟିଛି । ଇଏ ଏଭଳି ଏକ ଶିଶୁ ଯାହାକୁ ମୁଁ ନିଜ ଆଖି ସାମ୍ନାରେ ବଢିବାର ଦେଖିଛି ଆଉ ଏଥି ପାଇଁ ଏଠାରେ ମୋର ବହୁତ ଭାବନାତ୍ମକ ସଂପର୍କ ଯୋଡି ହୋଇ ରହିଛି ।

ଦହେଜର ଏସ୍ଇଜେଡ୍ ଏବଂ ପିସିପିଆଇଆରକୁ ଯଦି କେହି ମଥାମଣି କରିଛି ତ ତାହା ହେଉଛି ONGC PETRO ADDITIONS LIMITED ଅର୍ଥାତ ପା

ପା ଏଠାକାର ଗୋଟିଏ ଅଗ୍ରଣୀ ଶିଳ୍ପ ଭଳି । ଏହା ହେଉଛି ଦେଶର ସବୁଠାରୁ ବଡ଼ ପେଟ୍ରୋରସାୟନ କାରଖାନା । ଏଥିରେ 30 ହଜାର କୋଟି ଟଙ୍କାର ନିବେଶ କରାଯିବାର ଥିଲା ଯେଉଁଥିରେ ପାଖାପାଖି 28 ହଜାର କୋଟି ତ ଲାଗି ସାରିଛି ।

ସାଥୀମାନେ, ଆଜି ଭାରତରେ ପଲିମରର ମୁଣ୍ଡ ପିଛା ବ୍ୟବହାର 10 କିଲୋ ଅଟେ ଯେବେ କି ପୁରା ବିଶ୍ୱରେ ଏହାର ଅନୁପାତ ପାଖାପାଖି 32 କିଲୋ ଅଟେ । ଆଜି ଯେତେବେଳେ ସାରା ଦେଶରେ ମଧ୍ୟବିତ୍ତ ଶ୍ରେଣୀର ପରିସର ବଢୁଛି, ଲୋକଙ୍କର ଆୟ ବଢୁଛି, ସହର ଗୁଡିକର ବିକାଶ ହେଉଛି ତ ନିଶ୍ଚିତ ଭାବରେ ପଲିମରର ମୁଣ୍ଡ ପିଛା ବ୍ୟବହାରରେ ମଧ୍ୟ ବୃଦ୍ଧି ଆସିବ ।  

ONGC PETRO ADDITIONS LIMITED – ଓପା ର ଏଥିରେ ବହୁତ ବଡ ଭୂମିକା ଅଛି । ପଲିମର ସହିତ ଯୋଡି ହୋଇଥିବା ଉତ୍ପାଦ ଗୁଡିକର ବ୍ୟବହାର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର – ଯେପରି କି ଭିତ୍ତିଭୂମି, ଗୃହ ନିର୍ମାଣ, ପ୍ୟାକେଜିଂ, ଜଳସେଚନ, ଅଟୋମେଟିଭ୍ କ୍ଷେତ୍ର ଓ ସ୍ୱାସ୍ଥ୍ୟ ସୁରକ୍ଷାରେ ହେଉଛି ।

କେନ୍ଦ୍ର ସରକାରଙ୍କ ମେକ୍ ଇନ ଇଣ୍ଡିଆ ଏବଂ ସ୍ମାର୍ଟ ସିଟି ଭଳି ବଡ ପ୍ରକଳ୍ପ କୁଡିକରେ ମଧ୍ୟ ଓପେଲର ବହୁତ ଯୋଗଦାନ ରହିବ । ଏକ ଅନୁମାନ ଯେ 2018 ମଧ୍ୟରେ ପଲିମରରେ ପାର ଅଂଶଧନ ପାଖାପାଖି 13 ପ୍ରତିଶତ ହୋଇଯିବ ।

ପଲିମରର ବ୍ୟବହାର ବଢିବାର ସିଧା ଅର୍ଥ ଯେ ଯେଉଁ ପରମ୍ପରାଗତ ଜିନିଷ ରହିଛି ଯେଭଳି କି କାଠ, କାଗଜ, ଧାତୁର ବ୍ୟବହାର କମ୍ ହେବ । ଅର୍ଥାତ ଏହା ଆମ ଦେଶର ପ୍ରାକୃତିକ ସଂସାଧନ ଗୁଡିକୁ ବଞ୍ଚାଇବାରେ ସହାୟକ ପ୍ରମାଣିତ ହେବ ।

ଦେଶରେ ପେଟ୍ରୋରସାୟନ କ୍ଷେତ୍ର ଏହି ସମୟରେ ଦ୍ରୁତ ଗତିରେ ଆଗକୁ ବଢୁଛି । ବିଶେଷଜ୍ଞମାନଙ୍କର ଅନୁମାନ ଏହି ଯେ ଆଗାମୀ ଦୁଇ ଦଶକ ମଧ୍ୟରେ ଏହି କ୍ଷେତ୍ର 12ରୁ 15 ପତିଶତ ବେଗରେ ଆଗକୁ ବଢିବ ।

ବନ୍ଧୁଗଣ, ଭବିଷ୍ୟତରେ ଏହି କ୍ଷେତ୍ରରେ ଆହୁରି ମଧ୍ୟ ବଡ଼ ଆକାରରେ ଭିତ୍ତିଭୂମିର ବିକାଶ ହେବ ଯେଉଁଥିରେ ବନ୍ଦରର ଆଧୁନିକୀକରଣ 5,000 ମେଗାୱାଟ ବିଜୁଳି ଉତ୍ପାଦନ ଏବଂ ବର୍ଜ୍ୟବସ୍ତୁ ବିଶୋଧନ କାରଖାନା ସାମିଲ ଅଛି । ନିଶ୍ଚିତ ଭାବରେ ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ମଧ୍ୟ ମିଳିବ ।

ଶ୍ରମିକମାନଙ୍କ ସୁବିଧା ପାଇଁ, ନିଯୁକ୍ତି ବଜାରର ସଂପ୍ରସାରଣ ପାଇଁ ସରକାର ଲଗାତାର ଚେଷ୍ଟା କରୁଛନ୍ତି । ଉଦ୍ୟୋଗ ଗୁଡିକରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ସହିତ ଦକ୍ଷତାର ବିକାଶ ପାଇଁ ମଧ୍ୟ ଭଗୀରଥ ଭଳି ପ୍ରୟାସ କରାଯାଉଛି । ଦେଶରେ ପ୍ରଥମ ଥର ପାଇଁ ଦକ୍ଷତାର ବିକାଶ ମନ୍ତ୍ରଣାଳୟ ପ୍ରତିଷ୍ଠା କରି ଏହା ଉପରେ ସୁ-ନିୟୋଜିତ ଉପାୟରେ କାମ ହେଉଛି । ସରକାର ବହୁ ବର୍ଷର ପୁରୁଣା ନିୟମଗୁଡିକୁ ହଟାଇ କିମ୍ବା ସେଥିରେ କିଛି ପରିବର୍ତ୍ତନ କରି ନିଯୁକ୍ତି ବଜାରର ସଂପ୍ରସାରଣ କରୁଛନ୍ତି ।

ଆପ୍ରେଂଟିସିପ୍ ଆଇନରେ ସଂଶୋଧନ କରି ଶିକ୍ଷାନବିସଙ୍କ ସଂଖ୍ୟା ବଢାଯାଇଛି ଏବଂ ଆପ୍ରେଂଟିସ୍ କାଳରେ ମିଳୁଥିବା ଭତ୍ତାରେ ମଧ୍ୟ ବୃଦ୍ଧି କରାଯାଇଛି ।

1948ର ଫ୍ୟାକ୍ଟ୍ରି ଆଇନରେ ପରିବର୍ତ୍ତନ କରି ରାଜ୍ୟମାନଙ୍କୁ ଉପଦେଶ ଦିଆଯାଇଛି ଯେ ସେମାନେ ମହିଳାମାନଙ୍କୁ ରାତିରେ କାମ କରିବାର ସୁବିଧା ପ୍ରଦାନ କରିବେ ।

ଏହା ଛଡା ସବେତନ ମାତୃତ୍ୱ କାଳୀନ ଛୁଟିକୁ 12 ସପ୍ତାହରୁ ବଢାଇ 26ସପ୍ତାହ କରାଯାଇଛି ।

ଶ୍ରମିକମାନଙ୍କର କଷ୍ଟ ଉପାର୍ଜିତ ଧନ ଏବଂ ସଂଚୟ ଇପିଏଫ୍ ଏକାଉଂଟରେ ଜମା ହୁଏ । ଏହି ଅର୍ଥ ସେମାନଙ୍କୁ କେଉଁଠାରେ ହେଲେ ମଧ୍ୟ, କେବେହେଲେ ମଧ୍ୟ ମିଳି ପାରିବ । ଏଥି ପାଇଁ ସାର୍ବଜନୀନ ଖାତା ନମ୍ବର ଦେବା ଆରମ୍ଭ କରାଯାଇଛି । କିଛି କ୍ଷେତ୍ରରେ ଯେଉଁଠାରେ ରୋଜଗାର ବଢାଇବାର ବିଶେଷ ସମ୍ଭାବନା ଅଛି, ଯେଭଳି କି ବୟନ ଶିଳ୍ପ କ୍ଷେତ୍ରରେ, ସେଠାରେ ଆବଶ୍ୟକତା ଅନୁସାରେ ନିର୍ଦ୍ଧିଷ୍ଟ ମିଆଦି ନିଯୁକ୍ତି ମାଧ୍ୟମରେ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇ ଦେବାର ସୁବିଧା ଉପଲବ୍ଧ କରାଯାଇଛି ।

ସାଧାରଣ ଦୋକାନ ଏବଂ ସଂସ୍ଥା ଗୁଡିକ ବର୍ଷର 365 ଦିନ ଖୋଲା ରହିପାରିବା ଭଳି ପରାମର୍ଶ ରାଜ୍ୟଗୁଡିକୁ ଦିଆଯାଇଛି ।

ସାଥୀମାନେ, 2014ରେ ସରକାର ଗଠନ ହେବା ପୂର୍ବରୁ ଦେଶ ସାମ୍ନାରେ କେଉଁ ଭଳି ଆର୍ଥିକ ଆହ୍ୱାନ ଥିଲା, ତାହା ଆପଣମାନଙ୍କୁ ଜଣା । ଅନିୟନ୍ତ୍ରିତ ମୂଲ୍ୟବୃଦ୍ଧି, ନିବେଶ ଏବଂ ନିବେଶକଙ୍କର ଭରସା, ଦୁଇଟି ଯାକ ହ୍ରାସ ପାଉଥିଲା । ନିବେଶ ହ୍ରାସ ପାଇବାର ସିଧାସଳଖ ପ୍ରଭାବ ଭିତ୍ତିଭୂମି ଏବଂ ରୋଜଗାର ଉପରେ ପଡୁଥିଲା ।

କିନ୍ତୁ ଅର୍ଥ ବ୍ୟବସ୍ଥା ସହିତ ଯୋଡି ହୋଇଥିବା ପ୍ରତ୍ୟେକଟି ଆହ୍ୱାନକୁ କେନ୍ଦ୍ର ସରକାର ସମାଧାନ କରିବାର ଚେଷ୍ଟା କଲେ । ଗୋଟିଏ ପଟେ ଯେବେ ପୁରା ବିଶ୍ୱରେ ଅନ୍ଧକାରର କଳାବାଦଲ ଘୋଟି ରହିଛି, ସେହିଠାରେ ଭାରତ ‘ଉଜ୍ଜ୍ୱଳ ବିନ୍ଦୁ’ ହୋଇ ଚମକୁଛି ।

ଗତବର୍ଷ ଆସିଥିବା ବିଶ୍ୱ ନିବେଶ ରିପୋର୍ଟରେ ଭାରତକୁ 2016 ରୁ 18 ମଧ୍ୟରେ ଦୁନିଆର ଶ୍ରେଷ୍ଠ 3ଟି ନିଜସ୍ୱ ଭବିଷ୍ୟତ ଅର୍ଥ ବ୍ୟବସ୍ଥାରେ ସ୍ଥାନିତ କରାଯାଇଛି ।

2015-16ବର୍ଷରେ 55.5 ବିଲିଅନ ଡଲାର ଅର୍ଥାତ 3.64ଲକ୍ଷ କୋଟି ଟଙ୍କାର ରେକର୍ଡ ବିଦେଶୀ ନିବେଶ ହୋଇଛି । ଏହା ଏପର୍ଯ୍ୟନ୍ତ ହୋଇଥିବା ନିବେଶ ମଧ୍ୟରେ ଏକ ଆର୍ଥିକ ବର୍ଷରେ ସର୍ବାଧିକ ନିବେଶ ।

ଦୁଇ ବର୍ଷରେ ବିଶ୍ୱ ଅର୍ଥନୈତିକ ଫୋରମ୍ ରେ ବିଶ୍ୱ ପ୍ରତିଯୋଗିତା ମୂଳକ ସୂଚକାଙ୍କରେ ଭାରତ 32ତମ ସ୍ଥାନ ଉପରକୁ ଉଠିଛି ।

ବିଶ୍ୱ ବ୍ୟାଙ୍କର ପଣ୍ୟ ପ୍ରଦର୍ଶନ ସୂଚକାଙ୍କରେ ଭାରତ 2014ରେ 54 ତମ ସ୍ଥାନରେ ଥିଲା । 2016ରେ ଭାରତ ଏହି ମାନ୍ୟତାରେ ବହୁ ସୁଧାର କରି 35 ତମ ସ୍ଥାନ ହାସଲ କରିଛି ।

ମେକ୍ ଇନ ଇଣ୍ଡିଆ ଆଜି ଭାରତର ସବୁଠାରୁ ବଡ ପଦକ୍ଷେପ ହୋଇ ପାରିଛି ।

ସବୁ ରେଟିଂ ସଂସ୍ଥାଗୁଡିକ ଏହାର ସଫଳତାକୁ ନେଇ ପ୍ରଶଂସା କରିଛନ୍ତି । ମେକ୍ ଇନ ଇଣ୍ଡିଆ ଗୋଟିଏ ପ୍ରୟାସ ଅଟେ – ଭାରତକୁ ବିନିର୍ମାଣ, ଡିଜାଇନ, ଏବଂ ନବସୃଜନର ବିଶ୍ୱ ହବ୍ କରିବା ଦିଗରେ  ।

ଏହି ପଥରେ ଚାଲି ଆଜି ଭାରତ ଦୁନିଆର ସବୁଠାରୁ ବଡ଼ ଷଷ୍ଠ ବିନିର୍ମାଣ ଦେଶ ଅଟେ । ଯେଉଁଥିରେ ଆଗରୁ ଭାରତ ନବମ ସ୍ଥାନରେ ଥିଲା ।

ବିନିର୍ମାଣ କ୍ଷେତ୍ରରେ ଖୁବ୍ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ଉଦାହରଣ ସକଳ ମୂଲ୍ୟ ସମ୍ବର୍ଦ୍ଧନର ବିକାଶ ସ୍ତର 2012ରୁ 2015 ମଧ୍ୟରେ 5 ରୁ 6 ପ୍ରତିଶତ ଥିଲା ଏବଂ ଗତ ବର୍ଷ ଏହା ବୃଦ୍ଧି ପାଇ 9.3ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି ।

ଆଜି ଭାରତ ବିଶ୍ୱର ବଡ଼ ଅର୍ଥ ବ୍ୟବସ୍ଥା ଗୁଡିକ ମଧ୍ୟରେ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଥିବା ଦେଶ ଅଟେ ।

ବନ୍ଦର ଭିତ୍ତିକ ବିକାଶ ସରକାରଙ୍କର ପ୍ରାଥମିକତା ଅଟେ । ସାଗରମାଳା ଯୋଜନା ଉପରେ ଜୋରସୋରରେ କାମ ଚାଲିଛି ।

ବନ୍ଦରଗୁଡିକର ଆଧୁନିକୀକରଣ, ନୂତନ ବନ୍ଦର ନିର୍ମାଣ, ସଂଯୋଗୀକରଣର ଉନ୍ନତି ଉପରେ ଗୁରୁତ୍ୱ, ବନ୍ଦର ଭିତ୍ତିକ ଔଦ୍ୟୋଗୀକରଣ ଏବଂ ଉପକୂଳ ଗୋଷ୍ଠୀର ବିକାଶର ଏହା ଏକ ମହତ୍ୱାକାଂକ୍ଷୀ ପରିଯୋଜନା ଅଟେ ।

8 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶରେ 400ରୁ ଅଧିକ ପ୍ରକଳ୍ପର ଚୟନ କରାଯାଇ ସାରିଛି; ଏବଂ ପ୍ରାୟ ଏକ ଲକ୍ଷ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି ।

ରେଳବାଇ ଏବଂ ବନ୍ଦରର ଉତ୍ତମ ସଂଯୋଗୀକରଣ ପାଇଁ ଭାରତୀୟ ପୋର୍ଟ-ରେଳ ନିଗମ ସ୍ଥାପନା କରାଯାଇଛି ।

ଦେଶର ବିଭିନ୍ନ ସ୍ଥାନରେ 14 ଉପକୂଳ ଆର୍ଥିକ ଜୋନ୍ ହେବାର ପ୍ରସ୍ତାବ ରହିଛି ।

ଗୁଜୁରାଟରେ 85 ହଜାର କୋଟି ଟଙ୍କା ବ୍ୟୟରେ 40ରୁ ଅଧିକ ପ୍ରକଳ୍ପ ଚିହ୍ନଟ କରାଯାଇଛି । ପାଖାପାଖି 5 ହଜାର କୋଟି ଟଙ୍କାର ପ୍ରକଳ୍ପରେ କାମ ଆରମ୍ଭ ହୋଇଯାଇଛି ।

କାଣ୍ଡଲା ବନ୍ଦରରେ କିଛି ବହୁତ ବଡ଼ ଯୋଜନା ଗୁଡିକର ଆରମ୍ଭ କରାଯାଇଛି ।

କାଣ୍ଡଲା ବନ୍ଦରର ବର୍ତ୍ତମାନ ଥିବା କ୍ଷମତାକୁ ତ ଅଧିକ ବଢାଯାଉଛି । ତା ଛଡା 1400ଏକରରେ ସ୍ମାର୍ଟ ଔଦ୍ୟୋଗିକ ସିଟିର ବିକାଶ କରାଯାଉଛି । ଏଠାରେ ପ୍ରାୟ 50 ହଜାର ନିଯୁକ୍ତି ସୃଷ୍ଟି ହେବ ।

ଦୁଇଟି ନୂଆ କାର୍ଗୋ/ମାଲ ପରିବହନ ଜେଟି ଏବଂ ଗୋଟିଏ ତୈଳ ଜେଟିର କାମ ଚାଲୁ ରହିଛି । ପବନ ଶକ୍ତି ପ୍ରକଳ୍ପ ଏବଂ ଛାତ ଉପରେ ସୌର ପ୍ରକଳ୍ପର କାମ ମଧ୍ୟ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି ।

ନଭେମ୍ବରରେ କଳାଧନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନିଆଯାଇଥିବା ନିଷ୍ପତ୍ତି ପରେ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଂଚି ଥିବାର ଯେଉଁ ଅଭିଯୋଗ ଲଗାଯାଉଥିଲା, ତାହାର ଜବାବ ବିଗତ ତ୍ରୈମାସିକ ଆକଳନର ସଂଖ୍ୟା ଦେଇଦେଇଛି ।

ଦୀପାବଳି ପରେ ହୋଇଥିବା ଏହି ପଦକ୍ଷେପକୁ ଦୁନିଆର ବଡ଼ ବଡ଼ ସଂଗଠନମାନେ ଏବଂ ଜ୍ଞାନୀଗୁଣୀ ମାନେ ସମର୍ଥନ କରିଛନ୍ତି ।

ଏପଲ୍ ସଂସ୍ଥାର ସିଇଓ ଟିମ୍ କୁକ୍ କହିଲେ ଯେ, ଏହି ନିଷ୍ପତ୍ତିର ସୁଦୁରଗାମୀ ପରିଣାମ ମିଳିବ ।

ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟସ୍ କହିଲେ ଯେ ଏହି ନିଷ୍ପତ୍ତି ସମାନ୍ତରାଳ ଅର୍ଥନୀତିକୁ ଶେଷ କରିବ ଏବଂ ଅର୍ଥ ବ୍ୟବସ୍ଥାରେ ପାରଦର୍ଶିତା ଆଣିବ ।

ବିଶ୍ୱ ବ୍ୟାଙ୍କର ସିଇଓ କ୍ରିଷ୍ଟଲିନା ଜାର୍ଜିଏବା ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ସେ କହିଥିଲେ ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପଡିବ ଏବଂ ଭାରତ ଯାହା କରିଛି, ତାହା ଦୁନିଆର ଅନ୍ୟ ଦେଶମାନେ ଅଧ୍ୟୟନ କରିବେ ।

ମାଲେସିଆର ପ୍ରଧାନମନ୍ତ୍ରୀ ନଜୀବ ରଜାକ୍ ଏହି ନିଷ୍ପତ୍ତିକୁ ସ୍ଵାଗତ କରି ବହୁତ ସାହସିକ ପଦକ୍ଷେପ ବୋଲି କହିଥିଲେ ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହି ନିଷ୍ପତ୍ତିକୁ  ସମର୍ଥନ କରିଥିଲେ ।

ନୋବେଲ ପୁରସ୍କାରରେ ସମ୍ମାନିତ ଅର୍ଥଶାସ୍ତ୍ରୀ ମହମ୍ମଦ ୟୁନୁସ ମଧ୍ୟ କହିଥିଲେ କି ବିମୁଦ୍ରୀକରଣ ଦ୍ୱାରା ଗ୍ରାମୀଣ ଏବଂ ଅସଂଗଠିତ କ୍ଷେତ୍ର ଏବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ଆସିଗଲେ ।

ବ୍ରିଟେନର ପ୍ରସିଦ୍ଧ ସମାଚାରପତ୍ର ଫାଇନାନସିଆଲ ଟାଇମ୍ସର ପ୍ରମୁଖ ଆର୍ଥିକ ସ୍ତମ୍ଭକାର ମାର୍ଟିନ ବୁଲ୍ଫ ଲେଖିଥିଲେ କି ଏହି ନିଷ୍ପତ୍ତି ଦ୍ୱାରା ପୁଞ୍ଜି, ଅପରାଧୀମାନଙ୍କ ହାତରୁ ବାହାରି ସରକାରଙ୍କ ପାଖକୁ ଆସିବ । ଆଉ ପୁଞ୍ଜିର ଏ ଭଳି ହସ୍ତାନ୍ତରଣରେ ଯାହାକୁ କ୍ଷତି ହେବ, ସେମାନଙ୍କ ପାଇଁ କିଛି ସହାନୁଭୂତି ମିଳିବା କଷ୍ଟକର ।

ବନ୍ଧୁଗଣ, ନିଶ୍ଚିତ ଭାବେ ଯେତେବେଳେ ଅର୍ଥବ୍ୟବସ୍ଥାରୁ କଳାଧନ ଶେଷ ହେବ, ତ ତାହାର ସୁଫଳ ପ୍ରତ୍ୟେକ କ୍ଷେତ୍ରରେ, ସେ ଆର୍ଥିକ ହେଉ ଅବା ସାମାଜିକ, ସମସ୍ତଙ୍କୁ ହେବ । ଆଜି ଦୁନିଆ ଭାରତର ଏହି ସାହସିକ ନିଷ୍ପତ୍ତିକୁ ବହୁତ ସମ୍ମାନର ସହିତ ଦେଖୁଛି ।

ସାଥୀମାନେ, ଶେଷରେ, ମୁଁ ଏକ ମହତ୍ୱପୂର୍ଣ୍ଣ କଥା ଆପଣଙ୍କ ଆଗରେ ରଖିବା ପାଇଁ ଚାହୁଁଛି । ତାହା ହେଉଛି ପରିବେଶର ସୁରକ୍ଷା ।

ମୁଁ ପ୍ରଥମରୁ ମଧ୍ୟ କହିଛି କି ଆମକୁ ପରିଯୋଜନାଗୁଡିକର ସଂପ୍ରସାରଣ କରିବା ସମୟରେ, ନୂତନ କୌଶଳର ବ୍ୟବହାର ବଢାଇ ଏହି କଥା ଉପରେ ମଧ୍ୟ ଜୋର ଦେବାକୁ ହେବ କି ସେହି କାରଣରୁ ପର୍ଯ୍ୟାବରଣର ଯେପରି କିଛି କ୍ଷତି ନ ହେଉ । ପରିବେଶର ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରା ନ ଯାଉ ।

ମୋର ବିଶ୍ୱାସ ଅଛି କି ଯେପରି ଦହେଜର ପୁରା ପରିବେଶ ସମସ୍ତଙ୍କ ପାଇଁ ଅନୁକୂଳ ଅଛି, ସେହିପରି ଦହେଜ-ଏସ୍ଇଜେଡ୍ ମଧ୍ୟ ପରିବେଶ ଅନୁକୂଳ ରହିବ ।

ଏହି ଶବ୍ଦ ସହିତ ମୁଁ ମୋ କଥା ସମାପ୍ତ କରୁଛି ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"