ମହାମହିମ ଚାନସେଲର ସ୍କୋଲଜ,

ଭାଇସ୍ ଚାନସେଲର ଡ. ରବର୍ଟ ହାବେକ୍,

ଭାରତ ସରକାରଙ୍କ ମନ୍ତ୍ରୀଗଣ,

ଜର୍ମାନ ବ୍ୟବସାୟସମୂହର ଏସିଆ - ପ୍ରଶାନ୍ତ ମହାସାଗରୀୟ କମିଟିର ଅଧ୍ୟକ୍ଷ ଡ. ବୁସ୍

ଭାରତ, ଜର୍ମାନୀ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ ଦେଶର ଶିଳ୍ପ ନେତୃତ୍ଵମାନେ,

ମହାଶୟା ଓ ମହାଶୟଗଣ

ନମସ୍କାର !

ଶୁଭ ଦିନ !

ବନ୍ଧୁଗଣ,

ଆଜିର ଦିନଟି ଅତି ସ୍ଵତନ୍ତ୍ର ।

ମୋର ବନ୍ଧୁ ଚାନସେଲର ସ୍କୋଲଜ ଚତୁର୍ଥ ଥର ପାଇଁ ଭାରତ ଆସିଛନ୍ତି।

ମେୟର ଥିବା ସମୟରେ ତାଙ୍କର ପ୍ରଥମ ଭାରତ ଗସ୍ତ ଥିଲା ଏବଂ ପରବର୍ତ୍ତୀ ତିନି ଥର ଚାନସେଲର ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଆସିଛନ୍ତି, ଯାହା ଭାରତ-ଜର୍ମାନୀ ସମ୍ପର୍କ ଉପରେ ତାଙ୍କର ଗୁରୁତ୍ଵକୁ ଦର୍ଶାଏ ।

 

ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ଭାରତରେ ଜର୍ମାନ ବ୍ୟବସାୟର ଏସିଆ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ଗୋଟିଏ ପଟେ ସିଇଓ ଫୋରମ୍ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ନୌସେନା ଏକାଠି ସମରାଭ୍ୟାସ କରୁଛନ୍ତି। ଜର୍ମାନୀର ନୌସେନା ଜାହାଜ ଗୁଡିକ ବର୍ତ୍ତମାନ ଗୋଆରେ ଅଛନ୍ତି । ଏହାବ୍ୟତୀତ ଭାରତ ଓ ଜର୍ମାନୀ ମଧ୍ୟରେ ସପ୍ତମ ଆନ୍ତଃ ସରକାରୀ ପରାମର୍ଶ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ।

ସ୍ପଷ୍ଟ ଭାବରେ ଭାରତ ଓ ଜର୍ମାନୀ ମଧ୍ୟରେ ବନ୍ଧୁତା ପ୍ରତ୍ୟେକ ପଦକ୍ଷେପରେ, ପ୍ରତ୍ୟେକ କ୍ଷେତ୍ରରେ ଗଭୀର ହେବାରେ ଲାଗିଛି।

ବନ୍ଧୁଗଣ,

ଚଳିତ ବର୍ଷ ଭାରତ-ଜର୍ମାନୀ ରଣନୈତିକ ଭାଗିଦାରୀର ୨୫ତମ ବାର୍ଷିକୀ ପାଳନ କରାଯାଉଛି।

ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ଭାଗିଦାରୀ ନୂଆ ଉଚ୍ଚତାରେ ପହଞ୍ଚିବ।

ଆଗାମୀ ୨୫ ବର୍ଷ ମଧ୍ୟରେ ଆମେ ଭାରତର ବିକାଶ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛୁ ।

ମୁଁ ଖୁସି ଯେ , ଏଭଳି ଏକ ଜଟିଳ ସମୟରେ ଜର୍ମାନ କ୍ୟାବିନେଟ "ଫୋକସ ଅନ୍ ଇଣ୍ଡିଆ" ଡକ୍ୟୁମେଣ୍ଟ ଜାରି କରିଛି ।

ପୃଥିବୀର ଦୁଇଟି ଶକ୍ତିଶାଳୀ ଗଣତନ୍ତ୍ର, ବିଶ୍ୱର ଦୁଇଟି ଅଗ୍ରଣୀ ଅର୍ଥନୀତି ଏକାଠି ହୋଇ ଆମେ ବିଶ୍ୱର ମଙ୍ଗଳ ପାଇଁ ଏକ ଶକ୍ତି ହୋଇପାରିବା ଏବଂ ଫୋକସ୍ ଅନ୍ ଇଣ୍ଡିଆ ଡକ୍ୟୁମେଣ୍ଟ ଏଥିପାଇଁ ଏକ ନକ୍ସା ପ୍ରଦାନ କରିଥାଏ । ଏଥିରେ ଜର୍ମାନୀର ସାମଗ୍ରିକ ଆଭିମୁଖ୍ୟ ଏବଂ ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତା ସ୍ପଷ୍ଟ ଭାବେ ଉଲ୍ଳେଖ ହୋଇଛି। ବିଶେଷ କରି ଜର୍ମାନୀ ଭାରତର କୁଶଳୀ କର୍ମଚାରୀଙ୍କ ଉପରେ ଯେଉଁ ବିଶ୍ୱାସ ପ୍ରକଟ କରିଛି ତାହା ବିଶେଷ ଭାବେ ଉଲ୍ଲେଖନୀୟ।

 

ଜର୍ମାନୀ କୁଶଳୀ ଭାରତୀୟଙ୍କ ଭିସା ସଂଖ୍ୟା ବାର୍ଷିକ ୨୦ ହଜାର ରୁ ୯୦ ହଜାରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଏହା ଜର୍ମାନୀର ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ମୋର ବିଶ୍ୱାସ ରହିଛି ।

ବନ୍ଧୁଗଣ,

ଆମର ଦ୍ୱିପାକ୍ଷିକ ବାଣିଜ୍ୟ ୩୦ ବିଲିୟନ ଡଲାର ଅତିକ୍ରମ କରିଛି ।

ଆଜି ଭାରତରେ ଶହ ଶହ ଜର୍ମାନୀ କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ଜର୍ମାନୀରେ ମଧ୍ୟ ଭାରତୀୟ କମ୍ପାନୀ ଦ୍ରୁତ ଗତିରେ ବିସ୍ତାର ଲାଭ କରୁଛନ୍ତି ।

ଭାରତ ବିବିଧତା ଏବଂ ବିପଦମୁକ୍ତିର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି ଏବଂ ବିଶ୍ୱ ବାଣିଜ୍ୟ ଏବଂ ଉତ୍ପାଦନର ଏକ କେନ୍ଦ୍ର ଭାବରେ ଉଭା ହେଉଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର୍ ଦି ଓ୍ବାର୍ଲ୍ଡ (ଭାରତରେ ତିଆରି ଏବଂ ବିଶ୍ଵ ପାଇଁ ତିଆରି) କରିବା ଲାଗି ସବୁଠାରୁ ଉପଯୁକ୍ତ ସମୟ।

ବନ୍ଧୁଗଣ,

 

ୟୁରୋପୀୟ ସଂଘ ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କିନ୍ତୁ ମୁଁ ଏହି ପ୍ଲାଟଫର୍ମକୁ କେବଳ ବାଣିଜ୍ୟ ଏବଂ ନିବେଶରେ ସୀମିତ ଭାବରେ ଦେଖୁନାହିଁ ।

ମୁଁ ଏହାକୁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଏକ ଭାଗିଦାରୀ ଏବଂ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଭାବରେ ଦେଖୁଛି । ବିଶ୍ୱରେ ସ୍ଥିରତା ଏବଂ ନିରନ୍ତରତା, ବିଶ୍ୱାସ ଏବଂ ସ୍ୱଚ୍ଛତା ଆବଶ୍ୟକ । ସମାଜ ହେଉ କି ଯୋଗାଣ ଶୃଙ୍ଖଳା , ପ୍ରତ୍ୟେକ କ୍ଷେତ୍ରରେ ଏହି ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯିବା ଦରକାର । ସେସବୁ ବିନା କୌଣସି ଦେଶ କିମ୍ବା ଅଞ୍ଚଳ ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନା କରିପାରିବେ ନାହିଁ।

ବିଶ୍ୱର ଭବିଷ୍ୟତ ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ଵ ଅଭିବୃଦ୍ଧି, ଜନସଂଖ୍ୟା କିମ୍ବା ଦକ୍ଷତା ଦୃଷ୍ଟିରୁ ହେଉ, ଏହି ଅଞ୍ଚଳର ଅବଦାନ ଓ ସାମର୍ଥ୍ୟ ଅତୁଳନୀୟ।

ତେଣୁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି ।

 

ବନ୍ଧୁଗଣ,

ଭାରତର ଲୋକମାନେ ଏକ ସ୍ଥିର ରାଜନୀତି ଏବଂ ଏକ ପୂର୍ବାନୁମାନଯୋଗ୍ୟ ନୀତି ପାରିବେଶିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଅନ୍ତି ।

ସେଥିପାଇଁ ୬୦ ବର୍ଷ ପରେ କ୍ରମାଗତ ତୃତୀୟ ଥର ପାଇଁ ଏକ ସରକାର ନିର୍ବାଚିତ ହୋଇଛି। ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରଣକାରୀ ଶାସନ ମାଧ୍ୟମରେ ଗତ ଦଶନ୍ଧି ମଧ୍ୟରେ ଭାରତ ଉପରେ ଏହି ବିଶ୍ୱାସ ଦୃଢ଼ ହୋଇଛି ।

ଯେତେବେଳେ ଭାରତର ସାଧାରଣ ନାଗରିକ ଏଭଳି ଅନୁଭବ କରନ୍ତି, ସେତେବେଳେ ବ୍ୟବସାୟ ପାଇଁ ଏବଂ ଆପଣଙ୍କ ପରି ନିବେଶକଙ୍କ ପାଇଁ ଆଉ କେଉଁ ସ୍ଥାନ ଭଲ ହେବ?

ବନ୍ଧୁଗଣ,

ଗଣତନ୍ତ୍ର, ଜନସଂଖ୍ୟା, ଚାହିଦା ଏବଂ ଡାଟା ଭଳି ଚାରିଟି ମଜଭୁତ ସ୍ତମ୍ଭ ଉପରେ ଭାରତ ଠିଆ ହୋଇଛି। ପ୍ରତିଭା, ବୈଷୟିକ ଜ୍ଞାନକୌଶଳ, ନବସୃଜନ ଏବଂ ଭିତ୍ତିଭୂମି ହେଉଛି ଭାରତର ଅଭିବୃଦ୍ଧିର ଉପକରଣ । ଆଜି ଏକ ଅତିରିକ୍ତ ମହାଶକ୍ତି: ଆକାଂକ୍ଷୀ ଭାରତର ଶକ୍ତି ଏହାକୁ ଚଳାଇଛି।

ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଓ ଆସ୍ପିରେସନାଲ୍ ଇଣ୍ଡିଆ (ଆକାଂକ୍ଷୀ ଭାରତ) ର ମିଳିତ ଶକ୍ତି ଆମ ପାଖରେ ରହିଛି। ଆମର ଯୁବକମାନେ ଆକାଂକ୍ଷୀ ଭାରତକୁ ଚଳାଉଛନ୍ତି ।

ଗତ ଶତାବ୍ଦୀରେ , ପ୍ରାକୃତିକ ସମ୍ପଦ ବିକାଶକୁ ତ୍ୱରାନ୍ୱିତ କରିଥିଲା । ଏହି ଶତାବ୍ଦୀରେ ମାନବ ସମ୍ବଳ ଓ ଉଦ୍ଭାବନ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ସେଥିପାଇଁ ଭାରତ ତା'ର ଯୁବବର୍ଗଙ୍କ ପାଇଁ ଦକ୍ଷତା ଏବଂ ପ୍ରଯୁକ୍ତିବିଦ୍ୟାକୁ ଗଣତାନ୍ତ୍ରିକ କରିବାକୁ ପ୍ରତିବଦ୍ଧ।

 

ବନ୍ଧୁଗଣ,

ଭବିଷ୍ୟତ ଦୁନିଆର ଆବଶ୍ୟକତା ପାଇଁ ଭାରତ ଆଜି କାମ କରୁଛି ।

 

ମିଶନ ଏଆଇ ହେଉ, ଆମର ସେମିକଣ୍ଡକ୍ଟର ମିଶନ, କ୍ୱାଣ୍ଟମ ମିଶନ, ମିଶନ ଗ୍ରୀନ୍ ହାଇଡ୍ରୋଜେନ୍, ମହାକାଶ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଅଭିଯାନ, କିମ୍ବା ଡିଜିଟାଲ ଇଣ୍ଡିଆ ମିଶନ, ଏସବୁ ବିଶ୍ୱ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ବିଶ୍ୱସନୀୟ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ଷେତ୍ରଗୁଡ଼ିକ ଆପଣ ସମସ୍ତଙ୍କ ପାଇଁ ଅନେକ ନିବେଶ ଏବଂ ସହଯୋଗର ସୁଯୋଗ ପ୍ରଦାନ କରେ |

ବନ୍ଧୁଗଣ,

ଭାରତ ପ୍ରତ୍ୟେକ ନବସୃଜନକୁ ଏକ ଦୃଢ଼ ମଞ୍ଚ ଏବଂ ସର୍ବୋତ୍ତମ ଭିତ୍ତିଭୂମି ସଂରଚନା ପ୍ରଦାନ କରିବାକୁ ଭାରତ ପ୍ରତିବଦ୍ଧ । ଆମର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନୂତନ ଷ୍ଟାର୍ଟଅପ୍ ଏବଂ ଶିଳ୍ପ ୪.୦ ପାଇଁ ଅସୀମ ସୁଯୋଗ ସୃଷ୍ଟି କରୁଛି । ରେଳ, ସଡକ, ବିମାନବନ୍ଦର ଏବଂ ବନ୍ଦରରେ ରେକର୍ଡ ପୁଞ୍ଜିନିବେଶ ସହିତ ଭାରତ ଏହାର ଭୌତିକ ଭିତ୍ତିଭୂମିରେ ପରିବର୍ତ୍ତନ କରୁଛି । ଜର୍ମାନୀ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମ୍ପାନୀମାନଙ୍କ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି।

ମୁଁ ଖୁସି ଯେ ଭାରତ ଏବଂ ଜର୍ମାନୀ ନବୀକରଣୀୟ ଶକ୍ତି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ଗତ ମାସରେ, ଜର୍ମାନୀ ସହଯୋଗରେ ଗୁଜରାଟରେ ଚତୁର୍ଥ ବିଶ୍ୱ ନବୀକରଣୀୟ ଶକ୍ତି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ବିଶ୍ୱସ୍ତରରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭାରତ-ଜର୍ମାନୀ ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରାଯାଇଛି । ମୁଁ ଆଶା କରୁଛି ଯେ ଆପଣମାନେ ଭାରତ ବିକଶିତ କରୁଥିବା ଗ୍ରୀନ୍ ହାଇଡ୍ରୋଜେନ ଇକୋସିଷ୍ଟମର ଲାଭ ଉଠାଇବେ ।

ବନ୍ଧୁଗଣ,

ଭାରତର ଅଭିବୃଦ୍ଧି କାହାଣୀରେ ସାମିଲ ହେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।

ଯେତେବେଳେ ଭାରତର ଗତିଶୀଳତା ଜର୍ମାନୀର ସଠିକତାକୁ ପୂରଣ କରେ,

ଯେତେବେଳେ ଜର୍ମାନୀର ଇଞ୍ଜିନିୟରିଂ ଭାରତର ଉଦ୍ଭାବନକୁ ପୂରଣ କରେ,

ଯେତେବେଳେ ଜର୍ମାନୀର ଟେକ୍ନୋଲୋଜି ଭାରତର ପ୍ରତିଭା ସହିତ ମିଶିଯାଏ, ସେତେବେଳେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନା କରାଯାଏ ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ବ୍ୟବସାୟ ଜଗତ ସହିତ ଜଡିତ ।

ଆପଣଙ୍କ ମନ୍ତ୍ର ହେଉଛି "ଯେତେବେଳେ ଆମେ ଭେଟିଥାଉ, ଆମେ କେବଳ ବ୍ୟବସାୟ ପାଇଁ ହିଁ ଏକାଠି ହୋଇଥାଉ’ । କିନ୍ତୁ ଭାରତ ଆସିବା କେବଳ ବ୍ୟବସାୟ ମଧ୍ୟରେ ସୀମିତ ନୁହେଁ; ଯଦି ଆପଣ ଭାରତର ସଂସ୍କୃତି, ଖାଦ୍ୟପେୟ ଏବଂ କିଣାକିଣିକୁ ଭୁଲିଯାଆନ୍ତି, ତେବେ ଆପଣ ବହୁତ କିଛି ଭୁଲିଯିବେ ।

ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି: ଆପଣ ଖୁସି ରହିବେ ଏବଂ ଘରେ ଆପଣଙ୍କ ପରିବାର ଆହୁରି ଖୁସି ହେବେ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏବଂ ଏହି ସମ୍ମିଳନୀ ଏବଂ ଭାରତରେ ଆପଣଙ୍କ ରହଣି ଉଭୟ ଫଳପ୍ରଦ ଏବଂ ସ୍ମରଣୀୟ ହେଉ ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.