Inaugurates three National Ayush Institutes
“Ayurveda goes beyond treatment and promotes wellness”
“International Yoga day is celebrated as global festival of health and wellness by the whole world”
“We are now moving forward in the direction of forming a 'National Ayush Research Consortium”
“Ayush Industry which was about 20 thousand crore rupees 8 years ago has reached about 1.5 lakh crore rupees today”
“Sector of traditional medicine is expanding continuously and we have to take full advantage of its every possibility”
“'One Earth, One Health' means a universal vision of health”

ଗୋଆର ରାଜ୍ୟପାଳ ଶ୍ରୀ ପିଏସ ଶ୍ରୀଧରନ୍ ପିଲାଇ ମହୋଦୟ, ଏଠାକାର ଲୋକପ୍ରିୟ ଯୁବ ମୁଖ୍ୟମନ୍ତ୍ରୀ ବୈଦ୍ୟ ପ୍ରମୋଦ ସାୱନ୍ତ ମହାଶୟ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମହାଶୟ, ଶ୍ରୀପଦ ନାୟକ ମହାଶୟ, ଡକ୍ଟର ମହେନ୍ଦ୍ର ଭାଇ ମୁଞ୍ଜାପାରା ମହାଶୟ, ଶ୍ରୀମାନ ଶେଖର ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ବିଶ୍ୱ ଆୟୂର୍ବେଦ କଂଗ୍ରେସ ଲାଗି ଦେଶ- ବିଦେଶରୁ ଆସିଥିବା ଆୟୂଷ କ୍ଷେତ୍ରର ସମସ୍ତ ବିଦ୍ୱାନ ଏବଂ ବିଶେଷଜ୍ଞଗଣ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାମାନେ!

ମୁଁ ଗୋଆର ମନୋରମ ଧରଣୀରେ ବିଶ୍ୱ ଆୟୂର୍ବେଦ କଂଗ୍ରେସ ପାଇଁ ଦେଶ- ବିଦେଶରୁ ଆସି ଏକତ୍ରିତ ହୋଇଥିବା ଆପଣ ସମସ୍ତ ସାଥୀମାନଙ୍କୁ ସ୍ୱାଗତ ଜଣାଉଛି । ବିଶ୍ୱ ଆୟୂର୍ବେଦ କଂଗ୍ରେସର ସଫଳତା ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଶୁଭକାମନା ଜଣାଉଛି । ଏହି ଆୟୋଜନ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତର ସ୍ବାଧୀନତାର ଅମୃତକାଳର ଯାତ୍ରାର ଆରମ୍ଭ ହୋଇଛି । ଆମର ଜ୍ଞାନ- ବିଜ୍ଞାନ ଏବଂ ସାଂସ୍କୃତିକ ଅନୁଭବ ଦ୍ୱାରା ବିଶ୍ୱ କଲ୍ୟାଣର ସଂକଳ୍ପ ହେଉଛି ଅମୃତକାଳର ଏକ ବଡ଼ ଲକ୍ଷ୍ୟ । ଆଉ, ଆୟୂର୍ବେଦ ହେଉଛି ଏଥିପାଇଁ ଏକ ସୁଦୃଢ଼ ଏବଂ ପ୍ରଭାବୀ ମାଧ୍ୟମ । ଭାରତ ଚଳିତ ବର୍ଷ ଜି-20 ସମୁହର ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛି । ଆମେ ଜି-20 ଶିଖର ସମ୍ମିଳନୀର ଥିମ୍ ମଧ୍ୟ ରଖିଛୁ- ‘ଏକ ପୃଥିବୀ, ଏକ ପରିବାର,ଏକ ଭବିଷ୍ୟତ’ (ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର)! ଏହି ବିଷୟଗୁଡ଼ିକ ଉପରେ ଆପଣ ସମସ୍ତେ ବିଶ୍ୱ ଆୟୂର୍ବେଦ କଂଗ୍ରେସର ଏହି ଆୟୋଜନ ସମୟରେ ମଧ୍ୟ ଚର୍ଚ୍ଚା କରିବେ, ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପାଇଁ ବିଚାର ବିମର୍ଷ କରିବେ । ମୁଁ ଖୁସି ଯେ ବିଶ୍ୱର 30ରୁ ଅଧିକ ଦେଶଗୁଡ଼ିକ ଆୟୂର୍ବେଦକୁ ପାରମ୍ପରିକ ଔଷଧର ଏକ ବ୍ୟବସ୍ଥା ଭାବେ ମାନ୍ୟତା ଦେଇ ସାରିଛନ୍ତି । ଆମ୍ଭମାନଙ୍କୁ ମିଳିମିଶି ଏହାକୁ ଆହୁରି ଅଧିକରୁ ଅଧିକ ଦେଶମାନଙ୍କ ପାଖରେ ପହଂଚାଇବାକୁ ହେବ, ଆୟୂର୍ବେଦକୁ ମାନ୍ୟତା ଦେବାକୁ ପଡ଼ିବ ।

ସାଥୀଗଣ,

ଆଜି ଏଠାରେ ଆୟୂଷ ସହିତ ଜଡ଼ିତ ତିନୋଟି ଅନୁଷ୍ଠାନର ଲୋକାର୍ପଣର ସୁଯୋଗ ମୋତେ ମଧ୍ୟ ମିଳିଛି । ମୋର ବିଶ୍ୱାସ ରହିଛି, ସର୍ବଭାରତୀୟ ଆୟୂର୍ବେଦ ପ୍ରତିଷ୍ଠାନ- ଗୋଆ, ଜାତୀୟ ୟୁନାନୀ ଔଷଧ ପ୍ରତିଷ୍ଠାନ- ଗାଜିଆବାଦ, ଆଉ ଜାତୀୟ ହୋମିଓପାଥି ପ୍ରତିଷ୍ଠାନ- ଦିଲ୍ଲୀ, ଏହି ତିନୋଟି ଆୟୂଷ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ନୂତନ ଗତି ପ୍ରଦାନ କରିବେ ।

ସାଥୀଗଣ,

ଆୟୂର୍ବେଦ ହେଉଛି ଏପରି ଏକ ବିଜ୍ଞାନ, ଯାହାର ଦର୍ଶନ, ଯାହାର ଲକ୍ଷ୍ୟ ହେଉଛି- ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟଃ’ । ଅର୍ଥାତ ସମସ୍ତଙ୍କର ସୁଖ ସମସ୍ତଙ୍କର ସ୍ୱାସ୍ଥ୍ୟ । ଯେତେବେଳେ ରୋଗ ହୋଇ ଯାଇଥାଏ, ସେତେବେଳେ ହିଁ ତାହାର ଚିକିତ୍ସା ପାଇଁ ବାଧ୍ୟ ବାଧକତା ନୁହେଁ ବରଂ ଜୀବନ ନୀରାମୟ ହେବା ଦରକାର, ଜୀବନ ରୋଗରୁ ମୁକ୍ତ ହେବା ଦରକାର । ସାମାନ୍ୟ ଅବଧାରଣା ରହିଛି ଯେ ଯଦି କୌଣସି ପ୍ରତ୍ୟକ୍ଷ ରୋଗ ନାହିଁ ତେବେ ଆମେ ହେଉଛୁ ସୁସ୍ଥ । କିନ୍ତୁ, ଆୟୂର୍ବେଦ ଦୃଷ୍ଟିରେ ସୁସ୍ଥ ହେବାର ପରିଭାଷା ହେଉଛି ବହୁତ ବ୍ୟାପକ । ଆପଣମାନେ ସମସ୍ତେ ଜାଣନ୍ତି ଯେ ଆୟୂର୍ବେଦ କୁହେ- ସମ ଦୋଷ ସମାଗ୍ନିଶ୍ଚ, ସମ ଧାତୁ ମଲ କ୍ରିୟାଃ । ପ୍ରସନ୍ନ ଆତ୍ମେନ୍ଦ୍ରିୟ ମନାଃ, ସ୍ୱସ୍ଥ ଇତି ଅଭିଧୀୟତେ । ଅର୍ଥାତ, ଯାହାର ଶରୀରରେ ସନ୍ତୁଳନ ରହିଛି, ସମସ୍ତ ପ୍ରକାରର କ୍ରିୟାଗୁଡ଼ିକ ସନ୍ତୁଳିତ ରହିଛି, ଆଉ ମନ ପ୍ରସନ୍ନ ରହିଛି ସେ ହେଉଛନ୍ତି ସୁସ୍ଥ । ତେଣୁ, ଆୟୂର୍ବେଦ ଚିକିତ୍ସାରୁ ଆଗକୁ ବଢ଼ି ସୁସ୍ଥତାର କଥା କହିଥାଏ, ସୁସ୍ଥତାକୁ ପ୍ରମୋଟ କରିଥାଏ। ଏବେ ବିଶ୍ୱ ମଧ୍ୟ ଯାବତୀୟ ପରିବର୍ତ୍ତନ ଏବଂ ପ୍ରଚଳିତ ପ୍ରଥାରୁ ବାହାରୁ ବାହାରି ଏହି ପ୍ରାଚୀନ ଜୀବନ- ଦର୍ଶନ ଆଡ଼କୁ ଫେରୁଛି । ଆଉ ମୋତେ ଏହି କଥା ପାଇଁ ବହୁତ ଖୁସି ଅନୁଭବ ହେଉଛି ଯେ ଭାରତରେ ଏହାକୁ ନେଇ ବହୁତ ପୂର୍ବରୁ ହିଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଯେତେବେଳେ ଗୁଜରାଟରେ ମୁଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲି, ଆମେ ସେହି ସମୟରୁ ହିଁ ଆୟୂର୍ବେଦକୁ ପ୍ରୋତ୍ସାହନ ଦେବା ପାଇଁ କେତେକ ପ୍ରୟାସ ଆରମ୍ଭ କରି ଦେଇଥିଲୁ । ଆମେ ଆୟୂର୍ବେଦ ସହିତ ଜଡ଼ିତ ସଂସ୍ଥାନ ଗୁଡ଼ିକୁ ପ୍ରୋତ୍ସାହନ ଦେଲୁ, ଗୁଜରାଟ ଆୟୂର୍ବେଦ ବିଶ୍ୱବିଦ୍ୟାଳୟକୁ ଆଧୁନିକ କରି ଗଢ଼ିବା ପାଇଁ କାର୍ଯ୍ୟ କଲୁ । ତାହାର ପରିଣାମ ଏହା ହୋଇଛି ଯେ ଆଜି ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ବିଶ୍ୱର ପ୍ରଥମ ଏବଂ ଏକମାତ୍ର ବୈଶ୍ୱିକ ପାରମ୍ପରିକ ଔଷଧ କେନ୍ଦ୍ର (ଗ୍ଲୋବାଲ ସେଂଟର ଫର ଟ୍ରାଡିସନାଲ ମେଡିସିନ) ପ୍ରତିଷ୍ଠା କରାଯାଇଛି । ଦେଶରେ ମଧ୍ୟ ଆମେ ଏକ ଅଲଗା ଆୟୂଷ ମନ୍ତ୍ରଣାଳୟର ପ୍ରତିଷ୍ଠା କରିଛୁ, ଯାହା ଫଳରେ ଆୟୂର୍ବେଦକୁ ନେଇ ଉତ୍ସାହ ମଧ୍ୟ ଆସିଲା, ଆଉ ବିଶ୍ୱାସ ମଧ୍ୟ ବଢ଼ିଲା । ଆଜି ଏମ୍ସ ପରି ହିଁ ‘ଅଖିଳ ଭାରତୀୟ ଆୟୂର୍ବେଦ ପ୍ରତିଷ୍ଠାନ’(ଅଲ ଇଣ୍ଡିଆ ଇନ୍ସିଟିଚ୍ୟୁଟ ଅଫ୍ ଆୟୂର୍ବେଦ) ମଧ୍ୟ ଖୋଲୁଛି। ଚଳିତ ବର୍ଷ ବୈଶ୍ୱିକ ଆୟୁଷ ନବସୃଜନ ଏବଂ ନିବେଶକ ସମ୍ମିଳନୀ (ଗ୍ଲୋବାଲ ଆୟୂଷ ଇନୋଭେସନ ଏବଂ ଇନଭେସ୍ଟମେଣ୍ଟ ସମ୍ମିଟ)ର ସଫଳ ଆୟୋଜନ ମଧ୍ୟ ହୋଇଛି, ଯେଉଁଥିରେ ଭାରତର ପ୍ରୟାସ ଗୁଡ଼ିକର ପ୍ରଶଂସା ଡବ୍ଲ୍ୟୁଏଚଓ ମଧ୍ୟ କରିଛି। ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ମଧ୍ୟ ଏବେ ସମଗ୍ର ବିଶ୍ବ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟର ବୈଶ୍ବିକ ପର୍ବ ଭାବେ ପାଳନ କରୁଛି । ଅର୍ଥାତ ଯେଉଁ ଯୋଗ ଏବଂ ଆୟୂର୍ବେଦକୁ ପୂର୍ବେ ଉପେକ୍ଷିତ କରାଯାଉଥିଲା, ତାହା ଆଜି ସମଗ୍ର ମାନବତା ପାଇଁ ଏକ ନୂତନ ଆଶା ପାଲଟି ଯାଇଛି ।

ସାଥୀଗଣ,

ଆୟୂର୍ବେଦ ସହିତ ଜଡ଼ିତ ଆଉ ଏକ ଦିଗ ରହିଛି, ଯାହାର ଆଲୋଚନା ମୁଁ ଆୟୂର୍ବେଦ କଂଗ୍ରେସରେ ନିଶ୍ଚିତ ଭାବେ କରିବାକୁ ଚାହୁଁଛି । ଏହା ଆଗାମୀ ଶତାବ୍ଦୀ ମାନଙ୍କରେ ଆୟୂର୍ବେଦର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହେଉଛି ସେହି ପରିମାଣରେ ଆବଶ୍ୟକ ।

ସାଥୀଗଣ,

ଆୟୂର୍ବେଦକୁ ନେଇ ବୈଶ୍ୱିକ ସହମତି, ସହଜତା ଏବଂ ସ୍ୱୀକାର୍ଯ୍ୟତା ଆସିବାରେ ଏତେ ସମୟ ଏଇଥିପାଇଁ ଲାଗିଲା, କାରଣ ଆଧୁନିକ ବିଜ୍ଞାନରେ ଆଧାର, ତଥ୍ୟ, ପ୍ରମାଣକୁ ମାନିବାକୁ ପଡ଼ିଥାଏ । ଆମ ପାଖରେ ଆୟୂର୍ବେଦର ପରିଣାମ ମଧ୍ୟ ଥିଲା, ପ୍ରଭାବ ମଧ୍ୟ ଥିଲା, କିନ୍ତୁ ପ୍ରମାଣ ମାମଲାରେ ଆମେ ପଛରେ ରହି ଯାଇଥିଲେ । ଆଉ ଏଥିପାଇଁ, ଆଜି ଆମକୁ ‘ଡାଟା ବେସଡ଼୍ ଏଭିଡେନ୍ସ’ର ଡକ୍ୟୁମେଣ୍ଟେସନ କରାଇବା ଅନିବାର୍ଯ୍ୟ ହୋଇ ପଡ଼ିଥିଲା । ଏଥିପାଇଁ ଆମକୁ ଦୀର୍ଘ ସମୟ ଧରି ନିରନ୍ତର କାର୍ଯ୍ୟ କରିବାକୁ ପଡ଼ିବ । ଆମର ଯେଉଁ ମେଡିକାଲ ତଥ୍ୟ ରହିଛି, ଯେଉଁ ଗବେଷଣା ରହିଛି, ଯେଉଁ ଜର୍ଣ୍ଣାଲ୍ସ ରହିଛି, ଆମକୁ ସେହିଗୁଡ଼ିକୁ ଏକାଠି ଆଣି ଆଧୁନିକ ବୈଜ୍ଞାନିକ ମାନଦଣ୍ଡରେ ପ୍ରତ୍ୟେକ ଦାବିକୁ ଅନୁଶୀଳନ କରି ଦେଖିବାକୁ ପଡ଼ିବ । ଭାରତରେ ବିଗତ ବର୍ଷମାନଙ୍କରେ ଏହି ଦିଗରେ ବ୍ୟାପକ ମାତ୍ରାରେ କାଯ୍ୟ ହୋଇଛି । ତଥ୍ୟ ଆଧାରିତ ଗବେଷଣା ପାଇଁ ଆମେ ଏକ ଆୟୂଷ ଗବେଷଣା ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛୁ । ଏହା ଉପରେ ଏପର୍ଯ୍ୟନ୍ତ ପ୍ରାୟ 40 ହଜାର ଗବେଷଣା ଅଧ୍ୟୟନ ଡାଟା ଉପଲବ୍ଧ ରହିଛି । କରୋନା ସମୟରେ ମଧ୍ୟ ଆମର ଏଠାରେ ଆୟୂଷ ସହିତ ଜଡ଼ିତ ପ୍ରାୟ 150 ସ୍ବତନ୍ତ୍ର ଗବେଷଣା ଅଧ୍ୟୟନ ହୋଇଛି । ସେହି ଅନୁଭବକୁ ଆଗକୁ ଅଗ୍ରସର କରି ଏବେ ଆମେ ‘ଜାତୀୟ ଆୟୂଷ ଗବେଷଣା କନସୋରଟିୟମ’ ନିର୍ମାଣ କରିବା ଦିଗରେ ମଧ୍ୟ ଆଗକୁ ବଢ଼ୁଛୁ । ଭାରତରେ ଏଠାରେ ଏମ୍ସରେ ସମନ୍ବିତ ଔଷଧ କେନ୍ଦ୍ର ଭଳି ସଂସ୍ଥାନ ଗୁଡ଼ିକରେ ମଧ୍ୟ ଯୋଗ ଏବଂ ଆୟୂର୍ବେଦ ସହିତ ଜଡ଼ିତ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଗବେଷଣା ହେଉଛି । ମୁଁ ଖୁସି ଯେ ଏଠାରୁ ବାହାରିଥିବା ଆୟୂର୍ବେଦ ଏବଂ ଯୋଗ ସହିତ ଜଡ଼ିତ ଗବେଷଣାତ୍ମକ ସନ୍ଦର୍ଭ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ଜର୍ଣ୍ଣାଲ୍ସରେ ପ୍ରକାଶିତ ହେଉଛି । ଏଇ ନିକଟରେ ହିଁ ଜର୍ଣ୍ଣାଲ ଅଫ୍ ଦ ଆମେରିକାନ କଲେଜ ଅଫ୍ କାର୍ଡିଓଲୋଜି ଏବଂ ନ୍ୟୁରୋଲୋଜି ଜର୍ଣ୍ଣାଲ ଭଳି ପ୍ରତିଷ୍ଠିତ ଜର୍ଣ୍ଣାଲ୍ସରେ କେତେଗୁଡ଼ିଏ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି । ମୁଁ ଚାହିଁବି, ବିଶ୍ବ ଆୟୂର୍ବେଦ କଂଗ୍ରେସର ସମସ୍ତ ପ୍ରତିଭାଗୀ ସମଗ୍ର ବିଶ୍ୱରେ ମଧ୍ୟ ଆୟୂର୍ବେଦକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠା ପ୍ରଦାନ କରିବା ପାଇଁ ଭାରତ ସହିତ ଆସନ୍ତୁ, ସହଯୋଗ କରନ୍ତୁ ଏବଂ ଯୋଗଦାନ କରନ୍ତୁ ।

ଭାଇ ଓ ଭଉଣୀମାନେ,

ଆୟୂର୍ବେଦର ଆଉ ଏକ ମହାତ୍ମ୍ୟ ରହିଛି, ଯାହାର ଚର୍ଚ୍ଚା ବହୁତ କମ୍ ହିଁ ହୋଇଥାଏ । କିଛି ଲୋକ ବୁଝନ୍ତି ଯେ ଆୟୂର୍ବେଦ, ହେଉଛି କେବଳ ଚିକିତ୍ସା ପାଇଁ, କିନ୍ତୁ ଏହାର ବିଶେଷତ୍ବ ଏହା ମଧ୍ୟ ହେଉଛି ଯେ, ଆୟୂର୍ବେଦ ଆମକୁ ଜୀବନ ବଂଚିବାର କୌଶଳ ଶିକ୍ଷା ଦେଇଥାଏ । ଯଦି ମୁଁ ଆଧୁନିକ ଭାଷା ପ୍ରୟୋଗ କରି ଆପଣମାନଙ୍କୁ ଜଣାଇବାକୁ ଚାହିଁବି ତେବେ ମୁଁ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେଉଛି । ଆପଣ ବିଶ୍ୱର ଭଲରୁ ଅତି ଭଲ କମ୍ପାନୀରୁ ସର୍ବୋତ୍କୃଷ୍ଟ କାର୍ କିଣନ୍ତୁ । ସେହି କାର୍ ସହିତ ତାହାର ମାନୁଆଲ ବୁକ୍ ମଧ୍ୟ ଆସିଥାଏ । ସେଥିରେ କେଉଁ ପ୍ରକାରର ଇନ୍ଧନ ପକାଇବାକୁ ପଡ଼ିବ, କେବେ ଆଉ କିପରି ସର୍ଭିସିଙ୍ଗ କରିବାକୁ ହେବ, କିପରି ରକ୍ଷଣା ବେକ୍ଷଣ କରିବାକୁ ହେବ, ଆମକୁ ଏହି ବିଷୟରେ ଧ୍ୟାନ ଦେବାକୁ ପଡ଼ିଥାଏ । ଯଦି ଡିଜେଲ ଇଞ୍ଜିନ କାର୍ ରେ ପେଟ୍ରୋଲ ପକାଇଦେଲେ, ତେବେ ଅସୁବିଧା ହେବା ସୁନିଶ୍ଚିତ । ଏହିଭଳି ଭାବେ, ଆପଣ ଯଦି କୌଣସି କମ୍ପ୍ୟୁଟର ଚଳାଉଛନ୍ତି ତେବେ ସେଥିରେ ତାହାର ସମସ୍ତ ପ୍ରକାରର ହାର୍ଡଓୟାର ଏବଂ ସଫ୍ଟଓୟାର ସଠିକ୍ ଭାବେ କାମ କରିବା ଦରକାର । ଆମେ ଆମର ମେସିନ ଗୁଡ଼ିକର ଦେଖାଶୁଣା ତ’ କରୁଛେ, କିନ୍ତୁ ଆମ ଶରୀରକୁ କେଉଁପ୍ରକାରର ଖାଦ୍ୟ, କ’ଣ ଖାଦ୍ୟ, କେଉଁ ପ୍ରକାରର ଦିନଚର୍ଯ୍ୟା, କ’ଣ କରିବା ଉଚିତ ନୁହେଁ, ଏହା ଉପରେ ଆମେ ଆଦୌ ଧ୍ୟାନ ହିଁ ଦେଇ ନ ଥାଉ । ଆୟୂର୍ବେଦ ଆମକୁ ଶିକ୍ଷା ଦେଇଥାଏ ଯେ ହାର୍ଡଓୟାର ସଫ୍ଟଓୟାର ଭଳି ହିଁ ଶରୀର ଏବଂ ମନ ମଧ୍ୟ ଏକା ସହିତ ସୁସ୍ଥ ରହିବା ଆବଶ୍ୟକ, ସେମାନଙ୍କ ମଧ୍ୟରେ ସମନ୍ୱୟ ରହିବା ଦରକାର। ଉଦାହରଣ ଭାବେ, ଆଜି ଉପଯୁକ୍ତ ଶୟନ ଡାକ୍ତରୀ ବିଜ୍ଞାନ ପାଇଁ ହେଉଛି ଏକ ବହୁତ ବଡ଼ ବିଷୟ । କିନ୍ତୁ ଆପଣମାନେ ଜାଣନ୍ତି, ମହର୍ଷି ଚରକଙ୍କ ଭଳି ଆଚାର୍ଯ୍ୟମାନେ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଏହି ବିଷୟରେ କେତେ ବିସ୍ତୃତ ଭାବେ ଲେଖିଛନ୍ତି । ଏହା ହେଉଛି ଆୟୂର୍ବେଦର ବିଶେଷତ୍ୱ ।

ସାଥୀଗଣ,

ଆମର ଏଠାରେ କୁହାଯାଇଥାଏ- ‘ସ୍ୱାସ୍ଥ୍ୟମ୍ ପରମାର୍ଥ ସାଧନମ୍’ । ଅର୍ଥାତ୍, ସ୍ୱାସ୍ଥ୍ୟ ହିଁ ହେଉଛି ଅର୍ଥ ଏବଂ ଉନ୍ନତିର ସାଧନ । ଏହି ମନ୍ତ୍ର ଯେତିକି ଆମର ବ୍ୟକ୍ତିଗତ ଜୀବନ ପାଇଁ ହେଉଛି ସାର୍ଥକ, ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ମଧ୍ୟ ହେଉଛି ସେତିକି ପ୍ରାସଙ୍ଗିକ । ଆଜି ଆୟୂଷ କ୍ଷେତ୍ରରେ ଅସୀମ ନୂତନ ସମ୍ଭାବନାମାନ ଜନ୍ମ ନେଉଅଛି । ଆୟୂର୍ବେଦିକ ଗୁଳ୍ମଲତାର ଚାଷ ହେଉ, ଆୟୂଷ ଔଷଧ ନିର୍ମାଣ ଏବଂ ଯୋଗାଣ ହେଉ, ଡିଜିଟାଲ ସେବାମାନ ହେଉ, ଆୟୂଷ ଷ୍ଟାର୍ଟ ଅପ୍ସ ପାଇଁ ଏଥିରେ ଏକ ବଡ଼ ସମ୍ଭାବନା ରହିଛି ।

ଭାଇ ଓ ଭଉଣୀମାନେ,

ଆୟୂଷ ଶିଳ୍ପର ସବୁଠାରୁ ବଡ଼ ଶକ୍ତି ହେଉଛି ଏହା ଯେ ଏଥିରେ ସମସ୍ତଙ୍କ ପାଇଁ ଭିନ୍ନ- ଭିନ୍ନ ପ୍ରକାରର ସୁଯୋଗମାନ ଉପଲବ୍ଧ ରହିଛି । ଉଦାହରଣ ସ୍ୱରୂପ, ଆଜି ଭାରତରେ ଆୟୂଷ କ୍ଷେତ୍ରରେ ପ୍ରାୟ 40 ହଜାର ଏମଏସଏମଇ, ଲଘୁ ଉଦ୍ୟୋଗ ଅନେକ ବିବିଧ ଉତ୍ପାଦନ ପ୍ରଦାନ କରୁଛି, ଅନେକ ବିବିଧ ପଦକ୍ଷେପ ନେଉଛନ୍ତି । ଏହା ଫଳରେ ସେଠାକାର ସ୍ଥାନୀୟ ଅର୍ଥନୀତିକୁ ବଡ଼ ଶକ୍ତି ମିଳୁଛି । ଆଠ ବର୍ଷ ପୂର୍ବେ ଦେଶରେ ଆୟୂଷ ଶିଳ୍ପ ପ୍ରାୟ- ପ୍ରାୟ 20 ହଜାର କୋଟି ଟଙ୍କାର ଆଖପାଖରେ ରହିଥିଲା । ଆଜି ଆୟୂଷ ଶିଳ୍ପ ପ୍ରାୟ- ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ପାଖରେ ପହଞ୍ଚି ଯାଇଛି । ଅର୍ଥାତ 7-8 ବର୍ଷରେ ପ୍ରାୟତଃ 7 ଗୁଣା ବୃଦ୍ଧି ହୋଇଛି । ଆପଣମାନେ କଳ୍ପନା କରି ପାରୁଥିବେ, ଆୟୂଷ ହେଉଛି ନିଜକୁ ନିଜ ମଧ୍ୟରେ କେତେ ବଡ଼ ଶିଳ୍ପ, କେତେ ବଡ଼ ଅର୍ଥ ବ୍ୟବସ୍ଥା ହୋଇ ବିକାଶ ଲାଭ କରୁଛି । ଆଗାମୀ ସମୟରେ ବିଶ୍ୱସ୍ତରୀୟ ବଜାରରେ ଏହାର ବିସ୍ତାର ଆହୁରି ଅଧିକ ମାତ୍ରାରେ ହେବାକୁ ଯାଉଛି । ଆପଣମାନେ ମଧ୍ୟ ଜାଣନ୍ତି ଯେ ବୈଶ୍ବିକ ହର୍ବାଲ ଔଷଧ ଏବଂ ମସଲାର ବଜାର 120 ବିଲିୟନ ଡଲାର ଅର୍ଥାତ 10 ଲକ୍ଷ କୋଟି ଟଙ୍କା ପାଖାପାଖି ରହିଛି । ପାରମ୍ପରିକ ଔଷଧର ଏହି କ୍ଷେତ୍ରର ନିରନ୍ତର ଭାବେ ସଂପ୍ରସାରିତ ହେଉଛି ଏବଂ ଆମେ ଏହି ସମସ୍ତ ସମ୍ଭାବନାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଉଚିତ। ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ, ଆମ କୃଷକମାନଙ୍କ ଲାଗି କୃଷିର ଏକ ସମ୍ପୂର୍ଣ୍ଣ ନୂତନ କ୍ଷେତ୍ର ଉନ୍ମୁକ୍ତ ହେଉଛି, ଯେଉଁଥିରୁ ସେମାନେ ବହୁତ ଭଲ ମୂଲ୍ୟ ପାଇପାରିବେ । ଏଥିରେ ଯୁବକମାନଙ୍କ ପାଇଁ ହଜାର- ହଜାର ଏବଂ ଲକ୍ଷ- ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ ।

ସାଥୀଗଣ,

ଆୟୁର୍ବେଦର ବୃଦ୍ଧି ପାଉଥିବା ଲୋକପ୍ରିୟତାର ଆଉ ଏକ ବଡ଼ ଦିଗ ମଧ୍ୟ ହେଉଛି ଆୟୁର୍ବେଦ ଏବଂ ଯୋଗ ପର୍ଯ୍ୟଟନ । ଗୋଆ ଭଳି ରାଜ୍ୟ, ଯାହା ପର୍ଯ୍ୟଟନର ହେଉଛି ଏକ ବଡ଼ କେନ୍ଦ୍ର, ସେଠାରେ ଆୟୁର୍ବେଦ ଏବଂ ନେଚରପାଥିକୁ ପ୍ରୋତ୍ସାହିତ କରି ପର୍ଯ୍ୟଟନ କ୍ଷେତ୍ରକୁ ଏକ ନୂତନ ଶିଖର ଦିଆଯାଇପାରିବ । ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଗୋଆ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଭାରମ୍ଭ ହୋଇପାରେ ।

ସାଥୀଗଣ,

ଆଜି ମଧ୍ୟ ଭାରତ ବିଶ୍ୱ ସାମ୍ନାରେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' ର ଭବିଷ୍ୟତ ଦୃଷ୍ଟିକୋଣକୁ ରଖିଛି। 'ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ' ଅର୍ଥାତ ସ୍ୱାସ୍ଥ୍ୟ ପାଇଁ ଏକ ସାର୍ବଜନୀନ ଦୃଷ୍ଟିକୋଣ। ଜଳରେ ବସବାସ କରୁଥିବା ଜୀବଜନ୍ତୁ ହୁଅନ୍ତୁ, ବନ୍ୟ ପଶୁ ହୁଅନ୍ତୁ, ମଣିଷ ହୁଅନ୍ତୁ, ବନସ୍ପତି ହେଉ, ଏହି ସମସ୍ତଙ୍କର ସ୍ୱାସ୍ଥ୍ୟ ପରସ୍ପର ସହିତ ସଂଯୁକ୍ତ। ଆମକୁ ସେମାନଙ୍କୁ ପୃଥକ ଭାବରେ ଦେଖିବା ପରିବର୍ତ୍ତେ, ସାମଗ୍ରିକ ବା ସମୁଦାୟ ଭାବରେ ଦେଖିବାକୁ ପଡିବ । ଆୟୁର୍ବେଦର ଏହି ସାମଗ୍ରିକ ଦୃଷ୍ଟିକୋଣ ଭାରତର ପରମ୍ପରା ଏବଂ ଜୀବନ​ଶୈଳୀର ହେଉଛି ଏକ ଅଂଶ । ମୁଁ ଚାହୁଁଛି ଯେ, ଗୋଆରେ ଚଳିତ ବର୍ଷ ଆୟୋଜିତ ଏହି ବିଶ୍ୱ ଆୟୁର୍ବେଦ କଂଗ୍ରେସରେ ଏଭଳି ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଉ । ଆମେ ସମସ୍ତେ ବିଳିମିଶି କିପରି ଆୟୁର୍ବେଦ ଏବଂ ଆୟୁଷକୁ ସାମଗ୍ରିକ ଭାବରେ ଆଗକୁ ନେଇପାରିବା ସେ ବିଷୟରେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଉ। ମୋର ବିଶ୍ବାସ ଯେ, ଆପଣମାନଙ୍କର ପ୍ରୟାସ ନିଶ୍ଚିତ ଭାବରେ ଏହି ଦିଗରେ ପ୍ରଭାବଶାଳୀ ହେବ। ଏହି ବିଶ୍ୱାସ ସହିତ, ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ, ଏବଂ ଆୟୁଷ ଓ ଆୟୁର୍ବେଦକୁ ଅନେକ- ଅନେକ ଶୁଭକାମନା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's chip dreams get a Rs 1.25 lakh crore push with Semiconductor Mission 2.0

Media Coverage

India's chip dreams get a Rs 1.25 lakh crore push with Semiconductor Mission 2.0
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.