ସେୟାର
 
Comments
ବିଭାଜନରେ ପୀଡିତଙ୍କ ସ୍ମୃତିରେ ଅଗଷ୍ଟ 14 କୁ "ବିଭାଜନର ବିଭୀଷିକା ସ୍ମୃତି ଦିବସ" ଭାବରେ ସ୍ମରଣ କରିବା ପାଇଁ ଭାରତ ଏକ ଭାବପୂର୍ଣ୍ଣ ନିଷ୍ପତ୍ତି ନେଇଛି : ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ସାମଗ୍ରିକ ଭିତ୍ତିଭୂମି ବିକାଶପାଇଁ ମୂଳଦୁଆ ପକାଇବ : ପ୍ରଧାନମନ୍ତ୍ରୀ ମୋଦୀ
ଆମ ପାଇଁ ଗର୍ବର ମୁହୂର୍ତ୍ତ ଯେ ଆମର ବୈଜ୍ଞାନିକମାନଙ୍କ କାରଣରୁ ଆମେ ଦୁଇଟି 'ମେକ୍ ଇନ୍ ଇଣ୍ଡିଆ' କୋଭିଡ ଟିକା ବିକଶିତ କରିବାରେ ସକ୍ଷମ ହୋଇଛୁ ଏବଂ ବିଶ୍ୱର ସର୍ବବୃହତ ଟିକା ଅଭିଯାନ କାର୍ଯ୍ୟକାରୀ କରିପାରିଛୁ : ପ୍ରଧାନମନ୍ତ୍ରୀ
ଟୋକିଓ ଅଲିମ୍ପିକ୍ସରେ ଭାରତର ଯୁବ ପିଢ଼ି ଆମ ଦେଶକୁ ଗର୍ବିତ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ଅମୃତ କାଲ'ର ଲକ୍ଷ୍ୟ ହେଉଛି ଭାରତ ଏବଂ ଭାରତର ନାଗରିକମାନଙ୍କ ପାଇଁ ସମୃଦ୍ଧିର ନୂତନ ଉଚ୍ଚତାକୁ ହାସଲ କରିବା : ପ୍ରଧାନମନ୍ତ୍ରୀ ମୋଦୀ
ଏହି ଭାରତ କି ବିକାଶ ଯାତ୍ରାରେ ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ଆମେ ଭାରତର ସ୍ୱାଧୀନତାର 100 ବର୍ଷ ପାଳନ କରିବା ସମୟରେ ଏକ ଆତ୍ମନିର୍ଭର ଭାରତ ଗଠନ କରିବାର ଲକ୍ଷ୍ୟ ପୂରଣ କରିବା : ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ଯୋଜନା ମାଧ୍ୟମରେ ଉପଲବ୍ଧ ଚାଉଳ 2024 ସୁଦ୍ଧା ଫୋର୍ଟିଫାଇଡ ହେବ: ପ୍ରଧାନମନ୍ତ୍ରୀ ମୋଦୀ
ଆମକୁ ଆମର କ୍ଷୁଦ୍ର କୃଷକମାନଙ୍କୁ ସାହାଯ୍ୟ କରିବା ଉପରେ ଧ୍ୟାନ ଦେବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ
ବିକାଶ ପଥରେ ଆଗକୁ ବଢୁଥିବା ଭାରତକୁ ଏହାର ଉଭୟ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି କରିବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ
ଏସଏଚଜି ଦ୍ୱାରା ପ୍ରସ୍ତୁତ ଉତ୍ପାଦ ପାଇଁ ଦେଶ ଏବଂ ବିଦେଶରେ ଏକ ବିଶାଳ ବଜାର ସୁନିଶ୍ଚିତ କରିବା ପାଇଁ ସରକାର ଏକ ଇ-କମର୍ସ ପ୍ଲାଟଫର୍ମ ପ୍ରସ୍ତୁତ କରିବେ: ପ୍ରଧାନମନ୍ତ୍ରୀ ମୋଦୀ
ସବୁଜ ହାଇଡ୍ରୋଜେନ୍ ହେଉଛି ବିଶ୍ୱର ଭବିଷ୍ୟତ । ଆଜି ମୁଁ ଜାତୀୟ ହାଇଡ୍ରୋଜେନ୍ ମିଶନ ପ୍ରତିଷ୍ଠା ଘୋଷଣା କରୁଛି: ପ୍ରଧାନମନ୍ତ୍ରୀ ମୋଦୀ
ଆମର ଯୁବକମାନେ ହେଉଛନ୍ତି 'କରିପାରିବେ' ପିଢ଼ି, ଏବଂ ସେମାନେ ଯାହା କିଛି ସ୍ଥିର କରିବେ ତାହା ହାସଲ କରିପାରିବେ: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ,

ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଆଜି ସ୍ୱତନ୍ତ୍ରତାର ଏହି ଅମୃତ ମହୋତ୍ସବର ପବିତ୍ର ଉତ୍ସବ ଅବସରରେ ଦେଶ ନିଜର ସମସ୍ତ ସ୍ୱତନ୍ତ୍ରତା ସେନାନୀଙ୍କୁ, ଦେଶକୁ ରକ୍ଷା କରିବା ନିମନ୍ତେ ଆପଣମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବୀର ଓ ବୀରାଙ୍ଗନାମାନଙ୍କୁ ଆଜି ଦେଶ ନମସ୍କାର କରୁଛି । ସ୍ୱାଧୀନତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବା ପୂଜ୍ୟ ବାପୁ ହୋଇଥାନ୍ତୁ, ଅଥବା ସ୍ୱାଧୀନତା ନିମନ୍ତେ ନିଜର ସବୁକିଛି ତ୍ୟାଗ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ରାମ ପ୍ରସାଦ ବିସମିଲ୍‍ ଏମା ଅସଫାକ୍‍ ଉଲ୍ଲା ଖାନ୍‍ଙ୍କ ଭଳି ମହାନ ବିପ୍ଳବୀ ବୀର ହୋଇଥାନ୍ତୁ, ଝାନସୀର ରାଣୀ ଲକ୍ଷ୍ମୀ ବାଈ ହୋଇଥାନ୍ତୁ, ଚିତ୍ତୁରର ରାଣୀ ଚେନ୍ନାମ୍ମା ହୋଇଥାନ୍ତୁ ଅବା ରାଣୀ ଗାଇଦିନଲିଉ ହୋଇଥାନ୍ତୁ, କିମ୍ବା ଆସାମର ମାତଙ୍ଗିନୀ ହାଜରାଙ୍କ ପରାକ୍ରମ ହୋଇଥାଉ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଜୀ ହୋଇଥାନ୍ତୁ, ଦେଶକୁ ଏକତ୍ରିତ କରି ରାଷ୍ଟ୍ରରେ ପରିବର୍ତ୍ତନ କରିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହୁଅନ୍ତୁ, ଭାରତର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରିବା, ମାର୍ଗ ସ୍ଥିର କରିଥିବା ବାବାସାହେବ ଆମ୍ବେଦକରଙ୍କ ସହିତ ଦେଶର ପ୍ରତ୍ୟେକ ବ୍ୟକ୍ତୁଙ୍କୁ, ପ୍ରତ୍ୟେକ ବ୍ୟକ୍ତିତ୍ୱଙ୍କୁ ଆଜି ଦେଶ ସ୍ମରଣ କରୁଛି । ଦେଶ ଏହି ସମସ୍ତ ମହାପୁରୁଷମାନଙ୍କ ନିକଟରେ ଋଣୀ ।

ଭାରତ ତ ବହୁରତ୍ନା ବସୁନ୍ଧରା ଭାବେ ସୁପରିଚିତ । ଆଜି ଭାରତର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ କାଳଖଣ୍ଡରେ ଅସଂଖ୍ୟ ଲୋକ ଯେଉଁମାନଙ୍କ ନାମ ଇତିହାସ ହୁଏତ ତାରିଖ ପ୍ରଦାନ କରିବାରେ ସକ୍ଷମ ହୋଇନଥାଇ ପାରେ । ଏଭଳି ଅସଂଖ୍ୟ ଲୋକ ମିଳିମିଶି କାନ୍ଧକୁ କାନ୍ଧ ମିଳାଇ ଏହି ରାଷ୍ଟ୍ରର ନିର୍ମାଣ କରିଛନ୍ତି, ଆଗକୁ ବଢ଼ାଇଛନ୍ତି । ମୁଁ ସେହି ସମସ୍ତ ବ୍ୟକ୍ତିତ୍ୱଙ୍କୁ ବନ୍ଦନା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଭାରତ ଶତାବ୍ଦୀ ଶତାବ୍ଦୀ ଧରି ମାତୃଭୂମି, ସଂସ୍କୃତି ଏବଂ ସ୍ୱାଧୀନତା ନିମନ୍ତେ ସଂଗ୍ରାମ କରିଥିଲା । ପରାଧୀନତାର ଶୃଙ୍ଖଳରୁ ମୁକ୍ତି ପାଇବା, ସ୍ୱାଧୀନତା ପାଇଁ ସ୍ୱର ଉତ୍ତୋଳନ କରିବାର ଚିନ୍ତାଧାରା ଏହି ଦେଶରେ ଶତାବ୍ଦୀ ଶତାବ୍ଦୀ  ଧରି କେବେ ସୁଦ୍ଧା ଛାଡ଼ିନଥିଲା । ଜୟ ପରାଜୟ ଆସିଚାଲିଥିଲା କିନ୍ତୁ ମନମନ୍ଦିରରେ ରହିଥିବା ସ୍ୱତନ୍ତ୍ରତାର ଆକାଂକ୍ଷାକୁ କଦାଚିତ୍‍ ନିଃଶେଷ ହେବାକୁ ଦିଆଯାଇନଥିଲା । ଆଜି ଏହି ସମସ୍ତ ସଂଘର୍ଷର ପୁରୋଧା, ଶତାବ୍ଦୀ ଶତାବ୍ଦୀର ସଂଘର୍ଷର ପୁରୋଧାମାନଙ୍କୁ ସମସ୍ତଙ୍କୁ ମଧ୍ୟ ପ୍ରଣାମ କରିବାର ଅବସର । ଏବଂ ସେମାନେ ଏହି ପ୍ରଣାମ ପାଇବାର ହକ୍‍ଦାର ମଧ୍ୟ । 

କରୋନା ବୈଶ୍ୱିକ ମହାମାରୀ, ଏହି ମହାମାରୀ କାଳରେ ଆମର ଡାକ୍ତର, ଆମର ନର୍ସ, ଆମର ପାରାମେଡ଼ିକଲ ଷ୍ଟାଫ୍‍, ଆମର ସଫେଇକର୍ମୀ, ଟିକା ପ୍ରସ୍ତୁତ କାର୍ଯ୍ୟରେ ଜଡ଼ିତ ଥିବା ଆମର ବୈଜ୍ଞାନିକ ଯିଏ ହୋଇଥାନ୍ତୁ ନା କାହିଁକି, ସେବା ଭାବନାରେ ଜଡ଼ିତ କୋଟି କୋଟି ଦେଶବାସୀ ହୋଇଥାନ୍ତୁ, ଯେଉଁମାନେ ଏହି କରୋନା କାଳଖଣ୍ଡରେ ନିଜର ପ୍ରତିଟି ମୁହୂର୍ତ୍ତ ଜନସେବା ପାଇଁ ସମର୍ପିତ କରିଛନ୍ତି । ସେମାନେ ସଭିଏଁ ମଧ୍ୟ ଆମର ବନ୍ଦନା ଲାଭ କରିବାର ଅଧିକାରୀ ।

ଆଜି ମଧ୍ୟ ଦେଶର କିଛି କ୍ଷେତ୍ରରେ ବନ୍ୟା ଆସିଛି, ଭୂସ୍ଖଳନ ବି ହୋଇଛି । କିଛି ପୀଡାଦାୟକ  ଖବର ମଧ୍ୟ ଆସିବାରେ ଲାଗିଛି । କେତେକ କ୍ଷେତ୍ରରେ ଲୋକମାନଙ୍କ ସମସ୍ୟା ବହୁଗୁଣିତ ହୋଇଛି । ଏଭଳି ସମୟରେ କେନ୍ଦ୍ର ସରକାର ହୋଇଥାନ୍ତୁ, ରାଜ୍ୟ ସରକାର ହୋଇଥାନ୍ତୁ, ସମସ୍ତେ ସେମାନଙ୍କ ସହିତ ଏହି ସମସ୍ୟାର ଘଡ଼ିରେ ଠିଆ ହୋଇଛନ୍ତି । ଆଜି ଏହି ଆୟୋଜନରେ, ଅଲିମ୍ପିକ ଭାରତର ଯୁବପିଢ଼ି ଯେଉଁମାନେ ଭାରତର ନାମକୁ ଆଲୋକିତ କରିଛନ୍ତି, ସେହିସବୁ କ୍ରାଡ଼ାବିତ୍‍ମାନେ, ଆମର ଖେଳାଳୀମାନେ ଆଜି ଏଠାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ।

କିଛି କ୍ରୀଡ଼ାବିତ୍‍ ଏଠାରେ ଅଛନ୍ତି, କିଛି ସାମ୍ନାରେ ବସିଛନ୍ତି । ମୁଁ ଆଜି ଦେଶବାସୀଙ୍କୁ, ସେମାନେ ଯେଉଁଠାରେ ଥାଆନ୍ତୁନା କାହିଁକି, ସେମାନଙ୍କୁ ମଧ୍ୟ ଏବଂ ଯେଉଁମାନେ ଭାରତର କୋଣ ଅନୁକୋଣରେ ରହିସୁଦ୍ଧା ଏହି ସମାରୋହ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ମୁଁ କହିବି ଯେ ଆମର କ୍ରୀଡ଼ାବିତମାନଙ୍କ ସମ୍ମାନାର୍ଥେ ସେମାନେ କିଛି କ୍ଷଣ ପାଇଁ କରତାଳି ବଜାଇ ସେମାନଙ୍କୁ ସମ୍ମାନ ଜଣାନ୍ତୁ ।

ଭାରତରେ ଖେଳକୁ ସମ୍ମାନ, ଭାରତର ଯୁବପିଢ଼ିକୁ ସମ୍ମାନ, ଭାରତକୁ ଗୌରବମଣ୍ଡିତ କରିଥିବା ଯୁବଗୋଷ୍ଠୀଙ୍କୁ ସମ୍ମାନ କରିବା । ଦେଶ... କୋଟି କୋଟି ଦେଶବାସୀ ଆଜି କରତାଳି ବାଦନ ସହ ପ୍ରଶଂସା ଧ୍ୱନିର ସହି ଆମର ଏହି ଯବାନମାନଙ୍କୁ, ଦେଶର ଯୁବ ପିଢ଼ିର ଗୌରବକୁ ସମ୍ମାନ ଜଣାଉଛନ୍ତି । ପ୍ରଶଂସା କରୁଛନ୍ତି । ଆଥଲେଟିକ୍ସରେ ବିଶେଷ କରି... ଆମେ ଗର୍ବ ଅନୁଭବ କରିପାରିବା ଯେ ସେମାନେ କେବଳ ଆମର ହୃଦୟକୁ ଜୟ କରିନାହାନ୍ତି, ଅପରନ୍ତୁ ଆଗାମୀ ପିଢ଼ିଙ୍କୁ ମଧ୍ୟ, ଭାରତର ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ନିମନ୍ତେ ବହୁତ ବଡ଼ କାର୍ଯ୍ୟ କରିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ,

ଆମେ ସ୍ୱାଧୀନତାର ଏହି ଉତ୍ସବ ମନାଉଛେ କିନ୍ତୁ ବିଭାଜନର ଦୁଃଖ ଆଜି ସୁଦ୍ଧା ଭାରତର ହୃଦୟକୁ ରକ୍ତାକ୍ତ କରି ରଖିଛି । ବିଗତ ଶତାବ୍ଦୀର ଏହା ଥିଲା ବିଶ୍ୱର ସବୁଠାରୁ ବଡ଼ ଦୁଃଖଦ ଘଟଣା ଭିତରୁ ଅନ୍ୟତମ । ସ୍ୱାଧୀନତା ଲାଭ କରେ ଏହି ଲୋକମାନଙ୍କୁ ଖୁବ୍‍ ଶୀଘ୍ର ଭୁଲିଗଲେ । ଗଲାକାଲି ଭାରତ ଏକ ଭାବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ଏବେଠାରୁ ପ୍ରତିବର୍ଷ ୧୪ ଅଗଷ୍ଟ ଦିନକୁ “ବିଭାଜର ବିଭୀଷିକା ସ୍ମୃତି ଦିବସ” ଭାବେ ସ୍ମରଣ ଓ ପାଳନ କରାଯିବ । ଯେଉଁ ଲୋକମାନେ ବିଭାଜନ ସମୟରେ ଅମାନବୀୟ ପରିସ୍ଥିତି ମଧ୍ୟଦେଇ ଜୀବନ ବିତାଇଥିଲେ, ଯେଉଁମାନେ ନାନାପ୍ରକାର ଅତ୍ୟାଚାର ସହ୍ୟ କରିଥିଲେ, ଯେଉଁମାନେ ସମ୍ମାନର ସହିତ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଲାଭ କରିବା ସେମାନଙ୍କ କପାଳରେ ଜୁଟିଲାନାହିଁ, ସେହିସବୁ ଲୋକମାନଙ୍କୁ ଆମର ସ୍ମୃତିରେ ଜୀବିତ ରଖିବା ମଧ୍ୟ ସେତିକି ଜରୁରି । ସ୍ୱାଧୀନତାର ୭୫ତମ ସ୍ୱତନ୍ତ୍ରତା ଦିବସରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ପାଇଁ ସ୍ଥିର କରାଯିବା, ଏହିସବୁ ଲୋକମାନଙ୍କୁ ପ୍ରତ୍ୟେକ ଭାରତବାସୀଙ୍କ ତରଫରୁ ମୁଁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । 

ମୋର ପ୍ରିୟ ଦେଶବାସୀଗଣ,

ପ୍ରଗତି ପଥରେ ଆଗକୁ ଅଗ୍ରସର ହେଉଥିବା ଆମର ଦେଶ ସମ୍ମୁଖରେ ଏବଂ ବିଶ୍ୱର ସମଗ୍ର ମାନବ ସମାଜ ସମ୍ମୁଖରେ କରୋନା ମହାମାରୀ କାଳଖଣ୍ଡ ବହୁତ ବଡ଼ ସମସ୍ୟା ଓ ସଂକଟ ଭାବେ ଦଣ୍ଡାୟମାନ ହୋଇଛି । ଭାରତବାସୀ ଢେର୍‍ ସଂଯମ, ଅସୀମ ଧୈର୍ଯ୍ୟର ସହିତ ଏହା ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି । ଏହି ସଂଗ୍ରାମରେ ଆମ ସାମ୍ନାରେ ଅନେକ ଚାଲେଞ୍ଜ୍‍ ଥିଲା । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଆମେ ଦେଶବାସୀ ଅସାଧାରଣ ଗତିରେ କାର୍ଯ୍ୟ ସଂପାଦନ କରି ଦେଖାଇଛୁ । ଆମର ବୈଜ୍ଞାନିକମାନଙ୍କ, ଆମର ଉଦ୍ଦ୍ୟୋଗୀମାନଙ୍କ ସାମର୍ଥ୍ୟର ପରିଣାମ ଦ୍ୱାରା ହିଁ ଭାରତକୁ ଏହାର ପ୍ରତିଷେଧକ ଟିକା ଆଜି ଉପଲବ୍ଧ ହୋଇପାରିଛି । ଆମକୁ ଆଜି ଏଥିପାଇଁ ଆଉ କାହା ଉପରେ, ଅନ୍ୟ କୌଣସି ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ଆପଣମାନେ ଚିନ୍ତା କରନ୍ତୁ, ଦଣ୍ଡେ ମାତ୍ର ଚିନ୍ତା କରନ୍ତୁ, ଯଦି ଭାରତ ପାଖରେ ନିଜର ପ୍ରତିଷେଧକ ଟିକା ଆଜି ନଥାନ୍ତା, ତେବେ ପରିଣାମ କ’ଣ ହୋଇଥାନ୍ତା? ପୋଲିଓ ଟିକା ପାଇବା ସକାଶେ ଆମକୁ କେତେ ବର୍ଷ ଲାଗିଯାଇଥିଲା?

ଏଭଳି ବିରାଟ ସଂକଟର ଘଡ଼ିରେ, ଯେତେବେଳେକି ସମଗ୍ର ବିଶ୍ୱରେ ମହାମାରୀ ତା’ର ଆତଙ୍କ ଖେଳାଇ ଚାଲିଥିଲା, ସେତେବେଳେ ଟିକା ଅନ୍ୟ ଠାରୁ କେମିତି ମିଳିଥାନ୍ତା? କିନ୍ତୁ ଭାରତକୁ ହୁଏତ ମିଳିଥାନ୍ତା କି ମିଳିନଥାନ୍ତ ଏବଂ କେବେ ମିଳିଥାନ୍ତା ତାହା କାହାକୁ ଜଣାନାହିଁ । କିନ୍ତୁ ଆଜି ଆମେ ଗୌରବର ସହିତ କହିପାରିବା ଯେ ବିଶ୍ୱର ସର୍ବବୃହତ୍‍ ଟିକାକରଣ କାର୍ଯ୍ୟକ୍ରମ ଆମ ଦେଶରେ ହିଁ ଜାରି ରହିଛି । ୫୪ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ଡୋଜ୍‍ ଦିଆଯାଇ ସାରିଛି । କୋୱିନ୍‍  ଭଳି ଅନଲାଇନ୍‍ ବ୍ୟବସ୍ଥା, ଡିଜିଟାଲ ସାର୍ଟିଫିକେଟ୍‍ ପ୍ରଦାନର ବ୍ୟବସ୍ଥା ଆଜି ସମଗ୍ର ବିଶ୍ୱକୁ ଆକର୍ଷିତ କରୁଛି । ମହାମାରୀ କାଳରେ ଭାରତ ଯେଉଁଭଳି ଭାବେ ୮୦ କୋଟି ଦେଶବାସୀଙ୍କୁ ମାସ ମାସ ପର୍ଯ୍ୟନ୍ତ ଲଗାତାର ଭାବେ ମାଗଣରେ ଖାଦ୍ୟାନ୍ନ ଦେଇ ଗରିବ ଲୋକଙ୍କ ଘରେ ଚୁଲି ଜାଳିବାର ବନ୍ଦୋବସ୍ତ କଲା  ତାହା ମଧ୍ୟ ବିଶ୍ୱ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ଏବଂ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏକଥା ସତ ଯେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ କମ୍‍ ଲୋକ ସଂକ୍ରମିତ ହୋଇଛନ୍ତି, ଏକଥା ମଧ୍ୟ ସତ ଯେ ବିଶ୍ୱର ଜନସଂଖ୍ୟା ତୁଳନାରେ ଭାରତରେ ଆମେ ଅଧିକତମ ମାତ୍ରାରେ ଆମର ନାଗରିକମାନଙ୍କ ଜୀବନ ରକ୍ଷା କରିପାରିଛେ, କିନ୍ତୁ ଏହା ଆମ ପାଇଁ ନିଜ ପିଠି ଥାପୁଡାଇବାର ବିଷୟ ନୁହେଁ । ସନ୍ତୋଷ ଲାଭ କରି ଶୋଇଯିବାର ବିଷୟ ନୁହେଁ । ଏକଥା ଆମେ କହିପାରିବାନାହିଁ ଯେ ଆମମାନଙ୍କ ସମ୍ମୁଖରେ କୌଣସି ଚାଲେଞ୍ଜ୍‍ ନ ଥିଲା, ଏହା ଆମର ନିଜର ବିକାଶର ମାର୍ଗକୁ ବନ୍ଦ୍‍ କରିବା ଭଳି ଭାବନା ହୋଇଯିବ ।

ବିଶ୍ୱର ସମୃଦ୍ଧ ରାଷ୍ଟ୍ରମାନଙ୍କ ତୁଳନାରେ ଆମର ବ୍ୟବସ୍ଥା କମ୍‍ । ବିଶ୍ୱ ନିକଟରେ, ସମୃଦ୍ଧ ରାଷ୍ଟ୍ରମାନଙ୍କ ପାଖରେ ଯାହା ସାମର୍ଥ୍ୟ ଓ ସାଧନ ଅଛି ଆମ ପାଖରେ ତାହା ନାହିଁ । କିନ୍ତୁ ଏହିସବୁ ପ୍ରୟାସ ସତ୍ତ୍ୱେ... ଏବଂ ଅନ୍ୟ ପଟେ ଆମର ଏଠାରେ ଜନସଂଖ୍ୟା ମଧ୍ୟ ବହୁତ । ବିଶ୍ୱ ତୁଳନାରେ ଆମର ଜନସଂଖ୍ୟା ଅଧିକ । ପୁଣି ଆମର ଜୀବନଶୈଳୀ ମଧ୍ୟ କିଛି ଭିନ୍ନ ଧରଣର । ସକଳ ପ୍ରକାର ପ୍ରୟାସ ସତ୍ତ୍ୱେ ଅନେକ ଲୋକଙ୍କ ଜୀବନ ଆମେ ବଞ୍ଚାଇ ପାରିଲୁନାହିଁ । କେତେ କେତେ ଶିଶୁଙ୍କ ମୁଣ୍ଡ ଉପରେ ହାତ ଥାପିବା ଲୋକଟି ଚାଲିଗଲା । ତାକୁ ଲାଳନପାଳନ କରିବା, ସ୍ନେହ କରିବା, ତା’ର ଜିଦ୍‍କୁ ପୂରଣ କରିବା ଲୋକଟି ଚାଲିଗଲା । ଏହି ଅସହନୀୟ ପୀଡ଼ା ଏହି ଦୁଶ୍ଚିନ୍ତା ଆମ ସହିତ ସବୁଦିନ ପାଇଁ ରହିଯିବ ।

ମୋର ପ୍ରିୟ ଦେଶବାସୀଗଣ,

ଆମ ଦେଶର ବିକାଶ ଯାତ୍ରାରେ ଏପରି ଏକ ସମସ୍ୟା ଆସିଥାଏ ଯେତେବେଳେ ଦେଶ ସ୍ୱୟଂକୁ ନୂତନ ରୂପରେ ଉପସ୍ଥାପିତ କରିଥାଏ । ନିଜକୁ ନୂତନ ସଂକଳ୍ପର ସହିତ ଆଗକୁ ବଢ଼ାଇଥାଏ । ଭାରତର ବିକାଶ ଯାତ୍ରାରେ ମଧ୍ୟ ଆଜି ସେହି ସମୟ ଆସିଯାଇଛି । ୭୫ ବର୍ଷର ଅବସରକୁ ଆମେ ଏକ ସମାରୋହ ଭରା କାର୍ଯ୍ୟକ୍ରମରେ ସୀମିତ କରି ରଖିବା ଉଚିତ ନୁହେଁ । ଏହାକୁ ଆମକୁ ଏକ ନୂତନ ସଂକଳ୍ପର ଆଧାର ଭାବେ ଗ୍ରହଣ କରିବାକୁ ପଡ଼ିବ । ସେହି ନୂତନ ସଂକଳ୍ପକୁ ନେଇ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଏହିଠାରୁ ଆରମ୍ଭ କରି ଆଗାମୀ ୨୫ ବର୍ଷର ଯାତ୍ରା ଯେତେବେଳେକି ଆମେ ଆମ ସ୍ୱାଧୀନତାର ଶତାବ୍ଦୀ ବର୍ଷ ମନାଇବା, ନୂତନ ଭାରତର ଏହି ସୃଜନର ଏହା ହେଉଛି ଅମୃତ କାଳଖଣ୍ଡ । ଏହି ଅମୃତ କାଳ ଆମର ସଂକଳ୍ପକୁ ସିଦ୍ଧ କରି ଆମକୁ ସ୍ୱାଧୀନତାର ଶତବର୍ଷ ପର୍ଯ୍ୟନ୍ତ ନେଇଯିବ । ଗୌରବପୂର୍ଣ୍ଣ ରୂପରେ ଆଗକୁ ବାଟ କଢ଼ାଇନେବ ।

ଅମୃତ କାଳର ଲକ୍ଷ୍ୟ ହେଲା, ଭାରତ ଏବଂ ଭାରତର ନାଗରିକଣଙ୍କ ନିମନ୍ତେ ସମୃଦ୍ଧିର ନୂତନ ଶିଖର ଆରୋହଣ । ଅମୃତ କାଳର ଲକ୍ଷ୍ୟ ହେଲା ଏଭଳି ଏକ ଭାରତର ନିର୍ମାଣ କରାଯିବ ଯେଉଁଠାରେ ସମସ୍ତ ପ୍ରକାର ସୁବିଧାର ସ୍ତର ଗାଁ ଏବଂ ସହର ଭିତରେ ବଣ୍ଟନ କରାଯିବାର ନଥିବ । ଅମୃତ କାଳର ଲକ୍ଷ୍ୟ ହେଲା ଏହକ ଏଭଳି ଭାରତ ନିର୍ମାଣ କରିବା ଯେଉଁଠାରେ ନାଗରିକମାନଙ୍କ ଜୀବନରେ ସରକାର ବିନା କାରଣରେ ଦଖଲ ଦେଉନଥିବେ । ଅମୃତ କାଳର ଲକ୍ଷ୍ୟ ହେଲା ଏକ ଏଭଳି ଭାରତର ନିର୍ମାଣ ଯେଉଁଠାରେ ବିଶ୍ୱର ପ୍ରତ୍ୟେକ ପ୍ରକାର ଆଧୁନିକ ସଂସାଧନ ଉପଲବ୍ଧ ହେଉଥିବ ।

ଆମେ କାହାରିଠାରୁ ଊଣା ନୁହେଁ । ଏହା ହିଁ ଦେଶର କୋଟି କୋଟି ନାଗରିକଙ୍କର ସଂକଳ୍ପ ହେବା ଆବଶ୍ୟକ । କିନ୍ତୁ ସଂକଳ୍ପ ସେପର୍ଯ୍ୟନ୍ତ ଅପୂର୍ଣ୍ଣ ରହିଥାଏ ଯେଉଁ ପର୍ଯ୍ୟନ୍ତ ସଂକଳ୍ପ ସହିତ ପରିଶ୍ରମ ଏବଂ ପରାକ୍ରମର ପରାକାଷ୍ଠା ନଥିବ । ସେଥିପାଇଁ ଆମକୁ ଆମର ସକଳ ସଂକଳ୍ପକୁ ପରିଶ୍ରମ ଓ ପରାକ୍ରମର ପରାକାଷ୍ଠା ମାଧ୍ୟମରେ ସିଦ୍ଧ କରିବାକୁ ପଡ଼ିବ ଏବଂ ଏହି ସ୍ୱପ୍ନ, ଏହି ସଂକଳ୍ପ ନିଜର ସୀମା ବାହାରେ ଏକ ସୁରକ୍ଷିତ ଓ ସମୃଦ୍ଧ ବିଶ୍ୱ ନିମନ୍ତେ ମଧ୍ୟ ପ୍ରଭାବୀ ଯୋଗଦାନ ହେବ ।

ଏହି ଅମୃତ କାଳ ୨୫ ବର୍ଷର । କିନ୍ତୁ ଆମର ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ଏତେ ଦୀର୍ଘ ପ୍ରତୀକ୍ଷା କରିବା ଉଚିତ ନୁହେଁ । ଆମେ ଏବେଠାରୁ ଏହି ଦିଗରେ ଅଣ୍ଟା ଭିଡ଼ିବା ଆବଶ୍ୟକ । ଆମ ନିକଟରେ ଅଯଥାରେ ବିତିଯିବାକୁ ଗୋଟିଏ ସୁଦ୍ଧା ମୁହୂର୍ତ୍ତ ନାହିଁ । ଏହା ହିଁ ପ୍ରକୃଷ୍ଟ ସମୟ, ଉପଯୁକ୍ତ ଅବସର । ଆମ ଦେଶକୁ ବଦଳାଇବାକୁ ପଡ଼ିବ ଏବଂ ଆମେମାନେ ଜଣେ ଜଣେ ନାଗରିକ ହିସାବରେ ନିଜକୁ ମଧ୍ୟ ବଦଳାଇବାକୁ ହେବ। ପରିବର୍ତ୍ତନଶୀଳ ଯୁଗ ଅନୁକୂଳ ହୋଇ ଆମକୁ ମଧ୍ୟ ସେହି ଢାଞ୍ଚାରେ ପକାଇବାକୁ ପଡ଼ିବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ – ଏହି ଶ୍ରଦ୍ଧାର ସହିତ ଆମେ ସମସ୍ତେ ଏକଜୁଟ ହୋଇସାରିଛେ । କିନ୍ତୁ ହାଜି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଆହ୍ୱାନ କରୁଛି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ଏବେ ସବକା ପ୍ରୟାସ ଆମର ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇପଡ଼ିଛି । ବିଗତ ସାତ ବର୍ଷ ମଧ୍ୟରେ ଆରମ୍ଭ କରାଯାଇଥିବା ଅନେକ ଯୋଜନାର ଲାଭ ଦେଶର କୋଟି କୋଟି ଲୋକଙ୍କ ଦ୍ୱାରଦେଶରେ ପହଞ୍ଚି ସାରିଛି । ଉଜ୍ଜ୍ୱଳା ଠାରୁ ଆରମ୍ଭ କରି ଆୟୁଷ୍ମାନ ଭାରତର ଶକ୍ତି ଆଜି ଦେଶର ପ୍ରତ୍ୟେକ ଗରିବ ନାଗରିକ ଜାଣିପାରିଛି । ଆଜି ସରକାରୀ ଯୋଜନାଗୁଡ଼ିକର ଗତି ବୃଦ୍ଧି ପାଇଛି । ଏହା ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ ହୋଇପାରୁଛି । ପୂର୍ବ ତୁଳନାରେ ଆମେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛୁ । କିନ୍ତୁ କଥା କେବଳ ଏହିଠାରେ ସଂପୂର୍ଣ୍ଣ ହୁଏନାହିଁ । ଏବେ ଆମକୁ ସର୍ବାଧିକ ପ୍ରାପ୍ତ ପର୍ଯ୍ୟନ୍ତ ଯିବାକୁ ପଡ଼ିବ, ପୂର୍ଣ୍ଣତା ପର୍ଯ୍ୟନ୍ତ ପହଞ୍ôଚବାକୁ ହେବ । ଶତ ପ୍ରତିଶତ ଗାଁରେ ସଡ଼କ ହେବା ଦରକାର, ଶତ ପ୍ରତିଶତ ପରିବାରଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ୍‍ ଥିବା ଦରକାର, ଶତ ପ୍ରତିଶତ ଲାଭାର୍ଥୀଙ୍କୁ ଆୟୁଷ୍ମାନ ଭାରତର କାର୍ଡ଼ ମିଳିବା ଦରକାର, ଶତ ପ୍ରତିଶତ ପାତ୍ର ବ୍ୟକ୍ତିଙ୍କୁ ଉଜ୍ଜ୍ୱଳା ଯୋଜନା ଏବଂ ଗ୍ୟାସ ସଂଯୋଗ ଥିବା ଦରକାର । ସରକାରୀ ବୀମା ଯୋଜନା ହୋଇଥାଉ, ପେନସନ ଯୋଜନା ହୋଇଥାଉ, ଆବାସ ଯୋଜନା ଠାରୁ ନେଇ ଆମେ ସେହିଭଳି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଡ଼ିବା ଆବଶ୍ୟକ ଯେଉଁମାନେ ତାହା ପାଇବାକ ହକ୍‍ଦାର । ଶତ ପ୍ରତିଶତ ମାନସିକତା ମନରେ ରଖି ଆମକୁ ଆଗକୁ ଚାଲିବାକୁ ହେବ । ଆଜି ପର୍ଯ୍ୟନ୍ତ ଆମର ଏଠାରେ କେବେ ସୁଦ୍ଧା ସେହି ସାଥୀମାନଙ୍କ ବିଷୟରେ କେହି ଚିନ୍ତା କରିନାହାନ୍ତି ଯେଉଁମାନେ ଫୁଟପାଥରେ ବସି ବୁଲାବିକାଳୀ ଭାବେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି । ଫୁଟପାଥରେ ବସି, ରାସ୍ତାପଡ଼ରେ ବସି ସମାନ ବିକ୍ରି କରନ୍ତି, ଠେଲାଗାଡ଼ି ଚଳାନ୍ତି । ଏବେ ସେହିଭଳି ସାଥୀମାନଙ୍କୁ ସ୍ୱନିଧି ଯୋଜନା ମାଧ୍ୟମରେ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ସହିତ ଯୋଡ଼ାଯାଉଛି ।

ଯେପରି ଆମେ ଶତ ପ୍ରତିଶତ ପରିବାର ନିକଟରେ ବିଜୁଳିଶକ୍ତି ପହଞ୍ଚାଇଛୁ,

ଯେମିତି ଆମେ ଶତ ପ୍ରତିଶତ ଘରେ ଶୌଚାଳୟ ନିର୍ମାଣ କରିବାର ପ୍ରାମାଣିକ ପ୍ରୟାସ କରିଛୁ, ସେମିତି ଭାବେ ଆମକୁ ଏବେ ଯୋଜନାଗୁଡ଼ିକୁ ସାଚୁରେସନର ଲକ୍ଷ୍ୟ ନେଇ ଆଗକୁ ବଢ଼ାଇବାକୁ ପଡ଼ିବ ଏବଂ ସେଥିପାଇଁ ଆମେ ସମୟ ସୀମା ଅଧିକ ରଖିପାରିବା ନାହିଁ । ଆମକୁ ମାତ୍ର କେଇ ବର୍ଷ ଭିତରେ ନିଜର ସଂକଳ୍ପକୁ ସାକାର କରିବାକୁ ପଡ଼ିବ ।

ଦେଶ ଆଜି ପ୍ରତି ଘରକୁ ପାନୀୟ ଜଳ ମିଶନକୁ ନେଇ ଅତି ଦ୍ରୁତ ଗତିରେ କାର୍ଯ୍ୟ କରିଚାଲିଛି । ମୁଁ ଖୁସିର ସହିତ ଏହି କଥା ସୂଚୀତ କରିବାକୁ ଚାହେଁ ଯେ ଜଳ ଜୀବନ ମିଶନର ମାତ୍ର ଦୁଇ ବର୍ଷ ଭିତରେ ଦେଶର ସାଢ଼େ ଚାରି କୋଟିରୁ ଅଧିକ ପରିବାରଙ୍କୁ ନଳ ଯୋଗେ ଜଳ ଯୋଗାଣ ଆରମ୍ଭ ହୋଇସାରିଛି ... ପାଇପ ୱାଟର ମିଳିବା ଆରମ୍ଭ ହୋଇଛି । କୋଟି କୋଟି ମାତା ଓ ଭଉଣୀମାନଙ୍କ ଆଶୀର୍ବାଦ, ଏହା ହେଉଛି ଆମର ପୁଂଜି । ଏହି ଶତ ପ୍ରତିଶତ ଯୋଜନାର ଲାଭ ଏଇଆ ହେବ ଯେ ସରକାରୀ ଯୋଜନାରୁ ଯେଭଳି କେହି ଜଣେ ସୁଦ୍ଧା ବଂଚିତ ହେବେନାହିଁ । ଯେତେବେଳେ ସରକାର ଏହି ଲକ୍ଷ୍ୟ ପ୍ରସ୍ତୁତ କରି ଆଗକୁ ଅଗ୍ରସର ହେଉଛନ୍ତି ଯେ ସମାଜର ଶେଷତମ ବ୍ୟକ୍ତି ଓ ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଯେଭଳି ତାଙ୍କର ହକ୍‍ ମିଳିପାରିବ, ଏବଂ ଏଥିରେ କୌଣସି ପ୍ରକାର ଭେଦଭାବ ରହିବନାହିଁ ।ଏଥିରେ କୌଣସି ପ୍ରକାର ଭ୍ରଷ୍ଟାଚାର ମଧ୍ୟ ରହିବନାହିଁ ।

ମୋର ପ୍ରିୟ ଦେଶବାସୀଗଣ,

ଦେଶର ପ୍ରତ୍ୟେକ ଗରିବ, ପ୍ରତ୍ୟେକ ବ୍ୟକ୍ତଙ୍କ ପର୍ଯ୍ୟନ୍ତ ପୋଷଣ ପହଞ୍ଚାଯିବା ସକାଶେ ସରକାର ପ୍ରାଥମିକତା ଆରୋପ କରୁଛନ୍ତି । ଗରିବ ମହିଳାମାନଙ୍କୁ, ଗରିବ ଶିଶୁମାନଙ୍କୁ କୁପୋଷଣ ଏବଂ ଜରୁରି ପୌଷ୍ଟିକ ସାମଗ୍ରୀର କମି ସେମାନଙ୍କ ବିକାଶ ଦିଗରେ ସବୁଠାରୁ ବଡ଼ ଅନ୍ତରାୟ ହୋଇଥାଏ । ଏହାକୁ ଲକ୍ଷ୍ୟ କରି ସରକାର ସ୍ଥିର କରିଛନ୍ତି ଯେ ଭିନ୍ନ ଭିନ୍‍ ସରକାରୀ ଯୋଜନାଗୁଡ଼ିକ ଅଧୀନରେ ଯେଉଁ ଚାଉଳ ଗରିବ ଲୋକମାନଙ୍କୁ ଦିଆଯାଉଛି, ତାହାକୁ କିଭଳି ସୁରକ୍ଷିତ ରଖାଯିବ । ଗରିବ ଲୋକମାନଙ୍କୁ ପୋଷଣଯୁକ୍ତ ଚାଉଳ ଯୋଗାଇ ଦିଆଯିବ । ରାସନ ଦୋକାନରୁ ମିଳୁଥିବା ଚାଉଳ ହୋଇଥାଉ, ମିଡ଼୍‍ ଡ଼େ  କାର୍ଯ୍ୟକ୍ରମ ଜରିଆରେ ବାଳକବାଳିକାମାନଙ୍କୁ ମିଳୁଥିବା ଚାଉଳ ହୋଇଥାଉ, ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଜନା ମାଧ୍ୟମରେ ମିଳିବାକୁ ଥିବା ଚାଉଳକୁ ସୁରକ୍ଷିତ (ଫର୍ଟିଫାଏ) କରାଯାଇଛି ।

ମୋର ପ୍ରିୟ ଦେଶବାସୀବୃନ୍ଦ,

ଆଜି ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କ ପର୍ଯ୍ୟନ୍ତ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଯିବାର ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି । ଏଥିପାଇଁ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ବଡ଼ ବଡ଼ ଜରୁରି ସଂସ୍କାର ଘଟାଯାଉଛି । ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ସେତିକି ଧ୍ୟାନ ଦିଆଯାଉଛି । ଏଥି ସହିତ ଦେଶରେ ମେଡ଼ିକାଲ ସିଟ୍‍ ସଂଖ୍ୟରେ ଯଥେଷ୍ଟ ବୃଦ୍ଧି ଘଟାଯାଇଛି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ଗାଁ ଗାଁ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚା ଯାଉଛି । ଜନ ଔଷଧି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ, ମଧ୍ୟମ ବର୍ଗର ଲୋକଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରାଯାଉଛି । ଏପର୍ଯ୍ୟନ୍ତ ୭୫ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ସ୍ଥାପନ କରାଯାଇଛି । ଏବେ ବ୍ଲକ୍‍ ସ୍ତରରେ ଉତ୍ତମ ହସପିଟାଲ ଓ ଆଧୁନିକ ଲାବ୍‍  ନେଟୱାର୍କ ଉପରେ ବିଶେଷ ଭାବେ କାର୍ଯ୍ୟ କରାଯାଉଛି । ଖୁବ୍‍ ଶୀଘ୍ର ଦେଶର ହଜାର ହଜାର ହସପିଟାଲମାନଙ୍କ ନିକଟରେ ନିଜର ଅକ୍ସିଜେନ୍‍ ପ୍ଲାଣ୍ଟ ମଧ୍ୟ ଉପଲବ୍ଧ ହେବ ।

ମୋର ପ୍ରିୟ ଦେଶବାସୀଗଣ,

ଏକବିଂଶ ଶତାବ୍ଦୀରେ ଭାରତକୁ ନୂତନ ଶୀର୍ଷରେ ପହଞ୍ଚାଇବା ନିମନ୍ତେ ଭାରତର ସାମର୍ଥ୍ୟକୁ ଉତ୍ତମ ଦିଗରେ ଉପଯୋଗ କରାଯାଉଛି . .. ପୂର୍ଣ୍ଣ ମାତ୍ରାରେ ଉପଯୋଗ କରାଯାଉଛି, ଏହା ହେଉଛି ସମୟର ଆବଶ୍ୟକତା ।

ଏହା ଏକାନ୍ତ ଜରୁରି । ଏଥିପାଇଁ ସମାଜର ଯେଉଁସବୁ ବର୍ଗ ପଛରେ ରହିଛନ୍ତି, ଯେଉଁକ୍ଷେତ୍ର ପଛୁଆ ରହିଛି, ସେମାନଙ୍କ ହାତ ଧରି ଆଗକୁ ଆଗେଇ ନେବାକୁ ପଡ଼ିବ । ଭିତ୍ତିଭୂମି ଆବଶ୍ୟକତାର ଚିନ୍ତା କରିବା ସହିତ ଦଳିତ, ପଛୁଆ ବର୍ଗ, ଆଦିବାସୀ ବର୍ଗ, ସାଧାରଣ ବର୍ଗର ଗରିବ ଲୋକଙ୍କ ନିମନ୍ତେ ଆରକ୍ଷଣ ସୁନିଶ୍ଚିତ କରାଯାଉଛି । ଏଇ ନିକଟରେ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ସର୍ବଭାରତୀୟ କୋଟାରେ ଓବିସି ବର୍ଗଙ୍କ ସକାଶେ ଆରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ସଂସଦରେ ଆଇନ ପ୍ରଣୟନ କରାଯାଇ ଓବିସି ସହିତ ସଂଶ୍ଳିଷ୍ଟ ସୂଚୀ ପ୍ରସ୍ତୁତ କରିବାର ଅଧିକାର ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି ।

ମୋର ପ୍ରିୟ ଦେଶବାସୀଗଣ,

ଏକବିଂଶ ଶତାବ୍ଦୀରେ ଭାରତକୁ ନୂତନ ଶୀର୍ଷରେ ପହଞ୍ଚାଇବା ନିମନ୍ତେ ଭାରତର ସାମର୍ଥ୍ୟକୁ ଉତ୍ତମ ଦିଗରେ ଉପଯୋଗ କରାଯାଉଛି . .. ପୂର୍ଣ୍ଣ ମାତ୍ରାରେ ଉପଯୋଗ କରାଯାଉଛି, ଏହା ହେଉଛି ସମୟର ଆବଶ୍ୟକତା ।

ଏହା ଏକାନ୍ତ ଜରୁରି । ଏଥିପାଇଁ ସମାଜର ଯେଉଁସବୁ ବର୍ଗ ପଛରେ ରହିଛନ୍ତି, ଯେଉଁକ୍ଷେତ୍ର ପଛୁଆ ରହିଛି, ସେମାନଙ୍କ ହାତ ଧରି ଆଗକୁ ଆଗେଇ ନେବାକୁ ପଡ଼ିବ । ଭିତ୍ତିଭୂମି ଆବଶ୍ୟକତାର ଚିନ୍ତା କରିବା ସହିତ ଦଳିତ, ପଛୁଆ ବର୍ଗ, ଆଦିବାସୀ ବର୍ଗ, ସାଧାରଣ ବର୍ଗର ଗରିବ ଲୋକଙ୍କ ନିମନ୍ତେ ଆରକ୍ଷଣ ସୁନିଶ୍ଚିତ କରାଯାଉଛି । ଏଇ ନିକଟରେ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ସର୍ବଭାରତୀୟ କୋଟାରେ ଓବିସି ବର୍ଗଙ୍କ ସକାଶେ ଆରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ସଂସଦରେ ଆଇନ ପ୍ରଣୟନ କରାଯାଇ ଓବିସି ସହିତ ସଂଶ୍ଳିଷ୍ଟ ସୂଚୀ ପ୍ରସ୍ତୁତ କରିବାର ଅଧିକାର ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି ।

ମୋର ପ୍ରିୟ ଦେଶବାସୀଗଣ,

ଆମେ ଯେଉଁଭଳି ଭାବେ ଏକଥା ସୁନିଶ୍ଚିତ କରୁଛୁ ଯେ ସମାଜର ବିକାଶ ଯାତ୍ରାରେ କୌଣସି ବ୍ୟକ୍ତି ଯେମିତି ବାଦ୍‍ ପଡ଼ିନଯାଆନ୍ତି, କୌଣସି ବର୍ଗ ବାଦ୍‍ ପଡ଼ି ନଯାଆନ୍ତି, ସେହିଭଳି ଦେଶର କୌଣସି ଭୂଭାଗ, ଦେଶର କୌଣସି କୋଣ ମଧ୍ୟ ପଛରେ ପଡ଼ି ନଯିବା ଦିଗରେ ଆମେ ସଚେତନ ରହିଛୁ । ବିକାଶ ସର୍ବାଙ୍ଗୀନ ହେବା ଜରୁରି, ବିକାଶ ସର୍ବସ୍ପର୍ଶୀ ହେବା ଆବଶ୍ୟକ, ବିକାଶ ସର୍ବସମାବେଶକ ହେବା ବାଂଛନୀୟ । ଦେଶର ସେହିସବୁ କ୍ଷେତ୍ରଗୁଡ଼ିକୁ ଆଗକୁ ଆଣିବା ନିମନ୍ତେ ବିଗତ ସାତ ବର୍ଷ ଭିତରେ ଯେଉଁ ପ୍ରୟାସ କରାଯାଇଛି, ଏବେ ତାହାକୁ ଆହୁରି କ୍ଷିପ୍ରତା ପ୍ରଦାନ କରାଯିବାଦିଗରେ ଆମେ ଆଗକୁ ଅଗ୍ରସର ହେଉଛୁ । ଆମର ପୂର୍ବାଞ୍ଚଳ ଭାରତ, ଉତ୍ତର- ପୂର୍ବ, ଜାମ୍ମୁ – କାଶ୍ମୀର, ଲଦାଖ ସହିତ ସମଗ୍ର ହିମାଳୟ କ୍ଷେତ୍ର, ଆମର ତଟୀୟ ବେଲ୍ଟ କିମ୍ବା କୌଣସି ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହେଉ, ସେସବୁ ଭବିଷ୍ୟତରେ ଯେଭଳି ଭାରତର ବିକାର, ଭାରତର ବିକାଶ ଯାତ୍ରାର ବହୁତ ବଡ଼ ଆଧାର ବନିପାରିବ ସେ ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଆଜି ଉତ୍ତର- ପୂର୍ବାଞ୍ଚଳରେ ସଂଯୋଗୀକରଣର ନୂତନ ଇତିହାସ ରଚନା କରାଯାଇଛି । ଏହି ସଂଯୋଗୀକରଣ ହୃଦୟରେ ମଧ୍ୟ ହୋଇଛି ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଦ୍ଧା ହାସଲ କରାଯାଇଛି । ଖୁବ୍‍ ଶୀଘ୍ର ଉତ୍ତର ପୂର୍ବାଞ୍ଚଳର ସମସ୍ତ ରାଜ୍ୟର ରାଜଧାନୀମାନଙ୍କୁ ରେଳସେବା ମାଧ୍ୟମରେ ଯୋଡ଼ିବା କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି । ଆକ୍ଟ ଇଷ୍ଟ ନୀତି ଅଧୀନରେ ଆଜି ଉତ୍ତର- ପୂର୍ବାଞ୍ଚଳ, ବାଂଲାଦେଶ, ମ୍ୟାଁମାର ଏବଂ ଦକ୍ଷିଣ ପୂର୍ବ ଏସିଆ ସହିତ ମଧ୍ୟ ସଂଯୋଗ ସ୍ଥାପନ କରାଯାଉଛି । ବିଗତ ବର୍ଷମାନଙ୍କରେ ଏହି ଦିଗରେ ଯେଉଁ ପ୍ରୟାସ ହୋଇଛି, ତାହାର ପରିଣାମ ସ୍ୱରୂପ ଏବେ ଉତ୍ତର ପୂର୍ବାଞ୍ଚଳରେ ସ୍ଥାୟୀ ଶାନ୍ତି ନିମନ୍ତେ, ଶ୍ରେଷ୍ଠ ଭାରତ ନିର୍ମାଣ ଲାଗି ଉତ୍ସାହ ଅନେକ ଗୁଣ ବୃଦ୍ଧି ପାଇଛି ।

ଉତ୍ତର ପୂର୍ବାଞ୍ଚଳରୁ .. . ସେଠାକାର ପର୍ଯ୍ୟଟନ, ଦୁଃସାହସିକ କ୍ରୀଡ଼, ଜୈବ କୃଷି, ହର୍ବାଲ ମେଡ଼ିସିନ୍‍, ତୈଳ ପମ୍ପ୍‍, ଏହାର ସାମର୍ଥ୍ୟ ଖୁବ୍‍ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଆମକୁ ସଂପୂର୍ଣ୍ଣ ରୂପେ ଏହାର ସାମର୍ଥ୍ୟକୁ ପରଖିବାକୁ ହେବ, ଦେଶର ବିକାଶ ଯାତ୍ରାରେ ଏହାକୁ ଅଂଶବିଶେଷ ଭାବେ ସାମିଲ କରିବାକୁ ପଡ଼ିବ । ଏବଂ ଏହି କାର୍ଯ୍ୟ ଆମକୁ ଅମୃତକାଳର କିଛି ବର୍ଷ ମଧ୍ୟରେ ହିଁ ସଂପୂର୍ଣ୍ଣ କରିବାକୁ ପଡ଼ିବ । ସମସ୍ତ ସାମର୍ଥ୍ୟକୁ ଉଚିତ ଅବସର ପ୍ରଦାନ କରିବା, ଏହା ହେଉଛି ଲୋକତନ୍ତ୍ରର ପ୍ରକୃତ ଭାବନା । ଜାମ୍ମୁ ହେଉ ଅବା କାଶ୍ମୀର, ବିକାଶର ସନ୍ତୁଳନ ଏବେ ବାସ୍ତବ କ୍ଷେତ୍ରରେ ହିଁ ପରିଲକ୍ଷିତ ହେବ ।

ଜାମ୍ମୁ କାଶ୍ମୀରରେ ସୀମା ପୁନଃନିଦ୍ଧାରଣ କମିଶନ ଗଠନ କରାଯାଇସାରିଛି ଏବଂ ଭବିଷ୍ୟତରେ ବିଧାନସଭା ନିର୍ବାଚନ ନିମନ୍ତେ ମଧ୍ୟ ପ୍ରସ୍ତୁତି ଜାରି ରହିଛି । ଲଦାଖର ବିକାଶର ନିଜସ୍ୱ ଅସୀମା ସମ୍ଭାବନା ଦିଗରେ ଆଗକୁ ବଢ଼ି ଚାଲିଛି । ଗୋଟିଏ ପଟେ ଲଦାଖରେ ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯିବା ଦୃଶ୍ୟ ହେଉଛି ତ ସେତିକି ବେଳେ ଅନ୍ୟ ପକ୍ଷରେ ସିନ୍ଧୁ ସେଣ୍ଟ୍ରାଲ୍‍ ୟୁନିଭର୍ସିଟି ଲଦାଖକୁ ଉଚ୍ଚଶିକ୍ଷାର, ହାୟର ଇଜୁକେଶନର ପ୍ରାଣକେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଉଛି ।

ଏକବିଂଶ ଶତାବ୍ଦୀର ଏହି ଦଶକରେ, ଭାରତ ନୀଳ ଅର୍ଥନୀତିରେ ନିଜର ପ୍ରୟାସକୁ ଆହୁରି ଦ୍ରୁତତର କରିବ । ଆମର ଆକ୍ୱାକଲଚର ସହିତ ସି-ୱିଡ଼୍‍ (ସାମୁଦ୍ରିକ ଗୁଳ୍ମ)ର ଚାଷରେ ଯେଉଁ ନୂତନ ସମ୍ଭାବନା ରହିଛି, ସେହି ସମ୍ଭାବନାଗୁଡ଼ିକର ମଧ୍ୟ ସଂପୂର୍ଣ୍ଣ ଫାଇଦା ଉଠାଯିବାର ଅଛି । ‘ଡିପ୍‍ ଓସନ୍‍ ମିଶନ’ ଜରିଆରେ ସମୁଦ୍ରର ଅସୀମ ସମ୍ଭାବନାଗୁଡ଼ିକର ସନ୍ଧାନ ନିମନ୍ତେ ଆମର ମହତ୍ତ୍ୱାକାଂକ୍ଷାର ପରିଣାମ ଏବେ ବାସ୍ତବ ରୂପ ନେଇଛି । ଯେଉଁ ଖଣିଜ ସମ୍ପଦ ସମୁଦ୍ରରେ ଲୁକ୍କାୟିତ ହୋଇ ରହିଛି, ଯେଉଁ ତାପଜ ଶକ୍ତି ସମୁଦ୍ର ଜଳରେ ଭରି ରହିଛି, ତାହା ଦେଶର ବିକାଶକୁ ନୂତନ ଶକ୍ତି ପ୍ରଦାନ କରିପାରିବ ।

ଦେଶର ଯେଉଁସବୁ ଜିଲ୍ଲାଗୁଡ଼ିକ ନିମନ୍ତେ ଏହା ଗ୍ରହଣ କରାଯାଇଥିଲାଯେ ସେମାନେ ପଛୁଆ ରହିଯାଇଛନ୍ତି, ଆମେ ସେମାନଙ୍କର ଆକା„ାଗୁଡ଼ିକୁ ମଧ୍ୟ ଜାଗରିତ କରିଛୁ । ଦେଶର ୧୧୦ରୁ ଅଧିକ ଆକା„ୀ ଜିଲ୍ଲା, ଆପାୟାରେସନାଲ ଡିଷ୍ଟ୍ରିକ୍ଟସ୍‍ରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ସଡ଼କ, ରୋଜଗାର ସହିତ ଯୋଡ଼ିହୋଇ ରହିଥିବା ଯୋଜନାଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ସେଗୁଡ଼ିକ ମଧ୍ୟରୁ ଅନେକ ଜିଲ୍ଲା ଆମର ଆଦିବାସୀ ଅଞ୍ଚଳରେ ରହିଛି । ଆମେ ସେହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ବିକାଶର ଏକ ସଶକ୍ତ ସ୍ପର୍ଦ୍ଧାର ଉତ୍ସାହ ସୃଷ୍ଟି କରିଛୁ । ଏହି ଆକାଂକ୍ଷୀ  ଜିଲ୍ଲାଗୁଡ଼ିକ ଭାରତର ଅନ୍ୟ ଜିଲ୍ଲାମାନଙ୍କ ସହି ବରାବର ହୋଇ ସେମାନଙ୍କ ସ୍ତର ପର୍ଯ୍ୟନ୍ତ ପହଞ୍ଚୁ, ଏହି ଦିଗରେ ଆମେ ଦ୍ରୁତ ଗତି ଓ ସ୍ପର୍ଦ୍ଧାର ସହିତ ଆଗକୁ ଆଗେଇ ଚାଲିଛୁ ।

ମୋର ପ୍ରିୟ ଦେଶବାସୀଗଣ,

ଆର୍ଥିକ ଦୁନିଆରେ ପୁଂଜିବାଦ ଏବଂ ସମାଜବାଦ, ଏହାର ଆଲୋଚନା ତ ଢ଼େର୍‍ ହୋଉଛି, କିନ୍ତୁ ଭାରତ ସହକାରବାଦ ଉପରେ ହିଁ ଜୋର ଦେଉଛି । ସହକାରବାଦ, ଆମର ପରମ୍ପରା, ଆମର ସଂସ୍କାର ପାଇଁ ମଧ୍ୟ ଅନୁକୂଳ । ସହକାରବାଦ, ଯେଉଁଥିରେ ଜନତା ଜନାର୍ଦ୍ଦନଙ୍କ ସାମୂହିକ ଶକ୍ତି ଅର୍ଥବ୍ୟବସ୍ଥାର ଚାଳକ ଶକ୍ତି ରୂପେ ଅର୍ଥାତ୍‍, ଡ୍ରାଇଭିଂ ଫୋର୍ସ ଭାବେ ଦେଶର ତୃଣମୂଳ ସ୍ତରର ଅର୍ଥନୀତି ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ସୃଷ୍ଟି କରିବ ।  ସମବାୟ ସଂସ୍ଥା, ଏହା କେବଳ ଆଇନ କାନୁନର ଜଞ୍ଜାଳ ବାଲା ଏକ ବ୍ୟବସ୍ଥା ନୁହେଁ, ବରଂ ସମବାୟ ଏକ ମାନସିକତା । ସମବାୟ ଏକ ସଂସ୍କାର । ସମବାୟ ସାମୂହିକ ଭାବେ ଚାଲିବାର ମନପ୍ରବୃତ୍ତି । ଏହାର ସଶକ୍ତିକରଣ ହେଉ, ଏଥିପାଇଁ ଆମେ ପୃଥକ୍‍ ମନ୍ତ୍ରଣାଳୟ ସୃଷ୍ଟି କରି ଏହି ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛୁ ଏବଂ ରାଜ୍ୟମାନଙ୍କ ମଧ୍ୟରେ ଯେଉଁ ସହକାରୀ କ୍ଷେତ୍ର ରହିଛି, ସେଗୁଡ଼ିକୁ ଯେତେ ଅଧିକ ସାମର୍ଥ୍ୟ ଯୋଗାଯାଇ ପାରିବ, ସେହି ବଳ ଦେବା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରିଛୁ ।

ମୋର ପ୍ରିୟ ଦେଶବାସୀଗଣ,

ଚଳିତ ଦଶକରେ ଆମେ ଗାଁଗୁଡ଼ିକରେ ନୂତନ ଅର୍ଥବ୍ୟବସ୍ଥାର ନିର୍ମାଣ ନିମନ୍ତେ ପୂର୍ଣ୍ଣ ଶକ୍ତିର ଉପଯୋଗ କରିବାକୁ ପଡ଼ିବ । ଆଜି ଆମେ ଗାଁଗୁଡ଼ିକରେ ଦ୍ରୁତ ପରିବର୍ତ୍ତନ ଘଟୁଥିବାର ଲକ୍ଷ୍ୟ କରିପାରୁଛୁ । ବିଗତ କିଛି ବର୍ଷରେ ଗାଁ ପର୍ଯ୍ୟନ୍ତ ସଡ଼କ ଏବଂ ବିଜୁଳିର ସୁବିଧା ପହଞ୍ଚା ଯାଉଥିଲା । ସେହି ପୂର୍ଣ୍ଣ କାଳଖଣ୍ଡ ଆମର ଥିଲା । କିନ୍ତୁ ଏବେ ସେହିସବୁ ଗ୍ରାମମାନଙ୍କୁ ଅପ୍ଟିକାଲ ଫାଇବର ନେଟୱାର୍କ ଡାଟାର ଶକ୍ତି ପହଞ୍ଚା ଯାଉଛି । ଇଣ୍ଟରନେଟ୍‍ ସୁବିଧା ପହଞ୍ଚା ଯାଉଛି । ଗାଁମାନଙ୍କରେ ସୁଦ୍ଧା ଡିଜିଟାଲ ଉଦ୍ଦ୍ୟୋଗୀ ପ୍ରସ୍ତୁତ ହେଉଛନ୍ତି । ଗାଁମାନଙ୍କରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯେଉଁ ୮ କୋଟିରୁ ଅଧିକ ଭଉଣୀମାନେ ସଂଶ୍ଳିଷ୍ଟ ରହିଛନ୍ତି, ସେମାନେ ଗୋଟିକୁ ବଳି ଆଉ ଗୋଟିଏ ନୂଆ ନୂଆ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଦେଶ ଓ ବିଦେଶରେ ବଡ଼ ବଡ଼ ବଜାର ଉପଲବ୍ଧ କରାଇବା ସକାଶେ ଏବେ ସରକାର ଇ- କମର୍ସ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରିବେ ।

ଆଜି ଯେତେବେଳେ ଦେଶ ‘ଭୋକାଲ୍‍ ଫର୍‍ ଲୋକାଲ’ର ମନ୍ତ୍ର ସହିତ ଆଗକୁ ସେତେବେଳେ ଏହି ଡିଜିଟାଲ ପ୍ଲାଟଫର୍ମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦକୁ ଦେଶର ଦୂର ଦୂରାନ୍ତ କ୍ଷେତ୍ରରେ ଏବଂ ବିଦେଶରେ ଥିବା ଲୋକମାନଙ୍କୁ ଏହା ସହ ଯୋଡ଼ାଯାଉଛି । ଏହା ଫଳରେ ସେମାନଙ୍କର ପହଞ୍ଚ ବ୍ୟାପକ ହୋଇପାରିବ । କରୋନା ମହାମାରୀ କାଳରେ ଦେଶର ପ୍ରଯୁକ୍ତି ସାମର୍ଥ୍ୟ, ଆମର ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଏବଂ ସେମାନଙ୍କର ପ୍ରତିବଦ୍ଧତାକୁ ଆମେ ଭଲ ଭାବେ ଦେଖିପାରିଛୁ । ଦେଶର ପ୍ରତ୍ୟେକ କ୍ଷେତ୍ରରେ ଆମର ଦେଶର ବୈଜ୍ଞାନିକମାନେ ଢେର୍‍ ବୁଝିସମଝି କାର୍ଯ୍ୟ କରୁଛନ୍ତି । ଏବେ ସମୟ ଆସିଛି ଯେ ଆମେ ନିଜର କୃଷି କ୍ଷେତ୍ରରେ ମଧ୍ୟ ବୈଜ୍ଞାନିକଙ୍କ କ୍ଷମତାକୁ ଏବଂ ସେମାନଙ୍କର ପରାମର୍ଶକୁ ପ୍ରତିଫଳିତ କରିବାରିବା । କୃଷି କ୍ଷେତ୍ର ସହିତ ଯୋଡ଼ି ପାରିବା । ଏବେ ଆମେ ଆଉ ଅଧିକ ସମୟ ଅପେକ୍ଷା କରିପାରିବାନାହିଁ । ଏହାର ପୂର୍ଣ୍ଣ ଫାଇଦା ଆମକୁ ଉଠାଇବାକୁ ପଡ଼ିବ । ଏହା ଦ୍ୱାରା ଦେଶକୁ ଖାଦ୍ୟ ସୁରକ୍ଷା ପ୍ରଦାନ କରାଯିବା ସହିତ ଫଳ, ପରିପରିବା ଏବଂ ଖାଦ୍ୟଶସ୍ୟର ଉତ୍ପାଦନ ବୃଦ୍ଧିରେ ବହୁତ ବଡ଼ ଫାଇଦା ମିଳିପାରିବ ତଥା ଆମେ ବିଶ୍ୱ ପର୍ଯ୍ୟନ୍ତ ପହଞ୍ôଚବା ଲାଗି ନିଜକୁ ମଜଭୁତ ଭାବେ ଆଗକୁ ବଢ଼ିପାରିବା ।

ଏଭଳି ପ୍ରୟାସ ଭିତରେ କୃଷି କ୍ଷେତ୍ରକୁ ଏକ ବଡ଼ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ଏହି ଚାଲେଞ୍ଜଟି ହେଲା, ଗାଁର ଲୋକମାନଙ୍କ ପାଖରେ ଜମିର ପରିମାଣ କମ୍‍ ହୋଇଥିବାରୁ, ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ. . . ପରିବାରରେ ଯେଉଁ ବାଣ୍ଟକୁଣ୍ଟ ହେଉଛି, ସେହି କାରଣରୁ କୃଷକମାନଙ୍କ ଜମି ଛୋଟରୁ ଆହୁରି ଛୋଟ ହୋଇଚାଲିଛି । ଦେଶର ୮୦ ପ୍ରତିଶତରୁ ଅଧିକ କୃଷକ ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ଦୁଇ ହେକ୍ଟରରୁ ସୁଦ୍ଧା କମ୍‍ ଜମି ରହିଛି । ଆମେ ଲକ୍ଷ୍ୟ କରିପାରିବା ଯେ ୧୦୦ରୁ ୮୦ ଜଣ କୃଷକଙ୍କ ପାଖରେ ଯଦି ଦୁଇ ହେକ୍ଟରରୁ କମ୍‍ ଜମି ରହେ,ତେବେ ଦେଶର ଅଧିକତର କୃଷକ କ୍ଷୁଦ୍ର ଚାଷୀ ବର୍ଗର ବୋଲି ବିବେଚନା କରାଯିବ । ପୂର୍ବରୁ ଯେତେବେଳେ ନୀତି ପ୍ରସ୍ତୁତ କରାଯାଇଥିଲା ସେଥିରେ ଏହିସବୁ କ୍ଷୁଦ୍ର ଚାଷୀଙ୍କୁ ଯେତିକି ପ୍ରାଥମିକତା ଦିଆଯିବା ଉଚିତ ଥିଲା,ସେମାନଙ୍କ ଉପରେ ଯେତିକି ଧ୍ୟାନ କେନ୍ଦ୍ରିତ କରାଯିବା ଉଚିତ ଥିଲା ତାହା ରହିଗଲା । ଏବେ ଦେଶରେ ସେହିସବୁ କ୍ଷୁଦ୍ର ଚାଷୀମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରି କୃଷି ସଂସ୍କାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସିଦ୍ଧାନ୍ତ ଗ୍ରହଣ କରିବାକୁ ଯାଉଛନ୍ତି ।

ଫସଲ ବୀମା ଯୋଜନାରେ ସୁଧାର ହେଉ, ଏମଏସପିକୁ ଦେଢ଼ଗୁଣା କରିବାର ଭଳି ବଡ଼ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ହେଉ, କ୍ଷୁଦ୍ର ଚାଷୀଙ୍କୁ କିଷାନ କ୍ରେଡିଟ୍‍ କାର୍ଡ଼ ମାଧ୍ୟମରେ ଶସ୍ତା ମୂଲ୍ୟରେ ବ୍ୟାଙ୍କରୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା ହେଉ, ସୌରଶକ୍ତି ସହିତ ସଂଶ୍ଳିଷ୍ଟ ଯୋଜନାଗୁଡ଼ିକୁ କୃଷିକ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଯିବା କଥା ହେଉ, କୃଷକ ଉତ୍ପାଦକ ସଂଗଠନ ହେଉ . . .  ଏହି ସମସ୍ତ ପ୍ରୟାସ କ୍ଷୁଦ୍ର ଚାଷୀଙ୍କ କ୍ଷମତା ବଢ଼ାଇବ । ଆଗାମୀ ଦିଗରେ ବ୍ଲକ୍‍ ସ୍ତର ପର୍ଯ୍ୟନ୍ତ ୱେରହାଉସ୍‍ର ସୁବିଧା ସୃଷ୍ଟି କରିବା ଦିଗରେ ଅଭିଯାନ ଆରମ୍ଭ କରାଯିବ । ପ୍ରତ୍ୟେକ କ୍ଷୁଦ୍ର ଚାଷୀଙ୍କ ଛୋଟମୋଟ ଖର୍ଚ୍ଚକୁ ଦୃଷ୍ଟିରେ ରଖି  “ପିଏମ କିଷାନ ସମ୍ମାନ ନିଧି” ଯୋଜନା କାର୍ଯ୍ୟକାରୀ କରାଯାଇଛି । ଦଶ କୋଟିରୁ ଅଧିକ କୃଷକ ପରିବାରଙ୍କ ଜମାଖାତାରେ ଏପର୍ଯ୍ୟନ୍ତ ଦେଢ଼ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ଭାବେ ଜମା କରାଯାଇଛି । କ୍ଷୁଦ୍ର ଚାଷୀ ଏବେ ଆମପାଇର୍ ଆମର ମନ୍ତ୍ର ପାଲଟିଛି, ଆମର ସଂକଳ୍ପ ପାଲଟିଛି । କ୍ଷୁଦ୍ର ଚାଷୀ ହେବେ ଦେଶର ଗର୍ବ... କ୍ଷୁଦ୍ର ଚାଷୀ ହେବ ଦେଶର ଗୌରବ । ଏହା ଆମର ସ୍ୱପ୍ନ । ଆଗାମୀ ବର୍ଷମାନଙ୍କରେ ଆମକୁ ଦେଶର କ୍ଷୁଦ୍ର୍ର ଚାଷୀଙ୍କ ସାମୂହିକ ଶକ୍ତିକୁ ଆହୁରି ଶକ୍ତି ମିଳିବ । ସେମାନଙ୍କୁ ନୂତନ ସୁବିଧା ପ୍ରଦାନ କରିବାକୁ ପଡ଼ିବ । ଆଜି ଦେଶର ୭୦ରୁ ଅଧିକ ରେଳ ପଥରେ, କିଷାନ ରେଳ ଯାତାୟାତ କରୁଛି ।

ଫସଲ ବୀମା ଯୋଜନାରେ ସୁଧାର ହେଉ, ଏମଏସପିକୁ ଦେଢ଼ଗୁଣା କରିବାର ଭଳି ବଡ଼ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ହେଉ, କ୍ଷୁଦ୍ର ଚାଷୀଙ୍କୁ କିଷାନ କ୍ରେଡିଟ୍‍ କାର୍ଡ଼ ମାଧ୍ୟମରେ ଶସ୍ତା ମୂଲ୍ୟରେ ବ୍ୟାଙ୍କରୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା ହେଉ, ସୌରଶକ୍ତି ସହିତ ସଂଶ୍ଳିଷ୍ଟ ଯୋଜନାଗୁଡ଼ିକୁ କୃଷିକ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଯିବା କଥା ହେଉ, କୃଷକ ଉତ୍ପାଦକ ସଂଗଠନ ହେଉ . . .  ଏହି ସମସ୍ତ ପ୍ରୟାସ କ୍ଷୁଦ୍ର ଚାଷୀଙ୍କ କ୍ଷମତା ବଢ଼ାଇବ । ଆଗାମୀ ଦିଗରେ ବ୍ଲକ୍‍ ସ୍ତର ପର୍ଯ୍ୟନ୍ତ ୱେରହାଉସ୍‍ର ସୁବିଧା ସୃଷ୍ଟି କରିବା ଦିଗରେ ଅଭିଯାନ ଆରମ୍ଭ କରାଯିବ । ପ୍ରତ୍ୟେକ କ୍ଷୁଦ୍ର ଚାଷୀଙ୍କ ଛୋଟମୋଟ ଖର୍ଚ୍ଚକୁ ଦୃଷ୍ଟିରେ ରଖି  “ପିଏମ କିଷାନ ସମ୍ମାନ ନିଧି” ଯୋଜନା କାର୍ଯ୍ୟକାରୀ କରାଯାଇଛି । ଦଶ କୋଟିରୁ ଅଧିକ କୃଷକ ପରିବାରଙ୍କ ଜମାଖାତାରେ ଏପର୍ଯ୍ୟନ୍ତ ଦେଢ଼ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ଭାବେ ଜମା କରାଯାଇଛି । କ୍ଷୁଦ୍ର ଚାଷୀ ଏବେ ଆମପାଇର୍ ଆମର ମନ୍ତ୍ର ପାଲଟିଛି, ଆମର ସଂକଳ୍ପ ପାଲଟିଛି । କ୍ଷୁଦ୍ର ଚାଷୀ ହେବେ ଦେଶର ଗର୍ବ... କ୍ଷୁଦ୍ର ଚାଷୀ ହେବ ଦେଶର ଗୌରବ । ଏହା ଆମର ସ୍ୱପ୍ନ । ଆଗାମୀ ବର୍ଷମାନଙ୍କରେ ଆମକୁ ଦେଶର କ୍ଷୁଦ୍ର୍ର ଚାଷୀଙ୍କ ସାମୂହିକ ଶକ୍ତିକୁ ଆହୁରି ଶକ୍ତି ମିଳିବ । ସେମାନଙ୍କୁ ନୂତନ ସୁବିଧା ପ୍ରଦାନ କରିବାକୁ ପଡ଼ିବ । ଆଜି ଦେଶର ୭୦ରୁ ଅଧିକ ରେଳ ପଥରେ, କିଷାନ ରେଳ ଯାତାୟାତ କରୁଛି ।

କିଷାନ ରେଳ କ୍ଷୁଦ୍ର ଚାଷୀମାନଙ୍କୁ ନିଜର ଉତ୍ପାଦକୁ ଅଧିକ ମୂଲ୍ୟ ଦେବାରେ ସହାୟକ ହେଉଛ । କମ୍‍ ପରିବହନର ଖର୍ଚ୍ଚରେ ସେମାନଙ୍କ ସାମଗ୍ରୀକୁ ଦେଶର ଦୂରଦୂରାନ୍ତ କ୍ଷେତ୍ରରେ ଆଧୁନିକ ବ୍ୟବସ୍ଥା ମାଧ୍ୟମରେ ଯଥାଶୀଘ୍ର ପହଞ୍ଚାଇବାର ବ୍ୟବସ୍ଥା କରିଛି । କମଳା ହେଉ କି ଲଙ୍କାମରିଚ ଭଳି ଉତ୍ପାଦ କିମ୍ବା କଳା ଚାଉଳ ବା ହଳଦୀ, ଏହିଭଳି ଅନେକ ଉତ୍ପାଦକୁ ବିଶ୍ୱର ଭିନ୍ନ ଭିନ୍ନ ଦେଶକୁ ପଠାଯାଇପାରୁଛି । ଆଜି ଦେଶ ଖୁସି ଅନୁଭବ କରୁଛି ଯେତେବେଳେ ଭାରତ ଭୂଇଁରୁ ଉତ୍ପାଦିତ ସାମଗ୍ରୀର ସୁଗନ୍ଧ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ପହଞ୍ôଚ ପାରୁଛି । ଭାରତର କୃଷିକ୍ଷେତରୁ ଉତ୍ପାଦିତ ସବୁଜ ପନିପରିବା ଏବଂ ଖାଦ୍ୟାନ୍ନ ବିଶ୍ୱର ସ୍ୱାଦ ପାଲଟିଛି ।

ମୋର ପ୍ରିୟ ଦେଶବାସୀଗଣ,

କିଭଳି ଭାବେ ଆଜି ଗାଁଗୁଡ଼ିକର ସାମର୍ଥ୍ୟ ସୃଷ୍ଟି କରାଯାଉଛି । ଏହାର ଏକ ଉଦାହରଣ ହେଉଛି ସ୍ୱାମୀତ୍ୱ ଯୋଜନା । ଆମେ ସଭିଏଁ ଏହା ଜାଣୁ ଯେ ଗାଁରେ ଜମିର ମୂଲ୍ୟର କ’ଣ ଅବସ୍ଥା ହୋଇଥାଏ । ଜମି ଉପରେ ସେମାନଙ୍କ ୁ ବ୍ୟାଙ୍କମାନଙ୍କରୁ କୌଣସି କରଜ ମିଳେନାହିଁ । ଖୋଦ୍‍ ଜମି ମାଲିକ ହେବା ସତ୍ତ୍ୱେ ଏଭଳି ଅବସ୍ଥା । କାରଣ ଗାଁରେ ଜମିର କାଗଜାତ ଉପରେ କେତେ କେତେ ପିଢ଼ି ଧରି କୌଣସି ପ୍ରକାର କାର୍ଯ୍ୟ ହୋଇନଥାଏ । ଲୋକମାନଙ୍କ ପାଖରେ ଏହାର ବ୍ୟବସ୍ଥା ନଥାଏ । ଏପରି ସ୍ଥିତିକୁ ବଦଳାଇବା କାମ ଆଜି ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ କରାଯାଉଛି । ଆଜି ଗାଁ ଗାଁର ପ୍ରତ୍ୟେକ ଘରର, ପ୍ରତ୍ୟେକ ଜମିର, ଡ୍ରୋନ୍‍ ମାଧ୍ୟମରେ ମ୍ୟାପିଂ କରାଯାଉଛି । ଗାଁର ଜମିର ଡାଟା ଏବଂ ସମ୍ପତ୍ତିର କାଗଜାତ ଅନଲାଇନରେ ଅପଲୋଡ଼ କରାଯାଉଛି । ଏହା ଫଳରେ କେବଳ ଗାଁମାନଙ୍କରେ ଜମିଜମା ସହିତ ଜଡ଼ିତ ବିବାଦର ସମାପ୍ତି ଘଟୁନାହିଁ ଅପରନ୍ତୁ ଗାଁର ଲୋକମାନଙ୍କୁ ବ୍ୟାଙ୍କରୁ ସହଜରେ ଲୋନ୍‍ ମିଳିବାର ଏକ ବ୍ୟବସ୍ଥା ମଧ୍ୟ ନିର୍ମିତ ହୋଇପାରୁଛି । ଗାଁର ଗରିବ ଲୋକଙ୍କ ଜମିଜମା ବିବାଦର ନୁହେଁ, ବିକାଶର ଆଧାର କିଭଳି ହୋଇପାରିବ, ଦେଶ ଆଜି ସେହି ଦିଗରେ ଆଗକୁ ବଢ଼ୁଛି ।

ମୋର ପ୍ରିୟ ଦେଶବାସୀଗଣ,

ସ୍ୱାମୀ ବିବେକାନନ୍ଦଜୀ ଯେତେବେଳେ ଭାରତର ଭବିଷ୍ୟତର କଥା କହୁଥିଲେ, ନିଜର ଆଖି ସାମ୍ନାରେ ମା’ ଭାରତୀର ଭବ୍ୟତାର ସେ ଯେଉଁ ଦର୍ଶନ କରୁଥିଲେ ସେତେବେଳେ ସେ କହୁଥିଲେ – ଯେତେଦୂର ସମ୍ଭବ, ଅତୀତ ଆଡ଼କୁ ଦେଖ । ପଛରେ ଯେଉଁ ଚିର ନୂତନ ଝରଣା ପ୍ରବାହିତ ହେଉଛି, ତା’ର ଜଳକୁ ଆକଣ୍ଠ ପାନକର ଏବଂ ଏହା ପରେ, ସ୍ୱାମୀ ବିବେକାନନ୍ଦଜୀଙ୍କ ବିଶେଷତାକୁ ଲକ୍ଷ୍ୟ କରନ୍ତୁ, ଏହା ପରେ ନିଜ ସାମ୍ନାକୁ ଚାହଁ । ଆଗକୁ ବଢ଼ ଏବଂ ଭାରତକୁ ପୂର୍ବାପେକ୍ଷା କେଇଗୁଣ ଅଧିକ ଉଜ୍ଜ୍ୱଳ, ମହାନ, ଶ୍ରେଷ୍ଠ ବନାଅ । ସ୍ୱାଧୀନତାର ଏହି ୭୫ତମ ବର୍ଷରେ ଆମର ଦାୟିତ୍ୱ ହେଲା ଏଇଆ ଯେ ଏବେ ଆମେ ଦେଶର ଅସୀମ ସାମର୍ଥ୍ୟ ଉପରେ ବିଶ୍ୱାସ କରି ଆଗକୁ ବଢ଼ିବାକୁ ହେବ । ଆମକୁ ମିଳିମିଶି କାମ କରିବାକୁ ପଡ଼ିବ । ନୂତନ ପିଢ଼ିର ଭିତ୍ତିଭୂମି ନିମନ୍ତେ, ଆମକୁ ମିଳିମିଶି କାମ କରିବାକୁ ହେବ । ବିଶ୍ୱ ସ୍ତରୀୟ ଉତ୍ପାଦନ ନିମନ୍ତେ, ଆମକୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ । କଟିଂ ଏଜ୍‍ ନବସୃଜନ ନିମନ୍ତେ, ଆମକୁ ମିଳିମିଶ କାର୍ଯ୍ୟ କରିବାକୁ ପଡ଼ିବ । ତା’ହେଲେ ନୂତନ ପିଢ଼ିର ପ୍ରଯୁକ୍ତି ଆମକୁ ମିଳିପାରିବ ।

ମୋର ପ୍ରିୟ ଦେଶବାସୀଗଣ,

ଆଧୁନିକ ବିଶ୍ୱରେ ପ୍ରଗତିର ପରମ୍ପରା, ଆଧୁନିକ ଭିତ୍ତିଭୂମି ଉପରେ ଦଣ୍ଡାୟମାନ । ଏହି ମଧ୍ୟମ ବର୍ଗର ଆବଶ୍ୟକତାଗୁଡ଼ିକୁ, ଆକାଂକ୍ଷାକୁ ମଧ୍ୟ ପୁଷ୍ଟ କରିଥାଏ । କମ୍‍ଜୋର ଭିତ୍ତିଭୂମିର ବହୁତ ବଡ଼ କ୍ଷତି ବିକାଶର ଗତିକୁ ହିଁ ହୋଇଥାଏ । ସହରୀ ମଧ୍ୟମ ବର୍ଗକୁ ସୁଦ୍ଧା ପହଞ୍ଚିଥାଏ ।

ମୋର ପ୍ରିୟ ଦେଶବାସୀଗଣ,

ଏହି କଥାକୁ ବୁଝି ଜଳ, ସ୍ଥଳ, ଆକାଶ, ପ୍ରତ୍ୟେକ କ୍ଷେତ୍ରରେ ଦେଶ ଅସାଧାରଣ କ୍ଷିପ୍ରତା ଏବଂ ବ୍ୟାପକତାରେ କାମ କରି ଦେଖାଇଛି । ନୂତନ ଜଳମାର୍ଗ, ୱାଟରୱେଜ୍‍ ହେଉ, ନୂଆ ନୂଆ ସ୍ଥାନମାନଙ୍କ ସାମୁଦ୍ରିକ ପ୍ଲେନ୍‍ ସହିତ ଯୋଡ଼ିବା କାମ ହୋଇଥାଉ, ଦେଶରେ ଏହିସବୁ କାମ ଖୁବ୍‍ ଦ୍ରୁତ ବେଗରେ ଜାରି ରହିଛି । ଭାରତୀୟ ରେଳବାଇ ମଧ୍ୟ ଖୁବ୍‍ ଦ୍ରୁତ ଗତିରେ ଆଧୁନିକ ଅବତାର ଦିଗରେ ଢ଼ଳିଚାଲିଛି ।

ଦେଶ ଏହି ସଂକଳ୍ପ ଗ୍ରହଣ କରିଛି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଦ୍ୱାରା, ଆପଣମାନଙ୍କୁ ସମସ୍ତଙ୍କୁ ଜଣା ଯେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ୭୫ ସପ୍ତାହ ପର୍ଯ୍ୟନ୍ତ ମନାଇବାକୁ ସ୍ଥିର କରିଛୁ । ଏହା ୧୨ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ୨୦୨୩ ମସିହା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଉତ୍ସାହର ସହିତ ଆଗକୁ ବଢ଼ିବାକୁ ପଡ଼ିବ । ସେଥିପାଇଁ ଦେଶ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ସ୍ୱାଧୀନତାର ଅମୃତ ମହୋତ୍ସବର ୭୫ ସପ୍ତାହରେ, ୭୫ ସପ୍ତାହରେ ୭୫ଟି ବନ୍ଦେ ଭାରତ ଟ୍ରେନ୍‍ ଦେଶର ପ୍ରତ୍ୟେକ କୋଣକୁ ପରସ୍ପର ମଧ୍ୟଯେ ଯୋଡ଼ିବା କାର୍ଯ୍ୟ କରିବେ । ଆଜି ଯେଉଁ ଗତିରେ ଦେଶରେ ନୂତନ ବିମାନ ବନ୍ଦର ନିର୍ମିତ ହୋଇଚାଲିଛି, ଉଡ଼ାନ ଯୋଜନା ମାଧ୍ୟମରେ ଦୂରଦୂରାନ୍ତ କ୍ଷେତ୍ର ପରସ୍ପର ସହିତ ଯୋଡ଼ି ହେଉଛି, ଏହା ଅଭୂତପୂର୍ବ । ଆଜି ଆମେ ଦେଖୁଛୁ ଯେ କିପରି ଉତ୍ତମ ଏୟାର କନେକ୍ଟିଭିଟି ଲୋକମାନଙ୍କ ସ୍ୱପ୍ନକୁ ନୂତନ ପକ୍ଷ ପ୍ରଦାନ କରୁଛି ।

ମୋର ପ୍ରିୟ ଦେଶବାସୀଗଣ,

ଭାରତକୁ ଆଧୁନିକ ଭିତ୍ତିଭୂମି ନିର୍ମାଣ ନିର୍ମନ୍ତ ସାମଗ୍ରିକ ଦୃଷ୍ଟିକୋଣ, ସମନ୍ୱିତ କାର୍ଯ୍ୟପନ୍ଥା ଗ୍ରହଣ ଆପଣାଇବା ଅତ୍ୟନ୍ତ ଜରୁରି । ଆଗାମୀ ଦିନରେ ଆମକୁ କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାର ନିମନ୍ତେ ବହୁତ ବଡ଼ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛୁ । ପ୍ରଧାନମନ୍ତ୍ରୀ ଗତିଶକ୍ତିର ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍‍ ଦେଶ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛୁ । ଏହାର ଶୁଭାରମ୍ଭ କରିବାକୁ ଯାଉଛୁ । ଏକ ଶହ ଲକ୍ଷ କୋଟିରୁ ଅଧିକ ପୁଂଜି ଏହିରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ଲକ୍ଷ ଲକ୍ଷ ଯୁବକଙ୍କ ନିମନ୍ତେ ରୋଜଗାରର ନୂତନ ଅବସର ମିଳିପାରିବ । ଗତିଶକ୍ତି ଆମର ଦେଶ ନିମନ୍ତେ ଏପରି ଏକ ରାଷ୍ଟ୍ରୀୟ ଭିତ୍ତିଭୂମି ମାଷ୍ଟର ପ୍ଲାନ୍‍ ହେବ ଯାହା ସାମଗ୍ରିକ ଭାବେ ଏକ ଆଧାରଶୀଳା ଗଠନ କରିବ । ଆମର ଅର୍ଥନୀତିକୁ ଏକ ସମନ୍ୱିତ ତଥା ସାମଗ୍ରିକ ମାର୍ଗ ପ୍ରଦାନ କରିବ । ଏବେ ଆମେ ଦେଖୁଛୁ ଯେ ଆମର ପରିବହନର ସାଧନରେ କୌଣସି ତାଳମେଳ ରହୁନାହିଁ । ଗତିଶକ୍ତି ସମନ୍ୱୟତାକୁ ଭଙ୍ଗ କରିବ । ଭବିଷ୍ୟତର ମାର୍ଗରୁ ଏହା ସମସ୍ତ ପଥକୁ, ଏବଂ ଏହା ସହିତ ଆହୁରି ମଧ୍ୟ ଯେତେ ଯେତେ ଜଟିଳତା ରହିଛି, ସେସବୁକୁ ହଟାଇବ । ଏହା ଦ୍ୱାରା ସାଧାରଣ ମଣିେ ନିମନ୍ତେ ଟ୍ରେବଲ ଟାଇମ କମିବ ଏବଂ ଆମର ଶିଳ୍ପର ଉତ୍ପାଦିକା ଆହୁରି ବୃଦ୍ଧି ପାଇବ । ଗତିଶକ୍ତି ଆମର ସ୍ଥାନୀୟ ଉତ୍ପାଦକଙ୍କୁ ବୈଶ୍ୱିକ ପ୍ରତିଦ୍ୱନ୍ଦୀ ଭାବେ ପ୍ରସ୍ତୁତ କରିବା ଦିଗରେ ଅଧିକ ମାତ୍ରାରେ ସହାୟକ ହେବ । ଏହା ଦ୍ୱାରା ଭବିଷ୍ୟତର ଆର୍ଥିକ ଜୋନ୍‍ର ନିର୍ମାଣର ନୂତନ ସମ୍ଭାବନାମାନ ବିକଶିତ ହେବ । ଅମୃତକାଳର ଏହି ଦଶକରେ ଗତିର ଶକ୍ତି ଭାରତର କାୟାକଳ୍ପର ଆଧାର ହେବ ।

ମୋର ପ୍ରିୟ ଦେଶବାସୀଗଣ,

ବିକାଶର ପଥରେ ଆଗକୁ ବଢ଼ିବାବେଳେ ଭାରତକୁ ନିଜର ଉତ୍ପାଦନ ଏବଂ ରପ୍ତାନୀ ଉଭୟକୁ ବୃଦ୍ଧି କରିବାକୁ ପଡ଼ିବ । ଆପଣମାନେ ଦେଖିଛନ୍ତି, ଏବେ କିଛି ଦିନ ପୂର୍ବେ ହିଁ ଭାରତ ପ୍ରଥମ ଥର ପାଇଁ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର୍‍ ଆଇଏନଏସ ବିକ୍ରାନ୍ତକୁ ସମୁଦ୍ରରେ ପରୀକ୍ଷାମୂଳକ ଭାବେ ପ୍ରବେଶ କରାଇଛି । ଭାରତ ଆଜି ନିଜର ଲଢ଼ୁଆ ବିମାନ ନିର୍ମାଣ କରୁଛି, ନିଜର ସବମେରିନ୍‍ ପ୍ରସ୍ତୁତ କରୁଛି । ଗଗନାୟନ ବି ଅନ୍ତରୀକ୍ଷରେ ଭାରତର ବୈଜୟନ୍ତୀ ଉଡ଼ାଇବା ଲାଗି ପ୍ରସ୍ତୁତ ହେଉଛି । ଏହି ସ୍ୱଦେଶୀ ଉତ୍ପାଦନ ଆମର ସାମର୍ଥକୁ ଉଜାଗର କରୁଛି ।

କରୋନା ମହାମାରୀ ପରେ ମୁଣ୍ଡ ଟେକିଥିବା ଆର୍ଥିକ ପରିସ୍ଥିତି ଭିତରେ ମେକ୍‍ ଇନ୍‍ ଇଣ୍ଡିଆକୁ ସ୍ଥାପିତ କରିବା ନିମନ୍ତେ ଦେଶରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନର ଘୋଷଣା କରାଯାଇଛି । ଏହି ଯୋଜନା ଦ୍ଵାରା ଯେଉଁ ପରିବର୍ତ୍ତନ ଆସିବାକୁ ଯାଉଛି, ଏହାର ଉଦାହରଣ ଇଲେକ୍ଟ୍ରୋନିକ୍‍ ଉତ୍ପାଦନ କ୍ଷେତ୍ରରେ ଆସିଛି । ସାତ ବର୍ଷ ପୂର୍ବରୁ ଆମେ ପାଖାପାଖି ଆଠ ବିଲିୟନ୍‍ ଡଲାର ମୂଲ୍ୟର ମୋବାଇଲ୍‍ ଫୋନ୍‍ ବିଦେଶରୁ ଆମଦାନୀ କରୁଥିଲୁ । ଏବେ ଆମଦାନି ତ ଢ଼େର୍‍ ମାତ୍ରାରେ ହ୍ରାସ ପାଇଛି, ଆଜି ଆମେ ତିନି ବିଲିୟନ୍‍ ଡଲାର ମୂଲ୍ୟର ମୋବାଇଲ୍‍ ଫୋନ୍‍ ବିଦେଶକୁ ରପ୍ତାନୀ କରୁଛୁ ।

ଆଜି ଯେତେବେଳେ ଆମର ଉତ୍ପାଦନ କ୍ଷେତ୍ରକୁ ଏଭଳି ପ୍ରଗତି ମିଳିଛି ସେତେବେଳେ ଆମକୁ ଏକଥା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଆମେ ଭାରତରେ ଯାହା ପ୍ରସ୍ତୁତ କରୁଛେ ତାହା ଶ୍ରେଷ୍ଠ ମାନଯୁକ୍ତର ସହିତ ବୈଶ୍ୱିକ ପ୍ରତିଯୋଗିତାରେ ଯେଭଳି ତିଷ୍ଠି ରହିପାରିବ ଏବଂ ହୋଇପାରେ ଯେ ତା’ଠାରୁ ଆଉ ପାଦେ ଆଗୁଆ ହେବ । ଏଭଳି ଭାବେ ଆମକୁ ସାମଗ୍ରୀ ପ୍ରସ୍ତୁତ କରିବାକୁ ହେବ ଏବଂ ସେଥିପାଇଁ ଆମକୁ ବୈଶ୍ୱିକ ବଜାରକୁ ଟାର୍ଗେଟ ଭାବେ ରଖିବାକୁ ପଡ଼ିବ । ଦେଶର ସମସ୍ତ ଉତ୍ପାଦକଙ୍କୁ ମୁଁ ଆଗ୍ରହପୂର୍ବକ କହିବାକୁ ଚାହେଁ, ଆମର ଉତ୍ପାଦକମାନଙ୍କୁ ଏହି କଥାକୁ କଦାପି ଭୁଲିଯିବା ଉଚିତ ନୁହେଁ ଯେ ଆପଣମାନେ ଯେଉଁ ଉତ୍ପାଦକୁ ବାହାରେ ବିକ୍ରି କରନ୍ତି, ତାହା କେବଳ ଆପଣମାନଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ସାମଗ୍ରୀ ନୁହେଁ । ଏଥି ସହିତ ଭାରତର ମଧ୍ୟ ପରିଚୟ ସଂଶ୍ଳିଷ୍ଟ । ଭାରତର ପ୍ରତିଷ୍ଠା ଜଡ଼ିତ, ଭାରତର କୋଟି କୋଟି ଲୋକଙ୍କ ବିଶ୍ୱାସ ଜଡ଼ିତ ।

ମୋର ପ୍ରିୟ ଦେଶବାସୀଗଣ,

ମୁଁ ଏଇଥିପାଇଁ ଉତ୍ପାଦକମାନଙ୍କୁ କହିବାକୁ ଚାହେଁଯେ ଆପଣମାନଙ୍କ ପ୍ରତ୍ୟେକ ଉତ୍ପାଦ ଭାରତର ବ୍ରାଣ୍ଡା ଆମ୍ବାସଡ଼ର । ଯେତେବେଳ ପର୍ଯ୍ୟନ୍ତ ସେହିସବୁ ସାମଗ୍ରୀ ବ୍ୟବହାର ନିମନ୍ତେ ଅଣାଯାଉଥିବ, ତା’ର କ୍ରେତା କହିବ, ବଡ଼ ଗର୍ବର ସହିତ କହିବ, ମଥା ଉନ୍ନତ କରି କହିବ- ହଁ, ଏହା ମେଡ଼୍‍ ଇନ୍‍ ଇଣ୍ଡିଆ ପ୍ରଡକ୍ଟ । ଏଭଳି ମାନସିକତା ଆବଶ୍ୟକ । ଏବେ ଆପଣମାନଙ୍କ ମନରେ ବିଶ୍ୱ ବଜାରରେ ଛାଇଯିବା ସକାଶେ ସ୍ୱପ୍ନ ସୃଷ୍ଟି ହେବା ଆବଶ୍ୟକ । ସେହି ସ୍ୱପ୍ନକୁ ସାକାର କରିବା ନିମନ୍ତେ ସରକାର ପ୍ରତ୍ୟେକ ମତେ ଆପଣମାନଙ୍କ ସହିତ ଠିଆ ହେବ ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଦେଶର ଭିନ୍ନ ଭିନ୍ନ ସେକ୍ଟର ଏବଂ ଦେଶର ଛୋଟ ଛୋଟ ସହରମାନଙ୍କରେ ସୁଦ୍ଧା ଟାୟାର ୨ , ଟାୟାର ୩ ନଗରୀରେ ସୁଦ୍ଧା ନୂଆ ନୂଆ ଷ୍ଟାର୍ଟ ଅପ୍‍ମାନ ସୃଷ୍ଟି ହେଉଛନ୍ତି । ସେମାନଙ୍କୁ ଭାରତୀୟ ଉତ୍ପାଦକୁ ଆନ୍ତର୍ଜାତୀୟ ବଜାରରେ ପହଞ୍ôଚବା ସକାଶେ ବଡ଼ ଭୂମିକା ନିର୍ବାହ କରିବାକୁ ହେବ । ସରକାର ନିଜର ଏହି ଷ୍ଟାର୍ଟ ଅପ୍ମାନଙ୍କ ସହିତ ପୂର୍ଣ୍ଣ ଶକ୍ତିର ସହିତ ଠିଆ ହୋଇଛି । ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା କାମ ହୋଇଥାଉ, ଟ୍ୟାକ୍ସରେ ଛାଡ଼ ଦେବା ପ୍ରସଙ୍ଗ ହୋଇଥାଉ, ସେମାନଙ୍କ ଲାଗି ନିମୟକୁ ସରଳ କରିବା ହୋଇଥାଉ, ସବୁ ପ୍ରକାର କାର୍ଯ୍ୟ କରାଯାଉଛି । ଆମେ ଦେଖିଛୁ ଯେ କରୋନାର ଏହି କଠିନ ସମୟରେ ହଜାର ହଜାର ସଂଖ୍ୟାରେ ନୂତନ ଷ୍ଟାର୍ଟ ଅପ୍‍ ଏହି ପରୀକ୍ଷାରୁ ଉଦ୍ଧାର ପାଇ ଆସିଛନ୍ତି । ବଡ଼ ସଫଳତାର ସହିତ ସେମାନେ ଆଗକୁ ବଢ଼ୁଛନ୍ତି । ଗଲାକାଲିର ଷ୍ଟାର୍ଟ ଅପ୍‍ ଆଜିର ୟୁନିକର୍ଣ୍ଣ ବନୁଛନ୍ତି । ସେମାନଙ୍କର ମାର୍କେଟ ଭାଲ୍ୟୁ ହଜାର ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି ।

ଏମାନେ ଦେଶରେ ଏକ ନୂତନ ପ୍ରକାର ସମ୍ପଦ ସୃଜନକାରୀ ହୋଇଛନ୍ତି । ଏମାନେ ନିଜର ବିଶେଷ ଚିନ୍ତାଧାରାର ସହିତ ଶକ୍ତିରେ ନିଜ ପାଦରେ ନିଜେ ଠିଆ ହେଉଛନ୍ତି, ଆଗକୁ ବଢ଼ୁଛନ୍ତି ଏବଂ ବିଶ୍ୱବ୍ୟାପୀ ଛାଇ ଯିବାର ସ୍ୱପ୍ନକୁ ନେଇ ଆଗକୁ ଅଗ୍ରସର ହେଉଛନ୍ତି । ଚଳିତ ଦଶକରେ ଭାରତର ଷ୍ଟାର୍ଟଅପ୍‍ମାନେ, ଭାରତର ଷ୍ଟାର୍ଟଅପ୍‍ ବାତାବରଣ, ଏହାକୁ ଆମେ ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ବନାଇବା, ଆମକୁ ଏହି ଦିଗରେ କାମ କରିବାକୁ ହେବ । ଆମକୁ ରୋକିଯିବାକୁ ହେବନାହିଁ ।

ମୋର ପ୍ରିୟ ଦେଶବାସୀଗଣ,

ବିରାଟ ପରିବର୍ତ୍ତନ ଆଣିବା ସକାଶେ, ବଡ଼ ସଂସ୍କାର ନିମନ୍ତେ, ରାଜନୈତିକ ଇଚ୍ଛାଶକ୍ତି, ପଲିଟିକାଲ ୱିଲ୍‍ର ଆବଶ୍ୟକତା ପଡ଼ିଥାଏ । ଆଜି ସାରା ବିଶ୍ୱ ଦେଖୁଛି ଯେ ଭାରତରେ ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ । ସଂସ୍କାରକୁ ଲାଗୁ କରିବା ନିମନ୍ତେ ଉତ୍ତମ ଓ ସ୍ମାର୍ଟ ଗଭର୍ଣ୍ଣାନ୍ସର ଆବଶ୍ୟକ ପଡ଼ିଥାଏ । ଆଜି ଦୁନିଆ ଏହି କଥାର ମଧ୍ୟ ସାକ୍ଷୀ ପାଲଟିଛି ଯେ କେମିତି ଭାରତ ନିଜର ଗଭର୍ଣ୍ଣାନ୍ସର ନୂତନ ଅଧ୍ୟାୟ ଲେଖ ହେଉଛି । ଅମୃତକାଳର ଏହି ଦଶକରେ ଆମେ ପରବର୍ତ୍ତୀ ପିଢ଼ି ସକାଶେ ସଂସ୍କାରକୁ .. ଏବଂ ସେଥିରେ ଆମର ପ୍ରାଥମିକତା ହେବା ଆବଶ୍ୟକ । ନାଗରିକମାନଙ୍କୁ ଯାହା କିଛି ମିଳିବା ଆବଶ୍ୟକ, ଯେଉଁ ସର୍ଭିସ୍‍ ଡେଲିଭରୀ ହେବା ଦରକାର, ତାହା ଶେଷ ମାଇଲ ପର୍ଯ୍ୟନ୍ତ, ସମାଜର ଶେଷତମ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ,ନିରବଚ୍ଛିନ୍ନ ଭାବେ , କୌଣସି ସମସ୍ୟା ବିନା, କଠିନତା ବିନା ପହଞ୍ôଚବା ଜରୁରି । ଦେଶର ସାମଗ୍ରିକ ବିକାଶ ନିମନ୍ତେ ଲୋକମାନଙ୍କ ଜୀବନରେ ସରକାର ଏବଂ ସରକାରୀ ପ୍ରକ୍ରିୟାଗୁଡ଼ିକର ବିନା କାରଣରେ ଦଖଲର ସମାପ୍ତି ଘଟାଇବାକୁ ପଡ଼ିବ ।

ପୂର୍ବ ସରକାରଙ୍କ ଅମଳରେ ଖୋଦ୍‍ ସେମାନେ ଡ୍ରାଇଭିଂ ସିଟ୍‍ ଉପରେ ବସି ଯାଇଥିଲେ । ଏହା ସେହି ସମୟର ସମ୍ଭବତଃ ଆବଶ୍ୟକତା ହୋଇଥାଇପାରେ । କିନ୍ତୁ ଏବେ ସମୟ ବଦଳି ସାରିଛି । ବିଗତ ସାତ ବର୍ଷରେ ଦେଶରେ ଏଥିପାଇଁ ପ୍ରୟାସ ବୃଦ୍ଧି ପାଇଛି ଯେ ଦେଶର ଲୋକମାନଙ୍କୁ ଅନାବଶ୍ୟକ ଆଇନର ଜାଲ, ଅନାବଶ୍ୟକ ପ୍ରକ୍ରିୟାର ଜାଲରୁ ମୁକ୍ତ କରିବା ଦରକାର । ଏପର୍ଯ୍ୟନ୍ତ ଦେଶର ଶହ ଶହ ପୁରୁଣା ଆଇନକୁ ସମାପ୍ତ କରାଯାଇସାରିଛି । କରୋନାର ଏହି କାଳଖଣ୍‍ନରେ ସୁଦ୍ଧା ସରକାର ୧୫ ହଜାରରୁ ଅଧିକ କମ୍ପ୍ଲିଆନ୍ସକୁ ସମାପ୍ତ କରିଛନ୍ତି । ଏବେ ଆପଣମାନେ ଲକ୍ଷ୍ୟ କରନ୍ତୁ, ଆପଣମାନେ ସୁଦ୍ଧା ଅନୁଭବ କରିପାରିଥିବେ ଯେ କୌଣସି ଗୋଟିଏ ଛୋଟ ସରକାରୀ କାମ ହୋଇଥାଉ, ଢ଼େର୍‍ କାଗଜପତ୍ର, ବାରମ୍ବାର କାଗଜ, ଗୋଟିଏ ସୂଚନା ଅନେକଥର, ଏହି ପ୍ରକ୍ରିୟା ଚାଲିଆସିଥିଲା । ୧୫ ହଜାର କମ୍ପ୍ଲିଆନ୍ସକୁ ଆମେ ନିଃଶେଷ କରିଦେଇଛୁ ।

ଏବେ ଚିନ୍ତା କରନ୍ତୁ, ୨୦୦ ବର୍ଷ ପୂର୍ବେ . . .  ଏକ ଉଦାହରଣ ମୁଁ ଦେବାକୁ ଚାହେଁ, ୨୦୦ ବର୍ଷ ପୂର୍ବେ ଆମର ଏଠାରେ ଗୋଟିଏ ନିୟମ ଚାଲି ଆସୁଥିଲା  . .. ୨୦୦ ବର୍ଷ ପୂର୍ବେ ଅର୍ଥାତ୍‍ ୧୮୫୭ ମସିହା ପୂର୍ବରୁ, ଯେଉଁ କାରଣରୁ ଦେଶର ନାଗରିକଙ୍କୁ ମ୍ୟାପିଂ ଅର୍ଥାତ୍‍ ନକ୍ସା ପ୍ରସ୍ତୁତର ସ୍ୱାଧୀନତା ମିଳୁନଥିଲା । ଏବେ ବିଚାର କରନ୍ତୁ, ୧୮୫୭ ମସିହା ପୂର୍ବରୁ ଚାଲିଆସୁଥିବା ଏହି ନିୟମ .. ନକ୍ସା ପ୍ରସ୍ତୁତ କରିବାକୁ ପଡ଼ିଲେ ସରକାରଙ୍କୁ ପଚାରନ୍ତୁ, ନକ୍ସା କେଉଁ ବହିରେ ଛାପିବାର ଅଛି ତ ସରକାରଙ୍କୁ ପଚାରନ୍ତୁ, ନକ୍ସା ହଜିଗଲେ ଗିରଫଦାରୀର ପ୍ରାବଧାନ ମଧ୍ୟ ଏଥିରେ ଥିଲା । ଆଜିକାଲି ପ୍ରତ୍ୟେକ ଫୋନ୍‍ରେ ମ୍ୟାପର ଆପ୍‍ ରହିଛି । ସାଟେଲାଇଟ୍‍ର ଶକ୍ତି ଏତେ ବେଶୀଯେ କଳ୍ପନା ବାହାରେ । ତଥାପି ଏଭଳି ଆଇନର ବୋଝକୁ ମୁଣ୍ଡାଇ ଆଗକୁ ଆମେ କିପରି ଅଗ୍ରସର ହୋଇପାରିବା?

କମ୍ପ୍ଲିଆନ୍ସର ଏହି ବୋଝ ଉତାରିବା ଅତ୍ୟନ୍ତ ଜରୁରି ଥିଲା । ମ୍ୟାପିଂ କଥା ହେଉ, ସ୍ପେସ୍‍ର କଥା ହେଉ, ସୂଚନା ପ୍ରଯୁକ୍ତିର କଥା ହେଉ, ବିପିଓ କଥା ହେଉ, ଯେମିତି ଅନେକ କ୍ଷେତ୍ରରେ ବହୁତ ସାରା ନିୟମକୁ ଆମେ ସମାପ୍ତ କରିଦେଇଛୁ ।

ମୋର ପ୍ରିୟ ଦେଶବାସୀଗଣ,

ବିନା କାରଣରେ ଆଇନକୁ ଜାବୁଡ଼ି ଧରିବାରୁ ମୁକ୍ତି ଇଜ୍‍ ଅଫ୍‍ ଲିଭିଂ ସହିତ ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ଉଭୟଙ୍କ ପାଇଁ ଏକାନ୍ତ ଜରୁରି । ଆମ ଦେଶର ଉଦ୍ଦ୍ୟୋଗ ଏବଂ ବ୍ୟାପାର ଆଜି ଏହି ପରିବର୍ତ୍ତନର ବାତାବରଣକୁ ଅନୁଭବ କରିପାରୁଛି ।

ଆଜି ଡଜନ ଡଜନ୍‍ ଶ୍ରମ ଆଇନକୁ ଆମେ କେବଳ ୪ଟି କୋଡ୍‍ ଭିତରେ ସବାବିଷ୍ଟ କରିପାରିଛୁ । ଟ୍ୟାକ୍ସ ସହିତ ସଂଶ୍ଳିଷ୍ଟ ବ୍ୟବସ୍ଥାମାନଙ୍କୁ ମଧ୍ୟ ଏବେ ସହଜ ଏବଂ ଫେସ୍‍ଲେସ୍‍ କରାଯାଇଛି । ଏହିଭଳି ଭାବେ ସଂସ୍କାର କେବଳ ସରକାର ପର୍ଯ୍ୟନ୍ତ ସୀମିତ ରହିନାହିଁ, ଅପରନ୍ତୁ ଗ୍ରାମ ପଞ୍ଚାୟତ ଏବଂ ନଗର ନିଗମ, ନଗରପାଳିକା ପର୍ଯ୍ୟନ୍ତ ପହଞ୍ôଚବା ନିମନ୍ତେ, ଏହାଉପରେ ଦେଶର ପ୍ରତ୍ୟେକ ବ୍ୟବସ୍ଥାକୁ ମିଳାଇ କାମ କରିବାକୁ ପଡ଼ିବ । ମୁଁ ଆଜି ଆହ୍ୱାନ ଜଣାଉଛି ଏବଂ ଅତି ଆଗ୍ରହର ସହ ଆମନ୍ତ୍ରଣ କରୁଛି, କେନ୍ଦ୍ର ହେଉ ଅବା ରାଜ୍ୟ ସମସ୍ତଙ୍କର ସବୁ ବିଭାଗଙ୍କୁ ମୁଁ କହୁଛି, ସମସ୍ତ ସରକାରୀ କାର୍ଯ୍ୟାଳୟଙ୍କୁ କହୁଛି । ନିଜର ସେଠାକାର ନିୟମ ଏବଂ ପ୍ରକ୍ରିୟାକୁ ସମୀକ୍ଷା କରିବାର ଅଭିଯାନ ଆରମ୍ଭ କରନ୍ତୁ । ସେହିଭଳି ସବୁ ନିୟମ, ସେହିଭଳି ପ୍ରକ୍ରିୟା ଯାହା ଦେଶର ଲୋକମାନଙ୍କ  ପାଇଁ ବାଧା ରୂପେ ଉଭା ହୋଇଛି, ବୋଝ ଭାବେ ଦଣ୍ଡାୟମାନ ହୋଇଛି । ଆମକୁ ସେସବୁକୁ ଦୂର କରିବାକୁ ପଡ଼ିବ । ମୁଁ ଜାଣେ, ଏହି ୭୦- ୭୫ ବର୍ଷ ଭିତରେ ଯାହାସବୁ ଠୂଳ ହୋଇଛି ତାହା ଗୋଟିଏ ଦିନରେ କିମ୍ବା ଗୋଟିଏ ବର୍ଷରେ ହଟାଯାଇ ପାରିବନାହିଁ । କିନ୍ତୁ ଆମେ ଯଦି ମନ ସ୍ଥିରକରି ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବା ତା’ହେଲେ ତାହା ଅବଶ୍ୟ କରିପାରିବା ।

ଆଜି ଦେଶର ଭିନ୍ନ ଭିନ୍ନ ସେକ୍ଟର ଏବଂ ଦେଶର ଛୋଟ ଛୋଟ ସହରମାନଙ୍କରେ ସୁଦ୍ଧା ଟାୟାର ୨ , ଟାୟାର ୩ ନଗରୀରେ ସୁଦ୍ଧା ନୂଆ ନୂଆ ଷ୍ଟାର୍ଟ ଅପ୍‍ମାନ ସୃଷ୍ଟି ହେଉଛନ୍ତି । ସେମାନଙ୍କୁ ଭାରତୀୟ ଉତ୍ପାଦକୁ ଆନ୍ତର୍ଜାତୀୟ ବଜାରରେ ପହଞ୍ôଚବା ସକାଶେ ବଡ଼ ଭୂମିକା ନିର୍ବାହ କରିବାକୁ ହେବ । ସରକାର ନିଜର ଏହି ଷ୍ଟାର୍ଟ ଅପ୍ମାନଙ୍କ ସହିତ ପୂର୍ଣ୍ଣ ଶକ୍ତିର ସହିତ ଠିଆ ହୋଇଛି । ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା କାମ ହୋଇଥାଉ, ଟ୍ୟାକ୍ସରେ ଛାଡ଼ ଦେବା ପ୍ରସଙ୍ଗ ହୋଇଥାଉ, ସେମାନଙ୍କ ଲାଗି ନିମୟକୁ ସରଳ କରିବା ହୋଇଥାଉ, ସବୁ ପ୍ରକାର କାର୍ଯ୍ୟ କରାଯାଉଛି । ଆମେ ଦେଖିଛୁ ଯେ କରୋନାର ଏହି କଠିନ ସମୟରେ ହଜାର ହଜାର ସଂଖ୍ୟାରେ ନୂତନ ଷ୍ଟାର୍ଟ ଅପ୍‍ ଏହି ପରୀକ୍ଷାରୁ ଉଦ୍ଧାର ପାଇ ଆସିଛନ୍ତି । ବଡ଼ ସଫଳତାର ସହିତ ସେମାନେ ଆଗକୁ ବଢ଼ୁଛନ୍ତି । ଗଲାକାଲିର ଷ୍ଟାର୍ଟ ଅପ୍‍ ଆଜିର ୟୁନିକର୍ଣ୍ଣ ବନୁଛନ୍ତି । ସେମାନଙ୍କର ମାର୍କେଟ ଭାଲ୍ୟୁ ହଜାର ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି ।

ଏମାନେ ଦେଶରେ ଏକ ନୂତନ ପ୍ରକାର ସମ୍ପଦ ସୃଜନକାରୀ ହୋଇଛନ୍ତି । ଏମାନେ ନିଜର ବିଶେଷ ଚିନ୍ତାଧାରାର ସହିତ ଶକ୍ତିରେ ନିଜ ପାଦରେ ନିଜେ ଠିଆ ହେଉଛନ୍ତି, ଆଗକୁ ବଢ଼ୁଛନ୍ତି ଏବଂ ବିଶ୍ୱବ୍ୟାପୀ ଛାଇ ଯିବାର ସ୍ୱପ୍ନକୁ ନେଇ ଆଗକୁ ଅଗ୍ରସର ହେଉଛନ୍ତି । ଚଳିତ ଦଶକରେ ଭାରତର ଷ୍ଟାର୍ଟଅପ୍‍ମାନେ, ଭାରତର ଷ୍ଟାର୍ଟଅପ୍‍ ବାତାବରଣ, ଏହାକୁ ଆମେ ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ବନାଇବା, ଆମକୁ ଏହି ଦିଗରେ କାମ କରିବାକୁ ହେବ । ଆମକୁ ରୋକିଯିବାକୁ ହେବନାହିଁ ।

ମୋର ପ୍ରିୟ ଦେଶବାସୀଗଣ,

ବିରାଟ ପରିବର୍ତ୍ତନ ଆଣିବା ସକାଶେ, ବଡ଼ ସଂସ୍କାର ନିମନ୍ତେ, ରାଜନୈତିକ ଇଚ୍ଛାଶକ୍ତି, ପଲିଟିକାଲ ୱିଲ୍‍ର ଆବଶ୍ୟକତା ପଡ଼ିଥାଏ । ଆଜି ସାରା ବିଶ୍ୱ ଦେଖୁଛି ଯେ ଭାରତରେ ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ । ସଂସ୍କାରକୁ ଲାଗୁ କରିବା ନିମନ୍ତେ ଉତ୍ତମ ଓ ସ୍ମାର୍ଟ ଗଭର୍ଣ୍ଣାନ୍ସର ଆବଶ୍ୟକ ପଡ଼ିଥାଏ । ଆଜି ଦୁନିଆ ଏହି କଥାର ମଧ୍ୟ ସାକ୍ଷୀ ପାଲଟିଛି ଯେ କେମିତି ଭାରତ ନିଜର ଗଭର୍ଣ୍ଣାନ୍ସର ନୂତନ ଅଧ୍ୟାୟ ଲେଖ ହେଉଛି । ଅମୃତକାଳର ଏହି ଦଶକରେ ଆମେ ପରବର୍ତ୍ତୀ ପିଢ଼ି ସକାଶେ ସଂସ୍କାରକୁ .. ଏବଂ ସେଥିରେ ଆମର ପ୍ରାଥମିକତା ହେବା ଆବଶ୍ୟକ । ନାଗରିକମାନଙ୍କୁ ଯାହା କିଛି ମିଳିବା ଆବଶ୍ୟକ, ଯେଉଁ ସର୍ଭିସ୍‍ ଡେଲିଭରୀ ହେବା ଦରକାର, ତାହା ଶେଷ ମାଇଲ ପର୍ଯ୍ୟନ୍ତ, ସମାଜର ଶେଷତମ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ,ନିରବଚ୍ଛିନ୍ନ ଭାବେ , କୌଣସି ସମସ୍ୟା ବିନା, କଠିନତା ବିନା ପହଞ୍ôଚବା ଜରୁରି । ଦେଶର ସାମଗ୍ରିକ ବିକାଶ ନିମନ୍ତେ ଲୋକମାନଙ୍କ ଜୀବନରେ ସରକାର ଏବଂ ସରକାରୀ ପ୍ରକ୍ରିୟାଗୁଡ଼ିକର ବିନା କାରଣରେ ଦଖଲର ସମାପ୍ତି ଘଟାଇବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ,

କୌଶଳ ଓ ସାମର୍ଥ୍ୟରେ ଭରା, ନିଜର ଜନ୍ମଭୂମି ନିମନ୍ତେ କିଛି କରିବାର ଭାବନା ସହିତ ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ କରିବାରେ ଭୂମିକା ରହିଛି . .  ଯେକୌଣସି ବ୍ୟକ୍ତିର ହେବ.. .ବଡ଼ ଭୂମିକା ହେବ- ଆମର ଶିକ୍ଷାର, ଆମର ଶିକ୍ଷା ବ୍ୟବସ୍ଥାର, ଆମର ଶିକ୍ଷା ପରମ୍ପରାର । ଆଜି ଦେଶ ପାଖରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିବା ବାଲା ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ମଧ୍ୟ ରହିଛି । ଏବେ ଆମର ପିଲାମାନେ କେବଳ କୌଶଳର ସ୍ୱଳ୍ପତା ଦୃଷ୍ଟିରୁ ଅଟକିଯିବେନାହିଁ କିମ୍ବା ଭାଷାର ସୀମା ଭିତରେ ବାନ୍ଧି ହୋଇରହିବେନାହିଁ । ଦୁର୍ଭାଗ୍ୟକୁ ଆମ ଦେଶରେ ଭାଷାକୁ ନେଇ ଏକ ବିରାଟ ବିଭାଜନ ସୃଷ୍ଟି ହୋଇଛି । ଭାଷା  କାରଣରୁ ଆମେ ଦେଶର ବହୁତ ବଡ଼ ଟ୍ୟାଲେଣ୍ଟକୁ ପିଞ୍ଜରା ଭିତରେ ବାନ୍ଧି ରଖିଛୁ । ମାତୃଭାଷାରେ ଅତି ଉତ୍କୃଷ୍ଟ ଲୋକ ଉପଲବ୍ଧ ହୋଇପାରିବେ । ମାତୃଭାଷାରେ ପଢ଼ିଥିବା ଲୋକ ଆଗକୁ ଆସିବେ ତ ସେମାନଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିବ । ଯେତେବେଳେ ଗରିବ ବ୍ୟକ୍ତିର କନ୍ୟା, ଗରିବ ବ୍ୟକ୍ତିର ପୁତ୍ର ମାତୃଭାଷାରେ ପଢ଼ି ପ୍ରଫେସନାଲ ହେବେ, ସେତେବେଳେ ସେମାନଙ୍କର ସାମର୍ଥ୍ୟ ସହିତ ଉଚିତ ନ୍ୟାୟ ହୋଇପାରିବ । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଦ୍ୱାରା ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମର ସାଧନ ହେଉଛି ଭାଷା ବୋଲି ମୋର ବିଶ୍ୱାସ । ଏହି ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ମଧ୍ୟ ଏକ ପ୍ରକାର ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ କରିବା ନିମନ୍ତେ ଏକ ବଡ଼ ଶସ୍ତ୍ର ହୋଇ କାର୍ଯ୍ୟରେ ଆସିବ । ଦାରିଦ୍ର‌୍ୟ ବିରୁଦ୍ଧରେ ଆମକୁ ସଂଗ୍ରାମରେ ବିଜୟୀ ହେବା ନିମନ୍ତେ ମାତୃଭାଷାରେ ଶିକ୍ଷା ହେଉଛି ଆଧାର । ମାତୃଭାଷାର ପ୍ରତିଷ୍ଠା, ମାତୃଭାଷାର ମାହାତ୍ମ୍ୟ ମଧ୍ୟ ଏଥିପାଇଁ ବଡ଼ ସାଧନ । ଦେଶ ଏହା ଦେଖିଛି ଯେ କ୍ରୀଡ଼ା ମୈଦାନରେ .. ଏବଂ ଆମେ ଅନୁଭବ କରୁଛେ, ଭାଷା କେବେ ପ୍ରତିବନ୍ଧକ ହେଉନାହିଁ ଏବଂ ଏହାର ପରିଣାମ ଆମେ ଦେଖିଛେ ଯେ ଆମର ଯୁବଶକ୍ତି  ଯେଉଁମାନେ କ୍ରୀଡ଼ରେ ସାମିଲ, ସେମାନଙ୍କ ପାଇଁ ଭାଷା କଦାପି ପ୍ରତିବନ୍ଧକ ନୁହେଁ ଏବଂ ସେମାନେ ବେଶ୍‍ ସ୍ୱାଭାବିକତାର ସହ ସମନ୍ୱୟ ରକ୍ଷା କରି ଖେଳି ପାରୁୂଛନ୍ତି । ଏବେ ଆମକୁ ଜୀବନର ଅନ୍ୟ ମୈଦାନରେ ସେହି ପଦ୍ଧତିକୁ ଅନୁସରଣ କରିବାକୁ ହେବ ।

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଛି । ଏଥିରେ କ୍ରୀଡ଼ାକୁ ଏକ୍ସଟ୍ରା କରିକୁଲାର ସ୍ଥାନରେ ମେନଷ୍ଟ୍ରୀମ୍‍ ଶିକ୍ଷାର ଅଂଶ ଭାବେ ଗ୍ରହଣ କରାଯାଇଛି । ଜୀବନକୁ ଆଗକୁ ବଢ଼ିବା ଦିଗରେ ଯେଉଁସବୁ ପ୍ରଭାବୀ ମାଧ୍ୟମ ରହିଛି ସେଥିରୁ କ୍ରୀଡ଼ା ଅନ୍ୟତମ । ଜୀବନର ପୂର୍ଣ୍ଣତା ନିମନ୍ତେ, ଜୀବନରେ ଖେଳକୁଦ କରିବା, କ୍ରୀଡ଼ାରେ ସାମିଲ ହେବା ଖୁବ୍‍ ଆବଶ୍ୟକ । ଏକ ସମୟ ଏଭଳି ଥିଲା ଯେତେବେଳେ ଖେଳକୁଦକୁ ମୁଖ୍ୟ ଆଧାର ବୋଲି ଗ୍ରହଣ କରାଯାଉନଥିଲା । ମାତାପିତା ମଧ୍ୟ ପିଲାମାନଙ୍କୁ କହୁଥିଲେ ଯେ ଖାଲି ଖେଳକୁଦ କରିବୁ ତ ଜୀବନ ବରବାଦ ହୋଇଯିବ । ଏବେ ଦେଶରେ ଫିଟନେସକୁ ନେଇ ଏକ ଭିନ୍ନ ସଜେତନତା ଓ ଜାଗରଣ ସୃଷ୍ଟି ହୋଇଛି । ଏଥର ଅଲିମ୍ପିକରେ ମଧ୍ୟ ଆମେ ଦେଖିଛୁ, ଏକଥା ଆମେ ଅନୁଭବ କରିଛୁ । ଏପରି ପରିବର୍ତ୍ତନ ଆମ ଦେଶ ପାଇଁ ଏକ ବହୁତ ବଡ଼ ଟର୍ଣ୍ଣି ପଏଣ୍ଟ । ସେଥିପାଇଁ ଆଜି ଦେଶରେ ଖେଳରେ ଟ୍ୟାଲେଣ୍ଟ୍‍, ଟେକ୍ନୋଲୋଜି ଏବଂ ପ୍ରଫେସନାଲିଜିମ୍‍ ଆଣିବା ସକାଶେ ଯେଉଁ ଅଭିଯାନ ଚାଲିଛି ଚଳିତ ଦଶକରେ ଆମେ ଏହାକୁ ଆହୁରି ତୀବ୍ର କରିବୁ ଏବଂ ବ୍ୟାପକ କରିବୁ ।

ଏହା ଦେଶ ପାଇଁ ଗୌରବର କଥା ଯେ ଶିକ୍ଷା ହେଉ ଅବା କ୍ରୀଡ଼ା, ବୋର୍ଡ ଫଳାଫଳ ହେଉ କିମ୍ବା ଅଲିମ୍ପିକ ମୈଦାନରେ ଆମର ଝିଅମାନେ ଆଜି ଅଭୂତପୂର୍ବ ପ୍ରଦର୍ଶନ କରିଆସୁଛନ୍ତି ।  ଆଜି ଭାରତର କନ୍ୟାମାନେ ନିଜର ସ୍ଥାନ ସୃଷ୍ଟି କରିବା ନିମନ୍ତେ ବେଶ୍‍ ଆତୁର ଓ ବ୍ୟଗ୍ର । ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ପ୍ରତ୍ୟେକ କ୍ୟାରିଅର ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ସମାନ ସହଭାଗିତା ଯେଭଳି ସୁନିଶ୍ଚିତ ହୋଇପାରିବ । ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିମ ଯେ ସଡ଼କ ଠାରୁ ନେଇ ୱାର୍କପ୍ଲେସ୍‍ ପର୍ଯ୍ୟନ୍ତ, ପ୍ରତ୍ୟେକ ସ୍ଥାନରେ ଯେଭଳି ମହିଳାମାନେ ସୁରକ୍ଷିତ ଅନୁଭବ କରିବେ । ସମ୍ମାନର ଭାବନା ହିଁ ଏଥିପାଇଁ ଦେଶର ଶାସନ ପ୍ରଶାସନକୁ , ପୁଲିସକୁ ଏବଂ ନ୍ୟାୟ ବ୍ୟବସ୍ଥାକୁ, ନାଗରିକମାନଙ୍କୁ ନିଜର ଶତ ପ୍ରତିଶତ ଦାୟିତ୍ୱ ନିର୍ବହନ କରିବାକୁ ହେବ । ଏହି ସଂକଳ୍ପକୁ ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ସଂକଳ୍ପ ରୂପେ ପ୍ରସ୍ତୁତ କରିବାକୁ ପଡ଼ିବ।

ଆଜି ମୁଁ ଏହି ଖୁସି ଦେଶବାସୀମାନଙ୍କ ସହ ବାଣ୍ଟିବାକୁ ଚାହେଁ । ମୋତେ ଲକ୍ଷ ଲକ୍ଷ କନ୍ୟାଙ୍କ ସଂଦେଶ ମିଳୁଥିଲା ଯେ ସେମାନେ ସୈନିକ ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହୀ । ସେମାନଙ୍କ ପାଇଁ ମଧ୍ୟ ସୈନିକ ସ୍କୁଲର ଦ୍ୱାର ଏବେ ଉନ୍ମୁକ୍ତ କରାଯାଇଛି । ଦୁଇ- ଅଢ଼େଇ ବର୍ଷ ପୂର୍ବରୁ ମିଜୋରାମର ସୈନିକ ସ୍କୁଲରେ ପ୍ରଥମ ଥର ପାଇଁ ବାଳିକାମାନଙ୍କୁ ନାମ ଲେଖାଇବା ସକାଶେ ଆମେ ଏକ ଛୋଟ ପ୍ରୟୋଗ ଆରମ୍ଭ କରିଥିଲୁ । ଆଜି ସରକାର ସ୍ଥିର କରିଛନ୍ତି ଯେ ଦେଶର ସମସ୍ତ ସୈନିକ ସ୍କୁଲକୁ ଦେଶର କନ୍ୟାମାନଙ୍କ ନିମନ୍ତେ ଖୋଲି ଦିଆଯିବ । ଦେଶର ସମସ୍ତ ସୈନିକ ସ୍କୁଲରେ ଏବେ ସେମାନେ ପାଠ ପଢ଼ିପାରିବେ ।

ବିଶ୍ୱରେ ରାଷ୍ଟ୍ରୀୟ ନିରାପତ୍ତା ଦାୟିତ୍ୱ ବେଶ୍‍ ମହତ୍ତ୍ୱ ବହନ କରେ ଯେମିତିକ ପର୍ଯ୍ୟାବରଣର ସୁରକ୍ଷା ମହତ୍ତ୍ୱ ବହନ କରେ । ଭାରତ ଆଜି ପର୍ଯ୍ୟାବରଣ ନିରାପତ୍ତାର ଏକ ମୁଖ୍ୟ ସ୍ୱର ପାଲଟିଛି । ଆଜି ଜୈବ ବିବିଧନା ହେଉ କିମ୍ବା ଲ୍ୟାଣ୍ଡ ନିଉଟ୍ରାଲିଟି, ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ବର୍ଜ୍ୟ ପୁନଃଚକ୍ରଣ, ଅର୍ଗାନିକ ଫାର୍ମିଂ ହେଉ କିମ୍ବା ବାୟୋଗ୍ୟାସ ହେଉ, ଶକ୍ତି ସଂରକ୍ଷଣ ହେଉ ବା ସ୍ୱଚ୍ଛ ଶକ୍ତି ଟ୍ରାଞ୍ଜିସନ୍‍ ହେଉ, ପର୍ଯ୍ୟାବରଣ ଦିଗରେ ଭାରତର ପ୍ରୟାସର ପରିଣାମ ଏବେ ଦେଖିବାକୁ ମିଳିଛି । ଭାରତରେ ଜଙ୍ଗଲ କ୍ଷେତ୍ର କଥା କିମ୍ବା ରାଷ୍ଟ୍ରୀୟ ପାର୍କର ସଂଖ୍ୟା, ବାଘଙ୍କ ସଂଖ୍ୟ ଓ ଏସିଆଟିକ୍‍ ସିଂହଙ୍କ ସଂଖ୍ୟା, ସବୁ କ୍ଷେତ୍ରରେ ବୃଦ୍ଧି ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛି ।

 

ମୋର ପ୍ରିୟ ଦେଶବାସୀଗଣ,

ଭାରତର ଏହିସବୁ ସଫଳତା ଭିତରେ ଆଉ ଏକ ସତ୍ୟକୁ ମଧ୍ୟ ଆମମାନଙ୍କୁ ବୁଝିବାକୁ ପଡ଼ିବ । ଭାରତ ଆଜି ଶକ୍ତି କ୍ଷେତ୍ରରେ ସ୍ୱାଧୀନ ହୋଇପାରିନାହିଁ । ଭାରତ ଆଜି ଶକ୍ତି ଆମଦାନି ନିମନ୍ତେ ପ୍ରତିବର୍ଷ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ କରୁଛି । ଭାରତର ପ୍ରଗତି ନିମନ୍ତେ ଆତ୍ମନିର୍ଭର ଭାରତ ଗଠନ ସକାଶେ ଭାରତର ଶକ୍ତି ସ୍ୱାଧୀନତା ସ୍ଥିତି ହାସଲ କରିବା ହେଉଛି ସମୟର ଆବଶ୍ୟକତା ଏବଂ ଅନିବାର୍ଯ୍ୟ ମଧ୍ୟ । ସେଥିପାଇଁ ଆଜି ଭାରତକୁ ଏହି ସଂକଳ୍ପ ମଧ୍ୟ ନେବାକୁ ପଡ଼ିବ ଯେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଦେଶକୁ ଶକ୍ତି କ୍ଷେତ୍ରରେ ସ୍ୱାଧୀନ ବନାଇବା ଏବଂ ସେଥିପାଇଁ ଆମର ରୋଡମ୍ୟାପ୍‍ ବେଶ୍‍ ସ୍ପଷ୍ଟ । ଗ୍ୟାସ୍‍ ଭିତ୍ତିକ ଅର୍ଥନୀତି ହେଉ, ଦେଶବ୍ୟାପୀ ସିଏନଜି, ପିଏନଜିର ନେଟୱାର୍କ ହୋଇଥାଉ, ୨୦ ପ୍ରତିଶତ ଇଥାନୋଲ ବ୍ଲେଣ୍ଡିଂର ଟାର୍ଗେଟ୍‍ ହାସଲ କରିବା ହେଉ, ଭାରତ ଏକ ସ୍ଥିର ନିଶ୍ଚିତ ଲକ୍ଷ୍ୟର ସହ ଆଗକୁ ବଢ଼ିଚାଲିଛି । ଭାରତ ଇଲେକ୍ଟ୍ରୋନିକ୍‍ ମୋବିଲିଟି ଦିଗରେ ମଧ୍ୟ ପାଦ ବଢ଼ାଇବା ଆରମ୍ଭ କରିଛି ଏବଂ ରେଳବାଇକୁ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯିବା ଉପରେ କାର୍ଯ୍ୟ ବେଶ୍‍ ଜୋରସୋର ଭାବେ ଚାଲିଛି । ଭାରତୀୟ ରେଳବାଇ ୨୦୩୦ ମସିହା ସୁଦ୍ଧା ନେଟ୍‍ ଜିରୋ କାର୍ବନ ଉତ୍ସର୍ଜନ ହେବା ଲକ୍ଷ୍ୟ ରଖିଛି । ଏଭଳି ସବୁ ପ୍ରୟାସ ସହିତ ହିଁ ଦେଶ ମିଶନ ସର୍କୁଲାର ଇକୋନୋମି ଉପରେ ଜୋର ଦେଉଛି । ଆମର ଯାନବାହନ ସ୍କ୍ରାପିଂ ନୀତି ଏହାର ଏକ ବଡ଼ ଉଦାହରଣ । ଆଜି ଜି- ୨୦ ରାଷ୍ଟ୍ରମାନଙ୍କର ଯେଉଁ ଗୋଷ୍ଠୀ ରହିଛି, ସେଥିରେ ଭାରତ ଏକମାତ୍ର ଏଭଳି ରାଷ୍ଟ୍ର, ଯିଏ ନିଜର ଜଳବାୟୁ ଲକ୍ଷ୍ୟକୁ ପ୍ରାପ୍ତ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି ।

ଭାରତ ଚଳିତ ଦଶକ ଶେଷ ସୁଦ୍ଧା ଅକ୍ଷୟ ଶକ୍ତିର ୪୫୦ ଗିଗାୱାଟ ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିଛି । ୨୦୩୦ ମସିହା ସୁଦ୍‍ଧା ୪୫୦ ଗିଗାୱାଟ । ଏଥିରେ ୧୦୦ ଗିଗାୱାଟର ଲକ୍ଷ୍ୟ ଭାରତ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରିସାରିଛି । ଆମର ଏହି ପ୍ରୟାସ ବିଶ୍ୱକୁ ମଧ୍ୟ ଏକ ଭରସା ପ୍ରଦାନ କରିଛି । ବୈଶ୍ୱିକ ସ୍ଥିତି ଉପରେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ଗଠନ ଏହାର ବିରାଟ ଉଦାହରଣ । ଭାରତ ଆଜି ଯେଉଁସବୁ କାର୍ଯ୍ୟ କରୁଛି ସେଥବରେ ସବୁଠାରୁ ବଡ଼ ଲକ୍ଷ୍ୟ ହେଲାଯେ ଭାରତକୁ କ୍ଲାଇମେଟ୍‍ ସୁରକ୍ଷା କ୍ଷେତ୍ରରେ କ୍ୱାଣ୍ଟମ୍‍ ଜମ୍ପ୍‍ ଦେବାର ଅଛି । ତାହା ଗ୍ରୀନ୍‍ ହାଇଡ୍ରୋଜେନ୍ର କ୍ଷେତ୍ର । ଗ୍ରୀନ୍‍ ହାଇଡ୍ରୋଜେନ୍‍ କ୍ଷେତ୍ରରେ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ମୁଁ ଆଜି ଏହି ତ୍ରିରଙ୍ଗାକୁ ସାକ୍ଷୀ ରଖି ରାଷ୍ଟ୍ରୀୟ ହାଇଡ୍ରୋଜେନ୍‍ ମିଶନର ଘୋଷଣା କରୁଛି । ଅମୃତ କାଳରେ ଆମେ ଭାରତକୁ ଗ୍ରୀନ୍‍ ହାଇଡ୍ରୋଜେନ୍‍ର ଉତ୍ପାଦନ ଏବଂ ରପ୍ତାନିର ବୈଶ୍ୱିକ ହବ୍‍ ସୃଷ୍ଟି କରିବାର ଅଛି । ତାହା ଶକ୍ତି କ୍ଷେତ୍ରରେ ଭାରତକୁ  ଏକ ନୂତନ ପ୍ରଗତିକୁ ଆତ୍ମନିର୍ଭର ବନାଇବ ଏବଂ ସମଗ୍ର ବିଶ୍ୱରେ ସ୍ୱଚ୍ଛ ଶକ୍ତି ଟ୍ରାଞ୍ଜିସନର ଏକ ନୂତନ ପ୍ରେରଣା ଯୋଗାଇବ । ଗ୍ରୀନ୍‍ ଗ୍ରୋଥ୍‍ ଦ୍ୱାରା ଗ୍ରୀନ୍‍ ଜବ୍‍କୁ ନୂଆ ନୂଆ ଅବସର ଆମର ନୂତନ ଯୁବକଙ୍କ ନିମନ୍ତେ ଆମର ଷ୍ଟାର୍ଟ ଅପ୍‍ ନିମନ୍ତେ ଆଜି ସହଯୋଗ ଯୋଗାଉଛି ।

ମୋର ପ୍ରିୟ ଦେଶବାସୀଗଣ,

ଏକବିଂଶ ଶତାବ୍ଦୀର ଆଜିର ଭାରତ ବିରାଟ ଲକ୍ଷ୍ୟ ସ୍ଥାପନ ଏବଂ ଏହାକୁ ପ୍ରାପ୍ତ କରିବାର ସାମର୍ଥର ଅଧିକାରୀ ହୋଇଛି । ଆଜି ଭାରତ ଏହିସବୁ ପ୍ରସଙ୍ଗକୁ ମଧ୍ୟ ସମାଧାନ କରିଚାଲିଛି ଯାହାର ସମାଧାନ ନିମନ୍ତେ ଦଶନ୍ଧି ଦଶନ୍ଧିର, ଶତାବ୍ଦୀ ଶତାବ୍ଦୀର ପ୍ରତୀକ୍ଷା ଥିଲା । ଧାରା ୩୭୦କୁ ବଦଳାଇବାର ଐତିହାସିକ ନିଷ୍ୱତ୍ତି ହୋଇଥାଉ, ଦେଶକୁ ଟିକସ ଜାଲରୁ ମୁକ୍ତ କରିବାର ବ୍ୟବସ୍‍୍‍ଥା- ଜିଏସଟି ହୋଇଥାଉ, ଆମର ସେନା ସାଥୀଙ୍କ ନିମନ୍ତେ “ୱାନ୍‍ ର‌୍ୟାଙ୍କ୍‍ - ୱାନ୍‍ ପେନସନ୍‍”ର ନିଷ୍ପତ୍ତି ହୋଇଥାଉ, ରାମ ଜନ୍ମଭୂମି, ଦେଶର ଶାନ୍ତିପୂର୍ଣ୍ଣ ସମାଧାନ ଏହି କିଛି ବର୍ଷ ଭିତରେ ହିଁ ଆମେ ସତ୍ୟ ବୋଲି ପ୍ରମାଣିତ କରି ଦେଖାଇଛୁ ।

ତ୍ରିପୁରାରେ ଦଶନ୍ଧି ଦଶନ୍ଧିର ପ୍ରତୀକ୍ଷା ସତ୍ତ୍ୱେ ବ୍ରୁ- ରିୟାଙ୍ଗ ବୁଝାମଣା ପ୍ରସଙ୍‍ଗ ହୋଇଥାଉ, ଓବିସି କମିଶ୍‍ନକୁ ସାମ୍ବିଧାନିକ ଦରଜା ଦେବା କଥା ହୋଇଥାଉ କିମ୍ବା ଜାମ୍ମୁ – କାଶ୍ମୀରରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିଡ଼ିସି ଏବଂ ଡିଡିସି ନିର୍ବାଚନ ହୋଇଥାଉ, ଭାରତର ସଂକଳ୍ପ ଶକ୍ତି ଲଗାତାର ଭାବେ ସିଦ୍ଧ ହୋଇଚାଲିଛି ।

ଆଜି କରୋନାର ଏହି କାଳରେ, ଭାରତରେ ରେକର୍ଡ଼ ବିଦେଶୀ ନିବେଶ ପ୍ରବେଶ କରିଚାଲିଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଏପର୍ଯ୍ୟନ୍ତ ସବୁଠାରୁ ଉଚ୍ଚ ସ୍ତରରେ ରହିଛି । ସର୍ଜିକାଲ ଷ୍ଟ୍ରାଇକ୍‍ ଏବଂ ଏୟାର ଷ୍ଟ୍ରାଇକ୍‍ କରି ଭାରତ ଦେଶର ଶତ୍ରୁଙ୍କୁ ନୂତନ ଭାରତର ସାମର୍ଥ୍ୟର ସଂଦେଶ ମଧ୍ୟ ଦେଇଛି । ଏହା ସୂଚୀତ କରିଛି ଯେ ଭାରତ ବଦଳି ଚାଲିଛି । ଭାରତ ବଦଳି ପାରେ । ଭାରତ କଠିନରୁ କଠିନତର ନିଷ୍ପତ୍ତି ମଧ୍ୟ ନେଇପାରେ ଏବଂ କଡ଼ାର ଅତି କଡ଼ା ନିଷ୍ପତ୍ତି ନେବାରେ ମଧ୍ୟ ଭାରତ ତିଳେହେଲେ ଚିନ୍ତିତ ହେବନାହିଁ, ରୋକିବ ନାହିଁ ।

ମୋର ପ୍ରିୟ ଦେଶବାସୀଗଣ,

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଦ୍ୱିତୀୟ ମହାସମର ପରେ ବୈଶ୍ୱିକ ସମ୍ପର୍କର ସ୍ୱରୂପ ବଦଳି ଯାଇଥିଲା । କରୋନା ପରେ ମଧ୍ୟ ପୋଷ୍ଟ କରୋନାର ନୂତନ ବିଶ୍ୱ ଶୃଙ୍ଖଳାର ସମ୍ଭାବନା ସୃଷ୍ଟି ହୋଇଛି । କରୋନା ସମୟରେ ବିଶ୍ୱ ;ଭାରତର ପ୍ରୟାସକୁ ଦେଖିଛି ଏବଂ ଏହାର ସହାୟତା ମଧ୍ୟ ନେଇଛି । ଆଜି ବିଶ୍ୱ ଭାରତକୁ ଏକ ନୂତନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛି । ଏହି ଦୃଷ୍ଟିର ଦୁଇଟି ମହତ୍ତ୍ୱପୂର୍ଣ୍ଣ ଦିଗ ରହିଛି- ଏକ ଆତଙ୍କବାଦ ଏବଂ ଦ୍ୱିତୀୟଟି ହେଉଛି ବିସ୍ତାରବାଦ । ଭାରତ ଏହି ଦୁଇଟି ଚାଲେଞ୍ଜ ସହିତ ଜୁଝି ଚାଲିଛି ଏବଂ ଏପର୍ଯ୍ୟନ୍ତ ବଡ଼ ସାହସର ସହିତ ସେମାନଙ୍କୁ ଜବାବ ମଧ୍ୟ ଦେିଛି । ଆମେ, ଭାରତ ନିଜର ସାୟିତ୍ୱକୁ ଉଚିତ ଭାବେ ନିର୍ବାହ କରୁଛି । ଏଥିପାଇଁ ଆମର ପ୍ରତିରକ୍ଷା ପ୍ରସ୍ତୁତିକୁ ବି ସେତିକି ସୁଦୃଢ଼ ରହିବା ଉଚିତ । ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା, ଭାରତୀୟମାନଙ୍କୁ, ଭାରତର କମ୍ପାନୀମାନଙ୍କୁ ପ୍ରୋତ୍ସାହିତ କରିବ ନିମନ୍ତେ ଆମର କଠୋର ପରିଶ୍ରମୀ ଉଦ୍ଦ୍ୟମୀମାନଙ୍କୁ ନୂତନ ଅବସର ଉପଲବ୍ଧ କରାଇବା ସକାଶେ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ । ମୁଁ ଦେଶକୁ ଏହି ବିଶ୍ୱାସ ଦେଉଛି ଯେ ଦେଶର ସୁରକ୍ଷା ସହିତ ସଂଶ୍ଳିଷ୍ଟ ଆମର ସେନାଙ୍କ ହାତ ଯେଭଳି ମଜଭୁତ ହୋଇପାରିବ ସେଥିଲାଗି ଆମେ କୌଣସି ସୁଯୋଗକୁ ହାତଛଡ଼ା କରିବୁନାହିଁ ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଦେଶର ମହାନ ବିଚାରକ ଶ୍ରୀ ଅରବିନ୍ଦଙ୍କର ଜନ୍ମ ଜୟନ୍ତୀ । ୨୦୨୨ ମସିହାରେ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀର ପର୍ବ ପାଳନ କରାଯିବ । ଶ୍ରୀ ଅରବିନ୍ଦ ଭାରତର ଉଜ୍ଜ୍ୱଳ ଭବିଷ୍ୟ ସ୍ୱପ୍ନଦ୍ରଷ୍ଟା ଥିଲେ । ସେ କହୁଥିଲେ ଯେ ଆମକୁ ସେତିକି ସାମର୍ଥ୍ୟବାନ୍‍ ହେବାକୁ ପଡ଼ିବ, ଯେତିକି ପୂର୍ବରୁ କେବେ ହୋଇନଥିଲେ । ଆମକୁ ନିଜର ସ୍ୱଭାବକୁ ବଦଳାଇବାକୁ ପଡ଼ିବ । ଏକ ନୂତନ ହୃଦୟର ସହ ନିଜକୁ ପୁଣି ଥରେ ଜାଗ୍ରତ କରିବାକୁ ପଡ଼ିବ । ଶ୍ରୀ ଅରବିନ୍ଦଙ୍କର ଏହି ବାଣୀ ଆମକୁ ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଇଥାଏ । ଜଣେ ନାଗରିକ ହିସାବରେ, ଏକ ସମାଜ ହିସାବରେ ଆମେ ଦେଶକୁ କ’ଣ କ’ଣ ଦେଉଛେ, ଏକଥା ମଧ୍ୟ ଆମେ ଚିନ୍ତା କରିବା ଆବଶ୍ୟକ । ଆମର ଅଧିକାରକୁ ଆମେ ସର୍ବଦା ମହତ୍ତ୍ୱ ପ୍ରଦାନ କରିଥାଏ । ସେହି କାଳଖଣ୍ଡରେ ଏହା ମଧ୍ୟ ଆବଶ୍ୟକ । କିନ୍ତୁ ଏବେ ଆମକୁ ନିଜର କର୍ତ୍ତବ୍ୟକୁ ସର୍ବୋପରି ରଖିବାକୁ ପଡ଼ିବ । ସର୍ବୋପରି ରଖିବାକୁ ହେବ ଯେଉଁ ସଂକଳ୍ପର ପ୍ରତିବଦ୍ଧତା ଆଜି ଦେଶ ଉଠାଇଛି । ତାହାକୁ ସଂପୂର୍ଣ୍ଣ କରିବା ଦିଗରେ ସମସ୍ତେ ନିଜର ଦାୟିତ୍ୱ ନିର୍ବହନ କରିବାକୁ ହେବ । ପ୍ରତ୍ୟେକ ଦେଶବାସୀଙ୍କୁ ଏହାକୁ ଗ୍ରହଣ କରିବାକୁ ପଡ଼ିବ । ଦେଶ ଏବେ ଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିଛି । ଏବେ ଆମର କର୍ତ୍ତବ୍ୟ ହେଉଛି ପାଣି ସଂରକ୍ଷଣକୁ କାର୍ଯ୍ୟକୁ ଅଭ୍ୟାସରେ ପରିଣତ କରିବା । ଯଦି ଡିଜିଟାଲ କାରବାର ଉପରେ ଆମେ ବଳ ଦେଉଛେ, ସେତେବେଳେ ଆମର କର୍ତ୍ତବ୍ୟ ହେଉଛି ଯେ ଆମେ କମ୍‍ ନଗଦବାଲା କାରବାର କରିବା । ଦେଶ ଭୋକାଲ୍‍ ଫର୍‍ ଲୋକାଲ ଅଭିଯାନ ଆରମ୍ଭ କରିଛି । ସେତେବେଳେ ଆମର କର୍ତ୍ତବ୍ୟ ହେଉଛି ଅଧିକରୁ ଅଧିକ ସ୍ଥାନୀୟ ଉତ୍ପାଦକୁ କ୍ରୟ କରିବା । ଦେଶକୁ ପ୍ଲାଷ୍ଟିକମୁକ୍ତ ଭାରତ କରିବାର କଳ୍ପନା ଆମେ କରିଛୁ । ସେତେବେଳେ ଆମର କର୍ତ୍ତବ୍ୟ ହେଉଛି ଯେ ସିଙ୍ଗଲ ୟୁଜ୍‍ ପ୍ଲାଷ୍ଟିକ୍‍ର ବ୍ୟବହାରକୁ ସଂପୂର୍ଣ୍ଣ ରୂପେ ରୋକିବା । ଆମର ଏହା ମଧ୍ୟ କର୍ତ୍ତବ୍ୟ ଯେ ଆମେ ନିଜର ନଦୀମାନଙ୍କରେ ମଇଳା ପକାଇବାନାହିଁ । ନିଜର ସମୁଦ୍ର ତଟକୁ ସ୍ୱଚ୍ଛ ରଖିବା । ଆମକୁ ସ୍ୱଚ୍ଛ ଭାରତ ମିଶନକୁ ମଧ୍ୟ ଏକ ନୂତନ ଦିଶା ପହଞ୍ଚାଇବାକୁ ପଡ଼ିବ ।

ଆଜି ଯେତେବେଳେ ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ସ୍ୱାଧାନତାର ଅମୃତ ମହୋତ୍ସବ ମନାଉଛି, ସେତେବେଳେ ଆମମାନଙ୍କୁ ଏହି ଆୟୋଜନ ସହିତ ସଂଶ୍ଳିଷ୍ଟ ହେବା, ସେଥିରେ ବଢ଼ି- ଚଢ଼ି ଅଂଶଗ୍ରହଣ କରିବା, ସଂକଳ୍ପକୁ ବାରମ୍ବାର ଜାଗ୍ରତ କରିବା, ଏହା ଆମମାନଙ୍କର ସମସ୍ତଙ୍କର କର୍ତ୍ତବ୍ୟ । ନିଜର ସ୍ୱାଧୀନତା ସଂଗ୍ରାମକୁ ସ୍ମରଣ ରଖି ଆପଣମାନେ ଯାହା କିଛି କରିବେ .. ଯାହା କିଛି.. ଅମୃତର ବିନ୍ଦୁ ଭାବେ ଅବଶ୍ୟ ତାହା ପବିତ୍ର ହେବ ଏବଂ କୋଟି କୋଟି ଭାରତୀୟଙ୍କ ପ୍ରୟାସରେ ପ୍ରସ୍ତୁତ ଏହି ଅମୃତ କୁମ୍ଭ ଆଗାମୀ ବର୍ଷମାନଙ୍କ ଲାଗି ପ୍ରେରଣା ଭାବେ ଉତ୍ସାହ ଉତ୍ପନ୍ନ କରିବ ।

ମୋର ପ୍ରିୟ ଦେଶବାସୀଗଣ,

ମୁଁ ଭବିଷ୍ୟଦ୍ରଷ୍ଟା ନୁହେଁ, ମୁଁ କର୍ମର ଫଳରେ ଅବଶ୍ୟ ବିଶ୍ୱାସ ରଖେ । ମୋର ଦୃଢ଼ ବିଶ୍ୱାସ ଯେ ମୋର ଦେଶର ଯୁବଗୋଷ୍ଠୀଙ୍କ ଉପରେ, ମୋର ବିଶ୍ୱାସ ଯେ ଦେଶର ଭଉଣୀମାନଙ୍କ ଉପରେ,ଦେଶର କନ୍ୟାମାନଙ୍କ ଉପରେ, ଦେଶର କୃଷକମାନଙ୍କ ଉପରେ, ଦେଶର ପ୍ରଫେସନାଲମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଏହି ‘ମବଦ୍ଭ ୟକ୍ଟ’ ପିଢ଼ି, ଏମାନେ ଲକ୍ଷ୍ୟ ଅବଶ୍ୟ ହାସଲ କରିବେ ।

ମୋର ବିଶ୍ୱାସ ଯେ ଯେତେବେଳେ ୨୦୪୭ ମସିହାରେ ସ୍ୱାଧୀନତାର ସ୍ୱର୍ଣ୍ଣିମ ଉତ୍ସବ, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ହେବ, ସେତେବେଳେ ଯିଏ ବି ପ୍ରଧାନମନ୍ତ୍ରୀ ଥିବେ, ଆଜିଠାରୁ ୨୫ ବର୍ଷ ପରେ ଯିଏ ପ୍ରଧାନମନ୍ତ୍ରୀ ଥାଆନ୍ତୁ ସେ ଯେତେବେଳେ ଧ୍ୱଜାରୋହଣ କରିବେ... ମୁଁ ଆଜି ଦୃଢ଼ ବିଶ୍ୱାସର ସହିତ କହୁଛି .. . ସେ ନିଜ ଭାଷଷର ଯେଉଁ ସିଦ୍ଧିଗୁଡ଼ିକର ବର୍ଣ୍ଣନା କରିବେ ସେହିସବୁ ସିଦ୍ଧାନ୍ତ ତାହା ହେବ ଯାହା ପାଇଁ ଆଜି ଦେଶ ସଂକଳ୍ପ ନେଉଛି... ଏହା ମୋର ବିଜୟର ବିଶ୍ୱାସ ।

ଆଜି ମୁଁ ଯାହା ସଂକଳ୍ପ ରୂପେ କହୁଛି, ତାହା ୨୫ ୧ର୍ଷ ପରେ ଯିଏ ବି ଧ୍ୱଜାରୋହରଣ କରୁଥିବେ , ସେ ସିଦ୍ଧି ଭାବେ ତାହା ଅବଶ୍ୟ ଉଚ୍ଚାରଣ କରିବେ । ଦେଶ ସିଦ୍ଧିର ରୂପରେ ଏହାର ଗୌରବ ଗାନ କରୁଥିବ । ଆଜି ଯେଉଁମାମନେ ଦେଶର ଯୁବବର୍ଗ ଭାବେ ଅଛନ୍ତି, ସେମାନେ ସେତେବେଳକୁ ଦେଖିବେ ଯେ ଦେଶ କିଭଳି ଅବିଶ୍ୱସନୀୟ ସାଫଲ୍ୟ ହାସଲ କରିଛି ।

ଏକବିଂଶ ଶତାବ୍ଦୀରେ ଭାରତର ସ୍ୱପ୍ନ ଏବଂ ଆକାଂକ୍ଷାଗୁଡ଼ିକର ପୂରଣ କରିବା ନିମନ୍ତେ ଆମକୁ କୌଣସି ବାଧା କଦାପି ରୋକି ପାରିବନାହିଁ । ଆମର ଶକ୍ତି ଆମର ସାମର୍ଥ୍ୟ । ଆମର ଶକ୍ତି ଆମର ଐକ୍ୟ । ଆମର ପ୍ରାଣଶକ୍ତି ରାଷ୍ଟ୍ର ପ୍ରଥମ- ସଦୈବ ପ୍ରଥମର ଭାବନା । ଏହି ସମୟ ବାସ୍ତବ ସ୍ୱପ୍ନ ଦେଖିବାର, ଏହି ସମୟ ବାସ୍ତବ ସଂକଳ୍ପ ଗ୍ରହଣ କରିବାର, ଏହି ସମୟ ବାସ୍ତବ ପ୍ରଯତ୍ନ କରିବାର . . . ଏବଂ ଏହି ସମୟ ହେଉଛି ଆମକୁ ବିଜୟ ଦିଗରେ ଅଗ୍ରସର ହେବାର ପ୍ରକୃଷ୍ଟ ମୁହୂର୍ତ୍ତ ।

ଏବଂ ସେଇଥିପାଇଁ ମୁଁ ପୁଣି ଥରେ କହୁଛି -

ଏହି ହେଉଛି ସମୟ,

ଏହି ହେଉଛି ସମୟ . . . ଉଚିତ ସମୟ, ଭାରତର ଅମୂଲ୍ୟ ସମୟ!

ଏହି ହେଉଛି ସମୟ . . . ଉଚିତ ସମୟ! ଭାରତର ଅମୂଲ୍ୟ ସମୟ!

ଅସଂଖ୍ୟ ହସ୍ତର ଶକ୍ତି ଏଥିରେ ନିହିତ,

ଅସଂଖ୍ୟ ଭୁଜର ଶକ୍ତି, ପ୍ରତି ଦିଗକୁ ଦେଶର ଭକ୍ତି!

ଅସଂଖ୍ୟ ଭୁଜର ଶକ୍ତି, ପ୍ରତି ଦିଗକୁ ଦେଶର ଭକ୍ତି...

ତୁମେ ଜାଗି ତ୍ରିରଙ୍ଗା ଉଡ଼ାଅ,

ତୁମେ ଜାଗି ତ୍ରିରଙ୍ଗା ଉଡ଼ାଅ,

ଭାରତର ଭାଗ୍ୟକୁ ପ୍ରସାରିତ କର, ଭାରତର ଭାଗ୍ୟକୁ ପ୍ରସାରିତ କର!

ଏହି ହେଉଛି ସମୟ, ଉଚିତ ସମୟ! ଭାରତର ଅମୂଲ୍ୟ ସମୟ ।

କିଛି ଏମିତି ନୁହଁ...

କିଛି ଏମିତି ନୁହଁ, ଯାହା କରି ପାରିବନି,

କିଛି ଏମିତି ନୁହଁ, ଯାହା ପାଇ ପାରିବନି,

ତୁମେ ଉଠିପଡ଼. . .

ତୁମେ ଉଠିପଡ଼, ତୁମେ ଜୁଟି ପଡ଼,

ସାମର୍ଥ୍ୟକୁ ନିଜର ଚିହ୍ନିନିଅ...

ସାମର୍ଥ୍ୟକୁ ନିଜର ଚିହ୍ନିନିଅ,

କର୍ତ୍ତବ୍ୟକୁ ନିଜର ଜାଣିଯାଅ...

କର୍ତ୍ତବ୍ୟକୁ ନିଜର ଜାଣିଯାଅ!

ଏହି ହେଉଛି ସମୟ, ଉଚିତ ସମୟ! ଭାରତର ଅମୂଲ୍ୟ ସମୟ!

ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଦେଶବାସୀଙ୍କ ଲକ୍ଷ୍ୟ ଯଥାର୍ଥରେ ବଦଳୁ, ମୋର ଏହି କାମନା । ଏହି ଶୁଭକାମନାର ସହିତ, ସମସ୍ତ  ଦେଶବାସୀଙ୍କୁ ୭୫ତମ ସ୍ୱତନ୍ତ୍ରତା ଦିବସରେ ମୁଁ ପୁଣି ଥରେ ବଧେଇ ଜଣାଉଛି ଏବଂ ମୋ ସହିତ ହାତ ଉପରକୁ କରି ଆପଣମାନେ ଉଚ୍ଚାରଣ କରନ୍ତୁ –

ଜୟ ହିନ୍ଦ୍‍,

ଜୟ ହିନ୍ଦ୍‍,

ଜୟ ହିନ୍ଦ୍‍!

ବନ୍ଦେ ମାତରମ୍‍,

ବନ୍ଦେ ମାତରମ୍‍,

ବନ୍ଦେ ମାତରମ୍‍!

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ!

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
How India is building ties with nations that share Buddhist heritage

Media Coverage

How India is building ties with nations that share Buddhist heritage
...

Nm on the go

Always be the first to hear from the PM. Get the App Now!
...
PM interacts with CEOs and Experts of Global Oil and Gas Sector
October 20, 2021
ସେୟାର
 
Comments
Our goal is to make India Aatmanirbhar in the oil & gas sector: PM
PM invites CEOs to partner with India in exploration and development of the oil & gas sector in India
Industry leaders praise steps taken by the government towards improving energy access, energy affordability and energy security

Prime Minister Shri Narendra Modi interacted with the CEOs and Experts of the global oil and gas sector earlier today, via video conferencing.

Prime Minister discussed in detail the reforms undertaken in the oil and gas sector in the last seven years, including the ones in exploration and licensing policy, gas marketing, policies on coal bed methane, coal gasification, and the recent reform in Indian Gas Exchange, adding that such reforms will continue with the goal to make India ‘Aatmanirbhar in the oil & gas sector’.

Talking about the oil sector, he said that the focus has shifted from ‘revenue’ to ‘production’ maximization. He also spoke about the need to enhance  storage facilities for crude oil.  He further talked about the rapidly growing natural gas demand in the country. He talked about the current and potential gas infrastructure development including pipelines, city gas distribution and LNG regasification terminals.

Prime Minister recounted that since 2016, the suggestions provided in these meetings have been immensely useful in understanding the challenges faced by the oil and gas sector. He said that India is a land of openness, optimism and opportunities and is brimming with new ideas, perspectives and innovation. He invited the CEOs and experts to partner with India in exploration and development of the oil and gas sector in India. 

The interaction was attended by industry leaders from across the world, including Dr. Igor Sechin, Chairman & CEO, Rosneft; Mr. Amin Nasser, President & CEO, Saudi Aramco; Mr. Bernard Looney, CEO, British Petroleum; Dr. Daniel Yergin, Vice Chairman, IHS Markit; Mr. Olivier Le Peuch, CEO, Schlumberger Limited; Mr. Mukesh Ambani, Chairman & Managing Director, Reliance Industries Limited; Mr Anil Agarwal, Chairman, Vedanta Limited, among others.

They praised several recent achievements of the government towards improving energy access, energy affordability and energy security. They appreciated the leadership of the Prime Minister towards the transition to cleaner energy in India, through visionary and ambitious goals. They said that India is adapting fast to newer forms of clean energy technology, and can play a significant role in shaping global energy supply chains. They talked about ensuring sustainable and equitable energy transition, and also gave their inputs and suggestions about further promotion of clean growth and sustainability.