ମହାମହିମ,

ରାଷ୍ଟ୍ରପତି ବାଇଡେନ୍,

ପ୍ରଧାନମନ୍ତ୍ରୀ କିଶିଦା,

ଏବଂ ପ୍ରଧାନମନ୍ତ୍ରୀ ଆଲବାନିସ


ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆଜି କ୍ୱାଡ୍ ଶିଖର ସମ୍ମିଳନୀରେ ବନ୍ଧୁମାନଙ୍କ ସହ ଅଂଶଗ୍ରହଣ କରି ମୁଁ ବହୁତ ଆନନ୍ଦିତ । କ୍ୱାଡର ବିଂଶ ବାର୍ଷିକୀ ପାଳନ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ନିଜ ସହର "ୱିଲମିଂଟନ" ଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରେ ନାହିଁ । ଆମଟ୍ରାକ୍ ଜୋ ଙ୍କ ଭଳି, ଆପଣ ଯେଉଁଭଳି ଏହି ସହର ଏବଂ "ଡେଲାୱେର" ସହିତ ଜଡିତ ଅଛନ୍ତି, ସେହିଭଳି ଏକ ସମ୍ପର୍କ ଆପଣଙ୍କର କ୍ୱାଡ୍ ସହିତ ରହିଛି।

 

ଆପଣଙ୍କ ନେତୃତ୍ୱରେ ୨୦୨୧ ରେ ପ୍ରଥମ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା ଏବଂ ଏତେ କମ୍ ସମୟ ମଧ୍ୟରେ ଆମେ ପ୍ରତ୍ୟେକ ଦିଗରେ ଅଭୂତପୂର୍ବ ଢଙ୍ଗରେ ଆମର ସହଯୋଗକୁ ବିସ୍ତାର କରିଛୁ । ଏଥିରେ ବ୍ୟକ୍ତିଗତ ଭାବେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣଙ୍କର ଦୃଢ଼ ପ୍ରତିବଦ୍ଧତା, ଆପଣଙ୍କ ନେତୃତ୍ୱ ଏବଂ କ୍ୱାଡ୍ ରେ ଆପଣଙ୍କ ଅବଦାନ ପାଇଁ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଆମର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ବିଶ୍ୱ ଉତ୍ତେଜନା ଏବଂ ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ କ୍ୱାଡର ମିଳିତ ଭାବେ କାର୍ଯ୍ୟ କରିବା ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ କାହାର ବିରୋଧ କରୁ ନାହୁଁ। ଆମେ ସମସ୍ତେ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଏବଂ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛୁ ।

 

ମୁକ୍ତ, ଉନ୍ମୁକ୍ତ, ସମାବେଶୀ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ଆମର ମିଳିତ ପ୍ରାଥମିକତା ଏବଂ ମିଳିତ ପ୍ରତିବଦ୍ଧତା । ସ୍ୱାସ୍ଥ୍ୟ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ଆମେ ମିଳିତ ଭାବେ ଅନେକ ସକାରାତ୍ମକ ଏବଂ ବ୍ୟାପକ ପଦକ୍ଷେପ ନେଇଛୁ । ଆମର ବାର୍ତ୍ତା ସ୍ପଷ୍ଟ: - କ୍ୱାଡ୍ ସାହାଯ୍ୟ କରିବାକୁ, ଅଂଶୀଦାର କରିବାକୁ ଏବଂ ମିଳିତ ଭାବରେ କାର୍ଯ୍ୟ କରିବାକୁ ରହିଛି।

ମୁଁ ପୁଣି ଥରେ ରାଷ୍ଟ୍ରପତି ବାଇଡେନ ଏବଂ ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି । ୨୦୨୫ରେ ଭାରତରେ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ଆମେ ଆନନ୍ଦିତ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi