କାରିଆପ୍ପା ଗ୍ରାଉଣ୍ଡ ଏନ୍‍ସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଭାରତର ସାମାଜିକ ଜୀବନରେ ଶୃଙ୍ଖଳାଭାବ ଉଦ୍ରେକ କରିବାରେ ଏନ୍‍ସିସିର ପ୍ରମୁଖ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
ଭାରତ ପ୍ରତିରକ୍ଷା ସାମଗ୍ରୀର ବଜାର ପରିବର୍ତ୍ତେ ଏକ ବୃହତ୍‍ ଉତ୍ପାଦକଭାବେ ଆତ୍ମପ୍ରକାଶ କରିବ: ପ୍ରଧାନମନ୍ତ୍ରୀ
ସୀମାନ୍ତ ଓ ତଟରେଖାରେ 1 ଲକ୍ଷ କ୍ୟାଡେଟଙ୍କୁ ସ୍ଥଳ, ନୌ ଓ ବାୟୁସେନା ତାଲିମ ପ୍ରଦାନ କରୁଛି; ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ: ପ୍ରଧାନମନ୍ତ୍ରୀ

ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ସେନା କର୍ମଚାରୀ ମୁଖ୍ୟ ଜେନେରୋଲ ବିପିନ୍ ରାୱତ୍, ସ୍ଥଳସେନା, ନୌସେନା ଓ ବାୟୁ ସେନାଧ୍ୟକ୍ଷ, ପ୍ରତିରକ୍ଷା ସଚିବ, ଏନ୍ସିସି ମହାନିଦେ୍ର୍ଦଶକ ଏବଂ ସମଗ୍ର ଦେଶରୁ ଏଠାରେ ଏକତ୍ରିତ ହୋଇଥିବା ରାଷ୍ଟ୍ରଭକ୍ତିର ଶକ୍ତିରେ ଭରପୁର ଏନ୍ସିସି କ୍ୟାଡେଟ୍ । ଆପଣ ସମସ୍ତଙ୍କ ଭଳି ଯୁବ ସାଥୀମାନଙ୍କ ଗହଣରେ ଯେତିକି ବି ମୁହୁର୍ତ ବିତେଇବାର ସୁଯୋଗ ମିଳେ ତାହା ଅତ୍ୟନ୍ତ ସୁଖଦ ଅନୁଭବ ଦେଇଥାଏ । ଏବେ ଏଠାରେ ଆପଣମାନେ ଯେଉଁ ମାର୍ଚ ପାଷ୍ଟ କଲେ, କିଛି କ୍ୟାଡେଟ୍ ପାରାସିଲିଂର ଯେଉଁ କଳାକୌଶଳ ପ୍ରଦର୍ଶନ କଲେ, ଏଇ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଗଲା, ସେସବୁ ଦେଖି କେବଳ ମତେ ହିଁ ନୁହେଁ, ଆଜି ଟେଲିଭିଜନ୍ ମାଧ୍ୟମରେ ମଧ୍ୟ ଯେଉଁ ଦର୍ଶକ ଦେଖିଥିବେ, ପ୍ରତ୍ୟେକଙ୍କୁ ଗର୍ବ ଅନୁଭୂତ ହୋଇଥିବ । ଦେଶର କୋଣ ଅନୁକୋଣରୁ ପହଂଚି ଆପଣମାନେ ୨୬ ଜାନୁଆରୀ ପରେଡରେ ମଧ୍ୟ ଚିତାକର୍ଷକ ପ୍ରଦର୍ଶନ କରିଥିଲେ । ଆପଣଙ୍କର ଏହି ପରିଶ୍ରମକୁ ସାରା ବିଶ୍ୱ ଦେଖିଛି । ଆମେ ଦେଖୁ ଯେ, ବିଶ୍ୱରେ ଯେଉଁ ବି ଦେଶରେ ସାମାଜିକ ଜୀବନରେ ଅନୁଶାସନ ରହିଥାଏ ସେହିଭଳି ସବୁ ଦେଶ ପ୍ରତି କ୍ଷେତ୍ରରେ ନିଜ ବିଜୟର ଧ୍ୱଜା ଉଡାଇଥାନ୍ତି । ଏବଂ ଭାରତରେ ସାମାଜିକ ଜୀବନରେ ଅନୁଶାସନ ଆଣିବାରେ ଏନ୍ସିସି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନିଖୁଣ ଭାବରେ ନିର୍ବାହ କରିପାରେ । ଏବଂ ଆପଣମାନଙ୍କ ଭିତରେ ମଧ୍ୟ ଏହି ସଂସ୍କାର ଆଜୀବନ ରହିବା ଉଚିତ୍ । ଏନ୍ସିସି ପରେ ମଧ୍ୟ ଅନୁଶାସନର ଏହି ଭାବନା ଆପଣମାନଙ୍କ ସହ ରହିବା ଉଚିତ୍ । କେବଳ ଏତିକି ନୁହେଁ, ଆପଣମାନେ ନିଜର ଆଖପାଖରେ ଲୋକମାନଙ୍କୁ ଯଦି ଏଥିପାଇଁ ନିରନ୍ତର ଭାବେ ଅନୁପ୍ରେରିତ କରିବେ ତାହାହେଲେ ଭାରତର ସମାଜ ଏହାଦ୍ୱାରା ସଶକ୍ତ ହେବ, ଦେଶ ମଜବୁତ୍ ହେବ ।

ବନ୍ଧୁଗଣ,

ଦୁନିଆର ସର୍ବବୃହତ ୟୁନିଫର୍ମ ଯୁକ୍ତ ଯୁବ ସଂଗଠନ ଭାବରେ, ଏନ୍ସିସି ନିଜର ଯେଉଁ ଛବି ପ୍ରସ୍ତୁତ କରିଛି, ତାହା ଦିନକୁ ଦିନ ଆହୁରି ମଜବୁତ୍ ହେବାରେ ଲାଗଛି । ଆଉ ଯେତେବେଳେ ମୁଁ ଆପଣମାନଙ୍କର ପ୍ରୟାସକୁ ନିରୀକ୍ଷଣ କରୁଛି, ସେତେବେଳେ ମତେ ବହୁତ ଆନନ୍ଦ କଳୁଛି । ଆପଣମାନଙ୍କ ଉପରେ ଭରସା ଆହୁରି ମଜବୁତ୍ ହେଉଛି । ଶୌର୍ଯ୍ୟ ଏବଂ ସେବା ଭାବର ଭାରତୀୟ ପରମ୍ପରାକୁ ଯେଉଁଠି ବି ବ୍ୟାପକ କରାଯାଉଥାଏ ସେଠାରେ ଏନ୍ସିସି କ୍ୟାଡେଟ୍ ନଜରକୁ ଆସନ୍ତି । ଯେଉଁଠାରେ ସମ୍ବିଧାନ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଅଭିଯାନ ଚାଲିଛି ସେଠାରେ ଏନ୍ସିସି କ୍ୟାଡେଟଙ୍କ ଉପସ୍ଥିତି ଦୃଷ୍ଟିଗୋଚର ହୁଏ । ପରିବେଶକୁ ନେଇ କିଛି ଭଲ କାମ ହେଉଛି ତ, ଜଳ ସଂରକ୍ଷଣ କିମ୍ବା ସ୍ୱଚ୍ଛତା ସମ୍ପର୍କିତ କୌଣସି ଅଭିଯାନ ଚାଲିଛି ତ, ସେଠାରେ ମଧ୍ୟ ଏନ୍ସିସି କ୍ୟାଡେଟମାନେ ନଜରକୁ ଆସନ୍ତି । ସଙ୍କଟ ସମୟରେ ଆପଣମାନେ ସମସ୍ତେ ଯେଉଁ ଅଦ୍ଭୁତ ଉପାୟରେ ସଂଗଠିତ ଭାବେ କାର୍ଯ୍ୟ କରନ୍ତି, ତାର ଉଦାହରଣ ଅନ୍ୟ ସ୍ଥାନରେ ଖୁବ କମ୍ ଦେଖିବାକୁ ମିଳିଥିଏ । ବନ୍ୟା ହେଉ କିମ୍ବା ଅନ୍ୟ ବିପର୍ଯୟ, ଗତବର୍ଷ ଏନ୍ସସି କ୍ୟାଡେଟମାନେ ସଙ୍କଟରେ ଫସି ରହଥିବା ଦେଶବାସୀଙ୍କ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ଖୁବ୍ ସହାୟତା କରିଛନ୍ତି । କରୋନାର ଏହି ସମ୍ପୁର୍ଣ୍ଣ କାଳଖଣ୍ଡରେ ଲକ୍ଷ ଲକ୍ଷ କ୍ୟାଡେଟସ ଦେଶସାରା ଯେଉଁଭଳି ପ୍ରଶାସନ ସହ ମିଶି, ସମାଜ ସହ ମିଶି ଯେଉଁପ୍ରକାର କାର୍ଯ୍ୟ କରିଛନ୍ତି, ତାହା ପ୍ରଶଂସନୀୟ । ଆମ ସମ୍ବିଧାନରେ ନାଗରିକମାନଙ୍କର ଯେଉଁ କର୍ତବ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ସବୁବେଳେ ଆଶା କରାଯାଇଥାଏ, ତାହାକୁ ପାଳନ କରିବା ସମସ୍ତଙ୍କର ଦାୟିତ୍ୱ ଅଟେ ।

ଆମେ ସମସ୍ତେ ଏହାର ସାକ୍ଷୀ ଯେ ଯେତେବେଳେ ସଭ୍ୟ ସମାଜ, ସ୍ଥାନୀୟ ନାଗରିକ ନିଜ ନିଜର କର୍ତବ୍ୟ ଉପରେ ଯୋର ଦିଅନ୍ତି ସେତେବେଳେ ବଡ ବଡ ଆହ୍ୱାନର ମଧ୍ୟ ମୁକାବିଲା କରାଯାଇ ପାରିଥାଏ । ଯେମିତି ଆପଣମାନେ ମଧ୍ୟ ଭଲଭାବେ କାଣିଛନ୍ତି ଆମ ଦେଶରେ ଗୋଟେ ସମୟରେ ନକ୍ସଲବାଦ, ମାଓବାଦ ଏତେବଡ ସମସ୍ୟା ଥିଲା । ଦେଶର ଶହ ଶହ ଜିଲା ଏହାଦ୍ୱାରା ପ୍ରଭାବିତ ଥିଲା । କିନ୍ତୁ ସ୍ଥାନୀୟ ନାଗରିକଙ୍କ କର୍ତବ୍ୟବୋଧ ଏବଂ ଆମ ସୁରକ୍ଷା ବଳର ଶୌର୍ଯ୍ୟ ଏକଜୁଟ୍ ହୋଇଗଲେ । ଯାହାଫଳରେ ନକ୍ସଲବାଦର ସ୍ଥିତି ଦୁର୍ବଳ ହେବା ଆରମ୍ଭ ହୋଇଗଲା । ଏବେ ଦେଶର କିଛି ହାତଗଣତି ଜିଲ୍ଲାରେ ହିଁ ନକ୍ସଲବାଦ ସୀମିତ ରହିଛି । ଏବେ ଦେଶରେ କେବଳ ଯେ ନକ୍ସଲ ହିଂସା କମ୍ ହୋଇନାହିଁ, ଅନେକ ଯୁବକ ହିଂସାର ମାର୍ଗ ପରିହାର କରି ବିକାଶର ଧାରାରେ ମଧ୍ୟ ସାମିଲ୍ ହେବାରେ ଲାଗିଛନ୍ତି । ଜଣେ ନାଗରିକ ଭାବେ ନିଜ କର୍ତବ୍ୟଗୁଡିକୁ ପ୍ରାଥମିକତା ଦେବାର ପ୍ରଭାବ ଆମେମାନେ ଏହି କରୋନା କାଳରେ ମଧ୍ୟ ଦେଖିଛୁ । ଯେତେବେଳେ ଦେଶର ଲୋକ ଏକାଠି ହେଲେ ନିଜର ଦାୟିତ୍ୱ ନିର୍ବାହ କଲେ ସେତେବେଳେ ଦେଶ କରୋନାର ସଫଳତା ସହ ମୁକାବିଲା ମଧ୍ୟ କରିପାରିଲା ।

ବନ୍ଧୁଗଣ,

ଏହି କାଳଖଣ୍ଡ ଆହ୍ୱାନପୂର୍ଣ୍ଣ ତ ଥିଲା, କିନ୍ତୁ ଏହା ନିଜ ସାଥିରେ ସୁଯୋଗ ମଧ୍ୟ ଆଣିଥିଲା । ସୁଯୋଗ- ଆହ୍ୱାନର ମୁକାବିଲା କରିବାର, ସୁଯୋଗ- ବିଜୟୀ ହେବାର, ସୁଯୋଗ- ଦେଶ ପାଇଁ କିଛି କରିବାର, ସୁଯୋଗ- ଦେଶର କ୍ଷମତା ବୃଦ୍ଧି କରିବାର, ସୁଯୋଗ - ଆତ୍ମନିର୍ଭର ହେବାର, ସୁଯୋଗ – ସାଧାରଣରୁ ଅସାଧାରଣ, ଅସାଧାରଣରୁ ସର୍ବଶ୍ରେଷ୍ଠ ହେବାର । ଏହିସବୁ ଲକ୍ଷ୍ୟ ପ୍ରାପ୍ତିରେ ଭାରତର ଯୁବଶକ୍ତିର ଭୂମିକା ଏବଂ ଯୁବଶକ୍ତିର ଯୋଗଦାନ ମହତ୍ୱପୂର୍ଣ୍ଣ ରହିଛି । ଆପଣ ସମସ୍ତଙ୍କ ଭିତରେ ମଧ୍ୟ ମୁଁ ଜଣେ ରାଷ୍ଟ୍ରସେବକ ଜଣେ ରାଷ୍ଟ୍ର ରକ୍ଷକକୁ ଦେଖିପାରୁଛି । ଏଥିପାଇଁ ଏନ୍ସିସିର ଭୂମିକାକୁ ଅଧିକ ପରିବ୍ୟାପ୍ତ କରିବା ସକାଶେ ସରକାର ନିଷ୍ପତି ନେଇଛନ୍ତି । ଦେଶର ସୀମାବର୍ତୀ ଏବଂ ସମୁଦ୍ର ତଟଗୁଡିକର ସୁରକ୍ଷା ଏବଂ ଏଥିସହ ଜଡିତ ନେଟୱର୍କକୁ ସଶକ୍ତ କରିବା କ୍ଷେତ୍ରରେ ଏନ୍ସିସିର ଭୂମିକାକୁ ବୃଦ୍ଧି କରାଯାଉଛି ।

ଗତବର୍ଷ ଅଗଷ୍ଟ ୧୫ତାରିଖରେ ଏହା ଘୋଷଣା କରାଯାଇଥିଲା ଯେ ଦେଶର ସୀମାବର୍ତୀ ଏବଂ ତଟୀୟ କ୍ଷେତ୍ରରେ ଥିବା ପାଖାପାଖି ୨୦୦ ଜିଲ୍ଲାରେ ଏନ୍ସିସି ଉପରେ ନୂତନ ଦାୟିତ୍ୱ ପ୍ରଦାନ କରାଯିବ । ଏଥିପାଇଁ ପ୍ରାୟ ୨ଲକ୍ଷରୁ ଅଧିକ ଏନ୍ସିସି କ୍ୟାଡେଟକୁ ସ୍ଥଳସେନା, ନୌସେନା ଓ ବାୟୁସେନା ପ୍ରଶିକ୍ଷଣ ପ୍ରଦାନ କରୁଛି । ପ୍ରଶିକ୍ଷଣ ନେଉଥିବା ଏହି କ୍ୟାଡେଟଙ୍କ ମଧ୍ୟରେ ଏକ ତୃତୀୟାଂଶ ହେଉଛନ୍ତି ବାଳିକା । ସରକାରୀ ହେଉ ବା ବେସରକାରୀ, କେନ୍ଦ୍ର ହେଉ ବା ରାଜ୍ୟ ଦେଶର ସମସ୍ତ ସ୍କୁଲ ଓ କଲେଜରୁ କ୍ୟାଡେଟମାନଙ୍କୁ ଚୟନ କରାଯାଉଛି । ଏନ୍ସିସିର ପ୍ରଶିକ୍ଷଣ କ୍ଷମତାକୁ ମଧ୍ୟ ସରକାର ଦୃତ ଗତିରେ ବୃଦ୍ଧି କରୁଛନ୍ତି । ଏପର୍ଯ୍ୟନ୍ତ ଆପଣଙ୍କ ପାଖରେ କେବଳ ଗୋଟିଏ ଫାୟାରିଙ୍ଗ ସିମୁଲେଟର ଥିଲା ଏବେ ଏହାକୁ ବଢାଇ ୯୮ କରାଯାଇଛି, ଯାହାକି ପାଖାପାଖି ଶହେ, କୋଉଠି ଏକ ଆଉ କୋଉଠି ଶହେ । ମାଇକ୍ରୋଲାଇଟ୍ ଫ୍ଲାଇଟ୍ ସିମୁଲେଟର ସଂଖ୍ୟା ମଧ୍ୟ ୫ରୁ ୪୪କୁ ଏବଂ ରୋଭିଂ ସିମୁଲେଟର ସଂଖ୍ୟାକୁ ୧୧ରୁ ୬୦କୁ ବୃଦ୍ଧି କରାଯାଇଛି । ଏହି ଆଧୁନିକ ଅସ୍ତ୍ରଶସ୍ତ୍ର ଏନ୍ସିସି ପ୍ରଶିକ୍ଷଣର ଗୁଣବତାକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ ।

ବନ୍ଧୁଗଣ,

ବର୍ତମାନ ଯେଉଁ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଛି, ତାହାକୁ ଫିଲ୍ଡ ମାର୍ଶଲ କେ. ଏମ୍. କରିୟପ୍ପାଙ୍କ ନାମରେ ନାମିତ କରାଯାଇଛି । ସେ ମଧ୍ୟ ଆପଣଙ୍କ ପାଇଁ ବହୁତ ବଡ ପ୍ରେରଣାର ଉତ୍ସ । କରିୟପ୍ପାଙ୍କ ଜୀବନ ଅନେକ ଶୌର୍ଯ୍ୟର ଅନେକ ଗାଥାରେ ପରିପୂର୍ଣ୍ଣ । ୧୯୪୭ରେ ତାଙ୍କର ରଣକୌଶଳ ଯୋଗୁଁ ଭାରତ ଯୁଦ୍ଧରେ ନିର୍ଣ୍ଣାୟକ ଭାବେ ଅଗ୍ରଣୀ ହୋଇପାରିଥିଲା । ଆଜି ଫିଲ୍ଡ ମାର୍ଶଲ୍ କେ. ଏମ୍. କରିୟପ୍ପାଙ୍କ ଜୟନ୍ତୀ । ମୁଁ ମଧ୍ୟ ସମସ୍ତ ଦେଶବାସୀଙ୍କ ତରଫରୁ, ଏନ୍ସିସି କ୍ୟାଡେଟଙ୍କ ତରଫରୁ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

ଭାରତର ପ୍ରତିରକ୍ଷା ବାହିନୀରେ ସାମିଲ୍ ହେବା ପାଇଁ ମଧ୍ୟ ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀଙ୍କର ପ୍ରବଳ ଆଗ୍ରହ ରହିଥିବ । ଆପଣଙ୍କ ମଧ୍ୟରେ ସେହି ସାମର୍ଥ୍ୟ ମଧ୍ୟ ରହିଛି ଏବଂ ସରକାର ଆପଣଙ୍କମାନଙ୍କୁ ଅଧିକରୁ ଅଧିକ ସୁଯୋଗ ମଧ୍ୟ ପ୍ରଦାନ କରୁଛି । ମୁଁ ବାଳିକା କ୍ୟାଡେଟମାନଙ୍କୁ ବିଶେଷଭାବେ କହିବି ଯେ ଆପଣମାନଙ୍କ ପାଇଁ ଅନେକ ସୁଯୋଗ ଅପେକ୍ଷା କରିରହିଛି । ମୁଁ ନିଜ ସମ୍ମୁଖରେ ମଧ୍ୟ ଦେଖିପାରୁଛି ଏବଂ ପରିସଂଖ୍ୟାନ ମଧ୍ୟ ସୂଚାଉଛି ଗତ କିଛି ବର୍ଷ ମଧ୍ୟରେ ଏନ୍ସିସିରେ ବାଳିକାମାନଙ୍କ ସଂଖ୍ୟା ପାଖାପାଖି ୩୫ ପ୍ରତିଶତ ବୃଦ୍ଧି ପାଇଛି । ଏବେ ଆମ ସେନାର ସବୁକ୍ଷେତ୍ରକୁ ଆପଣମାନଙ୍କ ପାଇଁ ଉନ୍ମୁକ୍ତ କରାଯାଉଛି । ଭାରତର ବୀରାଙ୍ଗନାମାନେ ଆଜି ମଧ୍ୟ ସବୁ ବାହିନୀରେ ଶତୃର ଦୃଢ ମୁକାବିଲା କରୁଛନ୍ତି । ଦେଶକୁ ଆପଣଙ୍କ ଶୌର୍ଯ୍ୟର ଆବଶ୍ୟକତା ରହିଛି ଏବଂ ନବଦିଗନ୍ତ ଆପଣଙ୍କ ପାଇଁ ଅପେକ୍ଷା କରିରହିଛି । ମୁଁ ଆପଣଙ୍କ ମଧ୍ୟରେ ଭବିଷ୍ୟତର ଅଫିସରମାନଙ୍କୁ ଦେଖୁଛି । ମୋର ମନେ ଅଛି, ମୁଁ ଦୁଇ ତିନିମାସ ତଳେ ଯେତେବେଳେ ଜୟସଲମରର ଲୋଙ୍ଗେୱାଲା ସେନାଶିବିର ଯାଇଥିଲି, ସେଠାରେ କିଛି ଯୁବ ଅଫିସରଙ୍କୁ ଭେଟିଥିଲା । ଦେଶର ପ୍ରତିରକ୍ଷା ପାଇଁ ସେମାନଙ୍କ ଉତ୍ସାହ, ସାହସ ଓ ସେମାନଙ୍କ ମୁହଁରେ ଝଲସୁଥିବା ଅଦମ୍ୟ ଇଚ୍ଛାଶକ୍ତି ମୁଁ କେବେ ମଧ୍ୟ ଭୁଲିପାରିବି ନାହିଁ ।

ବନ୍ଧୁଗଣ,

ଲୋଙ୍ଗେୱାଲା ଶିବିରର ମଧ୍ୟ ନିଜର ଏକ ଗୌରବମୟ ଇତିହାସ ରହିଛି । ୧୯୭୧ ଯୁଦ୍ଧରେ ଲୋଙ୍ଗେୱାଲାରେ ଆମ ବୀର ଯବାନମାନେ ନିର୍ଣର୍ାୟକ ବିଜୟ ହାସଲ କରିଥିଲେ । ସେତେବେଳେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ପୂର୍ବ ଓ ପଶ୍ଚିମର ହଜାର ହଜାର କିଳୋମିଟର ଦୀର୍ଘ ସୀମାରେ ଭାରତର ସେନା ନିଜର ପରାକ୍ରମ ବଳରେ, ଶତୃକୁ ଶୋଚନୀୟ ଭାବେ ପରାସ୍ତ କରିଥିଲେ । ଏହି ଯୁଦ୍ଧରେ ପାକିସ୍ଥାନର ହଜାର ହଜାର ସୈନିକ ଭାରତର ଯୋଦ୍ଧାମାନଙ୍କ ସମ୍ମୁଖରେ ସମର୍ପଣ କରିଥିଲେ । ୭୧ର ଏହି ଯୁଦ୍ଧ, ଭାରତର ମିତ୍ରରାଷ୍ଟ୍ର ଏବଂ ଆମର ପଡୋଶୀ ଦେଶ ବାଂଲାଦେଶର ଗଠନରେ ମଧ୍ୟ ସହାୟକ ହାଇଥିଲା । ଚଳିତବର୍ଷ ଏହି ଯୁଦ୍ଧରେ ବିଜୟକୁ ମଧ୍ୟ ୫୦ ବର୍ଷ ପୂରଣ ହେବାକୁ ଯାଉଛି । ଭାରତବାସୀ, ୧୯୭୧ ଯୁଦ୍ଧରେ ଦେଶକୁ ବିଜୟ ଆଣିଦେଇଥିବା ଭାରତର ବୀର ସନ୍ତାନମାନଙ୍କର ସାହସ, ସେମାନଙ୍କର ଶୌର୍ଯ୍ୟ ଚିର ସ୍ମରଣୀୟ । ଆଜି, ସମଗ୍ର ଦେଶ ସେମାନଙ୍କୁ ସଲାମ କରୁଛି । ଏହି ଯୁଦ୍ଧରେ ଯେଉଁମାନେ ଦେଶପାଇଁ ସହୀଦ ହୋଇଥିଲେ, ଆଜି ମୁଁ ସେମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

ବନ୍ଧୁଗଣ,

ଆପଣମାନେ ଯେତେବେଳେ ଦିଲ୍ଲୀ ଆସିଛନ୍ତି, ତାହେଲେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ମଧ୍ୟ ସ୍ୱାଭାବିକ କଥା । ରାଷ୍ଟ୍ରର ସୁରକ୍ଷା ପାଇଁ ଜୀବନ ଅର୍ପଣ କରିଥିବା ବୀରମାନଙ୍କୁ ସମ୍ମାନ ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ । ଆମର ଯେଉଁ ଗାଲାଂଟ୍ରି ଆୱାର୍ଡସ୍ ପୋର୍ଟାଲ୍ ରହିଛି ଙ୍ଗଙ୍ଗଙ୍ଗ.ଶବକ୍ଷକ୍ଷବଦ୍ଭଗ୍ଧକ୍ସଚ୍ଚ ବଙ୍ଗବକ୍ସୟଗ୍ଦ.ଶକ୍ଟଙ୍ଖ.ସଦ୍ଭ, ଏହି ସାଧାରଣତନ୍ତ୍ର ଦିବସରେ ତାହାକୁ ନୂଆ ରୂପରେ ପୁନଃ ଶୁଭାରମ୍ଭ କରାଯାଇଛି । ଏଥିରେ ପରମବୀର ଓ ମହାବୀର ଚକ୍ର ଭଳି ସମ୍ମାନ ପାଇଥିବା ଆମ ସୈନିମାନଙ୍କର ଜୀବନ ସହିତ ଜଡିତ ତଥ୍ୟଗୁଡିକ ରହିଛି, ଆପଣମାନେ ଏହି ପୋର୍ଟାଲକୁ ଯାଇ ଏମାନଙ୍କର ବୀରତ୍ୱ ଆଗରେ ମଥାନତ କରିପାରିବେ । ଏବଂ ମୋର ଏନ୍ସିସିର ବର୍ତମାନ ତଥା ପୂର୍ବ କ୍ୟାଡେଟସମାନଙ୍କୁ ଅନୁରୋଧ ଯେ ଆପଣମାନେ ଏହି ପୋର୍ଟାଲକୁ ଯିବା ଉଚିତ୍ । ଏଥିସହିତ ଯୋଡିହେବା ଉଚିତ୍ ଏବଂ ନିରନ୍ତର ଭାବେ ତାହା ସହିତ ଯୋଡିହୋଇ ରହିବା ଉଚିତ୍ ।

ବନ୍ଧୁଗଣ,

ମତେ ଏକଥା ମଧ୍ୟ କୁହାଯାଇଛି ଯେ ଏନ୍ସସି ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏଥିରେ ଏପର୍ଯ୍ୟନ୍ତ ୨୦ହଜାରରୁ ଅଧିକ କ୍ୟାଡେଟସ୍ ଯୋଡି ହୋଇ ସାରିଛନ୍ତି । ଏହି କ୍ୟାଡେଟମାନେ ନିଜ ନିଜର ଅନୁଭବ, ବିଚାରଧାରା ବିନିମୟ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ମୋର ବିଶ୍ୱାସ ଅଛି ଯେ ଆପଣମାନେ ସମସ୍ତେ ଏହି ମଂଚର ଅଧିକରୁ ଅଧିକ ଉପଯୋଗ କରିବେ ।

ବନ୍ଧୁଗଣ,

ରାଷ୍ଟ୍ରଭକ୍ତି ଏବଂ ରାଷ୍ଟ୍ରସେବାର ଯେଉଁ ମୂଲ୍ୟବୋଧକୁ ନେଇ ଆପଣମାନେ ଆଗକୁ ବଢୁଛନ୍ତି, ସେସବୁପାଇଁ ଏହି ବର୍ଷଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଚଳିତ ବର୍ଷ ଭାରତ ନିଜ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ବର୍ଷଟି ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀର ବର୍ଷ । ଜୀବନରେ ପ୍ରେରଣାର ଏତେଗୁଡିଏ ସୁଯୋଗ ଏକସଙ୍ଗେ ଆସିବା ଖୁବ୍ କମ୍ ଦେଖିବାକୁ ମିଳିଥାଏ । ନେତାଜୀ ସୁଭାଷ, ଯିଏ କି ନିଜର ପରାକ୍ରମ ଦ୍ୱାରା ଦୁନିଆର ସବୁଠାରୁ ଶକ୍ତିଶାଳୀ ଶାସନକୁ ଦୋହଲାଇ ଦେଇଥିଲେ । ଆପଣ ନେତାଜୀଙ୍କ ବିଷୟରେ ଯେତେ ଯେତେ ପଢିବେ, ସେତେସେତେ ଅନୁଭବ କରିବେ ଯେ କୌଣସି ବି ଆହ୍ୱାନ ଏତେ ବଡ ନୁହେଁ ଯେ ଯାହା ଆପଣଙ୍କ ମନୋବଳକୁ ଭାଙ୍ଗି ପାରିବ । ଦେଶର ସ୍ୱାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଥିବା ଏଭଳି ଅନେକ ବୀର ଆପଣଙ୍କ ଦ୍ୱାରା ସ୍ୱପ୍ନର ଭାରତ ଗଠନକୁ ଦେଖିବାକୁ ଚାହାନ୍ତି । ଏବଂ ଆପଣଙ୍କ ଜୀବନର ଆଗାମୀ ୨୫-୨୬ ବର୍ଷ ଅଧିକ ମହତ୍ୱପୂର୍ଣ୍ଣ । ଏହି ୨୫-୨୬ ବର୍ଷ ଭାରତ ପାଇଁ ମଧ୍ୟ ସେତିକି ମହତ୍ୱପୂର୍ଣ୍ଣ ।

୨୦୪୭ରେ ଯେତେବେଳେ ଭାରତ ନିଜ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଆପଣଙ୍କ ଆଜିର ଏହି ପ୍ରୟାସ, ଭାରତର ଏହି ଯାତ୍ରାକୁ ଶକ୍ତିମନ୍ତ କରିବ । ଅର୍ଥାତ୍ ଏହି ବର୍ଷଟି ଜଣେ କ୍ୟାଡେଟ୍ ଭାବେ ଏବଂ ଜଣେ ନାଗରିକ ଭାବେ ମଧ୍ୟ ନୂଆ ସଂଙ୍କଳ୍ପ ନେବାର ବର୍ଷ ଅଟେ । ଦେଶ ପାଇଁ ସଙ୍କଳ୍ପ ନେବାର ବର୍ଷ । ଦେଶ ପାଇଁ ନୂଆ ସ୍ୱପ୍ନକୁ ସାଙ୍ଗରେ ଧରି ଆଗେଇ ଚାଲିବା କରିବାର ବର୍ଷ । ଗତବର୍ଷ ଯେଉଁଭଳି ସାମୁହିକ ଶକ୍ତିର ସହ ଏକ ରାଷ୍ଟ୍ର, ଏକ ମନ ହୋଇ ଆମେ ବଡ ବଡ ସଙ୍କଟର ମୁକାବିଲା କଲେ, ସେହି ଭାବନାକୁ ଆମକୁ ଆହୁରି ସଶକ୍ତ କରିବାକୁ ପଡିବ । ଦେଶର ଅର୍ଥବ୍ୟବସ୍ଥା ଉପରେ ଏହି ମହାମାରୀର ଯେଉଁ କୁପ୍ରଭାବ ପଡିଛି, ଆମକୁ ତାକୁ ମଧ୍ୟ ହଟାଇବାକୁ ପଡିବ । ଏବଂ ଆତ୍ମନିର୍ଭର ଭାରତର ସଙ୍କଳ୍ପକୁ ମଧ୍ୟ ଆମକୁ ପୂରଣ କରି ଦେଖାଇବାକୁ ପଡିବ ।

ବନ୍ଧୁଗଣ,

ଗତବର୍ଷ ଭାରତ ଏହା ଦେଖାଇଦେଇଛି ଯେ ଭୂତାଣୁ ହେଉ ବା ସୀମାର ଆହ୍ୱାନ, ଭାରତ ନିଜର ସୁରକ୍ଷା ପାଇଁ ଦୃଢ ଭାବେ ପ୍ରତିଟି ପାଦ ଉଠାଇବାକୁ ସକ୍ଷମ । ଟିକାର ସୁରକ୍ଷା କବଚ ହେଉ ବା ଭାରତକୁ ଆହ୍ୱାନ ଦେଉଥିବା ଶକ୍ତିଗୁଡିକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରିବା, ଦେଶ ସବୁ କ୍ଷେତ୍ରରେ ସମର୍ଥ ହୋଇପାରିଛି । ଆଜି ଆମେ ଟିକା କ୍ଷେତ୍ରରେ ଯେତିକି ଆତ୍ମନିର୍ଭରଶୀଳ ହୋଇଛୁ ନିଜ ସେନାରୁ ଆଧୁନିକୀକରଣ କରିବା କ୍ଷେତ୍ରରେ ମଧ୍ୟ ସେତିକି ଦୃତ ଗତିରେ ଆଗେଇ ଚାଲିଛୁ । ଭାରତର ସମସ୍ତ ସେନା ସର୍ବଶ୍ରେଷ୍ଠ ହେଉ, ଏଥିପାଇଁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରହିଛି । ଆଜି ଭାରତ ନିକଟରେ ବିଶ୍ୱର ଉକ୍ରୃଷ୍ଟ ଯୁଦ୍ଧାସ୍ତ୍ରମାନ ରହିଛି । ଆଜି ଆପଣ ଗଣମାଧ୍ୟମରେ ମଧ୍ୟ ଦେଖିଥିବେ, ଗତକାଲି ହିଁ ଫ୍ରାନ୍ସରୁ ଆଉ ୩ଟି ରାଫେଲ୍ ଯୁଦ୍ଧ ବିମାନ ଆସି ଭାରତରେ ପହଂଚିଛି । ଭାରତର ଏହି ଯୁଦ୍ଧବିମାନଗୁଡିକରେ ଆକାଶବକ୍ଷରେ ହିଁ ଇନ୍ଧନର ପୁନଃଭରଣ କରାଯାଇଛି । ଏବଂ ଏହି ଇନ୍ଧନ ପୁନଃ ଭରିବା କାର୍ଯ୍ୟ ଭାରତର ମିତ୍ରରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟସ୍ ହିଁ କରିଛି ଏବଂ ଏହି କାର୍ଯ୍ୟ ଗ୍ରୀସ୍ ଓ ସାଉଦି ଆରବ ସହଯୋଗ କରିଛନ୍ତି । ଏହା ଉପସାଗରୀୟ ଦେଶ ସହ ଭାରତର ମଜବୁତ ହେଉଥିବା ସମ୍ପର୍କର ପ୍ରତିଛବି ।

ବନ୍ଧୁଗଣ,

ନିଜ ସେନାବାହିନୀର ଆବଶ୍ୟକତା ଭାରତରେ ହିଁ ପୂରଣ କରାଯାଇପାରୁ ଏଥିପାଇଁ ମଧ୍ୟ ସରକାର ବଡ ବଡ ନିଷ୍ପତି ଗ୍ରହଣ କରିଛନ୍ତିି । ଶହେରୁ ଅଧିକ ପ୍ରତିରକ୍ଷା ସାମଗ୍ରୀର ବିଦେଶରୁ ଆମଦାନୀ ବନ୍ଦ କରି ସେସବୁକୁ ଦେଶରେ ହିଁ ପ୍ରସ୍ତୁତ କରାଯାଉଛି । ଏବେ ଭାରତର ନିଜସ୍ୱ ଲଢୁଆ ବିମାନ ତେଜସ୍ ସମୁଦ୍ରରୁ ନେଇ ଆକାଶ ପର୍ଯ୍ୟନ୍ତ ନିଜର ତେଜ ବିସ୍ତାର କରିବାରେ ଲାଗିଛି । ନିକଟରେ ବାୟୁସେନା ପାଇଁ ୮୦ରୁ ଅଧିକ ତେଜସ୍ ବିମାନ ବରାଦ ଦିଆଯାଇଛି । କେବଳ ଏତିକି ନୁହେଁ ଆର୍ଟିଫିସିଆଲ୍ ଇଂଟେଲିଜେନସ୍ ଆଧାରିତ ଯୁଦ୍ଧରେ ମଧ୍ୟ ଭାରତ କାହାଠାରୁ ଯେପରି ପଛରେ ନରହୁ, ସେଥିପାଇଁ ଜରୁରୀ ଗବେଷଣା ଓ ବିକାଶ ଉପରେ ଧ୍ୟାନ ଦିଆଯାଉଛି । ସେହିଦିନ ଆଉ ଦୂର ନୁହେଁ ଯେତେବେଳେ ଭାରତ ପ୍ରତିରକ୍ଷା ଯନ୍ତ୍ରପାତିର ବଡ ବଜାର ବଦଳରେ ବଡତ୍ତଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେବ ।

ବନ୍ଧୁଗଣ,

ଆତ୍ମନିର୍ଭରତାର ଅନେକ ଲକ୍ଷ୍ୟ ଆଜି ପୂରଣ ହେଉଥିବା ଆପଣମାନେ ଦେଖୁଛନ୍ତି, ତେଣୁ ଆପଣଙ୍କ ମଧ୍ୟରେ ଗର୍ବ ଅନୁଭୂତ କରିବ ସ୍ୱାଭାବିକ । ଆପଣ ମଧ୍ୟ ନିଜ ମଧ୍ୟରେ, ନିଜ ସାଙ୍ଗମାନଙ୍କ ମଧ୍ୟରେ ସ୍ଥାନୀୟ ଉତ୍ପାଦ ପ୍ରତି ଉତ୍ସାହ ଅନୁଭବ କରୁଛନ୍ତି । ମୁଁ ଦେଖୁଛି ବ୍ରାଣ୍ଡ୍କୁ ନେଇ ଭାରତର ଯୁବକମାନଙ୍କ ରୁଚିରେ ମଧ୍ୟ ବହୁତ ବଡ ପରିବର୍ତନ ଆସିଛି । ଏବେ ଖଦୀ କଥା ଦେଖନ୍ତୁ । ଖଦୀକୁ ଏକଦା କେବଳ ନେତାମାନଙ୍କ ପରିଧାନ ଭାବେ ଛାଡିଦିଆଉଥିଲା । ଆଜି ସେହି ଖଦୀ ଯୁବକମାନଙ୍କର ପ୍ରିୟ ବ୍ରାଣ୍ଡ୍ରେ ପରିଣତ ହୋଇଛି । ଖଦୀର କୁର୍ତା ହେଉ, ଖଦୀର ଜ୍ୟାକେଟ୍ ହେଉ ବା ଖଦୀର ଅନ୍ୟ ସାମଗ୍ରୀ, ଆଜି ଯୁବବିଢୀ ପାଇଁ ଫ୍ୟାଶନ୍ର ପ୍ରତୀକ ପାଲଟିଛି । ଏହିପରି ଆଜି ଟେକ୍ସଟାଇଲ୍ ହେଉ ବା ଇଲେକଟ୍ରୋନିକସ, ଫେସନ୍ ହେଉ ବା ପ୍ୟାଶନ୍, ପର୍ବପର୍ବାଣୀ ହେଉ ବା ବିବାହ, ସବୁ ଭାରତୀୟ ଏବେ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । କରୋନାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତରେ ରେକର୍ଡ ସଂଖ୍ୟକ ଷ୍ଟାର୍ଟ ଅପ୍ ଆରମ୍ଭ କରାଯାଇଛି ଏବଂ ଦେଶର ଯୁବଶକ୍ତି ରେକର୍ଡ ସଂଖ୍ୟକ ୟୁନିକର୍ନ ପ୍ରସ୍ତୁତ କରିଛି ।

ବନ୍ଧୁଗଣ,

ଏକବିଂଶ ଶତାଦ୍ଦୀରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମବିଶ୍ୱାସଭରା ଯୁବଶକ୍ତି ଅତ୍ୟନ୍ତ ଆବଶ୍ୟକ । ଏହି ଆତ୍ମବିଶ୍ୱାସ, ସୁସ୍ଥ ରହିବା ଦ୍ୱାରା ବଢିଥାଏ, ଶିକ୍ଷା ଦ୍ୱାରା ବଢିଥାଏ, ଦକ୍ଷତା ଓ ଉପଯୁକ୍ତ ସୁଯୋଗରୁ ଆସିଥାଏ । ଆଜି ସରକାର ଦେଶର ଯୁବପିଢୀ ପାଇଁ ଏହି ଆବଶ୍ୟକୀୟ କ୍ଷେତ୍ରଗୁଡିକ ଉପରେ କାମ କରୁଛି ଏବଂ ଏଥିପାଇଁ ବ୍ୟବସ୍ଥାରେ ପ୍ରତ୍ୟେକ ଜରୁରୀ ସଂସ୍କାର ମଧ୍ୟ ଅଣାଯାଉଛି । ହଜାର ହଜାର ଅଟଳ ଟିଙ୍କରିଙ୍ଗ ଲ୍ୟାବଠାରୁ ଆରମ୍ଭ କରି ଆଧୁନିକ ଶିକ୍ଷା ପ୍ରତିଷ୍ଠାନ ପର୍ଯ୍ୟନ୍ତ, ମୁଦ୍ରା ଆରମ୍ଭ କରି ସ୍କିଲ୍ ଇଣ୍ଡିଆ ଅଭିଯାନ ଭଳି ଯୋଜନା ପର୍ଯ୍ୟନ୍ତ, ସରକାର ସବୁ ଦିଗରେ ଉଦ୍ୟମ କରୁଛନ୍ତି । ଆଜି ଫିଟନେସ୍ ଓ କ୍ରୀଡାକୁ ଭାରତରେ ଅଭୂତପୂର୍ବ ପ୍ରାଥମିକତା ଦିଆଯାଉଛି । ଫିଟ୍ ଇଣ୍ଡିଆ ଅଭିଯାନ ଏବଂ ଖେଲୋ ଇଣ୍ଡିଆ ଅଭିଯାନ, ଦେଶର ଗାଁ ଗାଁରେ ଉନ୍ନତ ଫିଟନେସ୍ ଓ ପ୍ରତିଭାକୁ ପ୍ରୋତ୍ସାହିତ କରୁଛି । ଫିଟ୍ ଇଣ୍ଡିଆ ଅଭିଯାନ ଓ ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ତ ଏନ୍ସିସିରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

ନୂଆ ଶିକ୍ଷା ନୀତି ମାଧ୍ୟମରେ ଭାରତରେ ପ୍ରାକ୍ ନର୍ସରୀଠରୁ ପିଏଚ୍ଡି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାକୁ ଛାତ୍ରଛାତ୍ରୀ କୈନ୍ଦ୍ରୀକ କରାଯାଉଛି । ନିଜ ପିଲାମାନଙ୍କୁ, ଯୁବ ସାଥୀମାନଙ୍କୁ ଅନାବଶ୍ୟକ ଚାପରୁ ମୁକ୍ତ କରି, ସେମାନଙ୍କୁ ନିଜର ଇଚ୍ଛା, ନିଜର ରୁଚି ଅନୁସାରେ ଆଗକୁ ବଢିବା ପାଇଁ ପରିବେଶ ସୃଷ୍ଟି କରାଯାଉଛି । କୃଷିଠାରୁ ଆରମ୍ଭ କରି ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ, ପ୍ରତିଟି ସ୍ତରରେ ଯୁବପ୍ରତିଭାମାନଙ୍କ ପାଇଁ, ଯୁବ ଉଦ୍ୟମୀଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ଆପଣ ଏହି ସୁଯୋଗଗୁଡିକର ଯେତେ ଲାଭ ଉଠାଇବେ, ଦେଶ ସେତେ ପ୍ରଗତୀ କରିବ । “ବୟଂ ରାଷ୍ଟ୍ର ଜାଗୃୟାମ୍”, ଆମକୁ ଏହି ବୈଦିକ ଆହ୍ୱାନକୁ ଏକବିଂଶ ଶତାଦ୍ଦୀର ଯୁବଶକ୍ତି ଉଦଘୋଷ ଭାବେ ପ୍ରସ୍ତୁତ କରିବାକୁ ପଡିବ । “ଇଦଂ ରାଷ୍ଟ୍ରାୟ ଇଦଂ ନ ମମ୍” ଅର୍ଥାତ୍ ଏହି ଜୀବନ ରାଷ୍ଟ୍ର ପାଇଁ ସମର୍ପିତ, ଏହି ଭାବନାକୁ ଆମକୁ ପୁଞ୍ଜି କରିବାକୁ ପଡିବ । ଆମକୁ “ରାଷ୍ଟ୍ର ହିତାୟ, ରାଷ୍ଟ୍ର ସୁଖାୟ ଚ” ସଙ୍କଳ୍ପ ନେଇ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ କାମ କରିବାକୁ ପଡିବ । “ଆତ୍ମବତ୍ ସର୍ବଭୂତେଷୁ ଔର ସର୍ବଭୂତ ହିତେରତା” ଅର୍ଥାତ୍ ସବକା ସାଥ୍ ସବକା ବିକାଶ ମନ୍ତ୍ର ସହ ଆମକୁ ଅଗ୍ରସର ହେବାକୁ ପଡିବ ।

ଯଦି ଆମେ ଏହି ମନ୍ତ୍ରଗୁଡିକୁ ନିଜ ଜୀବନରେ ଉପଯୋଗ କରୁ ତାହେଲେ ଆତ୍ମନିର୍ଭର ଭାରତ ସଙ୍କଳ୍ପ ସିଦ୍ଧି ପ୍ରାପ୍ତିରେ ହେବାରେ ଅଧିକ ସମୟ ଲାଗିବ ନାହିଁ । ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିବାରୁ ଆପଣମାନଙ୍କୁ ପୁଣିଥରେ ବହୁତ ବହୁତ ଧନ୍ୟବାଦ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା । 

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tax Bill 2026 clears tax hurdles for electronics manufacturing and boosts India's global supply chain competitiveness

Media Coverage

Tax Bill 2026 clears tax hurdles for electronics manufacturing and boosts India's global supply chain competitiveness
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.