22 lakh houses to be constructed in UP, 21.5 already approved, 14 lakh families already got their housing unit
Guru Saheb’s life and message inspires us to take on the challenges while following the path of service and truth: PM Modi
Uttar Pradesh is among the states that are moving the fastest on building houses for the poor: PM Modi
Aatmnirbhar Bharat is directly linked to the self-confidence of the country’s citizens and a house of one’s own enhances this self-confidence manifold: PM

ଆପଣମାନଙ୍କୁ, ବିଶେଷକରି ମା’ ଓ ଭଉଣୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ । ଆପଣଙ୍କ ନିଜର ଘର, ସ୍ୱପ୍ନର ଘର,ଖୁବ୍‌ଶୀଘ୍ର ଆପଣମାନଙ୍କୁ ମିଳିବାକୁ ଯାଉଛି । କିଛିଦିନ ପୂର୍ବରୁ ହିଁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଛି । କୁହାଯାଏ ଏହି ସମୟ ଶୁଭକାମନା ପାଇଁ ସବୁଠାରୁ ଉତମ । ଏହି ଶୁଭ ସମୟରେ ଆପଣଙ୍କ ଘର ତିଆରି ପାଇଁ ଯଦି ଧନରାଶି ମିଳିଯାଏ, ତେବେ ଖୁସି ଆହୁରି ବଢି ଯାଇଥାଏ । ଏବେ କିଛିଦିନ ପୂର୍ବରୁ ହିଁ ଦେଶରେ ବିଶ୍ୱର ସବୁଠାରୁ ବଡ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ବର୍ତମାନ ଏହା ଆଉ ଏକ ଉତ୍ସାହ ବୃଦ୍ଧି କରିବା ଭଳି କାର୍ଯ୍ୟ । ଆପଣ ସମସ୍ତଙ୍କ ସହ କଥାବାର୍ତା କରିବାର ମୋତେ ଏକ ସୁଯୋଗ ମିଳିଲା । ଆପଣମାନେ ମଧ୍ୟ ନିଜର ଭାବନା ବ୍ୟକ୍ତ କଲେ, ଆଶୀର୍ବାଦ ବି ଦେଲେ ଆଉ ମୁଁ ଦେଖୁଥିଲି ଆପଣମାନଙ୍କ ଚେହେରାରେ ଖୁସି ଥିଲା, ଏକ ଆତ୍ମତୃପ୍ତି ଥିଲା । ଏକ ମହାନ ଜୀବନର ବଡ ସ୍ୱପ୍ନ ପୂରଣ ହେଉଥିଲା । ଏହା ମୁଁ ଆପଣମାନଙ୍କ ଚାହାଣୀରୁ ବାରି ପାରୁଥିଲି । ଆପଣମାନଙ୍କୁ ଖୁସି ମିଳୁ, ଆପଣମାନଙ୍କ ଜୀବନ ସୁବିଧାରେ ପରିପୂର୍ଣ୍ଣ ହେଉ, ଏହା ମୋ ପାଇଁ ସବୁଠାରୁ ବଡ ଆଶୀର୍ବାଦ ହେବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ସମସ୍ତ ହିତାଧିକାରୀଙ୍କୁ ମୁଁ ଆଉଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ରାଜ୍ୟପାଳ, ଆନନ୍ଦିବେନ୍ ପଟେଲ୍‌, କାର୍ଯ୍ୟକ୍ରମରେ ମୋ ସହ ସାମିଲ୍ ଥିବା ଆମ କ୍ୟାବିନେଟ୍ ସହଯୋଗୀ ଶ୍ରୀ ନରେନ୍ଦ୍ର ସିଂ ତୋମାର, ଉତ୍ତରପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତରପ୍ରଦେଶ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ସିଂ, ଭିନ୍ନ ଭିନ୍ନ ଗ୍ରାମରୁ ଆମ ସହ ଯୋଡି ହୋଇଥିବା ସମସ୍ତ ହିତାଧିକାରୀ, ଭାଇ ଓ ଭଉଣୀମାନେ, ଆଜି ମଧ୍ୟ ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ସାହେବଙ୍କର ପ୍ରକାଶ ପର୍ବ । ଏହି ପବିତ୍ର ଅବସରରେ ମୁଁ ଗୁରୁ ଗୋବିନ୍ଦ ସିଂହ ସାହେବଙ୍କର ପାଦରେ ପ୍ରଣାମ କରୁଛି । ମୁଁ ସମଗ୍ର ଦେଶବାସୀଙ୍କୁ ପ୍ରକାଶ ପର୍ବ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏହା ମୋର ସୌଭାଗ୍ୟ ଯେ ଗୁରୁ ସାହେବଙ୍କର ମୋ ପ୍ରତି ଅଶେଷ କୃପା ରହିଆସିଛି । ଗୁରୁ ସାହେବ ମୋ ଭଳି ସେବକଠାରୁ ନିରନ୍ତର ସେବା ଗ୍ରହଣ କରି ଆସିଛନ୍ତି । ସେବା ଓ ସତ୍ୟର ପଥରେ ଚାଲିବା ସମୟରେ କଠିନରୁ କଠିନ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ମଧ୍ୟ ଆମକୁ ଗୁରୁ ଗୋବିନ୍ଦ ସିଂହଙ୍କ ଜୀବନରୁ ପ୍ରେରଣା ମିଳିଥାଏ । “ସବା ଲାଖ୍ ସେ ଏକ ଲଢାଉଁ, ଚିଡିଆ ସେ ମେଁ ବାଜ ଳଢାଉଁ, ତବେ ଗୋବିନ୍ଦସିଂହ ନାମ କହାଉଁ” ଏତେ ଅଦମ୍ୟ ସାହସ, ସେବା ଏବଂ ସତ୍ୟର ଶକ୍ତିରୁ ହିଁ ଆସିଥାଏ । ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ପ୍ରଦର୍ଶିତ ଏହି ମାର୍ଗରେ ଦେଶ ଅଗ୍ରସର ହେଉଛି । ଗରିବ, ପିଡୀତ, ଶୋଷିତ, ଅବହେଳିତମାନଙ୍କ ସେବା ପାଇଁ, ସେମାନଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ଦେଶରେ ଆଜି ଅଭୂତପୂର୍ବ କାର୍ଯ୍ୟ ହେଉଛି ।.

ପାଞ୍ଚ ବର୍ଷ ପୂର୍ବେ ଉତରପ୍ରଦେଶର ଆଗ୍ରାରୁ ମତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବା ସୌଭାଗ୍ୟ ମିଳିଥିଲା । ଏତେ କମ୍ ସମୟ ମଧ୍ୟରେ ଏହି ଯୋଜନା ଦେଶର ଗାଁଗୁଡିକର ଛବିରେ ପରିବର୍ତନ ଆଣିବା ଆରମ୍ଭ କରିଛି । ଏହି ଯୋଜନା ସହ କୋଟି କୋଟି ଲୋକଙ୍କ ଆଶା ବାନ୍ଧି ହୋଇଛି, ସେମାନଙ୍କ ସ୍ୱପ୍ନ ଯୋଡି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦରିଦ୍ରରୁ ଦରିଦ୍ରତର ଲୋକଙ୍କୁ ମଧ୍ୟ ଏହି ବିଶ୍ୱାସ ଦିଆଇଛି ଯେ, ଆଜି ନହେଲେ କାଲି ସେମାନଙ୍କର ନିଜର ମଧ୍ୟ ଘରଟିଏ ହୋଇପାରିବ ।

ବନ୍ଧୁଗଣ,

ମୁଁ ଆଜି ଏଥିପାଇଁ ମଧ୍ୟ ଖୁସି ଯେ, ଉତରପ୍ରଦେଶ ଆଜି ଦେଶର ଅନ୍ୟ ରାଜ୍ୟ ମଧ୍ୟରେ ସାମିଲ୍ ହୋଇପାରିଛି, ଯେଉଁଠାରେ ଗାଁ ଗହଳି ଇଲାକାରେ ଗରିବ ଲୋକଙ୍କ ପାଇଁ ତ୍ୱରିତ ଗତିରେ ଘର ନିର୍ମାଣ କରାଯାଉଛି । ଆଜିର ଏହି ଆୟୋଜନ ମଧ୍ୟ ଏହି ଗତିର ଉଦାହରଣ । ଆଜି ଏକାସଂଗରେ ଉତରପ୍ରଦେଶର 6ଲକ୍ଷରୁ ଅଧିକ ପରିବାରକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ 2700 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ 5ଲକ୍ଷରୁ ଅଧିକ ଏଭଳି ପରିବାର ଅଛନ୍ତି, ଯେଉଁମାନଙ୍କୁ ଘର ନିର୍ମାଣ ପାଇଁ ସେମାନଙ୍କର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଅର୍ଥାତ୍‌, ଏହି 5 ଲକ୍ଷରୁ ଅଧିକ ଗ୍ରାମୀଣ ପରିବାରଙ୍କ ଜୀବନରେ ଆଜିଠାରୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏହିଦିନ ଆପଣ ସମସ୍ତଙ୍କ ପାଇଁ କେତେ ବଡ ଦିନ, କେତେ ଶୁଭ ଦିନ, ଏହା ମୁଁ ଭଲଭାବରେ ବୁଝିପାରୁଛି, ହୃଦୟଙ୍ଗମ କରିପାରୁଛି ଏବଂ ମନରେ ଏକ ଆତ୍ମସନ୍ତୋଷର ଭାବ ତଥା ଗରିବ ଲୋକଙ୍କ ପାଇଁ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଲାଭ କରୁଛି । ଏହିପରି ଭାବେରେ ଆଜି 80ହଜାର ଏପରି ମଧ୍ୟ ପରିବାର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରର ଦ୍ୱିତୀୟ କିସ୍ତି ମିଳୁଛି । ଏବେ ଆପଣଙ୍କ ପରିବାର ପାଇଁ ଆଗାମୀ ଶୀତ ଋତୁ ଆଉ ଏବେ କଠିନ ହେବ ନାହିଁ । ଆସନ୍ତା ଶୀତଋତୁରେ ଆପଣଙ୍କର ନିଜର ଘର ବି ହେବ ଆଉ ଘରେ ସବୁପ୍ରକାର ସୁବିଧା ବି ଉପଲବ୍‌ଧ ହେବ ।

ବନ୍ଧୁଗଣ,

ଦେଶର ନାଗରିକମାନଙ୍କ ସହ ଆତ୍ମନିର୍ଭର ଭାରତର ପ୍ରତ୍ୟକ୍ଷସମ୍ବନ୍ଧ ରହିଛି । ଏବଂ ଘର ଏଭଳି ଏକ ବ୍ୟବସ୍ଥା, ଏଭଳି ଏକ ସମ୍ମାନଜନକ ଉପହାର ଯାହା ମଣିଷର ଆତ୍ମବିଶ୍ୱାସକୁ ବହୁମାତ୍ରାରେ ବଢାଇ ଦେଇଥାଏ । ଯଦି ନିଜର ଘର ଅଛି, ତାହେଲେ ଗୋଟେ ଆଶ୍ୱସ୍ତି ଅଛି ।ସେ ଭାବେ ଯେ ଯଦି ଜୀବନରେ କିଛି ଏପଟ ସେପଟ ହେଇ ବି ଯାଏ, ସେତେବେଳେ ଏହି ଘର ହିଁ ସାହାରା ଦେବା କାମରେ ଆସିପାରିବ ।ତାକୁ ଏଭଳି ମଧ୍ୟ ଅନୁଭବ ହୁଏ ଯେ ଯେତେବେଳେ ଘର ଖଣ୍ଡିଏ ତୋଳିନେଇଛି ତାହେଲେ ଦିନେ ନିଜର ଦାରିଦ୍ର‌୍ୟ ମଧ୍ୟ ଦୂର କରିପାରିବି । କିନ୍ତୁ ଆମେ ଦେଖିଛେ ଯେ, ପୂର୍ବରୁ ଯେଉଁସବୁ ସରକାର କ୍ଷମତାରେ ଥିଲେ ସେ ସମୟରେ ପରିସ୍ଥିତି କ’ଣ ଥିଲା । ମୁଁ ବିଶେଷଭାବରେ ଉତରପ୍ରଦେଶ କଥା କହୁଛି । ଗରିବ ଲୋକଙ୍କୁ ଏକଥା ତିଳେ ବି ବିଶ୍ୱାସ ହେଉନଥିଲା ଯେ ସରକାର ବି ଘର ତୋଳିବାରେ ସେମାନଙ୍କୁ ସାହାଯ୍ୟ କରିପାରନ୍ତି । ପୂର୍ବରୁ ଯେଉଁସବୁ ଆବାସ ଯୋଜନା ଥିଲା, ସେସବୁ ଅଧିନରେ ଯେଉଁ ସ୍ତରର ଗୃହ ନିର୍ମାଣ ହେଉଥିଲା, ସେସବୁ ମଧ୍ୟ କାହାକୁ ଅଛପା ନାହିଁ । ଭୁଲ୍ ତୃଟିପୂର୍ଣ୍ଣ ନୀତିର ଥିଲା, କିନ୍ତୁ ‘ଭାଗ୍ୟ’ ନାମରେ ଏସବୁ ଭୋଗିବାକୁ ପଡୁଥିଲା ମୋର ଗରିବ ଭାଇ ଭଉଣୀମାନଙ୍କୁ । ଗ୍ରାମାଂଚଳରେ ଗ୍ରାମାଞ୍ଚଳରେ ରହୁଥିବା ଗରିବମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାପାଇଁ, ଗରିବମାନଙ୍କୁ ପକ୍କା ଛାତ ଦେବାପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଆରମ୍ଭ କରାଯାଇଥିଲା । ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବା ମଧ୍ୟରେ ସମସ୍ତ ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୂର୍ବ ବର୍ଷମାନଙ୍କରେ କେବଳ ଗ୍ରାମାଞ୍ଚଳରେ ପାଖାପାଖି 2କୋଟି ଘର ନିର୍ମାଣ କରାଯାଇଛି । କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ପାଖାପାଖି ଏକ କୋଟି 25 ଲକ୍ଷ ଘରର ଚାବି ଲୋକଙ୍କୁ ହସ୍ତାନ୍ତର କରାଯାଇସାରିଛି । ଏହି ଗୃହଗୁଡିକୁ ନିର୍ମାଣ କରିବା ବାବଦରେ କେବଳ କେନ୍ଦ୍ର ସରକାର ପ୍ରାୟ ଦେଢ କୋଟି ଟଙ୍କା ବିନିଯୋଗ କରିଛନ୍ତି ।

ବନ୍ଧୁଗଣ,

ଉତ୍ତରପ୍ରଦେଶରେ ଆବାସ ଯୋଜନା କଥା ଉଠିବା ମାତ୍ରେ ହିଁ ମୋର କିଛି ପୁରୁଣା କଥା ମନେପଡିଯାଏ । ଯେତେବେଳେ ପୂର୍ବ ସରକାର କ୍ଷମତାରେ ଥିଲେ, ପରେ ଆପଣମାନେ ତ ସେମାନଙ୍କୁ କ୍ଷମତାରୁ ହଟାଇ ଦେଲେ । ମୋର ମନେ ଅଛି ଯେ 2016ରେ ଯେତେବେଳେ ଆମେ ଏହି ଯୋଜନାର ଶୁଭାରମ୍ଭ କରିଥିଲୁ ସେତେବେଳେ କେତେସବୁ ସମସ୍ୟା ଆସିଥିଲା । ପୂର୍ବରୁ ଯେଉଁ ସରକାର ଥିଲେ, ତାଙ୍କୁ ଭାରତ ସରକାରଙ୍କ ତରଫରୁ ମୋ କାର୍ଯ୍ୟାଳୟରୁ କେତେଥର ପତ୍ର ଲେଖାଯାଇଛି, ଯେ ଗରିବଙ୍କର, ହିତାଧିକାରୀଙ୍କର ନାମ ତାଲିକା ପଠାନ୍ତୁ, ଯାହାଫଳରେ ଏହି ଯୋଜନାର ସୁଫଳ ବାବଦ ଅର୍ଥ ସେମାନଙ୍କ ବ୍ୟାଙ୍କ୍ ଖାତାକୁ ଆମେ ପଠାଇଦେବୁ । ଆମେ ଅର୍ଥ ପ୍ରେରଣ କରିବା ପାଇଁ ପ୍ରସ୍ତୁତ ଥିଲୁ । କିନ୍ତୁ କେନ୍ଦ୍ର ସରକାରଙ୍କ ସମସ୍ତ ଚିଠି ତାଙ୍କ ବୈଠକ କାଳରେ ଆମର ଏହି ଇଚ୍ଛାକୁ ଅଣଦେଖା କରାଯାଇ ଆସୁଥିଲା । ସେହି ସରକାରଙ୍କର ଯେଉଁ ବ୍ୟବହାର ଥିଲା ସେସବୁକୁ ଆଜବି ଉତରପ୍ରଦେଶର ଗରିବ ଭୁଲି ପାରିନାହିଁ । ଆଜି ଯୋଗୀଜୀଙ୍କ ସରକାରଙ୍କ ସକ୍ରିୟତାର ପରିଣାମ ଏହି ଯେ ତାଙ୍କର ସମ୍ପୁର୍ଣ୍ଣ ଟିମର ପରିଶ୍ରମର ଫଳସୂରୂପ ଏଠି ଆବାସ ଯୋଜନା କାର୍ଯ୍ୟର ଗତି ମଧ୍ୟ ବଦଳିଯାଇଛି, ଏବଂ ଉପାୟ ମଧ୍ୟ ବଦଳିଯାଇଛି । ଏହି ଯୋଜନା ଅଧିନରେ ଉତରପ୍ରଦେଶରେ ପ୍ରାୟ 22 ଲକ୍ଷ ଗ୍ରାମୀଣ ଆବାସ ହେବାର ଅଛି । ଏଥିମଧ୍ୟରୁ ସାଢେ 21 ଲକ୍ଷରୁ ଅଧିକ ଘରର ନିର୍ମାଣକୁ ସ୍ୱୀକୃତି ମଧ୍ୟ ଦିଆଯାଇସାରିଛି । ଏତେ କମ୍ ସମୟରେ ଉତରପ୍ରଦେଶର ଗ୍ରାମାଞ୍ଚଳରେ ସାଢେ 14 ଲକ୍ଷ ଗରିବ ପରିବାରଙ୍କୁ ନିଜର ପକ୍କା ଘର ମିଳିଯାଇଛି । ଆଉ ଆଜି ଏସବୁ ଦେଖି ମତେ ବହୁତ ଖୁସି ଲାଗୁଛି ଯେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାର ଅଧିକାଂଶ କାର୍ଯ୍ୟ ଏହି ସରକାରଙ୍କ ଅମଳରେ ହୋଇଛି ।

ବନ୍ଧୁଗଣ,

ଆମ ଦେଶରେ ଗୃହ ନିର୍ମାଣ ଯୋଜନାର ଇତିହାସ କିଛି ଦଶନ୍ଧିର । ପୂର୍ବରୁ ବି ଗରିବ ଲୋକମାନଙ୍କୁ ଭଲ ଘର, ଶସ୍ତା ଘରର ଆବଶ୍ୟକତା ଥିଲା । କିନ୍ତୁ ଗରିବ ଲୋକଙ୍କ ପାଇଁ ସେହି ଯୋଜନାଗୁଡିକର ଅନୁଭୂତି ବହୁତ ଖରାପ ଥିଲା । ଏଣୁ ଯେତେବେଳେ 4-୫ବର୍ଷ ପୂର୍ବେ ସରକାର ଏହି ଆବାସ ଯୋଜନା ଉପରେ କାର୍ଯ୍ୟ କରୁଥିଲେ, ସେତେବେଳେ ଆମେ ସେହିସବୁ ଭୁଲ୍‌ରୁ ମୁକ୍ତି ପାଇବା ପାଇଁ, ତୃଟିପୂର୍ଣ୍ଣ ନୀତିଗୁଡିକରୁ ମୁକ୍ତି ପାଇବା ପାଇଁ ଏବଂ ନୂଆ ଉପାୟ ଖୋଜିବା ନିମନ୍ତେ, ନୂଆ ଢଙ୍ଗ ବାହାର କରିବା ନିମନ୍ତେ, ନୂଆ ନୀତି ପ୍ରସ୍ତୁତ କରିବା ପାଇଁ ସେହିସବୁ ବିଷୟଗୁଡିକ ଉପରେ ଆମେ ବିଶେଷ ଧ୍ୟାନ ଦେଇଛୁ । ଏବଂ ସେଥିରେ ଗ୍ରାମାଞ୍ଚଳର ସେହିସବୁ ଗରିବ ଲୋକମାନଙ୍କ ପର୍ଯ୍ୟନ୍ତ ସବୁଠାରୁ ଆଗେ ଏହି ଯୋଜନା ପହଂଚୁ, ଯେଉଁମାନେ ଘରର ଆଶା ଛାଡି ଦେଇଥିଲେ । ଯେଉଁମାନେ ମାନି ନେଇଥିଲେ ଯେ ଏବେ ତ ଜୀବନ ବାସ୍ ଫୁଟପାଥ୍ ଉପରେ କଟିବ, କୁଡିଆରେ ବିତିବ । ସର୍ବପ୍ରଥମେ ଆମେ ସେହିମାନଙ୍କର ଚିନ୍ତା କରିଛୁ । ଦ୍ୱିତୀୟତଃ, ମୁଁ କହିଥିଲି ଆବଂଟନ କ୍ଷେତ୍ରରେ ସମ୍ପୁର୍ଣ୍ଣ ପାରଦର୍ଶିତା ଆସୁ, କୌଣସି ପ୍ରିୟାପ୍ରୀତି ତୋଷଣ ନୁହେଁ, କୌଣସି ଭୋଟ୍‌ବ୍ୟାଙ୍କ ନୁହେଁ, କୌଣସି ଜାତି ନୁହେଁ, କୌଣସି କିଛିବି ନୁହେଁ, କେବଳ ଗରିବ ହିଁ ହକ୍‌ଦାର ଅଟେ । ତୃତୀୟତଃ ମହିଳାମାନଙ୍କ ସମ୍ମାନ, ମହିଳାମାନଙ୍କ ସ୍ୱାଭିମାନ, ମହିଳାମାନଙ୍କ ଅଧିକାର, ଏବଂ ଏଥିପାଇଁ ଆମେ ଯେଉଁ ଘର ଦେବୁ ସେହି ଘରେ ମହିଳାଙ୍କୁ ସତ୍ୱାଧିକାରୀ କରାଇବାର ପ୍ରୟାସ ହେବା ଉଚିତ୍ । ଚତୁର୍ଥରେ ଯେଉଁସବୁ ଘର ତିଆରି ହୋଇଛି ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସେସବୁର ତଦାରଖ ହେଉ । କେବଳ ଇଟାପଥର ଯୋଡି ଘର ତିଆରି ହୋଇନାହିଁ ବରଂ ଆମର ଏହା ମଧ୍ୟ ଲକ୍ଷ୍ୟ ରହିଛି ଯେ ଘର ସହିତ ଚାରି କାନ୍ଥ ନୁହେଁ, ବାସ୍ତବ ଅର୍ଥରେ ବଂଚିବା ପାଇଁ ଏଠାରେ ସ୍ୱପ୍ନର ଏକ ବିଶାଳ ସମ୍ଭାର ସଜେଇ ହେବା ଉଚିତ୍ । ଏବଂ ଏଥିପାଇଁ ସମସ୍ତ ସୁବିଧାଯୁକ୍ତ ଗୃହ ଗରିବକୁ ଦିଆଯିବା ଉଚିତ୍ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏହି ଘର ଏଭଳି ପରିବାରଙ୍କୁ ମିଳୁଛି ଯେଉଁମାନଙ୍କ ପାଖରେ ନିଜର ପକ୍କା ଘର ନଥିଲା, ଯେଉଁମାନେ କୁଡିଆରେ, ଚାଳଘରେ ଅଥବା ଭଙ୍ଗା ଦଦରା ପରିତ୍ୟକ୍ତ ଘରେ ରହୁଥିଲେ । ଏମାନଙ୍କ ମଧ୍ୟରେ ଗାଁ ଗହଳିର ସାଧାରଣ କାରିଗର ଅଛନ୍ତି, ଆମର ଦିନ ମଜୁରିଆ ଅଛନ୍ତି, ଆମର କୃଷି ଶ୍ରମିକ ଅଛନ୍ତି । ଏହାର ବହୁତ ବଡ ସୁଫଳ ଗ୍ରାମାଞ୍ଚଳରେ ରହୁଥିବା ସେହିସବୁ କ୍ଷୁଦ୍ର ଚାଷୀଙ୍କୁ ବି ମିଳୁଛି, ଯେଉଁମାନଙ୍କ ପାଖରେ ମାତ୍ର ଗୁଣ୍ଠେ ଦିଗୁଣ୍ଠ ଜମି ରହିଛି । ଆମ ଦେଶରେ ବହୁସଂଖ୍ୟାରେ ଭୂମିହୀନ କୃଷକ ମଧ୍ୟ ଅଛନ୍ତି, ଯେଉଁମାନେ ଯେନତେନ ପ୍ରକାରେଣ ନିଜର ଗୁଜୁରାଣ ମେଂଟାଉଛନ୍ତି । ସେମାନଙ୍କର ପିଢୀ ପରି ପିଢୀ ଏହିଭଳିଭାବେ କଟିଯାଇଛି, ଏମାନେ ନିଜର ପରିଶ୍ରମ ବଳରେ ଦେଶର କ୍ଷୁଧା ମେଂଟାଉଛନ୍ତି କିନ୍ତୁ ନିଜପାଇଁ ପକ୍କାଘର ଓ ଛାତର ବ୍ୟବସ୍ଥା କରିପାରନ୍ତି ନାହିଁ । ଆଜି ଏଭଳି ସମସ୍ତ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନା ସହିତ ସାମିଲ୍ କରାଯାଉଛି । ଏହି ଆବାସ ଗ୍ରାମୀଣ କ୍ଷେତ୍ରରେ ମହିଳାମାନଙ୍କ ସଶକ୍ତିକରଣର ବି ଏକ ବୃହତ୍ ମାଧ୍ୟମ ହେବାରେ ଲାଗିଛି । କାରଣ ଅଧିକାଂଶ ଆବାସକୁ ମହିଳାମାନଙ୍କ ନାମରେ ଆବଂଟିତ କରାଯାଉଛି । ଯେଉଁମାନଙ୍କ ନିକଟରେ ଜମି ନାହିଁ, ସେମାନଙ୍କୁ ଜମି ପଟ୍ଟା ମଧ୍ୟ ଦିଆଯାଉଛି । ଏହି ସମ୍ପୁର୍ଣ୍ଣ ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଯେତେବି ଘର ନିର୍ମାଣ କରାଯାଉଛି ସେସବୁ ପାଇଁ ଆବଶ୍ୟକ ଅର୍ଥ ସିଧାସଳଖ ଗରିବଙ୍କ ବ୍ୟାଙ୍କଖାତାରେ ଜମା କରାଯାଉଛି । କୌଣସି ବି ହିତାଧିକାରୀଙ୍କୁ ଅସୁବିଧା ନହେଉ, ଭ୍ରଷ୍ଟାଚାରର ଶିକାର ହେବାକୁ ନପଡୁ, କେନ୍ଦ୍ର ଏବଂ ଉତରପ୍ରଦେଶ ସରକାର ମିଳିତଭାବେ ଏଥିପାଇଁ ନିରନ୍ତର ପ୍ରୟାସ କରି ଚାଲିଛନ୍ତି ।

ବନ୍ଧୁଗଣ,

ଆଜି ଦେଶ ଏହା ପ୍ରୟାସ କରୁଛି ଯେ ମୌଳିକ ସୁବିଧା କ୍ଷେତ୍ରରେ ଗାଁ ଓ ସହର ମଧ୍ୟରେ ଥିବା ତାରତମ୍ୟକୁ କିପରି ହ୍ରାସ କରାଯାଇପାରିବ । ବଡ ସହର ବାସିନ୍ଦାଙ୍କ ପାଇଁ ଜୀବନ ଯେତିକି ସରଳ ରହିଛି ଗ୍ରାମାଞ୍ଚଳରେ ସାଧାରଣ ମଣିଷ ପାଇଁ, ଗରିବ ପାଇଁ ମଧ୍ୟ ଜୀବନ ସେତିକି ସରଳ ହେଉ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଶୌଚାଳୟ, ବିଜୁଳି, ପାଣି ଭଳି ମୌଳିକ ସୁବିଧାଗୁଡିକ ସହିତ ମଧ୍ୟ ଯୋଡାଯାଉଛି । ବିଜୁଳି ସଂଯୋଗ, ଗ୍ୟାସ୍ ସଂଯୋଗ, ଶୌଚାଳୟ, ଏସବୁ ଘର ସହିତ ହିଁ ଦିଆଯାଉଛି । ଏବେ ଦେଶର ଗାଁ ଗାଁରେ ପାଇପ୍ ସଂଯୋଗରେ ସ୍ୱଚ୍ଛ ପାନୀୟ ଜଳ ପହଂଚାଇବା ପାଇଁ ‘ଜଳ ଜୀବନ ମିଶନ୍‌’ କାର୍ଯ୍ୟ କରୁଛି । ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଗରିବକୁ ଯେପରି ଜରୁରୀ ଆବଶ୍ୟକତା ପାଇଁ କଷ୍ଟ କରିବାକୁ ନପଡେ, ଏଣେତେଣେ ଦୌଡିବାକୁ ନପଡେ ।

ଭାଇ ଓ ଭଉଣୀମାନେ,

ଆଉ ଏକ ପ୍ରୟାସ ଯାହାର ସୁଫଳ ଆମର ଗ୍ରାମାଂଚଳର ଲୋକମାନଙ୍କୁ ମିଳିବା ଆରମ୍ଭ କରିଛି ଏବଂ ମୁଁ ଚାହୁଁଛି ଗ୍ରାମାଂଚଳର ଲୋକମାନେ ଏହାର ଭରପୁର ଫାଇଦା ଉଠାନ୍ତୁ ଏବଂ ତାହା ହେଉଛି ‘ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା’ । ଆଗାମୀ ଦିନଗୁଡିକରେ ଏହି ଯୋଜନା ଦେଶର ଗାଁଗଣ୍ଡାରେ ରହୁଥିବା ଲୋକମାନଙ୍କର ଭାଗ୍ୟ ବଦଳାଇବାକୁ ଯାଉଛି । ଏବଂ ଉତରପ୍ରଦେଶ ସେହିସବୁ ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ରାଜ୍ୟଗୁଡିକ ମଧ୍ୟରୁ ଅନ୍ୟତମ ଯେଉଁଠାରେ ‘ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା’ କାର୍ଯ୍ୟକାରୀ କରାଯାଇଛି ଏବଂ ଗ୍ରାମାଂଚଳଗୁଡିକରେ ଏହା ସଫଳତାର ସହ ଚାଲୁ ରହିଛି । ଏହି ଯୋଜନା ଅଧିନରେ ଗାଁଗଣ୍ଡାରେ ରହୁଥିବା ଲୋକମାନଙ୍କୁ ସେମାନଙ୍କର ଜମି, ସେମାନଙ୍କ ଘରର ମାଲିକାନା ହକ୍ ସଂକ୍ରାନ୍ତ କାଗଜପତ୍ର ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରସ୍ତୁତ କରି ପ୍ରଦାନ କରାଯାଉଛି । ଆଜିକାଲି ଉତରପ୍ରଦେଶରେ ମଧ୍ୟ ହଜାର ହଜାର ଗାଁରେ ଡ୍ରୋନ୍ ଦ୍ୱାରା ସର୍ଭେ କରାଯାଉଛି, ମ୍ୟାପିଂ କରାଯାଉଛି, ଯାହାଦ୍ୱାରା କି ଜନସାଧାରଣଙ୍କ ସମ୍ପତି ସରକାରୀ ରେକର୍ଡରେ ସେମାନଙ୍କ ନାମରେ ରଖାଯାଇପାରିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଜମିକୁ ନେଇ ଗାଁଗୁଡିକରେ ହେଉଥିବା ବିବାଦ ସମାପ୍ତ ହୋଇଯିବ । ଏହାର ସବୁଠାରୁ ସୁଫଳ ଏହା ହେବ ଯେ ଆପଣମାନେ ଗାଁର ଜମି କିମ୍ବା ଗାଁର କାଗଜପତ୍ର ଦେଖାଇ ଯେତେବେଳେ ଚାହିଁବେ ବ୍ୟାଙ୍କରୁ ଋଣ ମଧ୍ୟ ନେଇପାରିବେ । ଏବଂ ଆପଣମାନେ ଜାଣିଛନ୍ତି ଯେ ଯେଉଁ ସମ୍ପତି ଦ୍ୱାରା ବ୍ୟାଙ୍କରୁ ଋଣ ମିଳିପାରେ ତାହାର ଦାମ୍ ସବୁବେଳେ ଅଧିକ । ଏହାର ଅର୍ଥ ହେଉଛି ସ୍ୱାମୀତ୍ୱ ଯୋଜନାର ସୁପ୍ରଭାବ ଏବେ ଗାଁରେ ନିର୍ମିତ ଗୃହ ଏବଂ ଜମିର ମୂଲ୍ୟ ଉପରେ ମଧ୍ୟ ପଡିବ । ସ୍ୱାମୀତ୍ୱ ଯୋଜନା ଦ୍ୱାରା ଗାଁରେ ରହୁଥିବା ଆମର କୋଟି କୋଟି ଗରିବ ଭାଇଭଉଣୀମାନଙ୍କୁ ଏକ ନୂଆ ଶକ୍ତି ହାସଲ ହେବାକୁ ଯାଉଛି । ଉତ୍ତରପ୍ରଦେଶର ସାଢେ ୮ହଜାରରୁ ଅଧିକ ଗାଁରେ ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ମଧ୍ୟ ହୋଇସାରିଲାଣି । ସର୍ଭେ ପରେ ଲୋକମାନଙ୍କୁ ଯେଉଁ ଡିଜିଟାଲ୍ ସାର୍ଟିଫିକେଟ୍ ମିଳୁଛି ତାକୁ ଉତରପ୍ରଦେଶରେ ଘରୌନି କୁହାଯାଉଛି । ମତେ ଏକଥା କୁହାଯାଇଛି ଯେ ଏପର୍ଯ୍ୟନ୍ତ 51ହଜାରରୁ ଅଧିକ ଘରୌନି ପ୍ରମାଣପତ୍ର ବଂଟାଯାଇସାରିଲାଣି । ଏବଂ ଖୁବଶୀଘ୍ର ଗ୍ରାମାଞ୍ଚଳରେ ର ଏକ ଲକ୍ଷ ଲୋକଙ୍କୁ ମଧ୍ୟ ଏହି ଘରୌନି ପ୍ରମାଣପତ୍ର ମିଳିବାକୁ ଯାଉଛି ।

ବନ୍ଧୁଗଣ,

ଆଜି ଏତେସବୁ ଯୋଜନା ଗାଁ ପର୍ଯ୍ୟନ୍ତ ପହଂଚୁଛି, ତ ଏସବୁଦ୍ୱାରା କେବଳ ସୁବିଧା ହିଁ ବଢୁନାହିଁ, ବରଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ମଧ୍ୟ ଗତିଶୀଳ ହେଉଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧିନରେ ଉତରପ୍ରଦେଶରେ 60 ହଜାର କିଲୋମିଟରରୁ ଅଧିକ ଗ୍ରାମ୍ୟ ସଡକ ନିର୍ମାଣ କରାଯାଇପାରିଛି । ଏହି ସଡକସବୁ ଗ୍ରାମାଂଚଳର ଲୋକମାନଙ୍କୁ ସହଜ କରିବା ସହିତ ସେସବୁ ଅଂଚଳରେ ବିକାଶର ନୂଆ ମାଧ୍ୟମ ପାଲଟୁଛି । ଏବେ ଆପଣମାନେ ଦେଖନ୍ତୁ, ଗାଁଗଣ୍ଡାରେ ଏଭଳି କେତେ ଯୁବକ ଥିଲେ ଯେଉଁମାନେ ଅଳ୍ପକିଛି ରାଜମିସ୍ତ୍ରୀ କାମ ଶିଖୁଥିଲେ, କିନ୍ତୁ ସେମାନଙ୍କୁ ସେତେଟା ସୁଯୋଗ ମିଳୁନଥିଲା । କିନ୍ତୁ ଏବେ ଗାଁରେ ଏତେଗୁଡିଏ ଘର ନିର୍ମାଣ କରାଯାଉଛି, ସଡକ ତିଆରି ହେଉଛି, ଯାହାଫଳରେ ରାଜମିସ୍ତ୍ରୀମାନଙ୍କ ପାଇଁ କେତେ ସୁଯୋଗ ସୃଷ୍ଟି ହୋଇପାରିଛି । ସରକାର ଏଥିପାଇଁ କୌଶଳ ବିକାଶ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରୁଛନ୍ତି । ଉତରପ୍ରଦେଶରେ ମଧ୍ୟ ହଜାର ହଜାର ଯୁବକ ସେସବୁରେ ତାଲିମ୍ ନେଉଛନ୍ତି । ଏବଂ ଏବେତ ମହିଳାମାନେ ମଧ୍ୟ ରାଣିମିସ୍ତ୍ରୀ ଭାବେର ଘର ନିର୍ମାଣ କରୁଛନ୍ତି । ସେମାନଙ୍କ ପାଇଁ ମଧ୍ୟ ରୋଜଗାରର ଅବସର ଉନ୍ମୁକ୍ତ ହୋଇଛି । ଏତେସବୁ କାମ ହେଉଛି ତ ସିମେଂଟ, ଲୁହାଛଡ, ବିଲ୍ଡିଂ ଉପକରଣ ଦୋକାନ, ଏହିସବୁ ଭଳି ସେବା ପାଇଁ ମଧ୍ୟ ଆବଶ୍ୟକତା ଦେଖା ଦେଉଛି ଏବଂ ସେଥିରେ ମଧ୍ୟ ବୃଦ୍ଧି ଘଟୁଛି । ଏଥିରେ ମଧ୍ୟ ଯୁବକମାନଙ୍କୁ ରୋଜଗାର ମିଳୁଛି । ଏବେ କିଛି ମାସ ପୂର୍ବରୁ ଦେଶରେ ଆଉ ଏକ ଅଭିଯାନ ଆରମ୍ଭ କରାଯାଇଛି ଯାହାର ସୁଫଳ ଆମର ଗ୍ରାମାଞ୍ଚଳର ଲୋକମାନଙ୍କକୁ ମିଳିବାକୁ ଯାଉଛି । ଏହି ଅଭିଯାନ ହେଉଛି ଦେଶର ୬ ଲକ୍ଷରୁ ଅଧିକ ଗାଁକୁ ଦୃତ ଗତିଯୁକ୍ତ ଇଂଟରନେଟ୍ ପହଂଚାଇବା । ଏହି ଅଭିଯାନ ଅଧିନରେ ଲକ୍ଷ ଲକ୍ଷ ଗାଁରେ ଅପ୍ଟିକାଲ୍ ଫାଇବର୍ ବିଛାଯିବ । ଏହି କାର୍ଯ୍ୟ ମଧ୍ୟ ଗାଁଗଣ୍ଡାର ଲୋକମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ଆଣିଦେବ ।

ବନ୍ଧୁଗଣ,

କରୋନାର ଏହି କାଳଖଣ୍ଡ ଯାହାର ପ୍ରଭାବ ଯେତେବେଳେ ପୁରା ଦେଶ ଉପରେ ପଡିଥିଲା, ବିଶ୍ୱ ଉପରେ ପଡିଥିଲା, ସମଗ୍ର ମାନବଜାତି ଉପରେ ପଡିଥିଲା, ପ୍ରତ୍ୟେକ ବ୍ୟକ୍ତି ଉପରେ ପଡିଥିଲା ସେତେବେଳେ ଉତରପ୍ରଦେଶ ବିକାଶ ନିମନ୍ତେ ନିଜର ପ୍ରୟାସକୁ ଅଟକାଇ ନଥିଲା, ଜାରି ରଖିଥିଲା, ଦୃତ ଗତିରେ ଆଗକୁ ବଢାଇଥିଲା । ଯେଉଁ ପ୍ରବାସୀ ବନ୍ଧୁମାନେ ନିଜର ଗାଁକୁ ଫେରୁଥିଲେ, ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରେ ପହଂଚାଇବାପାଇଁ ଉତରପ୍ରଦେଶ ଯେଉଁ କାମ କରିଥିଲା, ତାର ମଧ୍ୟ ଉଚ୍ଚ ପ୍ରଶଂସା ହୋଇଥିଲା । ଉତରପ୍ରଦେଶ ତ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧିନରେ 10କୋଟି ମାନବ ଦିବସର ରୋଜଗାର ସୃଷ୍ଟି କରିଥିଲା ଏବଂ ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା । ଏତେ ଅଧିକ ସଂଖ୍ୟାରେ ଗ ଗ୍ରାମାଞ୍ଚଳର ଲୋକଙ୍କୁ ଗାଁରେ ହିଁ ରୋଜଗାର ମିଳିଲା, ଏହାଦ୍ୱାରା ମଧ୍ୟ ସେମାନଙ୍କ ଜୀବନଯାତ୍ରା ସହଜ ହୋଇଥିଲା ।

ବନ୍ଧୁଗଣ,

ଆଜି ସାଧାରଣ ମଣିଷର ଜୀବନକୁ ସହଜ କରିବା ନିମନ୍ତେ ଉତରପ୍ରଦେଶରେ ଯେଉଁସବୁ କାର୍ଯ୍ୟ ଜାରି ରହିଛି, ସେସବୁକୁ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଅଯୋଧ୍ୟାରୁ ନେଇ ବୁନ୍ଦେଲଖଣ୍ଡ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ହେଉ କିମ୍ବା ରାଷ୍ଟ୍ରୀୟ ପୋଷଣ ମିଶନ୍‌, ଉଜ୍ଜ୍ୱଳା ଯୋଜନା ହେଉ ଅବା ଉଜାଲା ଯୋଜନା ଅଧିନରେ ଦିଆଯାଇଥିବା ଲକ୍ଷ ଲକ୍ଷ ଶସ୍ତା ଏଲ୍‌ଇଡି ବଲ୍‌ବ, ଏସବୁ ଲୋକମାନଙ୍କର ଖର୍ଚ୍ଚ ବଞ୍ଚାଇବା ସହିତ ସେମାନଙ୍କ ଜୀବନକୁ ସହଜ ମଧ୍ୟ କରିପାରୁଛି । ଗତ 4 ବର୍ଷ ମଧ୍ୟରେ ଉତରପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ଯେଉଁ ତ୍ୱରିତ ଗତିରେ ଆଗକୁ ବଢାଇଛନ୍ତି, ତାହାଦ୍ୱାରା ଉତରପ୍ରଦେଶକୁ ଏକ ନୂଆ ପରିଚୟ ମିଳିବା ସହିତ ଏକ ନୂଆ ଉଡାଣ ମଧ୍ୟ ମିଳିଛି । ଗୋଟିଏ ପଟରେ ଅପରାଧି ଏବଂ ଦଙ୍ଗାକାରୀଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟପକ୍ଷରେ ଆଇନ୍ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ, ଗୋଟିଏ ପଟରେ ଅନେକ ଏକ୍ସପ୍ରେସ୍ ସଡକର ଦୃତଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟ ତ ଅନ୍ୟପକ୍ଷରେ ଏମ୍‌ସ୍ ଭଳି ବଡ ସଂସ୍ଥା, ମିରଟ୍ ଏକ୍ସପ୍ରେସ୍ ୱେ ଠାରୁ ନେଇ ବୁନ୍ଦେଲଖଣ୍ଡ-ଗଙ୍ଗା ଏକ୍ସପ୍ରେସ୍ ପର୍ଯ୍ୟନ୍ତ, ଉତ୍ତରପ୍ରଦେଶରେ ବିକାଶର ବେଗ କ୍ଷୀପ୍ର ହୋଇଛି । ଏହି କାରଣରୁ ଆଜି ଉତ୍ତରପ୍ରଦେଶକୁ ବଡ ବଡ କମ୍ପାନୀମାନେ ମଧ୍ୟ ଆସୁଛନ୍ତି, ଏବଂ ଛୋଟ ଛୋଟ ଉଦ୍ୟୋଗ ପାଇଁ ମଧ୍ୟ ରାସ୍ତା ଉନ୍ମୁକ୍ତ ହୋଇଛି । ଉତରପ୍ରଦେଶର ‘ଏକ ଜିଲ୍ଲା ଏକ ଉତ୍ପାଦ’ ଯୋଜନା ଦ୍ୱାରା ସ୍ଥାନୀୟ କାରିଗରଙ୍କୁ ପୁଣିଥରେ କାମ ମିଳିବା ଆରମ୍ଭ ହୋଇଛି । ଗାଁଗଣ୍ଡାରେ ରହୁଥିବା ଆମର ସ୍ଥାନୀୟ କାରିଗରଙ୍କର, ଗରିବଙ୍କର, ଶ୍ରମିକମାନଙ୍କର ଏହି ଆତ୍ମନିର୍ଭରଶୀଳତା ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ମଧ୍ୟ ପୂରଣ କରିବ ଏବଂ ଏହିସବୁ ପ୍ରୟାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏହି ଯେଉଁ ଘର ମିଳୁଛି ସେସବୁ ଘର ସେମାନଙ୍କ ପାଇଁ ବହୁତ ବଡ ସମ୍ବଳ ଭାବେ କାର୍ଯ୍ୟ କରିବ ।

ଉତରାୟଣ ପରବର୍ତୀ କାଳଖଣ୍ଡ ଆପଣଙ୍କ ଜୀବନର ସବୁ ସ୍ୱପ୍ନକୁ ପୂରଣ କରୁ । ଘର ସ୍ୱୟଂ ହେଉଛି ଏକ ବହୁତ ବଡ ବ୍ୟବସ୍ଥା । ଏବେ ଦେଖନ୍ତୁ ପିଲାମାନଙ୍କର ଜୀବନ ବଦଳିଯିବ । ସେମାନଙ୍କର ପଢାଲେଖାରେ ପରିବର୍ତନ ଆସିବ, ଏକ ନୂଆ ଆତ୍ମବିଶ୍ୱାସ ଜନ୍ମ ନେବ ଏବଂ ଏଥିପାଇଁ ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଆଜି ସବୁ ମା’ ଓ ଭଉଣୀମାନେ ମତେ ଆଶୀର୍ବାଦ ଦେଇଥିବାରୁ ମୁଁ ହୃଦୟରୁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Chandrayaan to GenomeIndia: How 12 years of scientific transformation powered journey towards Viksit Bharat

Media Coverage

From Chandrayaan to GenomeIndia: How 12 years of scientific transformation powered journey towards Viksit Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights Government’s efforts to enhance Ease of Living for the middle class
June 15, 2026

The Prime Minister, Shri Narendra Modi has highlighted the government’s efforts to enhance Ease of Living for the middle classs and said that it is the privilege of the Government to work towards fulfilling the aspirations of the middle class. He noted that the middle class has contributed to nation-building in countless ways.

Shri Modi further said that over the last decade, governance has increasingly focused on improving the quality of life of ordinary citizens. Shri Modi added that the Government’s efforts are aimed at ensuring easier access to opportunities, better infrastructure, improved public services, affordable healthcare, quality education, cleaner cities and reduced burdens in everyday life.

In a series of X post, the Prime Minister said;

“A Government for the middle class…

It is the NDA Government’s privilege to be working towards fulfilling the aspirations of our middle class. They have contributed to nation-building in countless ways.

Over the last decade, governance has increasingly focused on improving the quality of life of ordinary citizens. Our efforts are about easier access to opportunities, better infrastructure, improved public services, affordable healthcare, quality education, cleaner cities and reduced burdens in everyday life.

#12YearsOfSakshamMiddleClass”

“A glimpse of how ‘Ease of Living’ is being enhanced for the middle class.

#12YearsOfSakshamMiddleClass”