“ଭାରତ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ । ଗଣତନ୍ତ୍ର ଆମର ସ୍ୱଭାବ ଏବଂ ଭାରତରେ ଜୀବନର ଏକ ଅଂଶବିଶେଷ”
“ଭାରତର ସଂଘୀୟ ବ୍ୟବସ୍ଥାରେ ସମସ୍ତ ରାଜ୍ୟମାନଙ୍କର ଭୂମିକା ‘ସବକା ପ୍ରୟାସ’ର ଏକ ବଡ଼ ଆଧାର”
“କରୋନା ମହାମାରୀ ବିରୋଧରେ ଲଢ଼େଇ ‘ସବକା ପ୍ରୟାସ’ର ଏକ ମହାନ ଉଦାହରଣ”
“ସମାଜ ପାଇଁ କିଛି ବିଶେଷ କାର୍ଯ୍ୟ କରୁଥିବା ଜନପ୍ରତିନିଧିମାନଙ୍କ ପାଇଁ ଆମେ ବର୍ଷକୁ ୩-୪ ଦିନ ସଦନରେ ଏପରି ବ୍ୟବସ୍ଥା କରିପାରିବା କି, ଯାହା ମାଧ୍ୟମରେ ସେମାନଙ୍କ ସାମାଜିକ ଜୀବନର ଏହି ପାର୍ଶ୍ୱ ସମ୍ପର୍କରେ ଦେଶକୁ ଜଣାଇପାରିବା”
ସଦନରେ ଫଳପ୍ରଦ ଆଲୋଚନା ପାଇଁ ସୁସ୍ଥ ସମୟ, ସୁସ୍ଥ ଦିବସ ଲାଗି ଦେଲେ ପ୍ରସ୍ତାବ
ସଂସଦୀୟ ବ୍ୟବସ୍ଥାକୁ ଆବଶ୍ୟକ ବୈଷୟିକ ପ୍ରୋତ୍ସାହନ ଦେବା ଏବଂ ଦେଶର ସମସ୍ତ ଗଣତାନ୍ତ୍ରିକ ସଂସ୍ଥାକୁ ଯୋଡ଼ିବା ଲାଗି ‘ଏକ ରାଷ୍ଟ୍ର ଏକ ବିଧାନପାଳିକା ମଞ୍ଚ’ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ନମସ୍କାର!

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଲୋକସଭାର ମାନନୀୟ ଅଧ୍ୟକ୍ଷ ଶ୍ରୀ ଓମ୍ ବିର୍ଲା ଜୀ, ରାଜ୍ୟସଭାର ମାନନୀୟ ଉପ-ସଭାପତି ଶ୍ରୀ ହରିବଂଶ ଜୀ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ଜୀ, ହିମାଚଳ ବିଧାନସଭାରେ ବିରୋଧୀ ଦଳ ନେତା ଶ୍ରୀ ମୁକେଶ ଅଗ୍ନିହୋତ୍ରୀ ଜୀ, ହିମାଚଳ ବିଧାନସଭାର ଅଧ୍ୟକ୍ଷ ଶ୍ରୀ ବିପିନ ସିଂହ ପରମାର ଜୀ, ଦେଶର ବିଭିନ୍ନ ସଦନର ପୀଠାସୀନ ଅଧିକାରୀଗଣ ଏବଂ ଉପସ୍ଥିତ ମହାଶୟ ଏବଂ ମହାଶୟା ।

ପ୍ରେସିଡେନ୍ସି ଅଫିସର୍ସଙ୍କର ଏହି ମହତ୍ୱପୂର୍ଣ୍ଣ କନଫରେନ୍ସ ପ୍ରତ୍ୟେକ ବର୍ଷ କିଛି ନୂତନ ବିଚାର ଆଲୋଚନା ଏବଂ ନୂତନ ସଂକଳ୍ପର ସହିତ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ମଂଥନରୁ କିଛି ନା କିଛି ଅମୃତ ବାହାରିଥାଏ, ଯାହା ଆମ ଦେଶକୁ, ଦେଶର ସଂସଦୀୟ ବ୍ୟବସ୍ଥାକୁ ଦିଗ ଦେଇଥାଏ, ନୂଆ ଶକ୍ତି ଦେଇଥାଏ, ନୂଆ ସଂକଳ୍ପ ପାଇଁ ପ୍ରେରଣା ଯୋଗାଇଥାଏ । ଏହା ବହୁତ ଆନନ୍ଦର ବିଷୟ ଯେ ଆଜି ଏ ପରମ୍ପରାକୁ ୧ଠଠ ବର୍ଷ ପୂରଣ ହେବାକୁଯାଉଛି । ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଅଟେ ଏବଂ ଭାରତର ଗଣତାନ୍ତ୍ରିକ ବିସ୍ତାରର ପ୍ରତୀକ ମଧ୍ୟ ଅଟେ । ମୁଁ ଏହି ମହତ୍ୱପୂର୍ଣ୍ଣ ଅବସରରେ ଆପଣ ସମସ୍ତଙ୍କୁ, ଦେଶର ସଂସଦ ଏବଂ ସମସ୍ତ ବିଧାନସଭାଗୁଡ଼ିକର ସମସ୍ତ ସଦସ୍ୟମାନଙ୍କୁ; ଏବଂ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଭାରତ ପାଇଁ ଲୋକତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ । ଲୋକତନ୍ତ୍ର ହେଉଛି ଭାରତର ସ୍ୱଭାବ, ଭାରତର ସାବଲୀଳ ପ୍ରକୃତି ଅଟେ । ଆପଣଙ୍କ ଏହି ଯାତ୍ରା ଏଥିପାଇଁ ମଧ୍ୟ ଆହୁରି ବିଶେଷ ହୋଇଯାଇଛି । କାରଣ ଏହି ସମୟରେ ଭାରତ ଆଜାଦୀର ୭୫ ବର୍ଷ ପର୍ବ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି । ଏହି ସଂଯୋଗ ଏହି କାର୍ଯ୍ୟକ୍ରମର ବୈଶିଷ୍ଟ୍ୟକୁ ବୃଦ୍ଧି କରୁଛି, ଏହା ସହ ଆମର ଦାୟୀତ୍ୱଗୁଡ଼ିକୁ ମଧ୍ୟ ବହୁଗୁଣା କରିଦେଉଛି ।

ବନ୍ଧୁଗଣ,

ଆମକୁ ଆଗାମୀ ବର୍ଷରେ, ଦେଶକୁ ନୂତନ ଶିଖରକୁ ପହଞ୍ଚାଇବାକୁ ହେବ, ଅସାଧାରଣ ଲକ୍ଷ୍ୟ ହାସଲ କରିବାକୁ ହେବ, ଏହି ସଂକଳ୍ପ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ପୂରଣ ହେବ ଏବଂ ଲୋକତନ୍ତ୍ରରେ, ଭାରତର ସଂଘୀୟ ବ୍ୟବସ୍ଥାରେ ଯେତେବେଳେ ଆମେ "ସବକା ପ୍ରୟାସ'ର କଥା ହୋଇଥାଉ ସେତେବେଳେ ସମସ୍ତ ରାଜ୍ୟର ଭୂମିକା ତାହାର ବଡ଼ ଆଧାର ହୋଇଥାଏ । ଦେଶ ବିଗତ ବର୍ଷରେ ଯାହା ହାସଲ କରିଛି, ସେଥିରେ ରାଜ୍ୟଗୁଡ଼ିକର ସକ୍ରିୟ ସହଯୋଗର ବଡ଼ ଭୂମିକା ରହିଛି । ସେ ପୂର୍ବୋତ୍ତରର ବହୁ ପୁରାତନ ସମସ୍ୟାର ସମାଧାନ ହେଉ, ଦଶନ୍ଧିରୁ ଦଶନ୍ଧି ଧରି ଝୁଲି ରହିଥିବା ବିକାଶର ସମସ୍ତ ବଡ଼ ପରିଯୋଜନାଗୁଡ଼ିକୁ ପୂରଣ କରିବା ହେଉ, ଏମିତି କେତେ କାମ ରହିଛି ଯାହା ଦେଶ ବିଗତ ବର୍ଷରେ କରିଛି, ସମସ୍ତଙ୍କ ପ୍ରୟାସ ଦ୍ୱାରା କରିପାରିଛି । ଏବେ ସବୁଠାରୁ ବଡ଼ ଉଦାହରଣ ଆମ ସମ୍ମୁଖରେ ଥିବା କରୋନା । ଏତେ ବଡ଼ ଲଢ଼େଇ ଦେଶ ସମସ୍ତ ରାଜ୍ୟଗୁଡ଼ିକ ସାଥୀରେ ନେଇ ଯେପରି ଏକତ୍ରିତ ହୋଇ ଲଢ଼ିଲା, ଏହା ଐତିହାସିକ ଅଟେ । ଆଜି ଭାରତ ୧୧ଠ କୋଟି ଭ୍ୟାକସିନ ଡୋଜ ଭଳି ବଡ଼ ଅଙ୍କ ଅତିକ୍ରମ କରିସାରିଛି । ଯାହା କେବେ ଅସମ୍ଭବ ଲାଗୁଥିଲା, ତାହା ଆଜି ସମ୍ଭବ ହୋଇଛି । ଏଥିପାଇଁ, ଆମ ସମ୍ମୁଖରେ ଭବିଷ୍ୟତକୁ ନେଇ ଯେଉଁ ସ୍ୱପ୍ନ ଅଛି, ଯେଉଁ "ଅମୃତ ସଂକଳ୍ପ' ଅଛି, ତାହା ମଧ୍ୟ ପୂରଣ ହେବ । ଦେଶ ଏବଂ ରାଜ୍ୟର ଏକତ୍ରିତ ପ୍ରୟାସ ଯୋଗୁଁ ଏହା ପୂରଣ ହୋଇପାରିବ । ସଫଳତାକୁ ଆଗକୁ ବଢ଼ାଇବାର ଏହା ସମୟ ଅଟେ, ଯାହା ରହିଯାଇଛି ତାହା ପୂରଣ କରିବାକୁ ହେବ ଏବଂ ଏହା ସହିତ, ଏକ ନୂତନ ଚିନ୍ତାଧାରା, ନୂତନ ଦୃଷ୍ଟିକୋଣ ସହିତ ଆମକୁ ଭବିଷ୍ୟତ ପାଇଁ ନୂଆ ନିୟମ ଏବଂ ନୀତି ତିଆରି କରିବାକୁ ହେବ । ଆମ ସଦନର ପରମ୍ପରା ଏବଂ ବ୍ୟବସ୍ଥାର ସ୍ୱଭାବ ଭାରତୀୟ ହେବ, ଆମ ନୀତି, ଆମର କାନୁନ ଭାରତୀୟଙ୍କ ଭାବକୁ "ଏକ ଭାରତ, ଶ୍ରେଷ୍ଠ ଭାରତ' ସଂକଳ୍ପକୁ ମଜବୁତ କରିବ ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ ସଂସଦରେ ଆମର ନିଜର ମଧ୍ୟ ଆଚାର-ବ୍ୟବହାର ଭାରତୀୟ ମୂଲ୍ୟବୋଧ ଆଧାରରେ ହେବା ଉଚିତ । ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଏହି ଦିଗରେ ଆମକୁ ଆହୁରି ବହୁତ କିଛି କରିବାର ଅବସର ରହିଛି ।

ସାଥୀମାନେ,

ଆମ ଦେଶ ବିବିଧତାପୂର୍ଣ୍ଣ ଅଟେ । ଆମର ହଜାର ହଜାର ବିକାଶର ଯାତ୍ରାରେ ଆମେ ଏହି କଥାକୁ ଅଙ୍ଗୀକୃତ କରିସାରିଛୁ । ବିବିଧତା ମଧ୍ୟରେ, ଏକତାର ଭବ୍ୟ ଏବଂ ଏକତାର ଦିବ୍ୟ ଅଖଣ୍ଡ ଧାରା ପ୍ରବାହିତ ହେଉଛି । ଏକତାର ଏହି ଅଖଣ୍ଡ ଧାରା, ଆମର ବିବିଧତାକୁ ସଜ୍ଜିତ କରୁଛି, ତାହାର ସଂରକ୍ଷଣ କରୁଛି । ଆଜି ବଦଳୁଥିବା ଏହି ସମୟରେ ଆମର ସଦନଗୁଡ଼ିକର ବିଶେଷ ଦାୟତ୍ୱ ହେଉଛି କି ଦେଶର ଏକତା ଏବଂ ଅଖଣ୍ଡତା ସମ୍ପର୍କରେ ଯଦି ଗୋଟିଏ ମଧ୍ୟ ଭିନ୍ନ ସ୍ୱର ଉଠିବ, ତେବେ ସେଥିପ୍ରତି ସତର୍କ ରହିବ । ବିବିଧତାକୁ ସମ୍ମାନ ମିଳୁଥାଉ, ଆମେ ଆମର ବିବିଧତାର ଉତ୍ସବ ପାଳନ କରୁଥାଉ, ଆମ ସଦନଗୁଡ଼ିକରୁ ଏହି ସଂଦେଶ ମଧ୍ୟ ନିରନ୍ତର ଯିବା ଆବଶ୍ୟକ ।

ବନ୍ଧୁଗଣ,

ପ୍ରାୟ ରାଜନେତାମାନଙ୍କ ବିଷୟରେ, ଜନ-ପ୍ରତିନିଧିମାନଙ୍କ ସମ୍ପର୍କରେ କିଛି ଲୋକ ଏହି ଚିତ୍ର ଆଙ୍କିଥାନ୍ତି ଯେ ଏ ଯେଉଁ ନେତାମାନେ ଅଛନ୍ତି ସେମାନେ ୨୪ ଘଣ୍ଟା ରାଜନୈତିକ କସରତରେ ବ୍ୟସ୍ତ ଥିବେ, ଭଙ୍ଗା ଗଢ଼ାରେ, ଟଣାଟଣିରେ ଲାଗି ପଡ଼ିଥିବେ । କିନ୍ତୁ ଆପଣ ଲକ୍ଷ୍ୟ କରିବେ ତେବେ ପ୍ରତ୍ୟେକ ରାଜନୈତିକ ଦଳରେ, ଏମିତି ଜନ-ପ୍ରତିନିଧି ମଧ୍ୟ ଅଛନ୍ତି, ଯିଏ ରାଜନୀତିରୁ ଉଦ୍ଧ୍ୱର୍ରେ, ନିଜ ସମୟ ନିଜ ଜୀବନ ସମାଜର ସେବାରେ, ପରେ ସମାଜର ଲୋକମାନଙ୍କ ଉତ୍ଥାନରେ ବିତେଇ ଦେଇଥାନ୍ତି । ତାଙ୍କର ଏହି ସେବାକାର୍ଯ୍ୟ ରାଜନୀତିରେ ଲୋକମାନଙ୍କର ଆସ୍ଥାକୁ, ବିଶ୍ୱାସକୁ, ମଜବୁତ କରି ରଖିଥାଏ । ଏମିତି ଜନ-ପ୍ରତିନିଧିମାନଙ୍କୁ ସମର୍ପିତ ମୋର ଏକ ପ୍ରସ୍ତାବ ଅଛି । ଆମେ ଆମର ସଦନଗୁଡ଼ିକରେ ବିଭିନ୍ନ କାର୍ଯ୍ୟ କରିଥାଉ; ଯେମିତି ବେସରକାରୀ ବିଲ ଅଣାଯାଇଥାଏ ତାହା ପାଇଁ ସମୟ ବାହାର କରିବାକୁ ହୋଇଥାଏ । କେତେକ ସଦନରେ ଜିରୋ ଆୱାର ପାଇଁ ସମୟ ବାହାର କରିବାକୁ ପଡ଼ିଥାଏ । କ'ଣ ବର୍ଷରେ ୩-୪ ଦିନ କୌଣସି ସଦନରେ ଗୋଟିଏ ଦିନ, କୌଣସି ସଦନରେ ଦୁଇ ଦିନ, ଏମିତି ରଖାଯାଇପାରିବ, ଯେଉଁଥିରେ ସମାଜ ପାଇଁ କିଛି ବିଶେଷ ହୋଇଥିବ। ଆମର ଜନ-ପ୍ରତିନିଧି ଅଛନ୍ତି, ଅନେକ ଅନୁଭବ ମୁଁ ଶୁଣିଲି ସେ ନିଜ ଅନୁଭବ କୁହନ୍ତୁ, ନିଜ ସମାଜ ଜୀବନର ଏହି ଦିଗ ସମ୍ପର୍କରେ ମଧ୍ୟ ଦେଶକୁ ସୂଚନା ଦିଅନ୍ତୁ । ଆପଣ ଦେଖିବେ, ଏହାଦ୍ୱାରା ଅନ୍ୟ ଜନ-ପ୍ରତିନିଧିମାନଙ୍କ ସହ ମଧ୍ୟ ସମାଜର ଅନ୍ୟ ଲୋକମାନଙ୍କୁ ମଧ୍ୟ ବହୁକିଛି ଶିଖିବାକୁ ମିଳିବ । ରାଜନୀତି କ୍ଷେତ୍ରରେ ଯେଉଁ ରଚନାତ୍ମକ ଯୋଗଦାନ ମଧ୍ୟ ହୋଇଥାଏ, ତାହା ମଧ୍ୟ ଜାଗ୍ରତ ହେବ ଏବଂ ରତନାତ୍ମକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରାଜନୀତିରୁ ଦୂରେଇ ଯିବା ପ୍ରବୃତି ବଢ଼ିଯାଇଛି । ତାହାର କାରଣ ଏହା ବଦଳରେ ଏମିତି ଚିନ୍ତାଧାରା, ଏମିତି ସେବା କରୁଥିବା ବ୍ୟକ୍ତି ରାଜନୀତି ସହ ଯୋଡ଼ି ହୋଇଯିବେ । ତାହାହେଲେ ରାଜନୀତି ମଧ୍ୟ ସମୃଦ୍ଧ ହେବ ଏବଂ ମୋର ବିଶ୍ୱାସ ଯେ ଏକ ଛୋଟ କମିଟି ଗଠନ କରାଯାଉ, ଯେମିତି ଅନୁଭବଗୁଡ଼ିକୁ ସମୟ ଅନୁସାରେ ସ୍କ୍ରିନିଂ କରାଯାଉ, ଯାଞ୍ଚ କରାଯାଉ ଏବଂ ପୁଣି କମିଟି ନିର୍ଦ୍ଧାରଣ କରୁ ଯେ କେତେଜଣ ଲୋକ ବକ୍ତବ୍ୟ ରଖିବେ । ଆପଣ ଦେଖନ୍ତୁ ଏହାଦ୍ୱାରା ଗୁଣାତ୍ମକ ମାନରେ ବହୁତ ପରିବର୍ତ୍ତନ ଆସିବ ଏବଂ ମୁଁ ଜାଣିଛି ଯେ ପୀଠାଧୀଶ ଯିଏ ଅଛନ୍ତି ସେ ଏହି କଥାକୁ ବହୁତ ଭଲଭାବେ ଜାଣିଛନ୍ତି ଯେ ସେମାନେ କେମିତି ଭଲଭଲ କଥା ଖୋଜି ଆଣିବେ । କିନ୍ତୁ ମୁଁ ମାନୁଛି କି ଏଭଳି ଆୟୋଜନରେ, ଅନ୍ୟ ସଦସ୍ୟମାନଙ୍କର ରାଜନୀତିରୁ ମଧ୍ୟ ଅଧିକ, ରାଜନୀତିରୁ ମଧ୍ୟ ଅଲଗା କିଛି କରିବାକୁ ପ୍ରେରଣା ମିଳିବ ଏବଂ ତାହା ସହିତ ଦେଶକୁ ମଧ୍ୟ ଏଭଳି ପ୍ରୟାସ ସମ୍ପର୍କରେ ଜାଣିବାକୁ ଅବସର ମିଳିବ ।

 

ବନ୍ଧୁଗଣ,

ଆମେ ଗୁଣାତ୍ମକ ତର୍କ ସପକ୍ଷରେ ଯିବା ପାଇଁ କିଛି ଆବଶ୍ୟକତା ଅଛି, ଆମେ ଲଗାତାର କିଛି ନା କିଛି ନବୋନ୍ମେଷ କରିପାରିବା । ତର୍କରେ ମୂଲ୍ୟ ଯୁକ୍ତିକର କେମିତି ହେବ; ଗୁଣାତ୍ମକ ତର୍କ ଲଗାତାର ନୂଆ ମାନକୁ କେମିତି ଛୁଇଁବ । ଆମେ ଗୁଣାତ୍ମକ ତର୍କର ମଧ୍ୟ ଅଲଗା ସମୟ ନିର୍ଦ୍ଧାରିତ କରିବା ପାଇଁ ଚିନ୍ତା କରିପାରିବା କି? ଏମିତି ତର୍କ ଯେଉଁଥିରେ ମର୍ଯ୍ୟାଦାର, ଗମ୍ଭୀରତାପୂର୍ବକ ସବୁକିଛି ପାଳନ ହେବ । କୌଣସି ରାଜନୈତିକ ଆରୋପ-ପ୍ରତ୍ୟାରୋପ ନ ଥିବ । ଏହିଭଳି ତାହା ସଦନର ସବୁଠୁ ସୁସ୍ଥ ସମୟ ହେଉ, ସୁସ୍ଥ ଦିବସ ହେଉ । ମୁଁ ପ୍ରତ୍ୟେକ ଦିନ ପାଇଁ କହୁନାହିଁ । କେବେ ଦୁଇ ଘଣ୍ଟା, କେବେ ଅଧା ଦିନ, କେବେ ଗୋଟିଏ ଦିନ କ’ଣ ଆମେ ଏହିଭଳି କିଛି ପ୍ରୟାସ କରିପାରିବା । ସୁସ୍ଥ ଦିବସ ହେଉ, ସୁସ୍ଥ ତର୍କ, ଗୁଣାତ୍ମକ ତର୍କ, ମୂଲ୍ୟଯୁକ୍ତ ତର୍କ, ମୂଲ୍ୟଯୁକ୍ତ ଗତାନୁଗତି ରାଜନୀତିରୁ ମୁକ୍ତ ତର୍କ ।

ବନ୍ଧୁଗଣ,

ଏହା ଆପଣମାନେ ଭଲଭାବେ ଜାଣିଛନ୍ତି ଯେ ଦେଶର ସଂସଦ କିମ୍ବା କୌଣସି ବିଧାନସଭା ନିଜର ନୂଆ କାର୍ଯ୍ୟକାଳ ଆରମ୍ଭ କରିଥାଏ, ସେଥିରେ ଅଧିକ ସଦସ୍ୟ ନବାଗତ ଥାଆନ୍ତି । ଅର୍ଥାତ ରାଜନୀତିରେ ପରିବର୍ତ୍ତନ ଲଗାତାର ହୋଇଥାଏ, ଜନତା କ୍ରମାଗତ ଭାବେ ନୂଆ ଲୋକଙ୍କୁ ନୂତନ ଶକ୍ତିକୁ ଅବସର ଦେଇଥାନ୍ତି, ଏବଂ ଜନତାଙ୍କର ପ୍ରୟାସ ଦ୍ୱାରା ସଦନରେ ମଧ୍ୟ ସବୁବେଳେ ସତେଜତା, ନୂଆ ଉତ୍ସାହ, ନୂଆ ଉମଙ୍ଗ ଆସିଥାଏ । ଆମକୁ ଏହି ନୂତନତ୍ୱକୁ ନୂଆ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ମୁଁ ଭାବେ ଯେ ପରିବର୍ତ୍ତନ ଆବଶ୍ୟକ ଅଟେ । ଏହା ପାଇଁ ଜରୁରୀ ଅଟେ କି ନୂଆ ସଦସ୍ୟମାନଙ୍କୁ ସଦନ ସହିତ ଜଡ଼ିତ ବ୍ୟବସ୍ଥିତ ପ୍ରଶିକ୍ଷଣ ଦିଆଯାଉ, ସଦନର ମର୍ଯ୍ୟାଦା ଏବଂ ଗାରିମା ସମ୍ପର୍କରେ ଅବଗତ କରାଯାଉ । ଆମକୁ ଦଳମତ ନିର୍ବିଶେଷରେ ପାରସ୍ପରିକ କଥାବାର୍ତ୍ତା ଉପରେ ଜୋର ଦେବାକୁ ହେବ । ରାଜନୀତି ନୂତନ ମାପଦଣ୍ଡ ସୃଷ୍ଟି କରିବାକୁ ହେବ । ଏଥିରେ ଆପଣ ସମସ୍ତ ପ୍ରିଜାଇଡିଂ ଅଫିସର୍ସଙ୍କ ଭୂମିକା ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ରହିଛି ।

ବନ୍ଧୁଗଣ,

ଆମ ସମ୍ମୁଖରେ ସଦନର ଉତ୍ପାଦକତାକୁ ବଢ଼ାଇବାରେ ଏକ ବହୁତ ବଡ଼ ପ୍ରାଥମିକତା ମଧ୍ୟ ରହିଛି । ଏଥିପାଇଁ ସଦନର ଅନୁଶାସନ ଯେତିକି ଜରୁରୀ ସେତିକି ମଧ୍ୟ ଆବଶ୍ୟକ ନିର୍ଦ୍ଧାରିତ ନିୟମଗୁଡ଼ିକ ପାଇଁ ପ୍ରତିବଦ୍ଧତା । ଆମ କାନୁନରେ ବ୍ୟାପକତା ସେତେବେଳେ ଆସିବ ଯେତେବେଳେ ତାହା ଜନତାଙ୍କ ସହିତ ସିଧାସଳଖ ଯୋଡ଼ି ହୋଇଥିବ । ଆଉ ଏଥିପାଇଁ ସଦନରେ ସାର୍ଥକ, ବିଚାର-ଆଲୋଚନା ବହୁତ ଜରୁରୀ ଅଟେ । ବିଶେଷ ଭାବେ ଆମ ଯୁବ ସଦସ୍ୟମାନଙ୍କୁ, ଆକାଂକ୍ଷୀ କ୍ଷେତ୍ରରୁ ଆସୁଥିବା ଜନ-ପ୍ରତିନିଧିମାନଙ୍କୁ, ମହିଳାମାନଙ୍କୁ ଅଧିକରୁ ଅଧିକ ଅବସର ମିଳିବା ଦରକାର । ଆମର ସମିତିମାନଙ୍କୁ ମଧ୍ୟ ଏଭଳି ଅଧିକ ବ୍ୟବହାରିକ ଏବଂ ପ୍ରାସଙ୍ଗିକ କରାଯିବା ଉପରେ ବିଚାର ହେବା ଆବଶ୍ୟକ । ଏହାଦ୍ୱାରା ଆମ ପାଇଁ ନାଁ କେବଳ ଦେଶର ସମସ୍ୟା ଏବଂ ତାହାର ସମାଧାନ ଜାଣିବା ବହୁତ ସହଜ ହେବ, ବରଂ ନୂଆ ବିଚାର ମଧ୍ୟ ସଦନ ପର୍ଯ୍ୟନ୍ତ ପହଞ୍ଚôବ ।

ବନ୍ଧୁଗଣ,

ଆପଣମାନେ ଏହି କଥା ସହିତ ପରିଚିତ ଅଛନ୍ତି ଯେ ବିଗତ ବର୍ଷରେ ଦେଶ ୱାନ ନେସନ ୱାନ ରାସନ କାର୍ଡ, ୱାନ ନେସନ ୱାନ ମୋବିଲିଟି କାର୍ଡ ଭଳି ଅନେକ ବ୍ୟବସ୍ଥାଗୁଡ଼ିକୁ ଲାଗୁ କରିଛନ୍ତି । ଏଭଳି ସୁବିଧାଗୁଡ଼ିକରୁ ଆମର ଜନସାଧାରଣ ମଧ୍ୟ ସଂଯୋଗ ହେଉଛନ୍ତି, ଆଉ ପୂରା ଦେଶ ମଧ୍ୟ ଏକ ସହିତ ଆମକୁ ଏକ ନୂଆ ଅନୁଭୂତି ଆଣିଦେଉଛି । ସତେ ଯେମିତି ଦେଶ ଉତ୍ତରରୁ ଦକ୍ଷିଣ, ପୂବରୁ-ପଶ୍ଚିମ କୋଣ ଅନୁକୋଣ ସଂଯୋଗୀକରଣ ହେଉଛି । ମୁଁ ଚାହିଁବି ଯେ ସମସ୍ତ ବିଧାନସଭା ଏବଂ ରାଜ୍ୟ, ଅମୃତ କାଳରେ ଏହି ଅଭିଯାନକୁ ଏକ ନୂତନ ଶିଖର ପର୍ଯ୍ୟନ୍ତ ନେଇଯାଆନ୍ତୁ । ମୋର ଏକ ବିଚାର, ‘ୱାନ ନେସନ ୱାନ ଲଜିଷ୍ଟିକ୍ସ ପ୍ଲାଟଫର୍ମ’ କ’ଣ ଏହା ସମ୍ଭବ ହୋଇପାରିବ, ଏକ ଏମିତି ଡିଜିଟାଲ ପ୍ଲାଟଫର୍ମ, ଏକ ଏମିତି ପୋର୍ଟାଲ ଯାହା ନାଁ କେବଳ ଆମର ସଂସଦୀୟ ବ୍ୟବସ୍ଥାକୁ ଜରୁରୀ ପ୍ରଯୁକ୍ତିଗତ ପ୍ରୋତ୍ସାହନ ଦେବ, ବରଂ ଦେଶର ସମସ୍ତ ଲୋକତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଯୋଡ଼ିବାର ମଧ୍ୟ କାର୍ଯ୍ୟ କରିବ । ଆମର ସଦନଗୁଡ଼ିକ ପାଇଁ ସମସ୍ତ ସମ୍ବଳ ଏହି ପୋର୍ଟାଲରେ ଉପଲବ୍ଧ ହେଉ, କେନ୍ଦ୍ର ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ପେପର-ଲେସ ମୋଡରେ କାମ ହେଉ, ଲୋକସଭାର ମାନନୀୟ ଅଧ୍ୟକ୍ଷ ଏବଂ ରାଜ୍ୟସଭାର ଉପ-ସଭାପତି ମହୋଦୟଙ୍କ ନେତୃତ୍ୱରେ ଆପଣମାନଙ୍କ ଭଳି ପ୍ରିଜାଇଡିଂ ଅଫିସର୍ସମାନେ ଏହି ବ୍ୟବସ୍ଥାକୁ ଆଗକୁ ବଢ଼ାଇ ପାରିବେ । ଆମର ସଂସଦ ଏବଂ ସମସ୍ତ ବିଧାନମଣ୍ଡଳର ପାଠାଗାରକୁ ମଧ୍ୟ ଡିଜିଟାଇଜ କରିବା ଏବଂ ଅନଲାଇନ ଉପଲବ୍ଧ କରାଇବା ପାଇଁ ଚାଲୁଥିବା କାର୍ଯ୍ୟରେ ମଧ୍ୟ କ୍ଷୀପ୍ରତା ଆଣିବାକୁ ହେବ ।

ବନ୍ଧୁଗଣ,

ଆଜାଦୀର ଏହି ଅମୃତ କାଳରେ ଆମେ କ୍ଷୀପ୍ରତାର ସହ ଆଜାଦୀର ୧ଠଠ ବର୍ଷ ଆଡ଼କୁ ଆଗଉଛୁ । ଆପଣଙ୍କ ୭୫ ବର୍ଷର ଯାତ୍ରା ଏହାର ସାକ୍ଷୀ ଅଟେ କି ସମୟ କେତେ ଶୀଘ୍ର ବଦଳୁଛି । ଆସନ୍ତା ୨୫ ବର୍ଷ, ଭାରତ ପାଇଁ ବହୁ ମହତ୍ୱପୂର୍ଣ୍ଣ ଅଟେ । ୨୫ ବର୍ଷ ପରେ ଆମେ ଆଜାଦୀର ୧ଠଠ ବର୍ଷ ପାଳନ କରିବାକୁ ଯାଉଛୁ । ଏବଂ ଏଥିପାଇଁ ଏହି ଅମୃତ କାଳ ଏହି ୨୫ ବର୍ଷ ବହୁତ ମହତ୍ୱପୂର୍ଣ୍ଣ ଅଟେ । କ’ଣ ଏଥିରେ ଆମେ ଗୋଟିଏ ମନ୍ତ୍ର ପୂରା ଦୃଢ଼ତାର ସହ, ପୂରା ସମର୍ପଣର ସହ, ପୂରା ଦାୟିତ୍ୱର ସହ ଏହି ମନ୍ତ୍ରକୁ ଚରିତାର୍ଥ କରିପାରିବା କି । ମୋ ଦୃଷ୍ଟିରେ ଏହି ମନ୍ତ୍ର ହେଉଛି- କର୍ତ୍ତବ୍ୟ, କର୍ତ୍ତବ୍ୟ, କର୍ତ୍ତବ୍ୟ ହିଁ କର୍ତ୍ତବ୍ୟ । ସଂସଦରେ ମଧ୍ୟ କର୍ତ୍ତବ୍ୟର କଥା, ସଦନରୁ ସଂଦେଶ ମଧ୍ୟ କର୍ତ୍ତବ୍ୟର ରହିବ, ସଦସ୍ୟଙ୍କ ବାଣୀରେ ମଧ୍ୟ କର୍ତ୍ତବ୍ୟର ମହକ ହେଉ, ତାଙ୍କ ବାସନରେ ମଧ୍ୟ କର୍ତ୍ତବ୍ୟର ପରିପାଟୀ ହେଉ, ପରମ୍ପରା ହେଉ, ପୁରାତନ କାଳରୁ ଚାଲି ଆସୁଥିବା ଜୀବନଶୈଳୀ, ଆଚାର-ବିଚାରରେ ମଧ୍ୟ କର୍ତ୍ତବ୍ୟ ପ୍ରାଥମିକ ହେଉ, ସଦସ୍ୟମାନଙ୍କର ମଂଥନରେ ବାଦ ବିବାଦରେ, ସମ୍ବାଦରେ, ସମାଧାନରେ ପ୍ରତ୍ୟେକ କଥାରେ କର୍ତ୍ତବ୍ୟ ସର୍ବୋପରି ହେଉ । ସବୁଆଡ଼େ କେବଳ କର୍ତ୍ତବ୍ୟର କଥା ହେଉ, କର୍ତ୍ତବ୍ୟର ବୋଧ ହେଉ । ଆଗାମୀ ୨୫ ବର୍ଷରେ ଆମର କାର୍ଯ୍ୟ ଶୈଳୀର ପ୍ରତ୍ୟେକ ଦିଗରେ କର୍ତ୍ତବ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉ । ଆମ୍ବ ସମ୍ବିଧାନ ମଧ୍ୟ ଆମକୁ ଏହି କଥା କହେ ଯେତେବେଳେ ଏହି ସଦନରୁ ଏହି ସଂଦେଶ ଯିବ, ଯେବେ ସଦନରେ ବାରମ୍ବାର ଏହା ଦୋହରାଯିବ, ତା’ହେଲେ ଏହାର ପ୍ରଭାବ ପୂରା ଦେଶରେ ପଡ଼ିବ, ଦେଶର ପ୍ରତ୍ୟେକ ନାଗରିକଙ୍କ ଉପରେ ପଡ଼ିବ । ଦେଶ ଗତ ୭୫ ବର୍ଷରେ ଯେଉଁ ଗତିରେ ଆଗକୁ ବଢ଼ିଛି, ତା’ଠାରୁ ବହୁ ଅଧିକ ଗତିରେ ଦେଶକୁ ଆଗକୁ ବଢ଼ାଇବାର ମନ୍ତ୍ର ହେଉଛି- କର୍ତ୍ତବ୍ୟ । ୧୩ଠ କୋଟି ଦେଶବାସୀଙ୍କର କର୍ତ୍ତବ୍ୟ ଏକ ସହଜ ସଂକଳ୍ପର ପୂର୍ତ୍ତି ପାଇଁ କର୍ତ୍ତବ୍ୟ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆଜି ଯେତେବେଳେ ସଂସଦୀୟ ବ୍ୟବସ୍ଥାର ୧ଠଠ ବର୍ଷର ଏହି ନୂତନ ପ୍ରଚେଷ୍ଟା ପାଇଁ, ଆପଣ ସମସ୍ତଙ୍କୁ ବହୁତ ଶୁଭକାମନା, ଆପଣଙ୍କ ଏହି ବୈଠକ ବହୁତ ସଫଳ ହେଉ, ୨ଠ୪୭ରେ ଦେଶକୁ କେଉଁ ଆଡ଼କୁ ନେଇଯିବା କଥା ସଦନଗୁଡ଼ିକ ଏ ସମ୍ପର୍କରେ କେଉଁ ଭୂମିକାରେ ରହିବେ ଏହାର ସ୍ପଷ୍ଟ ରୂପରେଖ ସହିତ ଆପଣ ଏଠାରୁ ଚାଲିଯିବେ । ଦେଶକୁ ବହୁତ ବଡ଼ ଶକ୍ତି ମିଳିବ । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India poised to be global hub for small satellites, in-orbit manufacturing

Media Coverage

India poised to be global hub for small satellites, in-orbit manufacturing
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Dr. Bhupen Hazarika on his 100th birth anniversary
September 08, 2026

The Prime Minister, Shri Narendra Modi, paid tribute to legendary Dr. Bhupen Hazarika on his 100th birth anniversary.

The Prime Minister said that Dr. Bhupen Hazarika’s voice carried the soul of Assam and the spirit of the Northeast to the entire nation. He noted that through his music, Dr. Hazarika beautifully gave expression to the thoughts and spirit of countless people and brought people closer.

Shri Modi warmly recalled attending the beginning of Dr. Hazarika’s birth centenary celebrations in Guwahati last year.

The Prime Minister said that Bhupen Da’s life and work will continue to inspire generations.

The Prime Minister wrote on X;

“On his 100th birth anniversary, remembering the legendary Dr. Bhupen Hazarika Ji.

His voice carried the soul of Assam and the spirit of the Northeast to the entire nation.

Through his music he beautifully gave expression to the thoughts and spirit of countless people. His songs brought people closer.

I warmly recall attending the start of his birth centenary celebrations in Guwahati last year. Bhupen Da’s life and work will continue to inspire generations.”