ନମସ୍କାର ଅଷ୍ଟ୍ରେଲିଆ!

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏବଂ ମୋର ପ୍ରିୟ ମିତ୍ର, ମହାମହିମ, ଆନ୍ଥୋନୀ ଆଲବାନିସ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାମହିମ ସ୍କଟ୍ ମାରିସନ, ନିଉ ସାଉଥ୍ ୱେଲ୍ସର ପ୍ରିମିୟର କ୍ରିସ୍ ମିନ୍ସ, ବୈଦେଶିକ ମନ୍ତ୍ରୀ ପେନୀ ବୋଂଗ, ସଞ୍ଚାର ମନ୍ତ୍ରୀ ମିଶେଲ ରୋଲେଣ୍ଡ, ଶକ୍ତି ମନ୍ତ୍ରୀ କ୍ରିସ୍ ବୋବେନ, ବିରୋଧୀ ଦଳ ନେତା ପିଟର ଡଟନ, ସହଯୋଗୀ ବୈଦେଶିକ ମନ୍ତ୍ରୀ ଟିମ୍ ୱାଟ୍ସ, ନିଉ ସାଉଥ୍ ୱେଲ୍ସର ସମସ୍ତ ଆଦରଣୀୟ ସଦସ୍ୟ, ପେରାମାଟାର ସଂସଦ ସଦସ୍ୟ ଡକ୍ଟର ଏଣ୍ଡୟୁ ଚାର୍ଲଟନ, ଏଠାରେ ଉପସ୍ଥିତ ଅଷ୍ଟ୍ରେଲିଆର ସମସ୍ତ ସାଂସଦ ସଦସ୍ୟ, ମେୟର, ଡେପୁଟି ମେୟର, କାଉନସିଲର୍ସ ଏବଂ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟ, ଯେଉଁମାନେ ଆଜି ଏତେ ବିଶାଳ ସଂଖ୍ୟାରେ ଉପସ୍ଥିତ ଅଛନ୍ତି, ଆପଣ ସମସ୍ତଙ୍କୁ ମୋର ନମସ୍କାର!

ସର୍ବପ୍ରଥମେ, ମୁଁ ସେହି ଭୂମିର ପାରମ୍ପରିକ ସଂରକ୍ଷକମାନଙ୍କୁ ସ୍ୱୀକାର କରୁଛି, ଯେଉଁମାନଙ୍କ ସହ ଆଜି ମୁଁ ଏଠାରେ ସାକ୍ଷାତ କରୁଛି । ମୁଁ ଅତୀତ, ବର୍ତ୍ତମାନ ଏବଂ ଉଦୀୟମାନ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରୁଛି । ମୁଁ ସେହି ସମସ୍ତ ପ୍ରଥମ ରାଷ୍ଟ୍ରମାନଙ୍କର ଲୋକମାନଙ୍କ ସହ ପାଳନ କରୁଛି, ଯେଉଁମାନେ ଆଜି ଆମ ସହିତ ରହିପାରନ୍ତି ।

 

ସାଥୀମାନେ,

ଯେତେବେଳେ ମୁଁ ୨୦୧୪ରେ ଆସୁଥିଲି, ମୁଁ ଆପଣମାନଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲି, ପ୍ରତିଶ୍ରୁତି ଥିଲା ଯେ ଆପଣଙ୍କୁ ଆଉ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ୨୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ତେଣୁ ଆସନ୍ତୁ, ସିଡନୀରେ ଏହି ଅଞ୍ଚଳରେ, ମୁଁ ପୁଣିଥରେ ହାଜିରା ହୋଇଛି ଏବଂ ଏବଂ ମୁଁ ଏକୁଟିଆ ଆସିନାହିଁ । ପ୍ରଧାନମନ୍ତ୍ରୀ ଆଲବିନିସ ମଧ୍ୟ ମୋ ସହିତ ଆସିଛନ୍ତି । ଶ୍ରୀ ପ୍ରଧାନମନ୍ତ୍ରୀ, ଆପଣ ଆପଣଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ, ଆପଣ ଆମ ସମସ୍ତଙ୍କ ପାଇଁ, ସମୟ ବାହାର କରିଛନ୍ତି, ଏହା ଆମ ଭାରତୀୟଙ୍କ ପ୍ରତି ଆପଣଙ୍କ ସ୍ନେହକୁ ଦର୍ଶାଉଛି । ଆପଣ ଯାହା ବର୍ତ୍ତମାନ କହିଲେ ତାହା ଦେଖାଯାଉଛି ଯେ ଅଷ୍ଟ୍ରେଲିଆର ମନରେ ଭାରତ ପ୍ରତି ଥିବା ଗଭୀର ଭଲପାଇବା ଦର୍ଶାଉଛି । ସେହି ବର୍ଷ ଅହମ୍ମଦାବାଦରେ ଭାରତୀୟ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇଲି । ଆଜି ସେ ଏଠାରେ ଲିଟିଲ୍ ଇଣ୍ଡିଆର ଫାଉଣ୍ଡେସନ ଷ୍ଟୋନ ଉନ୍ମୋଚନ କରିବାରେ ମୋତେ ସମର୍ଥନ ଦେଇଛନ୍ତି । ମୁଁ ତାଙ୍କୁ ବହୁତ କୃତଜ୍ଞତା ଜଣାଉଛି, ଧନ୍ୟବାଦ ମୋର ବନ୍ଧୁ ଆନ୍ଥୋନୀ!

ଏହି ଲିଟିଲ୍ ଇଣ୍ଡିଆ ଅଷ୍ଟ୍ରେଲିଆର ବିକାଶରେ ଭାରତୀୟ ସମ୍ପ୍ରଦାୟର ଯୋଗଦାନ ଏକ ସ୍ୱୀକୃତି ଅଟେ । ମୁଁ ନିଉ ସାଉଥ ୱେଲ୍ସର ପ୍ରିମିୟର, ପେରାମାଟା ସହରର ମେୟର, ଡେପୁଟି ମେୟର ଏବଂ କାଉନସିଲର୍ସ ମାନଙ୍କୁ ଏହି ବିଶେଷ ସମ୍ମାନ ପାଇଁ ଧନ୍ୟବାଦ ଦେବାକୁ ଚାଂହୁଛି ।

 

ସାଥୀମାନେ,

ମୁଁ ଖୁସି ଯେ ନିଉ ସାଉଥ୍ ୱେଲ୍ସର ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅନେକ ଲୋକ ସାଧାରଣ ଜୀବନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି, ନିଜର ପରିଚୟ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ନିଉ ସାଉଥ୍ ୱେଲ୍ସ ସରକାରରେ ଡେପୁଟି ପ୍ରିମିୟର ପ୍ର କାର୍ , କୋଷାଧ୍ୟକ୍ଷ ଡାନିଏଲ ମୁଖୀ ଏକ ପ୍ରମୁଖ ଅବଦାନ ରଖିଛନ୍ତି ଏବଂ ଗତକାଲି, ଭାଇ ସମୀର ପାଣ୍ଡେ ପୋରାମାଟାର ଲର୍ଡ ମେୟର ଭାବରେ ନିର୍ବଚିତ କରାଯାଇଛି । ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଆଜି ଯେତେବେଳେ ପୋରାମାଟାର ଏହିସବୁ ଘଟଣା ଘଟୁଛି ସେତେବେଳେ ଏହି ସୂଚନା ମଧ୍ୟ ମିଳୁଛି ଯେ ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥ ସହରରେ ଭାରତୀୟ ସୈନିକ ଜୈନ ସିଂହ ସୋଲାନୀଙ୍କ ନାମରେ ସୋଲାନୀ ଆଭେନିଉ ନିର୍ମାଣ କରାଯାଇଛି । ପ୍ରଥମ ବିଶ୍ୱଯୁଦ୍ଧରେ ଅଷ୍ଟ୍ରେଲିଆ ସେନା ପାଇଁ ସେ ଲଢୁଥିବା ବେଳେ ସହିଦ ହୋଇଥିଲେ । ଏହି ସମ୍ମାନ ପାଇଁ ମୁଁ ପଶ୍ଚିମ ଅଷ୍ଟ୍ରେଲିଆର ନେତୃତ୍ୱକୁ ସମ୍ମାନର ସହିତ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଏକ ସମୟ ଥିଲା, ଯେତେବେଳେ କୁହାଯାଉଥିଲା ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଦ୍ୟରେ ଥିବା ସମ୍ପର୍କକୁ ୩ସି ବ୍ୟାଖ୍ୟା କରିଥାଏ । ଏହା ପୂର୍ବରୁ କେଉଁଠାକୁ ଯାଇଥିଲା, ଏହି କେଉଁ ୩ସି ଅଟେ, କମନୱେଲଥ, କ୍ରିକେଟ ଏବଂ କୁ୍ୟରୀ, ଏହାପରେ କୁହାଯାଇଥିଲା ଯେ ଭାରତ ଅଷ୍ଟ୍ରେଲିଆର ସମ୍ପର୍କ ୩ଡି ଉପରେ ଆଧାରିତ ଅଟେ- ଡେମୋକ୍ରାସି, ଡିଆସପୋରା ଏବଂ ଦୋସ୍ତି, କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କ ୩ଇ- ଶକ୍ତି, ଅର୍ଥନୀତି ଏବଂ ଶିକ୍ଷା ଉପରେ ଆଧାରିତ, ଅର୍ଥାତ ବେଳେବେଳେ ସି, ବେଳେବେଳେ ଡି ଏବଂ ବେଳେବେଳେ ଇ; ଏହି ଜିନିଷ ବୋଧହୁଏ ବିଭିନ୍ନ ଅବଧିରେ ସତ ହୋଇସାରିଛି ।

କିନ୍ତୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ସମ୍ପର୍କର ପରିମାଣ ଏହାଠାରୁ ବହୁତ ବଡ଼, ଏବଂ ଆପଣ ଜାଣନ୍ତି କି ଏହି ସବୁ ସମ୍ପର୍କର ସବୁଠାରୁ ବଡ଼ ଆଧାର କ’ଣ, ଆପଣ ଜାଣନ୍ତି କି? ସବୁଠାରୁ ବଡ଼ ଆଧାର ହେଉଛି ମିଉଚୁଆଲ ଟ୍ରଷ୍ଟ ଏବଂ ମିଉଚୁଆଲ ସମ୍ମାନ । ଏହି ମିଉଚୁଆଲ ଟ୍ରଷ୍ଟ ଏବଂ ମିଉଚୁଆଲ ସମ୍ମାନ କେବଳ ଭାରତ ଏବଂ ଅଷ୍ଟ୍ରେଲିଆର କୂଟନୈତିକ ସମ୍ପର୍କରୁ ବିକଶିତ ହୋଇ ନାହିଁ । ଏହାର ପ୍ରକୃତ କାର, ଏହାର ପ୍ରକୃତ ଶକ୍ତି ହେଉଛି ଆପଣ ଅଷ୍ଟ୍ରେଲିଆରେ ରହୁଥିବା ପ୍ରତ୍ୟେକ ଭାରତୀୟ, ଆପଣ ଏହାର ପ୍ରକୃତ ଶକ୍ତି, ଏହାର ପ୍ରକୃତ କାରଣ ହେଉଛି ଅଷ୍ଟ୍ରେଲିଆର ଅଢ଼େଇ କୋଟିରୁ ଅଧିକ ନାଗରିକ ।

 

ସାଥୀମାନେ,

ଆମ ମଧ୍ୟରେ ନିଶ୍ଚିତ ଭାବରେ ଏକ ଭୌଗଳିକ ଦୂରତା ଅଛି, କିନ୍ତୁ ଭାରତ ମହାସାଗର ଆମକୁ ଉଭୟଙ୍କୁ ଯୋଗ କରୁଛି । ଯଦିଓ ଆମର ଜୀବନଶୈଳୀ ଅଲଗା, କିନ୍ତୁ ବର୍ତ୍ତମାନ ଯୋଗ ଏହା ମଧ୍ୟ ଆମକୁ ଯୋଡୁଛି । ଆମେ ଜାଣି ନାହୁଁ ଯେବେଠାରୁ ଆମେ କ୍ରିକେଟ ସହିତ ଜଡ଼ିତ ଥିଲୁ; କିନ୍ତୁ ବର୍ତ୍ତମାନ ଟେନିସ ଏବଂ ଚଳଚ୍ଚିତ୍ର ମଧ୍ୟ ଆମକୁ ସଂଯୋଗ କରୁଛନ୍ତି । ଆମର ଏଠାରେ ରୋଷେଇ କରିବାର ଶୈଳୀ ମଧ୍ୟ ଭିନ୍ନ ଥାଇପାରେ, କିନ୍ତୁ ବର୍ତ୍ତମାନ ମାଷ୍ଟର ସେଫ୍ ଆମକୁ ଏକତ୍ର କରୁଛି । ଆମର ଏଠାରେ ପର୍ବପର୍ବାଣୀ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଉଥିଲେ ମଧ୍ୟ ଆମେ ଦୀପାବଳୀର ଆଲୋକ ସହିତ ଏବଂ ବୈଶାଖୀ ଉତ୍ସବ ସହିତ ଜଡ଼ିତ । ଆମର ଏଠାରେ ହୁଏତ ବିଭିନ୍ନ ଭାଷାରେେ କଥାବାର୍ତ୍ତା ହୋଇପାରେ କିନ୍ତୁ ଆମେ ମାଲାୟାଲମ, ତେଲୁଗୁ, ତାମିଲ, ପଞ୍ଜାବୀ ଭଳି ଭାଷା ଶିକ୍ଷା କରୁଥିବା ଅନେକ ବିଦ୍ୟାଳୟ ସହିତ ଜଡ଼ିତ ।

ସାଥୀମାନେ,

ଅଷ୍ଟ୍ରେଲିଆର ଲୋକମାନେ, ଏଠାରେ ରହୁଥିବା ଅଧିବାସୀମାନେ ଏତେ ବିଶାଳ ହୃଦୟ ତାଙ୍କର, ହୃଦୟରୁ ଏତେ ଭଲ ଏବଂ ସଚ୍ଚୋଟ ଅଟନ୍ତି ଯେ ସେମାନେ ଭାରତର ଏହି ବିବିଧତାକୁ ଖୋଲା ହୃଦୟରେ ଗ୍ରହଣ କରନ୍ତି ଏବଂ ସେଥିପାଇଁ ପୋରାମାଟା ଛକ କାହା ପାଇଁ ପରମାତ୍ମାଙ୍କ ଛକ ହୋଇ ଯାଇଥାଏ । ୱିଗ୍ରାମ ଷ୍ଟ୍ରିଟ, ବିକ୍ରମ ଷ୍ଟ୍ରିଟ, ଭାବରେ ମଧ୍ୟ ଜଣାଶୁଣା ଏବଂ ହ୍ୟାରସି ପାର୍କ ଅନେକ ଲୋକଙ୍କ ପାଇଁ ହରିଶ ପାର୍କ ହୋଇ ଯାଇଥାଏ । ଏମିତି ମୁଁ ଶୁଣିଛି ଯେ ହ୍ୟାରିସ ପାର୍କରେ ଟଚକଜର ଚାଟ, ଜୟପୁର ମିଠର ଜଲେବୀ, ଏହାର କୌଣସି ଜବାବ ନାହିଁ । ମୋର ଆପଣ ସମସ୍ତଙ୍କୁ ଗୋଟିଏ ଅନୁରୋଧ ଅଛି, ଆପଣମାନେ ମୋର ବହୁ ପି.ଏମ. ଆଲବାନିସଙ୍କୁ ମଧ୍ୟ ସେଠାକୁ ନିଶ୍ଚିତ ନେଇଯିବେ । ଏବଂ ସାଥୀମାନେ, ଯେତେବେଳେ ଖାଦ୍ୟର କଥା ଚାଲିଛି ଏବଂ ଯେତେବେଳେ ଚାଟର କଥା ଚାଲିଛି ସେତେବେଳେ ଲକ୍ଷ୍ନୌର ନାମ ଆସିବା ମଧ୍ୟ ସ୍ୱାଭାବିକ ଅଟେ, ମୁଁ ଶୁଣିଛି ଯେ ସିଡନୀ ନିକଟରେ ଲକ୍ଷ୍ନୌ ନାମକ ଏକ ସ୍ଥାନ ଅଛି । କିନ୍ତୁ ସେଠାରେ ଚାଟ ଉପଲବ୍ଧ କି ନାହିଁ ମୁଁ ଜାଣି ନାହିଁ । ଠିକ୍ ଅଛି, ଏଠାରେ ମଧ୍ୟ ଦିଲ୍ଲୀ ନିକଟରେ ଲକ୍ଷ୍ନୌର ଲୋକ ନିଶ୍ଚୟ ଥିବେ, ନୁହେଁ କି? ବାଃ! ବାସ୍ତବରେ, ଅଷ୍ଟ୍ରେଲିଆରେ ଦିଲ୍ଲୀ ଷ୍ଟ୍ରିଟ, ବମ୍ବେ ଷ୍ଟ୍ରିଟ, କାଶ୍ମୀର ଆଭେନିଉ, ମାଲାବାର ଆଭେନିଉ ଭଳି ଅନେକ ରାସ୍ତା ଅଛି ଯାହା ଆପଣଙ୍କୁ ଭାରତ ସହିତ ଯୋଡ଼ିଥାଏ । ମୋତେ କୁହାଯାଇଥିଲା ଯେ ବର୍ତ୍ତମାନ ଇଣ୍ଡିଆରେ ଅନୁଷ୍ଠିତ ହେଉଥିବା ପରେଡ ମଧ୍ୟ ଗ୍ରେଟର ସିଡନୀରେ ଆରମ୍ଭ ହେବାକୁ ଯାଉଛି । ମୁଁ ଏହା ମଧ୍ୟ ଜାଣି ବହୁତ ଖୁସି ଯେ ଏଠାରେ ଆପଣ ସମସ୍ତେ ଅମୃତ ମହୋତ୍ସବକୁ ସ୍ୱାଧୀନତାର ମହାନ ଉତ୍ସବରେ ପାଳନ କରିଛନ୍ତି । ଏଠାରେ ଅନେକ ସହରର ପରିଷଦରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେତେବେଳେ ସିଡନୀ ଅଁପେରା ହାଉସ ତିନି ରଙ୍ଗର ଆଲୋକରେ ଆଲୋକିତ ହୁଏ ସେତେବେଳେ ଏଠିକାର ଭାରତୀୟମାନେ ମଧ୍ୟ ଆନଂଦିତ ହୁଅନ୍ତି, ଭାରତର ମଧ୍ୟ ଜୟ ଜୟକାର ହେଉଥିଲା ଏବଂ ଏଥିପାଇଁ ମୁଁ ନିଉ ସାଉଥ୍ ୱେଲ୍ସ ସରକାରଙ୍କୁ ବିଶେଷ ଭାବରେ କୃତଜ୍ଞତା ଜଣାଉଛି ।

 

ସାଥୀମାନେ,

ଆମର କ୍ରିକେଟ ସମ୍ପର୍କ ମଧ୍ୟ ୭୫ ବର୍ଷ ପୂରଣ କରିଛି । କ୍ରିକେଟ ପଡ଼ିଆରେ ପ୍ରତିଯୋଗିତା ଯେତିକି ଆକର୍ଷଣୀୟ, ପଡ଼ିଆରେ ଆମ ମଧ୍ୟରେ ଥିବା ବନ୍ଧୁତା ମଧ୍ୟ ସେତିକି ଗଭୀର । ଏଥର ଅଷ୍ଟ୍ରେଲିଆର ଅନେକ ମହିଳା କ୍ରିକେଟ ଖେଳାଳି ମଧ୍ୟ ପ୍ରଥମ ଥର ଆଇପିଏଲ ଖେଳିବା ପାଇଁ ଭାରତ ଆସିଥିଲେ, ଏହା ନୁହେଁ ଯେ ଆମେ କେବଳ ଖୁସିର ବନ୍ଧୁ ଅଟୁ । ଜଣେ ଭଲ ବନ୍ଧୁ କେବଳ ସୁଖର ସାଥୀ ନୁହଁନ୍ତି, ବରଂ ଦୁଃଖର ସାଥୀ ମଧ୍ୟ ଅଟନ୍ତି । ଗତବର୍ଷ ଯେତେବେଳେ ମହାନ ସେନ୍ ୱାର୍ଣ୍ଣଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ଅଷ୍ଟ୍ରେଲିଆ ସହିତ ଲକ୍ଷ ଲକ୍ଷ ଭାରତୀୟ ମଧ୍ୟ ଶୋକ ପ୍ରକାଶ କରିଥିଲେ । ଏହା ସେମିତି ଥିଲା ଯେମିତି ଆମେ ନିଜର କାହାକୁ ହରାଇଥିଲୁ ।

ସାଥୀମାନେ,

ଭାରତରେ ସାମର୍ଥ୍ୟର ଅଭାବ ନାହିଁ । ଭାରତ ନିକଟରେ ମଧ୍ୟ ସମ୍ବଳର ଅଭାବ ନାହିଁ । ଆଜି ବିଶ୍ୱରେ ସବୁଠାରୁ ବଡ଼ ଏବଂ ସବୁଠାରୁ କନିଷ୍ଠ ପ୍ରତିଭା କାରଖାନା ଯେଉଁ ଦେଶରେ ଅଛି, ତାହା ହେଉଛି ଭାରତ, ତାହା ହେଉଛି ଭାରତ, ତାହା ହେଉଛି ଭାରତ ଏବଂ ବର୍ତ୍ତମାନ ମୁଁ ଏପରି କିଛି ତଥ୍ୟ ଆପଣଙ୍କ ସମ୍ମୁଖରେ ରଖିବି । ଏବଂ ମୁଁ ଆପଣମାନଙ୍କ ଠାରୁ ସଠିକ ଉତ୍ତର ମଧ୍ୟ ଜାଣିବାକୁ ଚାହିଁବି । କରୋନାର ଏହି ବୈଶ୍ୱିକ ମହାମାରୀରେ, ଯେଉଁ ଦେଶ ବିଶ୍ୱରେ ଦ୍ରୁତତମ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ଆଜି ଯେଉଁ ଦେଶ ବିଶ୍ୱର ଦ୍ରୁତ ଅଭିବୃଦ୍ଧଶୀଳ ଅର୍ଥନୀତି ଭାବରେ ଉଭା ହୋଇଛି ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ଆଜି ଯେଉଁ ଦେଶ ଦୁନିଆରେ ଏକ ନମ୍ବର ସ୍ମାର୍ଟଫୋନ ଡାଟା ଗ୍ରାହକ ହୋଇଛନ୍ତି ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ଆଜି ଯେଉଁ ଦେଶ ଫିଣ୍ଟେକ ଗ୍ରହଣ ହାରରେ ଏକ ନମ୍ବର ରହିଛି, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆଜି ବିଶ୍ୱରେ ଏକ ନମ୍ବର ଦେଶ ହେଉଛି  ଭାରତ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ଆଜି ଇଣ୍ଟରନେଟ ବ୍ୟବହାରକାରୀଙ୍କ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ଦେଶ ହେଉଛି ଭାରତ । ତାହା ହେଉଛି ଭାରତ । ଆଜି, ବିଶ୍ୱର ଦ୍ୱିତୀୟ ବୃହତମ ମୋବାଇଲ ଉତ୍ପାଦନକାରୀ ଦେଶ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ଚାଉଳ, ଗହମ, ଆଖୁ ଉତ୍ପାଦନ ଦୃଷ୍ଟିରୁ ଆଜି ବିଶ୍ୱରେ ଦୁଇ ନମ୍ବରରେ ଥିବା ଦେଶ ହେଉଛି ଭାରତ, ଅର୍ଥାତ ଭାରତ । ଆଜି ବିଶ୍ୱରେ ଫଳ ଏବଂ ପନିପରିବା ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ଥିବା ଦେଶ ହେଉଛି ଭାରତ, ତାହା ହେଉଛି ଭାରତ । ଆଜି, ଯେଉଁ ଦେଶରେ ବିଶ୍ୱର ତୃତୀୟ ବୃହତମ ଷ୍ଟାର୍ଟଅପ ଇକୋସିଷ୍ଟମ ଅଛି, ତାହା ହେଉଛି ଭାରତ, ତାହା ହେଉଛି ଭାରତ । ଯେଉଁ ଦେଶରେ ବିଶ୍ୱର ତୃତୀୟ ବୃହତମ ଅଟୋମୋବାଇଲ ବଜାର ଅବସ୍ଥିତ ସେହି ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ । ବିଶ୍ୱରେ ତୃତୀୟ ବୃହତମ ବେସାମରିକ ବିମାନ ଚଳାଚଳ ବଜାର ଥିବା ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ ଏବଂ ବର୍ତ୍ତମାନ ୨୫ ବର୍ଷ ମଧ୍ୟରେ ବିକାଶର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ଦେଶ ହେଉଛି ଭାରତ, ସେହି ଦେଶ ହେଉଛି ଭାରତ ।

 

ସାଥୀମାନେ,

ଆଜି ଆଇଏମଏଫ ଭାରତକୁ ବିଶ୍ୱ ଅର୍ଥନୀତିରେ ଉଜ୍ଜ୍ୱଳ ସ୍ଥାନ ଭାବରେ ବିବେଚନା କରୁଛି । ବିଶ୍ୱ ବ୍ୟାଙ୍କ ବିଶ୍ୱାସ କରୁଛି ଯେ ଯଦି କେହି ଗ୍ଲୋବାଲ ହେଡୱିଣ୍ଡସକୁ ଚାଲେଞ୍ଜ କରୁଛନ୍ତି ତେବେ ଏହା ହେଉଛି ଭାରତ । ଆଜି ବିଶ୍ୱର ଅନେକ ଦେଶରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସଙ୍କଟ ଦେଖାଦେଇଛି, କିନ୍ତୁ ଅନ୍ୟପକ୍ଷରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଶକ୍ତିକୁ ଚାରିଆଡ଼େ ପ୍ରଶଂସା କରାଯାଉଛି । ୧୦୦ ବର୍ଷ ମଧ୍ୟରେ ଦୁନିଆର ସବୁଠୁ ବଡ଼ ସଙ୍କଟ ମଧ୍ୟରେ ଭାରତ ଗତବର୍ଷ ରେକର୍ଡ ମାତ୍ରାରେ ରପ୍ତାନି କରିଛି । ଆଜି ଆମର ଫରେକ୍ସ ରିଜର୍ଭ ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି ।

ସାଥୀମାନେ,

ଭାରତ କିପରି ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟ କରୁଛି, ତାହାର ଏକ ଉଦାହରଣ ଆମର ଡିଜିଟାଲ ଷ୍ଟେକ୍ ଅଟେ । ଆପଣ ସମସ୍ତେ ଭାରତର ଫିଣ୍ଟେକ ବିପ୍ଳବ ବିଷୟରେ ଭଲ ଭାବରେ ଜାଣିଛନ୍ତି । ଆପଣଙ୍କର ହୁଏତ ମନେ ଥିବ, ଯେତେବେଳେ ମୁଁ ୨୦୧୪ରେ ଏଠାକୁ ଆସିଥିଲି, ମୁଁ ଆପଣମାନଙ୍କ ସହିତ ଏକ ସ୍ୱପ୍ନ ବାଣ୍ଟିଥିଲି । ଏହା ମୋର ସ୍ୱପ୍ନ ଥିଲା ଯେ ଭାରତର ଗରୀବ ଲୋକଙ୍କର ନିଜର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ । ସାଥୀମାନେ, ଆପଣ ଏହା ଜାଣି ଗର୍ବିତ ହେବେ ଯେ, ଗତ ନଅ ବର୍ଷ ମଧ୍ୟରେ ଆମେ ପ୍ରାୟ ୫୦ କୋଟି ଭାରତୀୟ ବ୍ୟାଙ୍କ ଆକାଉଣ୍ଟ ଖୋଲିଛୁ ଅର୍ଥାତ ପ୍ରାୟ ୫୦୦ ମିଲିଅନ ବ୍ୟାଙ୍କ ଆକାଉଣ୍ଟସ ଖୋଲିଛୁ । ଏବଂ କେବଳ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହିଁ ଆମର ସଫଳତା, ଆମେ ସେଠାରେ ଅଟକି ନାହୁଁ । ଏହା ଭାରତରେ ଜନସେବା ବିତରଣର ସମଗ୍ର ଇକୋ ସିଷ୍ଟମକୁ ପରିବର୍ତ୍ତନ କରିଛି । ଆମେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଫୋନ ଏବଂ ଆଧାର ଆଇଡିର ଏକ ଜାମ୍ ଟ୍ରିନିଟି, ଜାମ୍ ଟ୍ରିନିଟି ସୃଷ୍ଟି କରିଛୁ । ଆପଣ ଭାବନ୍ତୁ ଏଥିରେ ଗୋଟିଏ ଥର କ୍ଲିକ୍ କରିବା ଦ୍ୱାରା, ଗୋଟିଏ କ୍ଲିକ୍ କରିବା ଦ୍ୱାରା କୋଟି କୋଟି ଦେଶବାସୀଙ୍କ ପର୍ଯ୍ୟନ୍ତ ସିଧାସଳଖ ଲାଭ ଟ୍ରାନ୍ସଫର ଡିବିଟି ସମ୍ଭବ ହୋଇପାରିଛି ଏବଂ ଆପଣ ଅଧିକ ଖୁସି ହେବେ, ଗତ ନଅ ବର୍ଷ ମଧ୍ୟରେ, ଏହି ସଂଖା ମଧ୍ୟ ଆପଣଙ୍କୁ ବହୁତ ଆନନ୍ଦ ଦେବ, ଗତ ୯ ବର୍ଷ ମଧ୍ୟରେ ୨୮ ଲକ୍ଷ କୋଟି ଅର୍ଥାତ ୫୦୦ ବିଲିଅନରୁ ଅଧିକ ଅଷ୍ଟ୍ରେଲୀୟ ଡଲାର ସିଧାସଳଖ ଆବଶ୍ୟକ କରୁଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । କରୋନା ସମୟରେ, ଅନେକ ନିଜ ଦେଶ ନିଜ ନାଗରିକଙ୍କ ନିକଟକୁ ଟଙ୍କା ପଠାଇବା କଷ୍ଟକର ହୋଇ ପଡ଼ିଥିଲା, କିନ୍ତୁ ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଥିଲା ଯାହାକି ଗୋଟିଏ କ୍ଲିକରେ ଆଖି ପିଛୁଳାକେ ଏହି କାମ କରୁଥିଲା । ୟୁନିଭର୍ସାଲ ପବ୍ଲିକ୍ ଇଣ୍ଟରଫେସ ଯଥା ୟୁପିଆଇ ଭାରତରେ ଏକ ନୂତନ ଉଚ୍ଚତାକୁ ଆର୍ଥିକ ଅନ୍ତର୍ଭୁକ୍ତି ନେଇଛି । ଆଜି ବିଶ୍ୱର ୪୦ ପ୍ରତିଶତ, ୪୦% ପ୍ରକୃତ ସମୟରେ ଡିଜିଟାଲ ପେମେଣ୍ଟ କେବଳ ଭାରତରେ ହୋଇଥାଏ । ଯଦି ଏବେ ନିକଟରେ ଯଦି ଆପଣ ବର୍ତ୍ତମାନ ଭାରତକୁ ଆସିଛନ୍ତି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଡିଜିଟାଲ କାରବାର ସବୁଠାରେ ହେଉଛି । ଆଜିକାଲି ପନିପରିବା କିମ୍ବା ଗୁପଚୁପ୍ ଠେଲା ହେଉ, କିମ୍ବା ପୁଣି ଚା’ ଦୋକାନ, ସବୁ ସ୍ଥାନରେ ଡିଜିଟାଲ କାରବାର ହେଉଛି ।

ସାଥୀମାନେ,

ଭାରତର ଏହି ଡିଜିଟାଲ ବିପ୍ଳବ କେବଳ ଫିଣ୍ଟେକ ମଧ୍ୟରେ ସୀମିତ ନୁହେଁ । ଭାରତ ଆଧୁନିକ ବ୍ୟବସ୍ଥା କରୁଛି, ଲୋକଙ୍କ ଜୀବନର ସହଜତା ବୃଦ୍ଧି ପାଉଛି । ଏହାର ଏକ ଉଦାହରଣ ହେଉଛି ଭାରତର ଡିଜି ଲକର, ଯେଉଁଥିରେ ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଡିଗ୍ରୀ ଏବଂ ସମ୍ପତ୍ତି କାଗଜପତ୍ର ପର୍ଯ୍ୟନ୍ତ ଯାହା ମଧ୍ୟ ସରକାର କରିଥାନ୍ତି, ତାହା ଏହି ଡିଜିଟାଲ ଲକରରେ ସୃଷ୍ଟି ହୋଇଥାଏ । ପ୍ରାୟ ଶହ ଶହ ପ୍ରକାରର ଡକୁମେଣ୍ଟ ଡିଜିଟାଲ ଲକରରେ ପ୍ରତିଫଳିତ ହୋଇଥାଏ । ଆପଣ ଫିଜିକାଲ୍ କପି ସଂରକ୍ଷଣ କରିବା ଆବଶ୍ୟକ କରନ୍ତି । କେବଳ ଗୋଟିଏ ପାସୱାର୍ଡ ଯଥେଷ୍ଟ, ବର୍ତ୍ତମାନ ଏହାଦ୍ୱାରା ୧୫ କୋଟିରୁ ଅଧିକ ଅର୍ଥାତ୍ ୧୫୦ ମିଲିଅନରୁ ମଧ୍ୟ ଅଧିକ ଭାରତୀୟ ଏଥିରେ ଯୋଗ ଦେଇଛନ୍ତି । ଏହିଭଳି ଅନେକ ଡିଜିଟାଲ ପ୍ଲାଟଫର୍ମ ଆଜି ଭାରତୀୟମାନଙ୍କୁ ଶକ୍ତିଶାଳୀ କରୁଛି ।

 

ସାଥୀମାନେ,

ଆଜି ଭାରତ ପ୍ରତ୍ୟେକ ପଦକ୍ଷେପ, ପ୍ରତ୍ୟେକ ସଫଳତା ବିଷୟରେ ବିଶ୍ୱ ଜାଣିବାକୁ ଚାହୁଁଛି । ଆଜିର ବିଶ୍ୱ ଯେଉଁ ବିଶ୍ୱ କ୍ରମ ଆଡ଼କୁ ଯାଉଛି, ଯେଉଁ ସମ୍ଭାବନାକୁ ଖୋଜୁଛି ସେଥିରେ ତାହା ସ୍ୱାଭାବିକ ଅଟେ । ଭାରତ ହେଉଛି ହଜାର ହଜାର ବର୍ଷର ଜୀବନ୍ତ ସଭ୍ୟତା । ଭାରତ ହେଉଛି ମଦର ଅଫ୍ ଡେମୋକ୍ରାସି । ଆମେ ସମୟ ଅନୁଯାୟୀ ନିଜକୁ ଗଢ଼ିଛୁ କିନ୍ତୁ ସବୁବେଳେ ଆମେ ଆମର ମୌଳିକତାରେ ଅଟକି ରହିଛୁ । ଆମେ ଦେଶକୁ ଏକ ପରିବାର ଭାବରେ ଦେଖୁ ଏବଂ ବିଶ୍ୱକୁ ଏକ ପରିବାର ଭାବରେ ବିବେଚନା କରୁଛୁ, ବସୁଧୈବ କୁଟୁମ୍ବକମ ଏବଂ ଏଥିପାଇଁ ଯେତେବେଳେ ଭାରତ ନିଜର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ସ୍ଥିର କରିଥାଏ ସେତେବେଳେ ଏହା କହିଥାଏ ଯେ ଏହାର ଆଦର୍ଶକୁ ବଂଚାଇବା ପାଇଁ ଏହାର ସ୍ୱଭାବ ଦେଖନ୍ତୁ, ଜି-୨୦ ଅଧ୍ୟକ୍ଷତାରେ ଭାରତ କହିଥାଏ- ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ । ଯେତେବେଳେ ଭାରତ ପରିବେଶକୁ ସୁରକ୍ଷା ଦେବା ପାଇଁ ସୌର ଶକ୍ତି ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରି କହିଥାଏ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ୍ । ଯେତେବେଳେ ଭାରତ ବିଶ୍ୱ ସମୁଦାୟକୁ ସୁସ୍ଥ ରହିବାକୁ ଇଚ୍ଛା କରିଥାଏ, ସେତେବେଳେ ଏହା ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ବୋଲି କହନ୍ତି । ଭାରତ ହେଉଛି ସେହି ଦେଶ ଯିଏ କରୋନା ଭଳି ସଙ୍କଟ ସମୟରେ ୧୫୦ରୁ ଅଧିକ ଦେଶକୁ ଔଷଧ ପଠାଇ ଥିଲା । ଭାରତ ହେଉଛି ସେହି ଦେଶ ଯିଏ ୧୦୦ରୁ ଅଧିକ ଦେଶକୁ ମାଗଣା ଟିକା ପଠାଇ କୋଟି କୋଟି ଲୋକଙ୍କର ଜୀବନ ବଂଚାଇ ଥିଲା । କରୋନା ସମୟରେ ଆପଣ ମଧ୍ୟ ଏଠାରେ ଯେଉଁ ସେବା ଭାବନାର କାମ କରିଥିଲେ, ତାହା ଆମର ସଂସ୍କୃତିର ବିଶେଷତା ଅଟେ । ଆଜି ସହିଦମାନଙ୍କ ମୁଖ୍ୟ ପଞ୍ଚମ ଶିଖ ଗୁରୁ ଶ୍ରୀ ଗୁରୁ ଅର୍ଜୁନ ଦେବ ଜୀଙ୍କର ସହିଦ ପର୍ବ ଅଟେ, ଆମକୁ ଗୁରୁଜୀଙ୍କ ଜୀବନାଦର୍ଶରୁ ସମସ୍ତଙ୍କୁ ସେବା କରିବାର ଶିକ୍ଷା ମିଳିଥାଏ । ଗୁରୁ ଅର୍ଜୁନ ଦେବ ଜୀ ହିଁ ଦଶବନ୍ଧ ପ୍ରଣାଳୀ ଆରମ୍ଭ କରିଥିଲେ । ଏହି ପ୍ରେରଣା ସହିତ; କରୋନା ସମୟରେ ମଧ୍ୟ ଅନେକ ଗୁରୁଦ୍ୱାରଙ୍କ ଲଙ୍ଗର ଏଠାରେ ଲୋକଙ୍କୁ ସାହାଯ୍ୟ କରିଥିଲା । ଏହି ଅବଧିରେ, ଏଠାରେ ଅନେକ ପୀଡ଼ିତଙ୍କ ପାଇଁ ଅନେକ ମନ୍ଦିରରେ ରୋଷେଇ ଘର ଖୋଲା ଯାଇଥିଲା । ଅଷ୍ଟ୍ରେଲିଆରେ ରହୁଥିବା ଏବଂ ଅଧ୍ୟୟନ କରୁଥିବା ଛାତ୍ରମାନେ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଏହି ସମୟ ମଧ୍ୟରେ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ । ଭାରତୀୟ ଯେଉଁଠି ମଧ୍ୟ ରୁହନ୍ତୁ, ଏକ ମାନବୀୟ ଭାବନା ତାଙ୍କ ଭିତରେ ସମାହିତ ରହିଥାଏ ।

ସାଥୀମାନେ,

ମାନବିକତାର ସ୍ୱାର୍ଥରେ ଏଭଳି କାର୍ଯ୍ୟ ହେତୁ ଆଜି ଭାରତକୁ ଫୋର୍ସ ଅଫ୍ ଗ୍ଲୋବାଲ୍ ଗୁଡ୍ ବୋଲି କୁହାଯାଉଛି । ଯେଉଁଠାରେ ବିପର୍ଯ୍ୟୟ ହୋଇଥାଏ ଭାରତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଯେତେବେଳେ ମଧ୍ୟ କୌଣସି ସଙ୍କଟ ଦେଖା ଯାଇଥାଏ, ଭାରତ ଏହାର ସମାଧାନ ପାଇଁ ତତ୍ପର ରହିଥାଏ । ଆଜି ସେ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ମାଧ୍ୟମରେ ସୌର ଶକ୍ତିର ବ୍ୟବହାରକୁ ବୃଦ୍ଧି କରିବା ହେଉ, ପାରସ୍ପରିକ ସହଯୋଗ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ସୃଷ୍ଟି କରିବା ହେଉ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସର ନେତୃତ୍ୱ ନେବାକୁ ହେଉ, ଭାରତ ସବୁବେଳେ ଅଲଗା ଅଲଗା ଦେଶକୁ ଏକଜୁଟ କରିବା ପାଇଁ ବାଇଣ୍ଡିଂ ଫୋର୍ସ ଭଳି କାମ କରିଛି । ନିକଟରେ ଯେତେବେଳେ ତୁର୍କୀରେ ଭୂମିକମ୍ପ ଦ୍ୱାରା ବିନାଶ ହେଲା, ସେତେବେଳେ ଅପରେସନ ଦୋସ୍ତ ମାଧ୍ୟମରେ ଭାରତ ନିଜର ହାତକୁ ସମସ୍ତଙ୍କ ହାତ ସହିତ ଯୋଡ଼ି ଦେଇଥାଏ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ; ଏହା ଆମର ଘରୋଇ ଶାସନର ଆଧାର ଅଟେ ଏବଂ ଗ୍ଲୋବାଲ ଗଭର୍ଣ୍ଣାନ୍ସ ପାଇଁ ମଧ୍ୟ ଦୃଷ୍ଟି ଅଟେ ।

ସାଥୀମାନେ,

ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରଣନୀତିକ ଭାଗିଦାରୀ କ୍ରମାଗତ ଭାବେ ଗଭୀର ହେବାରେ ଲାଗିଛି । ସମ୍ପ୍ରତି ଆମେ ଅର୍ଥନୈତିକ ସହଯୋଗ ଏବଂ ବାଣିଜ୍ୟ ଚୁକ୍ତି (ଇସଟିଏ) ସ୍ୱାକ୍ଷର କରିଛୁ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉଭୟଙ୍କ ମଧ୍ୟରେ ବାଣିଜ୍ୟ ଦ୍ୱିଗୁଣିତ ହେବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଆମେ ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତିନାମା ଉପରେ କାର୍ଯ୍ୟ କରୁଛୁ । ଆମେ ସ୍ଥିର ଏବଂ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳା ନିର୍ମାଣ କରୁଛୁ । ଏହା କେବଳ ଉଭୟ ଦେଶର ବ୍ୟବସାୟକୁ ବଢ଼ାଇବ ନାହିଁ, ବିଶ୍ୱକୁ ମଧ୍ୟ ନୂତନ ଆତ୍ମବିଶ୍ୱାସ ମିଳିବ । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ପ୍ରତ୍ୟକ୍ଷ ବିମାନ ଅଛି । ବର୍ଷ ବର୍ଷ ଧରି ବିମାନ ସଂଖ୍ୟା ବୃଦ୍ଧି ପାଇଛି, ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଉଭୟ ଦେଶ ପରସ୍ପର ଡିଗ୍ରୀ ଚିହ୍ନିବାରେ ମଧ୍ୟ ଆଗକୁ ବଢ଼ିଛନ୍ତି ଏବଂ ଏହା ଆମ ଛାତ୍ରମାନଙ୍କୁ ବହୁତ ଲାଭଦାୟକ କରିବ । ମାଇଗ୍ରେସନ ଏଣ୍ଡ ମୋବିଲିଟି ପାର୍ଟନରସିପ ଚୁକ୍ତି ଉପରେ ମଧ୍ୟ ଏଠି ସହମତି ହୋଇଛି । ଏହା ଆମର ଦକ୍ଷ ପ୍ରଫେସନାଲମାନଙ୍କ ପାଇଁ ଅଷ୍ଟ୍ରେଲିଆ ଆସି ଏଠାରେ କାମ କରିବା ସହଜ କରିବ ଏବଂ ସାଥୀମାନେ, ଯେତେବେଳେ ମୁଁ ଏଠାରେ ଅଛି, ମୁଁ ଏକ ଘୋଷଣା କରିବାକୁ ଯାଉଛି । ବ୍ରିସବେନରେ ଭାରତୀୟ ସମ୍ପ୍ରଦାୟର ଯେଉଁ ଚାହିଦା ଥିଲା, ବର୍ତ୍ତମାନ ତାହାକୁ ପୂରଣ କରିହେବ । ଖୁବଶୀଘ୍ର ବ୍ରିସବେନରେ ଭାରତର ଏକ ନୂଆ କନସୁଲେଟ ଖୋଲାଯିବ ।

ସାଥୀମାନେ,

ଭାରତ ଏବଂ ଅଷ୍ଟ୍ରେଲିଆର ଗଭୀର ଭାଗିଦାରୀ ମା’ ଭାରତୀଙ୍କ ଉପରେ ବିଶ୍ୱାସ ଥିବା ଯୋଗୁ ସମସ୍ତଙ୍କୁ ସଶକ୍ତ କରିବ । ଆପଣଙ୍କ ନିକଟରେ ଟାଲେଣ୍ଟ ଅଛି, ଆପଣଙ୍କର କୌଶଳର ଶକ୍ତି ଅଛି ଏବଂ ତା’ ସହିତ ନିଜର ସାଂସ୍କୃତିକ ମୂଲ୍ୟବୋଧ ମଧ୍ୟ ଅଛି । ଏହି ମୂଲ୍ୟଗୁଡ଼ିକ ଆପଣଙ୍କୁ ଅଷ୍ଟ୍ରେଲିଆର ଲୋକଙ୍କ ସହ ମିଶିବାରେ ସାହାଯ୍ୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମୁଁ ଗତକାଲି ପାପୁଆ ନିଉ ଗିନିରୁ ଆସିଛି । ସେଠାରେ ମୁଁ ସ୍ଥାନୀୟ ଭାଷାରେ ତାମିଲ ସାହିତ୍ୟ ତିରୁକ୍କୁରଲର ଅନୁବାଦକୁ ଲୋକାର୍ପଣ କରିଛି । ଏହି ଅନୁବାଦ ସେଠିକାର ଭାରତୀୟ ସ୍ଥାନୀୟ ରାଜ୍ୟପାଳଙ୍କ ଦ୍ୱାରା କରାଯାଇଛି । ବିଦେଶରେ ରହୁଥିବା ସତ୍ତ୍ୱେ ମଧ୍ୟ ଆମେ ଆମର ଜଡ଼କୁ ନେଇ ଗର୍ବ କରିଥାଉ, ଜଡ଼ ସହିତ ସଂଯୁକ୍ତ ରହିବା ଏକ ଜୀବନ୍ତ ଉଦାହରଣ । ଆପଣ ମଧ୍ୟ ଏଠାରେ ଅଷ୍ଟ୍ରେଲିଆରେ ଭାରତୀୟ ସଂସ୍କୃତିର ସୁଗନ୍ଧକୁ ବିସ୍ତାର କରୁଛନ୍ତି । ଆପଣ ଅଷ୍ଟ୍ରେଲିଆରେ ଭାରତର ସାଂସ୍କୃତି ରାଷ୍ଟ୍ରଦୂତ ଅଟନ୍ତି, ଭାରତର ବ୍ରାଣ୍ଡ ଆମ୍ବାସାଡ଼ାର ଅଟନ୍ତି ।

ସାଥୀମାନେ,

ମୁଁ ମୋର କଥାବାର୍ତ୍ତା ଶେଷ କରିବା ପୂର୍ବରୁ ଆପଣଙ୍କୁ କିଛି ମାଗିବାକୁ ଚାହୁଁଛି, ଦେବେ? ପକ୍କା? ପ୍ରମିଜ୍? ମୁଁ ଆପଣଙ୍କୁ ଏହା ମାଗୁଛି ଏବଂ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ ଯେତେବେଳେ ମଧ୍ୟ ଭାରତ ଆସିବେ, ଯେତେବେଳେ ମଧ୍ୟ ଭାରତ ଆସିବେ ନିଜ ସହିତ କେହି ଜଣେ ଅଷ୍ଟ୍ରେଲୀୟ ବନ୍ଧୁ ଏବଂ ତାଙ୍କ ପରିବାରକୁ ମଧ୍ୟ ସାଥୀରେ ନେଇ ଆସିବେ । ଏହାଦ୍ୱାରା ସେମାନଙ୍କୁ ଭାରତକୁ ବୁଝିବା ପାଇଁ, ଜାଣିବା ପାଇଁ ଏକ ଉତ୍ତମ ସୁଯୋଗ ମଳିବ । ଆପଣମାନେ ଏତେ ସଂଖ୍ୟାରେ ଆସିଲେ, ଦୀର୍ଘ ସମୟ ପରେ ଆପଣମାନଙ୍କୁ ଭେଟିବାର ସୁଯୋଗ ମିଳିଲା, ଆପଣ ସମସ୍ତେ ବହୁତ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

ମୋ ସହିତ କୁହନ୍ତୁ ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's first privately developed orbital rocket Vikram-1 set for maiden launch on July 18

Media Coverage

India's first privately developed orbital rocket Vikram-1 set for maiden launch on July 18
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.