୩୦୦୦ ତଣ୍ଡା ବାସସ୍ଥାନକୁ ରାଜସ୍ୱ ଗ୍ରାମରେ ପରିଣତ ହୋଇଥିବାରୁ ବଞ୍ଜାରା ସମ୍ପ୍ରଦାୟକୁ ଅଭିନନ୍ଦନ
“ଭଗବାନ୍ ବାସଭେଶ୍ୱରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ”
“ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ, ଶିଶୁ, ମହିଳାମାନେ ପ୍ରଥମ ଥର ପାଇଁ ସେମାନଙ୍କର ପ୍ରାପ୍ୟ ପାଇଛନ୍ତି । ସେମାନେ ମୌଳିକ ସୁବିଧା ପାଇଛନ୍ତି ଏବଂ ଏହା ଶୀଘ୍ର ପାଇଛନ୍ତି”
“ଲୋକମାନଙ୍କୁ ସଶକ୍ତିକରଣ ପାଇଁ ଆମେ ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛୁ”
“ଯେତେବେଳେ ମୌଳିକ ଆବଶ୍ୟକତା ପୂରଣ ହୁଏ ଏବଂ ସମ୍ମାନ ପୁନଃ ସ୍ଥାପିତ ହୁଏ, ନୂତନ ଆକାଂକ୍ଷା ଜନ୍ମ ନିଏ ସେତେବେଳେ ଲୋକମାନେ ଦୈନନ୍ଦିନ ପରିସ୍ଥିତିଠାରୁ ଉର୍ଦ୍ଧ୍ୱରେ ରୁହନ୍ତି ଏବଂ ଜୀବନର ମାନ ବଢାଇବାକୁ କାର୍ଯ୍ୟ କରନ୍ତି”
“ଜନ ଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକୁ ବୈପ୍ଳବିକ କରିଛି”
“ଡବଲ୍‌-ଇଞ୍ଜିନ ସରକାର ଭାରତରେ ବାସ କରୁଥିବା ପ୍ରତ୍ୟେକ ସମାଜର ପରମ୍ପରା, ସଂସ୍କୃତି, ଖାଦ୍ୟ ଏବଂ ପୋଷାକକୁ ଆମର ଶକ୍ତି ବୋଲି ବିବେଚନା କରନ୍ତି”

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!           

କର୍ଣ୍ଣାଟକା ତାଣ୍ଡେର, ମାରା ଗୋର ବଞ୍ଜରା ବାଈ-ଭିୟା, ନାୟକ, ଡାବ, କାରବାରୀ, ତମନୋନ ହାଥ ଯୋଡ଼ି ରାମ-ରାମୀ!

ଜୟ ସେବାଲାଲ ମହାରାଜ! ଜୟ ସେବାଲାଲ ମହାରାଜ! ଜୟ ସେବାଲାଲ ମହାରାଜ! କଲବୁର୍ଗୀ-ୟା, ଶ୍ରୀ ଶରଣ ବସବେଶ୍ୱର, ମତତୁ, ଗାଣଗାପୁରାଦା ଗୁରୁ ଦତତାତ୍ରେୟରିଗେ, ନନ୍ନା ନମସ୍କାରଗଡ଼ୁ! ପ୍ରଖ୍ୟାତା, ରାଷ୍ଟ୍ରକୂଟା ସାମ୍ରାଜ୍ୟଦା ରାଜଧାନୀ- ଗେ ମତତୁ, କନ୍ନଡା ନାଡିନା ସମସ୍ତ ଜନତେ-ଗେ ନନ୍ନା ନମସ୍କାରଗଡ଼ୁ!

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱରଚନ୍ଦ ଗହଲୋଟ ମହୋଦୟ, କର୍ଣ୍ଣାଟକର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭଗୱନ୍ତ ଖୁବା ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ ଓ ବିଧାୟକଗଣ ଏବଂ ବିଶାଳ ସଂଖ୍ୟାରେ ଆସି ଆମକୁ ଆଶୀର୍ବାଦ ଦେଉଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!

2023ର ବର୍ଷ ଆରମ୍ଭ ହୋଇଛି । ଜାନୁୟାରୀର ମାସ ଚାଲିଛି ଆଉ ସେମିତିରେ ମଧ୍ୟ ଜାନୁଆରୀ ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ସ୍ୱତନ୍ତ୍ର । ଜାନୁଆରୀର ମାସରେ ଆମ ଦେଶର ସମ୍ବିଧାନ ଲାଗୁ ହୋଇଥିଲା, ଦେଶବାସୀଙ୍କୁ ସ୍ୱାଧୀନ ଭାରତରେ ତାଙ୍କର ଅଧିକାର ସୁନିଶ୍ଚିତ ହୋଇଥିଲା । ଏଭଳି ପବିତ୍ର ମାସରେ ଆଜି କର୍ଣ୍ଣାଟକ ସରକାର ସାମାଜିକ ନ୍ୟାୟ ପାଇଁ ସୋସିଆଲ ଜଷ୍ଟିସ୍ ପାଇଁ ଏକ ବହୁତ ବଡ଼ ପଦକ୍ଷେପ ଉଠାଇଛନ୍ତି । ଆଜି କର୍ଣ୍ଣାଟକର ଲକ୍ଷ- ଲକ୍ଷ ଯାଯାବର ସାଥୀମାନଙ୍କ ପାଇଁ ହେଉଛି ଏକ ବହୁତ ବଡ଼ ଦିନ । ଏବେ 50 ହଜାରରୁ ଅଧିକ ପରିବାରଙ୍କୁ ପ୍ରଥମ ଥର ପାଇଁ ସେମାନଙ୍କର ଘର, ସେମାନଙ୍କର ଜମିର ଅଧିକାର ମିଳିଲା, ହକ୍କୁ ପତ୍ର, ମିଳିଛି। ଏହା କର୍ଣ୍ଣାଟକରେ ତାଣ୍ଡା ବସ୍ତିମାନଙ୍କରେ ରହୁଥିବା ହଜାର-ହଜାର ସାଥୀଗଣ, ଯାଯାବର ପରିବାରର ପୁଅ-ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଯାଉଛି। କଲ୍ୟାଣ କର୍ଣ୍ଣାଟକ ଅଂଚଳର କଲବୁର୍ଗୀ, ବିଦର, ୟାଦଗିରି, ରାୟଚୁର ଏବଂ ବିଜୟାପୁରା ଜିଲ୍ଲାର ତାଣ୍ଡା ବସ୍ତିମାନଙ୍କରେ ରହୁଥିବା ମୋର ସମସ୍ତ ଯାଯାବର ଭାଇ ଭଉଣୀମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ ବହୁତ ଶୁଭକାମନା ଜଣାଉଛି । କର୍ଣ୍ଣାଟକ ସରକାର 3000ରୁ ଅଧିକ ତାଣ୍ଡା ବସ୍ତିକୁ ରାଜସ୍ୱ ଗ୍ରାମର ପରିଚୟ ପ୍ରଦାନ କରିବାର ଏକ ବହୁତ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଆଉ ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ମୁଁ ଶ୍ରୀ ବୋମାଇ ମହାଶୟଙ୍କୁ ଆଉ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଭାଇ  ଭଉଣୀମାନେ,

ଏହି ଅଂଚଳ ମୋ ପାଇଁ ନୂଆ ନୁହେଁ ଆଉ ଯାଯାବର ସମାଜ ମଧ୍ୟ ନୂଆ ନୁହେଁ, କାରଣ ରାଜସ୍ଥାନରୁ ନେଇ ପଶ୍ଚିମ ଭାରତ ପର୍ଯ୍ୟନ୍ତ ତଳକୁ ଚାଲି ଯାଆନ୍ତୁ । ଆମର ଯାଯାବର ସମ୍ପ୍ରଦାୟର ଭାଇ- ଭଉଣୀ ରାଷ୍ଟ୍ର ବିକାଶରେ ନିଜସ୍ୱ ଉପାୟରେ ବହୁତ ବଡ଼ ଯୋଗଦାନ ଦେଉଛନ୍ତି । ଆଉ ପୂର୍ବରୁ ହିଁ ସେମାନଙ୍କ ସହିତ ଯୋଡ଼ି ହେବା ମୋତେ ଯେଉଁ ଖୁବ ଆନନ୍ଦ ଦେଇଥାଏ । ମୋର ସ୍ପଷ୍ଟ ଭାବେ ମନେଅଛି ଯେ 1994ର ବିଧାନସଭା ନିର୍ବାଚନ ସମୟରେ ଏହି ସମଗ୍ର ଅଂଚଳରେ ଗୋଟିଏ ଜନସଭାକୁ ମୋତେ ଡକା ଯାଇଥିଲା । ଆଉ ମୁଁ ସେଠାରେ ଯେତେବେଳେ ସେହି ଶୋଭାଯାତ୍ରାରେ ଲକ୍ଷ- ଲକ୍ଷ ସଂଖ୍ୟାରେ ଆମର ଯାଯାବର ଭାଇ ଭଉଣୀମାନଙ୍କୁ ଦେଖିଲି ଆଉ ଯାଯାବର ମାଆମାନେ- ଭଉଣୀମାନେ ପରମ୍ପରାଗତ ବେଶଭୂଷାରେ ଲକ୍ଷ- ଲକ୍ଷ ସଂଖ୍ୟାରେ ଆସି ଆଶୀର୍ବାଦ ଦେଇଥିଲେ । ସେହି କ୍ଷଣକୁ ମୁଁ କେବେ ହେଲେ ମଧ୍ୟ ଭୁଲି ପାରିବି ନାହିଁ ଭାଇମାନେ । ଆଜି ଆପଣ ସମସ୍ତଙ୍କ ପାଇଁ କର୍ଣ୍ଣାଟକ ସରକାରଙ୍କର ଏହି ପ୍ରୟାସକୁ ଯେତେବେଳେ ମୁଁ ଦେଖୁଛି ସେତେବେଳେ ମୁଁ ସବୁଠାରୁ ଅଧିକ ଖୁସି ହେଉଛି ।

ଭାଇ  ଭଉଣୀମାନେ,

ଡବଲ ଇଞ୍ଜିନ ସରକାର ସୁଶାସନ ଏବଂ ସଦ୍ଭାବର ସେହି ରାସ୍ତାକୁ ବାଛିଛନ୍ତି, ଯାହା ଶତାବ୍ଦୀ ପୂର୍ବରୁ ଭଗବାନ ବସବନ୍ନା ଦେଶ- ଦୁନିଆକୁ ଦେଇଥିଲେ । ଭଗବାନ ବସବେଶ୍ୱର ଅନୁଭବ ମଣ୍ଡପମ୍ ଭଳି ମଂଚରୁ ସାମାଜିକ ନ୍ୟାୟର, ଗଣତନ୍ତ୍ରର ଏକ ମଡେଲ ବିଶ୍ୱ ସମ୍ମୁଖରେ ରଖିଥିଲେ। ସମାଜର ପ୍ରତ୍ୟେକ ଭେଦଭାବ, ପ୍ରତ୍ୟେକ ଉଚ୍ଚ-ନିଚ୍ଚ ଠାରୁ ଉପରକୁ ଉଠି ସମସ୍ତଙ୍କର ସଶକ୍ତିକରଣର ମାର୍ଗ ସେ ହିଁ ଆମକୁ ଦେଖାଇଥିଲେ । ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ, ଏହି ମନ୍ତ୍ରରେ ମଧ୍ୟ ସେହି ଭାବନା ରହିଛି ଯାହା ଭଗବାନ ବସବେଶ୍ୱର ଆମକୁ ଦେଇଥିଲେ । ଆଜି କୁଲବର୍ଗୀରେ ଆମେ ଏହି ଭାବନାର ବିସ୍ତାରକୁ ଦେଖୁଛେ ।

ସାଥୀଗଣ,

ଆମର ଯାଯାବର ସମ୍ପ୍ରଦାୟ, ଘୁମନ୍ତୁ- ଅର୍ଦ୍ଧ ଘୁମନ୍ତୁ ସମ୍ପ୍ରଦାୟ ଦଶକ- ଦଶକ ପର୍ଯ୍ୟନ୍ତ ବହୁତ ଅସୁବିଧା ଭୋଗିଛନ୍ତି । ଏବେ ସମସ୍ତଙ୍କ ପାଇଁ ଗୌରବ ଏବଂ ଗାରିମା ସହିତ ବଂଚିବାର ସମୟ ଆସି ପହଂଚିଛି । ଆଉ ମୁଁ ଦେଖୁଥିଲି, ଯେତେବେଳେ ଉପରେ ଯାଯାବର ପରିବାରଙ୍କ ସହିତ ମୋର ସାକ୍ଷାତ ହେଲା, ଜଣେ ମାଆ ଯେଉଁଭଳି ଭାବେ ମୋତେ ଆଶୀର୍ବାଦ ଦେଉଥିଲେ, ଯେଉଁଭଳି ଭାବେ ନିଜର ଭାବନାକୁ ଅଭିବ୍ୟକ୍ତ କରୁଥିଲେ, ସମାଜ ପାଇଁ ଜୀଇଁବା- ମରିବାର ବହୁତ ବଡ଼ ଶକ୍ତି ଦେଉଥିବା ଆଶୀର୍ବାଦ ସେହି ମାଆ ଦେଉଥିଲେ । ଆଗାମୀ ବର୍ଷମାନଙ୍କରେ ଏହି ସମ୍ପ୍ରଦାୟଙ୍କର ବିକାଶ ଏବଂ କଲ୍ୟାଣ ପାଇଁ ଶହ- ଶହ କୋଟି ଟଙ୍କାର ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାଯାବର ସମ୍ପ୍ରଦାୟର ଯୁବକଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାର ମାଗଣା କୋଚିଂ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଏଭଳି ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଜୀବନ ଜୀବିକାର ନୂତନ ସାଧନ ଗୁଡ଼ିକର ମଧ୍ୟ ନିର୍ମାଣ କରାଯାଉଛି। ଝୁପୁଡ଼ି ବା ନୂଆଣିଆ ଚାଳ ଘର ବଦଳରେ ଏହି ସାଥୀମାନଙ୍କୁ ପକ୍କା ଘର ମିଳୁ, ଏଥିପାଇଁ ମଧ୍ୟ ସହାୟତା ଦିଆଯାଉଛି । ବଞ୍ଜାରା, ଯାଯାବର- ଅର୍ଦ୍ଧ ଘୁମନ୍ତୁ ସମ୍ପ୍ରଦାୟଙ୍କୁ ସ୍ଥାୟୀ ଠିକଣା, ସ୍ଥାୟୀ ପରିଚୟ ନ ଥିବା କାରଣରୁ ଏମାନଙ୍କୁ ଯେଉଁ ସୁବିଧାସବୁ ମିଳି ପାରୁ ନ ଥିଲା, ସେଗୁଡ଼ିକର ସମାଧାନ ମଧ୍ୟ କରାଯାଉଛି । ଆଜିକାର ଏହି ଆୟୋଜନ, ଏହି ସମାଧାନ ଦିଗରେ ଉଠାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । 1993ରେ ଅର୍ଥାତ ତିନି ଦଶକ ପୂର୍ବେ ଏଥିପାଇଁ ସୁପାରିଶ କରାଯାଇଥିଲା । କିନ୍ତୁ ଏହା ପରେ ସବୁଠାରୁ ଅଧିକ ସମୟ ପାଇଁ ଯେଉଁ ଦଳର ଶାସନ ଏହିଠାରେ ରହିଲା, ସେ କେବଳ ଭୋଟ ବ୍ୟାଙ୍କ କରିବା ଉପରେ ହିଁ ଧ୍ୟାନ ଦେଲେ । ଏହି ଉପେକ୍ଷିତ ପରିବାରଙ୍କ ଜୀବନ ବଦଳାଇବା ପାଇଁ ସେମାନେ କେବେ ହେଲେ ଚିନ୍ତା କରି ନାହାଁନ୍ତି । ତାଣ୍ଡାରେ ରହୁଥିବା ସାଥୀମାନେ ନିଜର ଦାବୀ ହାସଲ କରିବା ପାଇଁ ଦୀର୍ଘ ସମୟ ଲାଗି ସଂଘର୍ଷ କରିଛନ୍ତି, ଅନେକ କଠିନ ପରିସ୍ଥିତିର ସାମ୍ନା କରିଛନ୍ତି । ଆପଣମାନଙ୍କୁ ଦୀର୍ଘ ସମୟ ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିଛି । କିନ୍ତୁ ଏବେ ଉଦାସିନତାର ସେହି ପୁରୁଣା ପରିବେଶକୁ ଭାଜପାର ସରକାର ବଦଳାଇ ଦେଇଛନ୍ତି । ମୁଁ ଆଜି ମୋର ସେହି ଯାଯାବର ମାଆମାନଙ୍କୁ କହିବାକୁ ଚାହୁଁଛି, ଆପଣମାନେ ନିଶ୍ଚିନ୍ତ ରୁହନ୍ତୁ, ଆପଣଙ୍କର ଜଣେ ପୁଅ ଦିଲ୍ଲୀରେ ବସିଛି । ଏବେ ଯେତେବେଳେ ତାଣ୍ଡା ବସ୍ତିଗୁଡ଼ିକୁ ଗାଁ ରୂପେ ମାନ୍ୟତା ମିଳୁଛି, ସେତେବେଳେ ଏହାଦ୍ୱାରା ଗାଁରେ ମୌଳିକ ସୁବିଧା ଗୁଡ଼ିକର ବିକାଶ ଦ୍ରୁତ ଗତିରେ ହେବ । ନିଜର ଘର, ନିଜ ଜମିର ଆଇନଗତ ଦସ୍ତାବେଜ ମିଳିବା ପରେ ଏବେ ପରିବାର ନିଶ୍ଚିନ୍ତ ହୋଇ ଜୀଇଁ ପାରିବେ ଆଉ ବ୍ୟାଙ୍କରୁ ଋଣ ନେବା ମଧ୍ୟ ସହଜ ହେବ । କେନ୍ଦ୍ର ସରକାର ସାରା ଦେଶର ଗାଁରେ ସ୍ୱାମିତ୍ୱ ଯୋଜନା ମାଧ୍ୟମରେ ଗ୍ରାମୀଣ ଘରଗୁଡ଼ିକୁ ସଂପତି କାର୍ଡ ପ୍ରଦାନ କରୁଛନ୍ତି । କର୍ଣ୍ଣାଟକରେ ତ’ ଏବେ ଯାଯାବର ସମାଜକୁ ମଧ୍ୟ ଏହିସବୁ ସୁବିଧା ମିଳିବାକୁ ଲାଗିବ । ଏବେ ଆପଣ ଆପଣଙ୍କର ପିଲାମାନଙ୍କୁ ଠିକ ଭାବରେ ସ୍କୁଲକୁ ପଠାଇ ପାରିବେ, ଡବଲ ଇଞ୍ଜିନ ସରକାରଙ୍କର ପ୍ରତ୍ୟେକ ଜନହିତକର ଯୋଜନାର ସିଧାସଳଖ ଲାଭ ନେଇ ପାରିବେ । ଏବେ ନୁଆଁଣିଆ ଚାଳ ଘରେ ବଂଚିବାର ବାଧ୍ୟବାଧକତା ମଧ୍ୟ ଆପଣମାନଙ୍କ ପାଇଁ କାଲିର କଥା ହୋଇ ଯାଇଛି । ପିଏମ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର, ଘରେ ଶୌଚାଳୟ, ବିଜୁଳି ସଂଯୋଗ, ପାଇପ ମାଧ୍ୟମରେ ଜଳ, ପାଣିର ସଂଯୋଗ, ଗ୍ୟାସର ଚୂଲା, ସବୁକିଛି ସାହାଯ୍ୟ ମିଳିବାକୁ ଯାଉଛି ।

ଭାଇ  ଭଉଣୀମାନେ,

କର୍ଣ୍ଣାଟକ ସରକାରଙ୍କର ଏହି ନିଷ୍ପତି ଫଳରେ ଯାଯାବର ସାଥୀମାନଙ୍କ ପାଇଁ ମଧ୍ୟ ଜୀବନ ଜୀବିକାର ନୂତନ ସାଧନ ସୃଷ୍ଟି ହେବାକୁ ଯାଉଛି । ବନଉତ୍ପାଦ ହେଉ, ସୁଖିଲା କାଠ, ମହୁ, ଫଳ, ଏଭଳି ଅନେକ ଜିନିଷ, ଏଗୁଡିକରୁ ମଧ୍ୟ ଏବେ ରୋଜଗାରର ସାଧନ ମିଳିବ । ପୂର୍ବର ସରକାର ଯେତେବେଳେ ମାତ୍ର କିଛି ହିଁ ବନ ଉତ୍ପାଦିତ ଜିନିଷଗୁଡ଼ିକ ଉପରେ ଏମଏସପି ଦେଉଥିଲେ । ଆମ ସରକାର ଆଜି 90ରୁ ଅଧିକ ବନ ଉତ୍ପାଦିତ ଜିନିଷଗୁଡ଼ିକ ଉପରେ ଏମଏସପି ଦେଉଛନ୍ତି । କର୍ଣ୍ଣାଟକ ସରକାରଙ୍କର ଏହି ନିଷ୍ପତି ପରେ ଏବେ ଏହାର ଲାଭ ତାଣ୍ଡାରେ ରହୁଥିବା ମୋର ସମସ୍ତ ପରିବାରଙ୍କୁ ମଧ୍ୟ ମିଳିବ ।

ସାଥୀଗଣ,

ସ୍ୱାଧୀନତାର ଅନେକ ଦଶକ ପରେ ଏକ ବହୁତ ବଡ଼ ଜନସଂଖ୍ୟା ଏହିପରି ରହି ଯାଇଥିଲେ, ଯେଉଁମାନେ ବିକାଶରୁ ବଂଚିତ ଥିଲେ, ସରକାରୀ ସାହାଯ୍ୟ ପରିସରର ବାହାରେ ଥିଲେ । ଦେଶରେ ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ କରିଥିଲେ, ସେମାନେ ଏଭଳି ସାଥୀମାନଙ୍କର ନାରା ଦେଇ କେବଳ ଭୋଟ ହାତେଇ ଥିଲେ, କିନ୍ତୁ ସେମାନଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତି କରି ନାହାଁନ୍ତି । ଏଭଳି ଦଳିତ, ବଂଚିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ, ମହିଳା, ସମାଜର ଏଭଳି ମସସ୍ତ ବଂଚିତ ବର୍ଗଙ୍କୁ ପ୍ରଥମ ଥର ପାଇଁ ଏବେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ମିଳୁଛି। ସଶକ୍ତିକରଣ ପାଇଁ ଆମେ ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛୁ। ଏଥିପାଇଁ ଆବଶ୍ୟକତା, ଆକାଂକ୍ଷା, ଅବକାଶା, ମତତୁ ଗୌରବା, ଏହିସବୁ ଦିଗ ଉପରେ ଆମେ ଧ୍ୟାନ ଦେଉଛୁ। ଏବେ ଯେପରି ଗରିବ, ଦଳିତ, ବଂଚିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ, ମହିଳା, ଏଭଳି ସମସ୍ତ ବଂଚିତ ସମାଜ ଯେଉଁମାନେ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି। ଝୋପଡ଼ି ଘରେ ଜୀବନ ଅତିବାହିତ କରୁଥିବା ଲୋକ, ଶୌଚାଳୟ ବିନା, ବିଜୁଳି ବିନା, ଗ୍ୟାସ ବିନା, ପାଣି ସଂଯୋଗ ବିନା ଜୀବନ ବିତାଉଥିବା ଅଧିକାଂଶ ଲୋକ ଏହି ସମାଜର ହୋଇ ଥାଆନ୍ତି । ଆମ ସରକାର ଏବେ ଏମାନଙ୍କୁ ଏହି ମୌଳିକ ସୁବିଧା ମଧ୍ୟ ଦେଉଛନ୍ତି ଆଉ ଦ୍ରୁତ ଗତିରେ ପ୍ରଦାନ କରୁଛନ୍ତି । ମହଙ୍ଗା ଚିକିତ୍ସା କାରଣରୁ ସ୍ୱାସ୍ଥ୍ୟ ସୁବିଧାରୁ ମଧ୍ୟ ଏହି ବର୍ଗ ଅଧିକ ଭାବେ ବଂଚିତ ରହିଥିଲେ। ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଂଟି ଆମ ସରକାର ଦେଇଛନ୍ତି । ଦଳିତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ପଛୁଆ ହୁଅନ୍ତୁ ଅବା ଆଦିବାସୀ ହୁଅନ୍ତୁ ସେମାନଙ୍କ ପର୍ଯ୍ୟନ୍ତ ପୂର୍ବରୁ ସରକାରୀ ରାସନ ପହଂଚି ପାରୁ ନ ଥିଲା । ଆଜି ଏହି ପରିବାରଙ୍କୁ ମାଗଣା ରାସନ ମଧ୍ୟ ସୁନିଶ୍ଚିତ ହୋଇଛି, ରାସନର ଯୋଗାଣ ପାରଦର୍ଶୀ ହୋଇଛି । ଯେତେବେଳେ ମୌଳିକ ସୁବିଧା ପୂରଣ ହୋଇଥାଏ, ସେତେବେଳେ ଗୌରବ ବୃଦ୍ଧି ହୋଇଥାଏ, ନୂତନ ଆକାଂକ୍ଷା ଜନ୍ମ ନେଇଥାଏ । ନୀତିଦିନର ଅସୁବିଧାରୁ ବାହାରକୁ ବାହାରି ଲୋକମାନେ ନିଜ ପରିବାରର ଜୀବନକୁ ଉପରକୁ ଉଠାଇବାରେ ଲାଗି ଯାଆନ୍ତି । ସେହି ଆକାଂକ୍ଷାଗୁଡ଼ିକର ପୂରଣ ପାଇଁ ଆମେ ଆର୍ଥିକ ସମାବେଶନ, ଆର୍ଥିକ ସଶକ୍ତିକରଣର ପଥ ନିର୍ମାଣ କରିଛୁ । ଦଳିତ, ପଛୁଆ, ଆଦିବାସୀ, ଏହିମାନେ ସବୁଠାରୁ ବଡ଼ ବର୍ଗର ଥିଲେ, ଯେଉଁମାନେ କେବେ ହେଲେ ମଧ୍ୟ ବ୍ୟାଙ୍କ ଦୁଆର ମୁହଁ ଦେଖି ନ ଥିଲେ । ଜନ ଧନ ବ୍ୟାଙ୍କ ଖାତା କୋଟି କୋଟି ବଂଚିତଙ୍କୁ ବ୍ୟାଙ୍କ ସହିତ ଯୋଡ଼ିଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ମହିଳାମାନଙ୍କର ଏକ ବହୁତ ବଡ଼ ସଂଖ୍ୟା ଏଭଳି ଥିଲେ, ଯେଉଁମାନଙ୍କ ପାଇଁ ବ୍ୟାଙ୍କରୁ ଋଣ ପାଇବା କୌଣସି ସ୍ୱପ୍ନ ଠାରୁ ମଧ୍ୟ କମ୍ ନ ଥିଲା । ଯେତେବେଳେ କେହି ନିଜର କିଛି କାମ ଧନ୍ଦା ଆରମ୍ଭ କରିବାକୁ ଚାହୁଁଥିଲେ, ସେତେବେଳେ ବ୍ୟାଙ୍କବାଲା କହୁଥିଲେ ଯେ, ବ୍ୟାଙ୍କ ଗ୍ୟାରେଂଟି କାହିଁ? କିନ୍ତୁ ଯେଉଁମାନଙ୍କ ନାମରେ କୌଣସି ସମ୍ପତି ନ ଥିଲା, ତେବେ ସେମାନେ କିଭଳି ଗ୍ୟାରେଂଟି ଦେଇ ପାରିବେ? ଏଥିପାଇଁ ଆମେ ମୁଦ୍ରା ଯୋଜନାରେ ବିନା ଗ୍ୟାରେଂଟି ଋଣ ଯୋଜନା ଆରମ୍ଭ କଲୁ । ଆଜି ମୁଦ୍ରା ଯୋଜନା ଅଧୀନରେ ପାଖାପାଖି 20 କୋଟି ଋଣ ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ ଓବିସିଙ୍କୁ ମିଳିଛି, ଏହି ବର୍ଗରୁ ନୂତନ ଉଦ୍ୟମୀ ସୃଷ୍ଟି ହେଉଛନ୍ତି । ମୁଦ୍ରା ଯୋଜନାର ପ୍ରାୟ 70 ପ୍ରତିଶତ ହିତାଧିକାରୀ ଆମର ମାଆ- ଭଉଣୀମାନେ ଅଛନ୍ତି, ମହିଳାମାନେ ଅଛନ୍ତି । ଏହିଭଳି ଭାବେ ରାସ୍ତାକଡ଼ ଉଠା ଦୋକାନୀ, ଠେଲା ଲଗାଇ ବିକ୍ରି କରୁଥିବା ତଥା ଛୋଟ ଛୋଟ କାରବାର କରୁଥିବା ସାଥୀମାନଙ୍କ ଠାରୁ ପୂର୍ବ ସରକାର ସୁଧ ନେଉ ନ ଥିଲେ । ଆଜି ସ୍ୱନିଧି ଯୋଜନାରେ ଏହି ସାଥୀମାନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ବ୍ୟାଙ୍କରୁ ଶସ୍ତା ଏବଂ ସୁଲଭ ଋଣ ମିଳି ପାରୁଛି । ଏହି ସମସ୍ତ ପଦକ୍ଷେପ ବଂଚିତ ମାନଙ୍କର ଆକାଂକ୍ଷାକୁ ପୂରଣ କରିବାର ମାଧ୍ୟମ ପାଲଟୁଛି । କିନ୍ତୁ ଆମେ ଆଉ ଏକ ପାଦ ଆଗକୁ ଯାଇ ଅବକାଶା ଅର୍ଥାତ ନୂତନ ସୁଯୋଗ ସୃଷ୍ଟି କରୁଛୁ, ବଂଚିତ ସମାଜର ଯୁବକମାନଙ୍କୁ ନୂତନ ବିଶ୍ୱାସ ଦେଉଛୁ ।

ସାଥୀଗଣ,

ମହିଳା କଲ୍ୟାଣ ପାଇଁ ସମ୍ବେଦନଶୀଳ ଆମ ସରକାର ଆଜି ନୂଆ- ନୂଆ କ୍ଷେତ୍ରରେ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଆଦିବାସୀ କଲ୍ୟାଣ ପାଇଁ ସମ୍ବେଦନଶୀଳ ଆମ ସରକାର ଆଦିବାସୀମାନଙ୍କର ଯୋଗଦାନ, ସେମାନଙ୍କର ଗୌରବକୁ ରାଷ୍ଟ୍ରୀୟ ପରିଚୟ ଦେବାର କାର୍ଯ୍ୟ କରୁଛି । ଦିବ୍ୟାଙ୍ଗମାନଙ୍କର ଅଧିକାର ଏବଂ ସେମାନଙ୍କର ସୁବିଧା ସହିତ ଜଡ଼ିତ ଅନେକ ବ୍ୟବସ୍ଥା ମଧ୍ୟ ବିଗତ 8 ବର୍ଷରେ କରାଯାଇଛି । ଅବହେଳିତ ବର୍ଗ ସହିତ ଜଡ଼ିତ ସାଥୀ ଆଜି ପ୍ରଥମ ଥର ଦେଶର ଅନେକ ସମ୍ବିଧାନିକ ସଂସ୍ଥାଗୁଡ଼ିକର ଶୀର୍ଷରେ ଅଛନ୍ତି । ଏହା ହେଉଛି ଆମ ସରକାର ଯିଏ ପଛୁଆ ବର୍ଗ ଆୟୋଗକୁ ସମ୍ବିଧାନିକ ମର୍ଯ୍ୟାଦା ଦେଇଛି । ଏହା ହେଉଛି ଆମ ସରକାର ଯିଏ ସର୍ବଭାରତୀୟ ମେଡିକାଲ କୋଡରେ ଓବିସି ବର୍ଗକୁ ସଂରକ୍ଷଣ ଲାଭର ସୁଯୋଗ ଦେଇଛି । ଏହା ହେଉଛି ଆମ ସରକାର ଯିଏ କେନ୍ଦ୍ର ସରକାରଙ୍କ ଗ୍ରୁପ- ସି, ଗ୍ରୁପ-ଡି ନିଯୁକ୍ତିରେ ସାକ୍ଷାତକାରର ବାଧ୍ୟତାକୁ ଶେଷ  କରିଛନ୍ତି । ମେଡିକାଲ ଇଞ୍ଜିନୟରିଂ, ଟେକ୍ନିକାଲ ବିଷୟରେ ପାଠପଢା ସ୍ଥାନୀୟ ଭାରତୀୟ ଭାଷାରେ ହେଉ, ଏହାର ବ୍ୟବସ୍ଥା ମଧ୍ୟ ଆମ ସରକାର ହିଁ କରିଛନ୍ତି। ଏହି ପଦକ୍ଷେପର ମଧ୍ୟ ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ଆମର ଗ୍ରାମ ଏବଂ ଗରୀବ ପରିବାର ମାନଙ୍କର ଯୁବକ, ହେଉଛନ୍ତି ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ ଓବିସି ।

ଭାଇ  ଭଉଣୀମାନେ,

ଏହା ମଧ୍ୟ ହେଉଛି ଆମ ସରକାର ଯିଏ ବଞ୍ଜାରା ସମୁଦାୟ, ଯାଯାବର ବିଭିନ୍ନ ସ୍ଥାନରେ ରହୁଥିବା ସମୁଦାୟଙ୍କ ପାଇଁ ବିଶେଷ ବିକାଶ ଏବଂ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି । ପରାଧୀନତାର ସମୟ ହେଉ ଅବା ପୁଣି ସ୍ୱାଧୀନତା ପରେ ଦୀର୍ଘ ସମୟ ଧରି ସାରା ଦେଶରେ ବିକ୍ଷିପ୍ତ ଭାବେ ଥିବା ବଞ୍ଜାରା ସମୁଦାୟ, ଯାଯାବର ଘୁମନ୍ତୁ ସମୁଦାୟ ପ୍ରତ୍ୟେକ ପ୍ରକାରରେ ଉପେକ୍ଷିତ ଥିଲେ । ଏତେ ଦଶକ ଦଶକ ଧରି ଏହି ସମୁଦାୟ ପ୍ରତି ଧ୍ୟାନ ଦେଉ ନ ଥିଲେ । ଏବେ ଯାଇ କେନ୍ଦ୍ର ସରକାର କଲ୍ୟାଣ ବୋର୍ଡ ଗଠନ କରି ଏଭଳି ସମସ୍ତ ପରିବାରମାନଙ୍କର ସଶକ୍ତିକରଣ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ଆମ ସରକାର ପ୍ରତ୍ୟେକ କଲ୍ୟାଣକାରୀ ଯୋଜନା ସହିତ ଏହି ପରିବାରକୁ ଯୋଡିବା ପାଇଁ ପ୍ରୟାସ କରୁଛନ୍ତି ।

ସାଥୀଗଣ,

ଡବଲ୍ ଇଞ୍ଜିନ୍ ସରକାର, ଭାରତରେ ବସବାସ କରୁଥିବା ପ୍ରତ୍ୟେକ ସମାଜର ପରମ୍ପରା, ସଂସ୍କୃତି, ଖାଦ୍ୟ-ପେୟ ଏବଂ ବେଶଭୁଷାକୁ ଆମର ଶକ୍ତି ବୋଲି ବିବେଚନା କରନ୍ତି । ଆମେ ଏହି ଶକ୍ତିକୁ ବଜାୟ ରଖିବା କରିବା, ଆମେ ଏହାକୁ ସଂରକ୍ଷଣ କରିବାର ବହୁତ ସପକ୍ଷରେ ଅଛୁ । ସୁହାଲି, ଲମ୍ବାନୀ, ଲମ୍ବାଡା, ଲବାନା ଏବଂ ବାଜିଗର, ଯେଉଁ ନାମ ବି ଆପଣ ‌ନେବେ, ଆପଣ ହେଉଛନ୍ତି ସାଂସ୍କୃତିକ ଭାବରେ ସମୃଦ୍ଧ ଏବଂ ଜୀବନ୍ତ, ଦେଶର ଗର୍ବ ଓ ଗୌରବ, ଦେଶର ଶକ୍ତି । ଆପଣଙ୍କର ହଜାର ହଜାର ବର୍ଷର ଇତିହାସ ରହିଛି । ଏହି ଦେଶର ବିକାଶରେ ଆପଣଙ୍କର ଅବଦାନ ରହିଛି । ଆମକୁ ଏହି ଐତିହ୍ୟକୁ ଏକତ୍ର ହୋଇ ଆଗକୁ ବଢାଇ ନେବାକୁ ଚେଷ୍ଟା କରିବାକୁ ପଡିବ । ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ହିଁ ସମସ୍ତଙ୍କର ବିଶ୍ୱାସ କରିବାକୁ ହେବ । ଆଉ ମୋର ବଞ୍ଜାରା ପରିବାର ଏଠାରେ ଅଛନ୍ତି, ତେଣୁ ମୁଁ ନିଶ୍ଚିତ ଭାବେ କହିବାକୁ ଚାହିଁବି, ମୁଁ ଗୁଜରାଟ ରାଜ୍ୟରୁ ଆସିଛି, ଗୁଜରାଟ ଏବଂ ରାଜସ୍ଥାନ ପ୍ରଦେଶରୁ ଆସିଛି, ଏହି ରାଜ୍ୟରେ କମ୍ ବର୍ଷା ହୁଏ, ମରୁଡି ପଡିଥାଏ, ଜଳ ଅଭାବ ରହିଥାଏ, କିନ୍ତୁ ଶହ ଶହ ବର୍ଷ ପୂର୍ବେ ଅନେକ ଗାଁରେ ଜଳ ଯୋଗାଣ ପାଇଁ କିଛି ନା କିଛି ବ୍ୟବସ୍ଥା ପ୍ରସ୍ତୁତ ହୋଇଥିଲା। ଆଉ ଆଜି ମଧ୍ୟ ସେହି ଗାଁର ଲୋକମାନେ କୁହନ୍ତି ଯେ ଏହାକୁ ଲାଖା ବଞ୍ଜାରା ନିର୍ମାଣ କରିଥିଲେ, ଏହା ଲାଖା ବଞ୍ଜାରା ଦ୍ୱାରା ନିର୍ମିତ। ଆପଣ କେଉଁ ଗାଁକୁ ମଧ୍ୟ ଯାଆନ୍ତୁ, ଜଳ ପରିଚାଳନା ପାଇଁ ଯଦି କୌଣସି ବ୍ୟବସ୍ଥା ଅଛି, ତେବେ ମୋର ଗୁଜରାଟ ଏବଂ ରାଜସ୍ଥାନରେ ଲାଖା ବଞ୍ଜାରାଙ୍କ ନାମ ପ୍ରଥମେ ଆସେ। ଯେଉଁ ଲାଖା ବଞ୍ଜାରା ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ସମାଜର ଏତେ ବଡ଼ ସେବା କରିଥିବା ଲାଖା ବଞ୍ଜାରା, ଏହା ମୋର ସୌଭାଗ୍ୟ ଯେ ଆପଣମାନେ ମୋତେ ସେହି ବଞ୍ଜାରା ପରିବାରର ସେବା କରିବାର ସୁଯୋଗ ଦେଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆପଣମାନଙ୍କର ସୁଖ ଏବଂ ସମୃଦ୍ଧ ଭବିଷ୍ୟତର କାମନା କରୁଛି । ଆଉ ଆପଣମାନେ ଆସି ଆମକୁ ଆଶୀର୍ବାଦ ଦେଲେ, ଏହା ହେଉଛି ମୋର ବହୁତ ବଡ଼ ସମ୍ପତ୍ତି, ହେଉଛି ବହୁତ ବଡ଼ ଶକ୍ତି, ହେଉଛି ବହୁତ ବଡ଼ ପ୍ରେରଣା । ମୁଁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ଜଣାଉଛି।

ନମସ୍କାର!               

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.