‘‘ଖାକି ୟୁନିଫର୍ମ ଉପରେ ଲୋକଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି । ଲୋକମାନେ ଯେବେ ବି ଅସୁବିଧାରେ ପଡ଼ନ୍ତି ଆପଣଙ୍କୁ ଲୋଡ଼ିଥାନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଜୀବନ ଏବେ ନିରାପଦ, ସେମାନଙ୍କଠାରେ ନୂଆ ଆଶା ଜନ୍ମ ନେଇଥାଏ’’
ସଫଳତା ସେତେବେଳେ ସୁନିଶ୍ଚିତ ହୋଇଥାଏ ଯେବେ ଦୃଢ଼ ସଂକଳ୍ପ ଓ ଧୈର୍ଯ୍ୟ ସହିତ ଆହ୍ୱାନଗୁଡ଼ିକର ସାମ୍ନା କରାଯାଏ ।
‘‘ଏହି ସମ୍ପୂର୍ଣ୍ଣ ଅଭିଯାନ ସମ୍ବେଦନଶୀଳତା, ସଂସାଧନଶୀଳତା ଓ ସାହସର ଏକ ପ୍ରତିଫଳନ’’
‘‘ଏହି ଅଭିଯାନରେ ‘ସବକା ପ୍ରୟାସ’ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି’’

ଆମ ସହ ସାମିଲ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ମହୋଦୟ, ସାଂସଦ ଶ୍ରୀ ନିଶିକାନ୍ତ ଦୁବେ ମହୋଦୟ, ସ୍ୱରାଷ୍ଟ୍ର ସଚିବ, ସ୍ଥଳ ସେନା ମୁଖ୍ୟ, ବାୟୁ ସେନା ମୁଖ୍ୟ, ଝାଡଖଣ୍ଡର ପୁଲିସ ମହାନିର୍ଦ୍ଦେଶକ, ଏନଡିଆରଏଫ ମହାନିର୍ଦ୍ଦେଶକ, ଆଇଟିବିପି ମହାନିର୍ଦ୍ଦେଶକ, ସ୍ଥାନୀୟ ପ୍ରଶାସନର ସହକର୍ମୀ, ଆମ ସହ ଯୋଡି ହୋଇଥିବା ସମସ୍ତ ସାହସୀ ଯବାନ, କମାଣ୍ଡୋ, ପୁଲିସ କର୍ମଚାରୀ, ଅନ୍ୟ ବନ୍ଧୁଗଣ,

ଆପଣ ସମସ୍ତଙ୍କୁ ନମସ୍କାର!

ଆପଣମାନେ ତିନି ଦିନ ପର୍ଯ୍ୟନ୍ତ, ଚବିଶ ଘଂଟା ଦିନ ରାତି ଏକ କରି ଏକ କଠିନ ଉଦ୍ଧାର ଅଭିଯାନକୁ ସଫଳ କରିଛନ୍ତି ଏବଂ ଅନେକ ଦେଶବାସୀଙ୍କ ଜୀବନ ରକ୍ଷା କରିଛନ୍ତି । ସମଗ୍ର ଦେଶ ଆପଣମାନଙ୍କ ସାହସର ପ୍ରଶଂସା କରିଛି । ମୁଁ ଏହାକୁ ବାବା ବୈଦ୍ୟନାଥ ଜୀଙ୍କ କୃପା ବୋଲି ମଧ୍ୟ ବିବେଚନା କରୁଛି । ତେବେ, ମୁଁ ଦୁଃଖ ପ୍ରକାଶ କରୁଛି ଯେ ଆମେ କିଛି ସାଥୀଙ୍କ ଜୀବନ ରକ୍ଷା କରିପାରିଲେ ନାହିଁ । ଅନେକ ସାଥୀ ଆହତ ମଧ୍ୟ ହୋଇଛନ୍ତି । ପିଡୀତ ପରିବାରଙ୍କ ପ୍ରତି ଆମ ସମସ୍ତଙ୍କର ଗଭୀର ସମବେଦନା ରହିଛି । ମୁଁ ସମସ୍ତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

ବନ୍ଧୁଗଣ,

ଯେ କେହି ବି ଏହି ଉଦ୍ଧାର ଅଭିଯାନକୁ ଟିଭି ମାଧ୍ୟମରେ ଦେଖିିଛି, ସେ ବିବ୍ରତ ଥିଲା, ଚିନ୍ତିତ ଥିଲା । ଆପଣମାନେ ସମସ୍ତେ ତ ଘଟଣା ସ୍ଥଳରେ ଥିଲେ । ଆପଣମାନଙ୍କ ପାଇଁ ସେହି ପରିସ୍ଥିତିଗୁଡିକ କେତେ ଯେ କଷ୍ଟକର ହୋଇଥିବ, ତାହା କଳ୍ପନା କରାଯାଇପାରେ । କିନ୍ତୁ ଦେଶ ଗର୍ବିତ ଯେ ତା ନିକଟରେ ସ୍ଥଳ ସେନା, ବାୟୁ ସେନା, ଆମର ଏନଡିଆରଏଫର ଯବାନ, ଆଇଟିବିପିର ଯବାନ ଏବଂ ପୁଲିସ ସେବାର ଯବାନ ଭାବରେ ଏଭଳି କୁଶଳୀ ବାହିନୀ ରହିିଛି, ଯାହା ଦେଶବାସୀଙ୍କୁ ଯେକୌଣସି ସଙ୍କଟଜନକ ପରିସ୍ଥିତିରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାର ଦକ୍ଷତା ରଖିଛି ।  ଏହି ଦୁର୍ଘଟଣା ଏବଂ ଏହି ଉଦ୍ଧାର ଅଭିଯାନରୁ ଆମକୁ ଅନେକ ଶିକ୍ଷା ମିଳିଛି । ଆପଣମାନଙ୍କର ଅନୁଭବ ଭବିଷ୍ୟତରେ ବହୁତ କାମରେ ଆସିବ । ମୁଁ ଆପଣ ସମସ୍ତଙ୍କ ସହ ମଧ୍ୟ କଥାବାର୍ତା କରିବା ପାଇଁ ବେଶ ଉତ୍ସୁକ । କାରଣ ମୁଁ ନିରନ୍ତର ଭାବେ ଦୂରରୁ ଏହି ଉଦ୍ଧାର କାର୍ଯ୍ୟ ସହ ଯୋଡି ହୋଇ ରହିଥିଲି ଏବଂ ପ୍ରତ୍ୟେକଟି ବିଷୟରେ ଅବଗତ ହେଉଥିଲି । କିନ୍ତୁ ଆଜି ମୋ ପାଇଁ ଏହା ଆବଶ୍ୟକ ଯେ ଆପଣମାନଙ୍କ ମୁହଁରୁ ହିଁ ମୁଁ ସେସବୁ କଥା ଜାଣେ । ଆସନ୍ତୁ ଆମେ ସର୍ବ ପ୍ରଥମେ ଏନଡିଆରଏଫର ଯବାନମାନଙ୍କ ପାଖକୁ ଯିବା, କିନ୍ତୁ ମଁ ଗୋଟିଏ କଥା କହିବି ଏନଡିଆରଫ ନିଜର ଏକ ପରିଚୟ ତିଆରି କରିଛି ଏବଂ ଏହି ପରିଚୟ ନିଜ ପରିଶ୍ରମ ବଳରେ, ନିଜ ପୁରୁଷାର୍ଥ ବଳରେ ଏବଂ ନିଜ ପରାକ୍ରମ ବଳରେ ସୃଷ୍ଟି କରିଛି । ଏବଂ ଏଥିରେ ଏନଡିଆରଏଫ ଭାରତରେ ଯେଉଁ ଯେଉଁ ସ୍ଥାନରେ ରହିଛି, ତାହାର ଏହି ପରିଶ୍ରମ ଏବଂ ତାହାର ପରିଚୟ ପାଇଁ ମଧ୍ୟ ଅଭିନନ୍ଦନ ପାଇବାର ହକଦାର ଅଟେ ।

 

ଉଦଯାପନୀ ମନ୍ତବ୍ୟ

ଏହା ବହୁତ ଭଲ କଥା ଯେ ଆପଣମାନେ ସମସ୍ତେ ଖୁବ ତ୍ୱରିତ ଗତିରେ କାର୍ଯ୍ୟ କଲେ । ଏବଂ ବେଶ ସମନ୍ୱୟର ସହ ମଧ୍ୟ କାର୍ଯ୍ୟ କଲେ, ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ । ଏବଂ ପ୍ରଥମ ଦିନ ସଂଧ୍ୟାରେ ହିଁ ମୋ  ପାଖରେ ଖବର ପହଂଚିଥିଲା । ତା ପରେ ଖବର ଆସିଲା ଯେ ସେଠାକୁ ହେଲିକପ୍ଟର ନେଇଯିବା କଠିନ ଅଟେ କାରଣ ହେଲିପ୍ଟରର କମ୍ପନ, ସେଥିରୁ ଯେଉଁ ପବନ ବାହରେ ତା ଦ୍ୱାରା ଯଦି ତାର ହଲିବା ଆରମ୍ଭ କରେ ତେବେ ଟ୍ରଲିରୁ କାଳେ ଲୋକମାନେ ବାହାରକୁ ପଡି ଯାଇ ପାରନ୍ତି । ତେଣୁ ସେଠାକୁ ହେଲିକପ୍ଟର ନେଇ ଯିବା ମଧ୍ୟ ଚିନ୍ତାର ବିଷୟ ଥିଲା, ରାତି ସାରା ତ ସେହି ବିଷୟ ଉପରେ ଆଲୋଚନା ଚାଲିଲା । କିନ୍ତୁ ଏସବୁ ସତ୍ୱେ ମଧ୍ୟ ମୁଁ ଦେଖୁଛି ଯେ ଆପଣମାନେ ଯେଉଁ ସମନ୍ୱୟର ସହିତ କାର୍ଯ୍ୟ କଲେ ଏବଂ ମୁଁ ଭାବୁଛି ଯେ ଏଭଳି ବିପର୍ଯ୍ୟୟ ସମୟରେ ପ୍ରତିକ୍ରିୟା ସମୟ ଏକ ଅତି ମହତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ । ଆପଣମାନଙ୍କର କ୍ଷୀପ୍ରତା ହିଁ ଏଭଳି ଉଦ୍ଧାର ଅଭିଯାନର ସଫଳତା ବା ବିଫଳତା ସ୍ଥିର କରିଥାଏ । ୟୁନିଫର୍ମ ଉପରେ ଲୋକମାନଙ୍କର ବହୁତ ବିଶ୍ୱାସ ରହିଥାଏ । ବିପଦରେ ପଡିଥିବା ଲୋକ ଯେତେବେଳେ ବି ଆପଣଙ୍କୁ ଦେଖନ୍ତି, ଏନଡିଆରଏଫର ୟୁନିଫର୍ମ ଏବେ ମଧ୍ୟ ପରିଚିତ ହୋଇଗଲାଣି । ଆପଣମାନେ ତ ପୂର୍ବରୁ ପରିଚିତ ଅଟନ୍ତି । ସେମାନଙ୍କ ମନରେ ବିଶ୍ୱାସ ହୋଇଯାଏ ଯେ ଏବେ ସେମାନଙ୍କ ଜୀବନ ସୁରକ୍ଷିତ ଅଟେ । ସେମାନଙ୍କ ମଧ୍ୟରେ ନୂତନ ଆଶାର ସଂଚାର ହୋଇଥାଏ । ଆପଣମାନଙ୍କର କେବଳ ଉପସ୍ଥିତି ଦ୍ୱାରା ହିଁ  ଆଶାର, ସାହସର କାର୍ଯ୍ୟ ଅର୍ଥାତ ଏକ ପ୍ରକାର ଏହା ଆରମ୍ଭ ହୋଇଯାଇଥାଏ । ଏଭଳି ସମୟରେ ବରିଷ୍ଠ ନାଗରିକ ଏବଂ ପିଲାମାନଙ୍କର ବିଶେଷ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ଏବଂ ଏଇ କଥାକୁ  ନେଇ ମୁଁ ଆନନ୍ଦିତ ଯେ ଆପଣମାନେ ନିଜର ଯୋଜନାରେ ଏବଂ ଉଦ୍ଧାର ଅଭିଯାନ ପ୍ରକ୍ରିୟାରେ ଏହି କଥାକୁ ବେଶ ପ୍ରାଥମିକତା  ଦେଇଥିଲେ ଏବଂ ଖୁବ ଉତ୍କୃଷ୍ଟ ଢଙ୍ଗରେ ଏହି କାର୍ଯ୍ୟର ସମ୍ପାଦନ କରିଥିଲେ । ଆପଣମାନଙ୍କ ପ୍ରଶିକ୍ଷଣ ଅତ୍ୟନ୍ତ ଉଚ୍ଚକୋଟୀର ଅଟେ, ଏକ ପ୍ରକାର ଏହି ଘଟଣାରେ ଜଣାପଡିଗଲା ଯେ ଆପଣମାନଙ୍କ ପ୍ରଶିକ୍ଷଣ କେତେ ଭଲ ଏବଂ ଆପଣମାନେ କେତେ ସାହସୀ ଅଟନ୍ତି ଏବଂ କେଉଁଭଳି ଭାବରେ ଆପଣମାନେ ନିଜକୁ ସବୁ ପରିସ୍ଥିତି ସହ ଖାପ ଖୁଆଇ ନେବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ସବୁ ଅନୁଭବ ସହ ଆମେମାନେ ମଧ୍ୟ ଦେଖୁଛୁ ଯେ ଆପଣମାନେ ନିଜକୁ ଆହୁରି ସଶକ୍ତ କରି ଚାଲିଛନ୍ତି । ଏନଡିଆରଏଫ ସମେତ ସମସ୍ତ ଉଦ୍ଧାରକାରୀ ଦଳଙ୍କୁ ଆଧୁନିକ ବିଜ୍ଞାନ, ଆଧୁନିକ ଉପକରଣରେ ସଜାଇବା, ଏହା ଆମର ପ୍ରତିଶ୍ରୁତିବଦ୍ଧତା ଅଟେ । ଏହି ସମଗ୍ର ଉଦ୍ଧାର ଅଭିଯାନ ସମ୍ବେଦନଶୀଳତା, ବୁଝାମଣା ଏବଂ ସାହସର ଏକ ପର୍ଯ୍ୟାୟ ଥିଲା । ମୁଁ ଏହି ଦୁର୍ଘଟଣାରୁ ବର୍ତି ଯାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି ଯେ ଆପଣମାନେ ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ବୁଦ୍ଧିମତାର ସହ କାର୍ଯ୍ୟ କଲେ । ମତେ କୁହାଗଲା ଯେ ଲୋକମାନେ ଘଂଟା ଘଂଟା ଧରି ଅଟକି ରହିଲେ, ସାରା ରାତି ଶୋଇ ପାରିଲେ ନାହିଁ । ତଥାପି ମଧ୍ୟ ଏହି ସମଗ୍ର ଉଦ୍ଧାର ଅଭିଯାନରେ ସେମାନଙ୍କର ଧୈର୍ଯ୍ୟ, ସେମାନଙ୍କ ସାହସ, ମଧ୍ୟ ଏହି ଅଭିଯାନର ବହୁତ ବଡ ବିଷୟ ଅଟେ । ଆପଣ ସମସ୍ତ ନାଗରିକମାନେ ଯଦି ସାହସ ହରାଇ ଦେଇଥାଆନ୍ତେ, ତେବେ ହୁଏତ ଏତେ ସବୁ ଯବାନ ନିୟୋଜିତ ହେବା ପରେ ମଧ୍ୟ ଏହି ପରିଣାମ ମିଳି ପାରି ନଥାନ୍ତା । ତେଣୁ ଏଥିପାଇଁ ଯେଉଁ ନାଗରିକମାନେ ସେଠାରେ ଫସି ରହିଥିଲେ ସେମାନଙ୍କର ସାହସର ମଧ୍ୟ ବେଶ ମହତ୍ୱ ରହିଛି । ଆପଣମାନେ ନିଜକୁ ସମ୍ଭାଳିଲେ, ଲୋକମାନଙ୍କୁ ସାହସ ଦେଲେ ଏବଂ ଅବଶିଷ୍ଟ କାର୍ଯ୍ୟ ଆମ ଉଦ୍ଧାରକାରୀମାନେ ସମ୍ପୁର୍ଣ୍ଣ କରିଦେଲେ । ଏବଂ ମୋ ପାଇଁ ଏହା ଆନନ୍ଦର ବିଷୟ ଯେ ସେଠାକାର ନାଗରିକ, ସେହି ଇଲାକାର, ସେମାନେ ଯେଉଁଭଳି ଭାବେ ଦିନ ରାତି ଚବିଶ ଘଂଟା, ରାତି ରାତି ଧରି ଆପଣମାନଙ୍କର ସାହାଯ୍ୟ କଲେ, ସେଠାରେ ସେମାନଙ୍କ ଦ୍ୱାରା ଯାହା ବି ସମ୍ଭବ ତାହା କରିବାର ପ୍ରୟାସ କଲେ । ସେହି ନାଗରିକମାନଙ୍କର ଯାହା ବି ବୁଦ୍ଧି ବିବେକ, ଯାହା ବି ସାଧନ ଥାଉ ନା କାହିଁକି  କିନ୍ତୁ ସେମାନଙ୍କ ନିକଟରେ ସମର୍ପଣର ଭାବ ଖୁବ ବଡ ଥିଲା । ଏହି ସମସ୍ତ ନାଗରିକ ମଧ୍ୟ ଅଭିନନ୍ଦନର ଅଧିକାରୀ ଅଟନ୍ତି । ଦେଖନ୍ତୁ, ଏହତ ବିପତି ପୁଣି ଥରେ ସ୍ପଷ୍ଟ କରି ଦେଇଛି ଯେ ଯେବେ ବି ଦେଶରେ କୌଣସି ସଙ୍କଟ ଦେଖା ଦେଇଥାଏ, ସେତେବେଳେ ଆମେ ସମସ୍ତେ ଏକଜୁଟ ହୋଇ ସେହି ସଙ୍କଟର ମୁକାବିଲା କରିଥାଉ ଏବଂ ସେହି ସଙ୍କଟରୁ ମୁକୁଳି ଦେଖାଇଥାଉ । ସମସ୍ତଙ୍କ ପ୍ରୟାସ ମଧ୍ୟ ଏହି ବିପତିରେ ବହୁତ ବଡ ଭୂମିକା ନିର୍ବାହ କରିଛି । ମୁଁ ବାବା ଧାମର ସ୍ଥାନୀୟ ଲୋକମାନଙ୍କର ମଧ୍ୟ ପ୍ରଶଂସା କରିବି ଯେଉଁଭଳି ଭାବରେ ସେମାନେ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରିଛନ୍ତି । ମୁଁ ପୁଣିଥରେ ପିଡୀତ ପରିବାରମାନଙ୍କ ପ୍ରତି ସମବେଦନା ଜଣାଉଛି । ସବୁ ଆହତମାନେ ଯଥା ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ତାହା କାମନା କରୁଛି । ଏବଂ ଆପଣମାନେ, ଯେଉଁମାନେ କି ଏହି ଉଦ୍ଧାର ଅଭିଯାନରେ ସାମିଲ ଥିଲେ, ଆପଣ ସମସ୍ତଙ୍କୁ ମୋର ଅନୁରୋଧ କାରଣ ଏଭଳି ଅଭିଯାନରେ ଯେଭଳିକି ବନ୍ୟା ଆସିବା, ବର୍ଷା ହେବା, ଏସବୁ ଆପଣମାନଙ୍କର ନିତିଦିନିଆ କାମ ହୋଇଯାଇଛି କିନ୍ତୁ ଏଭଳି ଘଟଣା ଖୁବ ବିରଳ ହୋଇଥାଏ ।

ଏ ବିଷୟରେ ଆପଣମାନେ ଯାହା ମଧ୍ୟ ଅନୁଭବ ହାସଲ କରିଛନ୍ତି, ସେସବୁକୁ ଖୁବ ସୁନ୍ଦର ଭାବରେ ଆପଣମାନେ ଲେଖି ରଖନ୍ତୁ । ଆପଣମାନେ ଏକ ପ୍ରକାର ନିୟମ ପୁସ୍ତିକା ପ୍ରସ୍ତୁତ କରିପାରନ୍ତି ଏବଂ ଆମର ଯେତେସବୁ ଯବାନ ଏଥିରେ କାମ କରିଛନ୍ତି, ଏହାର ଏକ ନଥିକରଣ ହେଉ ଯାହାଦ୍ୱାରା ଆଗକୁ ଆମ ନିକଟରେ ପ୍ରଶିକ୍ଷଣର ମଧ୍ୟ ଏହା ଅଂଶ ହେବ ଯେ ଏଭଳି ସମୟରେ କିଭଳି ଆହ୍ୱାନ ଆସିଥାଏ । ଏହି ଆହ୍ୱାନସବୁର ମୁକାବିଲା କରିବା ପାଇଁ କଣ କରିବାକୁ ପଡିବ କାରଣ ଯେତେବେଳେ ପ୍ରଥମ ଦିନ ସଂଧ୍ୟାରେ ହିଁ ମୋ ପାଖକୁ ଖବର ଆସିଲା ଯେ ଆଜ୍ଞା ହେଲିକପ୍ଟର ନେଇ ଯିବା କଷ୍ଟକର ହେବ କାରଣ ସେହି ତାର ଏତେ କମ୍ପନ ସହ୍ୟ କରିପାରିବ ନାହିଁ । ସେତେବେଳେ ମୁଁ ସ୍ୱୟଂ ଚିନ୍ତାରେ ଥିଲି ଯେ ଏବେ ଆଉ କେଉଁ ରାସ୍ତା ବାହାରିବ । ଅର୍ଥାତ ଏଭଳି ଗୋଟିଏ ଗୋଟିଏ ଘଟଣାକ୍ରମ ବିଷୟରେ ଆପଣମାନେ ଜାଣିଛନ୍ତି, ଆପଣମାନେ ଅନୁଭବ କରିଛନ୍ତି । ଯେତେ ଶୀଘ୍ର ଅତି ସୁନ୍ଦର ଭାବରେ ନଥିକରଣ କରିବେ ସେତେ ଶୀଘ୍ର ଆମର ସମସ୍ତ ବ୍ୟବସ୍ଥାକୁ ଭବିଷ୍ୟତ ପ୍ରଶିକ୍ଷଣର ଅଂଶ ଭାବେ ସାମିଲ କରିପାରିବା ଏବଂ ତାହାକୁ ଏକ କେସ ଷ୍ଟଡି ଭାବରେ ଆଗକୁ ନିରନ୍ତର ଉପଯୋଗ କରିପାରିବା । କାରଣ ଆମକୁ ନିରନ୍ତର ଭାବେ ସଜାଗ କରିବାର ଅଛି । ବାକି ସେଠାରେ ଯେଉଁ କମିଟି ବସାଯାଇଛି, ଏହି ରୋପ ୱେର କଣ ହେଲା ଆଦି ରାଜ୍ୟ ସରକାର ନିଜ ତରଫରୁ ଅନୁଧ୍ୟାନ କରିବେ । କିନ୍ତୁ ଆମକୁ ଏକ ଅନୁଷ୍ଠାନ ରୂପରେ ସମଗ୍ର ଦେଶରେ ଏହି ବ୍ୟବସ୍ଥାଗୁଡିକୁ ବିକଶିତ କରିବାର ଅଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କ ପରାକ୍ରମ ପାଇଁ, ଆପଣମାନଙ୍କ ପୁରୁଷାର୍ଥ ପାଇଁ, ଆପଣମାନଙ୍କର ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳତାର ସହ କରିଥିବା କାର୍ଯ୍ୟ ପାଇଁ ଅନେକ ଅନେକ ସାଧୁବାଦ ଦେଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"