‘ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ’
"ଯୋଗ ହେଉଛି ତାହା, ଯାହା ଆମକୁ ଏକତ୍ରିତ କରିଥାଏ’
‘ଯୋଗ ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ସୃଷ୍ଟି କରିଥାଏ ଯେଉଁଠାରେ ସାମୂହିକ ଶକ୍ତି ଯଥେଷ୍ଟ ଅଧିକ ରହିଥାଏ’
"ଭାରତର ସଂସ୍କୃତି ଏବଂ ସାମାଜିକ ଗଠନ, ଆଧ୍ୟାତ୍ମିକତା ଏବଂ ଆଦର୍ଶ, ଦର୍ଶନ ଏବଂ ଦୂରଦୃଷ୍ଟି ସଦା ସର୍ବଦା ଏପରି ପରମ୍ପରାକୁ ପୋଷଣ କରି ଆସିଛି ଯାହା ଏକତ୍ୱକୁ ଗ୍ରହଣ କରିଥାଏ ଏବଂ ଆଦର କରିଥାଏ’
‘ଯୋଗ ଆମକୁ ସେହି ଚେତନା ସହିତ ଯୋଡିଥାଏ ଯାହା ଆମକୁ ଜୀବର ଏକତ୍ୱକୁ ଅନୁଭବ କରାଇଥାଏ’
"ଯୋଗ ମାଧ୍ୟମରେ, ଆମେ ନିଃସ୍ୱାର୍ଥପର କାର୍ଯ୍ୟ କ’ଣ ତାହା ଜାଣିଥାଉ, ଆମେ କର୍ମ ଠାରୁ କର୍ମଯୋଗୀ ହେବା ପର୍ଯ୍ୟନ୍ତ ଯାତ୍ରା କରିବାକୁ ସ୍ଥିର କରିଥାଉ’
"ଯୋଗ ଆମର ଶାରୀରିକ ଶକ୍ତି, ମାନସିକ ବିସ୍ତାର ଏବଂ ବିକଶିତ ଭାରତର ଆଧାର ହେବ’

ନମସ୍କାର ।

ଆପଣ ସମସ୍ତ ଦେଶବାସୀଙ୍କୁ ‘ଆନ୍ତର୍ଜାତିକ ଯୋଗ ଦିବସ’ର ବହୁତ ବହୁତ ଶୁଭକାମନା । ପ୍ରତ୍ୟେକ ବର୍ଷ ଯୋଗ ଦିବସ ଅବସରରେ ମୁଁ କୌଣସି ନା କୌଣସି ଆୟୋଜନରେ ଆପଣ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିଥାଏ । ବିଶେଷ କରି ଆପଣ ସମସ୍ତଙ୍କ ସହିତ ଯୋଗ କରିବାର ଆନନ୍ଦ ମଧ୍ୟ ସ୍ମରଣୀୟ ରହିଥାଏ, କିନ୍ତୁତ ଚଳିତ ଥର ବିଭିନ୍ନ ଦାୟିତ୍ୱଗୁଡ଼ିକ ଥିବା କାରଣରୁ ମୁଁ ବର୍ତ୍ତମାନ ଆମେରିକାରେ ଅଛି । ସେଥିପାଇଁ ଆପଣ ସମସ୍ତଙ୍କ ସହିତ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଡ଼ି ହୋଇଛି ।

ସାଥୀମାନେ,

ଆପଣଙ୍କୁ ଏହା ମଧ୍ୟ ଜଣାଇ ଦେଉଛି ଯେ ହୁଏତ ମୁଁ ଆପଣମାନଙ୍କ ମଧ୍ୟରେ ଯୋଗ କରି ପାରୁନାହିଁ, କିନ୍ତୁ ମୁଁ ଯୋଗ କରିବାର କାର୍ଯ୍ୟକ୍ରମରୁ ଦୂରେଇ ଯାଉନାହିଁ । ମୁଁ ସେଥିପାଇଁ ଆଜି ସନ୍ଧ୍ୟାରେ ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ପାଖାପାଖି ସମୟରେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଆସିବି । ଭାରତର ଆହ୍ୱାନରେ ବିଶ୍ୱର ୧୮୦ରୁ ଅଧିକ ଦେଶଗୁଡ଼ିକ ଏକା ସହିତ ଆସିବା, ଐତିହାସିକ ଅଟେ, ଅଭୁତପୂର୍ବ ଅଟେ । ଆପଣ ସମସ୍ତଙ୍କର ମନେ ଥିବ, ୨୦୧୪ରେ ଯେତେବେଳେ ୟୁଏନ୍ ଜେନେରାଲ ଆସେମ୍ବଲିରେ ଯୋଗ ଦିବସର ପ୍ରସ୍ତାବ ଆସିଲା, ସେତେବେଳେ ଦେଶଗୁଡ଼ିକ ରେକର୍ଡ ସଂଖ୍ୟାରେ ଏହାକୁ ସମର୍ଥନ ଦେଇଥିଲେ । ସେହିଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ, ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗ ଏକ ବୈଶ୍ୱିକ ଆଂଦୋଳନ ହୋଇ ଯାଇଛି, ବୈଶ୍ୱିକ ଭାବନା ହୋଇଯାଇଛି ।

ସାଥୀମାନେ,

ଚଳିତ ବର୍ଷ ଯୋଗ ଦିବସ କାର୍ଯ୍ୟକ୍ରମକୁ ‘ଓସେନ ରିଙ୍ଗ ଅଫ୍ ଯୋଗ’ ଆହୁରି ବିଶେଷ କରିଦେଇଛି । ‘ଓସେନ ରିଙ୍ଗ ଅଫ୍ ଯୋଗ’ର ଏହି ବିଚାରଧାରା ଯୋଗର ବିଚାର ଏବଂ ସମୁଦ୍ରର ବିସ୍ତାରର ପାରମ୍ପରିକ ସମ୍ପର୍କ ଉପରେ ଆଧାରିତ ଅଟେ । ସେନାର ଜବାନମାନେ ମଧ୍ୟ ଆମର ଜଳସ୍ରୋତଗୁଡ଼ିକ ସହ ଏକ ‘ଯୋଗ ଭାରତମାଳା ଏବଂ ଯୋଗ ସାଗରମାଳା’ ନିର୍ମାଣ କରିଛନ୍ତି । ଏହିଭଳି ଭାବରେ ଆର୍କିଟେକଙ୍କ ଠାରୁ ନେଇ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଭାରତର ଦୁଇଟି ଅନୁସନ୍ଧାନ ଆଧାରରେ ଅର୍ଥାତ ପୃଥିବୀର ଦୁଇଟି ଧ୍ରୁବ ସହିତ ମଧ୍ୟ ଯୋଡ଼ି ହେଉଛନ୍ତି । ଯୋଗର ଏହି ଅପୂର୍ବ ଉତ୍ସବରେ ଦେଶ-ଦୁନିଆରୁ କୋଟି କୋଟି ଲୋକମାନଙ୍କର ସହଜ ଭାବରେ ସାମିଲ ହେବା, ଯୋଗର ପ୍ରସାର ଏବଂ ପ୍ରସିଦ୍ଧିକୁ ତାହାର ମହାତ୍ମ୍ୟକୁ ଉଜ୍ଜୀବୀତ କରିଥାଏ ।

ଭାଇ ଓ ଭଉଣୀମାନେ,

ଆମର ଋଷିମାନେ ଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି- ‘ୟୁଜ୍ୟେତେ ଏତଦ୍ ଇତି ଯୋଗଃ’ । ଅର୍ଥାତ, ଯିଏ ଯୋଡ଼ିଥାଏ, ତାହା ଯୋଗ ଅଟେ । ସେଥିପାଇଁ, ଯୋଗର ଏହି ପ୍ରୟାସ ସେହି ବିଚାରର ବିସ୍ତାର ଅଟେ, ଯାହା ସମଗ୍ର ସଂସାରକୁ ଏକ ପରିବାର ଭାବରେ ସମାହିତ କରିଥାଏ । ଯୋଗର ବିସ୍ତାରର ଅର୍ଥ ହେଉଛି- ‘ବସୁଧୈବ କୁଟୁମ୍ବକମ’ର ଭାବନାର ବିସ୍ତାର! ସେଥିପାଇଁ, ଏହି ବର୍ଷ ଭାରତର ଅଧ୍ୟକ୍ଷତାରେ ହେଉଥିବା ଜି-୨୦ ସମ୍ମିଳନୀର ଥିମ ମଧ୍ୟ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ରଖାଯାଇଛି । ଆହୁରି ଆଜି, ସମଗ୍ର ବିଶ୍ୱରେ କୋଟି କୋଟି ଲୋକମାନେ ‘ଯୋଗ ହେଉଛି ବସୁଧୈବ କୁଟୁମ୍ବକମ’ର ବିଷୟବସ୍ତୁ ଉପରେ ଏକା ସହିତ ଯୋଗ କରୁଛନ୍ତି ।

ସାଥୀମାନେ,

ଆମର ଯୋଗ, ଏହା ସମ୍ପର୍କରେ ଗ୍ରନ୍ଥରେ କୁହାଯାଇଛି- ବ୍ୟାୟାମାତ୍, ଲଭତେ ସ୍ୱାସ୍ଥ୍ୟମ, ଦୀର୍ଘ ଆୟୁଷ୍ମମ୍ ବଲମ୍ ସୁଖମ! ଅର୍ଥାତ, ଯୋଗ ଦ୍ୱାରା, ବ୍ୟାୟାମରୁ ଆମକୁ ସ୍ୱାସ୍ଥ୍ୟ, ଆୟୁଷ ଏବଂ ଶକ୍ତି ମିଳିଥାଏ । ଆମମାନଙ୍କ ମଧ୍ୟରୁ ଅନେକ ଲୋକମାନେ, ଯେଉଁମାନେ ବିଗତ ବର୍ଷରୁ ଯୋଗ ସହିତ ନିୟମିତ ଭାବରେ ଯୋଡ଼ି ହୋଇଛନ୍ତି । ସେମାନେ ଯୋଗର ଶକ୍ତିକୁ ଅନୁଭବ କରିଛନ୍ତି । ବ୍ୟକ୍ତିିଗତ ସ୍ତରରେ ଆମ ପାଇଁ ଉତ୍ତମ ସ୍ୱାସ୍ଥ୍ୟ କେତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହା ଆମେ ସମସ୍ତେ ଜାଣିଛନ୍ତି । ଆମେ ଏହା ମଧ୍ୟ ଦେଖୁଛୁ ଯେ ଯେତେବେଳେ ଆମେ ସ୍ୱାସ୍ଥ୍ୟ ସଙ୍କଟରୁ ସୁରକ୍ଷିତ ରହିଥାଉ, ସେତେବେଳେ ଆମ ପରିବାର ଅନେକ ସମସ୍ୟାରୁ ବଞ୍ଚô ଯାଇଥାଏ । ଯୋଗ ଏକ ଏମିତି ସୁସ୍ଥ ଏବଂ ଶକ୍ତିଶାଳୀ ସମାଜର ନିର୍ମାଣ କରିଥାଏ, ଯାହାର ସାମୁହିକ ଶକ୍ତି ଅନେକ ଗୁଣ ଅଧିକ ହୋଇଥାଏ । ଗତ ବର୍ଷଗୁଡ଼ିକରେ, ସ୍ୱଚ୍ଛ ଭାରତ ଭଳି ସକଂଳ୍ପ ଠାରୁ ନେଇ ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଅଭିଯାନ ପର୍ଯ୍ୟନ୍ତ, ଆତ୍ମନିର୍ଭର ଭାରତର ନିର୍ମାଣ ଠାରୁ ନେଇ ସଂସ୍କୃତି ଭାରତର ପୁନର୍ନିମାଣ ପର୍ଯ୍ୟନ୍ତ, ଦେଶ ଏବଂ ଦେଶର ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଯେଉଁ ଅସାଧାରଣ ଗତି ଦେଖଚୁଛି, ସେଥିରେ ଏହି ଶକ୍ତିର ବହୁତ ବଡ଼ ଯୋଗଦାନ ରହିଛି । ଆଜି ଦେଶର ମନ ପରିବର୍ତ୍ତନ ହୋଇଛି, ସେଥିପାଇଁ ଜନ-ଜୀବନରେ ପରିବର୍ତ୍ତନ ଆସିଛି ।

ସାଥୀମାନେ,

ଭାରତର ସଂସ୍କୃତି ହେଉ କିମ୍ବା ସମାଜ ସଂରଚନା ହେଉ, ଭାରତର ଆଧ୍ୟାତ୍ମିକତା ହେଉ କିମ୍ବା ଆଦର୍ଶ ହେଉ, ଭାରତର ଦର୍ଶନ ହେଉ କିମ୍ବା ଦୃଷ୍ଟିକୋଣ ହେଉ, ଆମେ ସର୍ବଦା ଯୋଡ଼ିବାକୁ, ଆପଣାଇବାକୁ ଏବଂ ଅଙ୍ଗୀକାରବଦ୍ଧ ପରମ୍ପରାକୁ ପୋଷିତ କରିଛନ୍ତି । ଆମେ ନୂତନ ବିଚାରଗୁଡ଼ିକୁ ସ୍ୱାଗତ କରିଛୁ, ସେଗୁଡ଼ିକୁ ସଂରକ୍ଷଣ କରିଛନ୍ତି । ଆମେ ବିବିଧତାକୁ ସମୃଦ୍ଧ କରିଛୁ, ତାକୁ ପାଳନ କରିଛୁ । ଏମିତି ପ୍ରତ୍ୟେକ ଭାବନାକୁ ଯୋଗ ପ୍ରବଳରୁ ପ୍ରବଳତମ କରିଥାଏ । ଯୋଗ ଆମକୁ ସେହି ଚିନ୍ତାଧାରା ସହିତ ଜୋଡ଼ିଥାଏ, ଯାହା ଆମକୁ ଜୀବ ଭାବରେ ଏକତାର ଅନୁଭବ କରାଇଥାଏ, ଯାହା ଆମକୁ ପ୍ରାଣୀ ଭାବରେ ଭଲ ପାଇବାର ଆଧାର ହୋଇଥାଏ । ସେଥିପାଇଁ, ଆମକୁ ଯୋଗ ମାଧ୍ୟମରେ ଆମର ଅନ୍ତର୍ବିରୋଧକୁ ଶେଷ କରିଥାଏ । ଆମକୁ ଯୋଗ ମାଧ୍ୟମରେ ଆମର ଗତିରୋଧ ଏବଂ ପ୍ରତିରୋଧକୁ ଶେଷ କରିବାକୁ ହେବ । ଆମକୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ବିଶ୍ୱ ସମ୍ମୁଖରେ ଏକ ଉଦାହରଣ ଭାବରେ ପ୍ରସ୍ତୁତ କରିବାକୁ ହେବ ।

ଭାଇ ଏବଂ ଭଉଣୀମାନେ,

ଯୋଗ ପାଇଁ କୁହାଯାଇଛି- ‘ଯୋଗଃ କର୍ମସୁ କୌଶଳମ୍’ । ଅର୍ଥାତ, କର୍ମରେ କୁଶଳତା ହିଁ ଯୋଗ ଅଟେ । ସ୍ୱାଧୀନତାର ଅମୃତ କାଳରେ ଏହି ମନ୍ତ୍ର ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ଆମେ ଆମର କର୍ତ୍ତବ୍ୟ ପାଇଁ ସମର୍ପିତ ହୋଇ ଯାଇଥାଉ, ସେତେବେଳେ ଆମେ ଯୋଗାର ସିଦ୍ଧି ପର୍ଯ୍ୟନ୍ତ ପହଂଚି ଯାଇଥାଉ । ଯୋଗ ମାଧ୍ୟମରେ ଆମେ ନିଷ୍କାମ କର୍ମକୁ ଜାଣିଛୁ, ଆମେ କର୍ମରୁ କର୍ମଯୋଗ ପର୍ଯ୍ୟନ୍ତ ଯାତ୍ରା ପ୍ରସ୍ତୁତ କରିଥାଉ । ମୋତେ ବିଶ୍ୱାସ ଅଛି, ଯୋଗ ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟକୁ ମଧ୍ୟ ଉତ୍ତମ କରିବ, ଏବଂ ଏହି ସଂକଳ୍ପଗୁଡ଼ିକୁ ମଧ୍ୟ ଆତ୍ମସାତ କରିବେ, ଆମର ଶାରୀରିକ ସାମର୍ଥ୍ୟ, ଆମର ମାନସିକ ବିସ୍ତାର, ଆମର ସାମୁହିକ ଶକ୍ତି ବିକଶିତ ଭାରତର ଆଧାର ହେବ । ଏହି ସଂକଳ୍ପ ସହିତ, ଆପଣ ସମସ୍ତଙ୍କୁ ଯୋଗ ଦିବସ ଅବସରରେ ପୁଣି ଥରେ ବହୁତ ବହୁତ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post revenue rises to ₹15,373 crore in FY 2025-2026 amid digital transformation push

Media Coverage

India Post revenue rises to ₹15,373 crore in FY 2025-2026 amid digital transformation push
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative power of true knowledge
May 26, 2026

The Prime Minister, Shri Narendra Modi, said that true knowledge paves the way for the welfare of the nation, society and the entire humanity. He noted that it is important that our knowledge and actions become a source of inspiration for all humankind.

The Prime Minister shared a Sanskrit Subhashitam-

“आत्मा शुद्धः सदा नित्यः सुखरूपः स्वयम्प्रभः।

अज्ञानान्मलिनो भाति ज्ञानाच्छुद्धो भवत्ययम्‌।। ”

The Subhashitam conveys that the the Ātman is by nature always pure, eternal, blissful, and self-luminous. However, because of ignorance, it appears impure; through true knowledge, it once again reveals its pure nature.

The Prime Minister wrote on X;

“सच्चा ज्ञान देश, समाज और समस्त मानवता के कल्याण का मार्ग प्रशस्त करता है। इसलिए यह जरूरी है कि हमारा ज्ञान और हमारे कर्म पूरी मानवता के लिए प्रेरणा बनें।

आत्मा शुद्धः सदा नित्यः सुखरूपः स्वयम्प्रभः।

अज्ञानान्मलिनो भाति ज्ञानाच्छुद्धो भवत्ययम्‌।।”