‘‘ଆଜିର ନିଯୁକ୍ତି ଦ୍ବାରା 9 ହଜାର ପରିବାରରେ ଖୁସି ଆସିବ ଏବଂ ୟୁପିରେ ସୁରକ୍ଷାର ଭାବନା ବଢ଼ିବ”
‘‘ସୁରକ୍ଷା ଏବଂ ରୋଜଗାରର ସଂଯୁକ୍ତ ଶକ୍ତି ୟୁପିର ଅର୍ଥବ୍ୟବସ୍ଥାକୁ ନୂତନ ଗତି ପ୍ରଦାନ କରିଛି’’
‘‘2017 ରୁ ୟୁପି ପୁଲିସ୍ ରେ 1.5 ଲକ୍ଷରୁ ଅଧିକ ନୂତନ ନିଯୁକ୍ତିରୁ ରୋଜଗାର ଏବଂ ସୁରକ୍ଷା ଉଭୟରେ ଉନ୍ନତି ଆସିଛି’’
‘‘ଯେତେବେଳେ ଆପଣ ପୁଲିସ ସେବାକୁ ଆସିଥାନ୍ତି, ସେତେବେଳେ ଆପଣଙ୍କୁ ବାଡ଼ି ମିଳିଥାଏ, କିନ୍ତୁ ଭଗବାନ ଆପଣଙ୍କୁ ହୃଦୟ ମଧ୍ୟ ଦେଇଛନ୍ତି। ଆପଣଙ୍କୁ ସମ୍ବେଦନଶୀଳ ହେବାକୁ ହେବ ଏବଂ ବ୍ୟବସ୍ଥାକୁ ସମ୍ବେଦନଶୀଳ କରିବାକୁ ହେବ।’’
‘‘ଆପଣ ଲୋକମାନଙ୍କ ପାଇଁ ସେବା ଓ ଶକ୍ତି, ଉଭୟର ପ୍ରତିବିମ୍ବ ହୋଇପାରିବେ’’

ଏହି ଦିନଗୁଡ଼ିକରେ ରୋଜଗାର ମେଳା ମୋ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଯାଇଛି । ଗତ କିଛି ମାସ ଧରି ମୁଁ ଦେଖୁଛି ଯେ ପ୍ରତ୍ୟକ ସପ୍ତାହରେ ବିଜେପି ଶାସିତ କୌଣସି ରାଜ୍ୟରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି । ହଜାର ହଜାର ନୌଯବାନମାନଙ୍କୁ ରୋଜଗାର ପାଇଁ ନିଯୁକ୍ତି ପତ୍ର ଦିଆଯାଉଛି । ମୋର ସୌଭାଗ୍ୟ ଯେ ମୋତେ ସେଥିରେ ସାକ୍ଷୀ ରହିବାର ସୌଭାଗ୍ୟ ମିଳୁଛି । ଏହି ପ୍ରତିଭାଶାଳୀ ଯୁବକ, ସରକାରୀ ବ୍ୟବସ୍ଥାରେ ନୂତନ ବିଚାର ନେଇ ଆସୁଛନ୍ତି, କ୍ଷମତା ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ।

ସାଥୀମାନେ,

ଉତ୍ତର ପ୍ରଦେଶରେ ଆୟୋଜିତ ଆଜିର ରୋଜଗାର ମେଳାର ବିଶେଷ ମହତ୍ତ୍ୱ ରହିଛି । ଏହି ରୋଜଗାର ମେଳା ୯ ହଜାର ପରିବାର ପାଇଁ ଖୁସିର ଉପହାର ନେଇ ଆସିନାହିଁ, ବରଂ ୟୁପିରେ ସୁରକ୍ଷାର ଭାବନାକୁ ଆହୁରି ଅଧିକ ମଜବୁତ କରୁଛି । ନୂଆ ଭାବରେ ଭର୍ତ୍ତି ହେବା ଦ୍ୱାରା ଉତ୍ତର ପ୍ରଦେଶ ପୁଲିସ ବାହିନୀ ଅଧିକ ସଶକ୍ତ ଏବଂ ଉତ୍ତମ ହେବ। ଆଜି ଯେଉଁ ଯୁଚବକମାନଙ୍କୁ ନିଯୁକ୍ତିପତ୍ର ମିଳିଛି ସେମାନଙ୍କୁ ନୂତନ ଆରମ୍ଭ ଏବଂ ନୂତନ ଦାୟିତ୍ୱଗୁଡ଼ିକ ପାଇଁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା । ମୋତେ କୁହାଯାଇଛି ଯେ ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁପି ପୁଲିସରେ ଦେଢ଼ ଲକ୍ଷରୁ ଅଧିକ ନୂତନ ନିଯୁକ୍ତିମାନ ହୋଇଛି, କେବଳ ଗୋଟିଏ ବିଭାଗରେ । ଅର୍ଥାତ ଭାଜପାର ଶାସନରେ ରୋଜଗାର ଏବଂ ସୁରକ୍ଷା, ଉଭୟ କ୍ଷେତ୍ରରେ ବୃଦ୍ଧି ହୋଇଛି ।

ସାଥୀମାନେ,

ଗୋଟିଏ ସମୟ ଥିଲା, ଯେତେବେଳେ ୟୁପିର ପରିଚୟ ମାଫିଆମାନେ ଏବଂ ଧ୍ୱସ୍ତ ଆଇନ ବ୍ୟବସ୍ଥା କାରଣରୁ ହେଉଥିଲା । ଆଜି ୟୁପିର ପରିଚୟ ଉତ୍ତମ ଆଇନ ବ୍ୟବସ୍ଥା ପାଇଁ ହୋଇଥାଏ, ବିକାଶ ଆଡ଼କୁ ଅଗ୍ରସର ହେଉଥିବା ରାଜ୍ୟମାନଙ୍କରେ ହୋଇଥାଏ । ଭାଜପା ସରକାର ଲୋକମାନଙ୍କ ମଧ୍ୟରେ ସୁରକ୍ଷାର ଭାବନାକୁ ମଜବୁତ କରିଛନ୍ତି । ଆମେ ସମସ୍ତେ ଜାଣିୁଛ ଯେ ଯେଉଁଠାରେ ମଧ୍ୟ ଆଇନ ବ୍ୟବସ୍ଥା ମଜବୁତ ହୋଇଥାଏ, ସେଠାରେ ରୋଜଗାରର ସମ୍ଭାବନାଗୁଡ଼ିକ ଅନେକ ଗୁଣ ବଢ଼ିଯାଇଥାଏ । ଯେଉଁଠାରେ ମଧ୍ୟ ବାଣିଜ୍ୟ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି ହୋଇଥାଏ, ସେଠାରେ ନିବେଶ ମଧ୍ୟ ବୃଦ୍ଧି ହୋଇଥାଏ । ବର୍ତ୍ତମାନ ଆପଣ ଦେଖନ୍ତୁ ପର୍ଯ୍ୟଟନ ପାଇଁ ଗୋଟିଏ ଭାବରେ ହିନ୍ଦୁସ୍ଥାନର ନାଗରିକମାନଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାର କେନ୍ଦ୍ର ଅଟେ । ଅନେକ ତୀର୍ଥ କ୍ଷେତ୍ର ଅଛି । ପ୍ରତ୍ୟକ ପରମ୍ପରାକୁ ଲୋକମାନଙ୍କ ପାଇଁ ଉତ୍ତର ପ୍ରଦେଶରେ ସବୁକିଛି ଅଛି । ଯେତେବେଳେ ଆଇନ ବ୍ୟବସ୍ଥା ମଜବୁତ ଅଛି, ଏମିତି ଖବର ଦେଶର କୋଣ ଅନୁକୋଣରେ ପହଂଚୁଛି, ତେଣୁ ଉତ୍ତର ପ୍ରଦେଶରେ ଯାତ୍ରୀମାନଙ୍କ ସଂଖ୍ୟା ମଧ୍ୟ ବଢୁଛି ଏବଂ ଏବେ ପ୍ରାୟ ଆମେ ମଧ୍ୟ ଦେଖୁଛୁ ଯେ ଭାଜପାଙ୍କର ଡବଲ ଇଞ୍ଜିନ ସରକାର, ଯେଉଁଭଳି ଭାବରେ ୟୁପିରେ ବିକାଶକୁ ପ୍ରାଥମିକତା ଦିଆଯାଉଛି, ତାହାଦ୍ୱାରା ପ୍ରତ୍ୟକ କ୍ଷେତ୍ରରେ, ଭିନ୍ନ ଭିନ୍ନ ରୋଜଗାରର ସୁଯୋଗ ବଢ଼ିବାରେ ଲାଗିଛି । ଗୋଟିଏରୁ ଗୋଟିଏ ଭଲ ଆଧୁନିକ ଏକ୍ସପ୍ରେସ ୱେ ନିର୍ମାଣ, ନୂତନ ବିମାନ ବନ୍ଦର, ଡେଡିକେଟେଡ ଫ୍ରେଟ କରିଡରର ନିର୍ମାଣ, ନୂତନ ପ୍ରତିରକ୍ଷା କରିଡରର ବ୍ୟବସ୍ଥା, ନୂଆ ମୋବାଇଲ ମାନୁଫାକ୍ସଚରିଂ ୟୁନିଟସ, ଆଧୁନିକ ହୋଇଥିବା ୱାଟରୱେଜ, ୟୁପିର ଆଧୁନିକ ହେଉଥିବା ଭିତ୍ତିଭୂମି ଏଠିକାର କୋଣ ଅନୁକୋଣରେ ଅନେକ ନୂତନ ରୋଜଗାରର ସୁଯୋଗ ନେଇ ଆସୁଛି ।

ସାଥୀମାନେ,

ଆଜି ୟୁପିରେ ସର୍ବାଧିକ ଏକ୍ସପ୍ରେସ ୱେ ଅଛି, ଏଠାରେ ରାଜପଥର କ୍ରମାଗତ ଭାବରେ ବିସ୍ତାର କରାଯାଉଛି । ଏବେ ମୋତେ ଗୋଟିଏ ପରିବାର ଦେଖା କରିବାକୁ ଆସିଥିଲା । ତାଙ୍କ ସହିତ ଗୋଟିଏ ଝିଅ ମଧ୍ୟ ଥିଲା । ସେମାନଙ୍କୁ ପଚାରିଲି- ‘ଆପଣ ଉତ୍ତର ପ୍ରଦେଶରୁ ଅଛନ୍ତି?’ ସେମାନେ କହିଲେ ‘ନାଁ ମୁଁ ଏକ୍ସପ୍ରେସ ପ୍ରଦେଶରୁ ଅଛି । ଦେଖନ୍ତୁ ଏହା ଉତ୍ତର ପ୍ରଦେଶର ପରିଚୟ ହୋଇଯାଇଛି । ପ୍ରତ୍ୟକ ସହରରୁ ରାଜପଥକୁ ଯୋଡ଼ିବା ପାଇଁ ନୂତନ ସଡ଼କ ମଧ୍ୟ ତିଆରି କରାଯାଉଛି । ବିକାଶର ଏହି ପରିଯୋଜନାମାନ ରୋଜଗାରର ସୁଯୋଗ ସୃଷ୍ଟି କରୁଛି, ଅନ୍ୟ ପରିଯୋଜନାଗୁଡ଼ିକ ୟୁପି ଆସିବାକୁ ପଥ ମଧ୍ୟ ପ୍ରସ୍ତୁତ କରୁଛି । ୟୁପି ସରକାର ଯେଉଁଭଳି ଭାବରେ ନିଜ ସ୍ଥାନରେ ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଦେଇଛି, ନୂତନ ସୁବିଧାମାନ ପ୍ରସ୍ତୁତ କରିଛନ୍ତି, ତାହାଦ୍ୱାରା ମଧ୍ୟ ରୋଜଗାରର ସଂଖ୍ୟାରେ ବଡ଼ ବୃଦ୍ଧି ଘଟିଛି । କିଛି ଦିନ ପୂର୍ବରୁ ପଢୁଥିଲେ ଯେ ଲୋକମାନେ କ୍ରିସମାସ ସମୟରେ ଗୋଆ ଯାଇଥାନ୍ତି । ଗୋଆ ସମ୍ପୂର୍ଣ୍ଣ ଭାବେ ବୁକ ହୋଇ ରହିଥାଏ । ଚଳିତ ଥର ଗୋଆ ଠାରୁ ଅଧିକ ଭାବରେ ବୁକିଂ ସଂଖ୍ୟା କାଶୀରେ ହୋଇଥିଲା । କାଶୀର ସାଂସଦ ହୋଇଥିବା ଯୋଗୁ ମୋତେ ବହୁତ ଖୁସି ଲାଗିଲା । ଆଜିଠାରୁ କିଛି ମାସ ପୂର୍ବରୁ ଗ୍ଲୋବାଲ ଇନଭେଷ୍ଟର ସମିଟରେ ମୁଁ ନିବେଶକମାନଙ୍କର ଉତ୍ସାହ ଦେଖିଥିଲି । ହଜାର ହଜାର କୋଟିର ଏହି ନିବେଶ, ଏଠାରେ ସରକାରୀ ଏବଂ ବେସରକାରୀ, ଉଭୟ ପକ୍ଷରେ ରୋଜଗାରର ସୁଯୋଗ ବଢ଼ିବାକୁ ଯାଉଛି ।

ସାଥୀମାନେ,

ସୁରକ୍ଷା ଏବଂ ରୋଜଗାରର ଭାଗିଦାରୀ ଶକ୍ତି ଦ୍ୱାରା ୟୁପିର ଅର୍ଥ ବ୍ୟବସ୍ଥାକୁ ନୂତନ ଗତି ମିଳିଛି । ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଥିବା ମୁଦ୍ରା ଯୋଜନା ୟୁପିର ଲକ୍ଷ ଲକ୍ଷ ଯୁବକମାନଙ୍କ ସ୍ୱପ୍ନକୁ ନୂତନ ଆଶା ଦେଇଛି । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପ୍ରତ୍ୟକ ଜିଲ୍ଲାରେ ରୋଜଗାରର ନୂଆ ସୁଯୋଗ ଆଣି ଦେଇଛି । ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ନିଜର ପାରଦର୍ଶିତାକୁ ବଡ଼ ବଜାର ପର୍ଯ୍ୟନ୍ତ ପହଂଚାଇବାକୁ ସୁବିଧା ମିଳୁଛି । ୟୁପିରେ ଲକ୍ଷ ଲକ୍ଷ ପଞ୍ଜୀକୃତ ଏମଏସଏମଇ ଅଛି, ଯାହା ଭାରତରେ ଲଘୁ ଉଦ୍ୟୋଗଗୁଡ଼ିକର ସବୁଠାରୁ ବଡ଼ ମୂଳଦୁଆ ଅଟେ । ନୂତନ ଉଦ୍ୟମୀମାନଙ୍କ ପାଇଁ ଷ୍ଟାର୍ଟଅପ ଇକୋ ସିଷ୍ଟମ ତିଆରି କରିବାରେ ଉତ୍ତର ପ୍ରଦେଶ ପ୍ରମୁଖ ଭୂମିକା ନିର୍ବାହ କରୁଛି ।

ସାଥୀମାନେ,

ଆଜି ଯେଉଁମାନଙ୍କୁ ନିଯୁକ୍ତିପତ୍ର ମିଳିଛି, ସେମାନଙ୍କୁ ଗୋଟିଏ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ । ଆପଣଙ୍କ ଜୀବନରେ ନୂତନ ଦାୟିତ୍ୱ, ନୂତନ ଆହ୍ୱାନ ଏବଂ ନୂତନ ସୁଯୋଗ ଆସିବାକୁ ଯାଉଛି । ପ୍ରତ୍ୟକ ଦିନ ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି । ଏହା ସତ୍ତ୍ୱେ, ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ, ଉତ୍ତର ପ୍ରଦେଶର ଜଣେ ସାଂସଦ ଭାବରେ ଏବଂ ଏତେ ବର୍ଷର ମୋର ସାର୍ବଜନିକ ଜୀବନର ଅନୁଭବୀ ଭାବରେ କହୁଛି ଯେ ସାଥୀମାନେ ଭଲ ହେଲା ଆଜି ଆପଣଙ୍କୁ ନିଯୁକ୍ତିପତ୍ର ମିଳିଛି । ଆପଣ ଆପଣଙ୍କ ଭିତରେ ଥିବା ବିଦ୍ୟାର୍ଥୀକୁ କେବେ ମରିବାକୁ ଦେବେ ନାହିଁ । ପ୍ରତିଟି କ୍ଷଣରେ ନୂଆ କରି ଶିଖିବା, କ୍ଷମତା ବଢ଼ାଇବା, କ୍ଷମତା ବଢ଼ାଇବା । ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଏତେ ଶିକ୍ଷାର ବ୍ୟôସ୍ଥା ହୋଇଯାଇଛି ଏତେ କିଛି ଶିଖିବାକୁ ମିଳୁଛି । ଆପଣଙ୍କର ପ୍ରଗତି ପାଇଁ ଏହା ବହୁତ ଆବଶ୍ୟକ ଅଟେ । ଆପଣଙ୍କ ଜୀବନକୁ କେବେ ମଧ୍ୟ ରହିବାକୁ ଦେବେ ନାହିଁ । ଜୀବନ ମଧ୍ୟ ଗତିଶୀଳ ରହିବ । ଜୀବନ ମଧ୍ୟ ନୂତନ ଶିଖରକୁ ଛୁଇଁ ଚାଲିଯିବ । ଏଥିପାଇଁ ଯୋଗ୍ୟତାକୁ ବଢ଼ାଇବାକୁ ହେବ । ଆପଣଙ୍କର ସରକାରୀ ସେବାରେ ପ୍ରବେଶ ମିଳିଛି, ଆପଣଙ୍କ ଜୀବନରେ ଏକ ଶୁଭାରମ୍ଭ ହୋଇଛି ଏବଂ ଏହାକୁ ଆପଣଙ୍କର ପ୍ରାରମ୍ଭ ହିଁ ବୁଝନ୍ତୁ । ଆପଣଙ୍କୁ ଆପଣଙ୍କର ବ୍ୟକ୍ତିତ୍ୱର ବିକାଶ, ଆପଣଙ୍କ ପ୍ରଗତି ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ, ଆପଣଙ୍କର ଜ୍ଞାନ ବଢ଼ାଇବାକୁ ହେବ । ଯେତେବେଳେ ଆପଣ ଏହି ସେବାରେ ଆସୁଛନ୍ତି ଆପଣଙ୍କୁ ନିଯୁକ୍ତିପତ୍ର ମିଳିଛି । ଆପଣ ପୁଲିସର ଗଣବେଶରେ ସଜ୍ଜିତ ହେଉଛନ୍ତି, ତେବେ ସରକାର ଆପଣଙ୍କ ହାତରେ ବାଡ଼ି ଦେଉଛନ୍ତି କିନ୍ତୁ ଏହା ଭୁଲିବେ ନାହିଁ ସରକାର ପରେ ସରକାର ଆସିଛି, ପ୍ରଥମେ ପରମାତ୍ମା ଆପଣଙ୍କୁ ହୃଦୟ ମଧ୍ୟ ଦେଇଛନ୍ତି । ସେଥିପାଇଁ ଆପଣଙ୍କୁ ବାଡିଠାରୁ ଅଧିକ ହୃଦୟକୁ ମଧ୍ୟ ବୁଝିବାକୁ ହେବ । ଆପଣଙ୍କୁ ସମ୍ବେଦନଶୀଳ ମଧ୍ୟ ରହିବାକୁ ହେବ ଏବଂ ବ୍ୟବସ୍ଥାକୁ ମଧ୍ୟ ସମ୍ବେଦନଶୀଳ କରିବାକୁ ହେବ । ଯେଉଁ ଯୁବକମାନଙ୍କୁ ଆଜି ନିଯୁକ୍ତିପତ୍ର ମିଳିଛି, ସେମାନଙ୍କର ପ୍ରଶିକ୍ଷଣରେ ମଧ୍ୟ ଏହି କଥା ଉପରେ ଧ୍ୟାନ ରଖାଯିବ ଯେ ସେମାନଙ୍କୁ ଅଧିକରୁ ଅଧିକ ସମ୍ବେଦନଶୀଳ କରାଯାଉ । ୟୁପି ସରକାର, ପୁଲିସ ବାହିନୀର ପ୍ରଶିକ୍ଷଣରେ ଅନେକ ପରିବର୍ତ୍ତନ କରି ଦ୍ରୁତ ଗତିରେ ସୁଧାରିବାର କାର୍ଯ୍ୟ କରାଯାଉଛି । ୟୁପିରେ ସ୍ମାର୍ଟ ପୁଲିସିଂଗକୁ ଅଗ୍ରାଧିକାର ଦେବା ପାଇଁ ଯୁବକମାନଙ୍କୁ ସାଇବର ଅପରାଧ, ଫୋରେନସିକ ସାଇନ୍ସ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

ସାଥୀମାନେ,

ଆଜି ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବକମାନଙ୍କ ଉପରେ ସାଧାରଣ ନାଗରିକମାନଙ୍କର ସୁରକ୍ଷା ସହିତ ସମାଜକୁ ପଥ ଦେଖାଇବାରେ ମଧ୍ୟ ଦାୟିତ୍ୱ ରହିଛି । ଆପଣମାନଙ୍କ ପାଇଁ ସେବା ଏବଂ ଶକ୍ତି ଉଭୟ ପ୍ରତିବିମ୍ବ ହୋଇପାରିବେ । ଆପଣ ଆପଣଙ୍କର ନିଷ୍ଠା ଏବଂ ମଜବୁତ ସଂକଳ୍ପ ଦ୍ୱାରା ଏପରି ବାତାବରଣ ସୃଷ୍ଟି କରନ୍ତୁ, ଯେଉଁଠାରେ ଅପରାଧୀ ଭୟଭୀତ ରହିବେ ଏବଂ ଆଇନ ପାଳନ କରୁଥିବା ଲୋକମାନେ ସବୁବେଳେ ସବୁଠାରୁ ଅଧିକ ନିର୍ଭୀକ ରହିବେ । ପୁଣିଥରେ ଆପଣ ସମସ୍ତଙ୍କୁ ଶୁଭକାମନା । ଆପଣଙ୍କ ପରିବାର ବର୍ଗଙ୍କୁ ମୋର ଶୁଭେଚ୍ଛା । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth