"ଲୋଭ ସତ୍ୟକୁ ଅନୁଭବ କରିବାରେ ବାଧକ ସାଜିଥାଏ"
"ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଠୋର ନୀତି ଭାରତର ରହିଛି"
ଦୁର୍ନୀତିର ମୁକାବିଲା କରିବା ଜନସାଧାରଣଙ୍କ ପ୍ରତି ସରକାରଙ୍କ କର୍ତ୍ତବ୍ୟ ଅଟେ
"ଠିକ୍ ସମୟରେ ସମ୍ପତ୍ତି ଠାବ ଏବଂ ଅପରାଧରୁ ଆସୁ୍‍ଥିବା ଆୟକୁ ଚିହ୍ନଟ କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ"
‘‘ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ଦୃଢ଼ ପଦକ୍ଷେପ କାର୍ଯ୍ୟକାରୀ କରି ଜି-୨୦ ରାଷ୍ଟ୍ରଗୁଡ଼ିକ ପରିବର୍ତ୍ତନ ଆଣିପାରିବେ‘‘
"ପ୍ରଶାସନିକ ଏବଂ ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ, ଆମେ ନୈତିକତା ଏବଂ ସଚ୍ଚୋଟତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ"

ମହାମହିମ ଗଣ, ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତି ଗଣ, ନମସ୍କାର !

ମୁଁ ପ୍ରଥମ G-20 ଭ୍ରଷ୍ଟାଚାର-ବିରୋଧି ମନ୍ତ୍ରିସ୍ତରୀୟ ବୈଠକରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଆମେ ନୋବେଲ ପୁସ୍କାର ବିଜେତା ଗୁରୁଦେବ ରବୀନ୍ଦ୍ରନାଥ ଟେଗୋରଙ୍କ ସହର କେଲକାତାରେ ସାକ୍ଷାତ କରୁଅଛେ । ନିଜର ଲେଖନୀରେ ସେ ଲୋଭରୁ ବଞ୍ଚି ରହିବା ପାଇଁ ସତର୍କ କରିଥିଲେ କାରଣ ଏହା ଆମକୁ ସତ୍ୟର ଅନୁଭବ କରିବା ନେଇ ଅଟକାଇ ଥାଏ । ପ୍ରାଚୀନ ଭାରତୀୟ ଉପନିଷଦଗୁଡ଼ିକରେ ମଧ୍ୟ ‘ମା’ ଗୃଧା’ଙ୍କର କାମନା ଥିଲା, ଯାହାର ତାତ୍ପର୍ଯ୍ୟ ହେଉଛି – ‘କୌଣସି ପ୍ରକାରର ଲୋଭ ନ ହେଉ’।

ବନ୍ଧୁଗଣ,

ଭ୍ରଷ୍ଟାଚାରର ସବୁଠାରୁ ଅଧିକ ପ୍ରଭାବ ଗରିବ ଏବଂ ବଞ୍ଚିତମାନଙ୍କ ଦ୍ୱାରା ଅନୁଭୂତ କରାଯାଇଥାଏ। ଏହା ସଂସାଧନ ଉପଯୋଗକୁ ପ୍ରଭାବିତ କରିଥାଏ। ଏହା ବଜାରକୁ ବିକୃତ କରିଥାଏ। ଏହା ସେବା ବିତରଣକୁ ପ୍ରଭାବିତ କରିଥାଏ ଆଉ ଶେଷରେ ଏହା ଲୋକମାନଙ୍କର ଜୀବନର ଗୁଣବତ୍ତାକୁ ମଧ୍ୟ କମ କରିଥାଏ । ଅର୍ଥଶାସ୍ତ୍ରରେ କୌଟିଲ୍ୟ ଏହି କଥା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ସରକାରଙ୍କର କର୍ତ୍ତବ୍ୟ ନିଜ ଲୋକମାନଙ୍କର କଲ୍ୟାଣକୁ ଅଧିକରୁ ଅତ୍ୟଧିକ କରିବା ପାଇଁ ରାଜ୍ୟର ସଂସାଧନ ଗୁଡ଼ିକୁ ବୃଦ୍ଧି କରିବାକୁ ହେବ । ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଭ୍ରଷ୍ଟାଚାରର ମୁକାବିଲା କରିବାର ଆବଶ୍ୟକତା ରହିଛି ଆଉ ଏଥିପାଇଁ ଆମର ନାଗରିକମାନଙ୍କ ପାଇଁ ଭ୍ରଷ୍ଟାଚାର ସହିତ ଲଢ଼ିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ।

ବନ୍ଧୁଗଣ,

ଭାରତରେ ଭ୍ରଷ୍ଟାଚାର ବିରୁଦ୍ଧରେ ଶୂନ୍ୟ ସହନଶୀଳତାର କଠୋର ନୀତି ରହିଛି । ଆମେ ଏକ ପାରଦର୍ଶୀ ଏବଂ ଉତ୍ତରଦାୟୀ ଇକୋ- ସିଷ୍ଟମ ପ୍ରସ୍ତୁତ କରିବା ପାଇଁ ପ୍ରାଦ୍ୟୋଗିକ ଏବଂ ଇ-ଗଭର୍ଣ୍ଣାନ୍ସର ଲାଭ ଉଠାଉଛୁ । କଲ୍ୟାଣକାରୀ ଯୋଜନାଗୁଡ଼ିକ ଏବଂ ସରକାରୀ ପ୍ରକଳ୍ପ ଗୁଡ଼ିକରେ ରହିଥିବା ଅସୁବିଧା ଏବଂ ପ୍ରତିବନ୍ଧକ ଗୁଡ଼ିକୁ ଦୂର କରାଯାଉଛି । ଭାରତରେ କୋଟି- କୋଟି ଲୋକମାନଙ୍କୁ ସେମାନଙ୍କର ବ୍ୟାଙ୍କ ଖାତାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର କରାଯାଇଛି । ଏହି ପ୍ରକାରର ହସ୍ତାନ୍ତରଣର ମୂଲ୍ୟ 360 ବିଲିୟନ ଡଲାରକୁ ଅତିକ୍ରମ କରି ସାରିଛି, ଯାହାଦ୍ୱାରା ଆମର 33 ବିଲିୟନ ଡଲାରରୁ ଅଧିକର ସଂଚୟ ହୋଇ ପାରିଛି । ଆମେ ବ୍ୟବସାୟଗୁଡ଼ିକ ପାଇଁ ବିଭିନ୍ନ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ସରଳ କରିଛୁ । ସରକାରୀ ସେବାଗୁଡ଼ିକର ସଂଚାଳନ ଏବଂ ଡିଜିଟାଲୀକରଣ ଭଡା ମାଗିବାର ସୁଯୋଗ ଗୁଡ଼ିକୁ ସମାପ୍ତ କରି ଦେଇଛୁ । ଆମର ସରକାରୀ ଇ-ମାର୍କେଟପ୍ଲସ କିମ୍ବା ଜିଇଏମ ପୋର୍ଟାଲ ସରକାରୀ କ୍ରୟରେ ଅଧିକ ପାରଦର୍ଶିତା ପ୍ରଦାନ କରିଛି। ଆମେ ଆର୍ଥିକ ଅପରାଧିମାନଙ୍କୁ ମଧ୍ୟ ଆକ୍ରମଣାତ୍ମକ ଉପାୟରେ ଖୋଜାଖୋଜି କରୁଛୁ । ଆମେ 2018ରେ ଆର୍ଥିକ ଅପରାଧି ଅଧିନିୟମ ପ୍ରସ୍ତୁତ କଲୁ । ସେତେବେଳ ଠାରୁ, ଆମେ ଆର୍ଥିକ ଅପରାଧିମାନଙ୍କୁ ଏବଂ ପଳାୟନ କରୁଥିବା ବ୍ୟକ୍ତିଙ୍କ ଠାରୁ ଆଠ ବିଲିୟନ ଠାରୁ ଅଧିକ ସମ୍ପତି ଜବତ କରିଛୁ । ବେଆଇନ କଳାଧନ ନିବାରଣ ଅଧିନିୟମ ମାଧ୍ୟମରେ ଆମ ସରକାର 2024ରୁ ଏ ପର୍ଯ୍ୟନ୍ତ 12 ବିଲିୟନ ଡଲାରରୁ ଅଧିକର ସମ୍ପତି ଜବତ କରିଛନ୍ତି ।

ମହାମହିମ ଗଣ,

ପଳାତକ ଆର୍ଥିକ ଅପରାଧିମାନଙ୍କର ବିଷୟ ସମସ୍ତ G-20 ଦେଶଗୁଡ଼ିକ ପାଇଁ ଏବଂ ଗ୍ଲୋବାଲ ସାଉଥd ପାଇଁ ହେଉଛି ଏକ ଆହ୍ୱାନ । 2024ରେ ନିଜର ପ୍ରଥମ G-20 ଶିଖର ସମ୍ମିଳନୀରେ ମୁଁ ଏହି ବିଷୟ ଉପରେ ଚର୍ଚ୍ଚା କରିଥିଲି । 2018ରେ G-20 ଶିଖର ସମ୍ମିଳନୀରେ, ମୁଁ ଏହି ପଳାତକ ଆର୍ଥିକ ଅପରାଧିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ପତ୍ତି ଆଦାୟ ପାଇଁ ନଅ-ସୂତ୍ରୀ ଏଜେଣ୍ଡା ପ୍ରସ୍ତୁତ କଲି ଆଉ ମୁଁ ଏହା ଜାଣି ଖୁସି ଯେ ଆପଣ ସମୂହମାନଙ୍କ ଦ୍ୱାରା ନିର୍ଣ୍ଣାୟକ ପଦକ୍ଷେପ ଉଠାଯାଉଛି । ଆମେ ତିନି ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକର – ସୂଚନା ଆଦାନ ପ୍ରଦାନ, ଆଧାରରେ ଆଇନ ପ୍ରବର୍ତ୍ତନ ସହଯୋଗ ; ଭ୍ରଷ୍ଟାଚାର ସମ୍ବନ୍ଧିତ ପରିସମ୍ପତ୍ତି ଆଦାୟ କଳକୁ ସୁଦୃଢ଼ କରିବା ; ଆଉ ଭ୍ରଷ୍ଟାଚାରକୁ ରୋକିବା ଏବଂ ମୁକାବିଲା କରିବା ପାଇଁ ଦାୟିତ୍ୱସମ୍ପନ୍ନ ସାର୍ବଜନିକ ଶାଖା ଏବଂ ପ୍ରାଧିକରଣଗୁଡ଼ିକର ଅଖଣ୍ଡତା ଏବଂ ପ୍ରଭାବଶୀଳତାକୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟାନୁଷ୍ଠାନ- ଉନ୍ମୁଖ ଉଚ୍ଚସ୍ତରୀୟ ସିଦ୍ଧାନ୍ତଗୁଡ଼ିକୁ ସ୍ୱାଗତ କରୁଛୁ । ମୁଁ ପ୍ରସନ୍ନତା ଅନୁଭବ କରୁଛି ଯେ ଆଇନ ପ୍ରବର୍ତ୍ତନ ଏଜେନ୍ସି ଗୁଡ଼ିକ ମଧ୍ୟରେ ଅନୌପଚାରିକ ସହଯୋଗ ଉପରେ ଏକ ସହମତି ପ୍ରସ୍ତୁତ ହୋଇଛି । ଏହା ଅପରାଧିମାନଙ୍କୁ ସୀମା ପାର କରୁଥିବା ସମୟରେ ଆଇନଗତ ଦୁର୍ବଳତାଗୁଡ଼ିକର ଲାଭ ଉଠାଇବା ନେଇ ରୋକିବ। ସଠିକ ସମୟରେ ସମ୍ପତ୍ତିକୁ ଜ୍ଞାତସାରକୁ ଆଣିବା ଆଉ ଅପରାଧର ଆୟର ଚିହ୍ନଟ କରିବା ମଧ୍ୟ ହେଉଛି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ । ଆମେ ଦେଶଗୁଡ଼ିକୁ ନିଜର ଘରୋଇ ସମ୍ପତ୍ତି ଆଦାୟ ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରିବାର ମଧ୍ୟ ଆବଶ୍ୟକତା ରହିଛି । ବିଦେଶୀ ପରିସମ୍ପତ୍ତି ଗୁଡ଼ିକର ଆଦାୟ ପ୍ରକ୍ରିୟାରେ ଗତି ଆଣିବା ପାଇଁ, G-20 ଦେଶ ଅଣ-ଅପରାଧିକ ସିଦ୍ଧି ଉପରେ ଆଧାରିତ ଜବତର ଉପଯୋଗ କରି ଏକ ଉଦାହରଣ ସ୍ଥାପିତ କରି ପାରିବେ । ଏହାଦ୍ୱାରା ଉଚିତ ନ୍ୟାୟିକ ପ୍ରକ୍ରିୟା ପରେ ଅପରାଧିମାନଙ୍କର ଦ୍ରୁତ ଗତିରେ ପ୍ରତ୍ୟାବର୍ତନ ଏବଂ ପ୍ରତ୍ୟର୍ପଣ ସୁନିଶ୍ଚିତ କରାଯାଇ ପାରିବ ଆଉ ଏହାଦ୍ୱାରା ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ସଂଯୁକ୍ତ ଲଢ଼େଇ ସମ୍ପର୍କରେ ଏକ ସୁଦୃଢ଼ ସନ୍ଦେଶ ଯିବ।

ମହାମହିମଗଣ,

G-20 ଭାବରେ, ଆମର ସାମୂହିକ ପ୍ରୟାସ ଦୁର୍ନୀତି ବିରୋଧରେ ଲଢେଇକୁ ଗୁରୁତ୍ବପୂର୍ଣ୍ଣ ଭାବେ ଯଥେଷ୍ଟ ସମର୍ଥନ କରିପାରିବ । ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ଦୁର୍ନୀତିର ମୂଳ କାରଣ ଗୁଡିକର ମୁକାବିଲା ପାଇଁ ଦୃଢ ପଦକ୍ଷେପ ଗୁଡିକୁ କାର୍ଯ୍ୟକାରୀ କରି ଆମେ ଏକ ପରିବର୍ତ୍ତନ ଆଣି ପାରିବା । ଦୁର୍ନୀତି ବିରୋଧରେ ଆମର ସଂଗ୍ରାମରେ ଅଡିଟ୍ ସଂସ୍ଥା ଗୁଡ଼ିକର ଭୂମିକା ଉପରେ ମଧ୍ୟ ଉଚିତ ଧ୍ୟାନ ଦେବା ଆବଶ୍ୟକ । ସର୍ବୋପରି, ଆମର ପ୍ରଶାସନିକ ଏବଂ ଆଇନଗତ ବ୍ୟବସ୍ଥାକୁ ମଜବୁତ କରିବା ବ୍ୟତୀତ, ଆମ ମୂଲ୍ୟ ପ୍ରଣାଳୀରେ ନୈତିକତା ଏବଂ ଅଖଣ୍ଡତାର ସଂସ୍କୃତିକୁ ପ୍ରେତ୍ସାହନ ଦେବା ଆବଶ୍ୟକ । କେବଳ ଏହା କରିବା ଦ୍ୱାରା ଆମେ ଏକ ନ୍ୟାୟ ଏବଂ ସ୍ଥାୟୀ ସମାଜର ମୂଳଦୁଆ ପକାଇ ପାରିବା । ମୁଁ ଆପଣମାନଙ୍କୁ ଏକ ରଚନାତ୍ମକ ଏବଂ ସଫଳ ବୈଠକ ଆୟୋଜନ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”