ହିମାଚଳ ପ୍ରଦେଶର ଲେପ୍ଚାରେ ଆମର ବୀର ସୁରକ୍ଷା ବାହିନୀ ସହ ଦୀପାବଳି ବିତାଇବା ଏକ ଗଭୀର ଭାବନା ଏବଂ ଗର୍ବରେ ପରିପୂର୍ଣ୍ଣ ଅନୁଭୂତି
ଦେଶ ଆପଣଙ୍କ ନିକଟରେ କୃତଜ୍ଞ ଓ ଋଣୀ
ଯେଉଁ ସ୍ଥାନରେ ଯବାନ ମୁତୟନ ଅଛନ୍ତି ତାହା ମୋ ପାଇଁ କୌଣସି ମନ୍ଦିରଠାରୁ କମ୍ ନୁହେଁ। ତୁମେ ଯେଉଁଠି ବି ଥାଉ, ମୋର ପର୍ବ ସେଠାରେ ରହିଛି
ସଶସ୍ତ୍ର ବାହିନୀ ଭାରତର ଗୌରବକୁ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି
ଗତ ବର୍ଷ ଦେଶ ନିର୍ମାଣରେ ଏକ ମାଇଲଖୁଣ୍ଟ ବର୍ଷ
ଯୁଦ୍ଧ କ୍ଷେତ୍ରରୁ ଆରମ୍ଭ କରି ଉଦ୍ଧାର ଅଭିଯାନ ପର୍ଯ୍ୟନ୍ତ ଭାରତୀୟ ସଶସ୍ତ୍ର ବାହିନୀ ଜୀବନ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ
ଦେଶର ସୁରକ୍ଷାରେ ନାରୀଶକ୍ତି ବଡ଼ ଭୂମିକା ନିର୍ବାହ କରୁଛି

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ମା' ଭାରତୀଙ୍କର ଜୟଘୋଷର ଏହି ଶବ୍ଦ, ଭାରତୀୟ ସେନା ଓ ସୁରକ୍ଷା ବାହିନୀର ବୀରତ୍ବର ଏହି ସ୍ଲୋଗାନ, ଏହି ଐତିହାସିକ ଭୂମି ଏବଂ ଦୀପାବଳିର ଏହି ପବିତ୍ର ପର୍ବ । ଏହା ଏକ ଚମତ୍କାର ସଂଯୋଗ ଅଟେ, ଏହା ଏକ ଅଦ୍ଭୁତ ମିଳନ ଅଟେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତ ମୋ ପାଇଁ ମଧ୍ୟ ଆପଣଙ୍କ ପାଇଁ ଏବଂ ଦେଶବାସୀଙ୍କ ପାଇଁ ମଧ୍ୟ ଦୀପାବଳିରେ ନୂଆ ଆଲୋକ ଆଣିବ ଏହା ମୋର ବିଶ୍ବାସ ଅଛି। ମୁଁ ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ସୀମାର ଶେଷ ଗାଁରୁ, ଯାହାକୁ ମୁଁ ବର୍ତ୍ତମାନ ପ୍ରଥମ ଗାଁ ବୋଲି କହୁଛି, ସେଠାରେ ଆମର ମୁତୟନ ହୋଇଥିବା ସୁରକ୍ଷା ବାହିନୀର ସହଯୋଗୀମାନଙ୍କ ସହିତ ଯେତେବେଳେ ଦୀପାବଳି ପାଳନ କରୁଛି, ସେତେବେଳେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଏହି ଶୁଭେଚ୍ଛା ବହୁତ ସ୍ବତନ୍ତ୍ର ହୋଇଥାଏ। ଏହି ଅବସରରେ ଦେଶବାସୀଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା, ଦୀପାବଳିର ଶୁଭକାମନା।

 

ମୋ ପରିବାର ସଦସ୍ୟଗଣ,

ମୁଁ ବର୍ତ୍ତମାନ ବହୁତ ଉଚ୍ଚତାରେ ଥିବା ଲେପଚା ପର୍ଯ୍ୟନ୍ତ ଯାଇ ଆସିଛି। କୁହାଯାଇଥାଏ ଯେ ଯେଉଁଠି ପରିବାର ଥାଏ ପର୍ବ ଦିନ ନିଜ ପରିବାରଠାରୁ ଦୂର ସୀମାରେ ରହି ମୁତୟନ ରହିବା, ନିଜେ କର୍ତ୍ତବ୍ୟନିଷ୍ଠତାର ଏକ ପରାକାଷ୍ଠା ଅଟେ। ପରିବାରକୁ ସମସ୍ତେ ମନେ ପକାନ୍ତି, କିନ୍ତୁ ଏହି କୋଣରେ  ଆପଣଙ୍କ ମୁହଁରେ କୌଣସି ଦୁଃଖ ନାହିଁ। ଆପଣଙ୍କ ଉତ୍ସାହର ଅଭାବର କୌଣସି ଚିହ୍ନ ନାହିଁ । ଉତ୍ସାହରେ ପରିପୂର୍ଣ୍ଣ, ଶକ୍ତିରେ ପରିପୂର୍ଣ୍ଣ । କାରଣ, ଆପଣ ଜାଣନ୍ତି ଯେ ୧୪୦ କୋଟି ଦେଶବାସୀଙ୍କ ଏହି ବଡ ପରିବାର ମଧ୍ୟ ଆପଣଙ୍କର ନିଜର । ତେଣୁ ଦେଶ ଆପଣଙ୍କ ନିକଟରେ କୃତଜ୍ଞ ଓ ଋଣୀ। ତେଣୁ ଦୀପାବଳିରେ ପ୍ରତ୍ୟେକଙ୍କ ଘରେ ଦୀପ ଗୋଟିଏ ଆପଣଙ୍କ ସୁରକ୍ଷା ପାଇଁ ଜଳା ଯାଇଥାଏ। ତେଣୁ ପ୍ରତ୍ୟେକ ପୂଜାରେ ଆପଣଙ୍କ ଭଳି ବୀରଙ୍କ ପାଇଁ ପ୍ରାର୍ଥନା ହୋଇଥାଏ। ପ୍ରତିଥର ଦୀପାବଳିରେ ମୁଁ ଆମ ସେନା ଯବାନ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସମାନ ଏହିଭଳି ଏକ ଭାବନା ନେଇ ଯାଇଥାଏ। ଯେଉଁଠିକୁ ଯାଇଥାଏ କହିଥାଏ- ଅବଧ ତହାଁ ଜହାଁ ରାମ ନିବାସୁ। ଅର୍ଥାତ୍ ଯେଉଁଠି ରାମ ଅଛନ୍ତି, ସେଠାରେ ଅଯୋଧ୍ୟା ରହିଛି। ମୋ ପାଇଁ, ଯେଉଁ ସ୍ଥାନରେ ମୋର ଭାରତୀୟ ସେନା ଅଛନ୍ତି, ଯେଉଁଠାରେ ମୋ ଦେଶର ସୁରକ୍ଷା ବାହିନୀ ମୁତୟନ ଅଛନ୍ତି, ସେହି ସ୍ଥାନ କୌଣସି ମନ୍ଦିରଠାରୁ କମ୍ ନୁହେଁ । ଆପଣ ଯେଉଁଠି ଅଛନ୍ତି, ସେଠାରେ ମୋର ପର୍ବ । ଏବଂ ଏହି କାମ ପ୍ରାୟ ୩୦-୩୫ ବର୍ଷରୁ ଅଧିକ ହୋଇଥାଇପାରେ । ମୁଁ କୌଣସି ଦୀପାବଳି ଏମିତି ନାହିଁ ଯାହା ମୁଁ ଆପଣମାନଙ୍କ ମଧ୍ୟକୁ ଯାଇ ପାଳନ କରିନାହିଁ, ୩୦-୩୫ ବର୍ଷରୁ, ଯେତେବେଳେ ପିଏମ୍ ନ ଥିଲି, ସିଏମ୍ ନ ଥିଲି, ସେତେବେଳେ ଭାରତର ଜଣେ ଗର୍ବିତ ସନ୍ତାନ ଭାବରେ ମୁଁ ଦୀପାବଳିରେ କୌଣସି ନା କୌଣସି ସୀମାକୁ ଯାଉଥିଲି । ଆପଣମାନଙ୍କ ସହିତ ମିଠା ଖାଉଥିଲି ଏବଂ ମୁଁ ମେସରେ ଖାଉଥିଲି ଏବଂ ଏହି ସ୍ଥାନର ନାମ ମଧ୍ୟ ସୁଗାର ପଏଣ୍ଟ । ଆପଣଙ୍କ ସହିତ ଅଳ୍ପ ମିଠା ଖାଇ ମୋର ଦୀପାବଳି ମଧ୍ୟ ଆହୁରି ମଧୁର ହୋଇଯାଇଛି।

ମୋ ପରିବାର ସଦସ୍ୟଗଣ,

ଏହି ମାଟି ଇତିହାସର ପୃଷ୍ଠାରେ ବୀରତ୍ୱର କାଳିରେ ନିଜର ପ୍ରସିଦ୍ଧି ନିଜେ ରଚନା କରିଛି । ଆପଣମାନେ ଏଠିକାର ସାହସିକତାର ପରମ୍ପରାକୁ ଅତୁଟ, ଅମର ଏବଂ ଅକ୍ଷୁଣ୍ଣ କରିଛନ୍ତି । ଆପଣ ପ୍ରମାଣିତ କରିଛନ୍ତି ଯେ - ଆସନ୍ନ ମୃତ୍ୟୁ କେ ସିନେପର୍ ଯେ ସିଂହନାଦ କରତେ ହେଁ। ମର୍ ଜାତା ହେ କାଲ୍ ସ୍ବୟଂ ପର୍ ଓ୍ବ ବୀର ନେହିଁ ମରତେ। ଆମର ଯବାନମାନଙ୍କ ନିକଟରେ ସର୍ବଦା ଏହି ବୀର ବସୁନ୍ଧରାର ଐତିହ୍ୟ ରହିଛି, ସେହି ଛାତିରେ ନିଆଁ ଲାଗିଛି ଯାହା ସର୍ବଦା ବୀରତ୍ୱର ପ୍ରତିମୂର୍ତ୍ତି ସୃଷ୍ଟି କରିଛି । ଆମ ସୈନିକମାନେ ସବୁବେଳେ ନିଜ ଜୀବନକୁ ହାତରେ ଧରି ଆଗରେ ଚାଲିଛନ୍ତି। ଆମର ଯବାନମାନେ ସର୍ବଦା ପ୍ରମାଣିତ କରିଛନ୍ତି ଯେ ସୀମାରେ ସେମାନେ ଦେଶର ସବୁଠାରୁ ଶକ୍ତିଶାଳୀ ପାଚେରି ହୋଇ ଠିଆ ହୋଇଛନ୍ତି।

 

ମୋର ସାହସୀ ସାଥୀମାନେ,

ଭାରତର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷାବାହିନୀ କ୍ରମାଗତ ଭାବରେ ରାଷ୍ଟ୍ର ନିର୍ମାଣରେ ନିରନ୍ତର ଯୋଗଦାନ ରହିଛି। ସ୍ବାଧୀନତା ପରେ ଏତେଗୁଡ଼ିଏ ଯୁଦ୍ଧର ମୁକାବିଲା କରିଥିବା ଆମର ବୀର ଯୋଦ୍ଧାମାନେ ପ୍ରତ୍ୟେକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ହୃଦୟ ଜିତିଛନ୍ତି। ଆମର ସାହସୀ ପୁଅ ଓ ଝିଅମାନେ ଯେଉଁମାନେ ଚାଲେଞ୍ଜରୁ ବିଜୟକୁ ଛଡ଼େଇ ନେଇଥିଲେ! ଭୂମିକମ୍ପ ଭଳି ବିପର୍ଯ୍ୟୟରେ ଚାଲେଞ୍ଜ ସହିତ ମୁକାବିଲା କରୁଥିବା ସୈନିକ! ସୁନାମି ଭଳି ପରିସ୍ଥିତିରେ ସମୁଦ୍ର ସହ ଲଢ଼ି ଜୀବନ ବଞ୍ଚାଇଥିବା ସୈନିକ! ଅନ୍ତରାଷ୍ଟ୍ରୀୟ ଶାନ୍ତି ମିଶନରେ ଭାରତର ବିଶ୍ବସ୍ତରୀୟ ମାନ୍ୟତା ବଢ଼ାଉଥିବା ସେନା ଏବଂ ସୁରକ୍ଷାବାହିନୀ! ଏମିତି କୌଣସି ସଂକଟ ଅସିଛି ଆଉ ଆମର ବୀରମାନେ କରିନାହାନ୍ତି! କେଉଁ କ୍ଷେତ୍ରରେ ସେ ଦେଶର ସମ୍ମାନ ବୃଦ୍ଧି କରିନାହାନ୍ତି? ଚଳିତ ବର୍ଷ ମୁଁ ଜାତିସଂଘରେ ଶାନ୍ତିରକ୍ଷୀମାନଙ୍କ ପାଇଁ ଏକ ମେମୋରିଆଲ ହଲ୍ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲି, ଏବଂ ଯାହାକୁ ସମ୍ମତିକ୍ରମେ ପାରିତ କରାଗଲା, ଅନ୍ତର୍ଜାତୀୟ ସ୍ତରରେ ଆମର ସେନା ଏବଂ ସୈନିକଙ୍କ ବଳିଦାନ ପାଇଁ ଏହା ଏକ ବଡ଼ ସମ୍ମାନ। ଏହା ଦ୍ବାରା ବିଶ୍ବ ଶାନ୍ତି ପାଇଁ ତାଙ୍କର ଅବଦାନ ହୋଇଯିବ।

ସାଥୀମାନେ,

ସଙ୍କଟ ସମୟରେ ଆମ ସେନା ଓ ସୁରକ୍ଷାବାହିନୀ ଦେବଦୂତ ଭାବରେ କେବଳ ଭାରତୀୟଙ୍କୁ ନୁହେଁ, ବରଂ ବିଦେଶୀ ନାଗରିକମାନଙ୍କୁ ମଧ୍ୟ ବାହାରକୁ ଆଣିଥାନ୍ତି, ମୋର ମନେ ଅଛି, ଯେତେବେଳେ ଭାରତୀୟଙ୍କୁ ସୁଡ଼ାନରୁ ବାହାର କରିବାକୁ ଥିଲା, ସେତେବେଳେ ଅନେକ ଗୁଡ଼ିଏ ବିପଦ ଥିଲା। କିନ୍ତୁ ଭାରତର ସାହସୀ ସୈନିକମାନେ ବିନା କୌଣସି କ୍ଷତିରେ ସଫଳତାର ସହ ଅଭିଯାନ ଶେଷ କରିଥିଲେ। ତୁର୍କୀର ଲୋକମାନେ ଆଜି ମଧ୍ୟ ମନେ ପକାଇଥାନ୍ତି ଯେ କିପରି ଆମର ସୁରକ୍ଷାବାହିନୀ ନିଜ ଜୀବନକୁ ଖାତିର ନ କରି ଭୟଙ୍କର ଭୂମିକମ୍ପ ସମୟରେ ଅନ୍ୟମାନଙ୍କ ଜୀବନ ବଞ୍ଚାଇଥିଲେ। ଯଦି ଭାରତୀୟମାନେ ବିଶ୍ବର କୌଣସି ସ୍ଥାନରେ ସଙ୍କଟରେ ଅଛନ୍ତି, ତେବେ ସେମାନଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ସେନା, ଆମର ସୁରକ୍ଷାବାହିନୀ ସର୍ବଦା ତତ୍ପର ରହିଥାନ୍ତି। ଭାରତର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷାବାହିନୀ ଯୁଦ୍ଧ ଠାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଗରେ ରହିଥାନ୍ତି। ଆଉ ସେଥିପାଇଁ, ଆମେ ଆମର ସଶସ୍ତ୍ର ବାହିନୀକୁ ନେଇ ଗର୍ବିତ। ଆମେ ଆମ ସୁରକ୍ଷାବାହିନୀ ପାଇଁ ଗର୍ବିତ, ଆମେ ଆମ ସୈନିକମାନଙ୍କ ପାଇଁ ଗର୍ବିତ। ଆମେ ଆପଣ ସମସ୍ତଙ୍କ ପାଇଁ ଗର୍ବିତ।

 

ମୋ ପରିବାର ସଦସ୍ୟ,

ଆଜି ବିଶ୍ୱରେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଭାରତଠାରୁ ଆଶା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଜଟିଳ ସମୟରେ ଭାରତର ସୀମା ସୁରକ୍ଷିତ ରହିବା ସହ ଦେଶରେ ଶାନ୍ତିର ବାତାବରଣ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଏବଂ ଏଥିରେ ଆପଣଙ୍କର ଏକ ବଡ ଭୂମିକା ରହିଛି। ଭାରତ ସେତେବେଳ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି, ଯେପର୍ଯ୍ୟନ୍ତ ତାର ସୀମାରେ ଆପଣ ହିମାଳୟ ଭଳି ଅଟଳ ଭାବରେ ଠିଆ ହୋଇ ରହିଛନ୍ତି। ଆପଣଙ୍କ ସେବା ଯୋଗୁଁ ହିଁ ଭାରତ ସୁରକ୍ଷିତ ଏବଂ ସମୃଦ୍ଧି ପଥରେ ପ୍ରଶସ୍ତ ହୋଇଛି । ଗତ ଦୀପାବଳିଠାରୁ ଏହି ଦୀପାବଳିର ଏହି ଅବଧି, ଯାହା ଏକ ବର୍ଷ ବିତିଗଲାଣି, ବିଶେଷ କରି ଭାରତ ପାଇଁ ଅଭୂତପୂର୍ବ ସଫଳତାରେ ପରିପୂର୍ଣ୍ଣ ହୋଇପାରିଛି । ଅମୃତ କାଳର ଏକ ବର୍ଷ ଭାରତର ନିରାପତ୍ତା ଓ ସମୃଦ୍ଧିର ପ୍ରତୀକ ପାଲଟିଛି। ଗତ ଏକ ବର୍ଷ ମଧ୍ୟରେ, ଭାରତ ଚନ୍ଦ୍ରରେ ନିଜର ଯାନ ଅବତରଣ କରିଛି, ଯେଉଁଠାରେ କୌଣସି ଦେଶ ପହଞ୍ଚି ପାରିନାହିଁ। ଏହାର କିଛି ଦିନ ପରେ ଭାରତ ମଧ୍ୟ ଆଦିତ୍ୟ ଏଲ୍ ୧କୁ ସଫଳତାର ସହ ଉତକ୍ଷେପଣ କରିଥିଲା। ଗଗନଯାନ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ମଧ୍ୟ ଆମେ ସଫଳତାର ସହ ଶେଷ କରିଛୁ । ସେହି ବର୍ଷକ ମଧ୍ୟରେ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତ ନୌସେନାରେ ସାମିଲ ହେଲା। ଏହି ଏକ ବର୍ଷ ମଧ୍ୟରେ ଭାରତ ତୁମକୁରୁରେ ଏସିଆର ସର୍ବବୃହତ ହେଲିକପ୍ଟର କାରଖାନା ଆରମ୍ଭ କରିଛି । ଏହି ବର୍ଷକ ମଧ୍ୟରେ ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ଆପଣ ଦେଖିଥିବେ ଯେ କ୍ରୀଡ଼ା ଜଗତରେ ମଧ୍ୟ ଭାରତ ନିଜର ପରିଚୟ ସୃଷ୍ଟି କରିଛି। ସେନା ଓ ସୁରକ୍ଷା ବାହିନୀର ଅନେକ ଯବାନ ମଧ୍ୟ ପଦକ ଜିତି ଲୋକଙ୍କ ହୃଦୟ ଜିତିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଆମ ଆଥଲେଟ୍ସମାନେ ଏସୀୟ ଏବଂ ପାରା ଗେମ୍ସରେ ପଦକରେ ଶତକ ହାସଲ କରିଛନ୍ତି। ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ଆମ ମହିଳା ଖେଳାଳିମାନେ ବିଶ୍ୱକପ୍ ଜିତିଛନ୍ତି। ୪୦ ବର୍ଷ ପରେ ଭାରତ ସଫଳତାର ସହ ଆଇଓସିର ବୈଠକ ଆୟୋଜନ କରିଛି।

ସାଥୀମାନେ,

ଗତ ଦୀପାବଳିଠାରୁ ଏହି ଦୀପାବଳି ପର୍ଯ୍ୟନ୍ତ ସମୟ ମଧ୍ୟ ଭାରତୀୟ ଗଣତନ୍ତ୍ର ଏବଂ ଭାରତର ବୈଶ୍ୱିକ ସଫଳତାର ବର୍ଷ ଥିଲା । ଏହି ଗୋଟିଏ ବର୍ଷ ମଧ୍ୟରେ ଭାରତ ନୂଆ ସଂସଦ ଭବନରେ ପ୍ରବେଶ କରିଛି। ସଂସଦର ନୂଆ ଭବନରେ, ନାରୀ ଶକ୍ତି ବନ୍ଦନା ଅଧିନିୟମ ପ୍ରଥମ ଅଧିବେଶନରେ ହିଁ ପାରିତ ହୋଇଥିଲା। ଏହି ବର୍ଷକ ମଧ୍ୟରେ ଦିଲ୍ଲୀରେ ଜି-୨୦ ସଫଳତାର ସହ ଆୟୋଜନ କରାଯାଇଥିଲା। ଆମେ ନୂଆଦିଲ୍ଲୀ ଘୋଷଣାନାମା ଏବଂ ବିଶ୍ୱ ଜୈବ ଇନ୍ଧନ ଆଲାଏନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛୁ । ଏହି ସମୟ ମଧ୍ୟରେ ରିଅଲ ଟାଇମ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇପାରିଛି। ଏହି ସମୟ ମଧ୍ୟରେ ଭାରତର ରପ୍ତାନି ୪୦୦ ବିଲିୟନ ଡଲାର ଅତିକ୍ରମ କରିଛି। ସେହିପରି ବିଶ୍ୱ ଜିଡିପିରେ ଭାରତ ୫ମ ସ୍ଥାନ ହାସଲ କରିଛି। ସେହି ସମୟରେ, ଆମେ 5G ଉପଭୋକ୍ତା ଆଧାର ରେ ୟୁରୋପକୁ ପଛରେ ପକେଇ ଆଗକୁ ଆସିପାରିଛି।

 

ସାଥୀମାନେ,

ଗତ ଏକ ବର୍ଷ ଦେଶ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହୋଇପାରିଛି। ଚଳିତ ବର୍ଷ ଦେଶର ଭିତ୍ତିଭୂମି ବିକାଶରେ ଆମେ ଅନେକ ସଫଳତା ହାସଲ କରିଛୁ। ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ ଥିବା ଦେଶରେ ପରିଣତ ହୋଇଛି । ଏହି ସମୟ ମଧ୍ୟରେ ଆମେ ବିଶ୍ୱର ସବୁଠାରୁ ଲମ୍ବା ନଦୀ କ୍ରୁଜ ସେବା ଆରମ୍ଭ କରିଥିଲୁ । ଦେଶକୁ ନିଜର ପ୍ରଥମ ରାପିଡ୍ ରେଳ ସେବା ନମୋ ଭାରତର ଉପହାର ମିଳିଲା । ବନ୍ଦେ ଭାରତ ଟ୍ରେନ୍ ଭାରତର ୩୪ଟି ନୂଆ ରୁଟ୍ ରେ ଦ୍ରୁତ ଗତିରେ ଚଳାଚଳ ଆରମ୍ଭ କରିଛି।   ଆମେ ଭାରତ-ମଧ୍ୟ-ପୂର୍ବ-ୟୁରୋପ ଅର୍ଥନୈତିକ କରିଡରକୁ ଉଦଘାଟନ କରିଛୁ। ଦିଲ୍ଲୀରେ ଦୁଇଟି ବିଶ୍ୱସ୍ତରୀୟ ସମ୍ମିଳନୀ କେନ୍ଦ୍ର ଯଶୋଭୂମି ଏବଂ ଭାରତ ମଣ୍ଡପମ ଉଦଘାଟିତ ହୋଇଛି । କ୍ୟୁଏସ୍ ବିଶ୍ୱ ମାନ୍ୟତାରେ ଏସିଆର ସର୍ବାଧିକ ବିଶ୍ୱବିଦ୍ୟାଳୟ ଥିବା ଦେଶ ପାଲଟିଛି ଭାରତ । ଏହି ସମୟ ମଧ୍ୟରେ କଚ୍ଛର ଧୋର୍ଡୋ ସୀମାନ୍ତ ଗାଁ ରେଗିସ୍ତାନର ଗାଁ ଛୋଟ ଗାଁ ଧୋର୍ଡୋ, ସେହି ଗାଁକୁ ମିଳିତ ଜାତିସଂଘ ପକ୍ଷରୁ ଶ୍ରେଷ୍ଠ ପର୍ଯ୍ୟଟନ ଭିଲେଜ ପୁରସ୍କାର ମିଳିଛି। ଆମର ଶାନ୍ତିନିକେତନ ଏବଂ ହୋୟସଲା ମନ୍ଦିର ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ସାଥୀମାନେ,

ଯେପର୍ଯ୍ୟନ୍ତ ଆପଣମାନେ ସୀମାରେ ସତର୍କ ରହି, ସଜାଗ ରହି ଛିଡ଼ା ହୋଇଛନ୍ତି, ଦେଶ ଏକ ଉନ୍ନତ ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରୁଛି। ଆଜି ଯଦି ଭାରତ ନିଜର ସମସ୍ତ ଶକ୍ତି ସହିତ ବିକାଶର ଅସୀମ ଶିଖର ଛୁଇଁଛି, ତେବେ ଏହାର ଶ୍ରେୟ ମଧ୍ୟ ଆପଣଙ୍କ ଶକ୍ତି, ଆପଣଙ୍କ ସଂକଳ୍ପ ଏବଂ ଆପଣଙ୍କ ବଳିଦାନକୁ ଯାଉଛି ।

ମୋ ପରିବାର ସଦସ୍ୟ,

ଭାରତ ଶତାବ୍ଦୀ ଶତାବ୍ଦୀ ଧରି ସଂଘର୍ଷକୁ ସହିଛି, ଯେଉଁଥିରୁ କୌଣସି ସମ୍ଭାବନା ସୃଷ୍ଟି ହୋଇନାହିଁ । ଏକବିଂଶ ଶତାବ୍ଦୀର ଆମ ଭାରତ ଏବେ ଆତ୍ମନିର୍ଭର ଭାରତ ପଥରେ ଅଗ୍ରସର ହୋଇଛି। ଏବେ ସଂକଳ୍ପ ମଧ୍ୟ ଆମର ହେବ, ସମ୍ବଳ ମଧ୍ୟ ଆମର ହେବ। ଏବେ ସାହସ ମଧ୍ୟ ଆମର ହେବ, ଅସ୍ତ୍ରଶସ୍ତ୍ର ମଧ୍ୟ ଆମର ହେବ। ଶକ୍ତି ମଧ୍ୟ ଆମର ହେବ ଏବଂ ପାଦ ମଧ୍ୟ ଆମର ହେବ । ପ୍ରତ୍ୟେକ ନିଶ୍ୱାସରେ ଆମର ବିଶ୍ୱାସ ମଧ୍ୟ ଅସୀମ ହେବ । ଖେଳାଳିମାନେ, ଆମର ଖେଳ ମଧ୍ୟ ଆମର, ବିଜୟ ଏବଂ ଅପରାଜେୟ ପ୍ରାଣ ଆମର, ଆମର ସଂକଳ୍ପ ଆମର, ଉଚ୍ଚ ପର୍ବତ ହେଉ କି ମରୁଭୂମି ସମୁଦ୍ର କିମ୍ବା ବିଶାଳ ପଡ଼ିଆ, ଏହି ତ୍ରିରଙ୍ଗା ସବୁବେଳେ ଆକାଶରେ ହଲାଇବା ଆମର । ଅମୃତ କାଳର ଏହି ସମୟରେ ସମୟ ମଧ୍ୟ ଆମର ହେବ, ସ୍ୱପ୍ନ କେବଳ ସ୍ୱପ୍ନ ହେବ ନାହିଁ, ଆମେ ସଫଳତାର କାହାଣୀ ଲେଖିବୁ, ପର୍ବତରୁ ଉପରେ ସଂକଳ୍ପ ଆମର ହେବ । ସାହସ ହିଁ ବିକଳ୍ପ ହେବ, ଦୁନିଆରେ ଗତି ଓ ମର୍ଯ୍ୟାଦାକୁ ସମ୍ମାନ ମିଳିବ, ଜବରଦସ୍ତ ସଫଳତା ସହିତ ସବୁଠି ଭାରତର ପ୍ରଶଂସା ହେବ । କାରଣ ନିଜର ଶକ୍ତି ବିକ୍ରମ ସହ ଯେଉଁ ଯୁଦ୍ଧ ସମର ଲଢ଼ିଥାଏ। ଯେଉଁମାନଙ୍କ ହାତରେ କ୍ଷମତା ଥାଏ ସେମାନେ ନିଜର ଭାଗ୍ୟ ସୃଷ୍ଟି କରିଥାନ୍ତି । ଭାରତର ସେନା ଓ ସୁରକ୍ଷା ବାହିନୀର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଏକ ପ୍ରମୁଖ ବୈଶ୍ୱିକ ଖେଳାଳି ଭାବେ ଉଭା ହେଉଛି। ଏକ ସମୟ ଥିଲା ଯେତେବେଳେ ଆମେ ଆମର ଛୋଟ-ଛୋଟ ଆବଶ୍ୟକତା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲୁ | କିନ୍ତୁ, ଆଜି ଆମେ ନିଜ ସହ ମିଶି ଆମର ବନ୍ଧୁ ରାଷ୍ଟ୍ରମାନଙ୍କର ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଗ୍ରସର ହେଉଛୁ । ଯେତେବେଳେ ୨୦୧୬ରେ ମୁଁ ଦୀପାବଳି ପାଳନ କରିବାକୁ ଏହି ଅଞ୍ଚଳକୁ ଆସିବା ପରଠାରୁ ଭାରତର ପ୍ରତିରକ୍ଷା ରପ୍ତାନି ୮ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଦେଶରେ ଆଜି ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରତିରକ୍ଷା ଉତ୍ପାଦନ ହେଉଛି ଏବଂ ଏହା ନିଜେ ଏକ ରେକର୍ଡ ।

 

ସାଥୀମାନେ,

ଆମେ ଖୁବଶୀଘ୍ର ଏପରି ଏକ ସ୍ଥାନରେ ଠିଆ ହେବ, ଯେଉଁଠାରେ ଆମକୁ ଆବଶ୍ୟକ ସମୟରେ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହାଦ୍ବାରା ଆମ ସେନାର ଏବଂ ଆମ ସୁରକ୍ଷା ବାହିନୀର ମନୋବଳ ବୃଦ୍ଧି କରିଛି । ଆମର ବାହିନୀର ଏବଂ ସୁରକ୍ଷା ବାହିନୀର ଶକ୍ତି ବୃଦ୍ଧି ପାଇଛି । ହାଇଟେକ୍ ଟେକ୍ନୋଲୋଜିର ସମନ୍ୱୟ ହେଉ, ଅବା ସିଡିଏସ୍ ଭଳି ଆବଶ୍ୟକ ବ୍ୟବସ୍ଥା, ଭାରତର ସେନା ଏବେ ଧୀରେ ଧୀରେ ଆଧୁନିକତା ଆଡକୁ ଅଗ୍ରସର ହେଉଛି। ହଁ, ଟେକ୍ନୋଲୋଜିର ଏହି ବଢୁଥିବା ପ୍ରସାର ମଧ୍ୟରେ ମୁଁ ଆପଣଙ୍କୁ ଏହା ମଧ୍ୟ କହିବି ଯେ ଟେକ୍ନୋଲୋଜିର ବ୍ୟବହାରରେ ଆମକୁ ସର୍ବଦା ମାନବ ବୁଦ୍ଧିକୁ ସର୍ବୋପରି ରଖିବାକୁ ପଡିବ । ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ ଟେକ୍ନୋଲୋଜି କେବେ ବି ମାନବ ସମ୍ବେଦନଶୀଳତା ଉପରେ ପ୍ରାଧାନ୍ୟ ରଖେ ନାହିଁ ।

ସାଥୀମାନେ,

ଆଜି ସ୍ୱଦେଶୀ ସମ୍ବଳ ଏବଂ ଶୀର୍ଷସ୍ତରୀୟ ସୀମା ଭିତ୍ତିଭୂମି ମଧ୍ୟ ଆମର ଶକ୍ତି ପାଲଟିଛି। ଏବଂ ମୁଁ ଖୁସି ଯେ ଏଥିରେ ନାରୀ ଶକ୍ତି ମଧ୍ୟ ଏକ ବଡ ଭୂମିକା ଗ୍ରହଣ କରୁଛି । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସେନାରେ ୫୦୦ରୁ ଅଧିକ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ଦିଆଯାଇଛି। ଆଜି ମହିଳା ପାଇଲଟମାନେ ରାଫେଲ ଭଳି ଲଢୁଆ ବିମାନ ଉଡ଼ାଉଛନ୍ତି । ପ୍ରଥମ ଥର ପାଇଁ ଯୁଦ୍ଧ ଜାହାଜରେ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯାଉଛି। ଶକ୍ତିଶାଳୀ, ଦକ୍ଷ ଏବଂ ସମ୍ବଳସମ୍ପନ୍ନ ଭାରତୀୟ ଶକ୍ତି ବିଶ୍ୱରେ ଆଧୁନିକତାର ନୂଆ ମାନଦଣ୍ଡ ସ୍ଥାପନ କରିବ।

ସାଥୀମାନେ,

ସରକାର ଆପଣଙ୍କ ଆବଶ୍ୟକତାକୁ ମଧ୍ୟ ଆପଣଙ୍କ ପରିବାରର ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ନେଉଛନ୍ତି। ଆମର ଯବାନଙ୍କ ପାଖରେ ଏବେ ଏମିତି ପୋଷାକ ଅଛି, ଯାହା ଅମାନବୀୟ ତାପମାତ୍ରା ସହ୍ୟ କରିପାରିବ। ଆଜି ଦେଶରେ ଏଭଳି ଡ୍ରୋନ୍ ତିଆରି ହେଉଛି, ଯାହା ଯବାନଙ୍କ ଶକ୍ତିରେ ମଧ୍ୟ ପରିଣତ ହେବା ସହ ସେମାନଙ୍କ ଜୀବନ ମଧ୍ୟ ବଞ୍ଚାଇବ। ୱାନ୍ ରାଙ୍କ୍ ୱାନ୍ ପେନ୍ ସନ୍- ଓଆରଓପି ଅଧୀନରେ ମଧ୍ୟ ଏପର୍ଯ୍ୟନ୍ତ ୯୦ ହଜାର କୋଟି ଟଙ୍କା ଦିଆଯାଇଛି।

 

ସାଥୀମାନେ,

ଦେଶ ଜାଣିଛି ଯେ ତୁମର ପ୍ରତ୍ୟେକ ପଦକ୍ଷେପ ଇତିହାସର ଦିଗ ନିର୍ଦ୍ଧାରଣ କରିଥାଏ। ଏହା କେବଳ ଆପଣଙ୍କ ଭଳି ହିରୋଙ୍କ ପାଇଁ କୁହାଯାଇଛି-

ବୀର ଯବାନମାନେ ବିଚଳିତ ହୁଅନ୍ତି ନାହିଁ,

ଧୈର୍ଯ୍ୟ ହରାଇବା ପାଇଁ ଗୋଟିଏ ମୁହୂର୍ତ୍ତ ବି ନୁହେଁ,

ବାଧାବିଘ୍ନକୁ ଆଲିଙ୍ଗନ କରିଥାଉ,

କଣ୍ଟାରେ ରାସ୍ତା ତିଆରି କରିଥାଉ,

ମୁଁ ନିଶ୍ଚିତ ଯେ, ଆପଣ ମାନେ ମା' ଭାରତୀଙ୍କୁ ଏହି ଉପାୟରେ ସେବା ଜାରି ରଖିବେ । ଆପଣଙ୍କ ସହଯୋଗ ରେ ଦେଶ ବିକାଶର ନୂତନ ଶିଖର ଛୁଇଁବାରେ ଲାଗିବ । ଆମେ ସମସ୍ତେ ମିଳିମିଶି ଦେଶର ପ୍ରତ୍ୟେକ ସଂକଳ୍ପ ପୂରଣ କରିବୁ। ଏହି କାମନା ସହିତ, ପୁଣି ଥରେ ଆପଣ ସମସ୍ତଙ୍କୁ ଦୀପାବଳିର ବହୁତ ବହୁତ ଶୁଭେଚ୍ଛା । ମୋ ସହିତ କୁହନ୍ତୁ-

ଭାରତ ମାତା କି - ଜୟ,

ଭାରତ ମାତା କି - ଜୟ,

ଭାରତ ମାତା କି - ଜୟ,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ବନ୍ଦେ ମାତରମ୍,

ଭାରତ ମାତା କି ଜୟ,

ଆପଣଙ୍କୁ ଦୀପାବଳିର ଅନେକ-ଅନେକ ଶୁଭେଚ୍ଛା !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government e-Marketplace Generates Rs 1.76 Lakh Crore In Net Social Savings Over Three Years: IIT Delhi Study

Media Coverage

Government e-Marketplace Generates Rs 1.76 Lakh Crore In Net Social Savings Over Three Years: IIT Delhi Study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.