“ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି”
“ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”
“ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି। ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ। ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ”
“ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି”
“ବିଶ୍ବାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି”
“ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ”
ଦେଶ ଓ ଦେଶବାସୀଙ୍କ ସହ ବିଶ୍ବାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ନମିଳିବ ତାହା ସୁନିଶ୍ଚିତ କରାଯିବା ଉଚିତ୍”
“ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍”

ଲୋକପାଳର ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ମହାଶୟ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ସୁରେଶ ଏନ.ପଟେଲ ମହାଶୟ, ସିବିଆଇର ନିର୍ଦ୍ଦେଶକ ସୁବୋଧ କୁମାର ଜୟଶ୍ୱାଲ ମହାଶୟ, ପ୍ରତିଷ୍ଠିତ ଆଲୋଚକ ଗଣ (ପ୍ୟାନେଲିଷ୍ଟ), ଭିନ୍ନ ଭିନ୍ନ ରାଜ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ,

ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ଦୁର୍ନୀତି ସହିତ ଜଡିତ ନୂତନ ଆହ୍ୱାନର ସାର୍ଥକ ସମାଧାନ ଖୋଜିବାପାଇଁ, ଆପଣ ସମସ୍ତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସାନିଧ୍ୟରେ ମହାମନ୍ଥନ ପାଇଁ ଏକାଠି ହୋଇଛନ୍ତି । ସର୍ଦ୍ଦାର ପଟେଲ ସଦା ସର୍ବଦା, ପ୍ରଶାସନକୁ ଭାରତର ବିକାଶ, ଜନତାଙ୍କ ସରକାର, ଜନହୀତର, ଆଧାର କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ । ଆଜି ଆମେ ଭାରତର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛେ । ଆଗାମୀ 25 ବର୍ଷ, ଅର୍ଥାତ ଏହି ଅମୃତକାଳରେ ଆତ୍ମନିର୍ଭର ଭାରତର ବିରାଟ ସଂକଳ୍ପ ଗୁଡିକୁ ସାକାର କରିବା ଦିଗରେ ଦେଶ ଅଗ୍ରସର ହେଉଛି । ଆଜି ଆମେ ସୁଶାସନକୁ ଏକ ପ୍ରକାରରେ- ସୁ- ଶାସନ, ଲୋକାଭିମୁଖି, ସକ୍ରିୟ ପ୍ରଶାସନକୁ ସଶକ୍ତ କରିବାରେ ଲାଗିଛୁ। ଏଭଳି ସମୟରେ ଆପଣ ସମସ୍ତ ସାଥୀଙ୍କର କାର୍ଯ୍ୟତତ୍ପରତା, କାର୍ଯ୍ୟଶୀଳତା ସର୍ଦ୍ଦାର ସାହେବଙ୍କ ଆଦର୍ଶକୁ ସୁଦୃଢ କରିବାକୁ ଯାଉଛି।

ସାଥୀଗଣ,

ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି-

ନ୍ୟାୟମୂଳଂ ସ୍ୱରାଜ୍ୟଂ ସ୍ୟାତ୍!

ଅର୍ଥାତ ସୁରାଜ୍ୟ ସେତେବେଳେ ସମ୍ଭବ ଯେତେବେଳେ ସମସ୍ତଙ୍କୁ ନ୍ୟାୟ ମିଳିବ । ଭ୍ରଷ୍ଟାଚାର-ଦୁର୍ନିତି, ଛୋଟ ହେଉ ଅବା ବଡ଼, ତାହା କାହାର ନା କାହାର ଅଧିକାରକୁ ଛଡାଇ ନେଇଥାଏ । ଏହା ଦେଶର ସାଧାରଣ ନାଗରିକଙ୍କୁ ସେମାନଙ୍କର ଅଧିକାର ଗୁଡ଼ିକରୁ ବଞ୍ଚିତ କରିଥାଏ, ରାଷ୍ଟ୍ରର ପ୍ରଗତିରେ ବାଧକ ସାଜିଥାଏ ଆଉ ଏକ ରାଷ୍ଟ୍ର ଭାବେ ରହିଥିବା ଆମର ସାମୂହିକ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ଆପଣ ସମସ୍ତ ସାଥୀଙ୍କ ଉପରେ, ଯେଉଁ ସଂସ୍ଥା ସହିତ ଆଣଙ୍କର ସମ୍ବନ୍ଧ ରହିଛି ସେମାନଙ୍କ ଉପରେ, ଦୁର୍ନିତି ରୂପୀ ଅନ୍ୟାୟକୁ ଶେଷ କରିବାର ବହୁତ ବଡ଼ ଗୁରୁଦାୟିତ୍ୱ ରହିଛି । ଆଜି ଆପଣଙ୍କୁ ସର୍ଦ୍ଦାର ପଟେଲଙ୍କ ଛତ୍ରଛାୟାରେ, ଆଉ ମାତା ନର୍ମଦାଙ୍କ କୂଳରେ ଆପଣଙ୍କର ସଂଳ୍ପକୁ ପୁଣିଥରେ ଦୋହରାଇବାକୁ ପଡ଼ିବ, ଦେଶ ପ୍ରତି ନିଜର ଦାୟିତ୍ୱର ଅନୁଭବକୁ ନୂତନ ଉର୍ଜ୍ଜାରେ ଭରିବାକୁ ପଡ଼ିବ।

ସାଥୀଗଣ,

ବିଗତ 6-7 ବର୍ଷର ନିରନ୍ତର ପ୍ରୟାସ ଫଳରେ ଆମେ ଦେଶରେ ଏକ ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହୋଇଛୁ, ଯେ ବଢ଼ି ଚାଲିଥିବା ଦୁର୍ନିତିକୁ ରୋକିବା ସମ୍ଭବପର । ଆଜି ଦେଶକୁ ଏହି କଥାର ବିଶ୍ୱାସ ହୋଇଛି ଯେ, କୌଣସି ଦେଣ-ନେଣ ବିନା, କୌଣସି ମଧ୍ୟସ୍ଥିଙ୍କ ବିନା ମଧ୍ୟ ସରକାରୀ ଯୋଜନାଗୁଡ଼ିକର ଲାଭ ମିଳି ପାରିବ । ଆଉ ଆଜି ଦେଶକୁ ଏହି କଥାର ମଧ୍ୟ ବିଶ୍ୱାସ ହୋଇଛି ଯେ ଦେଶ ସହିତ ବିଶ୍ୱାସଘାତକ କରୁଥିବା ଲୋକ, ଗରିବଙ୍କୁ ଲୁଟୁଥିବା ଲୋକ, କେତେ ମଧ୍ୟ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଦେଶ ଏବଂ ଦୁନିଆରେ କୌଣସି ସ୍ଥାନରେ ଥିଲେ ମଧ୍ୟ, ଏବେ ସେମାନଙ୍କ ଉପରେ ଦୟା କରାଯାଇ ପାରିବ ନାହିଁ, ସରକାର ସେମାନଙ୍କୁ ଛାଡ଼ୁ ନାହାଁନ୍ତି।

ସାଥୀଗଣ,

ବିଗତ 6-7 ବର୍ଷର ନିରନ୍ତର ପ୍ରୟାସ ଫଳରେ ଆମେ ଦେଶରେ ଏକ ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହୋଇଛୁ, ଯେ ବଢ଼ି ଚାଲିଥିବା ଦୁର୍ନିତିକୁ ରୋକିବା ସମ୍ଭବପର । ଆଜି ଦେଶକୁ ଏହି କଥାର ବିଶ୍ୱାସ ହୋଇଛି ଯେ, କୌଣସି ଦେଣ-ନେଣ ବିନା, କୌଣସି ମଧ୍ୟସ୍ଥିଙ୍କ ବିନା ମଧ୍ୟ ସରକାରୀ ଯୋଜନାଗୁଡ଼ିକର ଲାଭ ମିଳି ପାରିବ । ଆଉ ଆଜି ଦେଶକୁ ଏହି କଥାର ମଧ୍ୟ ବିଶ୍ୱାସ ହୋଇଛି ଯେ ଦେଶ ସହିତ ବିଶ୍ୱାସଘାତକ କରୁଥିବା ଲୋକ, ଗରିବଙ୍କୁ ଲୁଟୁଥିବା ଲୋକ, କେତେ ମଧ୍ୟ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଦେଶ ଏବଂ ଦୁନିଆରେ କୌଣସି ସ୍ଥାନରେ ଥିଲେ ମଧ୍ୟ, ଏବେ ସେମାନଙ୍କ ଉପରେ ଦୟା କରାଯାଇ ପାରିବ ନାହିଁ, ସରକାର ସେମାନଙ୍କୁ ଛାଡ଼ୁ ନାହାଁନ୍ତି।

ସାଥୀଗଣ,

ଆଣମାନେ ଏହା ମଧ୍ୟ ଜାଣନ୍ତି ଯେ ଏହି ବିଶ୍ୱାସ ଏତେ ସହଜରେ ଦୃଢ଼ ହୋଇ ନାହିଁ । ପୂର୍ବରୁ ଯେଉଁଭଳି ଭାବେ ସରକାର ଚାଲିଥିଲା, ପୂର୍ବରୁ ଯେଉଁଭଳି ଭାବେ ବ୍ୟବସ୍ଥା ସବୁ ଚାଲିଥିଲା, ସେଥିରେ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତି ଦୁଇଟି ଯାକର ଊଣା ରହିଥିଲା । ଆଜି ଭ୍ରଷ୍ଟାଚାର ଉପରେ ପ୍ରହାରର ଇଚ୍ଛାଶକ୍ତି ମଧ୍ୟ ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ମଧ୍ୟ କରାଯାଉଛି ।

ସାଥୀଗଣ,

ଆଜି ଏକବିଂଶ ଶତାବ୍ଦୀର ଭାରତ, ଆଧୁନିକ ଚିନ୍ତାଧାରା ସହିତ ହିଁ ଟେକ୍ନୋଲୋଜିକୁ ମାନବତାର ହିତ ନିମନ୍ତେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛି । ନ୍ୟୁ ଇଣ୍ଡିଆ ନବସୃଜନ କରୁଛି, ପଦକ୍ଷେପ ନେଉଛି ଆଉ କାର୍ଯ୍ୟକାରୀ କରୁଛି । ନ୍ୟୁ ଇଣ୍ଡିଆ ଏବେ ଏହି କଥାକୁ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଭ୍ରଷ୍ଟାଚାର ହେଉଛି ବ୍ୟବସ୍ଥାର ଏକ ଅଂଶ । ତାହାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ବ୍ୟବସ୍ଥା ଦରକାର, ପ୍ରଭାବଶାଳୀ ବ୍ୟବସ୍ଥା ଦରକାର ଆଉ ଶାସନ ପାରଦର୍ଶୀ ହେବା ଦରକାର।

ସାଥୀଗଣ,

ସ୍ୱାଧୀନତା ପରବର୍ତ୍ତୀ ଦଶକମାନଙ୍କରେ ଯେଉଁସବୁ ବ୍ୟବସ୍ଥା ପ୍ରସ୍ତୁତ ହେଲା, ଯେଉଁ ଚିନ୍ତାଧାରା ରହିଲା, ସେଥିରେ ଏହି ଭାବନା ପ୍ରଧାନ ଭାବେ ରହିଥିଲା ଯେ, ସରକାର ସବୁକିଛି ନିଜ ଅଧୀନରେ ରଖିବେ । ସେତେବେଳର ସରକାରମାନେ ଶାସନର ଅଧିକାଂଶ ଭାଗକୁ ନିଜ ଅକ୍ତିଆରରେ ରଖିଲେ ଆଉ ଏହି କାରଣରୁ ବ୍ୟବସ୍ଥାରେ ଅନେକ ପ୍ରକାରର ଭୁଲ ପ୍ରବୃତିମାନ ଜନ୍ମ ନେଲା । ଅଧିକାଂଶ ଭାଗକୁ ନିଜ ଅକ୍ତିଆରରେ ରଖିବା, ସେ ହୁଏତ ଘରେ ହେଉ, ପରିବାରରେ ହେଉ ଅବା ଦେଶରେ, ସର୍ବାଧିକ କ୍ଷତି କରିଥାଏ । ଏଥିାଇଁ ଆମେ ଦେଶବାସୀଙ୍କ ଜୀବନରୁ ସରକାରଙ୍କ ଦଖଲ ବା ହସ୍ତକ୍ଷେପକୁ କମ୍ କରିବା କଥାକୁ ଏକ ମିଶନ ଭାବେ ଗ୍ରହଣ କଲୁ । ଆମେ ସରକାରୀ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ପାଇଁ ନିରନ୍ତର ପ୍ରୟାସ କଲୁ । ସର୍ବାଧିକ ସରକାରୀ ହସ୍ତକ୍ଷେପ ବଦଳରେ ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ ଉପରେ ଦୃଷ୍ଟି ଦେଲୁ ।

ସାଥୀଗଣ,

ଆଣ ସମସ୍ତେ ହେଉଛନ୍ତି ଏହି କଥାର ସାକ୍ଷୀ ଯେ ଦେଶର ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ କେଉଁଭଳି ଭାବେ ବିଶ୍ୱାସ ଏବଂ ଟେକ୍ନୋଲୋଜି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ସେ ଦେଶର ନାଗରିକମାନଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନଙ୍କୁ ସନ୍ଦେହର ଚକ୍ଷୁରେ ଦେଖନ୍ତି ନାହିଁ । ଏହି ବିଶ୍ୱାସ ମଧ୍ୟ ଭ୍ରଷ୍ଟାଚାରର ଅନେକଗୁଡ଼ିଏ ରାସ୍ତାକୁ ବନ୍ଦ କରିଛି । ଏଥିପାଇଁ ଦସ୍ତାବେଜର ଯାଞ୍ଚ ସ୍ତରକୁ ହଟାଇ ଦେଇ, ଦୁର୍ନିତି ଏବଂ ଅନାବଶ୍ୟକ ଚିନ୍ତାରୁ ରକ୍ଷା କରିବାର ରାସ୍ତା ନିର୍ମାଣ କରିଛୁ । ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା, ଜନ୍ମ ପ୍ରମାଣପତ୍ର ଠାରୁ ନେଇ ନେସନ୍ ପାଇଁ ଜରୁରୀ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ ଶହ-ଶହ ସୁବିଧା ମଧ୍ୟସ୍ଥିଙ୍କ ବିନା ପ୍ରଦାନ କରାଯାଉଛି । ଗ୍ରୁପ-ସି ଏବଂ ଗ୍ରୁପ-ଡି’ ପର୍ଯ୍ୟନ୍ତ ଶହ-ଶହ ସୁବିଧା ମଧ୍ୟସ୍ଥିଙ୍କ ବିନା ପ୍ରଦାନ କରାଯାଉଛି । ଗ୍ରୁପ-ସି ଏବଂ ଗ୍ରୁପ-ଡି’ର ଚାକିରୀରେ ଭର୍ତ୍ତି ସମୟରେ ସାକ୍ଷାତକାରକୁ ସମାପ୍ତ କରିଛୁ, ତେବେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଦୁର୍ନିତିର ଚାପରୁ ମୁକ୍ତି ମିଳିଛି । ଗ୍ୟାସ ସିଲିଣ୍ଡରର ବୁକିଂ ଠାରୁ ନେଇ ଟ୍ୟାକ୍ସ ସହିତ ଜଡ଼ିତ ପ୍ରକ୍ରିୟା ସବୁକିଛି ଅନ୍ ଲାଇନ ଏବଂ ଫେସଲେସ ପ୍ରକ୍ରିୟା, ସେହି ଲମ୍ବା ଲାଇନରୁ ମୁକ୍ତି ଦେଉଛି ଯାହା ଭ୍ରଷ୍ଟାଚାରର ବହୁତ ବଡ଼ ମାଧ୍ୟମ ରହି ଆସିଥିଲା ।

ସାଥୀଗଣ,

ବିଶ୍ୱାସ ଏବଂ ଟେକ୍ନୋଲୋଜି ଦ୍ୱାରା ଦକ୍ଷ ଶାସନ ଏବଂ ବ୍ୟବସାୟ ସୁଗମତା ଉପରେ କ’ଣ ପ୍ରଭାବ ପଡ଼ିଛି, ଏହାକୁ ଆପଣମାନେ ଭଲ ଭାବେ ଜାଣିଛନ୍ତି । ଅନୁମତି ଏବଂ ଅନୁପାଳନ ନାମରେ, ବ୍ୟବବସାୟ ଆରମ୍ଭ କରିବା ଏବଂ ବନ୍ଦ କରିବା ନାମରେ, ବ୍ୟାଙ୍କରୁ ଋଣ ନେବା କିମ୍ବା ଋଣକୁ ରଫାଦଫା କରିବା ଠାରୁ ନେଇ, ଯାହା କିଛି ମଧ୍ୟ ଅତୀତରେ ହୋଇଛି, ଦେଶକୁ ଯାହାସବୁ କ୍ଷତି ହୋଇଛି, ସେଗୁଡ଼ିକୁ ଏବେ ଠିକ କରାଯାଉଛି । ବିଗତ ବର୍ଷମାନଙ୍କରେ ଏଭଳି ଶହ-ଶହ ଆଇନର ଜାଲକୁ ଆମେ ସଫା କରିଛୁ ଆଉ ଆଜିକାର ଆହ୍ୱାନକୁ ଦେଖି କିଛି କଠୋର ନୂତନ ଆଇନ ମଧ୍ୟ ଦେଶକୁ ଦେଇଛୁ । ହଜାର-ହଜାର ଅନୁପାଳନ ଏବଂ ଭିନ୍ନ ଭିନ୍ନ ପ୍ରକାରର ଏନଓସି, ବିଭିନ୍ନ ପ୍ରକାରର ଅନୁମତି ନାମରେ ଦୁର୍ନିତିର କିଭଳି ଖେଳ ଚାଲୁଥିଲା, ଏହା ଆପଣମାନଙ୍କ ଠାରୁ ବେଶୀ ଭଲ ଭାବେ ଆଉ କିଏ ଜାଣିଛି । ବିଗତ ବର୍ଷମାନଙ୍କରେ ହଜାର-ହଜାର ଅନୁପାଳନ ଶେଷ କରାଯାଇ ସାରିଛି ଆଉ ଆଗାମୀ ସମୟରେ ଆହୁରି ଏଭଳି ହଜାର-ହଜାର ଅନୁପାଳନ ଶେଷ କାରାଯିବାର ଉଦ୍ଦେଶ୍ୟ ରହିଛି । ଅଧିକାଂଶ ଅନୁମତିକୁ ଫେସଲେସ କରଯାଇ ସାରିଛି ଆଉ ସ୍ବୟଂ ଆତ୍ମସମୀକ୍ଷା, ସ୍ବୟଂ ଘୋଷଣାନାମ ଭଳି ପ୍ରକ୍ରିୟାଗୁଡ଼ିକୁ ବ୍ୟବସାୟ ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଜିଇଏମ (ଜେମ) ଅର୍ଥାତ ସରକାରୀ ଇ-ବଜାର ସ୍ଥଳ ଯୋଗୁଁ ସରକାରୀ କ୍ରୟ ଏବଂ ଇ-ଟେଣ୍ଡରିଂରେ ପାରଦର୍ଶିତା ଆସିଛି, ଦ୍ୱନ୍ଦ କମ ହୋଇଛି । ଡିଜିଟାଲ ଫ୍ରୁଟ ପ୍ରିଣ୍ଟସ ଅଧିକରୁ ଅଧିକ ହେବା ଦ୍ୱାରା ତଦନ୍ତ ମଧ୍ୟ ଅଧିକ ସହଜ ଏବଂ ସୁବିଧାଜନକ ହୋଇଯାଇଛି । ନିକଟରେ ଶୁଭାରମ୍ଭ କରଯାଇଥିବା- ପିଏମ ଗତିଶକ୍ତି-ନ୍ୟାସନାଲ ମାଷ୍ଟର ପ୍ଲାନ ଦ୍ୱାରା ମଧ୍ୟ ନିଷ୍ପତ୍ତି ଗ୍ରହଣ ସହିତ ଜଡ଼ିତ ଅନେକ ଅସୁବିଧା ସମାପ୍ତ ହେବାକୁ ଯାଉଛି ।

ସାଥୀଗଣ,

ଯେତେବେଳେ ଆମେ ବିଶ୍ୱାସ ଏବଂ ଟେକ୍ନୋଲୋଜିର ସମୟରେ ଆଗକୁ ବଢ଼ୁଛେ, ସେତେବେଳେ ଆପଣ ସମସ୍ତ ସାଥୀଙ୍କ ଉପରେ, ଆପଣଙ୍କ ଭଳି କର୍ମଯୋଗୀଙ୍କ ଉପରେ ଦେଶର ବିଶ୍ୱାସ ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ । ଆମ ସମସ୍ତଙ୍କୁ ସବୁବେଳେ ଗୋଟିଏ କଥା ମନେ ରଖିବାକୁ ପଡ଼ିବ– ରାଷ୍ଟ୍ର ପ୍ରଥମ ! ଆମ କାର୍ଯ୍ୟର ହେଉଛି ଗୋଟିଏ ମାତ୍ର କସଟି ପଥର ହେଉଛି –ଜନହିତ, ଜନ-ସରୋକାର!

ଯଦି ଆମର ନିଷ୍ପତି, ଏହି କସଟି ପଥରରେ କସି ହୋଇ ବାହାରି ପାରିଲା, ତେବେ ମୁଁ ସର୍ବଦା ଦେଶର ପ୍ରତ୍ୟେକ କର୍ମଯୋଗୀଙ୍କ ପଛରେ ଦୃଢ଼ତାର ସହିତ ଠିଆ ହୋଇ ଥିବା ଦେଖିବେ। ସରକାର କଠୋର ଆଇନଗତ ରାସ୍ତା ତିଆରି କରିଛନ୍ତି । ସେଗୁଡ଼ିକୁ ଲାଗୁ କରିବା ହେଉଛି ଆପଣଙ୍କର କର୍ମ। କିନ୍ତୁ ଆଇନର ଶକ୍ତି ସହିତ ହିଁ ଉଚିତ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା, ପ୍ରେରଣା ଦେବା ଏହା ମଧ୍ୟ ହେଉଛି ସେତିକି ପରିମାଣରେ ଜରୁରୀ ।

ସାଥୀଗଣ,

ସାଧାରଣତଃ କୌଣସି ଭ୍ରଷ୍ଟ୍ରାଚାର, ଦୁର୍ନୀତି, ଅନିୟମିତତା ହେଲେ ଆପଣମାନଙ୍କର କାର୍ଯ୍ୟ ଆରମ୍ଭ ହୋଇଥାଏ । ମୁଁ ଆପଣମାନଙ୍କ ସହିତ ମୋର ଏକ ଛିନ୍ତାଧାରା ବିୟେରେ ମତ ବିନିମୟ କରିବାକୁ ଚାହେଁ । ଏହା କାହିଁକି ହୋଇପାରିବ ନାହିଁ ଯେ, ଆମେ ପ୍ରତିଷେଧକ ଭିଜିଲାନ୍ସ ଉପରେ କାମକରିବା। ଯଦି ଆମେ ସତର୍କ ରହିବା, ସାବଧାନ ରହିବା ତେବେ ଏହି କାର୍ଯ୍ୟ ସହଜରେ କରାଯାଇପାରିବ। ଟେକ୍ନୋଲୋଜିର ସାହାଯ୍ୟ ନେଇ, ନିଜର ଅଭିଜ୍ଞତାକୁ ନେଇ ଏହି ବ୍ୟବସ୍ଥାକୁ ଆହୁରି ମଜବୁତ କରିପାରିବ। ପ୍ରତିଷେଧକ ଭିଜିଲାନ୍ସକୁ ନେଇ ସତର୍କତା, ଟେକ୍ନୋଲୋଜି ସହିତ  ପ୍ରକ୍ରିୟାରେ ସରଳତା, ସ୍ୱଚ୍ଛତା, ପାରଦର୍ଶୀତା ଆଣି ଆମେ ଅନେକ ବଡ଼ ପରିବର୍ତ୍ତନ ଆଣିପାରିବା।

ଆଜି ଦେଶରେ ଅନେକ ସରକାରୀ ବିଭାଗ, ବ୍ୟାଙ୍କ, ପିଏସୟୁ, ଆର୍ଥିକ ସଂସ୍ଥାନ ପ୍ରତିଷେଧକ ଭିଜିଲାନ୍ସ ଦିଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ଆମେ ସମସ୍ତେ ଆମ ଘରେ ଅନେକ ଥର ଶୁଣିଛୁ ଯେ ଆରୋଗ୍ୟ ଅପେକ୍ଷା ପ୍ରତିଷେଧକ ଭଲ, ଆପଣ ପ୍ରୟାସ କରିବା ଉଚିତ ଯେ, ପ୍ରତିଷେଧକ ଭିଜିଲାନ୍ସ ଆପଣଙ୍କ କାର୍ଯ୍ୟ ପଦ୍ଧତିର ଏକ ଅଂଶ ହେବା ଉଚିତ୍। ଏହା ସହିତ, ଆପଣଙ୍କର କାର୍ଯ୍ୟ ସହଜ ହେବ, ଦ୍ୱିତୀୟରେ ଦେଶର ସମୟ, ସଂସାଧନ, ଶକ୍ତି ସଞ୍ଚୟ ହେବ। ମୋତେ ଅବଗତ କରାଯାଇଛି ଯେ, ଏହାକୁ ଦୃଷ୍ଟିରେ ରଖି ସିଭିସି ଏହାର ନିୟମାବଳୀରେ କିଛି ସୁଧାର ଆଣିଛି । ଏହି ନିୟମ ପୁସ୍ତକରେ ଇ-ଭିଜିଲାନ୍ସ ବା ସତର୍କତା ଉପରେ ଏକ ଅତିରିକ୍ତ ଅଧ୍ୟାୟ ସଂଯୋଗ କରାଯାଇଛି। ଅପରାଧୀମାନେ ପ୍ରତ୍ୟେକ ମାସରେ ପ୍ରତିଦିନ ନୂଆ ଉପାୟ ଖୋଜନ୍ତି, ତେଣୁ ଆମକୁ ସେମାନଙ୍କଠାରୁ ଦୁଇ ପାଦ ଆଗରେ ରହିବାକୁ ପଡ଼ିବ।

ସାଥୀଗଣ,

ଆଣଙ୍କୁ ମନେ ରଖିବାକୁ ପଡ଼ିବ ଯେ ଆପଣଙ୍କ ସମ୍ପର୍କ ହେଉଛି ଏହି ମାଟି ସହିତ, ମାଆ ଭାରତୀ ସହିତ । ଦେଶ ଏବଂ ଦେଶବାସୀଙ୍କୁ ଠକୁଥିବା ଲୋକମାନଙ୍କ ପାଇଁ ଦେଶରେ ଅବା ଦୁନିଆରେ କୌଣସି ମଧ୍ୟ ସୁରକ୍ଷିତ ସ୍ୱର୍ଗ ରହିଥିବା ଉଚିତ ନୁହେଁ । କେହି କେତେ ମଧ୍ୟ ଶକ୍ତିଶାଳୀ ହୋଇଥାଉ ନା କାହିଁକି, ଯଦି ସେ ରାଷ୍ଟ୍ରହିତର, ଜନହିତର ବିରୁଦ୍ଧାଚରଣ କରୁଛି, ତେବେ ତାହା ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ପଛଘୁଞ୍ଚା ଦେବାର କୌଣସି ଆବଶ୍ୟକତା ନାହିଁ। ଆମକୁ ରାଷ୍ଟ୍ରହିତରେ ନିଜର କର୍ମ କରି ଚାଲିବାକୁ ହେବ, ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତାର ସହିତ ତୁଲାଇବାକୁ ପଡ଼ିବ । ଆଉ ଗୋଟିଏ କଥା ଆପଣମାନଙ୍କୁ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ । କାହାକୁ ଡରାଇବା ଆପଣଙ୍କ କାର୍ଯ୍ୟ ନୁହେଁ ବରଂ ଗରିବରୁ ଅତି ଗରିବଙ୍କ ମନ-ମସ୍ତିଷ୍କରେ ରହିଥିବା ଅଯଥା ଭୟକୁ ବାହାର କରିବାକୁ ହେବ, କୁଣ୍ଠାବୋଧର ପରିବେଶକୁ ଦୂର କରିବାକୁ ହେବ । ଭ୍ରଷ୍ଟାଚାର ବିରୁଦ୍ଧରେ ଦେଶର ଲଢ଼େଇ ଦିନକୁ ଦିନ ଆହୁରି ସୁଦୃଢ଼ ହେଉ, ଏଥିପାଇଁ ଆପଣମାନଙ୍କର ପ୍ରୟାସ ହେଉଛି ବହୁତ ଜରୁରୀ । ଆମ୍ଭମାନଙ୍କୁ ଏହି ଲଢ଼େଇକୁ ସଂସ୍ଥା ମଧ୍ୟରେ ହିଁ ସୀମିତ ରଖିବା ଉଚିତ ନୁହେଁ । ଏଥିପାଇଁ ଆଜି ଟେକ୍ନୋଲୋଜିର ନକରାତ୍ମକ ଦିଗଗୁଡ଼ିକ ସହିତ ଲଢ଼ିବା ମଧ୍ୟ ହେଉଛି ବହୁତ ଜରୁରୀ । ଯେତି କୌଣସି ମଧ୍ୟ ତାଲା ସବୁଠାରୁ ସର୍ବୋଚ୍ଚ ସୁରକ୍ଷା ହୋଇପାରେ ନାହିଁ, ମନ୍ଦ ଉଦ୍ଦେଶ୍ୟର ବ୍ୟକ୍ତି ତାହାର ଚାବିକୁ କୌଣସି ମତେ ଖୋଜି ବାହାର କରି ନେଇଥାଏ । ସେମିତି ହିଁ ଟେକ୍ନୋଲୋଜିର କବଚକୁ ଭେଦ କରିବାର ଉପାୟ ମଧ୍ୟ ଅପରାଧୀ ମାନସିକତା ବ୍ୟକ୍ତି ଖୋଜି ବାହାର କରି ନିଅନ୍ତି । ସୁଦୃଢ଼ ଡିଜିଟାଲ ଶାସନ ସହିତ ସାଇବର ଅପରାଧ ଏବଂ ସାଇବର ଫ୍ରଡ ମଧ୍ୟ ଏକ ବହୁତ ବଡ଼ ଆହ୍ୱାନ ରୂପେ ଠିଆ ହେବାକୁ ଯାଉଛି । ମୋର ବିଶ୍ୱାସ ରହିଛି ଯେ ଆପଣ ସମସ୍ତେ ବିଶେଷଜ୍ଞମାନେ ଆଗାମୀ ଦିନମାନଙ୍କରେ ଏହି ଆହ୍ୱାନଗୁଡ଼ିକୁ ଗମ୍ଭୀରତାର ସହିତ ମନ୍ଥନ କରିବେ । ଆଉ ଗୋଟିଏ ଅନୁରୋଧ ମୁଁ 15 ଅଗଷ୍ଟରେ ଲାଲକିଲ୍ଲାରୁ ସମସ୍ତ ସରକାରୀ ବିଭାଗ ଗୁଡ଼ିକରେ ନିୟମ, ପ୍ରକ୍ରିୟାଗୁଡ଼ିକୁ ସମୀକ୍ଷା କରିବାକୁ କହିଥିଲି । ମୁଁ ସିଭିସି ଏବଂ ସିବିଆଇ ସମସ୍ତ ଅଣଦୁର୍ନିତି ସଂସ୍ଥାଗୁଡ଼ିକୁ ମଧ୍ୟ କହିବି ଯେ, ଆପଣଙ୍କର ସେଠାରେ ଦଶକ ଦଶକ ଧରି ଯେଉଁସବୁ ପ୍ରକ୍ରିୟା ଚାଲି ଆସୁଛି, ଯେଉଁଗୁଡ଼ିକ ନୂତନ ଭାରତର ନୂତନ ଚିନ୍ତାଧାରାର ବିରୁଦ୍ଧାଚରଣ କରୁଛି, ସେଗୁଡ଼ିକୁ ଦୂର କରାଯାଉ । ନୂତନ ଭାରତର ନୂତନ ଚିନ୍ତାଧାରା ଏବଂ ନୂତନ ସଂକଳ୍ପଗୁଡ଼ିକ ପାଇଁ ଏହାଠାରୁ ଉନ୍ନତ ସମୟ ଆଉ କ’ଣ ହୋଇପାରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବପାଳନ କରୁଛି । ଆପଣ ମଧ୍ୟ ଏହି ମହାଯଜ୍ଞରେ ନିଜର ପ୍ରୟାସ ଗୁଡ଼ିକ ସହିତ ଲାଗି ପଡ଼ନ୍ତୁ । ଆପଣମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କୁ ବ୍ୟବସ୍ଥାର ସୂକ୍ଷ୍ମତା ସବୁ ଜଣାଅଛି, ଆଉ ସେହି ଅସୁବିଧା ବିଷୟରେ ମଧ୍ୟ ଜଣାଅଛି ଯେଉଁଠାରୁ ଦୁର୍ନିତି ଜନ୍ମନିଏ । ଦୁର୍ନିତି ପାଇଁ ଜିରୋ, ଶୂନ୍ୟ ସହନଶୀଳତା ନ୍ୟୁ ଇଣ୍ଡିଆର ନୀତିକୁ ଆପଣମାନଙ୍କୁ ଦିନକୁ ଦିନ ସୁଦୃଢ଼ କରିବାକୁ ହେବ । ଆପଣ ଏହି ମହାମନ୍ଥନ ସମୟରେ ମଧ୍ୟ ଏହି ପ୍ରକାରର ପ୍ରକ୍ରିୟା ଗୁଡ଼ିକ ଉପରେ ଏବଂ ଆଇନଗୁଡ଼ିକ ଉପରେ ଚର୍ଚ୍ଚା କରିବେ।

ଆପଣ ନିୟମଗୁଡ଼ିକୁ ଏହିପରି ଭାବେ ଲାଗୁ କରନ୍ତୁ ଯେ ଗରିବ ଲୋକ ବ୍ୟବସ୍ଥାର ନିକଟତର ହେଉ ଏବଂ ଭ୍ରଷ୍ଟାଚାରୀ ଗୋଟି ଗୋଟି କରି ବାହାରକୁ ବହାରିଯିବେ । ଏହା ବହୁତ ବଡ଼ ଦେଶ ସେବା ହେବ। ସ୍ୱାଧୀନତାର ଅମୃତକାଳରେ ଭ୍ରଷ୍ଟାଚାରମୁକ୍ତ ସମାଜ ନିର୍ମାଣ ପାଇଁ ଆପଣ ନବସୃଜନ ସହିତ ଆଗକୁ ବଢ଼ନ୍ତୁ, ଏହି କାମନା ସହିତ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା!

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's creator economy quadruples in five years as non-metro creators dominate growth: Report

Media Coverage

India's creator economy quadruples in five years as non-metro creators dominate growth: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.