ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ : ପ୍ରଧାନମନ୍ତ୍ରୀ
ଆମର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ପ୍ରତିଭା ଭରପୂର ହୋଇ ରହିଛନ୍ତି ଏବଂ ପାରା ଆଥଲେଟମାନେ ହେଉଛନ୍ତି ଏହାର ଏକ ଜୀବନ୍ତ ଉଦାହରଣ : ପ୍ରଧାନମନ୍ତ୍ରୀ
ଦେଶ ଆଜି ଖେଳାଳୀଙ୍କ ନିକଟରେ ପହଞ୍ଚିବା ଲାଗି ଚାହୁଁଛି, ଗ୍ରାମୀଣ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବାରୋପ କରାଯାଉଛି : ପ୍ରଧାନମନ୍ତ୍ରୀ
ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଲାଗି, ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକର ସଂଖ୍ୟା ବର୍ତ୍ତମାନର 360ରୁ 1000 କୁ ବୃଦ୍ଧି କରାଯିବ : ପ୍ରଧାନମନ୍ତ୍ରୀ
ଭାରତରେ କ୍ରୀଡ଼ା ସଂସ୍କୃତି ବିକାଶ ଲାଗି ଆମକୁ ମାର୍ଗ ଓ ବ୍ୟବସ୍ଥାରେ ସୁଧାର ଜାରି ରଖିବାକୁ ହେବ : ପ୍ରଧାନମନ୍ତ୍ରୀ
ଖୋଲା ହୃଦୟରେ ଦେଶ ଏହାର କ୍ରୀଡ଼ାବିତମାନଙ୍କୁ ସହାୟତା କରୁଛି : ପ୍ରଧାନମନ୍ତ୍ରୀ
ଅଞ୍ଚଳ, ରାଜ୍ୟ, ଭାଷାଗତ ଭିନ୍ନତା ସତ୍ତ୍ବେ, ସର୍ବୋପରି ଆପଣମାନେ ହେଉଛନ୍ତି ‘ଟିମ ଇଣ୍ଡିଆ’। ଏହି ଭାବନା ଆମ ସମାଜର ପ୍ରତ୍ୟେକ ଅଂଶ ଏବଂ ପ୍ରତ୍ୟେକ ସ୍ତରରେ ରହିବା ଉଚିତ୍ : ପ୍ରଧାନମନ୍ତ୍ରୀ
ଏଥିପୂର୍ବରୁ, ଦିବ୍ୟାଙ୍ଗ ଜନଙ୍କୁ ସୁବିଧା ଯୋଗାଇ ଦେବାକୁ ଏକ କଲ୍ୟାଣ ଭାବେ ବିବେଚନା କରାଯାଉଥିଲା, ଆଜି ଦେଶ ଏହାକୁ ନିଜର ଦାୟିତ୍ବ ଭାବେ ଗ୍ରହଣ କରି କାର୍ଯ୍ୟ କରୁଛି : ପ୍ରଧାନମ
ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ : ପ୍ରଧାନମନ୍ତ୍ରୀ

ନମସ୍କାର,

କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇଥିବା କେନ୍ଦ୍ର କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ମହୋଦୟସମସ୍ତ ଖେଳାଳି ସାଥୀସମସ୍ତ ପ୍ରଶିକ୍ଷକଏବଂ ବିଶେଷକରି ଅଭିଭାବକ ଓ ଆପଣମାନଙ୍କ ମାତାପିତା । ଆପଣ ସମସ୍ତଙ୍କ ସହ କଥା ହୋଇ ମୋର ବିଶ୍ୱାସ ବଢିଯାଇଛି ଯେ ଏଥର ପାରା ଅଲିମ୍ପିକ୍ସ କ୍ରୀଡାରେ ମଧ୍ୟ ଭାରତ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ମୁଁ ଆମର ସମସ୍ତ ଖେଳାଳିମାନଙ୍କୁ ଏବଂ ସମସ୍ତ ପ୍ରଶିକ୍ଷକମାନଙ୍କୁ ଆପଣମାନଙ୍କ ସଫଳତା ପାଇଁଦେଶର ବିଜୟ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଆପଣମାନଙ୍କ ଆତ୍ମବଳକିଛି ହାସଲ କରି ଦେଖାଇବା ପାଇଁ ଆପଣମାନଙ୍କ ଅସୀମ ଇଚ୍ଛାଶକ୍ତି ରହିଛି ବୋଲି ମୁଁ ଦେଖିପାରୁଛି । ଆପଣ ସମସ୍ତଙ୍କ ପରିଶ୍ରମର ଏହା ପରିଣାମ ଯେ ଆଜି ପାରା ଅଲିମ୍ପିକ୍ସରେ ସବୁଠାରୁ ଅଧିକ ସଂଖ୍ୟାରେ ଭାରତର କ୍ରୀଡାବିତ୍ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଆପଣମାନେ କହୁଥିଲେ ଯେ କରୋନା ମହାମାରୀ ମଧ୍ୟ ଆପଣମାନଙ୍କର ଅସୁବିଧାକୁ ନିଶ୍ଚିତ ଭାବେ ବଢାଇ ଦେଇଥିଲା । କିନ୍ତୁ ଆପଣମାନେ ନିଜର କାର୍ଯ୍ୟଧାରାକୁ ଅବ୍ୟାହତ ରଖିଥିଲେ । ଆପଣମାନେ ତାକୁ ମଧ୍ୟ ଅତିକ୍ରମ କରିବା ପାଇଁ ଯାହା ବି ଆବଶ୍ୟକତା ରହିଛି ତାହା ହିଁ କରିଛନ୍ତି । ଆପଣମାନେ ନିଜର ମନୋବଳ ହ୍ରାସ ହେବାକୁ ଦେଇନାହାନ୍ତିନିଜର ଅଭ୍ୟାସକୁ ବନ୍ଦ ହେବାକୁ ଦେଇନାହାନ୍ତି ଏବଂ ଏହାହିଁ ବାସ୍ତବ କ୍ରୀଡାବିତର ଭାବନା ଅଟେ । ଯେକୌଣସି ପରିସ୍ଥତିରେ ତାହା ଆମକୁ ଏକଥା ଶିଖାଏ ଯେ ହଁ ଆମେ ଏହା କରିବାଆମେ ଏହା କରିପାରିବା ଏବଂ ଆପଣମାନେ ସମସ୍ତେ ଏହା କରି ଦେଖାଇଛନ୍ତି ମଧ୍ୟ । ସମସ୍ତେ କରି ଦେଖାଇଛନ୍ତି ।

ବନ୍ଧୁଗଣ,

ଆପଣମାନେ ଏହି ଲକ୍ଷ୍ୟସ୍ଥଳରେ ପହଂଚିଛନ୍ତି କାରଣ ଆପଣମାନେ ବାସ୍ତବରେ ଚାମ୍ପିଅନ୍ । ଜୀବନର ଖେଳରେ ଆପଣମାନେ ସଙ୍କଟଗୁଡିକୁ ପରାହତ କରିଛନ୍ତି । ଜୀବନର ଖେଳରେ ଆପଣ ଜିତି ସାରିଛନ୍ତିଚାମ୍ପିଅନ୍ ହୋଇ ସାରିଛନ୍ତି । ଜଣେ ଖେଳାଳି ରୂପରେ ଆପଣମାନଙ୍କ ପାଇଁ ନିଜର ବିଜୟଆପଣଙ୍କ ପଦକ ବହୁତ ମହତ୍ୱପୂର୍ଣ୍ଣ ଅଟେକିନ୍ତୁ ମୁଁ ବାରମ୍ବାର କହୁଛି ଯେ ନୂଆ ଭାବନାର ଭାରତ ଆଜି ନିଜର ଖେଳାଳିମାନଙ୍କ ଉପରେ ପଦକର ଚାପ ପକାଉ ନାହିଁ । ଆପଣମାନଙ୍କୁ କେବଳ ନିଜର ଶତ ପ୍ରତିଶତ ଦେବାର ଅଛିସମ୍ପୁର୍ଣ୍ଣ ଏକାଗ୍ରତାର ସହିତକୌଣସି ମାନସିକ ଚାପ ବିନାସମ୍ମୁଖରେ କେତେ ମଜବୁତ ପ୍ରତିଯୋଗୀ ହେଉ ନା କାହିଁକି ଏହାର ଚିନ୍ତା ନକରି କେବଳ ସବୁବେଳେ ମନେ ରଖନ୍ତୁ ଏହି ବିଶ୍ୱାସ ସହିତ ପଡିଆ ଉପରେ ନିଜକୁ ପରିଶ୍ରମ କରିବାର ଅଛି । ମୁଁ ଯେତେବେଳେ ନୂଆ କରି ପ୍ରଧାନମନ୍ତ୍ରୀ ହୋଇଥିଲି ସେତେବେଳେ ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲି । ସେମାନଙ୍କ ଉଚ୍ଚତା ମୋଠାରୁ ଅନେକ ଅଧିକ । ସେହି ଦେଶଗୁଡିକର ପ୍ରତିଷ୍ଠା ବି ଖୁବ୍ ଅଧିକ । ମୋର ପୃଷ୍ଠଭୂମି ମଧ୍ୟ ଆପଣମାନଙ୍କ ଭଳି ହିଁ ଥିଲା ଏବଂ ଦେଶରେ ମଧ୍ୟ ଲୋକମାନେ ସନ୍ଦେହ କରୁଥିଲେ ଯେ ମୋଦୀଜୀଙ୍କୁ ଦୁନିଆ ବିଷୟରେ ତ କିଛି ଜଣାନାହିଁ । ଇଏ ଯଦି ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ତାହାହେଲେ କଣ କରିବେ । କିନ୍ତୁ ମୁଁ ଯେତେବେଳେ ବିଶ୍ୱର ନେତାମାନଙ୍କ ସହ ହାତ ମିଳାଉଥିଲି ସେତେବେଳେ ମୁଁ କେବେ ବି ଏହା ଭାବୁ ନଥିଲି ଯେ ନରେନ୍ଦ୍ର ମୋଦୀ ହାତ ମିଳାଉଛି । ମୁଁ ଏକଥା ଭାବୁଥିଲି ଯେ ଶହେ କୋଟିରୁ ମଧ୍ୟ ଅଧିକ ଜନସଂଖ୍ୟାର ଦେଶ ହାତ ମିଳାଉଛି । ମୋ ପଛରେ ଶହେ କୋଟିରୁ ଅଧିକ ଦେଶବାସୀ ଛିଡା ହୋଇଛନ୍ତି । ଏହି ଭାବନା ରହୁଥିଲା । ଏବଂ ସେହି କାରଣ ମତେ କେବେ ବି ମୋର ଆତ୍ମବିଶ୍ୱାସକୁ  ହରାଇବାକୁ ଦେଉ ନଥିଲା । ମୁଁ ଦେଖୁଛି ଆପଣମାନଙ୍କ ଭିତରେ ତ ଜୀବନକୁ ଜିତିବା ପାଇଁ ଆତ୍ମବିଶ୍ୱାସ ରହିଛି ଆଉ କ୍ରୀଡାରେ ଜିତିବା ତ ଆପଣମାନଙ୍କ ପାଇଁ ବାଁ ହାତର ଖେଳ । ପଦକ ତ ପରିଶ୍ରମ ଦ୍ୱାରା ଆପଣା ଛାଏଁ ଆସିଯିବ । ଆପଣମାନେ ଦେଖିଛନ୍ତି ଅଲିମ୍ପିକ୍ସରେ ଆମର କିଛି ଖେଳାଳି ଜିିତିଥିଲେ ତ ଆଉ କିଛି ଜିତି ପାରି ନ ଥିଲେ । କିନ୍ତୁ ଦେଶ ସମସ୍ତଙ୍କ ସହିତ ଦୃଢତାର ସହ ଛିଡା ହୋଇଥିଲା । ସମସ୍ତଙ୍କ ମନୋବଳ ବଢାଉଥିଲା ।

ବନ୍ଧୁଗଣ,

ଜଣେ ଖେଳାଳି ଭାବରେ ଆପଣମାନେ ଏକଥା ଭଲ ଭାବରେ ଜାଣିଛନ୍ତି ଯେଖେଳପଡିଆରେ ଯେତିକି ଶାରିରୀକ ଶକ୍ତିର ଆବଶ୍ୟକତା ପଡିଥାଏମାନସିକ ଶକ୍ତି ମଧ୍ୟ ସେତିକି ଗୁରୁତ୍ୱ ବହନ କରିଥାଏ । ଆପଣମାନେ ତ ବିଶେଷ ଭାବରେ ଏହିଭଳି ପରିସ୍ଥିତିଗୁଡିକରୁ ମୁକୁଳି ଆଗକୁ ବଢିଛନ୍ତି ଯେଉଁଠାରେ ମାନସିକ ଶକ୍ତି ଦ୍ୱାରା ହିଁ ଏତେସବୁ ସମ୍ଭବ ହୋଇପାରିଛି । ଏଥିପାଇଁଆଜି ଦେଶ ନିଜର ଖେଳାଳିମାନଙ୍କ ନିମନ୍ତେ ଏହିସବୁ ବିଷୟ ଉପରେ ବିଶେଷ ଧ୍ୟାନ ଦେଉଛି । ଖେଳାଳିମାନଙ୍କ ପାଇଁ ‘କ୍ରୀଡା ମନସ୍ତତ୍ୱ’ ତାହା ଉପରେ ନିୟମିତ କର୍ମଶାଳା ଏବଂ ପାଠଚକ୍ରର ଆୟୋଜନ କରାଯାଉଛି । ଆମର ଅଧିକାଂଶ ଖେଳାଳି ଛୋଟ ଛୋଟ ସହର ଓ ଗ୍ରାମାଂଚଳରୁ ଆସିଥାଆନ୍ତି । ଏଥିପାଇଁଉଦାଭସନର ଅଭାବ ମଧ୍ୟ ସେମାନଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଥାଏ । ନୂଆ ଜାଗାନୂଆ ମଣିଷଅନ୍ତର୍ଜାତୀୟ ପରିସ୍ଥିତିଅନେକ ଥର ଏହିସବୁ ଆହ୍ୱାନ ହିଁ ଆମର ମନୋବଳକୁ ହ୍ରାସ କରିଦିଏ । ଏଥିପାଇଁଏହା ସ୍ଥିର କରାଗଲା ଯେ ଏହି ଦିଗରେ ମଧ୍ୟ ଆମର ଖେଳାଳିମାନଙ୍କୁ ତାଲିମ ମିଳିବା ଦରକାର । ମୁଁ ଆଶା କରୁଛି ଯେ ଟୋକିଓ ପାରା ଅଲିମ୍ପିକ୍‌ିସକୁ ଦୃଷ୍ଟିରେ ରଖି ଯେଉଁ ୩ଟି ଅଧିବେଶନରେ ଆପଣମାନେ ଯୋଗ ଦେଇଛନ୍ତି ସେଥିରୁ ଆପଣମାନଙ୍କୁ ବେଶ ସହାୟତା ମଧ୍ୟ ମିଳିଥିବ ।

ବନ୍ଧୁଗଣ,

ଆମର ଛୋଟ ଛୋଟ ଗାଁରେଦୂରଦୂରାନ୍ତ ଇଲାକାରେ କେତେ ଯେ ଅଦ୍ଭୁତ ପ୍ରତିଭା ଭରି ରହିଛନ୍ତିକେତେ ଯେ ଆତ୍ମବିଶ୍ୱାସ ରହିଛିଆଜି ମୁଁ ଆପଣ ସମସ୍ତଙ୍କୁ ଦେଖି ଏକଥା କହିପାରିବି ଯେ ମୋ ସମ୍ମୁଖରେ ଏହାର ପ୍ରତ୍ୟକ୍ଷ ପ୍ରମାଣ ବିଦ୍ୟମାନ । ଅନେକଥର ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ ଆପଣମାନଙ୍କୁ ଯେଉଁ ସମ୍ବଳର ସୁବିଧା ମିଳିଛିଏହା ଯଦି ଉପଲବଧ ହୋଇପାରି ନଥାଆନ୍ତାତାହାହେଲେ ଆପଣମାନଙ୍କ ସ୍ୱପ୍ନର କ’ଣ ହୋଇଥାଆନ୍ତା । ଏହି ଚିନ୍ତା ଆମକୁ ଦେଶର ଅନ୍ୟ ଲକ୍ଷ ଲକ୍ଷ ଯୁବକଙ୍କ ବିଷୟରେ ମଧ୍ୟ କରିବାକୁ ପଡିବ । ଏହିଭଳି କେତେ ଯେ ଯୁବା ଅଛନ୍ତିଯେଉଁମାନଙ୍କ ମଧ୍ୟରେ ଅନେକ ପଦକ ଜିଣିବାର ଯୋଗ୍ୟତା ରହିଛି । ଆଜି ଦେଶ ସେମାନଙ୍କ ପର୍ଯ୍ୟନ୍ତ ନିଜେ ପହଂଚିବା ପାଇଁ ପ୍ରୟାସ କରୁଛି । ଗ୍ରାମୀଣ ଇଲାକା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଆଜି ଦେଶର ଅଢେଇ ଶହରୁ ଅଧିକ ଜିଲ୍ଲାରେ ୩୬୦ ‘ଖେଲୋ ଇଣ୍ଡିଆ ସେଂଟର’ ପ୍ରତିଷ୍ଠା କରାଯାଇଛିଯାହାଦ୍ୱାରା ସ୍ଥାନୀୟ ସ୍ତରରେ ହିଁ ପ୍ରତିଭାଙ୍କ ଚିହ୍ନଟ ହେବସେମାନଙ୍କୁ ସୁଯୋଗ ମିଳିପାରିବ । ଆଗାମୀ ଦିନଗୁଡିକରେ ଏହି କେନ୍ଦ୍ରଗୁଡିକର ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହିଭଳି ଆମର ଖେଳାଳିମାନଙ୍କ ସମ୍ମୁଖରେ ଆଉ ଏକ ଆହ୍ୱାନ ସମ୍ବଳର ମଧ୍ୟ ଥିଲା । ଆପଣମାନେ ଖେଳିବାକୁ ଯାଉଥିଲେ ତ ଭଲ ଖେଳପଡିଆଉତମ ଉପକରଣ ଉପଲବଧ ନଥିଲା । ଏହାର ପ୍ରଭାବ ମଧ୍ୟ ଖେଳାଳିମାନଙ୍କ ମନୋଭାବ ଉପରେ ପଡୁଥିଲା । ସେମାନେ ନିଜକୁ ଅନ୍ୟ ଦେଶର ଖେଳାଳିମାନଙ୍କଠାରୁ କମ୍ ଭାବୁଥିଲେ । କିନ୍ତୁ ଆଜି ଦେଶରେ କ୍ରୀଡା ସହିତ ଜଡିତ ଭିତିଭୂମୀର ମଧ୍ୟ ସମ୍ପ୍ରସାରଣ କରାଯାଉଛି । ଦେଶ ଖୋଲା ହୃଦୟର ସହ ନିଜର ପ୍ରତ୍ୟେକ ଖେଳାଳିଙ୍କ ସମ୍ପୁର୍ଣ୍ଣ ସହାୟତା କରୁଛି । ‘ଟାର୍ଗେଟ ଅଲିମ୍ପିକ୍ସ ପୋଡିଅମ୍ ସ୍କିମ’ ଜରିଆରେ ମଧ୍ୟ ଦେଶ ଖେଳାଳିମାନଙ୍କୁ ଆବଶ୍ୟକ ବ୍ୟବସ୍ଥା ଯୋଗାଇ ଦେଉଛିଲକ୍ଷ୍ୟ ନିର୍ଦ୍ଧାରିତ କରିଛି । ଏହାର ପରିଣାମ ଆଜି ଆମ ସମ୍ମୁଖରେ ।

ବନ୍ଧୁଗଣ,

ଖେଳରେ ଯଦି ଦେଶକୁ ଶୀର୍ଷ ସ୍ଥାନରେ ପହଂଚିବାର ଅଛି ତାହାହେଲେ ଆମକୁ ସେହି ପୁରୁଣା ଭୟକୁ ମନରୁ ବାହାର କରିବାକୁ ପଡିବ ଯାହା ପୁରୁଣା ପିଢୀର ମନ ଭିତରେ ଘର କରି ରହିଥିଲା । କୌଣସି ପିଲାର ଯଦି ଖେଳ ପ୍ରତି ଅଧିକ ଆଗ୍ରହ ରହୁଥିଲା ତାହାହେଲେ ଘର ଲୋକଙ୍କୁ ଚିନ୍ତା ହୋଇଯାଉଥିଲା ଯେ ଇଏ ଭବିଷ୍ୟତରେ କ’ଣ କରିବକାରଣ ଗୋଟିଏ ଦୁଇଟି ଖେଳକୁ ଛାଡି ଅନ୍ୟ କୌଣସି ଖେଳ ଆମ ପାଇଁ ସଫଳତା କିମ୍ବା ପେଶାର ମାପଦଣ୍ଡ ହୋଇ ରହି ନଥିଲା । ଏହି ମାନସିକତାକୁଅସୁରକ୍ଷାର ଭାବନାକୁ ଭାଙ୍ଗିବା ଆମପାଇଁ ବହୁତ ଚରୁରୀ ଅଟେ ।

ବନ୍ଧୁଗଣ,

ଭାରତରେ କ୍ରୀଡା ସଂସ୍କୃତିକୁ ବିକଶିତ କରିବା ପାଇଁ ଆମକୁ ନିଜର ଚାଲି ଚଳଣକୁ ନିରନ୍ତର ଭାବେ ସୁଧାରିବାକୁ ପଡିବ । ଆଜି ଆନ୍ତର୍ଜାତୀୟ କ୍ରୀଡା ସହିତ ଭାରତୀୟ ପାରମ୍ପରିକ କ୍ରୀଡାଗୁଡିକୁ ମଧ୍ୟ ପରିଚୟ ପ୍ରଦାନ କରାଯାଉଛି । ଯୁବାପିଢୀକୁ ସୁଯୋଗ ଦେବା ନିମନ୍ତେପେଶାଦାର ପରିବେଶ ପ୍ରଦାନ କରିବା ନିମନ୍ତେ ମଣିପୁରର ଇମ୍ଫାଲରେ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ନୂତନ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ପାଠପଢା ସହିତ କ୍ରୀଡାକୁ ସମାନ ପ୍ରାଥମିକତା ଦିଆଯାଇଛି । ଆଜି ଦେଶ ନିଜେ ଆଗଭର ହୋଇ ‘ଖେଲୋ ଇଣ୍ଡିଆ ଅଭିଯାନ’ ଚଳାଇଛି ।

ବନ୍ଧୁଗଣ,

ଆପଣ ଯେକୌଣସି କ୍ରୀଡା ସହିତ ସମ୍ପୃକ୍ତ ଥାଆନ୍ତୁ ନା କାହିଁକିଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରୁଛନ୍ତି । ଆପଣ କେଉଁ ରାଜ୍ୟରୁ ଆସିଛନ୍ତିକେଉଁ କ୍ଷେତ୍ରରୁ ଆସିଛନ୍ତିକେଉଁ ଭାଷା କହୁଛନ୍ତିଏସବୁର ଉର୍ଦ୍ଧ୍ୱରେ ଆପଣମାନେ ଆଜି “ଟିମ୍ ଇଣ୍ଡିଆ” ଅଟନ୍ତି । ଏହି ଭାବନା ଆମ ସମାଜର ପ୍ରତ୍ୟେକ କ୍ଷେତ୍ରରେ ରହିବା ଦରକାରପ୍ରତ୍ୟେକ ସ୍ତରରେ ପରିଲକ୍ଷିତ ହେବା ଆବଶ୍ୟକ । ସାମାଜିକ ସମାନତାର ଏହି ଅଭିଯାନରେଆତ୍ମନିର୍ଭର ଭାରତରେ ମୋର ଦିବ୍ୟାଙ୍ଗ ଭାଇ ଭଉଣୀ ଦେଶପାଇଁ ବେଶ ମହତ୍ୱପୂର୍ଣ୍ଣ ଭାଗିଦାର ଅଟନ୍ତି । ଆପଣମାନେ ଏହା ପ୍ରମାଣିତ କରିଛନ୍ତି ଯେଶାରିରୀକ ସମସ୍ୟା ଯୋଗୁଁ ଜୀବନ ଅଟକିଯିବା ଉଚିତ୍ ନୁହେଁ । ଏଥିପାଇଁ ଆପଣ ସମସ୍ତଙ୍କ ନିମନ୍ତେଦେଶବାସୀଙ୍କ ନିମନ୍ତେବିଶେଷକରି ନୂଆ ପିଢୀ ସକାଶେ ଆପଣମାନେ ସମସ୍ତେ ବହୁତ ବଡ ପ୍ରେରଣା ମଧ୍ୟ ଅଟନ୍ତି ।

ବନ୍ଧୁଗଣ,

ପୂର୍ବରୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ନିମନ୍ତେ ସହାୟତା ପ୍ରଦାନକୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ବୋଲି ଧରାଯାଉଥିଲା । କିନ୍ତୁ ଆଜି ଦେଶ ଏହାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରି କାର୍ଯ୍ୟ କରୁଛି ।  ଏଥିପାଇଁ ଦେଶର ସଂସଦ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଅଧିକାରଆଇନ୍  ପ୍ରଣୟନ କରିଛି । ଦିବ୍ୟାଙ୍ଗ ବ୍ୟକ୍ତିିମାନଙ୍କ ଅଧିକାରଗୁଡିକୁ ନ୍ୟାୟିକ ସୁରକ୍ଷା ଦେଇଛି । ସୁଗମ୍ୟ ଭାରତ ଅଭିଯାନ’ ଏହାର ଏକ ବଡ  ଉଦାହରଣ ଅଟେ । ଆଜି ଶହ ଶହ ସରକାରୀ କୋଠାଶହ ଶହ ରେଳ ଷ୍ଟେସନ୍‌ହଜାର ହଜାର ରେଳ କୋଚ୍‌ଡର୍ଜନ ଡର୍ଜନ ଘରୋଇ ବିମାନବନ୍ଦରର ଭିତିଭୂମୀକୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ନିମନ୍ତେ ସୁଗମ କରାଯାଇଛି । ଭାରତୀୟ ସାଂକେତିକ ଭାଷାର ଅଭିଧାନ ପ୍ରସ୍ତୁତ କରିବାର କାର୍ଯ୍ୟ ମଧ୍ୟ ଦୃତଗତିରେ ଆଗେଇ ଚାଲିଛି । ଏନସିଇଆରଟିର ପୁସ୍ତକଗୁଡିକୁ ମଧ୍ୟ ସାଙ୍କେତିକ ଭାଷାରେ ଅନୁବାଦ କରାଯାଉଛିଏହିଭଳି ସବୁ ପ୍ରୟାସ ଦ୍ୱାରା କେତେ ଯେ ଲୋକଙ୍କ ଜୀବନ ବଦଳିବାରେ ଲାଗିଛିକେତେ ଯେ ପ୍ରତିଭାଙ୍କୁ ଦେଶ ପାଇଁ କିଛି କରିବାର ଭରଷା ମିଳୁଛି ।

ବନ୍ଧୁଗଣ,

ଦେଶ ଯେତେବେଳେ ପ୍ରୟାସ କରିଥାଏଏବଂ ତାହାର ସ୍ୱର୍ଣ୍ଣିମ ପରିଣାମ ମଧ୍ୟ ଆମକୁ ତୁରନ୍ତ ମିଳିଥାଏସେତେବେଳେ ଆମକୁ ଆହୁରି ଅଧିକ ଚିନ୍ତା କରିବା ପାଇଁଆହୁରି ନୁଆ କିଛି କରିବା ପାଇଁ ପ୍ରେରଣା ମଧ୍ୟ ତାହାରି ଭିତରୁ ମିଳିଥ।।ଏ । ଆମର ଗୋଟିଏ ସଫଳତା ଆଉ ଅନେକ ନୂଆ ନୂଆ ଲକ୍ଷ୍ୟ ଆଡକୁ ଆମର ପଥ ପରିଷ୍କାର କରି ଦେଇଥାଏ । ଏଥିପାଇଁଯେତେବେଳେ ଆପଣମାନେ ତ୍ରିରଙ୍ଗା ଧରି ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେସେତେବେବେ କେବଳ ପଦକ ଜିତିବେ ନାହିଁ ବରଂ ଭାରତର ସଙ୍କଳ୍ପଗୁଡିକୁ ମଧ୍ୟ ଆପଣମାନେ ଆହୁରି ଆଗକୁ ନେଇଯିବେତାକୁ ଏକ ନୂଆ ଶକ୍ତି ପ୍ରଦାନ କରିବେତାକୁ ଆହୁରି ଆଗକୁ ବଢାଇବେ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନଙ୍କ ଏହି ମନୋବଳଆପଣମାନଙ୍କ ଏହି ଉତ୍ସାହ ଟୋକିଓରେ ନୂଆ କିର୍ତୀମାନ ସ୍ଥାପନ କରିବ । ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shri VD Satheesan Ji on taking oath as the Chief Minister of Keralam
May 18, 2026

The Prime Minister, Shri Narendra Modi, congratulated Shri VD Satheesan Ji on taking oath as the Chief Minister of Keralam.

Shri Modi remarked that the Central Government assures all possible support for the newly formed Keralam Government in fulfilling the aspirations of the people.

Shri Modi posted on X:

“Congratulations to Shri VD Satheesan Ji on taking oath as the Chief Minister of Keralam. My best wishes for his tenure. The Central Government assures all possible support for the newly formed Keralam Government in fulfilling the aspirations of the people.”

“കേരളത്തിന്റെ മുഖ്യമന്ത്രിയായി സത്യപ്രതിജ്ഞ ചെയ്ത വി ഡി സതീശൻ ജി ക്ക് ഹൃദയം നിറഞ്ഞ അഭിനന്ദനങ്ങൾ. അദ്ദേഹത്തിന്റെ ഭരണകാലത്തിന് എൻ്റെ എല്ലാ ആശംസകളും നേരുന്നു. ജനങ്ങളുടെ ആഗ്രഹങ്ങൾ സഫലീകരിക്കുന്നതിനായി, പുതുതായി രൂപീകൃതമായ കേരള ഗവൺമെൻ്റിന് കേന്ദ്ര ഗവൺമെൻറ് എല്ലാ വിധ പിന്തുണയും ഉറപ്പുനൽകുന്നു.”

@vdsatheesan