ଇନ୍ଦୋରରେ ରାମନବମୀ ଦୁର୍ଘଟଣାରେ ଜୀବନହାନୀ ନେଇ କଲେ ଶୋକବ୍ୟକ୍ତ
“ଏକ କ୍ୱଚିତ ଘଟଣାକ୍ରମରେ ଭାରତୀୟ ରେଳବାଇ ଇତିହାସରେ ଜଣେ ପ୍ରଧାନମନ୍ତ୍ରୀ ଖୁବ୍ କମ୍ ଦିନରେ ଏକା ରେଳଷ୍ଟେସନକୁ ଦୁଇଥର କଲେ ପରିଦର୍ଶନ”
“ଭାରତ ବର୍ତ୍ତମାନ ନୂତନ ଭାବନା ଓ କାର୍ଯ୍ୟଧାରାକୁ ନେଇ କଥା ଆଗଉଛି”
“ବନ୍ଦେ ଭାରତ ଭାରତର ଉତ୍ସାହ ଓ ଉଦ୍ଦୀପନାର ପ୍ରତୀକ । ଏହା ଆମର କୌଶଳ, ଆତ୍ମବିଶ୍ୱାସ ଓ ସାମର୍ଥ୍ୟର ପ୍ରତିନିଧିତ୍ୱ କରିଥାଏ”
“ଗୋଟିଏ ଷ୍ଟେସନ ଗୋଟିଏ ସାମଗ୍ରୀ ଅଧୀନରେ ୬୦୦ ଦୋକାନ କାର୍ଯ୍ୟ କରୁଛି ଓ ଖୁବ୍ କମ୍ ସମୟ ମଧ୍ୟରେ ଏକ ଲକ୍ଷ କାରବାର ହୋଇଛି”
“ଦେଶର ସମସ୍ତ ପରିବାର ନିମନ୍ତେ ଭାରତୀୟ ରେଳବାଇ ସୁବିଧାର ଅନ୍ୟନାମ ସହ ସମାନ ହୋଇଛି”
“ଆଜି ମଧ୍ୟପ୍ରଦେଶ ନିରବଚ୍ଛିନ୍ନ ବିକାଶର ବୀରଗାଥା ଉଲ୍ଲେଖ କରୁଛି”
“ଦିନେ ‘ବୀମାରୁ’ ରାଜ୍ୟ କୁହାଯାଉଥିବା ମଧ୍ୟପ୍ରଦେଶ ରାଜ୍ୟ ବିକାଶର ବିଭିନ୍ନ ମାପଦଣ୍ଡ ଦୃଷ୍ଟିରୁ ପ୍ରଶଂସନୀୟ କାର୍ଯ୍ୟ କରୁଛି”
“ଭାରତର ଗରିବ, ମଧ୍ୟବିତ୍ତ, ଆଦିବାସୀ, ଭାରତରେ ଦଳିତ, ଅନଗ୍ରସର ତଥା ପ୍ରତ୍ୟେକ ଭାରତୀୟ ଆଜି ମୋର ସୁରକ୍ଷା କବଚ ପାଲଟିଛନ୍ତି”
ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ସ୍ଥଳରେ ପହଞ୍ଚି ରାଣୀ କମଳାପତି -ନୂଆଦିଲ୍ଳୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିରୀକ୍ଷଣ କରିବା ସହ ପିଲା ଓ ଟ୍ରେନର କର୍ମଚାରୀଙ୍କ ସହ ମତ ବିନିମୟ କରିଥିଲେ

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଆଉ ବିଶାଳ ସଂଖ୍ୟାରେ ଆସିଥିବା ଭୋପାଳର ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ସର୍ବପ୍ରଥମେ ମୁଁ ଇନ୍ଦୋର ମନ୍ଦିରରେ ରାମନବମୀରେ ଯେଉଁ ଦୁର୍ଘଟଣା ଘଟିଲା, ମୁଁ ନିଜର ଦୁଃଖ ବ୍ୟକ୍ତ କରୁଛି । ଏହି ଦୁର୍ଘଟଣାରେ ଯେଉଁ ଲୋକ ଅସମୟରେ ଆମକୁ ଛାଡି ଚାଲିଗଲେ, ସେମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି, ସେମାନଙ୍କ ପରିବାର ପ୍ରତି ନିଜର ସମ୍ବେଦନା ବ୍ୟକ୍ତ କରୁଛି । ଯେଉଁ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି, ଯେଉଁମାନଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି, ମୁଁ ମଧ୍ୟ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ।

 

ସାଥୀଗଣ,

ଆଜି ଏମପିକୁ ନିଜର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମିଳିଛି । ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ଭୋପାଳ ଏବଂ ଦିଲ୍ଲୀ ମଧ୍ୟରେ ଯାତ୍ର ଆହୁରି ଦ୍ରୁତ ହୋଇଯିବ । ଏହି ଟ୍ରେନ ପେଶାଦାରମାନଙ୍କ ପାଇଁ, ଯୁବକମାନଙ୍କ ପାଇଁ, କାରବାର କରୁଥିବା ଲୋକଙ୍କ ପାଇଁ, ନୂଅ- ନୂଆ ସୁବିଧା ନେଇ କରି ଆସିବ ।

ସାଥୀଗଣ,

ଏହି ଆୟୋଜନ ଯେଉଁ ଆଧୁନିକ ଏବଂ ଭବ୍ୟ ରାଣୀ କମଳାପତି ଷ୍ଟେସନରେ ହେଉଛି, ତାହାର ଲୋକାର୍ପଣ କରିବାର ସୌଭାଗ୍ୟ ମଧ୍ୟ ଆପଣମାନେ ସମସ୍ତେ ମୋତେ ଦେଇଥିଲେ । ଆଜି ମୋତେ ଏଠାରୁ ହିଁ ଦିଲ୍ଲୀ ପାଇଁ ଭାରତର ଆଧୁନିକତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାର ଆପଣମାନେ ସୁଯୋଗ ପ୍ରଦାନ କରିଛନ୍ତି । ରେଳବାଇର ଇତିହାସରେ କେବେ ବହୁତ କମ୍ ଏପରି ହୋଇଥିବ ଯେ ଗୋଟିଏ ଷ୍ଟେସନକୁ ଏତେ କମ୍ ବ୍ୟବଧାନରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିତୀୟଥର ଆସିବାକୁ ହୋଇଥିବ । କିନ୍ତୁ ଆଧୁନିକ ଭାରତରେ, ନୂତନ ବ୍ୟବସ୍ଥା ସୃଷ୍ଟି ହେଉଛି, ନୂତନ ପରମ୍ପରା ସୃଷ୍ଟି ହେଉଛି । ଆଜିର କାର୍ଯ୍ୟକ୍ରମ, ହେଉଛି ଏହାର ଏକ ଉତମ ଉଦାହରଣ ।

 

ସାଥୀଗଣ,

ଏବେ ଏଠାରେ ଯେଉଁ ଯାତ୍ରୀ ଭାବେ ଆମର ସ୍କୁଲ ପିଲାମାନେ ଯାଉଥିଲେ, କିଛି କ୍ଷଣ ମୁଁ ସେମାନଙ୍କ ସହିତ ବିତାଇଲି, ସେମାନଙ୍କ ସହ ଆଲୋଚନା କଲି । ସେମାନଙ୍କ ମଧ୍ୟରେ ଏହି ଟ୍ରେନକୁ ନେଇ ଯେଉଁ ଉତ୍ସୁକତା ଥିଲା, ଉମଙ୍ଗ ଥିଲା, ତାହା ଦେଖିବା ଭଳି ଥିଲା । ଅର୍ଥାତ ବନ୍ଦେ ଭାରତ ଟ୍ରେନ, ବିକଶିତ ହେଉଥିବା ଭାରତର ଉମଙ୍ଗ ଏବଂ ତରଙ୍ଗର ହେଉଛି ପ୍ରତୀକ । ଆଉ ଆଜି ପାଇଁ ଯେତେବେଳେ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଥିଲା, ସେତେବେଳେ ମୋତେ ଅବଗତ କରାଯାଇଥିଲା ଯେ 1 ତାରିଖରେ କାର୍ଯ୍ୟକ୍ରମ ଅଛି । ମୁଁ କହିଲି ଭାଇ 1 ଅପ୍ରେଲକୁ କାହିଁକି ରଖୁଛ । ଯେତେବେଳେ ସମ୍ବାଦପତ୍ରରେ ଖବର ଆସିବ ଯେ 1 ଅପ୍ରେଲରେ ମୋଦୀ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବାକୁ ଯାଉଛନ୍ତି ସେତେବେଳେ ଆମର କଂଗ୍ରେସର ବନ୍ଧୁମାନେ ନିଶ୍ଚିତ ବୟାନ ଦେବେ ଯେ ଏ ମୋଦୀ ଅପ୍ରେଲ ଫୁଲ କରିବେ । କିନ୍ତୁ ଆପଣ ଦେଖୁଛନ୍ତି 1 ଅପ୍ରେଲରେ ହିଁ ଟ୍ରେନ ଚାଲିବା ଆରମ୍ଭ ହୋଇଛି ।

ସାଥୀଗଣ,

ଏହା ଆମର କୌଶଳ, ଆମର ସାମର୍ଥ୍ୟ, ଆମର ଆତ୍ମବିଶ୍ୱାସର ମଧ୍ୟ ହେଉଛି ପ୍ରତୀକ । ଆଉ ଭୋପାଳ ଆସୁଥିବା ଏହି ଟ୍ରେନ ପର୍ଯ୍ୟଟକମାନଙ୍କୁ ସବୁଠାରୁ ଅଧିକ ସହାୟତା କରିବ । ଏହା ଦ୍ୱାରା ସାଂଚି ସ୍ତୁପ, ଭୀମବେଟକା, ଭୋଜପୁର ଏବଂ ଉଦୟଗିରି ଗୁମ୍ଫା ଭଳି ପର୍ଯ୍ୟଟନ ସ୍ଥଳଗୁଡିକୁ ଯାତାୟାତ ଆହୁରି ଅଧିକ ବୃଦ୍ଧି ପାଇବ । ଆଉ ଆପଣମାନଙ୍କୁ ଜଣା ଅଛି ଯେତେବେଳେ ପର୍ଯ୍ୟଟନ ବୃଦ୍ଧି ପାଇଥାଏ ସେତେବେଳେ ରୋଜଗାରର ଅନେକ ସୁଯୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥାଏ, ଲୋକମାନଙ୍କର ଆୟ ମଧ୍ୟ ବୃଦ୍ଧି ହୋଇଥାଏ । ଅର୍ଥାତ ବନ୍ଦେ ଭାରତ, ଲୋକଙ୍କର ଆୟ ବୃଦ୍ଧିର ମଧ୍ୟ ମାଧ୍ୟମ ପାଲଟିବ, ଅଂଚଳର ବିକାଶର ମଧ୍ୟ ହେବ ।

 

ସାଥୀଗଣ,

ଏକବିଂଶ ଶତାବ୍ଦୀର ଭାରତ ଏବେ ନୂତନ ଚିନ୍ତାଧାରା, ନୂତନ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରୁଛି । ପୂର୍ବ ସରକାରମାନେ ତୁଷ୍ଟିକରଣରେ ଏତେ ବ୍ୟସ୍ତ ରହିଲେ ଯେ, ଦେଶବାସୀଙ୍କର ସନ୍ତୁଷ୍ଟିକରଣ ଉପରକୁ ସେମାନଙ୍କର ଧ୍ୟାନ ଗଲା ନାହିଁ । ସେମାନେ ଭୋଟ ବ୍ୟାଙ୍କ ପୁଷ୍ଟିକରଣରେ ସାମିଲ ହୋଇଥିଲେ । ଆମେ ଦେଶବାସୀଙ୍କର ସନ୍ତୁଷ୍ଟିକରଣ ପାଇଁ ସମର୍ପିତ ଅଛୁ । ପୂର୍ବ ସରକାରମାନେ ମଧ୍ୟ ଆଉ ଏକ କଥା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ସେମାନେ ଦେଶର ଗୋଟିଏ ହିଁ ପରିବାରକୁ ଦେଶର ପ୍ରଥମ ପରିବାର ଭାବେ ସ୍ୱୀକାର କରୁଥିଲେ । ଦେଶର ଗରିବ ପରିବାର, ଦେଶର ମଧ୍ୟମ ବର୍ଗ ପରିବାର, ସେମାନେ ସେମାନଙ୍କୁ ନିଜର ସ୍ଥିତି ଉପରେ ଛାଡି ଦେଇଥିଲେ । ଏହି ପରିବାରର ଆଶା, ଆକାଂକ୍ଷା, ସେମାନଙ୍କୁ ପଚାରିଲାବାଲା ମଧ୍ୟ କେହି ନ ଥିଲେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆମର ଭାରତୀୟ ରେଳ । ଭାରତୀୟ ରେଳବାଇ, ଯଦିଓ ଭାରତୀୟ ରେଳବାଇ ହେଉଛି ସାଧାରଣ ପରିବାରର ବାହାନ । ମାତା- ପିତା, ପଲାମାନେ, ଅଜା- ଆଈ, ଜେଜେ ବାପା- ଜେଜେ ମାଆ ସମସ୍ତଙ୍କୁ ଏକାଠି ଯିବାର ଅଛି, ତେବେ ଦଶକ ଦଶକ ଧରି ଲୋକମାନଙ୍କର ସବୁଠାରୁ ବଡ଼ ସାଧନ ଭାବେ ରେଳବାଇ ହିଁ ରହିଆସିଛି । କ’ଣ ସାଧାରଣ ଭାରତୀୟ ପରିବାରର ଏହି ବହାନକୁ ସମୟ ଅନୁସାରେ ଆଧୁନିକ କରିବାର ଆବଶ୍ୟକତା ନ ଥିଲା? କ’ଣ ରେଳବାଇକୁ ଏଭଳି ଖରାପ ସ୍ଥିତିରେ ଛାଡି ଦେବା ଠିକ୍ ଥିଲା?

ସାଥୀଗଣ,

ସ୍ୱାଧୀନତା ପରେ ଭାରତକୁ ଏକ ପୂର୍ବ ପ୍ରସ୍ତୁତ ବହୁତ ବଡ଼ ରେଳବାଇ ନେଟୱର୍କ ମିଳିଥିଲା । ଯଦି ସେତେବେଳର ସରକାରମାନେ ଚାହିଁଥାଆନ୍ତେ ତେବେ ବହୁତ ଦ୍ରୁତ ଗତିରେ ରେଳବାଇକୁ ଆଧୁନିକ କରିପାରି ଥାଆନ୍ତେ । କିନ୍ତୁ ରାଜନୈତିକ ସ୍ୱାର୍ଥ ପାଇଁ, ଲୋକଦେଖାଣିଆ ପ୍ରତିଶ୍ରୁତି ପାଇଁ, ରେଳବାଇର ବିକାଶକୁ ହିଁ ବଳି ପକାଇ ଦିଆଗଲା । ପରିସ୍ଥିିତି ଏଭଳି ଥିଲା ସ୍ୱାଧୀନତାର ଏତେ ଦଶକ ପରେ ମଧ୍ୟ ଆମର ଉତର-ପୂର୍ବାଂଚଳର ରାଜ୍ୟ ଟ୍ରେନ ସହିତ ଯୋଡି ହୋଇ ନ ଥିଲେ । ବର୍ଷ 2014ରେ ଯେତେବେଳେ ଆପଣମାନେ ମୋତେ ସେବା କରିବାର ସୁଯୋଗ ଦେଲେ, ସେତେବେଳେ ମୁଁ ସ୍ଥିର କଲି ଯେ ଏବେ ଏଭଳି ହେବ ନାହିଁ, ଏବେ ରେଳବାଇର ନିଶ୍ଚୟ କାୟାକଳ୍ପ ହୋଇ ରହିବ । ବିଗତ 9 ବର୍ଷରେ ଆମର ଏହା ନିରନ୍ତର ପ୍ରୟାସ ରହିଛି ଯେ, ଭାରତୀୟ ରେଳ କିପରି ବିଶ୍ୱର ଶ୍ରେଷ୍ଠ ରେଳ ନେଟୱର୍କ ହେବ? ବର୍ଷ 2014 ପୂର୍ବରୁ ଭାରତୀୟ ରେଳକୁ ନେଇ କ’ଣ- କ’ଣ ଖବର ଆସୁଥିଲା, ଏହା ଆପଣମାନେ ଭଲ ଭାବେ ଜାଣିଛନ୍ତି । ଏତେବଡ଼ ରେଳ ନେଟୱର୍କରେ ସ୍ଥାନେ- ସ୍ଥାନେ, ହଜାର ହଜାର ଜଗୁଆଳୀ ବିହୀନ ଫାଟକ ଥିଲା । ସେଠାରୁ ସବୁବେଳେ ଦୁର୍ଘଟଣାର ଖବରମାନ ଆସୁଥିଲା । କେବେ- କେବେ ସ୍କୁଲର ପିଲାମାନଙ୍କର ମୃତ୍ୟୁର ଖବର ହୃଦୟ ଥରାଇ ଦେଉଥିଲା । ଆଜି ବ୍ରଡଗଜ ନେଟୱର୍କ, ଜଗୁଆଳୀ ବିହୀନ ଫାଟକରୁ ମୁକ୍ତ ହୋଇ ସାରିଛି । ପୂର୍ବରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା, ଦୁର୍ଘଟଣା ଘଟିବା ଏବଂ ଧନ ଜୀବନ ହାନୀର ଘଟଣାମାନର ଖବର ବିଗତ ଦିନ ମାନଙ୍କରେ ଆସିବାରେ ଲାଗୁଥିଲା। ଆଜି ଭାରତୀୟ ରେଳ ବହୁତ ଅଧିକ ସୁରକ୍ଷିତ ହୋଇଛି । ଯାତ୍ରୀ ସୁରକ୍ଷାକୁ ଦୃଢତା ପ୍ରଦାନ କରିବା ଲାଗି ରେଳବାଇ ଭାରତରେ ପ୍ରସ୍ତୁତ (ମେଡ ଇନ୍ ଇଣ୍ଡିଆ) କବଚ ପ୍ରଣାଳୀକୁ ସଂପ୍ରସାରିତ କରାଯାଉଛି ।

 

ସାଥୀଗଣ,

ସୁରକ୍ଷା କେବଳ ଦୁର୍ଘଟଣାରୁ ହିଁ ନୁହେଁ, ବରଂ ଏବେ ଯାତ୍ରା ସମୟରେ ମଧ୍ୟ ଯଦି କୌଣସି ଯାତ୍ରୀଙ୍କର ଅଭିଯୋଗ ଆସୁଛି, ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜରୁରୀ ପରିସ୍ଥିତିରେ ମଧ୍ୟ ବହୁତ କମ୍ ସମୟରେ ସହାୟତା ଉପଲବ୍ଧ କରାଯାଉଛି । ଏଭଳି ବ୍ୟବସ୍ଥାର ସର୍ବାଧିକ ଲାଭ ଆମର ଭଉଣୀ- ଝିଅମାନଙ୍କୁ ମିଳୁଛି । ପୂର୍ବରୁ ପରିସ୍କାର- ପରିଚ୍ଛନ୍ନତାର ମଧ୍ୟ ବହୁତ ଅଭିଯୋଗ ଆସୁଥିଲା । ରେଳ ଷ୍ଟେସନରେ କିଛି ସମୟ ଅଟକିବା ମଧ୍ୟ ଦଣ୍ଡ ଭଳି ଲାଗୁଥିଲା । ପୁଣି ଅନେକ ଟ୍ରେନ ଘଂଟା- ଘଂଟା ଧରି ବିଳମ୍ବରେ ଚାଲୁଥିଲା । ଆଜି ପରିସ୍କାର- ପରିଚ୍ଛନ୍ନତା ମଧ୍ୟ ଉନ୍ନତ, ଟ୍ରେନ ବିଳମ୍ବ ହେବାର ଅଭିଯୋଗ ମଧ୍ୟ ନିରନ୍ତର କମ୍ ହେବାରେ ଲାଗିଛି । ପୂର୍ବରୁ ତ’ ସ୍ଥିତି ଏଭଳି ଥିଲା, ଲୋକ ଅଭିଯୋଗ କରିବା ବନ୍ଦ କରି ଦେଇଥିଲେ, କେହି ଶୁଣିଲାବାଲା ନ ଥିଲେ । ଆପଣମାନଙ୍କର ମନେ ଥିବ, ପୂର୍ବରୁ ଟିକଟ କଳାବଜାରୀ ତ’ ଅଭିଯୋଗ ମଧ୍ୟରେ ସାଧାରଣ କଥା ଥିଲା । କିଛି ଦିନ ଧରି ମିଡିଆରେ, ଏହା ସହିତ ଜଡିତ ଷ୍ଟିଙ୍ଗ ଅପରେସନ ଦେଖା ଯାଉଥିଲା । କିନ୍ତୁ ଆଜି ବୈଷୟିକ ଜ୍ଞାନର ଉପଯୋଗ କରି, ଆମେ ଏଭଳି ଅନେକ ସମସ୍ୟା ଗୁଡିକର ସମାଧାନ କରିଛୁ ।

ସାଥୀଗଣ,

ଆଜି ଭାରତୀୟ ରେଳବାଇ, ଦେଶର ଛୋଟ ଛୋଟ ଶିଳ୍ପୀ ଏବଂ କାରିଗରମାନଙ୍କର ଉତ୍ପାଦଗୁଡିକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଂଚାଇବାର ମଧ୍ୟ ବଡ଼ ମାଧ୍ୟମ ପାଲଟିଛି । ଏକ ଷ୍ଟେସନ ଏକ ଉତ୍ପାଦ ଏହି ଯୋଜନା ଅଧୀନରେ, ଯେଉଁ କ୍ଷେତ୍ରରେ ସେହି ଷ୍ଟେସନ ଅଛି, ସେଠାକାର ପ୍ରସିଦ୍ଧ କପଡା, କଳାକୃତି, ପେଂଟିଙ୍ଗ, ହସ୍ତ ଶିଳ୍ପ, ବାସନ କୁସନ ଆଦି ଯାତ୍ରୀ ଷ୍ଟେସନରେ ହିଁ କ୍ରୟ କରି ପାରିବେ । ଏଥିପାଇଁ ମଧ୍ୟ ଦେଶରେ ପାଖାପାଖି 600 ବିକ୍ରୟ କେନ୍ଦ୍ର ନିର୍ମାଣ କରାଯାଇଛି । ମୁଁ ଖୁସି ଯେ ବହୁତ କମ୍ ସମୟରେ ହିଁ ଏଥିରୁ ଏକ ଲକ୍ଷରୁ ଅଧିକ ଯାତ୍ରୀ ଜିନିଷ କ୍ରୟ କରି ସାରିଛନ୍ତି ।

 

ସାଥୀଗଣ,

ଆଜି ଭାରତୀୟ ରେଳ, ଦେଶର ସାଧାରଣ ପରିବାରଗୁଡିକ ପାଇଁ ପର୍ଯ୍ୟାପ୍ତ ସୁବିଧା ପାଲଟିଛି । ଆଜି ଦେଶର ଅନେକ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି । ଆଜି ଦେଶର 6 ହଜାର ଷ୍ଟେସନରେ ୱାଇ-ଫାଇର ସୁବିଧା ଦିଆଯାଉଛି । ଦେଶର 900ରୁ ଅଧିକ ପ୍ରମୁଖ ରେଳ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବାର କାର୍ଯ୍ୟ ଶେଷ ହୋଇ ସାରିଛି । ଆମର ଏହି ବନ୍ଦେ ଭାରତ ଏକ୍ସପ୍ରେସ ତ’ ସାରା ଦେଶରେ, ଆମର ଯୁବ ପିଢୀ ମଧ୍ୟରେ ସୁପରହିଟ୍ ହୋଇ ସାରିଛି । ବର୍ଷ ସାରା ଏହି ଟ୍ରେନର ସମସ୍ତ ଆସନ ପୂରଣ ହୋଇ ଚାଲୁଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ବନ୍ଦେ ଭାରତ ଟ୍ରେନ ଚଳାଇବାର ଦାବି କରାଯାଉଛି । ପୂର୍ବରୁ ସାଂସଦ ମାନଙ୍କର ଚିଠି ଆସୁଥିଲା, ତେବେ କି ଚିଠି ଆସୁଥିଲା? ସାଂସଦ ଲେଖୁଥିଲେ ଅମୁକ ଟ୍ରେନ ଏହି ଷ୍ଟେସନରେ ରହିବାର ବ୍ୟବସ୍ଥା ହେଉ, ଏବେ ଦୁଇଟି ଷ୍ଟେସନରେ ଅଟକୁଛି, ତିନୋଟି ଷ୍ଟେସନରେ ଅଟକିବାର ବ୍ୟବସ୍ଥା ହେଉ, ଏଠାରେ ଅଟକା ଯାଉ, ସେଠାରେ ରୋକା ଯାଉ ଏହା ସବୁ ଲେଖା ଯାଇ ଚିଠି ଆସୁଥିଲା । ଆଜି ମୁଁ ଗର୍ବ ଅନୁଭବ କରୁଛି, ମୁଁ ଆତ୍ମସନ୍ତୋଷ ଅନୁଭବ କରୁଛି ଯେ, ଏବେ ଯେତେବେଳେ ସାଂସଦ ଚିଠି ଲେଖୁଛନ୍ତି ଆମର ଏଠାରେ ମଧ୍ୟ ବନ୍ଦେ ଭାରତ ଅତି ଶୀଘ୍ର ଚାଲୁ କରାଯାଉ ।

ସାଥୀଗଣ,

ରେଳବାଇ ଯାତ୍ରୀମାନଙ୍କର ସୁବିଧା ବୃଦ୍ଧି କରିବାର ଏହି ଅଭିଯାନ କ୍ରମାଗତ ଦ୍ରୁତ ଗତିରେ ବଢାଇ ଚାଲିଛି । ଚଳିତ ବର୍ଷର ବଜେଟରେ ମଧ୍ୟ ରେଳବାଇକୁ ରେକର୍ଡ ଧନରାଶି ଦିଆଯାଇଛି । ଗୋଟିଏ ସମୟ ଥିଲା ଯେତେବେଳେ ରେଳବାଇର ବିକାଶ କଥା ହେବା ମାତ୍ରେ କ୍ଷତିର କଥା କରାଯାଉଥିଲା । କିନ୍ତୁ ଯଦି ବିକାଶର ଇଛାଶକ୍ତି ଥାଏ, ସ୍ପଷ୍ଟ ଉଦ୍ଦେଶ୍ୟ ଥାଏ ଏବଂ ଦୃଢ ନିଷ୍ଠା ଥାଏ ତେବେ ନୂତନ ପଥ ମଧ୍ୟ ବାହାରି ଆସିଥାଏ । ବିଗତ 9 ବର୍ଷ ମଧ୍ୟରେ ଆମେ ରେଳବାଇ ବଜେଟକୁ କ୍ରମାଗତ ଭାବେ ବଢାଇ ଚାଲିଛୁ । ମଧ୍ୟ ପ୍ରଦେଶ ପାଇଁ ମଧ୍ୟ ଚଳିତ ଥର 13 ହଜାର କୋଟି ଟଙ୍କାରୁ ଅଧିକ ରେଳ ବଜେଟରେ ଆବଂଟିତ କରାଯାଇଛି । ଯେତେବେଳେ କି 2014 ପୂର୍ବରୁ ମଧ୍ୟ ପ୍ରଦେଶ ପାଇଁ ପ୍ରତ୍ୟେକ ବର୍ଷ 600 କୋଟି ହାରରେ ଟଙ୍କା, ଆପଣମାନେ କୁହନ୍ତୁ 600 କୋଟି ଟଙ୍କା ରେଳ ବଜେଟ ଥିଲା । କେଉଁଠି 600 କୋଟି, ଆଜି 13 ହଜାର କୋଟି ଟଙ୍କା।

 

ସାଥୀଗଣ,

ଆଜି ରେଳବାଇରେ କିଭଳି ଆଧୁନିକୀକରଣ ହେଉଛି ଏହାର ଏକ ଉଦାହରଣ- ବିଦ୍ୟୁତୀକରଣର କାର୍ଯ୍ୟ ମଧ୍ୟ ହେଉଛି । ଆଜି ଆପଣ ପ୍ରାୟ ପ୍ରତ୍ୟେକ ଦିନ ଶୁଣୁଛନ୍ତି ଯେ ଦେଶର କୌଣସି ନା କୌଣସି ଅଂଚଳରେ ରେଳବାଇ ନେଟୱର୍କରେ ଶତ ପ୍ରତିଶତ ବିଦ୍ୟୁତୀକରଣ ହୋଇ ସାରିଛି । ଯେଉଁ 11ଟି ରାଜ୍ୟରେ ଶତ ପ୍ରତିଶତ ବିଦ୍ୟୁତୀକରଣ ହୋଇ ସାରିଛି, ସେଥିରେ ମଧ୍ୟପ୍ରଦେଶ ମଧ୍ୟ ସାମିଲ ଅଛି । 2014 ପୂର୍ବରୁ ପ୍ରତ୍ୟେକ ବର୍ଷ ହାରାହାରି 600 କିଲୋମିଟର ରେଳପଥର ବିଦ୍ୟୁତୀକରଣ ହେଉଥିଲା । ଏବେ ପ୍ରତ୍ୟେକ ବର୍ଷ ହାହାରି 6000 କିଲୋମିଟରର ବିଦ୍ୟୁତୀକରଣ ହେଉଛି । ଏହା ହେଉଛି ଆମ ସରକାରର କାର୍ଯ୍ୟ କରିବାର ଗତି ।

ସାଥୀଗଣ,

ମୁଁ ବହୁତ ଖୁସି ଯେ, ମଧ୍ୟ ପ୍ରଦେଶ ଆଜି ପୁରୁଣା ଦିନକୁ ପଛରେ ଛାଡ଼ି ଦେଇ ଆସିଛି । ଏବେ ମଧ୍ୟପ୍ରଦେଶ ନିରନ୍ତର ବିକାଶର ନୂତନ ଗାଥା ଲେଖୁଛି । ଚାଷବାଷ ହେଉ ଅବା ପୁଣି ଉଦ୍ୟୋଗ, ଆଜି ଏମପିର ସାମର୍ଥ୍ୟ, ଭାରତର ସାମର୍ଥ୍ୟକୁ ବିସ୍ତାର ଦେଉଛି । ବିକାଶର ଯେଉଁ ମାନଦଣ୍ଡରେ କେବେ ମଧ୍ୟପ୍ରଦେଶକୁ ରୋଗଗ୍ରସ୍ତ ବୋଲି କୁହାଯାଉଥିଲା, ସେଥିରୁ ଅଧିକାଂଶରେ ଏମପିର ପ୍ରଦର୍ଶନ ହେଉଛି ପ୍ରଶଂସନୀୟ । ଆଜି ଏମପି ଗରିବମାନଙ୍କୁ ଘର ନିର୍ମାଣ କରି ଯୋଗାଇ ଦେବାରେ ହେଉଛି ଏକ ଅଗ୍ରଣୀ ରାଜ୍ୟ । ପ୍ରତ୍ୟେକ ଘରେ ପାଣି (ହର୍ ଘର୍ ଜଳ) ପହଂଚାଇବା କ୍ଷେତ୍ରରେ ମଧ୍ୟ, ମଧ୍ୟପ୍ରଦେଶ ଭଲ କାର୍ଯ୍ୟ କରୁଛି । ଗହମ ସହିତ ଅନେକ ଫସଲର ଉତ୍ପାଦନରେ ମଧ୍ୟ ଆମ ମଧ୍ୟ ପ୍ରଦେଶର କୃଷକମାନେ ନୂତନ ରେକର୍ଡ ସୃଷ୍ଟି କରୁଛନ୍ତି । ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଏବେ ଏହି ରାଜ୍ୟ ନିରନ୍ତର ନୂତନ କୀର୍ତିମାନ ଦିଗକୁ ଅଗ୍ରସର ହେଉଛି । ଏହି ସମସ୍ତ ପ୍ରୟାସ ଦ୍ୱାରା ଏଠାର ଯୁବକମାନଙ୍କ ପାଇଁ ଅନନ୍ତ ସୁଯୋଗର ସମ୍ଭବାନାମାନ ମଧ୍ୟ ସୃଷ୍ଟି ହୋଇଛି।

 

ସାଥୀଗଣ,

ଦେଶରେ ବିକାଶ ପାଇଁ ହେଉଥିବା ଏହି ପ୍ରୟାସ ମଧ୍ୟରେ, ଆପଣ ସମସ୍ତ ଦେଶବାସୀମାନଙ୍କୁ ଆଉ ଏକ କଥା ଆଡ଼କୁ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । ଆମ ଦେଶରେ କିଛି ଲୋକ ଅଛନ୍ତି, ଯେଉଁମାନେ 2014 ପରେ ହିଁ ଏହା ଦୃଢ଼ ନିଶ୍ଚୟ କରି ବସିଛନ୍ତି ଆଉ ସର୍ବସାଧାରଣରେ ମଧ୍ୟ କହୁଛନ୍ତି ଓ ସେମାନେ ନିଜର ସଂକଳ୍ପ ଘୋଷଣା କରି ନେଇଛନ୍ତି ଯେ କ’ଣ କରିଛନ୍ତି- ସେମାନେ ନିଜର ସଂକଳ୍ପ ଘୋଷଣା କରିଛନ୍ତି । ଆମେ ମୋଦୀର ଛବିକୁ ଧୂମିଳ କରି ରହିବୁ । ଏଥିପାଇଁ ଏହି ଲୋକମାନେ ଭିନ୍ନ- ଭିନ୍ନ ପ୍ରକାରର ଲୋକଙ୍କୁ ସୁପାରୀ ଦେଇ ରଖିଛନ୍ତି ଆଉ ନିଜେ ମଧ୍ୟ ମୋର୍ଚ୍ଚାର ନେତୃତ୍ୱ ନେଉଛନ୍ତି । ଏହି ଲୋକମାନଙ୍କ ସହିତ ରହିବା ପାଇଁ କିଛି ଲୋକ ଦେଶ ଭିତରେ ଅଛନ୍ତି ଆଉ କିଛି ଦେଶ ବାହାରେ ମଧ୍ୟ ବସି ନିଜର କାମ କରୁଛନ୍ତି । ଏହି ଲୋକମାନେ କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି ଯେ କିଭଳି ଭାବେ ମୋଦିଙ୍କ ଛବିକୁ ଧୂମିଳ କରିଦେବେ । କିନ୍ତୁ ଆଜି ଭାରତର ଗରିବ, ଭାରତର ମଧ୍ୟମବର୍ଗ, ଭାରତର ଆଦିବାସୀ, ଭାରତର ଦଳିତ- ପଛୁଆ ବର୍ଗ, ପ୍ରତ୍ୟେକ ଭାରତୀୟ ଆଜି ମୋଦୀର ସୁରକ୍ଷା କବଚ ପାଲଟିଛନ୍ତି । ଆଉ ଏଥିପାଇଁ ଏହି ଲୋକମାନେ ବିଚଳିତ ହୋଇ ଯାଇଛନ୍ତି । ଏହି ଲୋକମାନେ ନୂଆ- ନୂଆ ଉପାୟ ଖୋଜି ବାହାର କରୁଛନ୍ତି । 2014ରେ ସେହିମାନେ ମୋଦୀଙ୍କ ଛବିକୁ, ମୋଦୀଙ୍କ ଛବିକୁ ଧୂମିଳ କରିବାର ସଂକଳ୍ପ ନେଇଥିଲେ, ଏବେ ଏହି ଲୋକମାନେ ସଂକଳ୍ପ ନେଇଛନ୍ତି ଯେ ମୋଦୀ ଆମେ ତୁମର କବର ଖୋଳିବୁ । ଏମାନଙ୍କ ଷଡଯନ୍ତ୍ର ମଧ୍ୟରେ, ଆପଣମାନଙ୍କୁ, ପ୍ରତ୍ୟେକ ଦେଶବାସୀଙ୍କୁ, ଦେଶର ବିକାଶ ଉପରେ ଧ୍ୟାନ ଦେବାର ଅଛି, ରାଷ୍ଟ୍ର ନିର୍ମାଣ ଉପରେ ଧ୍ୟାନ ଦେବାର ଅଛି । ଆମକୁ ବିକଶିତ ଭାରତରେ ମଧ୍ୟ ପ୍ରଦେଶର ଭୂମିକାକୁ ଆହୁରି ବଢ଼ାଇବାର ଅଛି । ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଏହି ସଂକଳ୍ପର ହିଁ ହେଉଛି ଅଂଶ । ପୁଣିଥରେ ମଧ୍ୟ ପ୍ରଦେଶର ସମସ୍ତ ନାଗରିକ ଭାଇ- ଭଉଣୀମାନଙ୍କୁ, ଭୋପାଳର ନାଗରିକ ଭାଇ- ଭଉଣୀମାନଙ୍କୁ ଏହି ଆଧୁନିକ ଟ୍ରେନ ପାଇଁ ବହୁତ- ବହୁତ ଶୁଭେଚ୍ଛା । ଆମ ସମସ୍ତଙ୍କ ଯାତ୍ରା ମଙ୍ଗଳମୟ ହେଉ, ଏହି ଶୁଭକାମନା ସହିତ ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”