ପିଏମ୍‌ ଶ୍ରୀ ଯୋଜନା ଅଧୀନରେ ପାଣ୍ଠିର ପ୍ରଥମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ
୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ପାଠ୍ୟ ପୁସ୍ତକ କଲେ ଉନ୍ମୋଚନ
‘‘ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ତାହାକୁ ହାସଲ କରିବା କ୍ଷେତ୍ରରେ ଆମ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି’’
‘‘ଜାତୀୟ ଶିକ୍ଷା ନୀତିରେ ପାରମ୍ପରିକ ଜ୍ଞାନ ଓ ଭବିଷ୍ୟ ଉନ୍ମୁଖୀ ପ୍ରଯୁକ୍ତିକୁ ସମାନ ଗୁରୁତ୍ୱ ପ୍ରଦାନ କରାଯାଇଛି’’
‘‘ମାତୃଭାଷାରେ ଶିକ୍ଷାଦାନ ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟର ଏକ ନୂଆ ସ୍ୱରୂପ ଆରମ୍ଭ କରୁଛି । ସାମାଜିକ ନ୍ୟାୟ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’’
‘‘ଯେତେବେଳେ ଛାତ୍ରଛାତ୍ରୀ ଏକ ଭାଷାରେ ଆତ୍ମବିଶ୍ୱାସୀ ହୋଇଥାନ୍ତି, ସେମାନଙ୍କର କୌଶଳ ଏବଂ ପ୍ରତିଭା ବିନା କୌଣସି ବାଧାରେ ବିକଶିତ ହୋଇଥାଏ’’
‘‘ଆଗାମୀ ୨୫ ବର୍ଷର ଅମୃତ କାଳରେ ଆମକୁ ଏକ ଊର୍ଜାବାନ ନୂଆପିଢ଼ି ଗଠନ କରିବାକୁ ହେବ, ଏପରି ଏକ ପିଢ଼ି ଯାହା ଗୋଲାମୀ ମାନସିକତାରୁ ମୁକ୍ତ ଥିବ, ନବସୃଜନ ପାଇଁ ଆଗ୍ରହୀ ଥିବ ଏବଂ କର୍ତ୍ତବ୍ୟ ଭାବନାରେ ପରିପୂର୍ଣ୍ଣ ରହିଥିବ’’
‘‘ଶିକ୍ଷାରେ ସମାନତାର ଅର୍ଥ ହେଉଛି, ସ୍ଥାନ, ବର୍ଗ କିମ୍ବା ଧର୍ମ ଆଧାରରେ କେହି ଜଣେ ହେଲେ ପିଲା ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍‌ ନୁହେଁ’’
‘‘5-ଜିର ଯୁଗରେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ଆଧୁନିକ ଶିକ୍ଷାର ମ
ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଅନ୍ନପୂର୍ଣ୍ଣା ଦେବୀ ମହାଶୟା, ରାଜକୁମାର ରଞ୍ଜନ ସିଂହ ମହାଶୟ, ସୁଭାଷ ସରକାର ମହାଶୟ, ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ଶିକ୍ଷକଗଣ, ସମ୍ମାନିତ ପ୍ରବୃଦ୍ଧଜନ, ଆଉ ସାରା ଦେଶରୁ ଯୋଡ଼ି ହୋଇଥିବା ମୋର ପ୍ରିୟ ବିଦ୍ୟାର୍ଥୀ ବନ୍ଧୁଗଣ ।

ଏହା ହେଉଛି ଶିକ୍ଷା, ଯିଏ ଦେଶକୁ ସଫଳ କରାଇବା, ଦେଶର ଭାଗ୍ୟ ପରିବର୍ତନ କରିବାରେ ସର୍ବାଧିକ ଶକ୍ତି ଯାହାର ରହିଛି, ତାହା ହେଉଛି ଶିକ୍ଷା । ଆଜି ଏକବିଂଶ ଶତାବ୍ଦୀର ଭାରତ, ଯେଉଁ ଲକ୍ଷ୍ୟଗୁଡ଼ିକୁ ନେଇ ଆଗକୁ ବଢ଼ୁଛି, ସେଥିରେ ଆମର ଶିକ୍ଷା ବ୍ୟବସ୍ଥାର ମଧ୍ୟ ବହୁତ ଅଧିକ ଗୁରୁତ୍ୱ ରହିଛି । ଆପଣ ସମସ୍ତେ ହେଉଛନ୍ତି ଏହି ବ୍ୟବସ୍ଥାର ପ୍ରତିନିଧି, ହେଉଛନ୍ତି ଧ୍ୱଜାବାହକ । ଏଥିପାଇଁ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ର ଅଂଶ ହେବା, ମୋ ପାଇଁ ମଧ୍ୟ ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ ଅବସର ।

ମୁଁ ମାନୁଛି ଯେ, ବିଦ୍ୟା ପାଇଁ ବିମର୍ଷ ନିଶ୍ଚିତ ଭାବେ ହୋଇଥାଏ । ଶିକ୍ଷା ପାଇଁ ସମ୍ବାଦ ଜରୁରୀ ହୋଇଥାଏ । ମୋତେ ଖୁସି ଅନୁଭବ ହେଉଛି ଯେ ଅଖିଳ ଭାରତୀୟ ଶିକ୍ଷା ସମାଗମର ଏହି ଅଧିବେଶନ ମାଧ୍ୟମରେ ଆମେ ବିମର୍ଷ ଏବଂ ବିଚାରର ନିଜର ପରମ୍ପରାକୁ ଆହୁରି ଆଗକୁ ବଢ଼ାଉଛୁ । ଏହା ପୂର୍ବରୁ, ଏଭଳି ଆୟୋଜନ କାଶୀର ନବନିର୍ମାଣ ରୁଦ୍ରାକ୍ଷ ସମାଗମରେ ହୋଇଥିଲା । ଚଳିତ ଥର ଏହି ସମାଗମ ଦିଲ୍ଲୀର ଏହି ନବ ନିର୍ମିତ ଭାରତ ମଣ୍ଡପମ୍ ରେ ହେଉଛି। ଆଉ ଏହା ହେଉଛି ଖୁସିର କଥା ଯେ ବିଧିବଦ୍ଧ ଭାବେ ଭାରତ ମଣ୍ଡପମ୍ ର ଲୋକାର୍ପଣ ପରେ ଏହା ହେଉଛି ପ୍ରଥମ କାର୍ଯ୍ୟକ୍ରମ, ଆଉ ଖୁସି ଏଇଥିପାଇଁ ବଢ଼ି ଯିବାର କାରଣ ଏହା ଯେ ଏଠାରେ ପ୍ରଥମ ଲାଗି କାର୍ଯ୍ୟକ୍ରମ ତାହା ପୁଣି ଶିକ୍ଷା ସହିତ ଜଡ଼ିତ କାର୍ଯ୍ୟକ୍ରମ ହେଉଛି ।

 

ସାଥୀଗଣ,

କାଶୀର ରୁଦ୍ରାକ୍ଷରୁ ନେଇ ଏହି ଆଧୁନିକ ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ, ଅଖିଳ ଭାରତୀୟ ଶିକ୍ଷା ସମାଗମର ଏହି ଯାତ୍ରାରେ ମଧ୍ୟ ଏକ ସନ୍ଦେଶ ଲୁଚି ରହିଛି । ଏହି ସନ୍ଦେଶ ହେଉଛି- ପ୍ରାଚୀନତା ଏବଂ ଆଧୁନିକତାର ସଙ୍ଗମର! ଅର୍ଥାତ, ଗୋଟିଏ ପଟେ ଆମର ଶିକ୍ଷା ବ୍ୟବସ୍ଥା ଭାରତର ପ୍ରାଚୀନ ପରମ୍ପରାଗୁଡ଼ିକୁ ସଜାଡ଼ୁଛି, ବେତ ଅନ୍ୟପକ୍ଷରେ ଆଧୁନିକ ବିଜ୍ଞାନ ଏବଂ ହାଇଟେକ୍ ଟୋକ୍ନାଲୋଜି, ଏହି କ୍ଷେତ୍ରରେ ମଧ୍ୟ ଆମେ ସେତିକି ହିଁ ଦ୍ରୁତ ଗତିରେ ଆଗକୁ ବଢ଼ୁଛେ । ମୁଁ ଏହି ଆୟୋଜନ ପାଇଁ, ଶିକ୍ଷା ବ୍ୟବସ୍ଥାରେ ଆପଣମାନଙ୍କର ଯୋଗଦାନ ପାଇଁ, ଆପଣ ସମସ୍ତ ବନ୍ଧୁମାନଙ୍କୁ ଶୁଭକାମନା ଜଣାଉଛି, ସାଧୁବାଦ ଜଣାଉଛି ।

ସଂଯୋଗବଶତଃ ଆଜି ଆମର ରାଷ୍ଟ୍ରୀୟ ଶିକ୍ଷା ନୀତିର 3 ବର୍ଷ ମଧ୍ୟ ପୂରଣ ହେଉଛି । ସାରା ଦେଶର ବୁଦ୍ଧିଜୀବୀମାନେ, ଅଧ୍ୟାପନା ସହିତ ଜଡିତ ବ୍ୟକ୍ତିମାନେ ଆଉ ଶିକ୍ଷକମାନେ ଏହାକୁ ଏକ ମିଶନ ଭାବେ ନେଲେ, ଆଉ ଆଗକୁ ମଧ୍ୟ ବଢ଼ାଇଛନ୍ତି । ମୁଁ ଆଜି ଏହି ଅବସରରେ ସେହି ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି, କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି ।

ଏବେ ମୁଁ ଏଠାକୁ ଆସିବା ପୂର୍ବରୁ ନକଟରେ ପାଭିଲିୟନରେ ଲଗା ଯାଇଥିବା ପ୍ରଦର୍ଶନୀକୁ ଦେଖୁଥିଲି । ଏହି ପ୍ରଦର୍ଶନୀରେ ଆମର କୌଶଳ ଏବଂ ଶିକ୍ଷା କ୍ଷେତ୍ରର ଶକ୍ତିକୁ, ତାହାର ଉପଲବ୍ଧିଗୁଡ଼ିକୁ ଦେଖା ଯାଇଛି । ନୂଆ- ନୂଆ ନବସୃଜନର ଉପାୟମାନ ଦେଖା ଯାଇଛି । ଏଠାରେ ବାଲବାଟିକାରେ ପିଲାମାନଙ୍କ ସହିତ ସାକ୍ଷାତ କରିବାକୁ ଏବଂ ସେମାନଙ୍କ ସହିତ କଥାବାର୍ତା କରିବାର ମୋତେ ସୁଯୋଗ ମିଳିଲା । ପିଲାମାନେ ଖେଳ- ଖେଳରେ କିଭଳି ବହୁତ କିଛି ଶିଖି ପାରୁଛନ୍ତି, କିଭଳି ଭାବେ ଶିକ୍ଷା ଏବଂ ସ୍କୁଲିଙ୍ଗର ଅର୍ଥ ବଦଳୁଛି, ଏହା ଦେଖିବା ପ୍ରକୃତରେ ମୋ ପାଇଁ ଉତ୍ସାହଜନକ ଥିଲା । ଆଉ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରିବି ଯେ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଯେତେବେଳେ ସୁଯୋଗ ମିଳିବ ସେତେବେଳେ ନିଶ୍ଚିତ ଭାବେ ସେଠାକୁ ଯାଇ ସେହି ସମସ୍ତ କାର୍ଯ୍ୟକଳାପ ଗୁଡ଼ିକୁ ଦେଖନ୍ତୁ ।

 

ସାଥୀଗଣ,

ଯେତେବେଳେ ଯୁଗ ବଦଳିଲା ଭଳି ପରିବର୍ତନ ହୋଇଥାଏ, ସେତେବେଳେ ତାହା ନିଜସ୍ୱ ସମୟ ନେଇଥାଏ । ତିନି ବର୍ଷ ପୂର୍ବରୁ ଯେତେବେଳେ ଆମର ରାଷ୍ଟ୍ରୀୟ ଶିକ୍ଷାନୀତିର ଘୋଷଣା ହୋଇଥିଲା, ସେତେବେଳେ ଏକ ବହୁତ ବଡ଼ କାର୍ଯ୍ୟ କ୍ଷେତ୍ର ଆମ ସାମ୍ନାରେ ଥିଲା । କିନ୍ତୁ ଆପଣମାନେ ସମସ୍ତେ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ଲାଗୁ କରିବା ପାଇଁ ଯେଉଁ କର୍ତବ୍ୟ ଭାବ ଦେଖାଇଲେ, ଯେଉଁ ସମର୍ପଣ ଭାବ ଦେଖାଇଲେ ଆଉ ଖୋଲା ମନରେ ନୂତନ ବିଚାରଧାରାର, ନୂତନ ପ୍ରୟୋଗଗୁଡ଼ିକୁ ସ୍ୱୀକାର କରିବାର ସାହସ ଦେଖାଇଛନ୍ତି, ଏହା ବାସ୍ତବରେ ହେଉଛି ଅଭିଭୂତ କରିବା ଭଳି ଏବଂ ନୂତନ ବିଶ୍ୱାସ ସୃଷ୍ଟି କରିବା ଭଳି ।

ଆପଣମାନେ ସମସ୍ତେ ଏହାକୁ ଏକ ମିଶନ ଭାବେ ନେଇଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତିରେ ପାରମ୍ପରିକ ଜ୍ଞାନ ବ୍ୟବସ୍ଥା ଠାରୁ ନେଇ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ତାହାକୁ ବାରମ୍ବାର ଏକ ତାଳମେଳ ରଖି ତାହାକୁ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ, ଆଂଚଳିକ ଭାଷାଗୁଡ଼ିକର ପୁସ୍ତକ ଆଣିବା ପାଇଁ, ଉଚ୍ଚ ଶିକ୍ଷା ପାଇଁ, ଦେଶରେ ଗବେଷଣା ଇକୋ ସିଷ୍ଟମକୁ ସୁଦୃଢ଼ କରିବା ପାଇଁ, ଦେଶର ଶିକ୍ଷା ଜଗତର ସମସ୍ତ ମହାନୁଭବମାନେ ବହୁତ ପରିଶ୍ରମ କରିଛନ୍ତି ।

ଦେଶର ସାଧାରଣ ନାଗରିକ ଆଉ ଆମର ବିଦ୍ୟାର୍ଥୀ ନୂତନ ବ୍ୟବସ୍ଥା ସହିତ ଭଲ ଭାବେ ପରିଚିତ ଅଛନ୍ତି । ସେମାନେ ଏହା ଜାଣି ଯାଇଛନ୍ତି ଯେ ‘ଟେନ୍ ପ୍ଲସ୍ ଟୁ’ ଶିକ୍ଷା ବ୍ୟବସ୍ଥା ସ୍ଥାନରେ ଏବେ ‘ଫାଇଭ ପ୍ଲସ୍ ଥ୍ରୀ- ପ୍ଲସ୍ ଥ୍ରୀ ପ୍ଲସ୍ ଫୋର’ ଏହି ପ୍ରଣାଳୀ ଉପରେ ବିଚାର ହେଉଛି । ପାଠପଢ଼ାର ଶୁଭାରମ୍ଭ ମଧ୍ୟ ଏବେ ତିନି ବର୍ଷର ଆୟୁରୁ ହେବ । ଏହା ଦ୍ୱାରା ସାରା ଦେଶରେ ଏକ ସମାନତା ଆସିବ ।

ଏଇ ନିକଟରେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ ଆଗତ କରିବା ପାଇଁ କ୍ୟାବିନେଟ ନିଜର ମଂଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତି ମାଧ୍ୟମରେ ଜାତୀୟ ପାଠ୍ୟକ୍ରମ ଫ୍ରେମୱର୍କ ମଧ୍ୟ ଖୁବ ଶୀଘ୍ର ଲାଗୁ ହେଉଛି । ମୋତେ ଅବଗତ କରାଯାଇଛି ଯେ ଫାଉଣ୍ଡେସନ ଷ୍ଟେଜ ଅର୍ଥାତ 3 ରୁ 8 ବର୍ଷର ପିଲାମାନଙ୍କ ପାଇଁ ଫ୍ରେମୱର୍କ ପ୍ରସ୍ତୁତ ମଧ୍ୟ ହୋଇ ସାରିଲାଣି । ଅନ୍ୟଗୁଡ଼ିକ ପାଇଁ ପାଠ୍ୟକ୍ରମ ବହୁତ ଶୀଘ୍ର ହିଁ ହୋଇଯିବ । ସ୍ୱାଭାବିକ ଭାବେ ଏବେ ସାରା ଦେଶରେ ସିବିଏସଇ ସ୍କୁଲଗୁଡ଼ିକରେ ଗୋଟିଏ ପ୍ରକାରର ପାଠ୍ୟକ୍ରମ ହେବ । ଏଥିପାଇଁ ଏନସିଆରଟି ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଛନ୍ତି । ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 130ଟି ବିଷୟର ନୂତନ ପୁସ୍ତକ ଆସୁଛି ଆଉ ମୁଁ ଖୁସି ଯେ, ଯେହେତୁ ଏବେ ଶିକ୍ଷା ଆଂଚଳିକ ଭାଷାଗୁଡ଼ିକରେ ମଧ୍ୟ ଦିଆଯିବାକୁ ଅଛି, ଏଥିପାଇଁ ଏହି ପୁସ୍ତକଗୁଡ଼ିକ 22 ଭାରତୀୟ ଭାଷାରେ ହେବ ।

 

ସାଥୀଗଣ,

ଯୁବକମାନଙ୍କୁ ସେମାନଙ୍କର ପ୍ରତିଭା ବଦଳରେ ସେମାନଙ୍କର ଭାଷା ଆଧାରରେ ମୂଲ୍ୟାୟନ କରିବା, ସେମାନଙ୍କ ପ୍ରତି ହେଉଛି ସବୁଠାରୁ ବଡ଼ ଅନ୍ୟାୟ । ମାତୃଭାଷାରେ ପାଠପଢା ହେବା ଦ୍ୱାରା ଭାରତର ଯୁବ ପ୍ରତିଭାଙ୍କ ସହିତ ଏବେ ପ୍ରକୃତ ନ୍ୟାୟର ଶୁଭାରମ୍ଭ ହେବାକୁ ଯାଉଛି । ଆଉ ଏହା ହେଉଛି ସାମାଜିକ ନ୍ୟାୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱରେ ଶହ- ଶହ ଭିନ୍ନ- ଭିନ୍ନ ଭାଷାମାନ ରହିଛି । ପ୍ରତ୍ୟେକ ଭାଷାର ନିଜସ୍ୱ ଗୁରୁତ୍ୱ ରହିଛି । ବିଶ୍ୱର ଅଧିକାଂଶ ବିକଶିତ ଦେଶଗୁଡ଼ିକ ନିଜ ମାତୃଭାଷା ଯୋଗୁଁ ହିଁ ନିଜର ଗୁରୁତ୍ୱ ବୃଦ୍ଧି କରି ପାରିଛନ୍ତି । ଯଦି ଆମେ କେବଳ ୟୁରୋପକୁ ହିଁ ଦେଖିବା, ତେବେ ସେଠାରେ ଅଧିକାଂଶ ଦେଶ ନିଜ ନିଜର ମାତୃଭାଷାକୁ ହିଁ ବ୍ୟବହାର କରୁଛନ୍ତି । କିନ୍ତୁ ଆମର ଏଠାରେ, ଏତେ ଅଧିକ ସମୃଦ୍ଧ ଭାଷା ରହିଥିବା ସତ୍ୱେ, ଆମେ ନିଜ ଭାଷାଗୁଡ଼ିକୁ ପଛୁଆ ଭାବେ ବିବେଚନା କରୁଛୁ । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ । କେହି କେତେ ମଧ୍ୟ ସୃଜନଶୀଳ ଚିନ୍ତାଧାରର ହୁଅନ୍ତୁ ନା କାହିଁକି, ଯଦି ସେ ଇଂରାଜୀ କହି ପାରିବେ ନାହିଁ, ତେବେ ତାଙ୍କ ପ୍ରତିଭାକୁ ଶୀଘ୍ର ସ୍ୱୀକାର କରାଯାଉ ନ ଥିଲା । ଏହାର ସବୁଠାରୁ ବଡ଼ କ୍ଷତି ଆମର ଗ୍ରାମୀଣ ଅଂଚଳର ପ୍ରତିଭାବାନ ପିଲାମାନଙ୍କୁ ଉଠାଇବାକୁ ପଡ଼ିଛି । ଆଜି ସ୍ୱାଧୀନତାର ଅମୃତ କାଳରେ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଦେଶ ଏହି ହୀନ ଭାବନାକୁ ମଧ୍ୟ ପଛରେ ଛାଡ଼ି ଦେବାର ଶୁଭାରମ୍ଭ କରିଛି । ଆଉ ମୁଁ ତ ୟୁଏନରେ ମଧ୍ୟ ଭାରତର ଭାଷାରେ କହିଥାଏ । ଶୁଣୁଥିବା ଲୋକଙ୍କୁ ତାଳି ବଜାଇବାରେ ବିଳମ୍ବ ତ ଲାଗିବ ହିଁ ଲାଗିବ ।

ସାଥୀଗଣ,

ଏବେ ସାମାଜିକ ବିଜ୍ଞାନ ଠାରୁ ନେଇ ଇଂଜିନିୟରିଙ୍ଗ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାଦାନ ମଧ୍ୟ ଭାରତୀୟ ଭାଷାମାନଙ୍କରେ ହେବ । ଯୁବକମାନଙ୍କ ପାଖରେ ଭାଷାର ଆତ୍ମବିଶ୍ୱାସ ରହିବ, ତେବେ ସେମାନଙ୍କର ଦକ୍ଷତା, ସେମାନଙ୍କର ପ୍ରତିଭା ମଧ୍ୟ ଉନ୍ମୁକ୍ତ ଭାବେ ସାମ୍ନାକୁ ଆସିବ । ଆଉ, ଏହାର ଆଉ ଗୋଟିଏ ଲାଭ ଦେଶକୁ ହେବ । ଭାଷାର ରାଜନୀତି କରି ନିଜର ଘୃଣାର ଦୋକାନ ଚଲାଉଥିବା ଲୋକମାନଙ୍କୁ ମଧ୍ୟ ସେମାନଙ୍କ ଦୋକାନର ଦରଜା ବନ୍ଦ କରିବାକୁ ପଡ଼ିବ । ଜାତୀୟ ଶିକ୍ଷାନୀତିରେ ଦେଶର ପ୍ରତ୍ୟେକ ଭାଷାକୁ ସମ୍ମାନ ମିଳିବ, ପ୍ରୋତ୍ସାହନ ମିଳିବ ।

ସାଥୀଗଣ,

ସ୍ୱାଧୀନତାର ଅମୃତ ମହୋତ୍ସବରେ, ଆଗାମୀ 25 ବର୍ଷର ସମୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି 25 ବର୍ଷରେ ଆମକୁ ଉର୍ଜ୍ଜାରେ ଭରପୂର ଆମର ଯୁବପିଢ଼ୀଙ୍କର ନିର୍ମାଣ କରିବାର ଅଛି । ଏକ ଏଭଳି ପିଢ଼ୀ, ଯେଉଁମାନେ ପରାଧୀନତାର ମାନସିକତାରୁ ମୁକ୍ତ ଅଛନ୍ତି । ଏକ ଏଭଳି ପିଢ଼ୀ, ଯେଉଁମାନେ ନୂଆ- ନୂଆ ନବସୃଜନ ପାଇଁ ଲାଳାୟିତ ଅଛନ୍ତି । ଏକ ଏଭଳି ପିଢ଼ୀ, ଯେଉଁମାନେ ବିଜ୍ଞାନ ଠାରୁ ନେଇ କ୍ରୀଡ଼ା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଗୌରବ ଉଜ୍ଜ୍ୱଳ କରନ୍ତୁ, ଭାରତର ସୁନାମ ଆଗକୁ ବଢ଼ାନ୍ତୁ । ଏକ ଏଭଳି ପିଢ଼ୀ, ଯେଉଁମାନେ ଏକବିଂଶ ଶତାବ୍ଦୀରେ ଭାରତର ଆବଶ୍ୟକତା ଗୁଡ଼ିକୁ ବୁଝି ନିଜର ସାମର୍ଥ୍ୟ ବଢ଼ାଇବେ । ଆଉ, ଏକ ଏଭଳି ପିଢ଼ୀ, ଯେଉଁମାନେ କର୍ତବ୍ୟବୋଧରେ ଭରି ହୋଇ ରହିଥିବେ, ନିଜର ଦାୟିତ୍ୱକୁ ଜାଣିଥିବେ- ବୁଝିଥିବେ । ଆଉ ଏଥିରେ ରାଷ୍ଟ୍ରୀୟ ଶିକ୍ଷାନୀତିର ବହୁତ ବଡ଼ ଭୂମିକା ରହିଛି ।

 

ସାଥୀଗଣ,

ଗୁଣାତ୍ମକ ଶିକ୍ଷାର ବିଶ୍ୱରେ କୌଣସି ମାନଦଣ୍ଡ ନାହିଁ, କିନ୍ତୁ ଯେତେବେଳେ ଆମେ ଭାରତର କଥା କହୁଛେ ସେତେବେଳେ ଆମର ଏକ ବଡ଼ ପ୍ରୟାସ ହେଉଛି- ସମାନତା! ରାଷ୍ଟ୍ରୀୟ ଶିକ୍ଷାନୀତିର ପ୍ରାଥମିକତା ହେଉଛି- ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ମିଳୁ, ଶିକ୍ଷାର ସମାନ ସୁଯୋଗ ମିଳୁ । ଯେତେବେଳେ ଆମେ ସମାନ ଶିକ୍ଷା ଏବଂ ସମାନ ସୁଯୋଗର କଥା କହୁଛେ, ସେତେବେଳେ ଏହି ଦାୟିତ୍ୱ କେବଳ ମାତ୍ର ସ୍କୁଲ ଖୋଲିଦେଲେ ପୂରଣ ହୋଇଯାଏ ନାହିଁ । ସମାନ ଶିକ୍ଷାର ଅର୍ଥ ହେଉଛି- ଶିକ୍ଷା ସହିତ ସଂସାଧନ ପର୍ଯ୍ୟନ୍ତ ସମାନତା ପହଂଚିବା ଆବଶ୍ୟକ । ସମାନ ଶିକ୍ଷାର ଅର୍ଥ ହେଉଛି- ପ୍ରତ୍ୟେକ ପିଲାମାନଙ୍କର ବୁଝିବା ଶକ୍ତି ଏବଂ ବାଛିବାର ହିସାବ ଅନୁସାରେ ସେମାନଙ୍କୁ ବିକଳ୍ପ ମିଳିବା । ସମାନ ଶିକ୍ଷାର ଅର୍ଥ ହେଉଛି- ସ୍ଥାନ, ବର୍ଗ, କ୍ଷେତ୍ର ଯୋଗୁଁ ପିଲାମାନେ ଶିକ୍ଷାରୁ ବଂଚିତ ନ ହୁଅନ୍ତୁ ।

ଏଥିପାଇଁ ଜାତୀୟ ଶିକ୍ଷା ନୀତିର ଦୃଷ୍ଟିକୋଣ ହେଉଛି ଏହା ଯେ, ଦେଶର ପ୍ରୟାସ ହେଉଛି ଏହା ଯେ ଗାଁ- ସହର, ଧନୀ- ଗରିବ, ପ୍ରତ୍ୟେକ ବର୍ଗରେ ଯୁବକମାନଙ୍କୁ ସମାନ ସୁଯୋଗ ମିଳୁ । ଆପଣମାନେ ଦେଖନ୍ତୁ, ପୂର୍ବରୁ କେତେ ପିଲା କେବଳ ଏଥିପାଇଁ ପଢ଼ି ପାରୁ ନ ଥିଲେ କାରଣ ଦୂର ଦୂରାନ୍ତ ଅଂଚଳରେ ଭଲ ସ୍କୁଲ ନ ଥିଲା । କିନ୍ତୁ ଆଜି ସାରା ଦେଶରେ ହଜାର- ହଜାର ସ୍କୁଲକୁ ପିଏମ–ଶ୍ରୀ ସ୍କୁଲ ଭାବେ ଅତ୍ୟାଧୁନିକ କରାଯାଉଛି । ‘5G’ର ଏହି ଯୁଗରେ ଏହି ଆଧୁନିକ ହାଇଟେକ୍ ସ୍କୁଲ, ଭାରତର ବିଦ୍ୟାର୍ଥୀମାନଙ୍କ ପାଇଁ ଆଧୁନିକ ଶିକ୍ଷାର ମାଧ୍ୟମ ପାଲଟିବ ।

ଆଜି ଆଦିବାସୀ ବହୁଳ ଅଂଚଳରେ ଏକଲବ୍ୟ ଆଦିବାସୀ ଆବାସିକ ସ୍କୁଲ ମଧ୍ୟ ଖୋଲା ଯାଉଛି। ଆଜି ଗାଁ- ଗାଁରେ ଇଂଟରନେଟର ସୁବିଧା ଉପଲବ୍ଧ ହେଉଛି । ଦୀକ୍ଷା, ସ୍ୱୟଂ ଏବଂ ସ୍ୱୟଂପ୍ରଭା ଭଳି ମାଧ୍ୟମରେ ଦୂର ଦୂରାନ୍ତର ପିଲାମାନେ ପାଠ ପଢ଼ୁଛନ୍ତି । ଭଲ- ଭଲ ପୁସ୍ତକ, ସୃଜନଶୀଳ ଶିକ୍ଷଣ କୌଶଳ ହେଉ, ଆଜି ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଗାଁ- ଗାଁରେ ନୂଆ- ନୂଆ ବିଚାରଧାରା, ନୂତନ ବ୍ୟବସ୍ଥା, ନୂତନ ସୁଯୋଗ ଉପଲବ୍ଧ ହେଉଛି । ଅର୍ଥାତ ଭାରତରେ ପାଠପଢ଼ା ପାଇଁ ଜରୁରୀ ସଂସାଧନଗୁଡ଼ିକର ବ୍ୟବଧାନ ଦ୍ରୁତ ଗତିରେ ସମାପ୍ତ ହେଉଛି ।

ସାଥୀଗଣ,

ଆପଣମାନେ ଜାଣନ୍ତି, ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ପ୍ରାଥମିକତା ହେଉଛି ଯେ, ଶିକ୍ଷା କେବଳ ପୁସ୍ତକରେ ସୀମିତ ରହିବା ଉଚିତ୍ ନୁହେଁ, ବରଂ ବ୍ୟବହାରିକ ଶିକ୍ଷା ଏହାର ଏକ ଅଂଶ ହେବା ଉଚିତ୍ । ଏଥିପାଇଁ ଧନ୍ଦାମୂଳକ ଶିକ୍ଷାକୁ ସାଧାରଣ ଶିକ୍ଷା ସହିତ ସମନ୍ବିତ କରିବା ପାଇଁ କାର୍ଯ୍ୟ ମଧ୍ୟ କରାଯାଉଛି । ଏହାର ସବୁଠାରୁ ବଡ ଲାଭ ଦୁର୍ବଳ, ପଛୁଆ ଏବଂ ଗ୍ରାମୀଣ ପରିବେଶର ପିଲାମାନଙ୍କ ପାଇଁ ଅଧିକ ହେବ ।

ପୁସ୍ତକ ଅଧ୍ୟୟନର ଚାପ ଯୋଗୁଁ ଏହି ପିଲାମାନେ ସର୍ବାଧିକ ପଛରେ ରହି ଯାଉଥିଲେ । କିନ୍ତୁ ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ, ବର୍ତ୍ତମାନ ନୂତନ ଉପାୟରେ ଶିକ୍ଷାଦାନ ହେବ । ଏହି ଶିକ୍ଷାଦାନ ଇଣ୍ଟରାକ୍ଟିଭ୍ ବା ଭାବ ବିନିମୟ ଭଳି ହେବା ସହିତ ଆକର୍ଷଣୀୟ ମଧ୍ୟ ହେବ । ପୂର୍ବରୁ ଲ୍ୟାବ ଏବଂ ପ୍ରାକ୍ଟିକାଲ ବା ବ୍ୟବହାରିକ ସୁବିଧା କେବଳ ଖୁବ୍ କମ୍ ବିଦ୍ୟାଳୟରେ ଉପଲବ୍ଧ ଥିଲା। କିନ୍ତୁ, ବର୍ତ୍ତମାନ 75 ଲକ୍ଷରୁ ଅଧିକ ପିଲା ଅଟଳ ଟିଙ୍କରିଂ ଲ୍ୟାବରେ ବିଜ୍ଞାନ ଏବଂ ନବସୃଜନ ପାଇଁ ଶିକ୍ଷାଲାଭ କରୁଛନ୍ତି। ବିଜ୍ଞାନ ବର୍ତ୍ତମାନ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ ହେଉଛି । ଏହି ଯୁବ ବୈଜ୍ଞାନିକମାନେ ଭବିଷ୍ୟତରେ ଦେଶର ବଡ଼ ପ୍ରକଳ୍ପର ନେତୃତ୍ୱ ନେବେ ଏବଂ ଭାରତକୁ ବିଶ୍ୱର ଗବେଷଣା କେନ୍ଦ୍ରରେ ପରିଣତ କରିବେ ।

 

ସାଥୀଗଣ,

କୌଣସି ମଧ୍ୟ ସଂସ୍କାର ପାଇଁ ସାହସ ଆବଶ୍ୟକ ହୋଇଥାଏ, ଏବଂ ଯେଉଁଠାରେ ସାହସ ଅଛି, ସେଠାରେ ନୂତନ ସମ୍ଭାବନା ଜନ୍ମ ନେଇଥାଏ । ଏହି କାରଣରୁ ଆଜି ବିଶ୍ୱ ଭାରତକୁ ନୂତନ ସମ୍ଭାବନାର ପ୍ରୟୋଗଶାଳା ଭାବରେ ଦେଖୁଛି । ଆଜି ବିଶ୍ୱ ଜାଣିଛି, ଯେତେବେଳେ ସଫ୍ଟୱେୟର୍ ଟେକ୍ନୋଲୋଜି କଥା ଆସେ, ସେତେବେଳେ ଭବିଷ୍ୟତ ହିଁ ହେଉଛି ଭାରତର । ବିଶ୍ୱ ଜାଣିଛି, ଯେତେବେଳେ ମହାକାଶ ଟେକ୍ନୋଲୋଜି କଥା ଆସେ, ସେତେବେଳେ ଭାରତର ସାମର୍ଥ୍ୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହଜ ନୁହେଁ । ବିଶ୍ୱ ଜାଣିଛି, ଯେତେବେଳେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କଥା ଆସେ, ସେତେବେଳେ ଭାରତର 'ସ୍ୱଳ୍ପ ମୂଲ୍ୟର' ମଡେଲ ଏବଂ 'ସର୍ବୋତ୍ତମ ଗୁଣବତ୍ତା' ମଡେଲ ଏବେ ସର୍ବଶ୍ରେଷ୍ଠ ହେବାକୁ ଯାଉଛି । ବିଶ୍ୱର ଏହି ବିଶ୍ୱାସକୁ ଆମକୁ ଦୁର୍ବଳ କରିବାକୁ ଦେବା ଉଚିତ୍ ନୁହେଁ ।

ବିଗତ ବର୍ଷଗୁଡ଼ିକରେ ଯେଭଳି ଭାରତର ଉଦ୍ୟାଗ ପ୍ରତିଷ୍ଠା ବୃଦ୍ଧି ପାଇଛି, ଯେଉଁ ଗତିରେ ଆମର ଷ୍ଟାର୍ଟଅପ୍ସ୍ ବିଶ୍ୱରେ ବୃଦ୍ଧି ପାଇଛି, ତାହା ମଧ୍ୟ ସମଗ୍ର ବିଶ୍ୱରେ ଆମର ଶୈଖିକ ଅନୁଷ୍ଠାନ ଗୁଡ଼ିକର ସମ୍ମାନ ବୃଦ୍ଧି କରିଛି । ସମସ୍ତ ବିଶ୍ୱ ମାନ୍ୟତାରେ ଭାରତୀୟ ଅନୁଷ୍ଠାନର ସଂଖ୍ୟା ବୃଦ୍ଧି ପାଉଛି, ଆମର ମାନ୍ୟତା ମଧ୍ୟ ବୃଦ୍ଧି ପାଉଛି । ଆଜି ଜାଞ୍ଜିବର ଏବଂ ଆବୁଧାବିରେ ଆମର ଆଇଆଇଟିର ଦୁଇଟି କ୍ୟାମ୍ପସ୍ ଖୋଲୁଛି । ଅନ୍ୟ ଅନେକ ଦେଶ ମଧ୍ୟ ଆମ ଆଇଆଇଟି କ୍ୟାମ୍ପସ ଖୋଲିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶ୍ୱରେ ଏହାର ଚାହିଦା ବୃଦ୍ଧି ପାଉଛି । ଆମର ଶିକ୍ଷା ଇକୋସିଷ୍ଟମରେ ଆସୁଥିବା ଏହି ସକରାତ୍ମକ ପରିବର୍ତ୍ତନ ଯୋଗୁଁ, ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟ ମଧ୍ୟ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲିବାକୁ ଚାହାଁନ୍ତି । ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଗୁଜରାଟର ଗିଫ୍ଟ ସିଟିରେ ସେମାନଙ୍କର କ୍ୟାମ୍ପସ ଖୋଲିବାକୁ ଯାଉଛନ୍ତି । ଏହି ସଫଳତା ମଧ୍ୟରେ, ଆମକୁ କ୍ରମାଗତ ଭାବରେ ଆମର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସୁଦୃଢ କରିବାକୁ ପଡିବ ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି ରଖିବାକୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡିବ । ଆମକୁ ଆମର ଅନୁଷ୍ଠାନ, ଆମର ବିଶ୍ୱବିଦ୍ୟାଳୟ, ଆମ ବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଏହି ଶିକ୍ଷା ବିପ୍ଳବର କେନ୍ଦ୍ର କରିବାକୁ ପଡିବ।

ସାଥୀଗଣ,

ସମର୍ଥ ଯୁବକମାନଙ୍କର ନିର୍ମାଣ ଏକ ସଶକ୍ତ ରାଷ୍ଟ୍ର ଗଠନ କରିବାର ସବୁଠାରୁ ବଡ ଗ୍ୟାରେଣ୍ଟି ହୋଇଥାଏ, ଆଉ ଯୁବକମାନଙ୍କ ଚରିତ୍ର ଗଠନରେ ପ୍ରଥମ ଭୂମିକା ହେଉଛି ପିତାମାତା ଏବଂ ଶିକ୍ଷକମାନଙ୍କର । ତେଣୁ, ମୁଁ ଶିକ୍ଷକ ଏବଂ ଅଭିଭାବକମାନଙ୍କୁ, ସମସ୍ତଙ୍କୁ କହିବାକୁ ଚାହେଁ ଯେ, ପିଲାମାନଙ୍କୁ ମୁକ୍ତ ଭାବରେ ଉଡ଼ିବାର ସୁଯୋଗ ଦିଆଯିବା ଆବଶ୍ୟକ । ଆମକୁ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରିବାକୁ ପଡିବ ଯାହା ଦ୍ବାରା ସେମାନେ ସବୁବେଳେ କିଛି ନୂଆ ଶିଖିବାକୁ ଏବଂ କିଛି ନୂଆ କରିବାକୁ ସାହସ କରିପାରିବେ । ଆମକୁ ଭବିଷ୍ୟତ ଉପରେ ନଜର ରଖିବାକୁ ପଡିବ, ଆମକୁ ଭବିଷ୍ୟତର ମାନସିକତା ସହିତ ଚିନ୍ତା କରିବାକୁ ପଡିବ । ଆମକୁ ପିଲାମାନଙ୍କୁ ପୁସ୍ତକର ଚାପରୁ ମୁକ୍ତ କରିବାକୁ ପଡିବ।

ଆଜି ଆମେ ଦେଖୁଛୁ ଯେ କୃତ୍ରିମ ବୁଦ୍ଧିମତ୍ତା, AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି) ଭଳି ଟେକ୍ନୋଲୋଜି, ଯାହା ଗତକାଲି ପର୍ଯ୍ୟନ୍ତ ବିଜ୍ଞାନ କଳ୍ପନାରେ ହୋଇ ରହିଥିଲା, ତାହା ବର୍ତ୍ତମାନ ଆମ ଜୀବନର ଏକ ଅଂଶ ପାଲଟିଛି । ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି ଆମ ଦ୍ୱାରରେ ପହଞ୍ଚି ସାରିଛି । ଏଥିପାଇଁ, ଆମକୁ ପୁରୁଣା ଚିନ୍ତାଧାରାରୁ ବାହାରି ଯିବାକୁ ପଡିବ ଏବଂ ନୂତନ କ୍ଷେତ୍ରର ପରିସରକୁ ଚିନ୍ତା କରିବାକୁ ପଡିବ । ଏଥିପାଇଁ ଆମ ପିଲାମାନଙ୍କୁ ପ୍ରସ୍ତୁତ କରିବାକୁ ପଡିବ । ମୁଁ ଚାହିଁବି ଯେ, ଆମ ବିଦ୍ୟାଳୟରେ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଭାବ ବିନିମୟ ଅଧିବେଶନ ଆୟୋଜିତ ହେଉ । ବିପର୍ଯ୍ୟୟ ପରିଚାଳନା ହେଉ, ଜଳବାୟୁ ପରିବର୍ତ୍ତନ ହେଉ ଅବା ସ୍ୱଚ୍ଛ ଶକ୍ତି ଭଳି ବିଷୟ ହେଉ, ଆମକୁ ଆମର ନୂତନ ପିଢୀକୁ ମଧ୍ୟ ଏ ବିଷୟରେ ଅବଗତ କରାଇବାକୁ ପଡିବ । ଏଥିପାଇଁ, ଆମକୁ ଆମର ଶିକ୍ଷା ବ୍ୟବସ୍ଥାକୁ ଏପରି ଭାବରେ ପ୍ରସ୍ତୁତ କରିବାକୁ ପଡିବ ଯେ, ଯୁବକମାନେ ଏହି ଦିଗରେ ସଚେତନ ମଧ୍ୟ ହେବେ ଏବଂ ସେମାନଙ୍କର ଜିଜ୍ଞାସା ମଧ୍ୟ ବୃଦ୍ଧି ପାଇବ।

ସାଥୀଗଣ,

ଭାରତ ଯେପରି- ଯେଭଳି ଭାବେ ଶକ୍ତିଶାଳୀ ହେଉଛି, ଭାରତର ପରିଚୟ ଏବଂ ପରମ୍ପରା ପ୍ରତି ବିଶ୍ୱର ଆଗ୍ରହ ମଧ୍ୟ ବଢିବାରେ ଲାଗିଛି । ଆମକୁ ଏହି ପରିବର୍ତ୍ତନକୁ ବିଶ୍ବର ଆଶା ଆକାଂକ୍ଷା, ଅନୁରୂପ ଭାବେ ଗ୍ରହଣ କରିବାକୁ ପଡିବ । ଯୋଗ, ଆୟୁର୍ବେଦ, କଳା, ସଙ୍ଗୀତ, ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଭବିଷ୍ୟତର ଅପାର ସମ୍ଭାବନା ଜଡିତ ହୋଇ ରହିଛି । ଆମକୁ ଆମର ନୂତନ ପିଢୀକୁ ଏହା ସହିତ ପରିଚିତ କରାଇବାକୁ ପଡିବ । ମୋର ବିଶ୍ବାସ ଯେ, ଅଖିଳ ଭାରତୀୟ ଶିକ୍ଷା ସମାଗମ ପାଇଁ ଏହି ସମସ୍ତ ବିଷୟ ଉପରେ ପ୍ରାଥମିକତା ଦିଆଯିବ।

ଭାରତର ଭବିଷ୍ୟତ ଗଠନ ପାଇଁ ଆପଣ ସମସ୍ତଙ୍କର ଏହି ପ୍ରୟାସ ଏକ ନୂତନ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଆଉ ମୁଁ ଦୃଢ ନିଶ୍ଚିତ ଯେ 2047 ପାଇଁ ଆମ ସମସ୍ତଙ୍କର ଏକ ସ୍ୱପ୍ନ ରହିଛି, ଆମ ସମସ୍ତଙ୍କର ଏକ ସଂକଳ୍ପ ରହିଛି ଯେ, ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ କରିବ, 2047ରେ ଆମ ଦେଶ ଏକ ବିକଶିତ ଭାରତ ହୋଇ ରହିବ । ଆଉ ଏହି ସମୟ ସେହି ଯୁବକମାନଙ୍କ ହାତରେ ଅଛି, ଯେଉଁମାନେ ଆଜି ଆପଣଙ୍କ ନିକଟରୁ ତାଲିମ ନେଉଛନ୍ତି । ଯେଉଁମାନେ ଆଜି ଆପଣଙ୍କ ନିକଟରୁ ପ୍ରସ୍ତୁତ ହେଉଛନ୍ତି, ସେମାନେ ଆସନ୍ତାକାଲି ଦେଶ ନିର୍ମାଣ କରିବାକୁ ଯାଉଛନ୍ତି । ଆଉ ଏଥିପାଇଁ ଆପଣ ସମସ୍ତଙ୍କୁ ଅନେକ- ଅନେକ ଶୁଭେଚ୍ଛା ଜଣାଇବା ସହିତ, ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ, ପ୍ରତ୍ୟେକ ଯୁବକଙ୍କର ହୃଦୟରେ ଏକ ସଂକଳ୍ପର ଭାବନା ସୃଷ୍ଟି ହେଉ, ସେହି ସଂକଳ୍ପକୁ ସାକର କରିବା ପାଇଁ କଠିନ ପରିଶ୍ରମର ପରାକାଷ୍ଠା ରହୁ, ସିଦ୍ଧି  ପ୍ରାପ୍ତ କରି ରୁହନ୍ତୁ, ଏହି ଉଦ୍ଦେଶ୍ୟ ସହିତ ଆଗକୁ ବଢନ୍ତୁ ।

ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ବହୁତ- ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"