“ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୋଟି କୋଟି ଲୋକଙ୍କ ମନରେ ଆଶାର ସଞ୍ଚାର କରିଛି”
“ଧର୍ମ ନେଇ ରହିଥିବା ମଂଦ ଭାବନା ସ୍ୱାମୀଜୀ ଧର୍ମର ଆଲୋକରେ ଦୂର କରିଥିଲେ”
“ସ୍ୱାମୀଜୀ ସମାଜରେ ବେଦର ଚେତନାକୁ ଉଜାଗର କରିଥିଲେ”
“ଅମୃତ କାଳରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମ ଜୟନ୍ତୀ ଏକ ପବିତ୍ର ଉତ୍ସାହ ଭାବେ ଆସିଛି”
“ଆଜି ଦେଶ ଆମ ଐତିହ୍ୟକୁ ନେଇ ଗଭୀର ଆତ୍ମବିଶ୍ୱାସର ସହ ଗର୍ବ କରୁଛି”
“ଆମ ପାଇଁ ଧର୍ମର ପ୍ରଥମ ବ୍ୟାଖ୍ୟା ହେଉଛି କର୍ତ୍ତବ୍ୟ”
“ଗରୀବ, ଅନଗ୍ରସର, ଅବହେଳିତଙ୍କ ସେବା ହେଉଛି ଆଜି ଦେଶର ପ୍ରଥମ ଯାଗ ବା ପରମାତ୍ମାଙ୍କ ସେବା”
ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ସର୍ବଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ଆର୍ଯ୍ୟ ଜୀ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ଧରମାଲ ଆର୍ଯ୍ୟ ଜୀ, ଶ୍ରୀ ବିନୟ ଆର୍ଯ୍ୟ ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜି. କିଶନ ରେଡୀ ଜୀ, ମିନାକ୍ଷୀ ଲେଖି ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ସମସ୍ତ ପ୍ରତିନିଧିଗଣ, ଭାଇ ଏବଂ ଭଉଣୀମାନେ!

ମହର୍ଷି ଦୟାନନ୍ତଜ ଜୀଙ୍କ ୨୦୦ତମ ଜନ୍ମବାର୍ଷିକୀର ଏହି ଅବସର ଐତିହାସିକ ଅଟେ ଏବଂ ଭବିଷ୍ୟତ ଇତିହାସ ସୃଷ୍ଟି କରିବାର ଏକ ସୁଯୋଗ ମଧ୍ୟ ଅଟେ । ଏହା ସମଗ୍ର ବିଶ୍ୱ ପାଇଁ ମାନବତାର ଭବିଷ୍ୟ ପାଇଁ ଗୋଟିଏ ପ୍ରେରଣାର ମୁହୂର୍ତ୍ତ ଅଟେ । ସ୍ୱାମୀ ଦୟାନନ୍ଦ ଜୀ ଏବଂ ତାଙ୍କର ଆଦର୍ଶ ଥିଲା- “କୃଣନ୍ୱୋ ବିଶ୍ୱର୍ମାର୍ଯ୍ୟମ”। ଅର୍ଥାତ, ଆମେ ସମଗ୍ର ବିଶ୍ୱକୁ ଶ୍ରେଷ୍ଠ କରିବା ଉଚିତ । ସମଗ୍ର ବିଶ୍ୱରେ ସର୍ବୋତ୍ତମ ଚିନ୍ତାଧାରା, ମାନବ ଆଦର୍ଶକୁ ସଞ୍ଚାର କରିବା ଉଚିତ । ଏଥିପାଇଁ ଆଜି ଏକବିଂଶ ଶତାବ୍ଦୀରେ ଯେତେବେଳେ ବିଶ୍ୱ ଅନେକ ବିବାଦରେ ଆବଦ୍ଧ, ହିଂସା ଏବଂ ଅସ୍ଥିରତା ମଧ୍ୟରେ ଜଡ଼ିତ, ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୋଟି କୋଟି ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରୁଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଧିରେ ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଜୀଙ୍କର ୨୦୦ତମ ଜନ୍ମ ବାର୍ଷିକୀ ପାଳନ କରିବାର ଏହି ଶୁଭ କାର୍ଯ୍ୟକ୍ରମ ୨ ବର୍ଷ ପର୍ଯ୍ୟନ୍ତ ଚାଲିବ ଏବଂ ମୁଁ ଖୁସି ଯେ ଭାରତ ସରକାର ମଧ୍ୟ ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାନବିକତାର କଲ୍ୟାଣ ପାଇଁ ଏହି ନିରନ୍ତର ଧ୍ୟାନ, ଏକ ଯଜ୍ଞ ଚାଲିଛି କିଛି ସମୟ ପୂର୍ବରୁ ମୁଁ ମଧ୍ୟ ଏଥିରେ ଆହୁତି ଦେବାର ସୁଯୋଗ ପାଇଛି । ଆଚାର୍ଯ୍ୟ ଜୀ ବର୍ତ୍ତମାନ କହୁଥିଲେ ଯେ, ଏହା ମୋର ସୌଭାଗ୍ୟ ଅଟେ ଯେ ଯେଉଁ ପବିତ୍ର ଭୂମିରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀ ଜନ୍ମ ନେଇଥିଲେ, ସେହି ଭୂମିରେ ମୋତେ ମଧ୍ୟ ଜନ୍ମ ନେବାର ସୌଭାଗ୍ୟ ମିଳିଛି । ମୁଁ ସେହି ମାଟିରୁ ପାଇଥିବା ସଂସ୍କାର, ସେହି ମାଟିରୁ ମିଳିଥିବା ପ୍ରେରଣା ଆଜି ମୋତେ ମଧ୍ୟ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଆଦର୍ଶ ପ୍ରତି ଆକର୍ଷିତ କରିବାରେ ଲାଗିଛି । ମୁଁ ସ୍ୱାମୀ ଦୟାନନ୍ଦ ଜୀଙ୍କ ଚରଣରେ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ଏବଂ ଆପଣ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ସାଥୀମାନେ,

ଯେତେବେଳେ ମହର୍ଷି ଦୟାନନ୍ଦଜୀଙ୍କ ଜନ୍ମ ହୋଇଥିଲା, ସେତେବେଳେ ଦେଶ ବହୁ ଶତାବ୍ଦୀ ଧରି ଦାସତ୍ୱ ମଧ୍ୟରେ ଦୁର୍ବଳ ହେବା ଦ୍ୱାରା ନିଜର ମୂଲ୍ୟବୋଧ, ସବୁକିଛି ହରାଉଥିଲା । ପ୍ରତି କ୍ଷଣ ଆମ ସରକାରଙ୍କୁ, ଆମର ଆଦର୍ଶକୁ, ଆମର ମୂଲ୍ୟବୋଧକୁ ନଷ୍ଟ କରିବାକୁ ଲକ୍ଷ ଲକ୍ଷ ଚେଷ୍ଟା କରାଯାଇଥିଲା । ଯେତେବେଳେ କୌଣସି ଏକ ସମାଜରେ ଦାସତ୍ୱର ନିମ୍ନମାନର ମାନସିକତା ପ୍ରାଧାନ୍ୟ ବିସ୍ତାର କରିଥାଏ, ସେତେବେଳେ ଆଧ୍ୟାତ୍ମିକତା ଏବଂ ବିଶ୍ୱାସ ସ୍ଥାନରେ ଅସ୍ୱାଭାବିକତା ଆସିବା ସ୍ୱାଭାବିକ ହୋଇ ଯାଇଥାଏ । ଆମେ ମଣିଷର ଜୀବନରେ ଦେଖୁ ଯିଏ ଆତ୍ମବିଶ୍ୱାସୀ, ସେ ଅସ୍ଥିରତା ଆଧାରରେ ବଂଚିବାକୁ ଚେଷ୍ଟା କରିଥାନ୍ତି । ଏଭଳି ପରିସ୍ଥିତିରେ ମହର୍ଷି ଦୟାନନ୍ଦ ଜୀ ଆଗକୁ ଆସି ସାମାଜିକ ଜୀବନରେ ବେଦଙ୍କ ବୋଧକୁ ସମାଜ ଜୀବନରେ ପୁନର୍ଜୀବିତ କରିଥିଲେ । ସେ ସମାଜକୁ ଦିଗ ଦେଖାଇଥିଲେ, ଏହାକୁ ନିଜର ଜ୍ୟୋତି ଦ୍ୱାରା ପ୍ରମାଣ କରିଥିଲେ ଏବଂ ବାରମ୍ବାର କହିଥିଲେ ଯେ ଦୋଷ ଭାରତର ଧର୍ମ ଏବଂ ପରମ୍ପରାରେ ନାହିଁ । ଏହାର ଅସୁବିଧା ହେଉଛି ଯେ ଆମେ ସେମାନଙ୍କର ପ୍ରକୃତ ସ୍ୱରୂପ ଭୁଲିଯାଇଛୁ ଏବଂ ବିକୃତିରେ ପରିପୂର୍ଣ୍ଣ ହୋଇଯାଇଛୁ । ଆପଣ କଳ୍ପନା କରନ୍ତୁ, ଏକ ଏମିତି ସମୟ ଥିଲା ଯେତେବେଳେ ଆମର ନିଜ ବେଦଗୁଡ଼ିକରେ ବିଦେଶୀ ବ୍ୟାଖ୍ୟା, ବିଦେଶୀ କାହାଣୀର ଗଠନ ପାଇଁ ଚେଷ୍ଟା କରାଯାଉଥିଲା, ସେହି ନକଲି ବ୍ୟାଖ୍ୟାର ଆଧାର ଉପରେ ଆମକୁ ଅପମାନିତ କରାଯାଉଥିଲା, ଆମର ଇତିହାସକୁ, ପରମ୍ପରାକୁ ଭ୍ରଷ୍ଟ କରିବାର ଅନେକ ଚେଷ୍ଟା କରାଯାଉଥିଲା, ସେତେବେଳେ ମହର୍ଷି ଦୟାନନ୍ଦ ଜୀଙ୍କ ପ୍ରୟାସ ଏକ ବହୁତ ବଡ଼ ସଞ୍ଜିବନୀ ରୂପରେ, ଏକ ଜଡିବୁଟି ରୂପରେ ଆସି ସମାଜରେ ଏକ ନୂତନ ଜୀବନଶୈଳୀରେ ପରିଣତ ହେଲା । ସାମାଜିକ ଭେଦଭାବ, ଉଚ୍ଚ-ନୀଚ, ଅସ୍ପୃଶ୍ୟତା, ଅନେକ ବିକୃତି ଏବଂ ଅନେକ ମନ୍ଦତା ବିରୁଦ୍ଧରେ ମହର୍ଷି ଜୀ ଏକ ଦୃଢ଼ ଅଭିଯାନ ଆରମ୍ଭ କରିଥିଲେ, ଯାହା ସମାଜରେ ମୂଳତ୍ପାଟନ କରିଥିଲା । ଆପଣ କଳ୍ପନା କରନ୍ତୁ, ଆଜି ମଧ୍ୟ ସମାଜର କିଛି ମନ୍ଦ ବିଷୟରେ ମୋର କହିବାର ଅଛି, ଯଦି ମୁଁ କେବେ ମଧ୍ୟ କହିଥାଏ ଯେ ମୋତେ କର୍ତ୍ତବ୍ୟ ପଛରେ ଯିବାକୁ ପଡ଼ିବ, ତେବେ କିଛି ଲୋକ ମୋତେ ଗାଳି ଦିଅନ୍ତି ଯେ ତୁମେ କର୍ତ୍ତବ୍ୟ ବିଷୟରେ କହୁଛ, ଅଧିକାର ବିଷୟରେ କହୁନାହଁ । ଯଦି ଏକବିଂଶ ଶତାବ୍ଦୀରେ ମୋର ଏହି ଅବସ୍ଥା, ତେବେ ୧୫୦ କିମ୍ବା ୧୭୫ କିମ୍ବା ୨୦୦ ବର୍ଷ ପୂର୍ବେ ମହର୍ଷି ଜୀ ନିଶ୍ଚିତ ଭାବରେ ସମାଜକୁ ରାସ୍ତା ଦେଖାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବ । ଯେଉଁମାନେ ଧର୍ମ ଉପରେ ଟିପ୍ପଣୀ ଦେଇ ତାଙ୍କୁ ଖରାପ ସମାଲୋଚିତ କରୁଥିଲେ, ସ୍ୱାମୀଜୀ ତାଙ୍କୁ ଧର୍ମର ପ୍ରକାଶରେ ଦୂର କରିଥିଲେ । ଏବଂ ମହାତ୍ମା ଗାନ୍ଧୀ ଜୀ ବହୁତ ଭଲ କଥା କହୁଥିଲେ- “ଆମର ସମାଜକୁ ସ୍ୱାମୀ ଦୟାନନ୍ଦ ଜୀଙ୍କ ବହୁତ ଅବଦାନ ରହିଛି । ଯାହାକି ଅସ୍ପୃଶ୍ୟତା ବିରୋଧରେ ଘୋଷଣା ହୋଇଛି । ଏହା ସବୁଠାରୁ ବଡ଼ ଅବଦାନ । ମହିଳାମାନଙ୍କ ସମନ୍ଧରେ ସମାଜରେ ଯେଉଁ ଋଢ଼ିମାନ ବୃଦ୍ଧି ପାଇଥିଲା, ମହର୍ଷି ଦୟାନନ୍ଦ ଜୀ ତାଙ୍କ ବିରୁଦ୍ଧରେ ମଧ୍ୟ ଏକ ତାର୍କିକ ଏବଂ ପ୍ରଭାବଶାଳୀ ସ୍ୱର ଭାବରେ ଉଭା ହୋଇଥିଲେ । ମହର୍ଷି ଦୟନନ୍ଦୀ ଜୀ ମହିଳାମାନଙ୍କ ବିରୁଦ୍ଧରେ ଭେଦଭାବର ଖଣ୍ଡନ କରିଥିଲେ, ମହିଳା ଶିକ୍ଷାର ଅଭିଯାନ ଆରମ୍ଭ କରିଥିଲେ । ଏବଂ ଏହି କଥା ୧୫୦, ୧୭୫ ବର୍ଷ ପୂର୍ବର ଅଟେ । ଆଜି ମଧ୍ୟ ଅନେକ ସମାଜ ଏମିତି ଅଛି, ଯେଉଁଠାରେ ଝିଅମାନଙ୍କୁ ଶିକ୍ଷା ଏବଂ ସମ୍ମାନରୁ ବଞ୍ଚôତ ରହିବା ପାଇଁ ବାଧ୍ୟ କରାଯାଉଛି । ସ୍ୱାମୀ ଦୟାନନ୍ଦ ଜୀ ଏହି ବିଗୁଲ ସେତେବେଳେ ଫୁଙ୍କିଥିଲେ, ଯେତେବେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ମହିଳାମାନଙ୍କ ପାଇଁ ସମାନ ଅଧିକାର ଦୂରର କଥା ଥିଲା ।

ଭାଇ ଏବଂ ଭଉଣୀମାନେ!

ସେହି ସମୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆଗମନ, ସମଗ୍ର ଯୁଗର ଆହ୍ୱାନକୁ ସାମ୍ନରେ ଠିଆ ହେବା ଅସ୍ୱାଭାବିକ ଥିଲା, କୌଣସି ପ୍ରକାରରେ ସେ ସାମାନ୍ୟ ନ ଥିଲେ, ସେ ଅସାମାନ୍ୟ ଥିଲେ । ଏଥିପାଇଁ, ଜାତିର ଯାତ୍ରାରେ ସେମାନଙ୍କର ଜୀବନ୍ତ ଉପସ୍ଥିତି ଆର୍ଯ୍ୟ ସମାଜର ଦେଢ଼ ଶହ ବର୍ଷ ହୋଇଥାଏ, ମହର୍ଷି ଜୀଙ୍କର ୨୦୦ ବର୍ଷ ହୋଇଛି ଏବଂ ଏତେ ବଡ଼ ଜନସମୁଦ୍ର କେବଳ ଏଠାରେ ନୁହେଁ, ସମଗ୍ର ବିଶ୍ୱରେ ଆଜି ସମାରୋହ ସହିତ ସଂଯୁକ୍ତ ହୋଇଛନ୍ତି । ଏହାଠାରୁ ଜୀବନରେ ବଡ଼ କ’ଣ ହୋଇପାରେ? ଜୀବନ ଯେପରି ଚାଲିଛି ୧ଠ ବର୍ଷ ମୃତ୍ୟୁ ପରେ ମଧ୍ୟ ବଞ୍ଚôବା ଅସମ୍ଭବ ଅଟେ । ୨୦୦ ବର୍ଷ ପରେ ମଧ୍ୟ ମହର୍ଷି ଜୀ ଆମ ମଧ୍ୟରେ ଅଛନ୍ତି ଏବଂ ସେଥିପାଇଁ ଆଜି ଯେତେବେଳେ ଭାରତ ସ୍ୱାଧୀନତାର ଅମୃତ କାଳ ପାଳନ କରୁଛି ସେତେବେଳେ ମହର୍ଷି ଦୟାନନ୍ଦ ଜୀଙ୍କ ୨୦୦ତମ ଜନ୍ମବାର୍ଷିକୀ ଏକ ପୂଣ୍ୟ ପ୍ରେରଣା ନେଇ ଆସିଛି । ମହର୍ଷି ଜୀ ଯେଉଁ ମନ୍ତ୍ର ସେତେବେଳେ ଦେଇଥିଲେ, ସମାଜ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ଆଜି ଦେଶ ତାହା ଉପରେ ପୂର୍ଣ୍ଣ ବିଶ୍ୱାସର ସହିତ ଆଗକୁ ବଢୁଛି । ସ୍ୱାମୀଜୀ ସେତେବେଳେ ଆବାହନ କରିଥିଲେ- ‘ବେଦଆଡ଼କୁ ଫେରିଆସ’ । ଆଜି ଦେଶ ନିଜର ଐତିହ୍ୟରେ ଅତ୍ୟନ୍ତ ଆତ୍ମସମ୍ମାନ ସହିତ ଗର୍ବ ଅନୁଭବ କରୁଛି । ଆଜି ସମଗ୍ର ଦେଶ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କହୁଛି ଯେ, ଆମ ଦେଶରେ ଆଧୁନିକତା ଆଣିବା ସହିତ ନିଜର ପରମ୍ପରାକୁ ମଧ୍ୟ ସମୃଦ୍ଧ କରିବା । ଐତିହ୍ୟ ମଧ୍ୟ, ବିକାଶ ମଧ୍ୟ, ଧାରଣା ଉପରେ ଦେଶ ନୂତନ ଶିଖରକୁ ଯିବା ପାଇଁ ଆଗେଇ ଚାଲିଛି ।

ସାଥୀମାନେ,

ବିଶେଷ ଭାବରେ ଦୁନିଆରେ ଯେତେବେଳେ ଧର୍ମର କଥା ହୋଇଥାଏ, ସେତେବେଳେ ଏହାର ପରିସର କେବଳ ପୂଜା-ପାଠ, ଆସ୍ଥା ଏବଂ ଉପାସନା ଏହାର ରୀତିନୀତି, ତାହାର ପଦ୍ଧତି, ସେତିକି ମଧ୍ୟରେ ସୀମିତ ବୋଲି ବିବେଚନା କରାଯାଇଥାଏ; କିନ୍ତୁ, ଭାରତ ପ୍ରସଙ୍ଗରେ ଧର୍ମର ଅର୍ଥ ଏବଂ ପ୍ରଭାବ ସମ୍ପୂର୍ଣ୍ଣ ଭିନ୍ନ । ବେଦ ଧର୍ମକୁ ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ ଭାବରେ ବ୍ୟାଖ୍ୟା କରିଛି । ଆମର ଏଠାରେ ଧର୍ମର ପ୍ରଥମ ଅର୍ଥ କର୍ତ୍ତବ୍ୟ ବୁଝାଯାଇଥାଏ । ପିତୃ ଧର୍ମ, ମାତୃ ଧର୍ମ, ପୁତ୍ର ଧର୍ମ, ଦେଶ ଧର୍ମ, ସମୟର ଧର୍ମ, ଏହା ଆମର କଳ୍ପନା ଅଟେ । ତେଣୁ ଆମର ସନ୍ଥ ଏବଂ ସାଧୁମାନଙ୍କର ଭୂମିକା ମଧ୍ୟ କେବଳ ପୂଜା ଏବଂ ଉପାସନା ଭିତରେ ସୀମିତ ନ ଥିଲା । ସେମାନେ ଜାତି ଏବଂ ସମାଜର ପ୍ରତ୍ୟକ ଦିଗରେ ଦାୟିତ୍ୱ ଗ୍ରହଣ କରିଥିଲେ, ଏକ ସାମଗ୍ରିକ ଉପାୟ ଅବଲମ୍ବନ କଲେ, ଏକ ଅନ୍ତର୍ଭୁକ୍ତ ଉପାୟ ଅବଲମ୍ବନ କଲେ, ଏକ ସମନ୍ୱିତ ଉପାୟ ଅବଲମ୍ବନ କଲେ । ଆମର ଏଠାରେ ଭାଷା ଏବଂ ବ୍ୟାକରଣ କ୍ଷେତ୍ରକୁ ପାଣିନିଙ୍କ ଭଳି ଋଷିମାନେ ସମୃଦ୍ଧ କରିଥିଲେ । ଯୋଗ କ୍ଷେତ୍ରକୁ ପତଞ୍ଜଳି ଭଳି ମହର୍ଷି ବିସ୍ତୃତ କରିଥିଲେ । ଯଦି ଆପଣ ଦର୍ଶନ ଭିତରକୁ ଯିବେ ଆପଣ କପିଳଙ୍କ ପରି ଗୁରୁମାନେ ବୌଦ୍ଧିକତା ପାଇଁ ଏକ ନୂତନ ପ୍ରେରଣା ଦେଇଥିବା ପାଇବେ । ନୀତି ଓ ରାଜନୀତିରେ ମହାତ୍ମା ବିଦୂରଙ୍କ ଠାରୁ ଆରମ୍ଭ କରି ଭର୍ତ୍ତହରି ଏବଂ ଆଚାର୍ଯ୍ୟ ଚାଣକ୍ୟଙ୍କ ପର୍ଯ୍ୟନ୍ତ ଅନେକ ଋଷି ଭାରତର ଧାରଣାକୁ ପରିଭାଷିତ କରୁଛନ୍ତି । ଯଦିଓ ଆମେ ଗଣିତ ବିଷୟରେ କଥା ହେବା, ତେବେ ଭାରତର ନେତୃତ୍ୱ ଆର୍ଯ୍ୟଭଟ୍ଟ, ବ୍ରହ୍ମାଗୁପ୍ତ ଏବଂ ଭାସ୍କରଙ୍କ ପରି ମହାନତମ ଗଣିତଜ୍ଞମାନେ କରିଥିଲେ । ତାଙ୍କର ପ୍ରତିଷ୍ଠା ଠାରୁ କମ୍ ନୁହେଁ, ବିଜ୍ଞାନ କ୍ଷେତ୍ରରେ କଣାଦ ଏବଂ ବରାହମିହିରଙ୍କ ଠାରୁ ଚରକ ଏବଂ ଶୁଶ୍ରୂତ ପର୍ଯ୍ୟନ୍ତ ଅଗଣିତ ନାମ ରହିଛି । ଯେତେବେଳେ ସ୍ୱାମୀ ଦୟାନନ୍ଦ ଜୀଙ୍କୁ ଦେଖିଥାଉ, ସେତେବେଳେ ଆମକୁ ଜଣା ପଡ଼ିଥାଏ ଯେ ସେହି ପ୍ରାଚୀନ ପରମ୍ପରାକୁ ପୁନର୍ଜୀବିତ କରିବାରେ ସେ କେତେବଡ଼ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କ ଠାରେ ଆତ୍ମବିଶ୍ୱାସ କେତେ ଆଶ୍ଚର୍ଯ୍ୟଜନକ ଥିଲା ।

ଭାଇ ଏବଂ ଭଉଣୀମାନେ,

ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୀ କେବଳ ତାଙ୍କ ଜୀବନରେ ଏକ ପଥ ସୃଷ୍ଟି କରିନାହାନ୍ତି, ବରଂ ସେ ବିଭିନ୍ନ ଅନୁଷ୍ଠାନ, ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରିଥିଲେ ଏବଂ ମୁଁ କହିବି ଯେ ଋଷିଜୀ ତାଙ୍କ ଜୀବନ କାଳରେ ବୈପ୍ଳବିକ ଚିନ୍ତାଧାରା ବହନ କରିଥିଲେ । ଲୋକଙ୍କୁ ବଂଚିବାକୁ ପ୍ରେରଣା ଦେଇଥିଲେ । କିନ୍ତୁ ପ୍ରତ୍ୟକ ଯାତ୍ରାକୁ ବ୍ୟବସ୍ଥିତ ସହିତ ଯୋଡ଼ିଥିଲେ, ଏହାକୁ ସଂସ୍ଥାପିତ କରିଥିଲେ ଏବଂ ଅନୁଷ୍ଠାନଗୁଡ଼ିକୁ ଜନ୍ମ ଦେଇଥିଲେ । ଏହି ସଂଗଠନଗୁଡ଼ିକ ଦଶନ୍ଧି ଧରି ଭିନ୍ନ-ଭିନ୍ନ କ୍ଷେତ୍ରରେ ଅନେକ ବଡ଼ ସକାରାତ୍ମକ କାର୍ଯ୍ୟ କରି ଆସୁଛନ୍ତି । ମହର୍ଷି ଜୀ ନିଜେ ପରୋପକାରିଣୀ ସଭାର ସ୍ଥାପନା କରିଥିଲେ । ଆଜି ମଧ୍ୟ ଏହି ଅନୁଷ୍ଠାନ ପ୍ରକାଶନ ଏବଂ ଗୁରୁକୁଳର ମାଧ୍ୟମରେ ବୈଦିକ ପରମ୍ପରାକୁ ଆଗକୁ ବଢ଼ାଉଛି । କୁରୁକ୍ଷେତ୍ର ଗୁରୁକୁଳ ହେଉ, ସ୍ୱାମୀ ଶ୍ରଦ୍ଧାନନ୍ଦ ଟ୍ରଷ୍ଟ ହେଉ କିମ୍ବା ମହର୍ଷି ଦୟାନନ୍ଦ ସରସ୍ୱତୀ ଟ୍ରଷ୍ଟ ହେଉ, ଏହି ସଂସ୍ଥା ବା ଏହି ଅନୁଷ୍ଠାନଗୁଡ଼ିକ ଦେଶ ପାଇଁ ଉତ୍ସର୍ଗୀକୃତ ଅନେକ ଯୁବକଙ୍କୁ ତିଆରି କରିଛନ୍ତି । ଏହିଭଳି ଭାବରେ ସ୍ୱାମୀ ଦୟାନନ୍ଦ ଜୀଙ୍କ ଦ୍ୱାରା ଅନୁପ୍ରାଣିତ ବିଭିନ୍ନ ସଂଗଠନ, ଗରୀବ ପିଲାମାନଙ୍କର ସେବା ପାଇଁ, ସେମାନଙ୍କ ଭବିଷ୍ୟତ ପାଇଁ କାମ କରୁଛନ୍ତି । ଏବଂ ଏହା ହେଉଛି ଆମର ସଂସ୍କୃତି, ଆମର ପରମ୍ପରା । ମୋର ମନେ ଅଛି, ୨୦୦୧ରେ ଯେତେବେଳେ ଗୁଜରାଟରେ ଭୂକମ୍ପ ଆସିଥିଲା ଗତ ଶତାବ୍ଦୀର ଭୟଙ୍କର ଭୂକମ୍ପ ଥିଲା । ସେହି ସମୟରେ ଜୀବନ ପ୍ରଭାତ ଟ୍ରଷ୍ଟର ସାମାଜିକ କାର୍ଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ସେମାନଙ୍କର ଭୂମିକାକୁ ମୁଁ ନିଜେ ଦେଖିଥିଲି । ସବୁକିଛି ମହର୍ଷି ଜୀଙ୍କ ପ୍ରେରଣାରେ କାମ କରୁଥିଲେ । ଯେଉଁ ବୀଜ ସ୍ୱାମୀଜୀ ନିଜେ ବୁଣିଥିଲେ ତାହା ଆଜି ବିଶାଳ ବଟବୃକ୍ଷ ରୂପରେ ସମଗ୍ର ମାନବିକତାକୁ ଛାୟା ପ୍ରଦାନ କରୁଛି ।

ସାଥୀମାନେ,

ସ୍ୱାଧୀନତାର ଅମୃତ କାଳରେ ଆଜି ଦେଶ ସେହି ସଂସ୍କାରର ସାକ୍ଷୀ ରହିଛି, ଯାହା ସ୍ୱାମୀ ଦୟାନନ୍ଦ ଜୀଙ୍କର ମଧ୍ୟ ପ୍ରାଥମିକତା ଥିଲା । ଆଜି ଆମେ ଦେଖୁଛୁ ଯେ, କୌଣସି ଭେଦଭାବ ନ କରି ଦେଶରେ ନୀତି ଏବଂ ପ୍ରୟାସ ଆଗକୁ ବଢ଼ୁଛି । ଯେଉଁ ଗରୀବ ଅଛନ୍ତି, ଯେଉଁ ପଛୁଆବର୍ଗ ଏବଂ ବଞ୍ଚôତ ଅଛନ୍ତି, ସେମାନଙ୍କ ସେବା ଆଜି ଦେଶ ପାଇଁ ପ୍ରଥମ ଯଜ୍ଞ ଅଟେ । ବଞ୍ଚôତ ଲୋକଙ୍କ ଲୋକଙ୍କୁ ଅଗ୍ରାଧିକାର, ଏହି ମନ୍ତ୍ରକୁ ନେଇ ପ୍ରତ୍ୟକ ଗରୀବଙ୍କ ପାଇଁ ଘର, ତାଙ୍କୁ ସମ୍ମାନ, ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଚିକିତ୍ସା ସେବା, ସମସ୍ତଙ୍କ ମୌଳିକ ସୁବିଧା, ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସମସ୍ତଙ୍କ ପାଇଁ ସୁଯୋଗ, ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ଏହି ମନ୍ତ୍ର ଦେଶ ପାଇଁ ଏକ ସଂକଳ୍ପ ହୋଇଯାଇଛି । ଗତ ୯ ବର୍ଷରେ ମହିଳା ସଶକ୍ତୀକରଣ ଦିଗରେ ଦ୍ରୁତ ପଦକ୍ଷେପ ନେଇ ଦେଶ ଆଗକୁ ବଢୁଛି । ଆଜି ଦେଶର ଝିଅମାନେ କୌଣସି ପ୍ରତିବନ୍ଧକ ବିନା ପ୍ରତିରକ୍ଷା ଏବଂ ସୁରକ୍ଷା ଠାରୁ ଆରମ୍ଭ କରି ଷ୍ଟାର୍ଟଅପ ପର୍ଯ୍ୟନ୍ତ, ପ୍ରତ୍ୟକ ଭୂମିକାରେ ରାଷ୍ଟ୍ର ନିର୍ମାଣକୁ ତ୍ୱରାନ୍ୱିତ କରୁଛନ୍ତି । ବର୍ତ୍ତମାନ ଝିଅମାନଙ୍କୁ ସିୟାଚୀନରେ ପୋଷ୍ଟିଂ କରାଯାଉଛି, ଏବଂ ଯୁଦ୍ଧ ବିମାନ ରାଫେଲ ମଧ୍ୟ ଉଡ଼ାଉଛନ୍ତି । ଆମର ସରକାର ସୈନିକ ସ୍କୁଲରେ ଝିଅମାନଙ୍କର ଆଡମିସନ ଉପରେ ମଧ୍ୟ ସମସ୍ତ ପ୍ରକାରର ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ସ୍ୱାମୀ ଦୟାନନ୍ଦ ଜୀ ଆଧୁନିକ ଶିକ୍ଷା ସହିତ ଗୁରୁକୁଳ ମାଧ୍ୟମରେ ଭାରତୀୟ ପରିବେଶରେ ଗଢ଼ାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ । ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ବର୍ତ୍ତମାନ ଏହାର ମୂଳଦୁଆକୁ ଆହୁରି ମଜବୁତ କରିଛି ।

ସାଥୀମାନେ,

ସ୍ୱାମୀ ଦୟାନନ୍ଦ ଜୀ ଆମକୁ ଜୀବନ ବଞ୍ଚôବା ପାଇଁ ଗୋଟିଏ ମନ୍ତ୍ର ଦେଇଥିଲେ । ସ୍ୱାମୀଜୀ ବହୁତ ସରଳ ଶବ୍ଦରେ, ସେ କହିଥିଲେ ଯେ ଶେଷରେ ପରିପକ୍ୱ କିଏ ହୋଇଥାଏ? ଆପଣ କାହାକୁ ପରିପକ୍ୱ କହିବେ? ସ୍ୱାମୀଜୀଙ୍କର କହିବାର ଥିଲା ଏବଂ ବହୁତ ମାର୍ମିକ ଥିଲା, ମହର୍ଷି ଜୀ କହିଥିଲେ- “ଯେଉଁ ବ୍ୟକ୍ତି ସବୁଠାରୁ କମ ଗ୍ରହଣ କରିଥାଏ ଏବଂ ସବୁଠାରୁ ଅଧିକ ଯୋଗଦାନ ଦେଇଥାଏ, ସେ ହିଁ ପରିପକ୍ୱ ଅଟେ । ଆପଣ କଳ୍ପନା କରିପାରୁଥିବେ ଯେ କେତେ ସରଳତାର ସହିତ ସେ କେତେ ଗମ୍ଭୀର କଥା କହି ଦେଇଥିଲେ । ତାଙ୍କର ଏହି ଜୀବନ ମନ୍ତ୍ର ଆଜି କେତେ ଆହ୍ୱାନକୁ ସମାଧାନ ଦେଇପାରୁଛି । ବର୍ତ୍ତମାନ ଭଳି ଏମିତି ପର୍ଯ୍ୟାବରଣର ସନ୍ଦର୍ଭରେ ମଧ୍ୟ ଦେଖାଯାଇ ପାରିବ । ସେହି ଶତାବ୍ଦୀରେ, ଯେତେବେଳେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏଭଳି ଶବ୍ଦର ମଧ୍ୟ ଜନ୍ମ ନେଇଥିଲା, ସେହି ଶବ୍ଦଗୁଡ଼ିକ ପାଇଁ କୌଣସି ଭାବନା ମଧ୍ୟ ଆସି ପାରୁ ନ ଥିଲା, ତାଙ୍କ ଭିତରେ ମହର୍ଷି ଜୀଙ୍କର ମନରେ ଏହି ବୋଧ କେଉଁଠାରୁ ଆସିଲା? ଏହାର ଉତ୍ତର ହେଉଛି- ଆମର ବେଦ, ଆମର ସନ୍ଥମାନେ! ସବୁଠାରୁ ପୁରାତନ ଜଣାଶୁଣା ବେଦରେ ଅନେକ ସୁକ୍ତ ପ୍ରକୃତି ଏବଂ ପର୍ଯ୍ୟାବରଣକୁ ସମର୍ପିତ କରୁଛି । ସ୍ୱାମୀଜୀ ବେଦର ସେହି ଜ୍ଞାନକୁ ଗଭୀରତାର ସହିତ ବୁଝି ପାରିଥିଲେ? ତାଙ୍କର ସାର୍ବଜନିକ ବାର୍ତ୍ତାକୁ ସେମାନେ ନିଜ ଅବଧିରେ ବିସ୍ତୃତ କରି ଦେଇଥିଲେ । ମହର୍ଷି ଜୀ ବେଦର ଶିଷ୍ୟ ଥିଲେ ଏବଂ ଜ୍ଞାନ ମାର୍ଗର ସନ୍ଥ ଥିଲେ । ଏଥିପାଇଁ, ତାଙ୍କର ବୋଧ ନିଜ ସମୟ ଅନୁସାରେ ବହୁତ ଆଗରେ ଥିଲା ।

ଭାଇ ଏବଂ ଭଉଣୀମାନେ,

ଆଜି ଯେତେବେଳେ ବିଶ୍ୱ ନିରନ୍ତର ବିକାଶ ବଷୟରେ କହୁଛି, ତେବେ ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଭାରତର ପ୍ରାଚୀନ ଦର୍ଶନକୁ ବିଶ୍ୱ ସମ୍ମୁଖରେ ରଖି, ସମାଧାନର ରାସ୍ତା ପ୍ରସ୍ତୁତ କରିଥାଏ । ପରିବେଶ କ୍ଷେତ୍ରରେ ଭାରତ ଆଜି ବିଶ୍ୱ ପାଇଁ ଏକ ମିଶନର ଭୂମିକା ଗ୍ରହଣ କରୁଛି । ପ୍ରକୃତି ସହିତ ସମନ୍ୱୟର ଏହି ଦୃଷ୍ଟିକୋଣ ଉପରେ ଆଧାର କରି, ଆମେ ‘ଗ୍ଲୋବାଲ ମିଶନ ଲାଇଫ’କୁ ପ୍ରତିଷ୍ଠା କରିଛୁ । ଏହାର ଅର୍ଥ ପରିବେଶ ପାଇଁ ଜୀବନଶୈଳୀ । ପରିବେଶ ପାଇଁ ଏହି ଜୀବନଶୈଳୀ ମଧ୍ୟ ଏକ ଜୀବନ ମିଶନ ଆରମ୍ଭ କରିଛି । ଏହା ଆମ ପାଇଁ ଗର୍ବର ବିଷୟ ଯେ ଏହି ଗୁରୁତ୍ୱପୂର୍ଣ୍ଣ ଅବଧିରେ ବିଶ୍ୱର ଦେଶମାନେ ଜି-୨୦ ଅଧ୍ୟକ୍ଷତାର ଦାୟିତ୍ୱ ମଧ୍ୟ ଭାରତକୁ ଦେଇଛନ୍ତି । ଜି-୨୦ ପାଇଁ ଆମେ ଏକ ସ୍ୱତନ୍ତ୍ର ଏଜେଣ୍ଡା ଭାବରେ ପରିବେଶକୁ ଆଗକୁ ନେଉଛୁ । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଆର୍ଯ୍ୟ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମର ପ୍ରାଚୀନ ଦର୍ଶନ ସହିତ ଲୋକଙ୍କୁ ସଂଯୋଗ କରିବାର ଦାୟିତ୍ୱକୁ ସହଜରେ ଗ୍ରହଣ କରିପାରିବେ । ଏହି ସମୟରେ ଦେଶ ଏବଂ ଯେମିତିକି ଆଚାର୍ଯ୍ୟ ଜୀ ବର୍ଣ୍ଣନା କରିଥିଲେ, ଆଚାର୍ଯ୍ୟ ଜୀ ଏହା ପାଇଁ ଅତ୍ୟନ୍ତ ଉତ୍ସର୍ଗୀକୃତ । ପ୍ରତ୍ୟକ ଗ୍ରାମକୁ ପ୍ରାକୃତିକ ଚାଷ ସହ ଜଡ଼ିତ ଏକ ବ୍ୟାପକ ଅଭିଯାନ କରିବାକୁ ପଡ଼ିବ । ପ୍ରାକୃତିକ ଚାଷ, ଗୋ-ଭିତ୍ତିକ ଚାଷ, ଏହାକୁ ପୁନର୍ବାର ଗାଁରୁ ଗାଁକୁ ନେବାକୁ ପଡ଼ିବ । ମୁଁ ଚାହୁଁଛି ଯେ ଆର୍ଯ୍ୟ ସମାଜର ସ୍ଥାନରେ ଏହି ସଂକଳ୍ପ ପାଇଁ ଏକ ବଳିଦାନ ଦିଆଯାଉ । ଏହିପରି ଅନ୍ୟ ଏକ ବିଶ୍ୱସ୍ତରୀୟ ଆବେଦନ, ଭାରତ ମିଲେଟ, କଠିନ ଶସ୍ୟ, ବାଜରା, ଯଅ ବ୍ୟତୀତ ଯାହା ସହିତ ଆମେ ପରିଚିତ ଅଟେ ଏବଂ ମିଲେଟସକୁ ବର୍ତ୍ତମାନ ଆମେ ଏକ ବୈଶ୍ୱିକ ପରିଚୟ କରିବା ପାଇଁ ଏବଂ ଏବେ ସମଗ୍ର ଦେଶରେ ପ୍ରତ୍ୟକ ମିଲେଟସର ଏକ ପରିଚୟ କରିବା ପାଇଁ ବର୍ତ୍ତମାନ ତା’ ପାଇଁ ଏକ ନୂଆ ନାମକରଣ ହୋଇଛି । ଆମେ କହିଛୁ ଯେ ମିଲେଟସକୁ ଶ୍ରୀ ଅନ୍ନ । ଚଳିତ ବର୍ଷ ମିଳିତ ଜାତିସଂଘ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରୁଛି ଏବଂ ଆମେ ଜାଣିଛୁ, ଆମେ ଯଜ୍ଞ ସଂସ୍କୃତିର ଲୋକମାନେ ଅଛନ୍ତି ଏବଂ ଆମେ କେବଳ ଯଜ୍ଞରେ ଆହୁତିରେ ଯେଉଁ ସର୍ବଶ୍ରେଷ୍ଠ ଅଛି ତାହାକୁ ଦେଇଥାଉ। ଆମର ଏଠାରେ ଯଜ୍ଞରେ ଯେଉଁଭଳି ମୋଟା ଶସ୍ୟର ଶ୍ରୀ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କାରଣ, ଆମେ ଯଜ୍ଞରେ ବ୍ୟବହାର ହେଉଥିବା ଯାହା ଆମ ପାଇଁ ସର୍ବଶ୍ରେଷ୍ଠ ହୋଇଥାଏ । ଏଥିପାଇଁ, ଯଜ୍ଞ ସହିତ ସମସ୍ତ ମୋଟା ଶସ୍ୟ- ଶ୍ରୀ ଅନ୍ନ, ଦେଶବାସୀଙ୍କ ଜୀବନ ଏବଂ ଆହରକୁ ଅଧିକ ଯୋଡ଼ିବ, ଆହରକୁ ତାହା ଜୀବନରେ ଅଧିକରୁ ଅଧିକ ଯୋଡ଼ିବ, ଆପଣ ନିତ୍ୟ ଆହାରରେ ସେହି ଅଂଶ ହେବେ, ଏଥିପାଇଁ ଆମକୁ ନୂତନ ପିଢ଼ିକୁ ମଧ୍ୟ ସଚେତନ କରିବା ଆବଶ୍ୟକ ଏବଂ ଆପଣ ଏହି କାମକୁ ସହଜ କରିପାରିବେ ।

ଭାଇ ଓ ଭଉଣୀମାନେ,

ସ୍ୱାମୀ ଦୟାନନ୍ଦ ଜୀଙ୍କ ବ୍ୟକ୍ତିତ୍ୱରୁ ମଧ୍ୟ ବହୁତ କିଛି ଶିଖିବାକୁ ମିଳିବ । ସେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରେ ଦେଶପ୍ରେମକୁ ଜଳାଇ ଥିଲେ । କୁହାଯାଏ ଯେ ଜଣେ ଇଂରେଜ ଅଫିସର ତାଙ୍କୁ ଭେଟିବାକୁ ଆସି ଭାରତରେ ବ୍ରିଟିଶ ଶାସନର ଚିରସ୍ଥାୟୀତା ପାଇଁ ପ୍ରାର୍ଥନା କରିଥିଲେ । ସ୍ୱାମୀଜୀଙ୍କ ନିର୍ଭୀକ ଜବାବ ଥିଲା, ଆଖିରେ ଆଖି ମିଶାଇ ଇଂରେଜ ଅଫିସରଙ୍କୁ କହି ଦେଇଥିଲେ- “ସ୍ୱାଧୀନତା ମୋର ପ୍ରାଣ ଏବଂ ଭାରତବର୍ଷର ସ୍ୱର, ଏହା ମୋତେ ପ୍ରିୟ ଅଟେ । ମୁଁ ବିଦେଶୀ ସାମ୍ରାଜ୍ୟ ପାଇଁ କେବେ ପ୍ରାର୍ଥନା କରିପାରିବି ନାହିଁ ।” ଅସଂଖ୍ୟ ମହାପୁରୁଷ, ଲୋକମାନ୍ୟ ତିଲକ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସଭରକର, ଲାଲ ଲାଜପତ ରାୟ, ଲାହଲ ହରଦୟାଲ, ସ୍ୱାମୀଜୀ କୃଷ୍ଣ ବର୍ମା, ଚନ୍ଦ୍ରଶେଖର ଆଜାଦ, ରାମ ପ୍ରସାଦ ବିସ୍ମିଲଙ୍କ ଭଳି ଲକ୍ଷ ଲକ୍ଷ ସ୍ୱାଧୀନତା ସେନାନୀ ଏବଂ କ୍ରାନ୍ତିକାରୀ ମହର୍ଷି ଜୀଙ୍କୁ ପ୍ରେରଣା ଦେଇଥାଏ । ଦୟାନନ୍ଦ ଜୀ, ଦୟାନନ୍ସ ଏଙ୍ଗଲୋ ବୈଦିକ ବିଦ୍ୟାଳୟ ଆରମ୍ଭ କରିଥିବା ମହାତ୍ମା ହଂସରାଜ ଜୀ ହୁଅନ୍ତୁ, ଗୁରୁକୁଳ ଙ୍କାଗଡ଼ିର ସ୍ଥାପନା କରିଥିବା ସ୍ୱାମୀ ଶ୍ରଦ୍ଧାନନ୍ଦ ଜୀ ହୁଅନ୍ତୁ, ଭାଇ ପରମାନନ୍ଦ ଜୀ ହୁଅନ୍ତୁ, ସ୍ୱାମୀ ସହଜାନନ୍ଦ ସରସ୍ୱତୀ ହୁଅନ୍ତୁ, ଏମିତି କେତେକ ଦେବତୁଲ୍ୟ ବ୍ୟକ୍ତିତ୍ୱମାନେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୀଙ୍କ ଠାରୁ ପ୍ରେରଣା ପାଇଛୁ । ଆର୍ଯ୍ୟ ସମାଜ ନିକଟରେ ମହର୍ଷି ଦୟାନନ୍ଦ ଜୀଙ୍କ ସେହି ସମସ୍ତ ପ୍ରେରଣାର ଐତିହ୍ୟ ଅଟେ, ଆପଣଙ୍କୁ ସେହି ସାମର୍ଥ୍ୟ ଐତିହ୍ୟରୁ ମିଳିଛି ଏବଂ ସେଥିପାଇଁ ଦେଶକୁ ମଧ୍ୟ ଆପଣ ସମସ୍ତଙ୍କୁ ବହୁତ ଅପେକ୍ଷା ରହିଛି । ଆର୍ଯ୍ୟ ସମାଜର ଜଣେ ଜଣେ ଆର୍ଯ୍ୟବୀରଙ୍କୁ ଅପେକ୍ଷା ଅଛି । ମୋତେ ବିଶ୍ୱାସ ଅଛି, ଆର୍ଯ୍ୟ ସମାଜ ରାଷ୍ଟ୍ର ଏବଂ ସମାଜ ପ୍ରତି ଏହାର କର୍ତ୍ତବ୍ୟ ଯଜ୍ଞକୁ ଆୟୋଜିତ କରୁଥିବେ, ଯଜ୍ଞର ପ୍ରକାଶ ମାନବ ସମାଜ ପାଇଁ ପ୍ରସାରିତ କରୁଥିବ । ଆସନ୍ତା ବର୍ଷ ଆର୍ଯ୍ୟ ସମାଜର ସ୍ଥାପନାର ୧୫୦ତମ ବର୍ଷ ମଧ୍ୟ ଆରମ୍ଭ ହେଉଛି । ଏହି ଦୁଇଟି ଅବସର, ମହତ୍ତ୍ୱପୂର୍ଣ୍ଣ ଅବସର ଅଟେ । ଏବଂ ବର୍ତ୍ତମାନ ଆଚାର୍ଯ୍ୟ ଜୀ ସ୍ୱାମୀ ଶ୍ରଦ୍ଧାନନ୍ଦ ଜୀଙ୍କ ମୃତୁ୍ୟ ତିଥିର ୧୦୦ ବର୍ଷ ପୁରୁଣା ଅର୍ଥାତ ଗୋଟିଏ ପ୍ରକାରରେ ତ୍ରିବେଣୀର କଥା ହେଲେ । ମହର୍ଷି ଦୟାନନ୍ଦ ଜୀ ସ୍ୱୟଂ ଜ୍ଞାନର ଜ୍ୟୋତି ଥିଲେ । ଆମେ ସମସ୍ତେ ମଧ୍ୟ ଏହି ଜ୍ଞାନ ଜ୍ୟୋତି ହେବା ଯେଉଁ ଆଦଶ ଏବଂ ମୂଲ୍ୟବୋଧ ପାଇଁ ସେ ବଂଚିଥିଲେ, ଯେଉଁ ଆଦର୍ଶ ଓ ମୂଲ୍ୟବୋଧ ପାଇଁ ସେ ଜୀବନ ଉତ୍ସର୍ଗ କରି ଦେଇଥିଲେ ଏବଂ ବିଷ ପାନ କରି ଆମ ପାଇଁ ଅମୃତ ଦେଇ ଯାଇଛନ୍ତି, ଆଗାମୀ ଅମୃତ କାଳରେ ସେହି ଅମୃତ ଆମକୁ ଆମର ମାଟି ମା’ର କୋଟି କୋଟି ଦେଶବାସୀଙ୍କର କଲ୍ୟାଣ ପାଇଁ ନିରନ୍ତର ପ୍ରେରଣା ଦେଉ, ଶକ୍ତି ଦେଉ, ସାମର୍ଥ୍ୟ ଦେଉ, ମୁଁ ଆଜି ଆର୍ଯ୍ୟ ପ୍ରତିନିଧି ସଭାର ସମସ୍ତ ମହାନୁଭବଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଯେଉଁଭଳି ଭାବରେ ଆଜିର ଏହି କାର୍ଯ୍ୟକ୍ରମକୁ ଯୋଜନା କରାଯାଉଛି, ମୋତେ ଆସି ଏହି ଯେଉଁ ୧୦-୧୫ ମିନିଟ ସମୟ ଏହିସବୁ ଜିନିଷ ଦେଖିବାକୁ ସୁଯୋଗ ମିଳିଲା, ମୁଁ ମାନୁଛି ଯେ ଯୋଜନା, ପରିଚାଳନା, ଶିକ୍ଷା, ପ୍ରତ୍ୟକ କ୍ଷେତ୍ରରେ ଉତ୍ତମ ଆୟୋଜନ ପାଇଁ ଆପଣ ସମସ୍ତେ ଅଭିନନ୍ଦନର ଅଧିକାରୀ ଅଟନ୍ତି ।

ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.