ଯେଉଁ ସମୟରେ ଆମର ପରମ୍ପରା ଓ ଆଧ୍ୟାତ୍ମିକତା ହଜି ଯିବାକୁ ବସିଥିଲା, ସେତେବେଳେ ସ୍ୱାମୀ ଦୟାନନ୍ଦ ଆମକୁ 'ବେଦକୁ ଫେରିଯିବା' ପାଇଁ ଆହ୍ୱାନ ଦେଇଥିଲେ
"ମହର୍ଷି ଦୟାନନ୍ଦ ସରସ୍ୱତୀ କେବଳ ଜଣେ ବୈଦିକ ଋଷି ନୁହଁନ୍ତି , ବରଂ ଜଣେ ଜାତୀୟ ଋଷି ମଧ୍ୟ ଥିଲେ "
ଭାରତ ପ୍ରତି ସ୍ୱାମୀଜୀଙ୍କର ଯେଉଁ ବିଶ୍ୱାସ ଥିଲା, ଆମକୁ ସେହି ବିଶ୍ୱାସକୁ ଅମୃତ କାଳରେ ଆମର ଆତ୍ମବିଶ୍ୱାସରେ ପରିଣତ କରିବାକୁ ପଡ଼ିବ
ସଚ୍ଚୋଟ ପ୍ରୟାସ ଏବଂ ନୂତନ ନୀତି ମାଧ୍ୟମରେ ଦେଶ ତା'ର କନ୍ୟା ମାନଙ୍କୁ ଆଗକୁ ବଢ଼ାଉଛି

 ନମସ୍କାର!

କାର୍ଯ୍ୟକ୍ରମରେ ଉପସ୍ଥିତ ପୂଜ୍ୟ ସନ୍ଥଗଣ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମନ୍ତ୍ରୀ ପରିଷଦରେ ମୋର ସାଥୀ ପୁରୁଷୋତମ ରୁପାଲା ଜୀ, ଆର୍ଯ୍ୟ ସମାଜର ବିଭିନ୍ନ ସଂଗଠନ ସହ ଯୋଡି ହୋଇଥିବା ସମସ୍ତ ପଦାଧିକାରୀଗଣ, ଅନ୍ୟ ମହାମାନ୍ୟ ସୁଧୀବୃନ୍ଦ!

ଦେଶ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୀଙ୍କ ୨୦୦ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମୋର ଇଚ୍ଛା ଥିଲା ଯେ ମୁଁ ସ୍ୱୟଂ ସ୍ୱାମୀଜୀଙ୍କ ଜନ୍ମଭୂମୀ ଟଙ୍କାରାରେ ପହଂଚିଥାଆନ୍ତି, କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ମୁଁ ଅନ୍ତରରୁ, ହୃଦୟରୁ ଆପଣ ସମସ୍ତଙ୍କ ମଧ୍ୟରେ ହିଁ ରହିଛି । ମୁଁ ଆନନ୍ଦିତ ଯେ, ସ୍ୱାମୀଜୀଙ୍କ ଯୋଗଦାନକୁ ମନେ ପକାଇବା ପାଇଁ, ତାଙ୍କୁ ଜନମାନସନରେ ପହଂଚାଇବା ପାଇଁ ଆର୍ଯ୍ୟ ସମାଜ ଏହି ମହୋତ୍ସବ ପାଳନ କରୁଛି । ଗତବର୍ଷ ମତେ ଏହି ଉତ୍ସବର ଶୁଭାରମ୍ଭରେ ଭାଗ ନେବାର ସୁଯୋଗ ମିଳିଥିଲା । ଯେଉଁ ମହାପୁରୁଷଙ୍କ ଯୋଗଦାନ ଏତେ ମହାନ୍‌, ତାଙ୍କ ସହ ଯୋଡି ହୋଇଥିବା ମହୋତ୍ସବ ଏତେ ବ୍ୟାପକ ହେବା ହିଁ ସ୍ୱାଭାବିକ । ମୋର ବିଶ୍ୱାସ ଅଛି ଯେ ଏହି ଆୟୋଜନ ଆମର ନୂତନ ପିଢୀକୁ ମହର୍ଷି ଦୟାନନ୍ଦଙ୍କ ଜୀବନ ସହ ପରିଚିତ କରାଇବା ନିମନ୍ତେ ପ୍ରଭାବଶାଳୀ ମାଧ୍ୟମ ହେବ ।

ବନ୍ଧୁଗଣ,

ମୋର ସୌଭାଗ୍ୟ ଯେ ସ୍ୱାମିଜୀଙ୍କ ଜନ୍ମଭୂମୀ ଗୁଜରାଟରେ ମୋର ଜନ୍ମ । ତାଙ୍କର କର୍ମଭୂମୀ ହରିୟାଣା, ଦୀର୍ଘ ସମୟ ପର୍ଯ୍ୟନ୍ତ ମତେ ମଧ୍ୟ ହରିଆଣାର ଜୀବନକୁ ନିକଟରୁ ଜାଣିବାର, ବୁଝିବାର ଏବଂ ସେଠାରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଏଥିପାଇଁ, ସ୍ୱାଭାବିକ ଭାବରେ ମୋ ଜୀବନରେ ତାଙ୍କର ଏକ ଅଲଗା ପ୍ରଭାବ ରହିଛି, ତାଙ୍କର ନିଜର ଏକ ଭୂମିକା ରହିଛି । ମୁଁ ଆଜି ଏହି ଅବସରରେ ମହର୍ଷି ଦୟାନନ୍ଦ ଜୀଙ୍କ ଚରଣରେ ନତମସ୍ତକ ହେଉଛି, ତାଙ୍କୁ ପ୍ରଣିପାତ କରୁଛି । ଦେଶ ବିଦେଶରେ ରହୁଥିବା ତାଙ୍କର କୋଟି କୋଟି ଅନୁଗାମୀମାନଙ୍କୁ ମଧ୍ୟ ଜନ୍ମ ଜୟନ୍ତୀ ଅବସରରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଇତିହାସରେ କିଛି ଦିନ, କିଛି କ୍ଷଣ, କିଛି ସମୟ ଏଭଳି ଆସିଥାଏ, ଯାହା ଭବିଷ୍ୟତର ଦିଗକୁ ବଦଳାଇ ଦେଇଥାଏ । ଆଜିଠାରୁ ୨୦୦ ବର୍ଷ ପୂର୍ବେ ଦୟାନନ୍ଦ ଜୀଙ୍କ ଜନ୍ମ ଏହିଭଳି ହିଁ ଅଭୂତପୂର୍ବ କ୍ଷଣ ଥିଲା । ଏହା ଏଭଳି ସମୟ ଥିଲା, ଯେତେବେଳ, ଦାସତ୍ୱର କବଳରେ ବାନ୍ଧି ହୋଇଥିବା ଭାରତର ଲୋକମାନେ ନିଜର ଚେତନା ହରାଉଥିଲେ । ସ୍ୱାମୀ ଦୟାନନ୍ଦ ଜୀ ସେତେବେଳେ ଦେଶକୁ ଜଣାଇଥିଲେ ଯେ ଆମର ରୁଢିବାଦୀ ଚିନ୍ତାଧାରା ଏବଂ ଅନ୍ଧବିଶ୍ୱାସ କିଭଳି ଦେଶକୁ ଜାବୁଡି ଧରିଛି । ଏହି ରୁଢିବାଦୀ ଚିନ୍ତାଧାରା ଆମ ବୈଜ୍ଞାନିକ ଚିନ୍ତାଧାରକୁ ଦୁର୍ବଳ କରିଦେଇଥିଲା । ଏହି ସାମାଜିକ କ୍ରୁରତା ଆମ ଏକତା ଉପରେ ଆକ୍ରମଣ କରିଥିଲା । ସମାଜର ଗୋଟିଏ ବର୍ଗ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାଠାରୁ ଲଗାତାର ଭାବେ ଦୂରେଇ ଯାଉଥିଲେ । ଏଭଳି ସମୟରେ, ସ୍ୱାମୀ ଦୟାନନ୍ଦ ଜୀ ‘ବେଦକୁ ଫେରିଯାଅ’ ଭଳି ସ୍ଲୋଗାନ୍ ଦେଇଥିଲେ । ସେ ବେଦ ଉପରେ ଅନେକ ଆଲେଖ୍ୟ ଲେଖିଥିଲେ, ଯୁକ୍ତିଯୁକ୍ତ ବ୍ୟାଖ୍ୟା କରିଥିଲେ । ସେ ରୁଢିବାଦୀ ଚିନ୍ତାଧାରା ଉପରେ ମୁକ୍ତ ଭାବରେ ଆକ୍ରମଣ କରିଥିଲେ, ଏବଂ ଭାରତୀୟ ଦର୍ଶନର ପ୍ରକୃତ ସ୍ୱରୂପ କ’ଣ ତାହା ଜଣାଇଥିଲେ । ଏହାର ପରିଣାମ ସ୍ୱରୂପ ସମାଜରେ ଆତ୍ମବିଶ୍ୱାସ ଫେରିବାକୁ ଲାଗିଲା । ଲୋକମାନେ ବୈଦିକ ଧର୍ମକୁ ଜାଣିବା ଆରମ୍ଭ କଲେ ଏବଂ ଏହାର ମୂଳ ସହିତ ଯୋଡିହେବା ଆରମ୍ଭ କଲେ ।

ବନ୍ଧୁଗଣ,

ଆମର ସାମାଜିକ କୁ-ରୀତୀଗୁଡିକୁ ଅସ୍ତ୍ର କରି ବ୍ରିଟିଶ ସରକାର ଆମକୁ ନୀଚ୍ଚ ଦେଖାଇବାକୁ ଚେଷ୍ଟା କରୁଥିଲା । ସାମାଜିକ ପରିବର୍ତନର ଯଥାର୍ଥତା ଦର୍ଶାଇ କିଛି ଲୋକ ଇଂରେଜ ଶାସନକୁ ସଠିକ୍ ଦର୍ଶାଉଥିଲେ । ଏଭଳି କାଳଖଣ୍ଡରେ ସ୍ୱାମୀ ଦୟାନନ୍ଦ ଜୀଙ୍କ ପଦାର୍ପଣ ଦ୍ୱାରା ସେହି ସବୁ ଷଡଯନ୍ତ୍ରଗୁଡିକୁ ଶକ୍ତ ଧକ୍‌କା ଲାଗିଥିଲା । ଲାଲା ଲାଜପତ ରାୟ, ରାମ ପ୍ରସାଦ ବିସମିଲ୍‌, ସ୍ୱାମୀ ଶ୍ରଦ୍ଧାନନ୍ଦ, ଆଦି କ୍ରାନ୍ତିକାରୀମାନଙ୍କର ଏକ ସମ୍ପୁର୍ଣ୍ଣ ବିପ୍ଳବୀ ସଂଗଠନ ପ୍ରସ୍ତୁତ ହୋଇଥିଲା, ଯେଉଁମାନେ ଆର୍ଯ୍ୟ ସମାଜ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏଥିପାଇଁ, ଦୟାନନ୍ଦ ଜୀ କେବଳ ଜଣେ ବୈଦିକ ୠଷି ନ ଥିଲେ, ବରଂ ସେ ରାଷ୍ଟ୍ର ଚେତନାର ଜଣେ ଋଷି ମଧ୍ୟ ଥିଲେ ।

ବନ୍ଧୁଗଣ,

ସ୍ୱାମୀ ଦୟାନନ୍ଦ ଜୀଙ୍କ ଜନ୍ମର ୨୦୦ ବର୍ଷର ଏହି ମାଇଲଖୁଂଟ ଏଭଳି ସମୟରେ ଆସି ପହଂଚିଛି, ଯେତେବେଳେ ଭାରତ ନିଜର ଅମୃତ କାଳର ପ୍ରାରମ୍ଭିକ ବର୍ଷରେ ରହିଛି । ସ୍ୱାମୀ ଦୟାନନ୍ଦ ଜୀ ଜଣେ ସାଧୁ ଯିଏକି ଭାରତ ପାଇଁ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ । ଭାରତକୁ ନେଇ ସ୍ୱାମୀଜୀଙ୍କ ମନରେ ଯେଉଁ ବିଶ୍ୱାସ ଥିଲା, ଅମୃତ କାଳରେ ଆମକୁ ସେହି ବିଶ୍ୱାସକୁ, ଆମର ଆତ୍ମବିଶ୍ୱାସରେ ପରିଣତ କରିବାକୁ ପଡିବ । ସ୍ୱାମୀ ଦୟାନନ୍ଦ ଆଧୁନିକତାର ପକ୍ଷପାତୀ ଥିଲେ, ମାର୍ଗଦର୍ଶକ ଥିଲେ । ତାଙ୍କଠାରୁ ପ୍ରେରଣା ନେଇ ଆପଣ ସମସ୍ତଙ୍କୁ  ମଧ୍ୟ, ଆମ ସମସ୍ତଙ୍କୁ ମଧ. ଏହି ଅମୃତ କାଳରେ ଭାରତକୁ ଆଧୁନିକତା ଆଡକୁ ନେଇଯିବାକୁ ପଡିବ, ଆମ ଦେଶକୁ, ଆମ ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ପଡିବ । ଆଜି ଦେଶ ତଥା ଦେଶ ବାହାରେ ଆର୍ଯ୍ୟ ସମାଜର ଅଢେଇ ହଜାରରୁ ଅଧିକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରହିଛି । ଆପଣମାନେ ସମସ୍ତେ ୪୦୦ ରୁ ଅଧିକ ଗୁରୁକୁଳରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରୁଛନ୍ତି । ମୁଁ ଚାହିଁବି ଯେ ଆର୍ଯ୍ୟ ସମାଜ, ଏକବିଂଶ ଶତାଦ୍ଦୀର ଏହି ଦଶକରେ ଏକ ନୂତନ ଉର୍ଜା ସହିତ ରାଷ୍ଟ୍ର ନିର୍ମାଣ ଅଭିଯାନର ଦାୟିତ୍ୱ ଗ୍ରହଣ କରୁ । ଡି.ଏ.ଭି ସଂସ୍ଥାନ, ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀ ଙ୍କ ଏକ ଜୀବନ୍ତ ସ୍ମୃତି ଅଟେ, ପ୍ରେରଣା ଅଟେ, ଚୈତନ୍ୟ ଭୂମି ଅଟେ । ଆମେ ନିରନ୍ତର ସେଗୁଡିକୁ ସଶକ୍ତ କରିବା, ତାହାହେଲେ ଏହା ମହର୍ଷି ଦୟାନନ୍ଦ ଜୀଙ୍କୁ ଆମର ପବିତ୍ର ଶ୍ରଦ୍ଧାଞ୍ଜଳି ହେବ ।

ଭାରତୀୟ ଚରିତ୍ର ସହ ଜଡିତ ଶିକ୍ଷା ବ୍ୟବସ୍ଥା ଆଜିର ସବୁଠାରୁ ବଡ ଆବଶ୍ୟକତା । ଆର୍ଯ୍ୟ ସମାଜର ବିଦ୍ୟାଳୟ ଏହାର ପ୍ରମୁଖ କେନ୍ଦ୍ର ରହିଆସିଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ଏବେ ଏହାକୁ ସମ୍ପ୍ରସାରିତ କରୁଛି । ଏହି ପ୍ରୟାସ ସହିତ ସମାଜକୁ ଯୋଡିବା ଆମର ଦାୟିତ୍ୱ ଅଟେ । ଆଜି ଲୋକାଲ ପାଇଁ ଭୋକାଲର ବିଷୟ ହେଉ, ଆତ୍ମନିର୍ଭର ଭାରତ ଅଭିଯାନ ହେଉ, ପରିବେଶ ପାଇଁ ଦେଶର ପ୍ରୟାସ ହେଉ, ଜଳ ସଂରକ୍ଷଣ, ସ୍ୱଚ୍ଛ ଭାରତ ଅଭିଯାନ ଭଳି ଅନେକ ଅଭିଯାନ ହେଉ.. ଆଜିର ଆଧୁନିକ ଜୀବନଶୈଳୀରେ ପ୍ରକୃତି ପାଇଁ ନ୍ୟାୟ ସୁନିଶ୍ଚିତ କରିବା ମିଶନ୍ ଲାଇଫ ହେଉ, ଆମର ମିଲେଟସ୍‌- ଶ୍ରୀଅନ୍ନକୁ ପ୍ରୋତ୍ସାହନ ଦେବା ହେଉ, ଯୋଗ ହେଉ, ଫିଟନେସ ହେଉ, କ୍ରୀଡାକ୍ଷେତ୍ରରେ ଅଧିକରୁ ଅଧିକ ଅଂଶଗ୍ରହଣ ହେଉ, ଆର୍ଯ୍ୟ ସମାଜର ଶିକ୍ଷା ସଂସ୍ଥାନ, ଏଥିରେ ପାଠ ପଢୁଥିବା ଶିକ୍ଷାର୍ଥୀ, ସମସ୍ତେ ମିଶି ଏକ ବହୁତ ବଡ ଶକ୍ତି ଅଟନ୍ତି । ଏମାନେ ସମସ୍ତେ ବହୁତ ବଡ ଭୂମିକା ଗ୍ରହଣ କରିପାରିବେ ।

ଆପଣମାନଙ୍କ ଅନୁଷ୍ଠାନରେ ଯେଉଁ ଛାତ୍ରଛାତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଏଭଳି ଯୁବକ ଅଛନ୍ତି, ଯେଉଁମାନଙ୍କ ବୟସ ୧୮ ବର୍ଷ ଅତିକ୍ରମ କରି ସାରିଛନ୍ତି । ସେହି ସମସ୍ତଙ୍କ ନାମ ଭୋଟର ତାଲିକାରେ ରହିଛି, ସେମାନେ ମତଦାନର ମହତ୍ୱ ବୁଝନ୍ତୁ, ଏହି ଦାୟିତ୍ୱକୁ ବୁଝାଇବା ସୁନିଶ୍ଚିତ କରିବା ମଧ୍ୟ ଆପଣ ସମସ୍ତଙ୍କର ଦାୟିତ୍ୱ ଅଟେ । ଚଳିତ ବର୍ଷଠାରୁ ଆର୍ଯ୍ୟ ସମାଜ ପ୍ରତିଷ୍ଠା ହେବାର ୧୫୦ ବର୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ମୁଁ ଚାହେଁ ଯେ, ଆମେ ସମସ୍ତେ ଏହି ସମୟକୁ ଆମମାନଙ୍କର ପ୍ରୟାସ, ଆମାନଙ୍କର ଉପଲବଧି ଦ୍ୱାରା ପ୍ରକୃତରେ ସ୍ମରଣୀୟ କରୁ ।

ବନ୍ଧୁଗଣ,

ପ୍ରାକୃତିକ ଚାଷ ମଧ୍ୟ ଏଭଳି ଏକ ବିଷୟ ଯାହା ସମସ୍ତ ଛାତ୍ରଛାତ୍ରୀ ଜାଣିବା ଏବଂ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମର ଆଚାର୍ଯ୍ୟ ଦେବବ୍ରତ ଜୀ ଏହି ଦିଗରେ ଅନେକ କଠିନ ପରିଶ୍ରମ କରୁଛନ୍ତି । ମହର୍ଷି ଦୟାନନ୍ଦ ଜୀଙ୍କ ଜନ୍ମସ୍ଥାନରୁ ପ୍ରାକୃତିକ ଚାଷର ବାର୍ତା ସମଗ୍ର ଦେଶର ଚାଷୀଙ୍କୁ ମିଳୁ, ଏହାଠାରୁ ଅଧିକ ଭଲ ଆଉ କ’ଣ ହୋଇପାରେ?

ବନ୍ଧୁଗଣ,

ମହର୍ଷି ଦୟାନନ୍ଦ ତାଙ୍କ ସମୟରେ ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କର ଅଂଶଗ୍ରହଣ ବିଷୟରେ କହିଥିଲେ । ନୂତନ ନୀତିଗୁଡିକ ମାଧ୍ୟମରେ, ସଚ୍ଚୋଟ ପ୍ରୟାସଗୁଡିକ ମାଧ୍ୟମରେ ଦେଶ ଆଜି ନିଜ କନ୍ୟାମାନଙ୍କୁ ଆଗକୁ ବଢାଉଛି । କିଛି ମାସ ପୂର୍ବେ ହିଁ ଦେଶ ନାରୀ ଶକ୍ତି ବନ୍ଦନ ଆଇନ୍ ପ୍ରଣୟନ କରି ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ସୁନିଶ୍ଚିତ କରିଛି । ଦେଶର ଏହି ପ୍ରୟାସ ସହିତ ଦେଶବାସୀଙ୍କୁ ଯୋଡିବା, ଆଜି ମହର୍ଷିଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

ଏବଂ ବନ୍ଧୁଗଣ,

ଏହି ସମସ୍ତ ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କ ନିକଟରେ ଭାରତ ସରକାରଙ୍କ ନବଗଠିତ ଯୁବ ସଂଗଠନର ଶକ୍ତି ମଧ୍ୟ ରହିଛି । ଦେଶର ଏହି ସବୁଠାରୁ ବଡ ଏବଂ ସବୁଠାରୁ ଯୁବ ସଂଗଠନର ନାମ – ମେରା ଯୁବା ଭାରତ – ‘ମାଇଁ ଭାରତ’ ଅଟେ । ଦୟାନନ୍ଦ ସରସ୍ୱତୀ ଜୀଙ୍କ ସମସ୍ତ ଅନୁଗାମୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ଡିଏଭି ଶୈକ୍ଷିକ ନେଟୱର୍କର ସମସ୍ତ ବିଦ୍ୟାର୍ଥୀଙ୍କୁ ‘ମାଇଁ ଭାରତ’ ସହ ଯୋଡି ହେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ମୁଁ ଆପଣ ସମସ୍ତଙ୍କୁ ମହର୍ଷି ଦୟାନନ୍ଦଙ୍କ ୨୦୦ତମ ଜୟନ୍ତୀ ଅବସରରେ ପୁଣି ଥରେ ଶୁଭକାମନା ଜଣାଉଛି । ପୁଣି ଥରେ ମହର୍ଷି ଦୟାନନ୍ଦ ଜୀଙ୍କୁ, ଆପଣ ସମସ୍ତ ସନ୍ଥମାନଙ୍କୁ ସଶ୍ରଦ୍ଧ ପ୍ରଣାମ କରୁଛି!

ଅନେକ ଅନେକ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government eases defence export SOP to help local manufacturers tap global market

Media Coverage

Government eases defence export SOP to help local manufacturers tap global market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”